spot_img
Home Blog Page 3633

ଏଣିକି ଗ୍ରାଜୁଏସନ ପରେ କରିପାରିବେ ପିଏଚଡି

ଭୁବନେଶ୍ୱର: ଏଣିକି ପିଏଚଡି ପାଇଁ ଆବଶ୍ୟକ ନାହିଁ ମାଷ୍ଟର ଡିଗ୍ରୀ। ୪ ବର୍ଷର ଗ୍ରାଜୁଏସନ ପରେ କରିହେବ ଡକ୍ଟରେଟ । ନୂତନ ଶିକ୍ଷା ନୀତି ୨୦୨୦ରେ ପିଏଚଡି କରିବାର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏଣିକି ଗ୍ରାଜୁଏସନ କରୁଥିବା ଛାତ୍ରଛାତ୍ରୀ ପିଏଚଡି କରିବା ପାଇଁ ଆଉ ମାଷ୍ଟର ଡିଗ୍ରୀ କରିବାର ଆବଶ୍ୟକତା ପଡିବ ନାହିଁ ।

ଯେଉଁ ପିଲାମାନେ ୪ବର୍ଷର ଗ୍ରାଜୁଏସନ ପାଠ୍ୟକ୍ରମ କରିବେ ସେ ସିଧାସଳଖ ପିଏଚଡି କରିପାରିବେ । ୪ ବର୍ଷର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ତିନି ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହେବ ନାହିଁ ବୋଲି ୟୁଜିସି ଅଧ୍ୟକ୍ଷ କହିଛନ୍ତି । ଦୀର୍ଘ ଦିନ ଧରି ସ୍ନାତକୋତ୍ତର କାର୍ଯ୍ୟକ୍ରମ ପାଇଁ ୟୁଜିସି ଏକ ନୂତନ ପାଠ୍ୟକ୍ରମ ଏବଂ କ୍ରେଡିଟ୍ ଢାଞ୍ଚା ପ୍ରସ୍ତୁତ କରିବାରେ ନିୟୋଜିତ ଥିଲା ।

ୟୁଜିସି ଦ୍ବାରା ଜାରି ହୋଇଥିବା ନୂତନ ପାଠ୍ୟକ୍ରମ ଅଧୀନରେ ପିଲାମାନେ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ସୁବିଧା ପାଇବେ । ଯାହା ଅଧୀନରେ ବର୍ତ୍ତମାନ ଚାରି ବର୍ଷ ସ୍ନାତକ କରିବା ପରେ ଛାତ୍ରଛାତ୍ରୀ ମାନେ ପିଏଚଡି କରିବାକୁ ସକ୍ଷମ ହେବେ। ସେମାନଙ୍କୁ ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମରେ ଆଡମିଶନ ନେବାକୁ ପଡିବ ନାହିଁ । ୟୁଜିସି ଦ୍ବାରା ଜାରି ହୋଇଥିବା ନୂତନ ପାଠ୍ୟକ୍ରମ ଏବଂ କ୍ରେଡିଟ୍ ଫ୍ରେମୱାର୍କରେ ଆଧାରିତ କ୍ରେଡିଟ୍ ସିଷ୍ଟମ୍ ପରିବର୍ତ୍ତନ କରାଯାଇଛି।

ଏହା ବ୍ୟତୀତ ଚାରି ବର୍ଷ କିମ୍ବା ଆଠ ସେମିଷ୍ଟାର ସମାପ୍ତ କରିବା ପରେ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯିବ। ଚତୁର୍ଥ ବର୍ଷ ପରେ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ୬ଟି ସେମିଷ୍ଟରରେ ୭୫ ପ୍ରତିଶତ କିମ୍ବା ଅଧିକ ମାର୍କ ପାଇଛନ୍ତି, ସେମାନେ ରିସର୍ଚ୍ଚ ଷ୍ଟ୍ରିମ୍ ବାଛିପାରିବେ।

ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ଦେଇହେବନି ରିହାତି: ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ଦେଇହେବନି ରିହାତି । ବେତନ ଓ ପେନସନ ଭାର ଅଧିକ ରହୁଥିବାରୁ ବରିଷ୍ଠ ନାଗରିକଙ୍କୁ ରିହାତି ଦେଇହେବନି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଲୋକସଭାରେ ମହାରାଷ୍ଟ୍ରର ସ୍ବାଧୀନ ସାଂସଦ ନବନୀତ ରବିରାଣାଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି, ଗତବର୍ଷ କରୋନା ସମୟରେ ଯାତ୍ରୀସେବା ଲାଗି ୫୯ହଜାର କୋଟି ଟଙ୍କା ସବସିଡି ଦିଆଯାଇଛି । ଯାହାକି କେତେକ ରାଜ୍ୟର ବଜେଟଠାରୁ ମଧ୍ୟ ଅଧିକ । ରେଳବାଇର ବର୍ତ୍ତମାନ ସ୍ଥିତି ଅନୁସାରେ ରିହାତି ଦେଇହେବନି ବୋଲି ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କରୋନା ଆରମ୍ଭ ସମୟରୁ ବରିଷ୍ଠ ନାଗରିକଙ୍କୁ ରେଳରେ ଯାତ୍ରା ପାଇଁ ମିଳୁଥିବା ରିହାତିକୁ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର ।

ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ, ୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ପୁରୀ: ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ। କାଠ ଗୋଦାମରେ ଲାଗିଲା ନିଆଁ। ଖବର ପାଇ ଅଗ୍ନିଶମ ବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା।

ତେବେ ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଠ ଥିବା ବେଳେ ପ୍ରାୟ ୫ କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତି ୧୨ଟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦେଖୁ ଦେଖୁ ପୁରା କାଠ ଗୋଦାମ ଜଳିଯାଇଥିଲା।

 

ଫିଫା ବିଶ୍ବ କପ୍ ଫାଇନାଲରେ ମରକ୍କୋ; ଫ୍ରାନ୍ସକୁ ୨-୦ ଗୋଲରେ ହରାଇଲା

କତାର: ଲଗାତର ଦ୍ବିତୀୟ ଥର ପାଇଁ ଫିଫା ବିଶ୍ବ କପ୍ ଫାଇନାଲରେ ପହଞ୍ଚିଲା ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ । ସେମିରେ ମରକ୍କୋକୁ ୨-୦ ଗୋଲରେ ହରାଇଲା ଫ୍ରାନ୍ସ । ଭାଙ୍ଗିଲା ମରକ୍କୋ ସ୍ବପ୍ନ । ଧୂଳିସାତ୍ ହେଲା ମରକ୍କୋର ପ୍ରଥମ ଫାଇନାଲ ଯାତ୍ରା । କତାରରେ ଖେଳାଯାଉଥିବା ଫିଫା ବିଶ୍ବକପ୍‌ ସେମିରେ ସାନଦାର ପ୍ରଦର୍ଶନ କରିଛି ଫ୍ରାନ୍ସ । ଏବେ ଟାଇଟଲ ପାଇଁ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍ ସହ ହେବ ଜୋରଦାର ମୁକାବିଲା । ଲଗାତର ୨ଥର ଓ ମୋଟ୍ ତୃତୀୟଥର ବାଜିମାତ୍ ପାଇଁ ତୟାରି କରୁଛି ଫ୍ରାନ୍ସ।

ତେବେ ଏହାପୂର୍ବରୁ ଫ୍ରାନ୍ସ ୩ଥର ଫାଇନାଲ ଖେଳିବା ସହ ୧୯୯୮ ଓ ୨୦୧୮ରେ ବିଜେତା ହୋଇଥିଲା । ୨୦୦୬ରେ ରନର୍ସଅପ୍ ଥିଲା ଫ୍ରାନ୍ସ । ଏଥର ଆର୍ଜେଣ୍ଟିନା ସହ ହେବ ଜୋରଦାର୍ ଟକ୍କର । ୧୮ ଡିସେମ୍ବରରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ହେବ ଫାଇନାଲ ମ୍ୟାଚ୍ । ସୁପର ସନଡେରେ ହେବ ଏହି ସୁପର ଫାଇଟ୍ ।

କମ୍ବଳ ବିତରଣ ବେଳେ ଦଳାଚକଟା, ୩ ମୃତ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କମ୍ବଳ ବିତରଣ ବେଳେ ଦଳାଚକଟା । ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ରୁ ଅଧିକ ଆହତ ହୋଇଛନ୍ତି । ପଶ୍ଚିମ ବଙ୍ଗର ଆସନସୋଲ ଜିଲ୍ଲାସ୍ଥିତ ଉତ୍ତର ବିଧାନସଭା ଅଞ୍ଚଳର ରାମକୃଷ୍ଣ ଡଙ୍ଗାଲରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏକ ଜନ ସଭା କରିଥିଲେ । ସେହି ସଭାରେ ସେ ଯୋଗଦେଇ ଚାଲିଯିବା ପରେ ସେଠାରେ କମ୍ବଳ ବଣ୍ଟନ ଆରମ୍ଭ ହୋଇଥିଲା ।

ମାତ୍ର କମ୍ବଳ ନେବାକୁ ଲୋକେ ଭିଡ ଜମାଇବାରୁ ଦଳାଚକଟା ହୋଇଥିଲା। ଘଟଣାସ୍ଥଳରେ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଆସନସୋଲ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସର ତଦନ୍ତ ଜାରି ରହିଥିବାବେଳେ ଏହାକୁ ନେଇ ବିଜେପି ଉପରେ ବର୍ଷିଛି ତୃଣମୂଳ କଂଗ୍ରେସ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶା ଏକ ବିକଶିତ ରାଜ୍ୟଭାବେ ଉଭା ହୋଇଛି: ଦାମୋଦର ରାଉତ

ଭୁବନେଶ୍ୱର: ଓଡ଼ିଶା ଦରିଦ୍ର ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବେ ଉଭା ହୋଇଛି। କୁଜଙ୍ଗ ବ୍ଲକ ପଡ଼ିଆରେ ନିଜର ୮୧ ତମ ଜନ୍ମଦିନ ପାଳନ ଅବସରରେ ଏହା କହିଛନ୍ତି ବରିଷ୍ଠ ରାଜନେତା ଡ. ଦାମୋଦର ରାଉତ।

୫୦ ବର୍ଷ ହେଲା ମୁଁ ରାଜନୀତିରେ କାଟିଲେଣି। ବୟସ ହେଲାଣି। ଏବେ ଆଉ ନିର୍ବାଚନ ଓ ରାଜନୀତିରେ ଆଗ୍ରହ ନାହିଁ । ଗୋଡ଼ ହାତ ଚଳୁଥିବା ପର୍ଯ୍ୟନ୍ତ ବିଜୁବାବୁଙ୍କ ଆଦର୍ଶରେ ଲୋକଙ୍କ ସେବା କରିବି ବୋଲି ସେ କହିଛନ୍ତି । ଦାମ ବାବୁଙ୍କ ଜନ୍ମଦିନକୁ ନେଇ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଆଜି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତେବେ ସନ୍ଧ୍ୟାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ନାଚ ଗୀତ ସହ ବିରାଟ ରାଲିରେ ଦାମୋଦର ରାଉତଙ୍କୁ ସଭା ନିକଟକୁ ପାଛୋଟି ଆଣିଥିଲେ ସ୍ଥାନୀୟ ଲୋକେ।

ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ

ବେଗୁନିଆ: ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ । ଲାଞ୍ଚ ନେଉଥିବାବେଳେ ରେଡ୍ ହାଣ୍ଡ୍ରେଡରେ ଧରିଲା ଭିଜିଲାନ୍ସ । ୪୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୃଥ୍ବୀରାଜଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍ । ଜମି କିସମ ପରିବର୍ତ୍ତନ କରିବାକୁ ଲାଞ୍ଚ ନେଉଥିଲେ ତହସିଲଦାର ।

ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଖୋଳତାଡ଼ କରିପାରେ ତଦନ୍ତକାରୀ ଟିମ୍ ।

ଆଜି ଦ୍ବିତୀୟ ସେମିଫାଇନାଲ; ମୁହାଁମୁହିଁ ହେବେ ଫ୍ରାନ୍ସ ଓ ମରକ୍କୋ

କତାର: ବିଶ୍ବକପର ଆଜି ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ମରକ୍କୋ। ଆଜି ରାତି ସାଢେ ୧୨ଟାରେ କତାରର ଅଲଖୋରର ଅଲବାୟତ ଷ୍ଟାଡିୟମରେ ହେବ ମୁକାବିଲା। ସପ୍ତମ ଥର ପାଇଁ ସେମିଫାଇନାଲ ଖେଳି ତୃତୀୟ ଥର ବିଶ୍ବ କପ ଟ୍ରଫି ହାତେଇବା ଚକ୍କରରେ ରହିଛି ଫରାସୀ ବାହିନୀ ।

ସେହିପରି ପ୍ରଥମ ଆଫ୍ରିକୀୟ ରାଷ୍ଟ୍ରଭାବେ ବିଶ୍ବ କପର ସେମିଫାଇନାଲରେ ପହଞ୍ଚିଥିବା ମରକ୍କୋ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି। ଐତିହାସିକ ସଫଳତା ରାସ୍ତାରେ ଫ୍ରାନ୍ସ ବଡ଼ ପ୍ରତିବନ୍ଧକ ସାଜିଛି। ଗ୍ରୁପ ଏଫରେ ସ୍ଥାନ ପାଇଥିବା ମରକ୍କୋ ସ୍ପେନ ଓ ପର୍ତ୍ତୁଗାଲ ପରି ଦଳକୁ ନକଆଉଟ ପର୍ଯ୍ୟାୟରେ ହରାଇ ମନୋବଳ ଦୃଢ କରିଛି। ତେବେ ଫ୍ରାନ୍ସ ବଢିଆ ଫର୍ମରେ ରହିଛି। ଡିଫେନସରେ ଜୁଏଲ୍ସ କୁଣ୍ଡେ, ଥୋଇ ହର୍ଣ୍ଣାଣ୍ଡେଜ ପ୍ରମୁଖ ବିପକ୍ଷର ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଛନ୍ତି ।

ଅପରପକ୍ଷେ ତାରକା ଖେଳାଳି କିଲିଆନ ଏମବାପେ ମଧ୍ୟ ଜବରଦସ୍ତ ଫର୍ମରେ ଥାଇ ୫ଟି ଗୋଲ କରିସାରିଲେଣି। ଏମାନେ ମରକ୍କୋ ଆକ୍ରମଣକୁ ରୋକିବାରେ ସଫଳ ହେବେ ବୋଲି କୁହାଯାଉଛି । ଦଳରେ ଆହତ ସମସ୍ୟା ଲାଗି ରହିଥିବାବେଳେ ଚିନ୍ତା ଜନକ ନୁହେଁ ବୋଲି କହିଛନ୍ତି ପ୍ରଶିକ୍ଷକ ଡେ ଡିୟର ଡେସଚାମ୍ପ। ଗତକାଲି ପ୍ରଥମ ସେମିଫାଇନାଲ ଲଢେଇରେ ଆର୍ଜେଣ୍ଟିନା, କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଆସନ୍ତା ୧୮ ତାରିଖରେ ଫାଇନାଲ ମ୍ୟାଚ ହେବ ।

‘ପଠାନ’ ଫିଲ୍ମର ଗୀତକୁ ନେଇ ବଢିଲା ଅଡୁଆ, ଜୋରଧରିଛି ବଏକଟ୍ ଟ୍ରେଣ୍ଡ

ମୁମ୍ବାଇ: ପଠାନ ଫିଲ୍ମର ଗୀତକୁ ନେଇ ବଢିଲା ଅଡୁଆ । ବେସରମ ରଙ୍ଗ ଶୀର୍ଷକ ଗୀତରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଡ୍ରେସକୋଡକୁ ନେଇ ଉତକ୍ଷିପ୍ତ ମଧ୍ୟପ୍ରଦେଶ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର। ଏପରିକି ଯଦି ଫିଲ୍ମକୁ ପୁନଃସମ୍ପାଦିତ ନକରାଯାଏ ତେବେ ରାଜ୍ୟରେ ଫିଲ୍ମକୁ ନିଷିଦ୍ଧ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି- ଗୀତରେ ବ୍ୟବହୃତ ହୋଇଥିବା ପୋଷାକ ଅତ୍ୟନ୍ତ କୁତ୍ସିତ ଏବଂ ତୁରନ୍ତ ଏହାକୁ ହଟାଇବା ଦରକାର ।

ତେବେ ଦୀପିକା ପିନ୍ଧିଥିବା ଗେରୁଆ ପୋଷାକକୁ ସେ ସମର୍ଥନ କରିଛନ୍ତି। ସେପଟେ ସ୍ବାମୀ ଚକ୍ରପାଣି ମହାରାଜ ମଧ୍ୟ ଗୀତର ତୀବ୍ର ବିରୋଧ କରିଛନ୍ତି। ସେନସର ବୋର୍ଡ ବିରୋଧରେ ସେ ଗର୍ଜିଛନ୍ତି। ବେସରମ ଗୀତକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେରିଓ, ବିଶାଳ ଓ ଶେଖର ଗାଇଥିବାବେଳେ ଏକ ଆକର୍ଷଣୀୟ ସ୍ଥାନରେ ଗୀତର ସୁଟିଂ କରାଯାଇଥିଲା । ଗୀତରେ ଦୀପିକା ବିକିନି ପିନ୍ଧିଥିବା ଦେଖାଯାଇଛି।

ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡିରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେଲା ନୂତନ ମାଇଲ ଖୁଣ୍ଟ। ତୃତୀୟ ପର୍ଯ୍ୟାୟରେ ଜିଲ୍ଲାରେ ଆରମ୍ଭ ହୋଇଛି ବାୟୁ ସ୍ବାସ୍ଥ୍ୟ ସେବା । ଆଦିବାସୀ ଦୁର୍ଗମ ଅଞ୍ଚଳରେ ଉନ୍ନତ ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଠାରେ ହେଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାର ଦ୍ବିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ସ୍ବାସ୍ଥ୍ୟ ପରୀକ୍ଷା ।

ରାଜ୍ୟର ସୁପର ସ୍ପେଶାଲିଷ୍ଟ ଡାକ୍ତର ଆସି ଚିକିତ୍ସା କରୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୪ ଜଣ ରୋଗୀ ପଞ୍ଜିକରଣ କରିସାରିଛନ୍ତି। ରାଜ୍ୟର ବଛାବଛା ପ୍ରସିଦ୍ଧ ୟୁରୋଲୋଜିଷ୍ଟ, ଜେନେରାଲ ସର୍ଜରୀ, କାଡିଓଲୋଜିଷ୍ଟ, ନେଷ୍ଟ୍ରୋଲୋଜିଷ୍ଟ, ଗେଷ୍ଟ୍ରୋ ନେଟେରୋଲୋଜିଷ୍ଟ, ରେଡିଓ ଲୋଜିଷ୍ଟ ଏନାସ୍ଥେସିଆ ବିଶେଷଜ୍ଞ ପହଞ୍ଚି ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।

ତେବେ ହାତପାଆନ୍ତାରେ ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କ ଚିକିତ୍ସା ପାଇପାରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ପ୍ରଥମ ଦିନରେ ୪ ଜଣଙ୍କ ଅସ୍ତ୍ରୋପ୍ରଚାର ସରିଥିବା ବେଳେ ୭ ଜଣଙ୍କ ଆଲଟ୍ରା ସାଉଣ୍ଡ କରାଯାଉଛି।