spot_img
Home Blog Page 3715

୭୩ ବର୍ଷ ଧରି ଚାଲୁଛି ମାଗଣା ଟ୍ରେନ, ନା ଟିକେଟ  ନା ଟିଟିଇ..

ହିମାଚଳ ପ୍ରଦେଶ : ଟ୍ରେନରେ ଯାତ୍ରା କରୁଥିବା ସମୟରେ ସମସ୍ତଙ୍କୁ ଏହାର ଭଡା ଦେବାକୁ ପଡିଥାଏ ।  ମାଗଣାରେ ଟ୍ରେନରେ ଯାତ୍ରା କରିବା କଥା କେବେ ଶୁଣିଛନ୍ତି?  ଯଦି ଶୁଣି ନାହାଁନ୍ତି ତେବେ ଆଜି ଜାଣନ୍ତୁ। ଏମିତି ଗୋଟିଏ ଟ୍ରେନ ଅଛି ଯେଉଁ ଥିରେ ଯାତ୍ରା କରିବାକୁ ଦେବାକୁ ପଡେନି ଟଙ୍କା।  । ଆଉ ସେହିଭଳି ଗୋଟିଏ ଟ୍ରେନ ଆମରି ଦେଶରେ ଚାଲୁଛି । ଯେଉଁଥିରେ ଯାତ୍ରା କରିଲେ ପଇସା ଦେବାକୁ ପଡିନଥାଏ । ଦିନେ କି ଦୁଇ ଦିନ ପାଇଁ ନୁହେଁ ବରଂ ବର୍ଷ ସାରା ମାଗଣାରେ ଯାତ୍ରା କରି ପାରିବେ ଏହି ଟ୍ରେନରେ । କଥାଟା ଆପଣ ମାନଙ୍କ ପାଇଁ ବିଶ୍ୱାସ କରିବା ସମ୍ଭବ ହୋଇନପାରେ । ଆଜି ଆମେ ଆପଣଙ୍କୁ ଏହାର ସତ୍ୟତା ସଂପର୍କରେ ଜଣାଇବୁ ।

ଭାରତର ଏମିତି ଏକ ସ୍ୱତନ୍ତ୍ର ତଥା ଅନୋଖା ଟ୍ରେନ ରହିଛି , ଯେଉଁଥିରେ କୌଣସି ଟିଟିଇ ନଥାନ୍ତି । ହଁ ଆଜ୍ଞା ଆପଣମାନେ ଠିକ୍ ଶୁଣୁଛନ୍ତି । ବର୍ଷସାରା ଲୋକମାନେ ମାଗଣାରେ ଯାତ୍ରା କରିଥାନ୍ତି । ଟ୍ରେନକୁ ଭାରତର ମେରୁଦଣ୍ଡ କହିଲେ କିଛି ଭୁଲ ହେବ ନାହିଁ । ଟ୍ରେନ ବିନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯାତ୍ରା କରିବା ଅସମ୍ଭବ ହୋଇପଡିବ । ଟ୍ରେନର ଯାତ୍ରା ସାଧାରଣରେ ବସ, କାର କିମ୍ବା ଉଡାଯାହାଜ ମାନଙ୍କଠାରୁ ଶସ୍ତା ଏବଂ ଖୁବ ଆରାମଦାୟକ ରହିଥାଏ । ଅଳ୍ପ କିଛି ଖର୍ଚ୍ଚରେ ହିଁ ଲୋକେ ଅନେକ ଦୂର ସହଜରେ ଯାତ୍ରା କରିଥାନ୍ତି ।

କିନ୍ତୁ ଆଜି ଆମେ ଯେଉଁ ଟ୍ରେନ କଥା କହୁଛୁ , ଯେଉଁଥିରେ ଯାତ୍ରା କରିବା ପାଇଁ ଆପଣଙ୍କୁ ଗୋଟିଏ ଟଙ୍କା ବି ଦେବାକୁ ପଡିବନି । ହଁ ଆଜ୍ଞା ଏହା ଏଭଳି ଏକ ଅଜବ ଟ୍ରେନ ୍‌ଯାହାକି ଦୀର୍ଘ ୭୩ ବର୍ଷରୁ ଲୋକଙ୍କୁ ମାଗଣା ଯାତ୍ରା କରାଉଛି । ମୁଖ୍ୟ କଥା ହେଉଛି ଏଥିରେ ଟିଟିଇ ନାହାନ୍ତି । ଆମେ କହୁଛୁ ଭାକରା-ନଂଗଲ ଟ୍ରେନ କଥା । ଏହି ଟ୍ରେନଟି ଡ୍ୟାମର ପାଖ ଦେଇ ଯାଇ ଥାଏ । ଏହା ପଂଜାବର ବର୍ଡର ଅଂଚଳ ଦେଇ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଯାଇଥାଏ । ଟ୍ରେନଟି ଭାକରାରୁ ନେଇ ନଂଗଲ ପର୍ଯ୍ୟନ୍ତ ଚାଲିଥାଏ । ୧୩ କିଲୋମିଟରର ଏହି ଯାତ୍ରା ସବୁଠାରୁ ସୁନ୍ଦର ଅନୁଭବ କହିଲେ କିଛି ଭୁଲ ହେବନି ।

ଏହି ଭାକରା-ନଂଗଲ ଟ୍ରେନଟି ସତଜଲ ନଦୀର କୂଳେ କୁଳେ ଯାଇ ଥାଏ , ଏହା ସହ ଶିବାଲିକ ପାହାଡଗୁଡିକର ସେହି ଅନନ୍ୟ ଦୃଶ୍ୟ ସବୁର ଯାତ୍ରୀମାନେ ଭରପୁର ମଜା ଉଠାଇ ଥାଆନ୍ତି । ସୂଚନା ରହିଛି ପୂର୍ବେ ଭାକରା ବିୟାସ ମ୍ୟାନେଜମେଂଟ ବୋର୍ଡ ଦ୍ୱାରା ଏସବୁ ପରିଚାଳନା କରାଯାଉଥିଲା । କିଛି ବର୍ଷ ତଳେ ମ୍ୟାନେଜମେଂଟ ବୋର୍ଡକୁ ଏଥିପାଇଁ ଅନେକ କ୍ଷତି ଦେଇ ଗତିକରିବାକୁ ପଡିଥିଲା । ତଥାପି କିନ୍ତୁ ଏଥିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଶେଷରେ ଟ୍ରେନଟିକୁ ଏକ ଐତିହ ବୋଲି ମାନିବାକୁ ବୋର୍ଡ ତରଫରୁ ନିଷ୍ପତ୍ତି ନିଆଗଲା । ଏକ ସର୍ଭେ ରିପୋର୍ଟ ଆଧାରରେ ଜଣା ପଡିଛି ଯେ, ଦୀର୍ଘ ୭୩ ବର୍ଷରୁ ଏହି ଟ୍ରେନରେ ଯାତ୍ରା କରିବା ପାଇଁ କିଛି ବି ଭଡା ନିଆଯାଏନାହିଁ ନା କୌଣସି ଟିକେଟର ଆବଶ୍ୟକତା ପଡେ । ସେଥିଲାଗି କୌଣସି ଟିଟିଇଙ୍କର ଆବଶ୍ୟକତା ପଡିନାହିଁ ।

ପ୍ରଥମେ ଏହି ଟ୍ରେନଟିକୁ ବାମ୍ଫର ଇଂଜିନ ଦ୍ୱାରା ପରିଚାଳିତ କରାଯାଉଥିଲା । ବର୍ତ୍ତମାନ କିନ୍ତୁ ଏହାକୁ ଡିଜେଲ ଇଂଜିନ ଦ୍ୱାରା ଚଲାଯାଉଛି । ଏହା ସହିତ ପ୍ରଥମେ ଟ୍ରେନଟି ୧୦ଟି ଡବାରେ ଚାଲୁଥିବାବେଳେ ଏବେ ମାତ୍ର ୩ଟି ଡବାରେ ଚାଲୁଛି । ଦେନିକ ଏଥିରେ ୩୦୦ରୁ ୫୦୦ ଯାତ୍ରୀ ଯାତ୍ରା କରନ୍ତି ଏବଂ ପର୍ଯ୍ୟଟକମାନେ ମଧ୍ୟ ଏହାର ମଜା ଉଠାଇବା ପାଇଁ ଆସନ୍ତି ।

ଶ୍ରୀଲଙ୍କା-ଭାରତ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ପୁଣେ: ଆଉ କିଛି ସମୟ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବ । ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ସେହିପରି ଆହ୍ୱାନ କ୍ରମେ ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା ଦଳ । ଆଜିର ମ୍ୟାଚରେ ରାହୁଲ ତ୍ରିପାଠୀ ଟି-୨୦ରେ ନିଜର ଡେବୁଟ କରିବେ ।

ଗତ ମ୍ୟାଚରେ ଶୁଭମନ ଗିଲ୍ ଓ ଶିଭମ ମାଭି ଡେବ୍ୟୁ କରିଥିଲେ । ସଞ୍ଜୁ ସାମସନ୍ ଗତ ମ୍ୟାଚରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ରାହୁଲଙ୍କୁ ସ୍ଥାନ ମିଳିଛି । ଗତ ଟି-୨୦ ମ୍ୟାଚରେ ଭାରତ ମାତ୍ର ୨ ରନରେ ଶ୍ରୀଲଙ୍କାକୁ ପରାସ୍ଥ କରିଥିଲା । ଶିଭମ ମାଭି ନିଜର ଡେବ୍ୟୁ ମ୍ୟଚରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୪ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରଜରେ ୧-୦ରେ ଆଗୁଆ ଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ କରିବ । କାରଣ ଆଜିର ମ୍ୟାଚ ଜିତିଲେ ଦଳ ସିରିଜ୍ ମଧ୍ୟ ଜିତିବ । ସେହିପରି ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚ ଶ୍ରୀଲଙ୍କାକୁ ଜିତିବା ପାଇଁ ପଡ଼ିବ ।

ଶ୍ରୀଲଙ୍କା ଦଳ: ପଥୁମ ନିଶାଙ୍କ, କୁସଲ ମେଣ୍ଡିସ (ୱିକେଟକିପର), ଧନଞ୍ଜୟ ଡି ସିଲଭା, ଚରିଥ ଅସାଲଙ୍କା, ଭାନୁକା ରାଜପକ୍ଷ, ଦାସୁନ ଶନକା (ଅଧିନାୟକ),  ୱାନିନ୍ଦୁ ହସରଙ୍ଗା, ଚମିକା କରୁନାରତ୍ନେ, ମହିଶ ଥିକଶନା, କସୁନ ରଜିଥା, ଦିଲଶାନ ମଦୁଶଙ୍କା ।

ଭାରତୀୟ ଦଳ: ଇଶାନ କିଷନ (ୱିକେଟ କିପର), ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଅକ୍ସର ପଟେଲ, ଶିଭମ ମାଭି, ଉମରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ ।

ହକି ବିଶ୍ୱକପ୍ ପାଇଁ ମେଘାଳାୟ ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ । ଏହି କ୍ରମରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ନିମନ୍ତ୍ରଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଅନୁପସ୍ଥିତ ଥିବାରୁ ତାଙ୍କ ପକ୍ଷରୁ ମନ୍ତ୍ରୀ ରେନିକ୍ଟନ ଲିଙ୍ଗଦୋହ ଟଙ୍ଗଖର ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ସେ ଆଶ୍ୱାସନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ସାଙ୍ଗମା ହକି ବିଶ୍ୱକପ ଉତ୍ସବରେ ସାମିଲ ହେବେ । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରାଯାଇଥିଲା । ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ନବକିଶୋର ଦାସ ନାଗାଲାଣ୍ଡ ରାଜଧାନୀ କୋହିମା ଯାଇ ରିଓଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି ।

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ବେଳେ ନିମନ୍ତ୍ରଣ ପତ୍ର ସହ ହକି ଟି-ସାର୍ଟ ଓ ରୁପା ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିଛନ୍ତି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଥାଉକି, ଓଡ଼ିଶାର ଦୁଇଟି ସ୍ଥାନ ବିର୍ଷା ମୁଣ୍ଡା ଷ୍ଟାଡିୟମ, ରାଉରକେଲା ଓ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।

୨୫ ମହଲାରୁ ଖସିଲା ଲିପ୍ଟ, ଜଣେ ମୃତ ୩ ଗୁରୁତର

ମୁମ୍ୱାଇ: ମୁମ୍ୱାଇର ଏକ ୨୫ ମହଲା ବିଶିଷ୍ଟ ବିଲ୍ଡିଂରେ ଅଘଟଣ। ବିଲ୍ଡିଂ ଲିପ୍ଟ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ଭିକ୍ରୋଲି ଅନ୍ତର୍ଗତ ସିଦ୍ଧିବିନାୟକ ସୋସାଇଟିରେ। ବୁଧବାର ଅପରାହ୍ନରେ ସୋସାଇଟିର ୪ ଜଣ ଲୋକ ଲିପ୍ଟରେ ଗ୍ରାଉଣ୍ଡ ଫ୍ଲୋରକୁ ଆସୁଥିବା ସମୟରେ ଅଘଟଣ ଘଟିଛି । ସେଠାରେ ଥିବା ସ୍ଥାନୀୟ ଲୋକମାନେ ଘଟଣା ପରେ ସଙ୍ଗେ ସଙ୍ଗେ ଦମକଳବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଲିପ୍ଟରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା ।

ଲିପ୍ଟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୨୦ ବର୍ଷୀୟ ଯୁବକ ଲିପ୍ଟରେ ଫସି ରହିଥିଲେ। ଦମକଳବାହିନୀର ବହୁ ପ୍ରୟାସ ପରେ ଯୁବକଙ୍କୁ ଉଦ୍ଧାର କରାଯାଇ ଲିପ୍ଟର ବାହାରକୁ ଅଣାଯାଇଥିଲା। ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତୁରନ୍ତ ରାଜୱାଡି ହସ୍ପିଟିଲାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋସାଇଟିର ଫିରୋଜ ଖାନଙ୍କ ସୂଚନା ଅନୁଯାୟୀ, ବିଲ୍ଡିଂ ଲିପ୍ଟରେ କାମ ଚାଲୁରହିଥିବା ବେଳେ ଅଘଟଣ ଘଟିଛି । ଘଟଣା ସମୟରେ କୌଣସି ଇଞ୍ଜିନିୟର ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଏସଆରଏର ତଦନ୍ତ ହେବା ଜରୁରୀ ବୋଲି ସୋସାଇଟର ଲୋକମାନେ ଦାବି କରିଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଶ୍ୱ ଦରବାରରେ ସୁନ୍ଦରଗଡ଼ର ଗୌରବ ବଢ଼ାଇଛି ହକି: ମୁଖ୍ୟମନ୍ତ୍ରୀ

ରାଉରକେଲା: କ୍ରୀଡ଼ା ବିକାଶରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ସୁନ୍ଦରଗଡରେ ଲେଖା ହେଲା ନୂଆ କାହାଣୀ । ଉଦଘାଟିତ ହୋଇଛି ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ସର୍ବବୃହତ ହକି ଷ୍ଟାଡିୟମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କହିଛନ୍ତି, ବିଶ୍ବ ଦରବାରରେ ସୁନ୍ଦରଗଡ଼ର ଗୌରବ ବଢ଼ାଇଛି ହକି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ଉଦ୍ୟମର ଏହା ପ୍ରତିଫଳନ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି । ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇ ଚାଲିବ । ଆମର ଏହି ଉଦ୍ୟମ ଦେଶର ଯୁବ ଖେଳାଳୀ ମାନଙ୍କୁ ପ୍ରେରଣା ଦେବ ବୋଲି ସେ କହିଥିଲେ। ଦେଶରେ ଅନେକ ଚମ୍ପିଆନ ସୃଷ୍ଟି କରିବ ଏବଂ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିଚାଲିବ ବୋଲି ସେ କହିଥିଲେ ।

ମହାପ୍ରଭୁ ଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଆମର ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ। ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିଅମ ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟ ମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ ।

ଏହା ଭାରତୀୟ ହକିର ଏନ୍ତୁଡିଶାଳା ହୋଇ ରହିବ । ଏହି ଅବସରରେ ହକିରେ ଭାରତକୁ ମହାନ୍ କରି ତୋଳିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ନବୀନ । କିଛିଦିନ ମଧ୍ୟରେ ଏହି ଷ୍ଟାଡିୟମରେ ହେବ ପୁରୁଷ ବିଶ୍ୱକପ୍ ହକି । ଏହି ଉତ୍ସବରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ନବୀନ । ହକି ବିଶ୍ୱକପ୍ ମାସ୍କଟ ଓଲି ସହ କିଛି ସମୟ କଟାଇଲେ ମୁଖ୍ୟମନ୍ତ୍ରୀ । ୧୨୦ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।

ଏହି କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଇଣ୍ଡିଆର ସଭାପତି  ଦିଲୀପ ତିର୍କୀ, 5T ସଚିବ ଭିକେ ପାଣ୍ଡିଆନ୍ ଓ ହକି ଇଣ୍ଡିଆ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଇଣ୍ଡିଆ A ଓ ଇଣ୍ଡିଆ B team ମଧ୍ୟରେ ଉଦଘାଟନୀ ମ୍ଯାଚ କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦଘାଟନ କରିଥିଲେ ।ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

ଆଇସିସି ଟି-୨୦ ରାଙ୍କିଂ: ଇଶାନ କିଶନ ଏବଂ ଦୀପକ ହୁଡ୍ଡାଙ୍କ କମାଲ

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ଟି-୨୦ ଫର୍ମାଟରେ ରାଙ୍କିଂ ପ୍ରକାଶ ପାଇଛି। ଏହି କ୍ରମରେ ଆଇସିସିର ଟି-୨୦ ବୋଲିଂ ରାଙ୍କିଂରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ୱିକେଟକିପର୍ ଇଶାନ କିସାନ ଏବଂ ଅଲରାଉଣ୍ଡର ଦୀପକ ହୁଡ୍ଡା କମାଲ କରିଛନ୍ତି। ଏହା ବ୍ୟତୀତ ଟେଷ୍ଟ ରାଙ୍କିଂରେ ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ୍ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଛନ୍ତି।

କ୍ରିକେଟର ଇଶାନ କିସାନ କିଛିଦିନ ପୂର୍ବରୁ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚରେ ଡବଲ ସେଞ୍ଚୁରୀ ମାରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ସିରିଜ ମ୍ୟାଚରେ ୩୭ ରନର କରି କମାଲ କରିଥିଲେ। ବର୍ତ୍ତମାନ ଇଶାନ ୨୩ ନମ୍ବରରେ ନିଜର ସ୍ଥାନ ବନାଇପାରିଛନ୍ତି। ଶ୍ରୀଲଙ୍କା ବିପକ୍ଷ  ଟି-୨୦ ସିରିଜରେ ଅଧିନାୟକ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ୫୦ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେ ଟପ-୫୦ରେ ପ୍ରବେଶ କରିଛନ୍ତି । ଏହା ବ୍ୟତୀତ ଅଲରାଉଣ୍ଡର ଦୀପକ ହୁଡ୍ଡା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ହୁଡ୍ଡା ବୋଲିଂ ରାଙ୍କିଂରେ ୪୦ ସ୍ଥାନ ଆଗକୁ ବଢ଼ିଛନ୍ତି ।

ଦୀପକ ହୁଡ୍ଡା ଶ୍ରୀଲଙ୍କା ବିପକ୍ଷ ସିରିଜ ପ୍ରଥମ ଟି-୨୦ ମ୍ୟାଚରେ ବିଜୟର ହିରୋ ଥିଲେ । ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବରେ ବିବେଚିତ କରାଯାଇଥିଲା । ଏହି ମ୍ୟାଚରେ ଦୀପକ ୨୩ ବଲରେ ୪୧ ରନ୍ କରିଥିଲେ। ଏହାର ଫାଇଦା ତାଙ୍କୁ ହୋଇଛି ଏବଂ ସେ ୪୦ ସ୍ଥାନ ଆଗକୁ ବଢ଼ି ଶୀର୍ଷ-୧୦୦ରେ ପ୍ରବେଶ କରିଛନ୍ତି । ଏବେ ସେ ୯୭ତମ ସ୍ଥାନରେ ପହଞ୍ଚିଛନ୍ତି।

 

 

କାହାକୁ କ୍ଷମା ମାଗି ସୋନୁ ସୁଦ୍ କହିଲେ,ଭୁଲ ହୋଇଯାଇଛି କ୍ଷମା କରିଦିଅ

ମୁମ୍ବାଇ : ବଲିଉଡର ଷ୍ଟାର ତଥା ଦୁଃଖୀଙ୍କ ସାହାରା ପାଲଟିଥିବା ସୋନୁ ସୁଦ ଯିଏ କି ସବୁବେଳେ ଲୋକଙ୍କ ପ୍ରଶଂସା ସାଉଁଟି ଥାଆନ୍ତି । କିନ୍ତୁ ପ୍ରଥମଥର ପାଇଁ ସୋନୁ ଏବେ ଏକ ବିବାଦରେ ଫଶି ଯାଇଛନ୍ତି. ଏଥର କିନ୍ତୁ ସୋନୁ ନିଜର କିଛି ମହାନତା ଦେଖାଇନାହାନ୍ତି । ବରଂ ସେ ଏକ ଭୁଲ କରିଛନ୍ତି । ସୋନୁଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି ।  ଦେଖି ନିଅନ୍ତୁ ସୋନୁ ଏଠାରେ କଣ କରୁଛନ୍ତି । ଏ କଣ ସୋନୁ ଏଠି ପୁଣି ଏମିତି ଏକ ଚଳନ୍ତା ଟ୍ରେନର ଫାଟକ ପାଖରେ ଏମିତି ବସି କଣ କରୁଛନ୍ତି । ଏହି ଭିଡିଓକୁ ଯେମିତି ଲାଗୁଛି ହୁଏତ ସୋନୁ ଏଠି କୌଣସି ଫିଲ୍ମର ସୁଟିଂ କରୁଛନ୍ତି । ନା ଏହା କୌଣସି ଫିଲ୍ମର ସୁଟିଂ ନୁହେଁ କି , ସିନ ନୁହେଁ । ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ସୋନୁ ଚଳନ୍ତା ଟ୍ରେନର ଫାଟକ ପାଖରେ ବସି ପୁଣି ଏଭଳି ଯାତ୍ରା କରୁଛନ୍ତି । ଭିଡିଓରେ ଦେଖିପାରିବେ ସୋନୁ ଟ୍ରେନ ଫାଟକକୁ ପାଖରେ ବସି ବାହାରର ଦୃଶ୍ୟ ସବୁକୁ ଖୁବ ମଜାରେ ଉପଭୋଗ କରୁଛନ୍ତି । ଏଭଳି କାର୍ଯ୍ୟକୁ ଏଠାରେ ରେଳବାଇ ଆଦୌ ପ୍ରଶଂସା କରିନାହିଁ ବରଂ ତାଙ୍କ ସତର୍କ ବାଣୀ ଦେଇ ରେଲବାଇ ଟ୍ୱିଟ କରିଛି ।
ଏଠାରେ ଆମେ କହି ରଖୁଛୁ, ସୋନୁ ସୁଦ ଡିସେମ୍ବର ୧୩ରେ ନିଜ ଟ୍ୱିଟର ଏବଂ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓର ବ୍ୟାକଗ୍ରାଉଣ୍ଡରେ ବଲିଉଡର ଏକ ଫେମସ ଗୀତ ମୁସାଫିର ହୁଁ ୟାରୋଁ ଚାଲୁଥିଲା । ସୋନୁ ଗୀତ ଶୁଣିବା ସହ ଟ୍ରେନର ଗେଟ ପାଖରେ ବସିଥିବା ନଜିର ଆସୁଥିଲେ ।

ଯାହାକୁ ଦେଖିବା ପରେ ଉତ୍ତର ରେଳବାଇ ଜାନୁଆରୀ ୩ ରେ ସୋନୁଙ୍କ ଟ୍ୱିଟରେ ରିଟ୍ୱିଟ କରିଥିଲେ ।ପ୍ରିୟ ସୋନୁ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଦର୍ଶ । ଏଭଳି ଏକ ଚଳନ୍ତା ଟ୍ରେନର ଫାଟକ ପାଖରେ ବସି ଯାତ୍ରା କରିବା ଆଦୌ ସୁରକ୍ଷିତ ନୁହେଁ । ଏହା ବିପଦଜନକ ମଧ୍ୟ ହୋଇପାରେ । ଦୟା କରି ଏମିତି କିଛି କାମ କରନ୍ତୁ ନାହିିଁ । ଆପଣଙ୍କ ଏଭଳି ଭିଡିଓକୁ ଦେଖିଲା ପରେ ଆପଣଙ୍କୁ ଆଦର୍ଶ ମାନୁଥିବା ଲୋକଙ୍କୁ ଭୁଲ ବାର୍ତ୍ତା ଯାଉଛି । ସୁଗମ ଏବଂ ସୁରକ୍ଷିତ ଯାତ୍ରାର ମଜା ନିଅନ୍ତୁ ।

ଅନ୍ୟପଟେ ସୋନୁଙ୍କୁ ଭଲପାଉଥିବା ଅନେକ ଫ୍ୟାନ୍ସ ମଧ୍ୟ ତାଙ୍କର ଏହି ହରକତ ଉପରେ ଖୁସି ନାହାନ୍ତି ଏହାକୁ ଏକ ଦାୟିତ୍ୱହୀନତା ବୋଲି ଆକ୍ଷେପ କରି କମେଣ୍ଟ ଦେଇଛନ୍ତି ।
ରେଳବିଭାଗକୁ ସୋନୁ ନିଜର ଉତ୍ତର ମଧ୍ୟ ରଖିଛନ୍ତି । ସେ ଏବାବଦରେ କ୍ଷମାପ୍ରାର୍ଥୀ ଥିବା କହିଛନ୍ତି, ଟ୍ରେନର ଦୁଆରେ ଏମିତି ହିଁ ବସି ଯାଇଥିବା କହିଲେ । ସେ କେବଳ ଦେଖିବାକୁ ଚାହୁଁଥିଲେ ଯେ, ସେହି ଲକ୍ଷ ଲକ୍ଷ ଗରୀବ ଲୋକମାନେ ଏଠାରେ ବସି କେମିତି ଅନୁଭବ କରିଥାନ୍ତି । ଏହା ସହ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଜୀବନ ଆଜି ବି ଏମିତି ଟ୍ରେନ ଫାଟକ ବାହାରେ କଟୁଛି ।

ସୋନୁ ଏଠାରେ ରେଳବାଇର ପ୍ରଶଂସା ମଧ୍ୟ କରିଛନ୍ତି । ଦେଶବାସୀଙ୍କୁ ରେଳବାଇ ତରଫରୁ ମିଳୁଥିବା ସୁବିଧା ପାଇଁ ସୋନୁ ଧନ୍ୟବାଦ ଜଣାଇଛନ୍ତି ।

ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

ରାଉରକେଲା: କ୍ରୀଡ଼ା ବିକାଶରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ସୁନ୍ଦରଗଡରେ ଲେଖା ହେଲା ନୂଆ କାହାଣୀ । ଉଦଘାଟିତ ହୋଇଛି ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ସର୍ବବୃହତ ହକି ଷ୍ଟାଡିୟମକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କହିଛନ୍ତି, ବିଶ୍ବ ଦରବାରରେ ସୁନ୍ଦରଗଡ଼ର ଗୌରବ ବଢ଼ାଇଛି ହକି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ଉଦ୍ୟମର ଏହା ପ୍ରତିଫଳନ । ଆଜି ସୁନ୍ଦରଗଡ଼ ହକିର ଅନ୍ତୁଡ଼ିଶାଳ ପାଲଟିଛି । ହକିକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଏହି ଷ୍ଟାଡିୟମ ଉତ୍ସର୍ଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ହକିରେ ଭାରତକୁ ମହାନ୍ କରି ତୋଳିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ନବୀନ ।

କିଛିଦିନ ମଧ୍ୟରେ ଏହି ଷ୍ଟାଡିୟମରେ ହେବ ପୁରୁଷ ବିଶ୍ୱକପ୍ ହକି । ଏହି ଉତ୍ସବରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ନବୀନ । ହକି ବିଶ୍ୱକପ୍ ମାସ୍କଟ ଓଲି ସହ କିଛି ସମୟ କଟାଇଲେ ମୁଖ୍ୟମନ୍ତ୍ରୀ । ୧୨୦ କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଭାରତ ହକି ବିଶ୍ୱକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର

ସୁନ୍ଦରଗଡ଼: ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ହକି ବିଶ୍ବକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ । ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ରାଉରକେଲା ଗସ୍ତ କରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳିଙ୍କୁ ଭେଟିଛନ୍ତି ମୁଖ୍ୟମୁନ୍ତ୍ରୀ । ପ୍ରଥମେ ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିର୍ସା ମୁଣ୍ଡା ଷ୍ଟାଡିୟମ ବୁଲି ଦେଖିଲେ । ଏହାପରେ ବିଶ୍ବକପ୍ ଗ୍ରାମର ଶୁଭ ଉଦଘାଟନ କରିଥିଲେ ନବୀନ । ଏହାପରେ ଭାରତୀୟ ହକି ଟିମ୍‌କୁ ଭେଟି ତାଙ୍କ ସହ କଥା ହେଲେ ଏବଂ ତାଙ୍କ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ରେଗୁଲାର ଓ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ସମାନ

ଭୁବନେଶ୍ବର: ମାର୍ଚ୍ଚ ୧୦ରୁ ୧୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତିଙ୍କ ସୂଚନା । ୩୦୨୭ଟି କେନ୍ଦ୍ରରେ ହେବ ପରୀକ୍ଷା । ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଖୁବଶୀଘ୍ର ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ବାହାରିବ । ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ଫେବ୍ରୁଆରୀ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପ୍ରଶ୍ନପତ୍ର ସମାନ ରହିବ ।

ଏଥିସହ ସମ୍ମେଟିଭ ଓ୍ବାନ୍ ଭଳି ସମ୍ମେଟିଭ ଟୁ ପରୀକ୍ଷା ହେବ । ଯେଉଁମାନେ ସମ୍ମେିଭ ଓ୍ବାନ ପରୀକ୍ଷା ଦେଇଥିବେ କିମ୍ବା ଫର୍ମ ପୂରଣ କରିଥିବେ ସେମାନେ ସମ୍ମେଟିଭ ୨ ପରୀକ୍ଷା ଦେଇପାରିବେ । ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ୧୦ରୁ ୧୭ ପର୍ଯ୍ୟନ୍ତ ଚାଲିବ । ସେହିପରି ନବମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା ଫେବ୍ରୁଆରୀ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ହେବ। ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୯ରୁ ହେବ। ପରୀକ୍ଷା ମୂଲ୍ୟାୟନ ଫେବ୍ରୁଆରୀ ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ହେବ । ନବମ ଶ୍ରେଣୀ ପରୀକ୍ଷା ଫଳ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶ ପାଇବ । ଏପ୍ରିଲରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ।