spot_img
Home Blog Page 3496

ଏସିଆନ୍ ଗେମ୍ସ ପୂର୍ବରୁ ଦୂତିଙ୍କୁ ଝଟକା, ଡୋପ୍ ଟେଷ୍ଟରେ ଫେଲ୍ ପରେ ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା

ଭୁବନେଶ୍ୱର: ଏସୀୟ କ୍ରୀଡ଼ା ପୂର୍ବରୁ ଭାରତକୁ ଝଟକା । ଧାବିକା ଦୂତି ଚାନ୍ଦ ସାମୟିକ ଭାବେ ସସପେଣ୍ଡ । ଡୋପ୍‌ ଟେଷ୍ଟ ପଜିଟିଭ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଓ୍ବାଲଡ ଆଣ୍ଟି ଡୋପିଂ ଏଜେନ୍ସି । ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି । ଓଡ଼ିଆ ଧାବିକା ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା ।

 

 

ଚୀନରେ ବିଗୁଡୁଛି ମହାମାରୀ ସ୍ଥିତି, ଦୈନିକ ହଜାର ହଜାର ଲୋକଙ୍କ ମୃତ୍ୟୁ ରେକର୍ଡ

ବେଜିଂ: ଚୀନରେ ବିଗୁଡ଼ୁଛି କରୋନା ସ୍ଥିତି । ହଲି ଡେ’ରେ ୩୬ ହଜାର ଛୁଇଁବ ଦୈନିକ କରୋନା ମୃତ୍ୟୁ ସଂଖ୍ୟା । ମହାମାରୀର ଅତି ଭୟାନକ ସ୍ଥିତି ଦେଇ ଗତି କରୁଛି ଚୀନ । କରୋନା କାଳ ଆରମ୍ଭ ପରଠାରୁ ପ୍ରଥମ ଥର ଲାଗି ଚୀନରେ ଏପରି ସ୍ଥିତି ଉପୁଜିଛି । ଗତ ଡିସେମ୍ବର ୨୯ରେ ଚୀନରେ ୧୧ ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଜିରୋ କୋଭିଡ ପଲିସି ହଟିବା ପରେ ସଂକ୍ରମଣ ପିକରେ ପହଞ୍ଚିଛି ବୋଲି ବ୍ରିଟେନର ଏକ ରିସର୍ଚ୍ଚ ଫାର୍ମ ରିପୋର୍ଟ ଦେଇଛି । ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ଆଡ଼କୁ ଯିବା ଆଶଙ୍କା ରହିଛି ।

ଚାଇନିଜ ନୂଆବର୍ଷ ଛୁଟି ଯୋଗୁ ଲୋକମାନେ ନିଜ ନିଜ ଘରକୁ ଫେରୁଥିବାରୁ ସଂକ୍ରମଣ ଅତି ମାତ୍ରାରେ ବଢ଼ିପାରେ । କରୋନା ଭୂତାଣୁ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ହୋଇପଡ଼ୁଥିବାରୁ ହସ୍ପିଟାଲ ଗୁଡ଼ିକରେ ମଧ୍ୟରେ ସ୍ଥିତି ଖରାପ ହୋଇଛି । ବେଡ୍‌ ଅଭାବ ସାଙ୍ଗକୁ ମେଡିକାଲ କର୍ମଚାରୀ ସଙ୍କଟ ଯୋଗୁ କରୋନା ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି । ହସ୍ପିଟାଲରେ ଭିଡ଼ ଓ ଚିକିତ୍ସା ଅଭାବରୁ ମଧ୍ୟ ଅନେକ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ଡିସେମ୍ବର ଶେଷ ସୁଦ୍ଧା ଚୀନରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଥିଲେ ବି ସରକାରୀ ରିପୋର୍ଟରେ  ମୃତ୍ୟୁ ସଂଖ୍ୟା ବହୁ କମ୍ ଦର୍ଶାଇଛନ୍ତି ଚୀନ ସରକାର ।

ତେଲେଙ୍ଗାନା ରାଜ୍ୟ ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟ କୁମାରଙ୍କ ପୁଅଙ୍କ ଦାଦାଗିରି, ସହପାଠୀଙ୍କୁ ମାରିଲେ ମାଡ଼

ହାଇଦ୍ରାବାଦ: ବିଜେପି ନେତାଙ୍କ ପୁଅଙ୍କ ଦାଦାଗିରି । ତେଲେଙ୍ଗାନା ରାଜ୍ୟ ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟ କୁମାରଙ୍କ ପୁଅ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ହାଇଦ୍ରାବାଦର ଏକ ଘରୋଇ କଲେଜରେ ଜଣେ ଛାତ୍ରଙ୍କୁ ମାଡ଼ ମାରିବାର ଭିଡିଓ ହୋଇଥିଲା ଭାଇରାଲ । ବିଜେପି ନେତାଙ୍କ ପୁଅ ବାନ୍ଦି ଭାଗୀରଥି ସାଇ ସ୍ଥାନୀୟ ମହିନ୍ଦ୍ରା ବିଶ୍ବବିଦ୍ୟାଳୟରେ ପଢ଼ନ୍ତି । ତେବେ କୌଣସି କାରଣରୁ ସହପାଠୀ ଛାତ୍ରଙ୍କୁ ଭାଗୀରଥି ଓ ତାଙ୍କ ସାଙ୍ଗମାନେ ଚାପୁଡ଼ା ମାରିଥିଲେ । ଏହି ମାଡ଼ର ଭିଡିଓ ଭାଇରାଲ ହୋଇଥିଲା । ଛାତ୍ରଜଣକ କାକୁତି ମିନତି କରିଥିଲେ ମଧ୍ୟ ସେମାନେ ଛାଡ଼ି ନଥିଲେ ।

ଜଣେ କ୍ଲାସମେଟଙ୍କ ଭଉଣୀଙ୍କୁ ସେହି ଛାତ୍ରଜଣକ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ସେମାନେ ଆଇନକୁ ହାତକୁ ନେଇ ଛାତ୍ରଜଣକୁ ପିଟିଥିବା ସୂଚନା ମିଳିଛି । ସେପଟେ ଏହି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଦୋଷ ଦେଇଛନ୍ତି ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ କୁମାର । ଏହାରି ମୂଳରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ପୁଣି ପଦାକୁ ଆସିଲା ତାଲିବାନୀ ବର୍ବରତା, ଷ୍ଟାଡିଅମରେ ସର୍ବସମ୍ମୁଖରେ ଅଭିଯୁକ୍ତ ୯ ଜଣଙ୍କୁ ଅମାନୁଷିକ ଦଣ୍ଡ

କାବୁଲ: ପୁଣି ପଦାକୁ ଆସିଲା ତାଲିବାନୀ ବର୍ବରତା । ଚୋରି ଅଭିଯୋଗରେ ଚାରି ଜଣଙ୍କ ହାତ କାଟିଦେଲା ତାଲିବାନ । କାନ୍ଦାହାରସ୍ଥିତ ଅହମ୍ମଦ ଶାହୀ ଷ୍ଟାଡିୟମରେ ସର୍ବସମ୍ମୁଖରେ ଘଟିଛି ଘଟଣା । ଚୋରି ତଥା ଯୌନଗତ ଅଭିଯୋଗ କ୍ରମେ ୯ ଜଣଙ୍କୁ ଷ୍ଟାଡିୟମରେ ଦଣ୍ଡ ଦିଆଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ହାତ କାଟିଦିଆଯାଇଛି । ଅଭିଯୁକ୍ତମାନଙ୍କୁ ୩୫ରୁ ୩୯ ଥର ଲେଖାଁଏ ଆଘାତ କରାଯାଇଥିଲା ବୋଲି କହିଛନ୍ତି ଗଭର୍ଣ୍ଣରଙ୍କ ମୁଖପାତ୍ର ହାଜି ଜୈଦ । ତାଲିବାନ ଶାସନ ପରଠାରୁ ଦେଶରେ ସର୍ବସମ୍ମୁଖରେ ଏହି ଧରଣର ବର୍ବରତା ପ୍ରକାଶ ପାଉଛି ବୋଲି ବିଭିନ୍ନ ମହଲରୁ କୁହାଯାଇଛି ।

ତଥାକଥିତ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶରେ ଦେଶରେ ବିଭିନ୍ନ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ନିର୍ଯାତନା ଓ ଏପରିକି ମୃତ୍ୟୁଦଣ୍ଡ ଦିଆଯାଉଥିବାରୁ ଆତଙ୍କ ପ୍ରକାଶ ପାଇଛି । ଗତବର୍ଷ ନଭେମ୍ବର ପରଠାରୁ ଦେଶରେ ଉଭୟ ୧୦୦ ମହିଳା ଓ ପୁରୁଷଙ୍କୁ ଏପରି ଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ଚୋରି, ସାମାଜିକ ନିୟମ ଉଲ୍ଲଂଘନ, ଅନୈତିକ ସମ୍ପର୍କ ଆଦି କାରଣକୁ ନେଇ ଏହି ଦଣ୍ଡ ଦିଆଯାଉଥିବା କୁହାଯାଇଛି । ଗତ ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ଲାଗି ଗତବର୍ଷ ଡିସେମ୍ବର ୭ ତାରିଖରେ ଫାରା ସିଟିରେ ଜଣେ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ହକି ଟିକେଟ କଳାବଜାରୀ, ୫ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ହକି ଟିକେଟ କଳାବଜାରୀ ଅଭିଯୋଗ । ଟିକେଟ କଳାବଜାରୀ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩୫ଟି ହକି ଟିକେଟ୍‌, ୧୦ ହଜାର ଟଙ୍କା ଜବତ କରାଯାଇଛି । ସେମାନେ ଛାତ୍ର ଓ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ସାଧା ପୋଷାକରେ ପୋଲିସ ମୁତୟନ ହୋଇଥିଲେ । ଗରାଖ ଭାବେ ପୋଲିସ ସେଠାକୁ ଯାଇ ଟିକେଟ୍ କଳାବଜାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ।

ପ୍ରତାରିତ ପ୍ରେମୀଙ୍କ ପ୍ରଥମ ପସନ୍ଦ ବେବଫା ଚା’ବାଲା, ଲାଗୁଛି ଲମ୍ବା ଲାଇନ

ଲକ୍ଷ୍ନୌ: ଭାରତରେ ଚା’ଖଟି ଏକ ନିତିଦିନିଆ କାହାଣୀ  । ବହୁ ସମୟରେ ଏହି ଚା ଖଟିରୁ କେତେ ଯେ କାହାଣୀ ଖବରର ଶିରୋନାମା ପାଲଟିଯାଏ। କିନ୍ତୁ ଉତ୍ତର ପ୍ରଦେଶର ଜଣେ ଏଭଳି ଚା ବ୍ୟବସାୟୀଙ୍କ ଚର୍ଚ୍ଚା ଏବେ ସବୁଠି । କାରଣ ଏହି ଦୋକାନର ନାମ ବେବଫା ଚା’ବାଲା  । ଏଭଳି ଅଜବ ନାଁ ଶୁଣି ଆପଣଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥାଇପାରେ । ହେଲେ ଦୋକାନୀଙ୍କ ମୁହଁରୁ ଏହାର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ  ।

 

ହାପୁଡ ଜନପଦର ଧୌଲଲାନାରେ ଖୋଲିଛି ଏହି ଭିନ୍ନ ଚା’ ଦୋକାନ  । ପ୍ରେମରେ ପ୍ରତାରଣା ପାଇଥିବା ବ୍ୟକ୍ତିଙ୍କ ପାଇଁ କିନ୍ତୁ ବ୍ୟବସାୟୀଙ୍କ ଅଜବ ଦରଦ  । ପ୍ରେମରେ ଧୋକା ଖାଇଥିବା ଯୁବକ  ଯୁବତୀଙ୍କୁ ବ୍ୟବସାୟୀ ଦେଉଛନ୍ତି ସ୍ପେଶାଲ ଅଫର୍‌  । ଆଜ୍ଞା ହଁ ଯଦି ଆପଣ ପ୍ରେମରେ ଧୋକା ଖାଇଛନ୍ତି ତେବେ କେବଳ ୧୦ ଟଙ୍କା ଦେଇ ଆପଣ ଚା’ ପିଇପାରିବେ  । କିନ୍ତୁ ଯଦି ଆପଣ ପ୍ରେମିକ ବା ପ୍ରେମିକାଙ୍କ ସହ ଏଠାକୁ ଚା ପିଇବାକୁ ଆସନ୍ତି ଏଥିପାଇଁ ୧୫ ଟଙ୍କା ଦେବାକୁ ପଡିଥାଏ

ଆପଣ ଭାବୁଥିବେ ବ୍ୟବସାୟୀଙ୍କ ଏଭଳି ନିଷ୍ପତ୍ତି କାହିଁକି ? ସେ ଖୋଦ୍‌ ପ୍ରେମରେ ଧୋକା ଖାଇଛନ୍ତି କି ? ନା ସେ ପ୍ରେମରେ ଧୋକା ଖାଇ ନାହାନ୍ତି  । ହେଲେ ନିଜ ବନ୍ଧୁ ମାନଙ୍କୁ ଦେଖି ଦୋକାନର ଏକ ୟୁନିକ୍‌ ନାଁ ସେ ରଖିଛନ୍ତି  । ଦୋକାନୀଙ୍କ କହିବା କଥା ଯେ, ଅଧିକାଂଶ ସମୟରେ ତାଙ୍କ ସାଙ୍ଗ ମାନେ ପ୍ରେମରେ ପ୍ରତାରଣା ପାଇ ବନ୍ଧୁଙ୍କ ପରାମର୍ଶ ଚାହୁଁଥିଲେ  । ଏଭଳି ଅନେକ ବନ୍ଧୁଙ୍କ ହୃଦୟ ଭାଙ୍ଗିଥିବା ସେ ଜାଣିବାକୁ ପାଇଥିଲେ  । ଆଉ ସେହି ସାଙ୍ଗମାନଙ୍କ ଠୁ ପ୍ରେରଣା ପାଇ ଚା’ ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ବ୍ୟବସାୟୀ  ।  ସେବେଠାରୁ ବେବଫା ଚା ବ୍ୟବସାୟୀଙ୍କ ଦୋକାନରେ ପ୍ରେମିକଙ୍କ ଭିଡ ଜମୁଛି  । ଅଧିକାଂଶ ଯୁବପୀଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି ବେବଫା ଚା ଦୋକାନୀ  ।

 

ସୈନିକ ସ୍କୁଲରେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼, ୪ ଛାତ୍ରଙ୍କୁ ପାଇପରେ ପିଟିଲେ ଓ୍ବାର୍ଡେନ

ସମ୍ବଲପୁର: ସମ୍ବଲପୁର ସୈନିକ ସ୍କୁଲରେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ । ସ୍କୁଲର ୪ ଜଣ ଛାତ୍ରଙ୍କୁ ଓ୍ୱାର୍ଡେନ୍ ଦେବଶ୍ରୀ ପ୍ରଧାନ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ କେଉଁ କାରଣ ପାଇଁ ମାଡ଼ି ମରାଗଲା ତା’ର କାରଣ ଅସ୍ପଷ୍ଟ ରହିଛି । ଏନେଇ ଆହତ ଛାତ୍ରଙ୍କ ଅଭିଭାବକ ବୁର୍ଲା ଥାନାରେ ଏତଲା ଦେଇଛନ୍ତି । ମୋଟ ୪ ଜଣ ଛାତ୍ରଙ୍କୁ ଓ୍ବାର୍ଡେନ୍ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଏପରିକି ମେଜର ରାଠି ମଧ୍ୟ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ବୋଲି ଓ୍ୱାର୍ଡେନ କହିଛନ୍ତି । ବିଶୃଙ୍ଖଳା କଲେ ଏଭଳି ମାଡ଼ ମରାଯାଏ ବୋଲି ସଂପୃକ୍ତ ୱାର୍ଡେନ କହୁଥିବା ବେଳେ, ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ସୈନିକ ସ୍କୁଲରେ ଛାତ୍ରମାନେ ବିଶୃଙ୍ଖଳା କଲେ ସେମାନଙ୍କୁ ଗାଇଡଲାଇନ ଅନୁସାରେ ଦଣ୍ଡବିଧାନ ନିୟମ ରହିଛି । କିନ୍ତୁ, ଅମାନୁଷିକ ଭାବରେ ଛାତ୍ରଙ୍କୁ ପାଇପରେ ମାଡ଼ ମାରିବା କେତେଦୂର ଯଥାର୍ଥ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଲଗାତାର ଭାବରେ ପ୍ରତିଦିନ ରାତିରେ ଛାତ୍ରଙ୍କୁ ଏଭଳି ଅମାନୁଷିକ ଭାବରେ ମାଡ଼ ମରାଯାଉଥିବା ଆହତ ଛାତ୍ରମାନେ କହିଛନ୍ତି ।

ନବୀନ ନିବାସରେ ଚାଲିଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ବୈଠକ

ଭୁବନେଶ୍ବର: ନବୀନ ନିବାସରେ ଚାଲିଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝିଙ୍କ ନେତୃତ୍ବରେ ୯ଟି ଜିଲ୍ଲାର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏହି ବୈଠକରେ ସାମିଲ ହୋଇଛନ୍ତି । ଆଦିବାସୀଙ୍କ ଉନ୍ନତି ଉପରେ ବୈଠକରେ ଆଲୋଚନା କରାଯିବ ।

ଏହାସହ ଆଦିବାସୀଙ୍କ କଳା ସଂସ୍କୃତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି ପରିଷଦ । ସେମାନଙ୍କର ଜୀବନ ଜୀବିକା ସହ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ଉପରେ ଆଲୋଚନା ହେବ ।

ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍‌, ଶ୍ରେୟସ ଆୟାର ବାଦ୍‌

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍‌ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆଜି ହାଇଦ୍ରାବାଦରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୨୧ ରାୟପୁରରେ ଏବଂ ତୃତୀୟ ମ୍ୟାଚ୍‌ ଇନ୍ଦୋରରେ ଜାନୁଆରୀ ୨୪ରେ ଖେଳାଯିବ । ଏହାପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ଲାଗିଛି ।

ଆହତ ଯୋଗୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟାର ସିରିଜରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଛି । ଶ୍ରେୟସଙ୍କ ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସିରିଜରୁ ବାଦ୍‌ ଦିଆଯାଇଛି । ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ ପଠାଇ ଦିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିବ ।

ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ସିରିଜ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ପରେ ଏଥର ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିପାରେ ବିଗୁଲ

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ଆଜି ଅରାହ୍ନରେ ନିର୍ବାଚନ କମିସନରଙ୍କ ପ୍ରେସମିଟ । ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

ଅପରାହ୍ନ ସାଢ଼େ ୨ଟାରେ ପୋଲ ପ୍ୟାନେଲର ପ୍ରେସ କନଫରେନ୍ସରେ ନିର୍ବାଚନ ତାରିଖ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ନିର୍ବାଚନ ହେବାକୁ ଥିବା ପୂର୍ବୋତ୍ତରର ଏହି ତିନି ରାଜ୍ୟକୁ ନିର୍ବାଚନ କମିଶନଙ୍କ ଟିମ୍ ୪ଦିନିଆ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ଗସ୍ତ ପରେ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବୈଠକ କରିଥିଲା ଟିମ ।