spot_img
Home Blog Page 3536

ଯୌନ ଶୋଷଣ ଏକ କୋଠରୀରେ ହୋଇଥାଏ ଆଉ ସେଠାରେ କ୍ୟାମେରା….. ଜାଣନ୍ତୁ କୁସ୍ତିଯୋଦ୍ଧା ବିନେଶ କ’ଣ କହିଲେ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି କୁସ୍ତି ଯୋଦ୍ଧାମାନେ । ଦୁଇଦିନ ହେବ କୁସ୍ତିଯୋଦ୍ଧା ଧାରଣାରେ ବସିଥିବା ବେଳେ ଆଜି ଅପରାହ୍ନରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ସେମାନଙ୍କୁ ଡକାଯାଇଥିଲା । ଭାରତର ଷ୍ଟାର ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ କେନ୍ଦ୍ରୀୟ ଖେଳ ମନ୍ତ୍ରଣାଳୟ ସହ ଆଲୋଚନା ପରେ ପ୍ରେସ କନଫରେନ୍ସ କରି ବଡ଼ ବୟାନ ଦେଇଛନ୍ତି ।

ଗଣମାଧ୍ୟମକୁ ବିନେଶ କହିଛନ୍ତି, ଆମର ଲଢେଇ ସରକାର କିମ୍ବା ସରକାରଙ୍କ ସହ ଜଡ଼ିତ ଲୋକଙ୍କ ସହ ନୁହେଁ, ଆମ ଲଢ଼େଇ କେବଳ ଜଣେ ବ୍ୟକ୍ତି ବିରୋଧରେ ଅଟେ । ଯେପର୍ଯ୍ୟନ୍ତ ସୁଦ୍ଧା ଆମକୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ସୁଦ୍ଧା ଆମେ ଏଠୁ କୁଆଡ଼େ ଯିବୁନି । ଆହୁରି ବିନେଶ କହିଛନ୍ତି, ଆମେ ଆମର କୁସ୍ତି ଛାଡି ଆସିପାରୁଛୁ । ଅଧ୍ୟକ୍ଷ ମହାସୟ ନିଜର ପଦ ଛାଡ଼ି ପାରିବେନି? ଦେଶର ଏହି ରେସଲିଂ ଫେ଼ଡେରେସନ ଯିଏକି ଆପଣମାନଙ୍କ ସମ୍ମୁଖରେ ବସିଛି ଆଉ କୌଣସି ଫେଡେରେସନ ନାହିଁ । ଯେପର୍ଯ୍ୟନ୍ତ ସୁଦ୍ଧା ଆମକୁ ନ୍ୟାୟ ନମିଳିଛି ଧାରଣା ଜାରି ରହିବ । ଆମେ ଆସନ୍ତାକାଲି ୧୦ଟାରୁ ଧାରଣାରେ ବସିବୁ । ଆମକୁ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଅପେକ୍ଷା ରହିଲା ।

ଏହା ବ୍ୟତୀତ ବିନେଶ କହିଛନ୍ତି ଆମ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଆମେ ପୋଲିସର ସୁରକ୍ଷା ମଧ୍ୟ ନେଇ ନାହୁଁ । ଅଧ୍ଯକ୍ଷ ମହାଶୟଙ୍କ ଘରେ ତାଲା ଲାଗିଯାଇଛି । ଯେତବେଳେ ଯୌନ ଶୋଷଣ ହୋଇଥାଏ ତେବେ କୋଠରୀରେ ହୋଇଥାଏ ଏବଂ କୋଠରୀରେ କୌଣସି କ୍ୟାମେରା ନଥାଏ । ଯେଉଁମାନଙ୍କ ସହ ନିର୍ଯାତନା ହୋଇଛି ସେମାନେ ନିଜେ ପ୍ରମାଣ ଅଟନ୍ତି । ଅନ୍ୟପକ୍ଷରେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଛନ୍ତି ବୈଠକରେ କିଛି ଖାସ୍ କୁହାଗଲାନି କେବଳ ଆଶ୍ୱାସନା ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ କୌଣସି କଥା କୁହାଯାଇନାହିଁ । ଆଶ୍ୱାସନାକୁ ନେଇ ଆମେ ଖୁସି ନାହୁଁ ।

ଆମେ ରେସଲିଂ ଫେଡେରେସନକୁ ଭାଙ୍ଗିବାକୁ ଚାହୁଁଛୁ । ସମସ୍ତ ରାଜ୍ୟର ଫେଡେରେସନ ଭଙ୍ଗ ହେଉ । ସବୁ ରାଜ୍ୟରେ ତାଙ୍କର ଲୋକମାନେ ରହିଛନ୍ତି । ଆମେ ସରକାରଙ୍କ ଆଶ୍ୱାସନାରେ ସନ୍ତୁଷ୍ଟ ନାହୁଁ । ବାସ୍ ଆମେ କାର୍ଯ୍ୟାନୁଷ୍ଠାନ ଚାହୁଁଛୁ । ବିନେଶ ଏବଂ ସାକ୍ଷୀଙ୍କ କଥାରୁ ସ୍ପଷ୍ଟ ଜଣାଯାଉଛି ଯେ ଯେପର୍ଯ୍ୟନ୍ତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁଛନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । ସୂଚନାଥାଉକି, ଏସିଆନ ଗେମସ ଓ କମନଓ୍ବେଲଥ ଗେମ୍ସ ସ୍ବର୍ଣ୍ଣପଦକ ବିଜୟିନୀ ଫୋଗାଟ ଅଭିଯୋଗ କରିଛନ୍ତି- ତାଙ୍କୁ ବ୍ରିଜ ଭୂଷଣ ମାନସିକ ଭାବେ ଆଘାତ ପହଞ୍ଚାଇଛନ୍ତି । ଅତୀତରେ ଯୌନ ନିର୍ଯାତନା ପ୍ରସଙ୍ଗରେ ସେ କିଛି ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ ଦବାଇ ଦିଆଯାଇଥିଲା ।

ଏହାକୁ ନେଇ ସେ ଆତ୍ମହତ୍ୟା କରିବା ଲାଗି ଚିନ୍ତା କରିଥିଲେ । କେବଳ ତାଙ୍କ ସହ ନୁହେଁ ବରଂ ଅନ୍ୟ ମହିଳା ରେସଲର ମଧ୍ୟ ଯୌନ ଶୋଷଣର ଶିକାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଅନେକ ରେସଲର ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣାରେ ବସିଛନ୍ତି । କୁସ୍ତି ମହାସଂଘର ଅଧ୍ୟକ୍ଷ ପଦରୁ ବ୍ରିଜଭୂଷଣ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯଆଉଛି । ଧାରଣାରେ ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ରବି ଦହିୟା, ଦୀପକ ପୁନିୟା, ଆଶୁ ମଲିକ, ସାକ୍ଷୀ ମଲିକ, ମହାବୀର ଫୋଗାଟ, ସୋନମ ମଲିକ, ସରିତା ମୋର, ସଂଗୀତା ଫୋଗାଟ ପ୍ରମୁଖ ସାମିଲ ଅଛନ୍ତି ।

ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ବିଏସକେୱାଇ ସମୀକ୍ଷା; ସଚେତନତା ବୃଦ୍ଧି ଏବଂ ଅଭିଯୋଗ ସମାଧାନ ଉପରେ ଗୁରୁତ୍ଵ

ଭୁବନେଶ୍ବର : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ.କେ.ୱାଇ.) ଟିମର କାର୍ଯ୍ୟ ସମୀକ୍ଷା କରି କ୍ଷ୍ରେତ୍ର ସ୍ତରରେ ସଚେତନତା ବୃଦ୍ଧି ଏବଂ ଲୋକମାନଙ୍କଠାରୁ ମିଳୁଥିବା ଅଭିଯୋଗ ଗୁଡ଼ିକର ସମୟାନୁବନ୍ଧିତ ସମାଧାନ ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ସେବା ପ୍ରତିଶୃତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଯୋଜନା କାର୍ଯ୍ୟନ୍ବୟନର ପ୍ରଶାସନିକ ଓ ବୈଷୟିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

କାର୍ଯ୍ୟନ୍ବୟନର ବିଭିନ୍ନ ଦିଗ ସମୀକ୍ଷାକରି ବି.ଏସ.କେ.ୱାଇ. ବିଷୟରେ ସଘନ କ୍ଷେତ୍ରସ୍ତରୀୟ ଜନ-କୈନ୍ଦ୍ରିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ ନିର୍ଦେଶ ଦେଇଥିଲେ । ୧୦୪ (କଲ୍ ସେଣ୍ଟର) ୧୫୫୩୬୯ (ସ୍ମାର୍ଟ କାର୍ଡ ବ୍ୟବହାର ସମ୍ବନ୍ଧିତ ସମସ୍ୟା), ମୋ ସରକାର ବ୍ୟବସ୍ଥା, ଟ୍ବିଟର ଓ ଫେସବୁକ୍ ଆଦି ସୋସିଆଲ୍ ମେଡ଼ିଆ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଲୋକମାନଙ୍କର ଅଭିଯୋଗ ଏବଂ ମତାମତ ଆଦି ବିଷୟରେ ଶତ ପ୍ରତିଶତ ସମୟାନୁବନ୍ଧିତ ସମାଧାନ କରିବାପାଇଁ ଶ୍ରୀମତୀ ପଣ୍ଡିତ ବି.ଏସ.କେ.ୱାଇ ଟିମକୁ ନିର୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବିଭିନ୍ନ ସୁତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗର ପ୍ରାୟ ଶତକଡ଼ା ୯୫ ଭାଗ ବିଷୟରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଛି । ବି.ଏସ.କେ.ୱାଇ. କାର୍ଯ୍ୟନ୍ବୟନ ଅନୁସାରେ ଅନୁବନ୍ଧିତ ହସ୍ପିଟାଲମାନଙ୍କର ବର୍ଗୀକରଣ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଉଭୟ ରାଜ୍ୟ ଭିତର ଏବଂ ଅନ୍ୟରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କୁ ଏଥିରେ ସାମିଲ କରାଯିବ । ସବିଶେଷ ଆଲୋଚନା ମାଧ୍ୟମରେ ବର୍ଗୀକରଣ ଭିତ୍ତି ଏବଂ ମାନକ ବିଷୟ ନିର୍ଣ୍ଙୟ କରାଯାଇଥିଲା । ସମୁଦାୟ ୭ ଟି ବର୍ଗରେ ରୋଗୀମାନଙ୍କର ସନ୍ତୋଷ ସ୍ତରକୁ ମୁଖ୍ୟ ମାନଦଣ୍ଡରୂପେ ନିଆଯାଇ ହସ୍ପିଟାଲମାନଙ୍କୁ ସ୍ତରୀକରଣ କରାଯିବ । ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ବି.ଏସ.କେ.ୱାଇ. ବୋର୍ଡ଼ ସୁଦୃଶ୍ୟ ସ୍ଥାନରେ ଲଗାଇବା, ବି.ଏସ.କେ.ୱାଇ. କାଉଣ୍ଟର ଲୋକମାନଙ୍କ ପାଇଁ ସୁବିଧା ଜନକ ସ୍ଥାନରେ ସ୍ଥାପିତ କାରିବା ଆଦି ଉପରେ ଅଧ୍ୟକ୍ଷ ଶ୍ରୀମତୀ ପଣ୍ଡିତ ଗୁରୁତ୍ଵ ଆରୋପ କରିଥିଲେ ।

ସୋସାଇଟି ଅଫିସରେ ଇଣ୍ଟରନେଟ୍ ସ୍ପିଡ୍, ଓସ୍ବାସ୍ କାର୍ଯ୍ୟକାରିତା, ମାନବ ସମ୍ବଳ ଅବିବୃଦ୍ଧି, ସ୍ବାସ୍ଥ୍ୟ କର୍ମୀମାନଙ୍କ ପାଇଁ ୟୁନିଫର୍ମ ଆପ୍ରୋନ୍, ବି.ଏସ.କେ.ୱାଇ. ସଫଟୱୋୟାର ନବୀକରଣ, ଅନଲାଇନ୍ ବିଲ ଓ ଦସ୍ତାବିଜ୍ ଦାଖଲ, ସେ ସବୁରେ ସଠିକ୍ ତନଖି ଏବଂ ଅନୁମୋଦନ ଆଦି ବିଷୟରେ ଥିବା ସମସ୍ୟା ଗୁଡ଼ିକର ଆଶୁ ସମାଧାନ ପନ୍ଥା ନିର୍ଦାରଣ କାରଯାଇଥିଲା । ପ୍ରତି ସମାଧାନର କ୍ଷେତ୍ରାୟନ ପାଇଁ ଶ୍ରୀମତୀ ପଣ୍ଡିତ ସମୟ-ନିର୍ଘଣ୍ଟ ନିର୍ଦାରଣ କରିଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି., ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଶ୍ରୀୟାଙ୍କ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନଙ୍କ ମାଆ

କଟକ: ହ୍ୟୁମାନ ସାଗରଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା । ଏହାସହ ଶ୍ରୀୟାଙ୍କ ପରିବାର ନାଁରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଶ୍ରୀୟାଙ୍କ ଘରେ ସମସ୍ତେ ମଦ ପିଅନ୍ତି । ହ୍ୟୁମାନଙ୍କୁ ମଧ୍ୟ ମଦ ପିଆଉଥିଲେ । ଶ୍ରୀୟାଙ୍କୁ କେବେ ଚର୍ଚ୍ଚ ଯିବାକୁ ବାଧ୍ୟ କରାଯାଇ ନାହିଁ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି । ଶ୍ରୀୟା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସବୁ ଭିତ୍ତିହୀନ । ହ୍ୟୁମାନକୁ ଶ୍ରୀୟାଙ୍କ ପରିବାର ଲେକେ ମଦୁଆ କରିଛନ୍ତି ।

ହ୍ୟୁମାନର ଅନ୍ୟ କୌଣସି ଝିଅ ସହିତ ସମ୍ପର୍କ ଥିବା ନେଇ ମୁଁ କିଛି ଜାଣିନି । ଯଦି ସମ୍ପର୍କ ଥାଆନ୍ତା ତେବେ କାନ ମୋଡ଼ି ତାକୁ ଚାପୁଡା ମାରିଥାନ୍ତି । କିନ୍ତୁ ଏତିକି ଜାଣିଛି ଶ୍ରୀୟାଙ୍କ ମାଆର ଜଣେ ପୁଅ ସହ ସମ୍ପର୍କ ଅଛି । ଆମେ ଶ୍ରୀୟାକୁ ଝିଅ ଭାବେ ଦେଖୁଥିଲୁ । ତା ନାଁରେ ପ୍ଲଟ୍ କିଣିଥିଲୁ । ଘରର ଚାବି ମଧ୍ୟ ତା ପାଖରେ ରହୁଥିଲା । ଡାଉରି ଆମେ ମାଗିବା ପ୍ରସଙ୍ଗ ମଧ୍ୟ ମିଛ । ଆମେ ଚାହୁଁଛୁ ସେମାନେ ଦୁଇଜଣ ମିଶିଯାଆନ୍ତୁ ।’

ଗତକାଲି ହ୍ୟୁମାନଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଡିସିପିଙ୍କୁ ଭେଟି ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନାରେ କାଉନସେଲିଂ ପାଇଁ ଆଜି ହାଜର ହୋଇଥିଲେ ଉଭୟେ । ୨୦୧୭ରେ ହ୍ୟୁମାନଙ୍କୁ ବିବାହ କରିଥିଲେ ଶ୍ରୀୟା । ତାଙ୍କର ଏକ ୪ବର୍ଷର ଝିଅ ବି ରହିଛି । ଶ୍ରୀୟା ନିଜେ ମଧ୍ୟ ଜଣେ କଣ୍ଠଶିଳ୍ପୀ । ମର୍କତନଗର ସେକ୍ଟର-୬ରେ ଉଭୟ ରହୁଥିଲେ । ତେବେ ପତ୍ନୀ ଶ୍ରୀୟା କିଛି ଦିନ ହେବ ଘରେ ରହୁନଥିଲେ ।

କାଉନସେଲିଂ ପରେ ଥାନାରୁ ବାହାରିଲେ ହ୍ୟୁମାନ ଓ ତାଙ୍କ ପତ୍ନୀ ଶ୍ରୀୟା, କଣ୍ଠଶିଳ୍ପୀ କହିଲେ ସବୁ ଅଭିଯୋଗ…

କଟକ: କଟକ ମହିଳା ଥାନାରୁ ବାହାରିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର । ଉଭୟଙ୍କୁ ମୁହାଁମୁହିଁ ବସାଇ କାଉନସେଲିଂ କରାଯାଇଛି । ହ୍ୟୁମାନଙ୍କ ମାଆ ସେଫାଳି ସୁନା ମଧ୍ୟ ଥାନାରେ ହାଜର ହୋଇଥିଲେ । ତେବେ ଜେରା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ହ୍ୟୁମାନ । ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସେ କହିଛନ୍ତି ଶ୍ରୀୟାଙ୍କୁ କିଛି ନିର୍ଯାତନା ଦିଆଯାଇ ନାହିଁ । ଧର୍ମ ପରିବର୍ତ୍ତନ ପାଇଁ ଆଦୌ ଚାପ ପକାଯାଇନଥିବା କହିଛନ୍ତି ହ୍ୟୁମାନ । ସେପଟେ ହ୍ୟୁମାନଙ୍କ ମାଆ ମଧ୍ୟ ସମସ୍ତ ଅଭିଯୋଗକୁ ମିଥ୍ୟା କହିଛନ୍ତି ।

ଏହାସହ ଶ୍ରୀୟଙ୍କ ପରିବାର ନାଁରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଶ୍ରୀୟାଙ୍କ ଘରେ ସମସ୍ତେ ମଦ ପିଅନ୍ତି । ହ୍ୟୁମାନଙ୍କୁ ମଧ୍ୟ ମଦ ପିଆଉଥିଲେ । ଶ୍ରୀୟାଙ୍କୁ କେବେ ଚର୍ଚ୍ଚ ଯିବାକୁ ବାଧ୍ୟ କରାଯାଇ ନାହିଁ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି । ଅନ୍ୟପଟେ ଉଭୟଙ୍କୁ ଦୁଇଦିନ ସମୟ ଦିଆଯାଇଥିବା କହିଛନ୍ତି ଆଇଆଇସି । ଉଭୟଙ୍କ ଭିତରେ ବୁଝାସୁଝା ପରେ ସବୁ ଠିକ ହୋଇଯିବାର ଆଶା କରାଯାଉଛି ବୋଲି କହିଛନ୍ତି ଆଇଆଇସି ।

ଗତକାଲି ହ୍ୟୁମାନଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଡିସିପିଙ୍କୁ ଭେଟି ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନାରେ କାଉନସେଲିଂ ପାଇଁ ଆଜି ହାଜର ହୋଇଥିଲେ ଉଭୟେ । ୨୦୧୭ରେ ହ୍ୟୁମାନଙ୍କୁ ବିବାହ କରିଥିଲେ ଶ୍ରୀୟା। ତାଙ୍କର ଏକ ୪ବର୍ଷର ଝିଅ ବି ରହିଛି । ଶ୍ରୀୟା ନିଜେ ମଧ୍ୟ ଜଣେ କଣ୍ଠଶିଳ୍ପୀ। ମର୍କତନଗର ସେକ୍ଟର-୬ରେ ଉଭୟ ରହୁଥିଲେ। ତେବେ ପତ୍ନୀ ଶ୍ରୀୟା କିଛି ଦିନ ହେବ ଘରେ ରହୁନଥିଲେ ।

ହକି ବିଶ୍ୱକପ୍-୨୦୨୩: ଚିଲିକୁ ୧୪-୦ ଗୋଲରେ ହରାଇଲା ନେଦରଲାଣ୍ଡସ

ଭୁବନେଶ୍ୱର: ହକି ବିଶ୍ବକପରେ ନେଦରଲାଣ୍ଡସର ବିଶ୍ବ ରେକର୍ଡ ବିଜୟ । 14-0 ଗୋଲରେ ନେଦରଲାଣ୍ଡସ ବିଜୟୀ ହୋଇ ଇତିହାସ ରଚିଛି । କଳିଙ୍ଗରେ ଚିଲିକୁ ଶୋଚନୀୟ ହରାଇଲା ନେଦରରଲାଣ୍ଡସ । ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ନେଦରଲାଣ୍ଡସ । ୨୦୧୦ରେ ଦକ୍ଷିଣଆଫ୍ରିକାକୁ ୧୨-୦ରେ ହରାଇଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହ ନେଦରଲ୍ୟାଣ୍ଡସ ପ୍ରଥମ ଦଳ ଭାବେ କ୍ୱାଟର ଫାଇନାଲରେ ପ୍ରବେଶ କରିଛି । ପୁଲ୍-ସି ରୁ ନେଦରରଲାଣ୍ଡସ କ୍ୱାଟର ଫାଇନାଲକୁ ଯାଇଛି ।

ସନ୍ଧ୍ୟା ୫ଟାରୁ ସ୍ପେନ୍ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଅନ୍ୟପକ୍ଷରେ ସନ୍ଧ୍ୟା ୭ଟାରେ କଳିଙ୍ଗରେ ହାଇଭୋଲ୍ଟେଜ ମ୍ୟାଚ୍ ରହିଛି । ଘରୋଇ ଭାରତ ୱେଲ୍ସକୁ ଭେଟିବ । କ୍ୱାଟର ଫାଇନାଲରେ ରହିବାକୁ ହେଲେ ଭାରତକୁ ବଡ଼ ବ୍ୟବଧାନରେ ୱେଲ୍ସକୁ ପରାଜିତ କରିବାକୁ ପଡ଼ିବ । ଗ୍ରୁପ-ଡିର ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଇଂଲଣ୍ଡ ଓ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଯଦି ସ୍ପେନଠାରୁ ଇଂଲଣ୍ଡ ହାରିଯାଏ ତେବେ ଭାରତ ପାଇଁ କ୍ୱାଟରଫାଇନାଲ ଯିବା ରାସ୍ତା ସୁଗମ ହେବ ।

ବିଏସକେୱାଇ ଜାଲିଆତି ଅଭିଯୋଗରେ ପଣ୍ଡା ନର୍ସିଂହୋମର ଲାଇସେନ୍ସ ରଦ୍ଦ

କଟକ: କଟକ ସାଉଥ ପଏଣ୍ଟ ପରେ ଆଠଗଡ଼ର ପଣ୍ଡା ନର୍ସିଂହୋମ । BSKY ଜାଲିଆତି ଅଭିଯୋଗରେ ଲାଇସେନ୍ସ ବାତିଲ କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ BSKY ୟୁନିଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗତ 2ତାରିଖ ରେ ନର୍ସିଙ୍ଗ ହୋମ ପକ୍ଷରୁ ଦିଆଯାଇଥିବା ଉତ୍ତର ସନ୍ତୋଷଜନକ ନହେବାରୁ 11 ତାରିଖରେ ଲାଇସେନ୍ସ ରଦ୍ଦ କରି ଦିଆଯାଇଛି ।

ରୋଗୀଙ୍କ ଜାଲ ରେଫରାଲ ଦେଇ ବିଏସକେୱାଇ ବିଲ କରୁଥିଲା ଆଠଗଡର ପଣ୍ଡା ନର୍ସିଂହୋମ । କଟକ ଜିଲ୍ଲା ସ୍ୱାସ୍ଥ ବିଭାଗ ପକ୍ଷରୁ ମୋ ସରକାର ଆଧାରରେ ଏପର୍ଯ୍ୟନ୍ତ 15ରୁ 20ହସ୍ପିଟାଲକୁ କାରଣ ଦର୍ଶାଓ ନୋଟିସ ହୋଇଛି । ସେମାନଙ୍କ ମଧ୍ୟରୁ 90 ପ୍ରତିଶତ ଉତ୍ତର ହସ୍ତଗତ ହୋଇଛି । ଯାହାକୁ ରାଜ୍ୟ ବିଏସକେୱାଇ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ତେବେ ପଣ୍ଡା ନର୍ସିଂହୋମର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

ଦିଲ୍ଲୀରେ ଆତଙ୍କରାଜ; ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ମିଟର ଘୋଷାଡ଼ିନେଲା କାର୍ ଡ୍ରାଇଭର

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ଅମାନୁଷିକ ଘଟଣା । ଏଥର ସାଧାରଣ ମହିଳା ନୁହନ୍ତି ବରଂ ଖୋଦ୍ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ହୋଇଛନ୍ତି ଅସାମାଜିକ ଲୋକଙ୍କ ଆତଙ୍କରାଜର ଶିକାର । ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରରେ ସ୍ବାତୀଙ୍କୁ ପ୍ରାୟ ୧୫ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ସ୍ବାତୀ । ଗତ ଗୁରୁବାର ରାତି ୩ଟା ୧୧ ମିନଟରେ ଘଟିଛି ଘଟଣା । ମାଲିଓ୍ବାଲ କରିଥିବା ଅଭିଯୋଗ ଅନୁସାରେ ଦିଲ୍ଲୀ ଏମସ୍ ପଛପଟେ ସେ ରିୟଲିଟି ଚେକ୍ କରୁଥିବାବେଳେ ୪୭ ବର୍ଷ ବୟସ୍କ ଜଣେ ମଦ୍ୟପ ଡ୍ରାଇଭର ହରିଶଚନ୍ଦ୍ର ତାଙ୍କୁ ବାଲେନୋ କାରରେ ବସିବା ଲାଗି ବାଧ୍ୟ କରିଥିଲା ।

ମାତ୍ର ସେ ମନା କରିବାରୁ ତାଙ୍କୁ ଜବରଦସ୍ତ କାରରେ ବସାଇବା ଲାଗି ବଳ ପ୍ରୟୋଗ କରିଥିଲା । ଏହାରି ଭିତରେ ସ୍ବାତୀଙ୍କ ହାତ କାରର ଓ୍ବିଣ୍ଡୋରେ ଲାଖିଯାଇଥିବା ସତ୍ତ୍ବେ ଡ୍ରାଇଭର ଜଣକ କାରକୁ ଆଗକୁ ଚଳାଇଥିଲା । ଫଳରେ ପ୍ରାୟ ୧୫ ମିଟର ଯାଏ ସ୍ବାତୀ କାରରେ ଘୋଷାଡି ହୋଇଯାଇଥିଲେ । ମହିଳା କମିଶନଙ୍କ ଟିମ୍ କିଛି ଦୂରରେ ଥିବାରୁ ଡ୍ରାଇଭରଜଣକ ଏହି କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ଘଟଣାରେ ଡ୍ରାଇଭରକୁ ଗିରଫ କରାଯାଇଛି । ଗତ ଜାନୁଆରୀ ୧ରେ ଅଞ୍ଜଳି ସିଂ ନାମ୍ନୀ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ କାରରେ ୧୨ କିଲୋମିଟର ଘୋଷାଡି ନେବାରୁ ତାଙ୍କର ହୋଇଥିଲା ମୃତ୍ୟୁ ।

ପ୍ରେମିକା ଆଉ କାହା ସହ କଥା ହେଲା ବୋଲି ଝୁଲିପଡିଲେ ପ୍ରେମିକ

ଭୁବନେଶ୍ବର: ଭିଡ଼ିଓ କଲରେ ଝୁଲି ପଡ଼ିଲେ ଯୁବକ । ପ୍ରେମରେ ବିଫଳ ହେବାରୁ ପ୍ରେମିକାକୁ ଭିଡିଓ କଲ୍‌ କରି ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଲେ । ମୃତ ଯୁବକ ନୟାଗଡ଼ର ସର୍ବେଶ୍ଵର ପରିଡ଼ା । ଓଲ୍ଡ଼ଟାଉନରେ ଗାଡ଼ି ସର୍ଭିସ ସେଣ୍ଟରରେ କାମ କରୁଥିଲେ ସର୍ବେଶ୍ବର ।

ପ୍ରେମିକା ଆଉ କାହାକୁ ପ୍ରେମ କରୁଥିବା ଜାଣିବା ପରେ ଜୀବନ ହାରିଲେ ପ୍ରେମିକ । ଲିଙ୍ଗରାଜ ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମହିଳା ଥାନାରେ ମୁହାଁମୁହିଁ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା

କଟକ: ମହିଳା ଥାନାରେ ହାଜର ହେଲେ ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର। ଉଭୟଙ୍କୁ ମୁହାଁମୁହିଁ ବସାଇ କାଉନସେଲିଂ କରାଯାଉଛି। ହ୍ୟୁମାନଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଡିସିପିଙ୍କୁ ଭେଟି ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନାରେ କାଉନସେଲିଂ ପାଇଁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

୨୦୧୭ରେ ହ୍ୟୁମାନଙ୍କୁ ବିବାହ କରିଥିଲେ ଶ୍ରୀୟା। ତାଙ୍କର ଏକ ୪ବର୍ଷର ଝିଅ ବି ରହିଛି । ଶ୍ରୀୟା ନିଜେ ମଧ୍ୟ ଜଣେ କଣ୍ଠଶିଳ୍ପୀ। ମର୍କତନଗର ସେକ୍ଟର-୬ରେ ଉଭୟ ରହୁଥିଲେ। ତେବେ ପତ୍ନୀ ଶ୍ରୀୟା କିଛି ଦିନ ହେବ ଘରେ ରହୁନଥିଲେ। ବିଭିନ୍ନ ସମୟରେ ହ୍ୟୁମାନ ସାଗର ଯୌତୁକ ମାଗୁଥିଲେ। ମଦ ପିଇ ଶ୍ରୀୟାଙ୍କୁ ମାରପିଟ୍ କରୁଥିବା ହ୍ୟୁମାନଙ୍କ ଶ୍ବଶୂର ଅଭିଯୋଗ କରିଛନ୍ତି।

କୋରୋନା ପରେ ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି ଅଧିକ ୪ ପ୍ରତିଶତ ପିଲା

ଭୁବନେଶ୍ବର: ସରକାରୀ ବିଦ୍ୟାଳୟରେ ବଢୁଛି ନାମଲେଖା ହାର । କୋଭିଡ ପୂର୍ବ ସ୍ଥିତି ତୁଳନାରେ କୋଭିଡ ପରେ ସରକାରୀ ସ୍କୁଲରେ ନାମଲେଖା ହାର ବୃଦ୍ଧି ପାଇଛି । ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଅସର ବା ଆନୁଆଲ ଷ୍ଟାଟସ ଏଜୁକେଶନ ରିପୋର୍ଟ ୨୦୨୨ରେ । ଅସର ଦ୍ୱାରା କରାଯାଇଥିବା ସର୍ଭେରେ ରାଜ୍ୟରେ ୨୦୧୮ ମସିହାରେ ୬ବର୍ଷରୁ ୧୪ବର୍ଷ ବୟସ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡିକରେ ପଢୁଥିବା ପିଲା ୮୮.୦ ପ୍ରତିଶତ ଥିଲା ।

ହେଲେ ୨୦୨୨ରେ ଏହି ଅନୁପାତ ବୃଦ୍ଧିପାଇ ୯୨.୧ ପ୍ରତିଶତରେ ପହଞ୍ଚିଛି । ଅଙ୍ଗନୱାଡି କେନ୍ଦ୍ରରେ ୨୦୧୮ରେ ୩ବର୍ଷ ବୟସର ଛାତ୍ରଛାତ୍ରୀ ୯୦.୩ ପ୍ରତିଶତ ଥିଲା ଏବଂ ୨୦୨୨ରେ ଏଥିରେ ବୃଦ୍ଧିପାଇ ୯୪.୪ ପ୍ରତିଶତରେ ପହଞ୍ଚିଛି । ୪ ବର୍ଷର ପିଲାମାନଙ୍କ ନାମଲେଖାରେ ବି ୬ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୮୭.୩ପ୍ରତିଶତ ଥିଲାବେଳେ ୨୦୨୨ରେ ଏହା ୯୩.୧ ପ୍ରତିଶତରେ ପହଞ୍ଚିଛି । ଲକଡାଉନ କାରଣରୁ ଦୁର ସ୍ଥାନରୁ ନିଜ ଘରକୁ ଫେରିବାପରେ ଆଉଥରେ ନଫେରି ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢାଉଥିବା ପ୍ରମୁଖ କାରଣ ବୋଲି ଜଣାପଡିଛି ।

ସେହିପରି କୋଭିଡ ସମୟରେ ଆର୍ଥିକ ସଙ୍କଟରେ ପଡିଯାଇଥିବା ପରିବାର ଲୋକେ ଇଂରାଜୀ ମିଡିୟମ ପରିବର୍ତ୍ତେ ସରକାରୀ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢାଇବାକୁ ବାଛୁଛନ୍ତି । ଏହାସହ ସରକାରୀ ବିଦ୍ୟାଳୟରେ ମାଗଣା ସୁବିଧା ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢାଇବାକୁ ଉତ୍ସାହ ଯୋଗାଉଛି । ଅସର ଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାର ୯୦୦ଟି ଗ୍ରାମରେ ୩ରୁ ୧୬ ବର୍ଷ ବୟସର ୨୮ହଜାର ୭୮୦ ପିଲାମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସରକାରୀ ସ୍କୁଲର ଭିତିଭୂମିର ଯେଉଁ ବିକାଶ ହୋଇଛି, ତାହାର ପ୍ରଭାବ ପଡିଛି । 7 ଲକ୍ଷରୁ ଅଧିକ ପିଲା ଆଡ଼ମିସନ ନେଇଛନ୍ତି । ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି ହୋଇଛି ଓ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ସୁଫଳ ହୋଇଛି ।