spot_img
Home Blog Page 3457

ନବକିଶୋରଙ୍କ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ଚାକିରିରୁ ବହିଷ୍କୃତ ହେଲା ASI ଗୋପାଳକୃଷ୍ଣ ଦାସ । ଦିବଗଂତ ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା କରିଥିଲା ଗୋପାଳକୃଷ୍ଣ । ଗୋପାଳକୃଷ୍ଣକୁ ବହିଷ୍କାର କରିଛନ୍ତି ଝାରସୁଗୁଡ଼ା ଏସପି । ସମ୍ବିଧାନପର ଧାରା ୩୧୧ରେ ଗୋପାଳକୁ ଚାକିରିରୁ ବହିଷ୍କାର କରାଯାଇଛି । ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ ଗୋପାଳ । ଗତକାଲି ନବକିଶୋରଙ୍କୁ ଗୁଳି କରିଥିଲା ଗୋପାଳ । ଚିକିତ୍ସାଧୀନ ଅବସ୍ଥାରେ ନବଙ୍କର ମୃତ୍ୟୁ ହୋଇଥିଲା । ଆଜି ଗୋପାଳକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ କାହିଁକି ସେ ନବ କିଶୋରଙ୍କୁ ହତ୍ୟା କଲା ସେନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମ ବାପୁ ଦୋଷୀ ସାବ୍ୟସ୍ତ

ଗାନ୍ଧୀନଗର: ଆତ୍ମଘୋଷିତ ଭଗବାନ ଆସାରାମ ବାପୁଙ୍କୁ ଆଉ ଏକ ଝଟକା । ଗୁଜୁରାଟର ଗାନ୍ଧୀନଗର କୋର୍ଟ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆସାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୁରଟର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ପ୍ରାୟ ୧୦ ବର୍ଷ ପୂର୍ବେ ଅହମ୍ମଦାବାଦର ମୋଟେରା ଆଶ୍ରମରେ ଆସାରାମ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା କରିଥିଲେ । ମଙ୍ଗଳବାର କୋର୍ଟ ଏହି ମାମଲାରେ ଆସାରାମଙ୍କୁ ଦଣ୍ଡିତ କରିବେ ।

ଏହି ମାଲମାରେ ଆସାରାମଙ୍କ ପୁଅ ନାରାୟଣ ସାଇ, ସ୍ତ୍ରୀ ଲକ୍ଷ୍ମୀ, ଝିଅ ଭାରତୀ ଏବଂ ଅନ୍ୟ ୪ ମହିଳା ଅନୁଗାମୀ ମଧ୍ୟ ଅଭିଯୁକ୍ତ ଥିଲେ । କୋର୍ଟ ଆଜି ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି । ଏହା ପୂର୍ବରୁ ଜୋଧପୁର କୋର୍ଟ ୨୫ ଏପ୍ରିଲ ୨୦୧୮ରେ ଆସାରାମଙ୍କୁ ୨୦୧୩ରେ ଆଶ୍ରମରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୩୧ ଅଗଷ୍ଟ ୨୦୧୩ରେ ଜୋଧପୁର ପୋଲିସ ତାଙ୍କୁ ଗିରଫ କରିଥିଲେ । ସେବେଠୁ ସେ ଜେଲରେ ବନ୍ଦୀ ଅଛନ୍ତି ।

ହକି ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ଟିମ୍ କୋଚ୍ ଗ୍ରାହମ ରିଡଙ୍କ ଇସ୍ତଫା

ଭୁବନେଶ୍ୱର: ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ ଇସ୍ତଫା ଦେଇଛନ୍ତି । ହକି ବିଶ୍ୱକପରେ ଭାରତୀୟ ଦଳର ନୈରାଶ୍ୟଜନ ପ୍ରଦର୍ଶନ ପରେ ସେ ଇସ୍ତଫା ଦେଇଛନ୍ତି । ନିକଟରେ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲା ଦୁଇଟି ସ୍ଥାନରେ ହକି ବିଶ୍ୱକପର ଆୟୋଜନ ହୋଇଥିଲା । ଗତକାଲି ଫାଇନାଲ୍ ମ୍ୟାଚ୍ ହୋଇଥିଲା । ବେଲଜିୟମକୁ ହରାଇ ଜର୍ମାନୀ ବିଶ୍ୱବିଜୟୀ ହୋଇଥିଲା ।

ହେଲେ ଭାରତ ଚଳିତ ବିଶ୍ୱକପରେ କ୍ୱାଟରଫାଇନାଲରେ ସ୍ଥାନ ବନାଇ ପାରିନଥିଲା । କ୍ରସ୍ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ହାରି ବିଶ୍ୱକପ୍ ଅଭିଯାନ ଶେଷ କରିଥିଲା । ତେବେ ମୁଖ୍ୟ କୋଚ ଗ୍ରାହମ ରିଡଙ୍କ ବ୍ୟତୀତ ଆନାଲିଟିକାଲ କୋଚ୍ ଗ୍ରେଗ କ୍ଲାର୍କ ଏବଂ ସାଇଣ୍ଟିଫିକ୍ ଆଡଭାଇଜର ମିଚେଲ ଡେଭିଡ ପେମ୍ବରଟନ ମଧ୍ୟ ଇସ୍ତଫା ଦେଇଛନ୍ତି ।

ହକି ବିଶ୍ୱକପରେ ଭାରତ ନବମ ସ୍ଥାନରେ ରହିଥିଲା । ରିଡଙ୍କୁ ଏପ୍ରିଲ ୨୦୧୯ରେ ଭାରତର କୋଚ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ ନୀରିକ୍ଷଣରେ ଭାରତୀୟ ଦଳ ୨୦୨୧ରେ ଟୋକିଓ ଅଲିମ୍ପିକରେ ଐତିହାସିକ କାଂସ୍ୟ ପଦକ ଜିତିଥିଲା । ୫୮ ବର୍ଷୀୟ ଅଷ୍ଟ୍ରେଲୀୟ ରିଡ ଭୁବନେଶ୍ୱରରେ ବିଶ୍ୱକପ ସମାପନର ଗୋଟେ ଦିନ ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତୀର୍କିଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ।

ରିଡ ଇସ୍ତଫା ଦେଇ କହିଛନ୍ତି, ଏବେ ସମୟ ଆସି ଯାଇଛି ଯେ ମୁଁ ପଦ ଛାଡିଦେବି ଏବଂ ଆଗାମୀ ମ୍ୟାନେଜମେଣ୍ଟକୁ ଦାୟିତ୍ୱ ଦେଇଦେବି । ଟିମ ଏବଂ ହକି ଇଣ୍ଡିଆ ସହ କାମ କରିବା ସମ୍ମାନ ଏବଂ ସୌଭାଗ୍ୟର କଥା ଅଟେ । ମୁଁ ଏହି ଚମତ୍କାର ଯାତ୍ରାର ପ୍ରତିଟି ସମୟର ଆନନ୍ଦ ନେଇଛି । ମୁଁ ଟିମକୁ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ।

ନବ ଦାସ ହତ୍ୟା ମାମଲା; ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ ଗିରଫ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା । ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ ଗିରଫ । ଗିରଫ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଗୋପାଳକୃଷ୍ଣ ନବ ଦାସଙ୍କ ପିଏସଓ ନଥିବା ସ୍ପଷ୍ଟ କଲେ ବୋଥ୍ରା । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ଗୋପାଳ କୃଷ୍ଣଙ୍କ ପତ୍ନୀ କହିଥିଲେ ଯେ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ଅନେକ ସମୟରେ ସେ ଘରକୁ ଆସୁନଥିଲେ । ତେବେ କେଉଁ କାରଣ ପାଇଁ ସେ ନବ ଦାସଙ୍କୁ ଗୁଳି କରି ହତ୍ୟା କଲେ ସେନେଇ ଅଧିକ ଛାନ୍ ଭିନ୍ କରୁଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ ଗତକାଲି ଏକ ସଭାରେ ଯୋଗ ଦେବାକୁ ଯିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ଥିବା ଏଏସଆଇ ଗୋପାଳ କୃଷ୍ଣ ତାଙ୍କ ନିକଟକୁ ଚାଲି ଯାଇଥିଲେ । ସେ ତାଙ୍କ ସର୍ଭିସ ରିଭଲଭରରୁ ଅତି ନିକଟରୁ ନବ ଦାସଙ୍କୁ ଫାୟାରିଂ କରିଥିଲେ । ଗତକାଲି ଦିନ ୧୨ଟା ୧୫ରେ ନବକିଶୋରଙ୍କୁ ସର୍ଭିସ ପିସ୍ତଲରୁ ଅତି ନିକଟରୁ ଗୁଳିମାଡ଼ କରିଥିଲା ।

ଗୁଳି ନବକିଶୋର ଦାସଙ୍କ ଛାତିରେ ବାଜିବା ପରେ ସେ ପଡ଼ି ଯାଇଥିଲେ । ଗୁଳିମାଡ଼ ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୋପାଳକୃଷ୍ଣକୁ କାବୁ କରିଥିଲେ ପୋଲିସ ଅଧିକାରୀ। ସେହି ସମୟରେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲା ଗୋପାଳ। ଦ୍ବିତୀୟ ଥର ଗୁଳିମାଡ଼ ବେଳେ ଆଇଆଇସି ପ୍ରମୋଦ ସ୍ବାଇଁଙ୍କ ଆଙ୍ଗୁଳିରେ ଗୁଳି ବାଜିଥିଲା ।

ଠିକ୍ ଚାଲିନାହିଁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଦାମ୍ପତ୍ୟ ଜୀବନ!

ମୁମ୍ବାଇ: ସେଲିବ୍ରେଟି ସମ୍ପର୍କରେ ଫାଟ । ଭାଙ୍ଗିଯିବକି ଐଶ୍ୱର୍ଯ୍ୟା ଅଭିଶେକଙ୍କ ସମ୍ପର୍କ! ସ୍ୱାମୀଙ୍କ ଉପରେ ରାଗରେ ପଞ୍ଚମ ସ୍ତ୍ରୀ ଐଶ୍ୱର୍ଯ୍ୟା । ସ୍ୱାମୀ ଅଭିଶେକ ବଚ୍ଚନଙ୍କ ସହ ତାଙ୍କ ଦାମ୍ପତ୍ୟ ଜୀବନ ଭଲ ଚାଲିନଥିବା ଏବେ ଶୁଣିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ଆଗକୁ ପଡିବକି ଫାଟ? ସୋସିଆଲ ମିଡିଆରେ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଐଶ୍ୱର୍ଯ୍ୟା ଅଭିଶେକଙ୍କୁ ରାଗିକି ଅନଉଥିବାର ନଜର ଆସିଛନ୍ତି । ଅଭିଶେକଙ୍କ ଚେହେରାରୁ ମଧ୍ୟ ଏହା ସ୍ପଷ୍ଟ ବାରି ହେଉଛି କି, ଉଭୟଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହୋଇଥିବା ଜଣାପଡୁଛି।

ସୂଚନା ଅନୁଯାୟୀ, ଫିଲ୍ମ ନିର୍ମାତା ସୁଭାଷ ଘାଇ ତାଙ୍କର ୭୮ବର୍ଷ ଜନ୍ମ ଦିନ ଜାନୁଆରୀ ୨୩ରେ ପାଳନ କରିଥିଲେ। ଏହି ଅବସରରେ ସମସ୍ତ ବଲିଉଡ କଳାକାର ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ କାର୍ତ୍ତିକ ଆରିୟନ, ଅନିଲ କପୁର, ଅନୁପମ ଖେର, ଶତ୍ରୁଘ୍ନ ସିହ୍ନା ଏବଂ ଜ୍ୟାକି ଶ୍ରାଫ ଯୋଗ ଦେଇଥିଲେ । ଏହା ବ୍ୟତୀତ ସଲମାନ ଖାନ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ , ଅଭିଶେକ ବଚ୍ଚନ ମଧ୍ୟ ସାମିଲ ହୋଇଥିଲେ । ସୁଭାଷ ଘାଇଙ୍କ ଜନ୍ମଦିନ ପରେ ଐଶ୍ୱର୍ଯ୍ୟା ଏବଂ ଅଭିଶେକଙ୍କ ଏହି ଭିଡିଓ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଫ୍ୟାନ୍ସଙ୍କ କହିବା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ଚାଲିନାହିଁ ।

ସାମ୍ନାକୁ ଆସିଥିବା ଏହି ଭିଡିକୁ ଐଶ୍ୱର୍ଯ୍ୟା ରାୟଙ୍କ ଫ୍ୟାନ ପେଜରେ ସୋୟାର କରାଯାଇଛି । ଭିଡିଓରେ ଐଶ୍ୱର୍ଯ୍ୟା ବ୍ଲୁ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଅଭିଶେଖ ଗ୍ରେ ରଙ୍ଗର ପୋଷାକ ପିନ୍ଧିଛନ୍ତି । ଉଭୟ ଗେଟ୍ ଫାଟକ ଦେଇ ପ୍ରେବେଶ କରୁଥିବା ବେଳେ ଐଶ୍ୱର୍ଯ୍ୟା ଅଭିଶେକଙ୍କୁ ରାଗିକୁ ପଛକୁ ବୁଲି ଅନାଇଥିଲେ । ଅଭିଶେକ ମଧ୍ୟ ଚିନ୍ତିତ ନଜର ଆସିଛନ୍ତି । ଏହାପରେ ଉଭୟ କ୍ୟାମରା ସାମ୍ନାରେ ହସିକି ଫଟୋ ଉଠାଇଥିଲେ ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନବଙ୍କ ଶେଷକୃତ୍ୟ

ଝାରସୁଗୁଡ଼ା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଯାଇଛି ନବକିଶୋରଙ୍କ ମରଶରୀର । ଖେରୁଆଲ ନଦୀ ବ୍ରିଜ ନିକଟରେ ଥିବା ଶ୍ମଶାନରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ତାଙ୍କ କର୍ମଭୂମି ଝାରସୁଗୁଡ଼ାରେ ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁ ଆଜି ନବକିଶୋର ଦାସଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ମୁଖାଗ୍ନୀ ଦେଇଥିଲେ ପୁଅ ବିଶାଳ ଦାସ । ନିକଟରେ ଉପସ୍ଥିତ ରହିଥିଲେ ଆତ୍ମୀୟସ୍ବଜନ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ରହିଥିଲେ ସଂସଦୀୟ ବ୍ୟାପର ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବାଣିଜ୍ୟ, ପରିବହନ ଓ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ । ଫାଇବ୍-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ । ଯୋଗ୍ୟ ସନ୍ତାନଙ୍କୁ ଚିରଦିନ ପାଇଁ ବିଦାୟ ଜଣାଇ ସାରା ଅଞ୍ଚଳ ଲୁହ ଓ କୋହରେ ବାକ୍‌ ଶୂନ୍ୟ ହୋଇଯାଇଛି । ପୂର୍ବାହ୍ନରେ ନବକିଶୋର ଦାସଙ୍କ ପାର୍ଥିବ ଶରୀରକୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ନିଆଯାଇଥିଲା ।

ତା’ର ଯଥେଷ୍ଟ ପୂର୍ବରୁ ଜନସମୁଦ୍ର ପାଲଟି ଯାଇଥିଲା ଝାରସୁଗୁଡ଼ା ବିମାନ ବନ୍ଦର ଅଞ୍ଚଳ । ମରଶରୀର ପହଞ୍ଚିବା ପରେ ଗୁମ୍‌ସୁମ ପାଲଟି ଯାଇଥିଲା ପରିବେଶ । ତା’ରି ଭିତରେ ଶୁଭିଥିଲା ‘ନବକିଶୋର ଦାସ ଅମର ରହେ’ ଧ୍ବନି । ଏ ସ୍ଲୋଗାନ ସହିତ ଲୋକଙ୍କ ଆଖିରୁ ଝରି ପଡୁଥିଲା ଲୁହ । କୋହରେ ରୁନ୍ଧି ହୋଇଯାଇଥିଲା ଛାତି । ନିଜର ପ୍ରିୟ ନେତାଙ୍କ ଶେଷ ଦର୍ଶନ ସହିତ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଝାରସୁଗୁଡ଼ା ବିମାନବିନ୍ଦରରୁ ନବକିଶୋରଙ୍କ ଶବାଧାରକୁ ତାଙ୍କ ସରବାହାଲସ୍ଥିତ ବାସଭବନକୁ ନିଆଯାଇଥିଲା । ପତ୍ନୀ ମିନତି ଦାସ, ଏକମାତ୍ର ପୁତ୍ର ବିଶାଲ ଓ କନ୍ୟା ଦୀପାଳିଙ୍କ ସମେତ ଆତ୍ମୀୟ ସ୍ବଜନ ତାଙ୍କ ଶେଷ ଦର୍ଶନ କରିଥିଲେ । ସେଠାରୁ ପାର୍ଥିବ ଶରୀରକୁ ମନମୋହନ ସ୍କୁଲ ପରିସରରକୁ ନିଆଯାଇଥିଲା । ହଜାର ହଜାର ସାଧାରଣ ଲୋକ, ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।.

ଖେରୁଆଲ ଶ୍ମଶାନରେ ନବ ଦାସଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

ଝାରସୁଗୁଡା: ଶେଷ ଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଖେରୁଆଲ ଶ୍ମଶାନରେ ଆଉ କିଛି ସମୟ ପରେ ସରିବ ଶେଷକୃତ୍ୟ । ଶ୍ମଶାନରେ ଦିଆଯାଇଛି ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ ପାଇଁ ଖେରୁଆଲ ଶ୍ମଶାନ ଲୋକାରଣ୍ୟ । ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଶେଷଯାତ୍ରାରେ ସାମିଲ ଅଛନ୍ତି । ସମର୍ଥକମାନେ ନବ ଦାସ ଅମର ରହେ ନାରା ଦେଇଥିଲେ ।

ସମର୍ଥକଙ୍କ ଲୁହରେ ଭିଜିଛି ସମ୍ପୂର୍ଣ୍ଣ ଅଞ୍ଚଳ । ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତରେ ଦିଆଗଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ଏହି ଅବସରରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି ।

ପାକିସ୍ତାନର ଏକ ମସଜିଦରେ ଆତ୍ମଘାତୀ ଆକ୍ରମଣ, ୪୬ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ପେଶାୱାର ସହରରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି । ପ୍ରାରମ୍ଭିକ ସୂଚନା ମୁତାବିକ, ପୋଲିସ ଲାଇନ୍ସରେ ଅବସ୍ଥିତ ମସଜିଦ ଭିତରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୪୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକ ହୋଇଛନ୍ତି ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ପୋଲିସ ଅଧିକାରୀ । ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦେଇଛି ।

ଏହି ମସଜିଦ୍ ପାଖରେ ହିଁ ସେନାର ଏକ ୟୁନିଟର ଅଫିସ୍ ମଧ୍ୟ ରହିଛି । ବିସ୍ପୋରଣ ଏତେ ଭୟାବହ ଥିଲା ଯେ ଏହାର ଶବ୍ଦ ଦୁଇ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ତେବେ ବିସ୍ଫୋରଣ ପରେ ଫାୟାରିଙ୍ଗ ହୋଇଥିବାର ମଧ୍ୟ ଶୁଣାଯାଇଛି । ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆକ୍ରମଣରେ ନିଜୟକୁ ଦାୟୀ କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନମାଜ ସମୟରେ ମସଜିଦରେ ୫୦୦ରୁ ୫୫୦ ଜଣ ଉପସ୍ଥିତ ଥିଲେ ।

ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ଭାଗର ଏକ ଧାଡ଼ିରେ ଉପସ୍ଥିତ ଥିଲା । ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ ପୋଲିସ ଲାଇନ୍ସରେ କେମିତି ପହଞ୍ଚିଲା, କାରଣ ଏହା ଭିତରକୁ ଆସିବାକୁ ହେଲେ ଗେଟ୍ ପାସ୍ ଦେଖାଇବାକୁ ପଡ଼ିଥାଏ । ମସଜିଦ୍ ଟି ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । କୁହାଯାଉଛି ଯେ ଏହାର ଭଗ୍ନାଂଶ ତଳେ ଅନେକ ଲୋକ ଫଶି ରହିଛନ୍ତି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ପେଶୱାରର ଲେଡି ହୋର୍ଡିଂ ହସ୍ପିଟାଲରେ ଚାଲିଛି ।

ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି କହିଛନ୍ତି ପେଶଓ୍ବାର ଡେପୁଟୀ କମିଶନର ସାଫି ଉଲ୍ଲା ଖାଁ । ଏହି ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତୀବ୍ର ନିନ୍ଦା କରିଛନ୍ତି । ତେବେ ଧାର୍ମିକ କାରଣରୁ ଏହି ଅମାନୁଷିକ କାଣ୍ଡ ଘଟିନାହିଁ ବୋଲି ସେ କହିଛନ୍ତି । ଖେବର ପାଖତୁନଖାଓ୍ବା ପ୍ରଜାତନ୍ତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ବି ବିସ୍ଫୋରଣକୁ ନିନ୍ଦା କରିଛନ୍ତି । ହାଇସିକ୍ୟୁରିଟି ଜୋନରେ ପ୍ରାର୍ଥନା ଚାଲିଥିବାବେଳେ ଆତ୍ମଘାତୀ କରିଥିବା ଭୟାନକ ବିସ୍ଫୋରଣ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ମସଜିଦର କେତେକ ଛାତ ଉଡିଯାଇଥିଲା ।

ଆପୋଷ ଆଲୋଚନାରେ ହେଲା ବିବାଦର ସମାଧାନ, ଏକାଠି ରହିବାକୁ ରାଜି ହେଲେ ହ୍ୟୁମାନ-ଶ୍ରୀୟା

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶ୍ରୀୟା ପାରିବାରିକ ବିବାଦ ମାମଲା। ମହିଳା ଥାନାରୁ ବାହାରିଲେ ଉଭୟ ହ୍ୟୁମାନ ସାଗର ଓ ଶ୍ରୀୟା । କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନାରେ ବିବାଦର ସମାଧାନ ହୋଇଛି । ଆଲୋଚନା ପରେ ଉଭୟ ମିଳିମିଶି ରହିବାକୁ ରାଜି ହୋଇଛନ୍ତି । ମାସେ ମଧ୍ୟରେ ଉଭୟ ପରସ୍ପର ସହ ଦେଖା କରିବେ। ସମ୍ପର୍କକୁ ଉତ୍ତମ କରିବେ। ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୂଘରକୁ ଫେରିବେ। ଉଭୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଉଭୟ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁସାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ନାଁରେ ଆସିଥିଲା ଅଭିଯୋଗ । ହ୍ୟୁମାନ ସାଗର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପତ୍ନୀ ଶ୍ରୀୟା ଅଭିଯୋଗ କରିଥିଲେ । ଶେଷର ମହିଳା ଥାନାରେ ଅତିଷ୍ଠ ହୋଇ ମହିଳା ଥାନାରେ ହାଜର ହୋଇଥିଲେ ଶ୍ରୀୟା ।

 

ନବ ଦାସଙ୍କୁ ଗୁଳିକାଣ୍ଡ ପରେ ଅଭିଯୁକ୍ତ ଗୋପାଳକୃଷ୍ଣ ଘରେ ପଡ଼ିଛି ତାଲା

ବ୍ରହ୍ମପୁର: ନବକିଶୋର ଦାସଙ୍କୁ ଗୁଳିକାଣ୍ଡ ପରେ ଅଭିଯୁକ୍ତ ଗୋପାଳକୃଷ୍ଣର ଘରେ ପଡ଼ିଛି ତାଲା । ତାଙ୍କ ପରିବାର ଲୋକ ଘର ଛାଡ଼ି ଅନ୍ୟ କେଉଁଆଡ଼େ ପଳାଇଥିବା ଜଣାପଡ଼ିଛି । ବ୍ରହ୍ମପୁର ଆଙ୍କୁଲି ଓ୍ବାର୍ଡ ନମ୍ବର ୩୯ରେ ରହୁଥିଲେ ଗୋପାଳକୃଷ୍ଣର ପରିବାର । ନବ କିଶୋର ଦାସଙ୍କୁ ଅଭିଯୁକ୍ତ ଗୋପାଳ ଗୁଳି ଚଳାଇଥିବା ଖବର ଜଣାପଡ଼ିବା ପରେ ତାଙ୍କ ଘର ସମ୍ମୁଖରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । ତେବେ ନବକିଶୋରଙ୍କ ଦେହାନ୍ତ ପରେ ଗୋପାଳର ପରିବାର ଲୋକ କେଉଁଆଡ଼େ ପଳାଇଥିବା ଜଣାପଡ଼ିଛି । ଘର ବାହାରେ ତାଲା ପଡିଛି । ସେମାନେ କେଉଁଆଡେ ପଳାଇଲେ, ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।