spot_img
Home Blog Page 3492

ମାଟ୍ରିକ୍ ପରୀକ୍ଷାର ଶେଷ ଦିନରେ ଜୀବନ ହାରିଲେ ଛାତ୍ରୀ

ଯାଜପୁର: ମାଟ୍ରିକ୍ ପରୀକ୍ଷାର ଶେଷ ଦିନରେ ଜୀବନ ହାରିଲେ ଛାତ୍ରୀ । ଯାଜପୁର ଟାଉନ ଥାନା ବରହଟା ପାଇଲ ସାହି ଗାଁରେ ଘଟିଛି ଏଭଳି ଘଟଣା । ମୃତ ଛାତୀ ହେଲେ ରଶ୍ମିବାଲା ପାଇଲି ।

ଯାଜପୁର ମୁନସିପାଲ ହାଇସ୍କୁଲରେ ଦେଉଥିଲେ ପରୀକ୍ଷା । ତେବେ ପରୀକ୍ଷା ଚାପରେ ଥିବା ପରିବାର କହିଥିବା ବେଳେ ଗତକାଲି ରାତିରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ନ୍ୟୁଜରୁମରେ ହଠାତ ବେହୋସ ହୋଇଗଲେ ଆଙ୍କର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆମେରିକାର ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ଚାଲିଥିଲାବେଳେ ଆଙ୍କର ବେହୋସ ହୋଇଯାଇଛନ୍ତି । ଆଙ୍କର ଜଣଙ୍କ ନ୍ୟୁଜ ପଢ଼ିଲାବେଳେ ପୂରାପୂରି ଠିକ ଦେଖାଯାଉଛନ୍ତି କିନ୍ତୁ ହଠାତ ସେ ବେହୋସ ହୋଇ ତଳେ ଗଳିପଡ଼ୁଛନ୍ତି ।

ତାଙ୍କୁ ଦେଖି ତାଙ୍କ ସହଯୋଗୀ ମଧ୍ୟ ହଡବଡ ହୋଇଯାଉଛନ୍ତି । ଏହି ଘଟଣା ଜଣା ପଡ଼ିବା ପରେ ମହିଳା ଆଙ୍କର ଜଣଙ୍କର ହାର୍ଟ ଜନିତ ସମସ୍ୟା ଥିବା ଜଣାପଡ଼ିଛି । ଲାଇଭ ସୋ’ରେ ଆଙ୍କର ବେହୋସ ହେଉଥିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓରେ ଦେଖାଯାଉଛି ଦୁଇଜଣ ଆଙ୍କର ଅନ୍ୟ ଜଣେ ଆଙ୍କରଙ୍କଠୁ ପୂରା ରିପୋର୍ଟ ଦେବାପାଇଁ କହୁଛନ୍ତି । ଅନ୍ୟ ଆଙ୍କର ଜଣଙ୍କ କହିବା ଆରମ୍ଭ କଲାବେଳେ ଠିକଠାକ ଲାଗୁଛନ୍ତି । କିନ୍ତୁ ହଠାତ ସେ ବେହୋସ ହେଇଯାଉଛନ୍ତି ।

ତାଙ୍କର ହାର୍ଟ ସମସ୍ୟା ରହିଥିବାରୁ ଏପରି ହୋଇଥିବା କୁହାଯାଉଛି । ଏପରି ସମୟରେ ଅନେକଙ୍କର ମୃତ୍ୟୁ ବି ହେଉଥିବା ଦେଖାଯାଏ । ହାର୍ଟ ସମସ୍ୟା ଏବେ ଯୁବପିଢ଼ୀଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି । କେତେବେଳେ ଜିମରେ ହାର୍ଟ ଆଟାକ ହେଉଛି ତ ଆଉ କେତେବେଳେ ମର୍ଣ୍ଣିଂଓ୍ବକ ବେଳେ । ହାର୍ଟ ସମସ୍ୟା ଏବେ ଅଧିକ ଦେଖାଯାଉଥିବାରୁ ଏଥିପ୍ରତି ସଚେତନ ହେବା ଆବଶ୍ୟକ ।

କେରଳକୁ ମିଳିଲା ପ୍ରଥମ ଟ୍ରନ୍ସଜେଣ୍ଡର ଆଇନଜୀବୀ

ଥିରୁଅନନ୍ତପୁରମ: କେରଳକୁ ମିଳିଲା ପ୍ରଥମ ଟ୍ରନ୍ସଜେଣ୍ଡର ଆଇନଜୀବୀ । ପଦ୍ମା ଲକ୍ଷ୍ମୀ ହେଲେ କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ପଦ୍ମା ରାଜ୍ୟ ବାର୍ କାଉନସିଲରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଛନ୍ତି । କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆଇନ ପାଠ୍ୟକ୍ରମରେ ୧୫ଶହରୁ ଅଧିକ ବିଦ୍ୟାର୍ଥୀ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଛନ୍ତି । ସେମାନଙ୍କୁ କାଉନସିଲରେ ନାମ ପଞ୍ଜିକରଣ କରିବା ପରେ ପ୍ରମାଣପତ୍ର ଦିଆଯାଇଛି । ଏମାନଙ୍କ ଭିତରେ ରହିଛନ୍ତି ପଦ୍ମା ।

ଗତ ରବିବାର ଏ ନେଇ ବାର୍ କାଉନସିଲ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମା ଏବଂ ଅନ୍ୟମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା ।

ଲୋକସଭାରେ ଚନ୍ଦ୍ରଶେଖରଙ୍କ ଦାବି, ଓଡ଼ିଶାରେ ସ୍ଥାପନା ହେଉ NITTR

ନୂଆଦିଲ୍ଲୀ: ଲୋକସଭାରେ ଦାବି ଉପସ୍ଥାପନା କଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଓଡ଼ିଶାରେ NITTR ସ୍ଥାପନା ନେଇ ଗୃହରେ ଦାବି କରିଛନ୍ତି । ସାଂସଦ ଶ୍ରୀ ସାହୁ ଦର୍ଶାଇଛନ୍ତି, ଓଡ଼ିଶାରେ ୩୪ଟି ସରକାରୀ ଓ ୧୨୪ଟି ଘରୋଇ ପଲିଟେକନିକ ସଂସ୍ଥା ରହିଛି । ରାଜ୍ୟରେ ଥିବା ଏହି ପଲିଟେକନିକ ଗୁଡ଼ିକ ପାଇଁ କୁଶଳୀ କରର୍ମଚାରୀଙ୍କ ଅଭାବ ରହିଛ । ଯଦ୍ୱାରା ଯେଉଁ ପରିମାଣରେ ଉନ୍ନତି ହେବା କଥା,ସେଥିରେ ପ୍ରତିବନ୍ଧକ ଲାଗିଛି । ସେପଟେ ଟ୍ରେନିଂ ପାଇଁ କେବଳ ଗୋଟିଏ ସରକାରୀ ପଲିଟେକନିକ ଭୁବନେଶ୍ୱରରେ ରହିଛି ।

କିନ୍ତୁ ଭୁବନେଶ୍ୱରରେ ଥିବା ପଲିଟେକନିକ୍ କୋଲକାତା NITTR ପରିବର୍ଦ୍ଧିତ କେନ୍ଦ୍ର । ଓଡ଼ିଶାରେ NIITR ଭଳି ଏକ କେନ୍ଦ୍ରର ଆବଶ୍ୟକତା ନିହାତି ରହିଛି । ଯଦି ଓଡିଶାରେ NITTR କେନ୍ଦ୍ର ସ୍ଥାପନା କରାଯାଏ ତେବେ ବୈଷ୍ୟିକ ଶିକ୍ଷା କ୍ଷଷତ୍ରରେ ତାଲିମପ୍ରାପ୍ତ ଦକ୍ଷ ଶିକ୍ଷକ ବାହାରିପାରିବେ । ଏହା ରାଜ୍ୟର ବିକାଶରେ ଅତ୍ୟନ୍ତ ସହାୟକ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏ ଅନୁରୋଧ କରିଛନ୍ତି ବ୍ରହ୍ମପୁର ସାଂସଦ । ଏ ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ ସାହୁ ସଂସଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଧମକପୂର୍ଣ୍ଣ ମେଲ୍ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା

ମୁମ୍ବାଇ: ସଲମାନ ଖାନଙ୍କୁ Y+ ସୁରକ୍ଷା । ଧମକପୂର୍ଣ୍ଣ ମେଲ୍ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା । ହତ୍ୟା ଧମକକୁ ନେଇ ବାନ୍ଦ୍ରା ଥାନାରେ ଏତଲା ଦାଏର ହୋଇଥିବା ବେଳେ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସଲମାନଙ୍କ ଆପାର୍ଟମେଣ୍ଟ ଗାଲାକ୍ସି ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶନିବାର ଅପରାହ୍ନରେ ସଲମାନଙ୍କ ଅଫିସ ମେଲକୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଲରେନ୍ସର ସାକ୍ଷାତକାର ଦେଖିନ ଯଦି ଦେଖିବାକୁ ମେଲରେ ଉଲ୍ଲେଖ କରାଯାଇଥିଲା । ଲରେନ୍ସର ସହଯୋଗୀ କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍‌ ସଲମାନଙ୍କ ସହ କଥାହେବ ବୋଲି କହିଛି ।

FIRରେ ଆଉ ଏକ ରୋହିତ ଗ୍ୟାଙ୍ଗର ନାଁ ସାମ୍ନାକୁ ଆସିଛି । ସିଦ୍ଧୁ ମୁସେଓ୍ବାଲା ମର୍ଡର କେସରେ ଲରେନ୍ସ ଜେଲରେ ରହିଛି ।

ଲାଲବାହିନୀଙ୍କ ଲଙ୍କାକାଣ୍ଡ, ୧୨ ଗାଡ଼ି ଜାଳିଦେଲେ

ନନ୍ଦିଘୋଷ ବ୍ୟୁରୋ: ଉପସ୍ଥିତି ଜାହିର କଲେ ଲାଲବାହିନୀ । ପୁଣି ବଡ଼ ଧରଣର ଲଙ୍କାକାଣ୍ଡ । ଡର୍ଜନ ଗାଡ଼ି ଜାଳିଦେଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକକାଳୀନ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି ଗୁଡ଼ିକୁ ଜାଳିଦେଲେ ମାଓବାଦୀ । ୮ଟି ଟ୍ରାକ୍ଟର, ଦୁଇଟି ଜେସିବି, ଦୁଇଟି ଡୋଜରରକୁ ଜାଳି ଦେଲେ ଲାଲବାହିନୀ ମାଓବାଦୀ । ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ।

ପ୍ରଥମକରି ୬୦ ହଜାର ଟଙ୍କା ଟପିଲା ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ମୂଲ୍ୟ

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ୭୦ ହଜାର ଟଙ୍କା ଛୁଇଁବ ସୁନା ଭରି । ଆଜି ପ୍ରଥମକରି ୬୦ ହଜାର ଟଙ୍କା ଟପିଛି ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନାର ମୂଲ୍ୟ । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଭୁବନେଶ୍ବରରେ ୫୪ ହଜାର ଟଙ୍କା ଅତିକ୍ରମ କରିଛି । ବର୍ତ୍ତମାନ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ୫୫,୪୫୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୪୭୦ ଟଙ୍କାରେ ପହଞ୍ଚିଛି। ରାଜଧାନୀରେ ମଧ୍ୟ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା  ଅତିକ୍ରମ କରି ୬୦,୯୩୦ ଟଙ୍କାରେ ପହଞ୍ଚିଛି । ତେବେ ଭୁବନେଶ୍ବରରେ ରୁପା କିଲୋ ୭୧,୦୦୦ ଟଙ୍କାରେ ମଧ୍ୟ ପହଞ୍ଚିଛି ।

ଆମେରିକାର ଓ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ସଂକଟ ଯୋଗୁଁ ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବିଶ୍ବ ଅର୍ଥନୀତି । ବିଭିନ୍ନ ବ୍ୟାଙ୍କରେ ସେୟାର ହ୍ରାସ ଏବଂ ବଣ୍ଡ ମୂଲ୍ୟରେ ହ୍ରାସ କାରଣରୁ ଲୋକେ ଡିପୋଜିଟ୍ ବଦଳରେ ୟେଲୋ ମେଟାଲ୍ ବା ସୁନାନେ ବିବେଶ କରିବାକୁ ପସନ୍ଦ କରୁଛନ୍ତି ଏବଂ ସୁରକ୍ଷତି ମଣୁଛନ୍ତି । ବଡ଼ ବଡ଼ ନିବେଶକମାନେ ଅଧିକ ପରିମାଣର ସୁନା କିଣୁଥିବାରୁ ହଠାତ୍ ସୁନା ମୁଲ୍ୟରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ବିବାହ ଋତୁ ଜାରି ରହିଥିବାବେଳେ ସୁନା ମୂଲ୍ୟରେ ହେଉଥିବା ଏଭଳି ଅହେତୁକ ବୃଦ୍ଧି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଗତ ସପ୍ତାହେ ମଧ୍ୟରେ ସୁନା ଦରରେ ୪ରୁ ୫ ହଜାର ଟଙ୍କାର ବୃଦ୍ଧି ହୋଇଛି ।

ବିରୋଧୀଙ୍କ ହଲ୍ଲାବୋଲ ଯୋଗୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦ ସ୍ଥଗିତ

ନୂଆଦିଲ୍ଲୀ: ଆଜି ବି ଆଦାନୀ ପ୍ରସଙ୍ଗରେ ଗୃହ ଅଚଳ । ହଜାର ହଜାର କୋଟିର ମହାଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜେପିସି ଗଠନ ପାଇଁ ସରକାର କାହିଁକି ରାଜି ହେଉନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ର-ଆଦାନୀ ସମର୍କକୁ ନେଇ ନାରାବାଜି ହୋଇଥିବା ବେଳେ ତଦନ୍ତ ହେଲେ ବିଜେପିର ଅସଲ ମୁଖା ଖୋଲିଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ ।

ପୁଞ୍ଜିପତିଙ୍କ ପାଇଁ ବିଜେପି ଦେଶର ନାଗରିକଙ୍କ ହକ୍ ଛଡ଼ାଇ ନେଇଛନ୍ତି । ସଂସଦ ଆରମ୍ଭରୁ ଜେପିସି ଗଠନ ପାଇଁ ଦାବି ହେଉଥିବା ବେଳେ ସରକାର ଗୃହ ଚଳାଇଦେବାକୁ ଚାହୁଁନାହାନ୍ତି । ଜାଣିଶୁଣି ସଂସଦ ମୁଲତବି କରିଦିଆଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ବିରୋଧୀଙ୍କ ହଲ୍ଲାବୋଲ ଯୋଗୁ ଉଭୟ ଗୃହକୁ ଦିନ ଆସନ୍ତାକାଲି ଯାଏ ସ୍ଥଗିତ ରଖାଯାଇଛି ।

୩ ମିନିଟ ଧରି ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ

ପାଟନା: ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ । ଲାଜରେ ମୁହଁ ତଳକୁ କରିଦଲେ ଯାତ୍ରୀ । ଗୋଟେ କି ଦୁଇ ମିନିଟ ନୁହେଁ ଲଗାତାର ୩ ମିନିଟ ଧରି ଚାଲିଛି ବ୍ଲୁ ଫିଲ୍ମ । ରେଳ ଷ୍ଟେସନରେ ଲାଗିଥିବା ଟିଭି ସ୍କ୍ରିନରେ ବିଜ୍ଞାପନ ବଦଳରେ ଚାଲିଛି ବ୍ଲୁ ଫିଲ୍ମ । ବିହାରର ରାଜଧାନୀ ପାଟନା ରେଳ ଷ୍ଟେସନରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଗତ ରବିବାର ସକାଳ ୧୦ଟାରେ ପାଟନା ରେଳ ଷ୍ଟେସନର ୧୦ ନଂ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି । ବ୍ଲୁ ଫିଲ୍ମ ଚାଲିବା ଦେଖି କିଛି ଯାତ୍ରୀ ମୋବାଇଲରେ ରେକର୍ଡ ବି କରିଥିଲେ । ଯାତ୍ରୀମାନେ ଏହାକୁ ବିରୋଧ କରିବା ସହ ରେଳ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ।

୩ ମିନିଟ ପରେ ରେଳ ଷ୍ଟେସନରେ ସିନା ଅଶ୍ଳୀଳ ଫିଲ୍ମ ବନ୍ଦ ହେଇଯାଇଥିଲା କିନ୍ତୁ ଏହା ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିଲା । ଏବେ ଏହି ମୋବାଇଲ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । କିଛି ସୋସିଆଲ ମିଡିଆ ୟୁଜର୍ସ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ରେଳ ବିଭାଗକୁ ଏହି କ୍ଲିପ୍ ଟ୍ବିଟ କରିଛନ୍ତି ।

ରେଳ ଷ୍ଟେସନରେ ଲାଗିଥିବା ଟିଭିରେ ବିଜ୍ଞାପନ ଚଳାଇବା ଦାୟିତ୍ବ ଏକ ଏଜେନ୍ସିକୁ ଦିଆଯାଇଛି । ଦତ୍ତ କମ୍ୟୁନିକେସନ ନାଁରେ ଏହି ଏଜେନ୍ସି ରହିଛି । ଏହି ଏଜେନ୍ସି ନାଁରେ ଏବେ ଏଫଆଇଆର ଦେଇଛି ରେଳ ବିଭାଗ । ଏଭଳି ଭୁଲ କେମିତି ହେଲା ସେ ନେଇ ତଦନ୍ତ ଚାଲିଛି ।

ଲଣ୍ଡନରେ ତ୍ରିରଙ୍ଗା ଓହ୍ଲାଇ ଖଲିସ୍ତାନୀ ପତାକା ଲଗାଇଲେ ସମର୍ଥକ

ଲଣ୍ଡନ: ଲଣ୍ଡନରେ ତ୍ରିରଙ୍ଗାକୁ ଘୋର ଅପମାନ । ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗାକୁ ଅପମାନ କରାଯାଇଛି । ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ତ୍ରିରଙ୍ଗାକୁ କାଢ଼ି ଖଲିସ୍ତାନୀ ପତାକା ଲଗାଯାଇଛି । ଏହି ଘଟଣାକୁ ନେଇ ସାରା ଦେଶ ଅସନ୍ତୋଷ ବ୍ୟକ୍ତ କରିଥିଲାବେଳେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି ।

ଏ ନେଇ ଭାରତ ଜଣେ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ମଧ୍ୟରେ ଭେଦଭାବ ରହିଛି ।

ସୂଚନା ଅନୁସାରେ, ଗତ ରବିବାର ବିଳମ୍ବିତ ରାତିରେ ଖଲିସ୍ତାନ ସମର୍ଥକମାନେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନଙ୍କୁ ଟାର୍ଗେଟ କରିଥିଲେ । କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା କରିବା ସହ ତ୍ରିରଙ୍ଗାକୁ ଅପମାନ କରାଯାଇଥିଲା । ଏହି ଘଟଣାକୁ ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନ ଟ୍ବିଟ କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ, ଖଲିସ୍ତାନୀ ସମର୍ଥକ ତ୍ରିରଙ୍ଗାକୁ ତଳକୁ ଓହ୍ଲାଇ ତଳେ ପକାଇ ଦେଉଛନ୍ତି । ଏହା ପରେ ସମର୍ଥକମାନେ ଖଲିସ୍ତାନୀ ପତାକାକୁ ଲଗାଉଛନ୍ତି ।