spot_img
Home Blog Page 363

ରେକର୍ଡ କଲା ବିହାର, ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟରେ ୬୪ ପ୍ରତିଶତ ମତଦାନ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବମ୍ପର ଭୋଟ। ୬୪.୪୬ ପ୍ରତିଶତ ମତଦାନ ହୋଇଛି। ଏତେ ଭୋଟ କେବେ ପଡ଼ିନଥିଲା। ଏହା ୭୩ ବର୍ଷର ରେକର୍ଡ ଭାଙ୍ଗିଛି। ୭୩ ବର୍ଷରେ ପ୍ରଥମ ଥର ପାଇଁ ୬୪ ପ୍ରତିଶତ ମତଦାନ ହୋଇଛି। ଗତକାଲି ୧୨୧ଟି ଆସନରେ ଭୋଟ ହୋଇଥିଲା।

ଇଭିଏମରେ ସିଲ୍ ହୋଇଛି ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ। ୩ କୋଟି ୭୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତରୁ ଅଧିକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନେକ ବୁଥରେ ୱେବକାଷ୍ଟିଂ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି ହୋଇଥିଲା। ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ଵୀ ଯାଦବ, ତାଙ୍କ ଭାଇ ତେଜ ପ୍ରତାପ ଓ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ପ୍ରଥମ ପର୍ଯ୍ୟାୟରେ କିଏ ରହିବ ଆଗରେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ !

ନନ୍ଦିଘୋଷ ବ୍ୟୁରୋ : ଟାରିଫ ବିବାଦ ମଧ୍ୟରେ ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ସକାରାତ୍ମକ କଥାବାର୍ତ୍ତା କରିଛନ୍ତି ଏବଂ ସେ ଆସନ୍ତାବର୍ଷ ଭାରତ ଆସିବା ଏକରକମ ନିଶ୍ଚିତ। ୱାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ଏହି ସୂଚନା ଦ୍ବିପାକ୍ଷିକ ସମ୍ପର୍କ ଲାଗି ସହାୟକ ହୋଇଛି।

ଓଭାଲ ଅଫିସରେ ଟ୍ରମ୍ପ ପ୍ରଧାନମନ୍ତ୍ରୀଙ୍କୁ ଜଣେ ଉତ୍ତମ ବନ୍ଧୁ ଭାବେ ଅଭିହିତ କରିବା ସହ ରୁଷଠାରୁ ଭାରତ ତୈଳ କ୍ରୟ ବ୍ୟାପକ ହ୍ରାସ କରିଥିବାରୁ ଖୁସି ପ୍ରକାଶ କରିଥିଲେ। ଆମେରିକା ପ୍ରସ୍ତାବ ଅନୁସାରେ ଭାରତ ରୁଷଠାରୁ ତୈଳ କ୍ରୟ ହ୍ରାସ କରିଥିବାରୁ ସେ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରୁଷଠାରୁ ତୈଳ କ୍ରୟ କରୁଥିବା କାରଣରୁ ଭାରତ ଉପରେ ଆମେରିକା ଲାଗୁ କରିଥିଲା ୫୦ ପ୍ରତିଶତ ଟାରିଫ।

ଆଉନାହାନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ

ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ। ୭୧ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ୧୯୭୦ ଦଶକର କିମ୍ବଦନ୍ତୀ କଳାକାର ଓ ଗାୟିକା। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସେ ହେଉଛନ୍ତ ସଂଗୀତଜ୍ଞ ଯତୀନ-ଲଳିତ ଓ ଅଭିନେତ୍ରୀ ବିଜୟତା ପଣ୍ଡିତଙ୍କ ଭଉଣୀ। ହୃଦଘାତର ଶିକାର ହୋଇ ସେ ନାନାବତୀ ହସ୍ପିଟାଲରେ ଆଖିବୁଜିଥିବା ଜଣାଯାଇଛି। ତାଙ୍କ ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୭୫ରେ ସେ ସସପେନ୍ସ ଥ୍ରୀଲର ଉଲଝାନରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସଙ୍କୋଚ, ହେରାଫେରି, ଆପନାପନ, ଖାନଦାନ, ଚେହେରେ ପେ ଚେହେରା, ଧରମକଣ୍ଟା, ୱକ୍ତ କି ଦିବାନ ଆଦି ଫିଲ୍ମରେ ଅଭିନୟ କରିଥିଲେ। ସେ ଜିତେନ୍ଦ୍ର, ରାଜେଶ ଖାନ୍ନା, ବିନୋଦ ଖାନ୍ନା, ଶଶୀ କପୁର, ଶତ୍ରୁଘ୍ନ ସିହ୍ନା ପ୍ରମୁଖଙ୍କ ସହ ଅଭିନୟ କରିଥିଲେ।

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ

ନନ୍ଦିଘୋଷ ବ୍ୟୁରୋ : ଆଜି ନୂଆପଡ଼ା ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ ଖରିଆର ରୋଡ ରେ ବିଜେଡିର ବିରାଟ ସମାବେଶରେ ଯୋଗ ଦେବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ନବୀନ। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଭରିଥିଲେ ଜୋସ୍। ନବୀନଙ୍କୁ ନିକଟରେ ପାଇ ନୂଆପଡାବାସୀ ହୋଇଥିଲେ ଖୁସି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବା ଲାଗି ପୁଣି ଥିଲେ ନୂଆପଡା ଗସ୍ତ କରିବେ ନବୀନ।

କଳିଙ୍ଗା ଘାଟିରେ ଦୁର୍ଘଟଣା : ଭାରସାମ୍ୟ ହରାଇ ଓଲଟିଲା ବସ୍ ; ୧୫ରୁ ଅଧିକ ଯାତ୍ରୀ ଆହତ

ନନ୍ଦିଘୋଷ ବ୍ୟୁରୋ : ଜି.ଉଦୟଗିରି କଳିଙ୍ଗା ଘାଟି ଅନ୍ଧାରକୂଟି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଶ୍ରୀରାମ ବସ୍ । ବସଟି ବରଗଡ଼ରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା । ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବିନା ଅନୁମତିରେ କଳିଙ୍ଗା ଘାଟି ଦେଇ ବସ୍ ଯାଉଥିବା ସୂଚନା ମିଳିଛି। ଆହତମାନଙ୍କୁ ଭଞ୍ଜନଗର ଓ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ। ବିନା ଅନୁମତିରେ ଗାଡିଟି କିପରି କଳିଙ୍ଗା ଘାଟିକୁ ଅତିକ୍ରମ କଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରୀଯାନ ବାରଣ କରାଯାଇଥିବା ସତ୍ତ୍ବେ ବସଟି କଳିଙ୍ଗା ଘାଟି ଚଢିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଚତୁର୍ଥ ଟି-ଟ୍ଵେଣ୍ଟି ଜିତିଲା ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ : ଚତୁର୍ଥ ଟି-ଟ୍ଵେଣ୍ଟି ଜିତିଲା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇ ସିରିଜରେ ୨-୧ ରେ ଆଗୁଆ ରହିଛି ଭାରତ। ଓଭାଲରେ ହୋଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ କରିଥିଲା ୧୬୭ ରନ। ଗିଲ୍ ସର୍ବାଧିକ ୪୬ ରନ୍ କରିଥିଲେ। ଟାର୍ଗେଟ ୧୬୮ ରନ୍ ର ପିଛା କରି ଅଷ୍ଟ୍ରେଲିଆ ୧୧୯ ରନରେ ଅଲଆଉଟ ହୋଇଥିଲା। ୱାସିଂଟନ ସୁନ୍ଦର ୩ ୱିକେଟ ନେଇଥିଲେ। ଦୁବେ ଓ ଅକ୍ଷରଙ୍କୁ ୨ଟି ଲେଖାଏଁ ୱିକେଟ ନେଇଛନ୍ତି। ଅକ୍ଷର ପଟେଲ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। ଆଜିର ବିଜୟ ସହିତ ସିରିଜରେ ୨-୧ ଆଗୁଆ ରହିଲା ଟିମ୍ ଇଣ୍ଡିଆ। ଆସନ୍ତା ଶନିବାର ବ୍ରିସବେନରେ ଶେଷ ଟି-ଟ୍ଵେଣ୍ଟି ଖେଳାଯିବ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିକଳ ଦୃଶ୍ୟ : ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିକଳ ଦୃଶ୍ୟ । ରାସ୍ତାରେ ପାଠ ପଢିଲେ ରେଭେନ୍ସା ୟୁଜି ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ଅଧ୍ୟାପକ ମଧ୍ୟ ରାସ୍ତାରେ ଓଡ଼ିଆ କ୍ଳାସ ନେଇଛନ୍ତି । କ୍ଳାସ ରୁମ ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ବାଧ୍ୟ ହୋଇ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ପାଠ ପଢୁଛନ୍ତି ୩୦ ଜଣ ଛାତ୍ରଛାତ୍ରୀ । କେଉଁ ମୁହୂର୍ତ୍ତରେ କ୍ଲାସ ରୁମର ସିଲିଂ ଖସିବ ତାର କିଛି ଠିକ ଠକଣା ନାହିଁ । ଏନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଭାଗର ଛାତ୍ରଛାତ୍ରୀ । ୨୦ ଦିନ ହେବ ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ନିଆରା ଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ

କ୍ରିକେଟର ସୁରେଶ ରୈନା ଓ ଶିଖର ଧାଓ୍ୱନଙ୍କ ସମ୍ପତ୍ତି ଆଟାଚ କଲା ED

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟର ସୁରେଶ ରୈନା ଓ ଶିଖର ଧାଓ୍ୱନଙ୍କ ସମ୍ପତ୍ତି ଆଟାଚ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ମୋଟ ୧୧.୧୪ କୋଟି ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ନିଆଯାଇଛି। ଆଟାଚ କରାଯାଇଥିବା ସମ୍ପତ୍ତିରେ ସୁରେଶ ରାଇନାଙ୍କ ନାମରେ ୬.୬୪ କୋଟି ମୂଲ୍ୟର ମ୍ୟୁଚୁଆଲ ଫଣ୍ଡ ନିବେଶ ଏବଂ ଶିଖର ଧାୱନଙ୍କ ନାମରେ ୪.୫ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ସାମିଲ ଅଛି।

ସୂଚନା ଅନୁଯାୟୀ, EDର ତଦନ୍ତ ବେଆଇନ ଅନଲାଇନ ବେଟିଂ ପ୍ଲାଟଫର୍ମ 1xBet ସହିତ ଜଡିତ ବିଭିନ୍ନ ରାଜ୍ୟରେ ପୋଲିସ ଦ୍ୱାରା ଦାଖଲ କରାଯାଇଥିବା FIR ଉପରେ ଆଧାରିତ। ତଦନ୍ତରୁ ଜଣାପଡିଛି ଯେ, 1xBet ଏବଂ ଏହାର ସରୋଗେଟ ବ୍ରାଣ୍ଡ – 1xBat ଏବଂ 1xBat ସ୍ପୋର୍ଟିଂ ଲାଇନ୍ସ – ବିନା ଅନୁମତିରେ ଭାରତରେ ଅନଲାଇନ ବେଟିଂ ଏବଂ ଜୁଆକୁ ପ୍ରୋତ୍ସାହିତ କରୁଥିଲେ।

ED ଅନୁଯାୟୀ, ରାଇନା ଏବଂ ଧାୱନ ଏହି ପ୍ଲାଟଫର୍ମଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶୀ କମ୍ପାନୀଗୁଡ଼ିକ ସହିତ ସହଯୋଗ କରିଥିଲେ ଏବଂ ବିଦେଶୀ ଚ୍ୟାନେଲ ମାଧ୍ୟମରେ ସେମାନଙ୍କୁ ଦେୟ ଦିଆଯାଇଥିଲା। ଏହି ଟଙ୍କା ଅବୈଧ ବାଜି ମାଧ୍ୟମରେ ଅର୍ଜିତ ହୋଇଥିଲା ଏବଂ ଏହାର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଜଟିଳ କାରବାର କରାଯାଇଥିଲା।

ଭୁବନେଶ୍ୱରରେ ଗୁରୁବାର ପାଇଁ ଫିକା ପଡ଼ିଲା ଛାଡଖାଇ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱରରେ ମାଣବସା ଗୁରୁବାର ପାଇଁ ଫିକା ପଡ଼ିଲା ଛାଡଖାଇ । ଆସନ୍ତାକାଲି ଜମିବ ଛାଡ଼ । ୟୁନିଟ ୪ ମାଛ ମାର୍କେଟକୁ ଆଜି ମାତ୍ର ୨୦ ପ୍ରତିଶତ ମାଛ ଆସିଥିବାବେଳେ ଆସନ୍ତାକାଲି ବଜାରକୁ ଆସିବ ୨ ଟନ ମାଛ । ଉଚା ରହିବ ଦର । ଆଜି ଛାଡଖାଇ ହୋଇଥିବା ବେଳେ ଆମିଷ ବଜାରରେ ବେପାର ନାହିଁ । ହେଲେ ଲୋକଙ୍କ ଚାହିଦାକୁ ନଜରରେ ରଖି ବ୍ରଏଲର କୁକୁଡ଼ା, ଖାସିମାଂସ, ମାଛ, ଦେଶୀ କୁକୁଡ଼ା, ଚିଙ୍ଗୁଡି, କଙ୍କଡ଼ା, ଇଲିସି ବଜାରରେ ମିଳୁଛି । ଗୁରୁବାର ଯୋଗୁଁ ଦରରେ କିଛି ଖାସ୍ ପରିବର୍ତ୍ତନ ଦେଖିବା ପାଇଁ ମିଳିନଥିବା ବେଳେ ଆସନ୍ତାକାଲି ବଢିବ ରେଟ୍ । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ଵର ପ୍ରତିନିଧି ଅରୁଣ ସାହୁ ।

ପ୍ରଦୂଷଣ ବଢ଼ାଇପାରେ ଗର୍ଭାଶୟ ଶିଶୁଙ୍କ ଅଟିଜିମ୍ , କାରଣ ଦର୍ଶାଇଲେ ଡାକ୍ତର

ନନ୍ଦିଘୋଷ ବ୍ୟୁରୋ : ପ୍ରଦୂଷଣର ପ୍ରଭାବ କେବଳ ଫୁସଫୁସ ପର୍ଯ୍ୟନ୍ତ ସୀମିତ ନୁହେଁ; ଏହା ଗର୍ଭସ୍ଥ ଶିଶୁ ପାଇଁ ମଧ୍ୟ ବିପଦପୂର୍ଣ୍ଣ। ପ୍ରଦୂଷଣ ପିଲାମାନଙ୍କ ମଧ୍ୟରେ ଅଟିଜିମର ଆଶଙ୍କା ବୃଦ୍ଧି କରେ। ଏନେଇ ସ୍ପଷ୍ଟ କଲେ ଡାକ୍ତର । ଡାକ୍ତରଙ୍କ ମତରେ , ପିଲାମାନଙ୍କର ଫୁସଫୁସ ଏବଂ ରୋଗ ପ୍ରତିରୋଧକ ଶକ୍ତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକଶିତ ହୋଇନାହିଁ, ତେଣୁ ସେମାନେ ପ୍ରଦୂଷଣ କଣିକା ଏବଂ କ୍ଷତିକାରକ ଗ୍ୟାସଗୁଡ଼ିକୁ ଦ୍ରୁତ ଗତିରେ ଶୋଷିତ କରନ୍ତି। ଗର୍ଭବତୀ ମହିଳାମାନେ ମଧ୍ୟ ଏହି କ୍ଷତିକାରକ କଣିକାଗୁଡ଼ିକ ଦ୍ୱାରା ସିଧାସଳଖ ପ୍ରଭାବିତ ହୁଅନ୍ତି, ଯାହା ସେମାନଙ୍କ ଶରୀରରେ ଅମ୍ଳଜାନ ଏବଂ ପୁଷ୍ଟିସାର ସ୍ତରକୁ ପ୍ରଭାବିତ କରିପାରେ। ଉଚ୍ଚ AQIର ନିରନ୍ତର ସଂସ୍ପର୍ଶରେ ଆସିବା ଦ୍ଵାରା ମା ଏବଂ ଶିଶୁ ଉଭୟଙ୍କ ଉପରେ ଗମ୍ଭୀର ସ୍ୱାସ୍ଥ୍ୟ ପ୍ରଭାବ ପଡ଼ିଥାଏ, ଯେଉଁଥିରେ ଶ୍ୱାସକ୍ରିୟା ସମସ୍ୟା, ଦୁର୍ବଳତା ଏବଂ ସ୍ନାୟୁ ବିକାଶ ସହ ଜଡିତ ବିପଦ ଅନ୍ତର୍ଭୁକ୍ତ।

ପ୍ରଦୂଷଣ ଦୀର୍ଘକାଳୀନ ସଂସ୍ପର୍ଶରେ ରହିବା ଦ୍ଵାରା ଗର୍ଭବତୀ ମହିଳା ଏବଂ ସେମାନଙ୍କ ଶିଶୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ମହିଳାମାନେ ଶ୍ୱାସକ୍ରିୟା ସମସ୍ୟା, ଥକ୍କାପଣ, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଏବଂ ହୃଦରୋଗ ସମ୍ବନ୍ଧୀୟ ବିପଦ ବୃଦ୍ଧି ପାଇପାରେ। ପିଲାମାନଙ୍କ କ୍ଷେତ୍ରରେ, ପ୍ରଦୂଷଣ ସିଧାସଳଖ ସେମାନଙ୍କ ମସ୍ତିଷ୍କ ଏବଂ ଶାରୀରିକ ବିକାଶକୁ ପ୍ରଭାବିତ କରେ। ଏହା ଶିକ୍ଷଣ ହ୍ରାସ, ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା ଏବଂ ଆଚରଣଗତ ପରିବର୍ତ୍ତନ ଆଣିପାରେ। ଏହା ବ୍ୟତୀତ, କ୍ଷତିକାରକ ବାୟୁ କଣିକା ଗର୍ଭରେ ଶିଶୁର ନ୍ୟୁରୋ ବିକାଶକୁ ପ୍ରଭାବିତ କରିପାରେ, ଯାହା ଜନ୍ମ ପରେ ଅଟିଜିମ୍ ଏବଂ ଅନ୍ୟାନ୍ୟ ସ୍ନାୟୁ ସମସ୍ୟାର ଆଶଙ୍କା ବୃଦ୍ଧି କରେ।

ପ୍ରଦୂଷଣ ଗର୍ଭବତୀ ମହିଳା ଏବଂ ଶିଶୁର ବିକାଶକୁ କିପରି ପ୍ରଭାବିତ କରେ?

ଏମ୍ସର ଶିଶୁ ରୋଗ ବିଭାଗର ଶିଶୁ ନ୍ୟୁରୋଲୋଜି ବିଭାଗର ଫ୍ୟାକଲ୍ଟି ଇନଚାର୍ଜ ଡାକ୍ତରଙ୍କ ମତରେ , PM2.5, NO₂ ଭଳି ପ୍ରଦୂଷଣ ସ୍ତର ଏବଂ ଅନ୍ୟାନ୍ୟ କ୍ଷତିକାରକ କଣିକା ଏବଂ ଗ୍ୟାସ ଶରୀରରେ ପ୍ରବେଶ କରି ମସ୍ତିଷ୍କର ପ୍ରାକୃତିକ ପ୍ରତିରକ୍ଷାକୁ ଦୁର୍ବଳ କରିପାରେ। ଗର୍ଭବତୀ ମହିଳାଙ୍କଠାରେ ଥିବା ଏହି କଣିକା ପ୍ଲାସେଣ୍ଟା ମାଧ୍ୟମରେ ଶିଶୁ ପାଖରେ ପହଞ୍ଚିପାରେ, ଯାହା ମସ୍ତିଷ୍କ ବିକାଶକୁ କ୍ଷତି ପହଞ୍ଚାଇପାରେ। ଏହା ଫଳରେ ପିଲାମାନଙ୍କଠାରେ ନ୍ୟୁରୋଡେଭଲପମେଣ୍ଟାଲ୍ ସମସ୍ୟା ସୃଷ୍ଟି ହୁଏ।

ଦୀର୍ଘକାଳୀନ ପ୍ରଦୂଷଣର ସମ୍ମୁଖିନ ହେଉଥିବା ପିଲାମାନଙ୍କ ମଧ୍ୟରେ ଅଟିଜିମର ଆଶଙ୍କା ଅଧିକ ଥାଏ। ଅଟିଜିମ୍ ହେଉଛି ଯୋଗାଯୋଗ, ଆଚରଣ ଏବଂ ସାମାଜିକ ପାରସ୍ପରିକ କ୍ରିୟାରେ ଅସୁବିଧା ଦ୍ୱାରା ଚିହ୍ନିତ ଏକ ଅବସ୍ଥା। ମସ୍ତିଷ୍କରେ ବୃଦ୍ଧି ପାଉଥିବା ଅକ୍ସିଡେଟିଭ୍ ଚାପ ଏବଂ ପ୍ରଦାହ ଆଲଜାଇମର ଭଳି ଲକ୍ଷଣ ସୃଷ୍ଟି କରିପାରେ, ଯେଉଁଥିରେ ସ୍ମୃତି ହ୍ରାସ, ଧ୍ୟାନ ହ୍ରାସ ଏବଂ ଚିନ୍ତାଧାରା ହ୍ରାସ ଅନ୍ତର୍ଭୁକ୍ତ।

 ଏହାକୁ କିପରି ରୋକାଯିବ?

  • ବାୟୁ ଗୁଣବତ୍ତା (AQI) ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପ୍ରଦୂଷିତ ସମୟରେ ବାହାରକୁ ଯିବାରୁ ଦୂରେଇ ରୁହନ୍ତୁ।
  • ଘରେ ଏକ ବାୟୁ ପ୍ୟୁରିଫାୟର କିମ୍ବା ସବୁଜ ଗଛ ରଖନ୍ତୁ।
  • ଗର୍ଭବତୀ ମହିଳା ଏବଂ ପିଲାମାନେ ମାସ୍କ ପିନ୍ଧିବା ଉଚିତ, ବିଶେଷକରି ଧୂଳି ଏବଂ ଧୂଆଁପୂର୍ଣ୍ଣ ଅଞ୍ଚଳରେ।
  • ଯେତେବେଳେ AQI ଖରାପ ଥାଏ, ସେତେବେଳେ ବାହାର ଖେଳିବା କିମ୍ବା ଚାଲିବା ଠାରୁ ଦୂରେଇ ରୁହନ୍ତୁ।
  • ପୁଷ୍ଟିକର ଖାଦ୍ୟ ନିଅନ୍ତୁ ଏବଂ ପିଲାର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ରଖନ୍ତୁ।