spot_img
Home Blog Page 361

ନିଶାରେ ଚୁର ହୋଇ ମେଟ୍ରୋ ଟ୍ରାକରେ ପରିସ୍ରା କଲେ ବ୍ୟକ୍ତି ; ଭାଇରାଲ ହେଲା ଭିଡିଓ

ନନ୍ଦିଘୋଷ ବ୍ୟୁରୋ : ପ୍ରତିଦିନ ସୋସିଆଲ ମିଡିଆରେ ଏପରି କାର୍ଯ୍ୟକଳାପ ଭାଇରାଲ ହୁଏ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ ବିଚଳିତ କରେ। କିନ୍ତୁ ଏଥର ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଲୋକଙ୍କ ଧୈର୍ଯ୍ୟର ସୀମା ଭାଙ୍ଗି ଦେଇଛି। ଦିଲ୍ଲୀ ମେଟ୍ରୋ ଭଳି ଏକ ସ୍ଥାନରେ ଯେଉଁଠାରେ ପ୍ରତିଦିନ ହଜାର ହଜାର ଲୋକ ଯାତ୍ରା କରନ୍ତି  ଯେଉଁଠାରେ କଠୋର ନିୟମାବଳୀ ରହିଛି ଏବଂ ଯେଉଁଠାରେ ସୁରକ୍ଷା ଏତେ କଠୋର ଯେ ଦିଆସିଲି କାଠି ମଧ୍ୟ ଯାଞ୍ଚ କରାଯାଏ, ଜଣେ ବ୍ୟକ୍ତି ଏପରି କାର୍ଯ୍ୟ କରୁଥିବା କ୍ୟାମେରାରେ ଧରାପଡ଼ିଗଲା ଯେ ଦେଖଣାହାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଦିଲ୍ଲୀ ମେଟ୍ରୋ ପ୍ରଶାସନ ଏବଂ ଏହାର ଯାତ୍ରୀମାନଙ୍କୁ ଚିନ୍ତିତ କରିଦେଇଛି। ଭିଡିଓରେ ଜଣେ ବ୍ୟକ୍ତି ମେଟ୍ରୋ ପ୍ଲାଟଫର୍ମ କଡ଼ରେ ଠିଆ ହୋଇଥିବା ଦେଖାଯାଉଛି । ଆଶ୍ଚର୍ଯ୍ୟଜନକ ଭାବରେ ସେ ଟ୍ରାକରେ ଖୋଲାଖୋଲି ପରିସ୍ରା କରୁଥିବା ଦେଖାଯାଉଛି।  ଏଭଳି ଘଟଣା ଦିଲ୍ଲୀ ମେଟ୍ରୋ ଭଳି ଏକ ଉଚ୍ଚ ସୁରକ୍ଷା ଜୋନରେ ଘଟିଛି, ଯେଉଁଠାରେ ପ୍ରତ୍ୟେକ ସ୍ଥାଦରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ସାଧାରଣ ଶୃଙ୍ଖଳା କଡ଼ାକଡ଼ି ଭାବରେ ପାଳନ କରାଯାଉଛି।

ଯେତେବେଳେ ପ୍ଲାଟଫର୍ମରେ ଥିବା କେହି ଜଣେ ତାଙ୍କୁ ପଚାରିଲେ ଯେ ସେ ଏପରି କାହିଁକି କରୁଛନ୍ତି, ଅଭିଯୁକ୍ତ ଯୁବକ ଜଣକ ସାଧାରଣ ଭାବରେ ଉତ୍ତର ଦେଲେ ‘ମୁଁ ବହୁତ ମଦ ପିଇଦେଇଥିଲି ।‘ ତାଙ୍କର ଏପରି ବେଖାତିର ଉତ୍ତର ଲୋକମାନଙ୍କୁ ଆହୁରି କ୍ରୋଧିତ କରୁଛି। ଅନେକ ବ୍ୟବହାରକାରୀ କହିଛନ୍ତି ଯେ ଏହା କେବଳ ନିଶାର ମାମଲା ନୁହେଁ, ବରଂ ଏକ ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେଉଁଠାରେ ଲୋକମାନେ ସାର୍ବଜନୀନ ସ୍ଥାନ ପ୍ରତି ସମସ୍ତ ସମ୍ମାନ ହରାଇ ଦେଇଥାନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି । ଜଣେ ବ୍ୟବହାରକାରୀ ଲେଖୁଛନ୍ତି ଏହି ବ୍ୟକ୍ତିଙ୍କୁ ବଡ଼ ଜରିମାନା ଦିଆଯିବା ଉଚିତ।  ଆଉ ଜଣେ କହିଛନ୍ତି ସେ ନିଶ୍ଚୟ ଜଣେ ମଧୁମେହ ରୋଗୀ ଜରୁରୀକାଳୀନ ପରିସ୍ଥିତିରେ ସେ କିଛି ବି କରିପାରନ୍ତି ।

 

ବାଂଲାଦେଶ ରାଜନୀତି : ୟୁନୁସ୍ ସରକାରଙ୍କୁ ଶେଖ୍ ହାସିନାଙ୍କ ପୁଅ ସଜୀବ ୱାଜେଦଙ୍କ କଡ଼ା ଚେତାବନୀ

ନନ୍ଦିଘୋଷ ବ୍ୟୁରୋ :ବାଂଲାଦେଶରେ ପୁଣି ତେଜିଲା ଉତ୍ତେଜନା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ଆଜି ପ୍ରକାଶ ପାଇବ ରାୟ। ଢାକାର ଟ୍ରିବ୍ୟୁନାଲ ଅଦାଲତରେ ହେବ ଶୁଣାଣି। ରାୟ ଆସିବା ପୂର୍ବରୁ ରାଜଧାନୀ ଢାକାରେ ତେଜିଛି ଉତ୍ତେଜନା। ଗତକାଲି କିଛି ସ୍ଥାନରେ ବିସ୍ଫୋରଣର ଖବର ମିଳିଛି।ହିଂସାକାଣ୍ଡକୁ ଦେଖି ଦୋକାନ ବଜାର ବନ୍ଦ ରହିଛି। ଅନେକ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ଲୋକେ। ଉତ୍ତେଜନାକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ।

ବାଂଲାଦେଶ  ରାଜନୈତିକ ଇତିହାସର ସବୁଠାରୁ ଉତ୍ତେଜନାପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ଅଭିଯୋଗ ସାରା ଦେଶରେ ଅସ୍ଥିରତା ବୃଦ୍ଧି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଜି ରାୟ ଆସିବ। ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ବିସ୍ଫୋରଣ ସୂଚନା ମିଳିଛି। ଶେଖ ହାସିନାଙ୍କ ପାର୍ଟି ଆୱାମୀ ଲିଗ ପକ୍ଷରୁ ଦେଶରେ ବନ୍ଦ ପାଳନ କରାଯାଉଛି। ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାରଙ୍କ ନିର୍ଦ୍ଦେଶ।

ଶେଖ ହାସିନାଙ୍କ ପୁଅ ଏବଂ ପ୍ରମୁଖ ପରାମର୍ଶଦାତା, ସଜୀବ ୱାଜେଦ (ଜୋୟ) କହିଛନ୍ତି,ଯଦି ମଧ୍ୟବର୍ତ୍ତୀକାଳୀନ ସରକାର ଆୱାମୀ ଲିଗ ଉପରେ ପ୍ରତିବନ୍ଧକ ଉଠାଇବା ପାଇଁ ପଦକ୍ଷେପ ନ ନିଏ, ତେବେ ତାଙ୍କ ସମର୍ଥକମାନେ ଫେବୃଆରୀରେ ହେବାକୁ ଥିବା ଜାତୀୟ ନିର୍ବାଚନକୁ ଅନୁମତି ଦେବେ ନାହିଁ। ସେ ସମସ୍ତ ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ମିଥ୍ୟା ବୋଲି କ୍ରମାଗତ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି।

ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି, ୧୫ ଜୁଲାଇରୁ ୫ ଅଗଷ୍ଟ, ୨୦୨୪ ମଧ୍ୟରେ ହୋଇଥିବା ପ୍ରତିବାଦ ଦେଶକୁ ଏକ ଯୁଦ୍ଧ ପରିସ୍ଥିତିରେ ପକାଇ ଦେଇଥିଲା। ଏହି ତିନି ସପ୍ତାହ ମଧ୍ୟରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ସୁରକ୍ଷା ବାହିନୀ ଦ୍ୱାରା ଗୁଳିଚାଳନା ଯୋଗୁ ଅନେକ ମୃତ୍ୟୁ ଘଟିଛି। ଏହି ହିଂସାକୁ ୧୯୭୧ ସ୍ବାଧୀନତା ଆନ୍ଦୋଳନ ପରେ ସବୁଠାରୁ ଗମ୍ଭୀର ବୋଲି ବିବେଚନା କରାଯାଏ। ବାଂଲାଦେଶର ୨୪୦ ବିଲିୟନ ଡଲାରର ପୋଷାକ ଶିଳ୍ପ, ଦେଶର ସବୁଠାରୁ ବଡ଼ ଆର୍ଥିକ ନିର୍ଭରଶୀଳତା ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଶେଖ ହାସିନା ଅଗଷ୍ଟ ୨୦୨୪ରେ ଦେଶ ଛାଡିବା ପରେ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଛନ୍ତି। ସଜୀବ ୱାଜେଦ କହିଛନ୍ତି, କୋର୍ଟର ନିଷ୍ପତ୍ତି ପୂର୍ବ ନିର୍ଦ୍ଧାରିତ ମନେ ହେଉଛି ଏବଂ ଦଣ୍ଡ ବହୁତ କଠୋର ହୋଇପାରେ। ଭାରତ ସରକାର ହାସିନାଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରୁଛନ୍ତି ଏବଂ ତାଙ୍କୁ ରାଷ୍ଟ୍ରମୁଖ୍ୟ ଭାବରେ ବ୍ୟବହାର କରାଯାଉଛି।

 

 

 

ଭାରତ ପାକିସ୍ତାନ ମ୍ୟାଚ୍ ବେଳେ ହାଇଭୋଲଟେଜ୍ ଡ୍ରାମା : କ୍ୟାଚ୍ ଧରିବା ପରେ ବି ନଟ୍ଆଉଟ୍

ନନ୍ଦିଘୋଷ ବ୍ୟୁରୋ : ଏସିଆ କପ ରାଇଜିଂ ଷ୍ଟାର୍ସରେ ଏକ ହାଇଭୋଲଟେଜ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ ମଝିରେ ଏକ ବଡ଼ ବିବାଦ ମଧ୍ୟ ମୁଖ୍ୟ ଖବର ପାଲଟିଥିଲା। ପାକିସ୍ତାନ ମ୍ୟାଚକୁ ୮ ଉଇକେଟ୍‌ରେ ଜିତିଥିଲା, କିନ୍ତୁ ମ୍ୟାଚ ସମୟରେ ମାଜ ସଦାକତଙ୍କ ଏକ ବିବାଦୀୟ କ୍ୟାଚ ପଡ଼ିଆରେ ପ୍ରବଳ ହଙ୍ଗାମା ସୃଷ୍ଟି କରିଥିଲା। ଭାରତୀୟ ଦଳ ଏବଂ ଅଧିନାୟକ ଜିତେଶ ଶର୍ମା ଅମ୍ପାୟରଙ୍କ ନିଷ୍ପତ୍ତିରେ ଏତେ ଅସନ୍ତୁଷ୍ଟ ଥିଲେ ଯେ କିଛି ସମୟ ପାଇଁ ଖେଳ ବନ୍ଦ ହୋଇଥିଲା ।

ସୁୟାଶ ଶର୍ମା ୧୦ମ ଓଭରରେ ବୋଲିଂ କରୁଥିଲେ। ପ୍ରଥମ ବଲ୍‌ରେ ମାଜ ସଦାକତ୍‌ ଏକ ବଡ଼ ସଟ ମାରିଥିଲେ। ବାଉଣ୍ଡରୀରେ ଠିଆ ହୋଇଥିବା ନେହଲ ୱାଧେରା ବାୟୁରେ ବଲ୍‌କୁ ଧରିବା ପାଇଁ ଏକ ଚମତ୍କାର ପ୍ରୟାସ କରିଥିଲେ। ଭାରସାମ୍ୟ ହରାଇ ସେ ବାଉଣ୍ଡରୀ ଭିତରେ ଠିଆ ହୋଇଥିବା ନମନ ଧୀରଙ୍କ ପାଖକୁ ବଲ ଫିଙ୍ଗି ଦେଇଥିଲେ ଏବଂ ଧୀର କ୍ୟାଚ ଧରିଥିଲେ। ଟିମ ଇଣ୍ଡିଆ ଭାବିଥିଲା ଯେଳ ସେମାନେ ଉଇକେଟ ନେଇଛନ୍ତି, ଏବଂ ଖେଳାଳିମାନେ ସେଲିବ୍ରେଶନ କରିବାକୁ ଲାଗିଲେ। ତଥାପି, ରିପ୍ଲେ ଦେଖିବା ପରେ ତୃତୀୟ ଅମ୍ପାୟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇ ସଦାକତ୍‌ ନଟ ଆଉଟ କରିଥିଲେ।

ନିଷ୍ପତ୍ତି ନେବା ପରେ ତୁରନ୍ତ ଭାରତୀୟ ଅଧିନାୟକ ଜିତେଶ ଶର୍ମା ରାଗିଯାଇ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ତାଙ୍କୁ ତାଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା। ସେମାନଙ୍କ ପ୍ରବଳ ଯୁକ୍ତିତର୍କ ସତ୍ତ୍ୱେ, ଅମ୍ପାୟର ନିୟମ ଅନୁଯାୟୀ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିପାରି ନ ଥିଲେ ଏବଂ ସଦାକତ କ୍ରିଜରେ ରହିଥିଲେ।

ବିବାଦ ସତ୍ତ୍ୱେ ସଦାକତ ଏକ ଚମତ୍କାର ଖେଳ ଖେଳିଥିଲେ। ସେ ୪୭ ବଲରୁ ଅପରାଜିତ ୭୯ ରନ କରି ମାତ୍ର ୧୩.୨ ଓଭରରେ ପାକିସ୍ତାନକୁ ବିଜୟୀ କରାଇଥିଲେ। ସଦାକତ ୭ଟି ଚୌକା ଏବଂ ୪ଟି ଛକା ମାରିଥିଲେ ଏବଂ ୨ଟି ଉଇକେଟ ମଧ୍ୟ ନେଇଥିଲେ । ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୪୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ଏବଂ ନମନ ଧୀର ୩୫ ରନର ଯୋଗଦାନ ଦେଇଥିଲେ। ବୈଭବଙ୍କ ଆଉଟ ହେବା ପରେ ଭାରତର ଇନିଂସ ପତନ ଘଟିଥିଲା। ସମଗ୍ର ଦଳ ୧୩୬ ରନରେ ଅଲଆଉଟ ହୋଇଯାଇଥିଲା।

 

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ପଇତାଲାଗି ନୀତି ; ୫ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ନନ୍ଦିଘୋଷ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ପଇତାଲାଗି ନୀତି। ସେଥିପାଇଁ ୫ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ l ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ।  ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।  ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ଗୁପ୍ତସେବା କରାଯିବ। ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ।

ଆଜି ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଚୟନ କରାଯିବ କଳାକାର

ନନ୍ଦିଘୋଷ ବ୍ୟୁରୋ : ଆଜି ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଚୟନ କରାଯିବ କଳାକାର । ଭିନ୍ନ ଭିନ୍ନ ଅଭିନୟ ପାଇଁ ଶନିବାର ଠାରୁ କଳାକାର ଚୟନ ପ୍ରକ୍ରିୟା ଚାଲିଛି। ଧନୁଯାତ୍ରାର ମୁଖ୍ୟ ନାୟକ ମହାରାଜ କଂସଙ୍କ ସମେତ ପାର୍ଶ୍ଵ କଳାକାର ଦେବକୀ,ବାସୁଦେବ,ନାରଦ,ଅକ୍ରୁର, ମହାମନ୍ତ୍ରି, ସାର୍ତ୍ତକି ଆଦି ମୁଖ୍ୟ କଳାକାର ପାଇଁ ଚୟନ ପ୍ରକ୍ରିୟା ଜାରି ରହିଛି । ଚଳିତ ବର୍ଷ କଳାକାର ଚୟନ ପ୍ରକ୍ରିୟାରେ ସର୍ବମୋଟ ୨୯୧ ଜଣ ପ୍ରାର୍ଥୀ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସେହି ମଧ୍ୟରୁ କେବଳ ମହାରାଜ କଂସ ଭୂମିକା ପାଇଁ ୪୪ଜଣ ପ୍ରାର୍ଥୀ ତାଙ୍କର ନାମଙ୍କ ଭରିଛନ୍ତି । ଗତ ଦୁଇ ଦିନରେ ବିଭିନ୍ନ ଭୂମିକା ପାଇଁ ଅନେକ କଳାକାର ନିଜ କଳା ପ୍ରଦର୍ଶନ କରିଥିବା ବେଳେ ଆଜି କଂସ ଭୂମିକା ପାଇଁ ନିଜ କଳାର ପଦର୍ଶନ କରିବେ କଳାକାର ।  ସ୍ଥାନୀୟ ଟାଉନ ହଲରେ ଏହି ଚୟନ ପ୍ରକ୍ରିୟା ଜାରି ରହିଛି ।

ବେଆଇନ ବାଂଲାଦେଶୀଙ୍କ ଉପରେ ପୋଲିସର ଚଢ଼ାଉ ; ଭଡ଼ା ଘରୁ ଜବତ ହେଲା ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର

ନନ୍ଦିଘୋଷ ବ୍ୟୁରୋ : ବେଆଇନ ବାଂଲାଦେଶୀଙ୍କ ଉପରେ ପୋଲିସର ଚଢ଼ାଉ। ସେମାନଙ୍କ ଭଡ଼ା ଘରୁ ଜବତ ହେଲା ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର। ରେଡ୍ ବେଳେ ଧସ୍ତାଧସ୍ତି ହେବାରୁ ୨ ପୋଲିସ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଜଗତସିଂହପୁର ରଘୁନାଥପୁର ବେରାହିଁମପୁରରେ। ସେଠାରେ ଭଡ଼ାରେ ରହୁଥିଲେ ବେଆଇନ ବାଂଲାଦେଶୀ। ଏହା ଜାଣିବା ପରେ ପୋଲିସ ରେଡ୍ କରିଥିଲା। ସରକାରୀ ଜମିରେ ସିକନ୍ଦ୍ରର ଆଲାମ ନାମକ ଯୁବକ ୧୦ ବଖରା ଘର କରି ମୁର୍ସିଦାବାଦ  ଅଞ୍ଚଳର ବହୁ ବାଂଲାଦେଶୀଙ୍କୁ ଭଡା ଦେଇଥିଲା। ସେମାନେ ଜରି ଗୋଟେଇବା ନାଁରେ କ୍ରାଇମ କରୁଥିବାର ଅଭିଯୋଗ ବାରମ୍ଵାର ହେଉଥିଲା। ଜଗତସିଂହପୁର ପୋଲିସ ଖବର ଚଢ଼ାଉ କରିଥିଲା। ପୋଲିସକୁ ଦେଖି ବହୁ ବାଂଲାଦେଶୀ  ଫେରାର ମାରିଥିଲେ। କେବେ କେତେକ ବାଂଲାଦେଶୀ ପ୍ରତିରୋଧ କରିଥିଲେ। ଧସ୍ତାଧସ୍ତି ହେବାରୁ ଦୁଇ ଜଣ ପୋଲିସ ଆହତ ହୋଇଛନ୍ତି। ବେଆଇନ ବାଂଲାଦେଶୀଙ୍କ ଘରର ତାଲା ଭଙ୍ଗା ଯାଇଥିଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ। ଘରୁ ବନ୍ଧୁକ ଓ ଭୁଜାଲି ମିଳିଛି ।

ଏବେ ବି ସଂକଟାପନ୍ନ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା

ନନ୍ଦିଘୋଷ ବ୍ୟୁରୋ : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ଟିକେ ସୁଧୁରିଥିଲେ ମଧ୍ୟ ସଂକଟାପନ୍ନ ରହିଛି । ସେ  ଭୁବନେଶ୍ଵର ଏମ୍ସ ICUରେ ଚିକିତ୍ସାଧୀନ ଅଛନ୍ତି। ହ୍ୟୁମାନ ସାଗର ଏକାଧିକ ରୋଗରେ ପୀଡ଼ିତ। ଶ୍ଵାସ ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଛି। ରେନାଲ ଫେଲ୍ୟୁୟର୍ ହୋଇଛି। ତାଙ୍କୁ ନିୟମିତ CRRT ଡାଇଲିସିସ୍ କରାଯାଉଛି। ତାଙ୍କୁ ସବୁବେଳେ ମନିଟରିଂ କରୁଛନ୍ତି MICU ଟିମ୍। ଏକାଧିକ ସ୍ପେସାଲିଷ୍ଟ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଆଗ ଅପେକ୍ଷା ସେ ସାମାନ୍ୟ ସୁସ୍ଥ ଅଛନ୍ତି । ଭୁବନେଶ୍ଵର ଏମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୧୪ ତାରିଖରେ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଏକାଧିକ ରୋଗରେ ପୀଡ଼ିତ। ମଲଟି ଅର୍ଗାନ୍ ଡିଫଙ୍କନ ସିଣ୍ଡ୍ରୋମ୍ ସହିତ ଗୁରୁତର ଲିଭର ସମସ୍ୟା, ନିମୋନିଆ ଓ ହୃଦରୋଗରେ ପୀଡ଼ିତ ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି। ହ୍ୟୁମାନ ସାଗରଙ୍କୁ ଉନ୍ନତ ଚିିକିତ୍ସା ପାଇଁ ଗତକାଲି ତାଙ୍କ ମାଆ ଅନୁରୋଧ କରିଥିଲେ। ପୁଅ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଥିଲେ।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା : ଆଉ ଜଣେ ଗିରଫ

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଆଉ ଜଣେ ଗିରଫ । ଅଭିଯୁକ୍ତ ଜଣକ ହେଲା ଅମୀଲ ରସିଦ ଅଲ୍ଲୀ। ତାକୁ ଏନଆଇଏ ଦିଲ୍ଲୀରୁ ଗିରଫ କରିଛି। ଲାଲକିଲ୍ଲା ନିକଟରେ ଯେଉଁ କାର୍ ବିସ୍ଫୋରଣ ହୋଇଥିଲା, ସେହି କାର୍ ଏହି ବ୍ଯକ୍ତି ଜଣକ ନାଁରେ ଥିଲା। ଏନଆଇଏର ତଦନ୍ତରୁ ଜଣାପଡ଼ିଛି, ପୁରା ଷଡ଼ଯନ୍ତ୍ରରେ ଅଲି ସାମିଲ ଥିଲା। ଅଲିର ଘର ହେଉଛି କାଶ୍ମୀର ପୁଲୱାମା ପାମ୍ପୋର ଅଞ୍ଚଳରେ। ଆତଙ୍କବାଦୀ ଆକ୍ରମଣ ପାଇଁ ଉମର ସହିତ ମିଶି କରି ଷଡ଼ଯନ୍ତ୍ର କରିଥିଲା ଅଲି। ସେ କେବଳ ଦିଲ୍ଲୀ ଆସିଥିଲା କାର୍ କିଣିବାକୁ। ସେହି କାରକୁ ବୋମା ଭାବେ ବ୍ୟବହାର କରାଯାଇଥିଲା। ସେଥିରେ ଖଞ୍ଜା ଯାଇଥିଲା ଆଇଇଡି। ମୁଖ୍ୟ ଅଭିଯୁକ୍ତ ଉମର ନବିର ଆଉ ଏକ କାର ବି ଜବତ କରିଛି ଏନଆଇଏ।

ନୂଆପଡା ଉପନିର୍ବାଚନ ହୋଇନାହିଁ ସ୍ବଚ୍ଛ, ଜନାଦେଶ ନୁହେଁ ଯନ୍ତ୍ରାଦେଶ : ବିଜେଡି

ନନ୍ଦିଘୋଷ ବ୍ୟୁରୋ : ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ଏହି ଜନାଦେଶ ଅଗ୍ରହଣୀୟ। ଯନ୍ତ୍ର ମାଧ୍ୟମରେ ବିଜେପି ଅଧିକ ଭୋଟ ନେଇଯାଇଛି। ଇଭିଏମ୍ ଯେତେ ଦିନ ଥିବ ବିଜେପି ଏମିତି ବିଜୟୀ ହେଉଥିବ। ଇଭିଏମ୍ ରେ ଯେଉଁ ଫଳ ଆସିଲା ତାକୁ ଆମେ ଗ୍ରହଣ କରିପାରୁନାହୁଁ । ଅନେକ ବୁଥ୍ ରେ ସଠିକ୍ ଭାବେ ଭୋଟିଂ ହୋଇନାହିଁ। ସରକାରୀ କଳ, ଜିଲ୍ଲା ଓ ଏସପି ବିଜେପି ପାଇଁ କାର୍ଯ୍ୟ କରୁଥିଲେ। ଲୋକଙ୍କୁ ପଦ୍ମ ଫୁଲରେ ଭୋଟ ଦେବାକୁ ବାଧ୍ୟ କରୁଥିଲେ ।

୪୧ ଟି ବୁଥ୍ ରେ ୯୦ ପ୍ରତିଶତରୁ ଅଧିକ ମତଦାନ କିପରି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଅଧିକାରୀ ଗୋଟିଏ ଦିନ ପରେ ଭୋଟ ପ୍ରତିଶତ ପ୍ରକାଶ କଲେ । ସବୁ ବୁଥରେ ରିଗିଂ ହୋଇଛି। ମୁଁ ନୂଆପଡ଼ାବାସୀଙ୍କ ସହ ରହିଛି ଓ ରହିବି । ନୂଆପଡ଼ା ଲୋକଙ୍କ ସ୍ବାର୍ଥ ପାଇଁ ଲଢେ଼ଇ କରିବି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ନିର୍ବାଚନ ବେଳେ ବିଜେଡିର ୫ ଜଣ ନେତାଙ୍କୁ ଗିରଫ କରାଗଲା। ନୂଆପଡ଼ାରେ ବିଜୁଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଶଙ୍ଖ ଚିହ୍ନକୁ ନୂଆପଡାବାସୀ ବିପୁଳ ଭୋଟ ଦେଇଥିବାରୁ ସେ ନୂଆପଡ଼ାବାସୀଙ୍କୁ ବି କୃତଜ୍ଞତା ଜ୍ଞାପନ କରିଛନ୍ତି।

ଅଶୁଭ ରବିବାର : ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ : ଅଶୁଭ ରବିବାର। ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା। ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନ ଯୋଧପୁରରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରେଲର ଓ ଟ୍ରକ ମଧ୍ଯରେ ଧକ୍କା ଯୋଗୁ ପ୍ରାଣ ହରାଇଛନ୍ତି ୫ ଜଣ। ଆହତ ହୋଇଛନ୍ତି ୧୪ ଜଣ। ଆହତମାନଙ୍କୁ ସ୍ଥାନୀୟ ଯୋଧପୁର ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୋଧପୁରର ଖରି ବେରୀ ଗ୍ରାମ ନିକଟସ୍ଥ ଏନଏଚ-୧୨୫ରେ ଘଟିଛି ଦୁର୍ଘଟଣା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା।

ଅନ୍ୟପଟେ ଜାମ୍ମୁ ଓ କାଶ୍ମୀର ବଡଗାମରେ ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । SUV- ଟ୍ରକ୍ ଧକ୍କାରେ ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି । ୫ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ବଡଗାମର ପାଲାରରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ନଅ ଜଣଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ଯେଉଁଠାରେ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଆହତମାନଙ୍କୁ ଚିକିତ୍ସା କରାଯାଉଛି। ବଡଗାମ ରିଙ୍ଗ ରୋଡରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଅଧିକାରୀଙ୍କ ଅନୁଯାୟୀ, ଧକ୍କା ଏତେ ଭୟଙ୍କର ଥିଲା ଯେ ଏସୟୁଭି ଗାଡ଼ିଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏବଂ ପଥଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ, ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡଗାମରେ ହୋଇଥିବା ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଛି । ସେ ପ୍ରଶାସନକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ଘଟଣାର କାରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, “ବଡଗାମରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୂଲ୍ୟବାନ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାର ପାଇଁ ମୋର ସମବେଦନା।” ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।

ସେହିପରି ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ଏକ ସଡ଼କ ଦୁର୍ଘଟଣା ଘଟିଛି । ମାଲୱା କଲେଜ ସମ୍ମୁଖ ରାଜପଥରେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫର୍ଚ୍ୟୁନର କାର୍, ବାଲି ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ଗ୍ୱାଲିୟରର ମହାରାଜପୁରା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଫର୍ଚୁନର ଏବଂ ଏକ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ୱାଲିୟରର ସିଏସପି କହିଛନ୍ତି । ଫଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା । ଘଟଣାଟି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଘଟିଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜୀବିତଙ୍କୁ ଉଦ୍ଧାର କରାଯାଇନାହିଁ ବୋଲି ସ୍ପଷ୍ଟ କରିଛି ।