spot_img
Home Blog Page 3731

ବୁଧବାର ଥିବାରୁ ଜମିବ ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ । ଆଜି ଛାଡ ଖାଇ । ଘରେ ଘରେ ମାଛ ମାଂସର ଆସର । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ । ପଞ୍ଚୁକ ପରେ ଆଜି ଘରେଘରେ ଆମିଷ ଭୋଜନ ହୋଇଥାଏ । ଆଜି ବୁଧବାର ଥିବାରୁ ଅଧିକାଂଶ ଲୋକ ଛାଡ଼ଖାଇ ପାଳନ କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ଆମିଷ ଦୋକାନରେ ଲାଗିଛି ଭିଡ଼ ।

ଚାହିଦାକୁ ଦୃଷ୍ଟିରେ ରଖି ଆଜି ଦର ମଧ୍ୟ ସମାନ୍ୟ ଅଧିକ ରହିଛି । ଚିକେନ ଓ ମଟନ୍ ପାଇଁ ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ୍ । ଏହା ସହିତ ମାଛ ଚିଙ୍ଗୁଡି ଓ କଙ୍କଡ଼ା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଛି ।

ଆଜି ଦାୟିତ୍ବ ନେବେ ନୂଆ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଆଜି ଦାୟିତ୍ବ ନେବେ ନୂଆ ସିଜେଆଇ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ବ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼ । ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଓ୍ବାଇ ବି ଚନ୍ଦ୍ରଚୂଡ଼ଙ୍କ ପୁଅ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ।

୨୦୨୪ ନଭେମ୍ବର ୧୦ ଯାଏଁ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଚନ୍ଦ୍ରଚୂଡ଼ । ସେ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ୨ ବର୍ଷରୁ ଅଧିକ ସମୟ ଏହି ପଦବୀରେ ରହିବେ ଚନ୍ଦ୍ରଚୂଡ଼ । ଏହି ସମୟ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରିବେ । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଆଗରେ ରହିଛି ଅନେକ ଆହ୍ବାନ । ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନର ବୈଧତା, ଇଲେକ୍ଟ୍ରୋଲ ବଣ୍ଡ୍‌ ଯୋଜନା ଆଦି ମାମଲା ଉପରେ ରାୟ ଦେବେ ।

ସିଡନୀରେ ଆଜି ପ୍ରଥମ ସେମିଫାଇନାଲ, ନ୍ୟୁଜିଲାଣ୍ଡକୁ ଫେଟିବ ପାକିସ୍ତାନ

ସ୍ବିଡନୀ: ଟି-ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ଭାରତୀୟ ସମୟ ଦିନ ସାଢେ ଗୋଟାଏରୁ ସିଡନୀରେ ଆରମ୍ଭ ହେବ ମ୍ୟାଚ୍ । ଲିଗ୍‌ ପର୍ଯ୍ୟାୟରେ ୫ଟିରୁ ୩ଟି ମ୍ୟାଚ ଜିତି ଗ୍ରୁପ ଏର ଶୀର୍ଷରେ ରହିଥିଲା ନ୍ୟୁଜିଲାଣ୍ଡ । ଗ୍ରୁର ବିର ଦ୍ବିତୀୟରେ ରହିଛି ପାକିସ୍ତାନ । ଆଜି ଉଭୟଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ ।

ଉଭୟ ଦଳ ପରସ୍ପରକୁ ମାତ ଦେବାକୁ କରିଛନ୍ତି ସ୍ବତନ୍ତ୍ର ରଣନୀତି । ଯେଉଁ ଦଳ ମ୍ୟାଚ ଜିତିବ ସେ ଫାଇନାଲରେ ପ୍ରବେଶ କରିବ । ଏଣୁ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଟିମ୍ । ସେପଟେ ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ସେମି । ଟି-ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡ ବିରୋଧରେ ଭାରତର ପଲ୍ଲା ଭାରି ରହିଛି । ଉଭୟ ଟିମ୍ ମୋଟ ୩ଥର ମୁହାଁମୁହିଁ ହୋଇଥିବାବେଳେ ଭାରତ ୨ଥର ବିଜୟୀ ହୋଇଛି । ଏଣୁ ଏଥର ମଧ୍ୟ ନିଜର ଦବଦବା ଜାରି ରଖିବାକୁ ଉଦ୍ୟମ କରିବ ମେନ ଇନ୍ ବ୍ଲୁ ।

ନେପାଳରେ ଭୂକମ୍ପ ନେଲା ୬ ଜୀବନ, ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ନେପାଳର ଦୋତି ଜିଲ୍ଲାରେ ଭୁକମ୍ପ ଝଟକା ଅନୁଭୁତ ହୋଇଛି । ୬.୩ ତୀବ୍ରତାରେ ପାଖାପାଖି ରାତି ୨ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏକ ଘର ଭୁଶୁଡିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ନେପାଳ ସେନା ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନେପାଳ ସୀମାକୁ ଲାଗିଥିବା ଉତ୍ତରାଖଣ୍ଡର ପିଥୌରଗଡରୁ ୯୦ କିଲୋମିଟର ଦୂରରେ ଭୂକମ୍ପ କେନ୍ଦ୍ର ରହିଛି । ଫଳରେ ଉତ୍ତର ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଭୂକମ୍ପ ଝଟକାରେ ଥରିଛି ଉତ୍ତର ଭାରତ । ବିଳମ୍ବିତ ରାତିରେ ଜୋରଦାର ଝଟକା ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଲୀରେ ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଦିଲ୍ଲୀ-ଏନସିଆର୍, ୟୁପି, ବିହାର, ଉତ୍ତରାଖଣ୍ଡରେ ବି ଝଟ୍‌କା ଅନୁଭୂତ ହୋଇଛି । ସେପଟେ ପଡୋଶୀ ଦେଶ ନେପାଳରେ ବି ସିରିଜ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବିଲ୍ଡିଂ ଭୁଶୁଡ଼ିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

୨୦୧୫ରେ ମଧ୍ୟ ନେପାଳର କାଠମାଣ୍ଡୁ ଓ ପୋଖରା ସହର ମଧ୍ୟରେ ୭.୮ ତୀବ୍ରତାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ୮,୯୬୪ ଜଣ ପ୍ରାଣ ହରାଇଥିବା ବେଳେ ୨୨ ହଜାରରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଗୋରଖା ଭୂକମ୍ପ ରୂପେ ପରିଚିତ ଏହି ଭୂସ୍ଳନର ପ୍ରଭାବ ଉତ୍ତର ଭାରତର ଅନେକ ସହରକୁ ଦୋହଲାଇ ଦେଇଥିଲା  । ଲାହୋର, ପାକିସ୍ତାନ, ତିବ୍ବତର ଲହାସା ଓ ବାଂଲାଦେଶର ଢାକାରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା  ।

 

 

‘ମନମୋହନ ସିଂହଙ୍କ ପାଖରେ ଦେଶ ସବୁଦିନ ଋଣି ରହିବ’

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ସୁଧାରିବାରେ ପୂର୍ବତନ ମନମୋହନ ସିଂହଙ୍କ ଅବଦାନ ଅତୁଳନୀୟ । ତାଙ୍କ ପାଖରେ ଦେଶ ସବୁଦିନ ଋଣି ରହିବ । ମନମୋହନ ସିଂହଙ୍କ ଦୁରଦୃଷ୍ଟି ସମ୍ପନ୍ନ ଆର୍ଥିକ ନୀତି ଯୋଗୁଁ ଦେଶର ଗରିବ ଜନତା ଅନେକ ଫାଇଦା ପାଇଛନ୍ତି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରି ଏଭଳି କହି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି ।

1991 ମସିହାରେ ମନମୋହନ ସିଂ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ଆର୍ଥିକ ସ୍ଥିତିକୁ ନୂଆ ଗତି ଦେଇଥିଲେ । ସାରା ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ମନମୋହନ ସିଂଙ୍କ ପାଇଁ ଭାରତ ଉପରେ ଆର୍ଥିକ ପ୍ରଭାବ ଖୁବ୍‌ କମ ପଡିଥିଲା । ଏଥିସହ ଦେଶର ଆର୍ଥିକ ସ୍ଥିତିକୁ ନୂଆ ଗତି ମିଳିଥିଲା ବୋଲି ନୀତିନ ଗଡ଼କରୀ କହିଛନ୍ତି ।

ଗାଁରେ ବାରହା କରୁଛି ଆକ୍ରମଣ, ଜଣେ ଗୁରୁତର

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ ମୁକୁନ୍ଦ ଦାଶ ପୁର ଗ୍ରାମରେ ବାରହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଉଛନ୍ତି ମୁକୁନ୍ଦଦାଶପୁର ଗ୍ରାମର ରଜବା ଅଲ୍ଲୀ । ରଜବା ଅଲ୍ଲୀ ଙ୍କୁ ଗୁରୁତର ଅବସ୍ଥାରେ ପିପିଲି ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ରଜବା ଆଜି ସକାଳେ ନିଜ ବାରିକୁ କୌଣସି କାର୍ଯ୍ୟରେ ଯାଇଥିଲେ । ଏହି ସମୟରେ ବୁଦା ରେ ଲୁଚି ରହିଥିବା ଏକ ଜଙ୍ଗଲୀ ବାରହା ରଜବାଙ୍କୁ ଆକ୍ରମଣ କରିଥିଲା ।

ଆକ୍ରମଣ ରେ ରଜବା ଚିତ୍କାର କରିବାରୁ ପରିବାର ଲୋକ ସେଠାରେ ପହଁଞ୍ଚିବା ପରେ ବାରହା ସେଠାରୁ ଚାଲିଯାଇଥିଲା । ବାରହା ଆକ୍ରମଣରେ ରଜବା ଲହୁ ଲୁହାଣ ହୋଇଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ପିପିଲି ମେଡିକାଲ୍‌କୁ ନିଆଯାଇଥିଲା । ଘଟଣା ସ୍ଥଳରେ ବାଲିପାଟଣା ବନ ବିଭାଗ କର୍ମଚାରୀ ପହଁଞ୍ଚିବାରହା କୁ ଠାବ କରିବାକୁ ପ୍ରୟାସ କରିଛନ୍ତି ।

ମାଆର ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକିଦେଇଥିଲା ବାପା

ଭୁବନେଶ୍ୱର: ମାର ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକିଦେଇଥିଲା ବାପା । ଖୋଜାଖୋଜି ପରେ ମିଳିଲା ଶିଶୁ କନ୍ୟା । ଶିଶୁକନ୍ୟାକୁ ବିକ୍ରି ହୋଇଥିବା ନେଇ ଜଟଣୀର ଜଣେ ମହିଳା ଭୁବନେଶ୍ବର ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିକ୍ରି ହୋଇଥିବା ୩ବର୍ଷୀୟା ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି । ପୁରୀ ଜିଲ୍ଲା ପିପିଲିର ଓସିଦ ମହମ୍ମୁଦ ଓ ମମତାଜ ବେଗମଙ୍କୁ ଶିଶୁ କନ୍ୟାକୁ ତାର ବାପା ବିକିଥିବା ଅଭିଯୋଗ ହୋଇଥିଲା ।

ମାଆର ଅନୁପସ୍ଥିତିରେ କୋର୍ଟରେ ବାପା ଅବୈଧ ଚୁକ୍ତିନାମା କରିଥିଲେ । କୋର୍ଟରେ ହୋଇଥିବା ପୌଷ୍ୟ ସନ୍ତାନ ଗ୍ରହଣ ଚୁକ୍ତିନାମା ଅବୈଧ ଅଟେ । ପୌଷ୍ୟ କନ୍ୟା ଗ୍ରହଣ ନେଇ ନୋଟାରୀରେ ହୋଇଥିଲା ଚୁକ୍ତିନାମା । ଶିଶୁକନ୍ୟାର ମା’ଙ୍କ ଅନୁପସ୍ଥିତିରେ ହୋଇଥିଲା ଆଫିଡେଭିଟ । ମାଆର ଅଜାଣତରେ ଶିଶୁ ବିକ୍ରି ଭଳି ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି  ।

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ: ୨ବର୍ଷର ପ୍ରତୀକ୍ଷାର ଅନ୍ତ । ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ମହାମେଳା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ୨ବର୍ଷ ପରେ ଯାତ୍ରା ହେଉଥିବାରୁ ଉତ୍ସାହିତ ଦର୍ଶକ ଓ ବ୍ୟବସାୟୀ ।

ଚକ୍ରି ପ୍ରସ୍ତୁତ। ଠୁଙ୍କା ପୁରୀ ରେଡ୍ଡି । ନାନା ରକମର ସାମଗ୍ରୀ । ମେଲିସାରିଛି ବାଣିଜ୍ୟ ପସରା । ଅପେକ୍ଷାର ଅନ୍ତ, ଉତ୍ସାହର ଆଗମନ । ୨ବର୍ଷର କୋଭିଡ କଟକଣା ପରେ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ଲୋକାରଣ୍ୟ ମହାନଦୀର ବିସ୍ତୀନ୍ନ ବାଲୁକା ଶଯ୍ୟା । ୯ଦିନ ଧରି ଚାଲିବ ଗୌରବମୟ ଉତ୍କଳୀୟ ନୌବାଣିଜ୍ୟର ପରମ୍ପରା । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆନୁଷ୍ଠାନିକ ଭାବେ ବାଲିଯାତ୍ରାରର ଉଦଘାଟନ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଐତିହାସିକ ଯାତ୍ରାର ହୋଇଛି ଶୁଭାରମ୍ଭ ।

ଚଳିତବର୍ଷ ଉପର ଏବଂ ତଳ ବାଲିଯାତ୍ରା ପଡିଆରେ ୧୭ ଶହ ଷ୍ଟଲ ବସିଛି । ମୁଖ୍ୟ ଆକର୍ଷଣ ସାଜିଛି ଦୋଳି, ମୀନା ବଜାର ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ପଲ୍ଲୀଶ୍ରୀ ମେଳାର ୪୫୯ ଷ୍ଟଲରେ ୧ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ୨ବର୍ଷ ପରେ ଯାତ୍ରା ହେଉଥିବାରୁ ଭଲ ବ୍ୟବସାୟ ହେବାନେଇ ସମସ୍ତେ ଆଶାବାଦୀ । ଅଧିକ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିଛି ।

କେଉଁଠି କେମିତି ଦେଖାଗଲା ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଦେଖନ୍ତୁ ଫଟୋ

0

ଭୁବନେଶ୍ୱର: ଆଜି ୨୦୨୨ର ଶେଷ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଛି । ତେବେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦୃଶ୍ୟ ଦେଖନ୍ତୁ ।

ଚନ୍ଦ୍ରଗ୍ରହଣ ଦେଖିବାକୁ ଉତ୍ସାହିତ ଥିଲେ ଲୋକେ । ବିହାରର ରାଜଧାନୀ ପାଟନାରେ ଲୋକେ ଦେଖିଲେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚନ୍ଦ୍ରଗ୍ରହଣର ଦୃଶ୍ୟ

ଉତ୍ତରପ୍ରଦେଶର ବାରଣାସୀରେ ଚନ୍ଦ୍ରଗ୍ରହଣର ଦୃଶ୍ୟ

ଭୋପାଳରେ ଚନ୍ଦ୍ରଗ୍ରହଣର ଦୃଶ୍ୟ

ଆସାମର ଗୌହାଟିରେ ଚନ୍ଦ୍ରଗ୍ରହଣର ଦୃଶ୍ୟ

ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ଉପହାର ଦେବେ ଚିତ୍ରଶିଳ୍ପୀ

ପୁରୀ: ଓଡ଼ିଶାବାସୀଙ୍କ ଗର୍ବ ଓ ଗୋୖରବ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ସର୍ବୋଚ୍ଚ ସ୍ଥାନରେ ଅଳକୃତ ହେବାପରେ ପ୍ରଥମର ପାଇଁ ଓଡିଶା ଗ୍ରସ୍ତରେ ଆସୁଛନ୍ତି। ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ପରିପେକ୍ଷିରେ ପୁରୀ ଜିଲ୍ଲା ଅଙ୍କିଆ ଗ୍ରାମର ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି ମାର୍ଥା ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣେଇବା ପାଇଁ ଏକ ତୈଳଚିତ୍ର ଆଙ୍କିଛନ୍ତି  ।

ଏହି ଚିତ୍ରଟିକୁ ପ୍ରସ୍ତୁତ କରିବାକୁ ଦିବ୍ୟାଜ୍ୟୋତିଙ୍କୁ ଦୁଇଦିନ ସମୟ ଲାଗିଥିଲା । ପୁରୀ ଜିଲ୍ଲା ପ୍ରଶାସନ ଯଦି ସହଯୋଗ କରନ୍ତି ତାହାଲେ ଏହି ତୈଳଚିତ୍ର ଟି ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିପାରନ୍ତା ବୋଲି ଚିତ୍ରଶିଳ୍ପୀ ଦିବ୍ୟଜ୍ୟୋତି କହିଛନ୍ତି। ଆସନ୍ତା ୧୦ ତାରିଖରେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି  ।