spot_img
Home Blog Page 3716

‘ବିଜେପି କେବଳ ଡ୍ରାମା କରୁଛି, ବୀମା କମ୍ପାନୀଠୁ କୋଟି କୋଟି ଟଙ୍କା ଖାଉଛି’

ଭୁବନେଶ୍ୱର: ବିଜେପିର ଏଭଳି ଡ୍ରାମାକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଲୋକେ କହନ୍ତି ବିଜେପି ଅର୍ଥ ହେଲା ଭାରତୀୟ ଯାତ୍ରା ପାର୍ଟି । ତାହା ଆଜି ପ୍ରମାଣିତ ହେଲା । ଆଜି ଓଡ଼ିଶାବାସୀ ଓ ପଦମପୁରବାସୀଙ୍କୁ ବିଜେପି ଯାତ୍ରା ଦେଖାଇଲା । ଯାତ୍ରା କଲେ, ତା’ପରେ ଚାଷୀଙ୍କ ସହ ଆଲୋଚନା କଲେ । ଶୋଭାଯାତ୍ରା ପୂର୍ବରୁ ସେମାନେ କ’ଣ ଜାଣି ନଥିଲେ ଚାଷୀ କେଉଁଥି ପାଇଁ ସତ୍ୟାଗ୍ରହ କରିଥଲେ ?

ବଡ଼ବଡ଼ ଭାଷଣ ଦେଲେ, ଗଲେ ନାମାଙ୍କନପତ୍ର ଦାଖଲ କରିବାକୁ । ହେଲେ କହିଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଆଜି ଆମେ ନାମାଙ୍କନ ଦାଖଲ କଲୁ ନାହିଁ । କିନ୍ତୁ ଏହି ଉପନିର୍ବାଚନରେ କରିବେ ନାହିଁ ବୋଲି କହିନାହାନ୍ତି । ସେମାନେ ନାମାଙ୍କନ ନିଶ୍ଚିତ ଦାଖଲ କରିବେ । ଆଜି କେବଳ ଡ୍ରାମା କଲେ । ବୀମା କମ୍ପାନୀଠାରୁ କୋଟି କୋଟି ଟଙ୍କା ଖାଉଛନ୍ତି । ଏଠି ରାଜ୍ୟ ସରକାରଙ୍କୁ ଖାଲି ଦୋଷ ଦେଉଛନ୍ତି।

ତେଣୁ ପଦମପୁରବାସୀ ଏହାକୁ ହୃଦୟଙ୍ଗମ କରିବେ, ବିଜେପିକୁ ବିଶ୍ୱାସ କରିବେ ନାହିଁ l ଏମାନେ ୪୨୦ ନୁହଁ, ୮୪୦ର ଠକ l ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କରିବା କେନ୍ଦ୍ରର କାମ । ତାଙ୍କୁ ସବୁ ଜଣା l ହେଲେ ସେମାନେ କରୁନାହାନ୍ତି l କେନ୍ଦ୍ରମନ୍ତ୍ରୀ କହିଥିଲେ, ଆମେ ଯାହା କହୁ ତାହା କରୁ l କୁଆଡ଼େ ଗଲା ସଭିଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଜମା, କୁଆଡେ ଗଲା ୨କୋଟି ନିଯୁକ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି l.

ପଦମପୁରରେ ବିଜେପିର ଡ୍ରାମା, ନାମାଙ୍କନ ନଭରି ଫେରି ଆସିଲେ ପ୍ରାର୍ଥୀ

ବରଗଡ଼: ପଦମପୁରରେ ବିଜେପିର ନାମାଙ୍କନ ଚାଲ୍ । ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି ପଦମପୁରରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ନାମାଙ୍କନ ପାଇଁ ପଟୁଆରରେ ବାହାରିଥିଲେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

ହେଲେ ନାମାଙ୍କନ ନଭରି ଫେରି ଆସିଥିଲେ । ବିଜେପିର ଏଭଳି ଅଭିନୟକୁ ପଦମପୁରବାସୀ ଓ ଚାଷୀ ଭଲ ଭାବେ ବୁଝି ସାରିଛନ୍ତି । ବିଜେପିର ଏଭଳି ଡ୍ରାମାକୁ ସମାଲୋଚନା କରିବା ସହ ପୁଣି ନାମାଙ୍କନ ଭରିବା ବେଳେ କି ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ବିଜେପି ବ୍ୟାକଫୁଟରେ ରହିଛି ।

ସାଧାରଣ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ନେତାଙ୍କ ପାଖରେ ଶକ୍ତି ନାହିଁ । ଏଭଳି ସ୍ଥିତିରେ ନାମାଙ୍କନ ସ୍ଥଗିତ ନାଁରେ ବିଜେପିର ଚାଲକୁ ଲୋକ ଶକ୍ତ ଚାପୁଡା ମାରିଛନ୍ତି । ପଚାରିଛନ୍ତି ନିର୍ବାଚନ ଲଢିବାକୁ ଆସିଲେ ଆମ ସହ କରିଥିବା ପ୍ରତାରଣାର ଉତ୍ତର ଦେବାକୁ ପଡିବ ।

ଟିଙ୍କବୀର ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଦେବଗଡ଼: ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର  । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି  । ଅଙ୍ଗନବାଡ଼ି କର୍ମୀ ଓ ରିଆମାଳ ଚାଇଲଡ ଲାଇନ ଶିଶୁକନ୍ୟାକୁ ଉଦ୍ଧାର କରି ପ୍ରଥମେ ଛତାବାର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଶିଶୁକନ୍ୟା ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି  । କୁମାରୀ ମାତୃତ୍ବ ଓ ଲୋକଲଜ୍ଜା ଭୟରେ କେହି ଜଙ୍ଗଲରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ପୋଲିସ ଏ ସମ୍ବନ୍ଧରେ ତଦନ୍ତ ଆରମ୍ଭ କରୁଛି  ।

ତିନିସୁକିଆରେ ବଡଧରଣର ଏନକାଉଣ୍ଟର

ଗୌହାଟୀ: ଆସାମ ତିନିସୁକିଆରେ ବଡଧରଣର ଏନକାଉଣ୍ଟର । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ତିନିସୁକିଆର ଏକ ଜଙ୍ଗଲରେ ଘଟିଛି ବଡ଼ଧରଣର ଗୁଳିବିନିମୟ । ଆଜି ସକାଳୁ ତିନିସୁକିଆ ଅନ୍ତର୍ଗତ ବାରପଥର ଇଲାକାରେ ସେନା ନିୟମିତ ପାଟ୍ରୋଲିଂ କରୁଥିବାବେଳେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଘଟିଥିଲା ।

ଏନକାଉଣ୍ଟର ସମୟରେ କେତେକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏନକାଉଣ୍ଟର କାରଣରୁ ପେଙ୍ଗେରି-ଦିଗବୋଇ ରୋଡକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରେ ଅଧିକ ସୈନ୍ୟ ମୁତୟନ କରାଯାଇଛି । ଏହି ଅପରେସନରେ ଆସାମ ପୋଲିସ ବି ସାମିଲ ହୋଇଛି ।

ଦିନକରେ ୭ଟି ବସରେ କଳା କନା ବୁଲାଇଲେ ଚୋର

କଣ୍ଟାବାଞ୍ଜି: ଗୋଟିଏ ଦିନକରେ ୭ଟି ବସରେ କଳା କନା ବୁଲାଇଲେ ଚୋର। କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବସଷ୍ଟାଣ୍ଡରେ ପୋଲିସ ପାଟ୍ରୋଲିଂ ବେଳେ କେମିତି ଚୋରି କରିବାରେ ସଫଳ ହେଲା ଚୋର ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଲାଙ୍ଗୀର, ଜୟପୁର, ଭବାନୀପାଟଣାରୁ ଆସୁଥିବା ବସ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରାତିରେ ରହି ପୁଣି ସକାଳୁ ବାହାରିଥାଏ। ବସରୁ ମୋଇବାଲ, ଟଙ୍କା ସହ ଗାଡି କର୍ମଚାରୀ ମାନେ ବ୍ୟବହାର କରୁଥିବା କପଡା ମଧ୍ୟ ନେଇଯାଇଛନ୍ତି।

ତେବେ ବସ ଷ୍ଟାଣ୍ଡରେ ପାଟ୍ରୋଲିଂକୁ ଆହୁରି କଡାକଡି କରିବାକୁ ବସ କର୍ମଚାରୀ କରିଛନ୍ତି। ଏହସହ ତଦନ୍ତ କରି ଚୋରକୁ ଧରିବାକୁ ଦାବି ହୋଇଛି।

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ କୋର୍ଟରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଖପ୍ପା। ଆନ୍ଦୋଳନ ବନ୍ଦ ନକଲେ ଲାଇସେନ୍ସ ସସପେଣ୍ଡ କରିବାକୁ କୋର୍ଟ ଚେତାବନୀ ଦେଇଛନ୍ତି। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଆଜି ଏହି ମାମଲାର ଶୁଣାଣି କରି କଡ଼ା ଚେତାବନୀ ଦେଇଛନ୍ତି ଜଷ୍ଟିସ ସଞ୍ଜୟ କିଷନ କୋଲଙ୍କ ଖଣ୍ଡପୀଠ। ଏପରି କାର୍ଯ୍ୟବନ୍ଦ ଦ୍ବାରା କନିଷ୍ଠ ବାର ସଦସ୍ୟ ମଧ୍ୟ ପ୍ରଭାବିତ ହେଉଛନ୍ତି । ତେଣୁ କାଲି ସୁଦ୍ଧା କାର୍ଯ୍ୟରେ ଯୋଗନଦେଲେ ସସପେଣ୍ଡ ହେବ ଲାଇସେନ୍ସ ।

ଗତ ଶୁକ୍ରବାର ଦିନ ଏନେଇ ଶୁଣାଣି ବେଳେ ଆଇନଜୀବୀଙ୍କ କୋର୍ଟ ବର୍ଜନ ମାମଲାରେ ବାର କାଉନସିଲ୍ ଅଫ ଇଣ୍ଡିଆ, ବାର କାଉନସିଲ୍ ଅଫ ଓଡ଼ିଶା, ଅଲ୍ ଡିଷ୍ଟ୍ରିକ୍ଟ ଅଫ ବାର ଆସୋସିଏସନଙ୍କୁ ସୁପ୍ରିମକୋର୍ଟରେ ସୋମବାର ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ସଞ୍ଜୟ କିଷନ କୋଲଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଦେଇଥିଲେ। ଏହାର ପୁନଃ ଶୁଣାଣି ପାଇଁ ଆଜି ସାନି ତାରିଖ ଧାର୍ଯ୍ୟ କରିଥିଲେ ।

ପଦମପୁର ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା ବିଜେଡି

ପଦମପୁର: ପଦମପୁର ଉପନିର୍ବାଚନ ପାଇଁ ସୋମବାର ଦିନ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ଷା ସିଂ ବରିହାଙ୍କୁ ବିଜେଡି ଟିକେଟ୍ ଦେଇଛି । ବର୍ଷା ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ବଡ଼ ଝିଅ । ବିଜୟଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଆସନ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଆସନ୍ତା ୧୬ତାରିଖରେ ସେ ନାମାଙ୍କନ ଦାଖଲ କରିବେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଞ୍ଝାଲ ସମାଜ । ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ସମାଜ ପକ୍ଷରୁ ନିବେଦନ କରାଯାଇଥିଲା

ପ୍ରାର୍ଥୀଭାବେ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବର୍ଷା । ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ପରିବାରର ଯାହାକୁ ବି ଟିକେଟ ମିଳିଥାନ୍ତା ତାହାକୁ ଆମେ ସମର୍ଥନ କରିଥାଆନ୍ତୁ ବୋଲି ବର୍ଷା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ବିଜେଡି ଜିତିଥିଲା ପଦମପୁର ଆସନ । ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟ ରଞ୍ଜନ ସିଂ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଥିଲେ। ଡିସେମ୍ବର ୫ ପଦମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପାଗ ଭିଡ଼ିଛନ୍ତି। ପଦମପୁର ନିର୍ବାଚନମଣ୍ଡଳୀରେ ୩ଟି ବ୍ଲକ ପଦମପୁର, ପାଇକମାଳ, ଝାରବନ୍ଧ ରହିଛି। ପଦମପୁର ଏନଏସି ସହ ନିର୍ବାଚନମଣ୍ଡଳୀରେ ମୋଟ୍ ୫୮ଟି ପଞ୍ଚାୟତ ରହିଛି। ୨ଲକ୍ଷ ୫୭ ହଜାର ୪୭୪ ଭୋଟର ପଦମପୁରର ନୂଆ ନେତା ବାଛିବେ।

ପଦମପୁର ଉପନିର୍ବାଚନ; କମିଲା ମତଦାନ ସମୟ ଅବଧି

ପଦମପୁର: ପଦମପୁର ଉପନିର୍ବାଚନ ପାଇଁ କମିଲା ମତଦାନ ସମୟ ଅବଧି। ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ କମାଯାଇଛି। ଭୋଟିଂ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ହେବ। ପଦମପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଥିବା ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସହମତି ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ନିୟମ ଅନୁସାରେ ହେଉଥିବା ଶାସକ ଦଳ କହିଛି।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଆଦିବାସୀ ପିଲା ପାଳିଲେ ଶିଶୁ ଦିବସ

ଭୁବନେଶ୍ବର: ଶିଶୁ ଦିବସ ଅବସରରେ ଯାଯାବର ଟ୍ରଷ୍ଟ, ମାଷ୍ଟର ଗିରିଜା ଓ ଚଣ୍ଡିପ୍ରସାଦ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଢୋଲକାଠ ଗାଁର ଆଦିବାସୀ ପିଲାଙ୍କ ସହ ଶିଶୁ ଉତ୍ସବ ପାଳନ କରାଯାଇଛି। ଛୋଟ ଛୋଟ ପିଲାମାନେ ଗୀତ, ନାଚ,ଚିତ୍ରାଙ୍କନ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ଭାଗ ନେଇଥିଲେ, ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କେବଳ ପିଲାମାନେ ଏଥିରେ ଭାଗ ନେଇଥିଲେ ତାହା ନୁହେଁ ସେମାନଙ୍କ ଅଭିଭାବକ ମଧ୍ୟ ସାମିଲ ହୋଇଥିଲେ। ସବୁଠୁ ବଡ଼ କଥା ହେଲା ଏହି ରାଜଧାନୀ ଉପକଣ୍ଠ ଏହି ଗାଁର ପିଲାମାନେ ଅନ୍ଧାରୀ ମୂଲକର ବାସୀ। ରାଜଧାନୀ ପାଖରେ ରହିଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁ କି ବିଜୁଳି ଆଲୁଅ ନାହିଁ। ଗାଁ ଭି

ତରେ ମୋବାଇଲ ନେଟଓ୍ବର୍କ ଆସେ ନାହିଁ। ଫୋନ୍ କରିବାକୁ ହେଲେ 5 କିମି ଦୂରକୁ ଯିବାକୁ ପଡେ। ମୋବାଇଲ, ଟିଭିଠୁ ବହୁ ଦୂରରେ ଥିବା ସତ୍ୱେ ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରଦର୍ଶନ କରି ପିଲାମାନେ ପ୍ରମାଣ କରିଦେଇଥିଲେ ଯେ ସେମାନେ କେଉଁଥିରେ କମ୍ ନୁହଁନ୍ତି। ଶେଷରେ ସେମାନଙ୍କୁ ପାଠ୍ୟ ଉପକରଣ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଯାଯାବର ଟ୍ରଷ୍ଟର ସଭାପତି ମୁକେଶ ପରିଡା, ଚଣ୍ଡିପ୍ରସାଦ ଫାଉଣ୍ଡେସନ୍ ଓ ମାଷ୍ଟର ଗିରିଜାର ଅଧ୍ୟକ୍ଷା ଅମୀୟବାଳା ପରିଡାଙ୍କ ନେତୃତ୍ବରେ ଯାଯାବର ଟ୍ରଷ୍ଟର ଉପ ସଭାପତି ରାମଜୀବନ ଗୋଛାୟତ, ଆବାହକ ମନୋରଞ୍ଜନ ମହାନ୍ତି, ସହ ସମ୍ପାଦକ ସ୍ମୃତି ରଞ୍ଜନ ବିଶ୍ବାଳ, କୋଷାଧକ୍ଷ ସତ୍ୟଜିତ୍ ରାଉତ୍, ଯୁଗ୍ମ ସମ୍ପାଦକ ଅନିଲକାନ୍ତ ଦାସ,ସମ୍ବିତ୍ ବେହେରା, ପ୍ରିୟଦର୍ଶନୀ ସାହୁ, ନଳିନୀ କୁମାର ରାଉତ, ସ୍ବୟଂ ସପୂର୍ଣ୍ଣା କର, ସୁମନ୍ତ ବେହେରା ଓ ଦେବସ୍ମିତା ଦାସଙ୍କ ସହ ଅନ୍ୟ

ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଢୋଲକାଠ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ।

ଲିଭ-ଇନ-ପାର୍ଟନରକୁ ୩୫ ଖଣ୍‌ଡ କଲେ; ଜଙ୍ଗଲରେ ଫୋପାଡିଲେ

ନୂଆଦିଲ୍ଲୀ: ଲିଭ-ଇନ-ପାର୍ଟନରକୁ ନିର୍ମମ ହତ୍ୟା । ରାଜଧାନୀରେ ପ୍ରେମିକାକୁ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ୬ମାସ ତଳେ ହୋଇଥିବା ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକ ଅଫତାବ ଆମିନ ପୁନଓ୍ବାଲା ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ଅଫତାବ ଓ ଶ୍ରଦ୍ଧା ଦିଲ୍ଲୀ ମେହରୁଲିରେ ଏକ ଫ୍ଲାଟ ଭଡ଼ା ନେଇ ରହୁଥିଲେ । ବାହା ହେବା ପାଇଁ ଶ୍ରଦ୍ଧା ଜିଦ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ଗତ ମେ ୧୮ ତାରିଖରେ ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଶ୍ରଦ୍ଧାଙ୍କ ଗଳାକାଟି ହତ୍ୟା କରିଥିଲା ଅଫତାବ । ଏହାପରେ ଶରୀରକୁ ୩୫ ଖଣ୍ଡ କରି କାଟିବା ସହ ଏକ ଫ୍ରିଜରେ ରଖିଥିଲା ।

ପ୍ରତ୍ୟେକ ରାତି ୨ଟାରେ ଘରୁ ବାହାରି ମୃତଦେହକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ୧୮ ଦିନ ଧରି ମୃତଦେହ ଫିଙ୍ଗିଥିବା ପୋଲିସ ଆଗରେ ଅଭିଯୁକ୍ତ ମାନିଛି । ପୋଲିସ କହିଛି, ମୁମ୍ବାଇର ଏକ ଏମଏନସିର କଲସେଣ୍ଟରରେ ଶ୍ରଦ୍ଧା କାମ କରୁଥିବା ବେଳେ ଅଫତାବ ମଧ୍ୟ ସେଠାରେ କାମ କରୁଥିଲେ। ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା । ତେବେ ଶ୍ରଦ୍ଧାଙ୍କ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ସ୍ବୀକୃତି ନଦେବାରୁ ଉଭୟ ଦିଲ୍ଲୀ ଚାଲି ଆସି ଲିଭ-ଇନ୍‌ ରେ ରହୁଥିଲେ।

କିଛି ଦିନ ପରେ ଶ୍ରଦ୍ଧା ଫୋନ୍ ଉଠାଇବା ବନ୍ଦ କରିଦେବାରୁ ତାଙ୍କ ବାପା ଗତ ନଭେମ୍ବର ୮ତାରିଖରେ ଦିଲ୍ଲୀ ଆସି ତାଙ୍କ ଫ୍ଲାଟକୁ ଯାଇଥିଲେ । ଫ୍ଲାଟରେ ତାଲା ଝୁଲୁଥିବାରୁ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ବାପା । ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ ପୋଲିସ ଏହି ଜଘନ୍ୟ କାଣ୍ଡ ସମ୍ପର୍କରେ ଜାଣିପାରିଛି ।