spot_img
Home Blog Page 3744

ହ୍ବିଲଚେୟାରରେ ବସି ହସ୍ପିଟାଲରୁ ସମ୍ବୋଧନ କଲେ ଇମରାନ, କହିଲେ ଜାଣିଥିଲି ଆକ୍ରମଣ ହେବ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଉପରେ ଆକ୍ରମଣ ପରେ ଲାହୋରର ଶୌକତ ଖାନମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି  । ହ୍ବିଲ ଚେୟାରରେ ବସି ଦେଶକୁ ସମ୍ବୋଧନ କରିଛନ୍ତି ଇମରାନ  । ଶେହବାଜ ସରିଫ ସରକାରକୁ ଟାର୍ଗେଟ କରିବା ସହ ଅନାସ୍ଥା ପ୍ରସ୍ତାବ ଆଣି କିପରି ଇମରାନଙ୍କ ସରକାରକୁ ଗାଦିଚ୍ୟୁତ କରାଗଲା ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି  ।  ଶୁକ୍ରବାର ଦେଶକୁ ସମ୍ବୋଧିତ କରି ଇମରାନ କହିଛନ୍ତି ତାଙ୍କ ଉପରକୁ ମାଡି ଆସୁଥିବା ବିପଦ ବିଷୟରେ ସେ ପୂର୍ବରୁ ଜାଣିଥିଲେ  । ବଜିରାବାଦ ଓ ଗୁଜରାଟ ମଧ୍ୟରେ ମୋତେ ହତ୍ୟା କରାଯିବା ପାଇଁ ଷଡଯନ୍ତ୍ର ହୋଇଥିଲା  । କିନ୍ତୁ ପାକିସ୍ତାନ ଜନତାଙ୍କ ଭଲ ପାଇବା ଯୋଗୁଁ ସୌଭାଗ୍ୟବଶତଃ ବଞ୍ଚି ଯାଇଛି ବୋଲି ସେ କହିଛନ୍ତି   ।

ସେପଟେ ହତ୍ୟା ଉଦ୍ୟମ ପରେ ସାରା ଦେଶରେ ଜନ ଆକ୍ରୋଶ । ଲାହୋର ଠୁ ରାଓ୍ବଲପିଣ୍ଡି, ଇସଲାମାବାଦରୁ ପଞ୍ଜାବ ଚାରିଆଡେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ଲୋକେ ରାସ୍ତାକୁ ଓହ୍ଲାଇବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଅଭିଯୁକ୍ତ ଏବଂ ତା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । କିଛି ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ନିଆଁ ଜଳାଇଛନ୍ତି ।

ଫରିଜାବାଦରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବିକ୍ଷୋଭାକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥଲେ ପୋଲିସ । ପ୍ରତିବାଦରେ ଲୋକେ ପଥର ମାଡ଼ କରିଥିଲେ । ଲାହୋରରେ ପଞ୍ଜାବ ଗଭର୍ଣ୍ଣରଙ୍କ ଘର ଆଗରେ ଲୋକେ ଜୋରଦାର ପ୍ରତିବାଦ କରିଥିଲେ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ଆଜି ପ୍ରତିବାଦ କରିଥିବାରୁ ସାଧାରଣ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା । ରାଲି ବେଳେ ଇମ୍ରାନ ଖାନଙ୍କୁ ଉପରରୁ ୩ରୁ ୪ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ବି ପୋଲିସ ଗିରଫ କରିଛି । ସେପଟେ କାହିଁକି ଗୁଳି ଚାଳନା କରିଥିଲା ଏନେଇ ପୋଲିସ ଷ୍ଟେସନରେ ଅଭିଯୁକ୍ତ ସ୍ବିକାର କରିଥିବା ବେଳେ ତାର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।

ବିଷ ବଳୟରେ ଦିଲ୍ଲୀ, ଆଜିଠୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଗ୍ୟାସ ଚାମ୍ବର ଭିତରେ ଆକ୍ତାମାକ୍ତା ଦିଲ୍ଲୀବାସୀ । ଭୟଙ୍କର ବାୟୁ ପ୍ରଦୂଷଣ ପାଇଁ ୫୦ ପ୍ରତିଶତ ସରକାରୀ କର୍ମଚାରୀ ଓ୍ବାର୍କ ଫ୍ରମ ହୋମରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଣବିଏସ-୬ ଡିଜେଲ ଚାଳିତ ହାଲୁକା ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି । ଆଜିଠୁ ବନ୍ଦ ରହିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ ।

ନୋଏଡାରେ ଅନଲାଇନ କ୍ଲାସ ଲାଗୁ ନେଇ ଦିଆଯାଇଛି ନିର୍ଦ୍ଦେଶ । ଖୁବ ଶୀଘ୍ର ଗାଡ଼ିଗୁଡ଼ିକ ଲାଗି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀର ସମସ୍ୟା ଲାଗି ନିଜ ଉପରକୁ ନେଇଛନ୍ତି ଦାୟିତ୍ବବୋଧ । ଦିଲ୍ଲୀ ପଡୋଶୀ ଅଞ୍ଚଳରେ ଜାରି ରହିଛି ନଡ଼ା ପୋଡି । ବାୟୁର ଗତି ସ୍ଥିର ରହିଥିବାବେଳେ ଧୂଆଁ ଓ ଧୂଳିକଣାରେ ନୟାନ୍ତ ହେଲେଣି ଦିଲ୍ଲୀବାସୀ । ପ୍ରଭାବରେ ନାନାଦି ସ୍ବାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି ବାସିନ୍ଦା । ଆସନ୍ତା ୧୦ ତାରିଖରେ ସୁପ୍ରିମକୋର୍ଟରେ ହେବ ଦିଲ୍ଲୀ ପ୍ରଦୂଷଣ ମାମଲା ।

ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା

ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦୁର୍ଘଟଣାରେ ମୃତ୍ୟୁହାର କମାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ । ୭ଟି ଅଧିକ ଘରୋଇ ହସ୍ପିଟାଲରେ ମିଳିବ ଟ୍ରମା ଚିକିତ୍ସା ସୁବିଧା । ୧୮ଟି ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର । ରାୟପୁର ଓ ବିଶାଖାପାଟଣାରେ ବି ମିଳିବ ମାଗଣା ଚିକିତ୍ସା ସୁବିଧା । ଦୁର୍ଘଟଣାରେ ମୃତ୍ୟୁ ହାର କମାଇବାକୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଟ୍ରମା କେୟାର ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଥିଲା ।

କଟକ ଏସସିବି ମେଡିକାଲ କଲେଜ୍, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ, ବୁର୍ଲା ଭିମସାର, ଡିଏଚଏସ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ଆରଜିଏଚ ରାଉରକେଲାରେ ଟ୍ରମା କେୟାର ସୁବିଧାକୁ ଅଧିକ ସୁଦୃଢ କରିଥିଲେ ରାଜ୍ୟ ସରକାର । ଏଥିରେ ଅଧିକ ଘରୋଇ ହସ୍ପିଟାଲ ଯୋଡିବାକୁ ଯାଉଛନ୍ତି । ଏଥିରେ ଉନ୍ନତ କାଜୁଆଲଟି ଓ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଏହି ସ୍କିମରେ କଟକ, ଭୁବନେଶ୍ବର, ରାଉରକେଲା, ବିଶାଖପାଟଣା, ରାୟପୁରର ଘରୋଇ ହସ୍ପିଟାଲକୁ ସାମିଲ କରାଯିବ । ନୂତନ ସୁବିଧା ସହିତ ଏମଓୟୁ ଖୁବଶୀଘ୍ର ସ୍ବାକ୍ଷରିତ ହେବ । ଏହି ଯୋଜନାକୁ ରାଜ୍ୟ ନୋଡାଲ ଅଫିସର ଭାବରେ ଆଡଲ ଡିଏମଏଟି ଓଡ଼ିଶା ତଦାରଖ କରୁଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁରରେ ମହିଳାଙ୍କୁ ଗୁଳିମାଡ଼, ପିଲା ଚୋରି ଉଦ୍ୟମ ବେଳେ ଦୁର୍ବୃତ୍ତର ଗୁଳିମାଡ଼

ବାସୁଦେବପୁର: ବାସୁଦେବପୁର ଅଲବଗା ଛକରେ ମହିଳାଙ୍କୁ ଗୁଳିମାଡ଼ । ସଂଧ୍ୟାରେ ମୋବାଇଲ ଲାଇଟ୍ ଜଳାଇ ରାସ୍ତାର ଯାଉଥିବାବେଳେ ମହିଳାଙ୍କ ପାଖରୁ ତାଙ୍କ ପୁଅକୁ ଛଡାଇବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ପରେ ମୋବାଇଲ ଛଡାଇ ହାତକୁ ଗୁଳି କରି ଫେରାର ହୋଇଥିଲେ ଦୁର୍ବୃତ୍ତ । ଗୁରୁତର ଆହତ ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ଅଲବଗା ଗାଁର ଜ୍ୟୋତ୍ସ୍ନାରାଣୀ ସାହୁ । ତାଙ୍କୁ ପ୍ରଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି । ପିଲା ଚୋରି ପାଇଁ ଏପରି ଘଟଣା ଘଟିଥିବା ସନ୍ଦେହ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ପଞ୍ଜାବର ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତ ସନ୍ଦୀପ ସିଂ ଗିରଫ

ଚଣ୍ଡିଗଡ଼: ପଞ୍ଜାବର ଶିବସେନା ନେତା ସୁଧୀର ସୁରୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ । ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଶିବସେନା ତକସାଲିର ନେତା ସୁଧୀର । ଗୁଳିକାଣ୍ଡ କରିଥିବା ଦୁର୍ବୃତ୍ତ ସନ୍ଦୀପ ସିଂକୁ ଗିରଫ କରାଯାଇଛି । ଗୁଳିମାଡରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ସୁଧୀର । ଡଜନେ ପୋଲିସ କର୍ମୀଙ୍କ ଉପସ୍ଥିତିରେ ଏହି ଫାୟାରିଂ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏକ ମନ୍ଦିରର ପରିଚାଳନା ନୀତି ବିରୋଧରେ ସୁଧୀର ଧାରଣାରତ ଥିବାବେଳେ ତାଙ୍କୁ ଗୁଳି କରାଯାଇଥିଲା । ତାଙ୍କ ଉପରକୁ ୫ଟି ଗୁଳିମାଡ କରାଯାଇଥିବା ସୂଚନା ମିଳିଛି । ଗୁଳିକାଣ୍ଡ ଘଟାଇବା ଲାଗି ଆତତାୟୀଜଣକ ଅନ୍ୟ ୩ ଜଣ ସଦସ୍ୟଙ୍କ ସହ ଏକ ଏସୟୁଭିରେ ଆସି ଗୁଳିମାଡ଼ କରିଥିଲା । ତେବେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବିଭିନ୍ନ ସାମ୍ପ୍ରଦାୟିକ ଉତ୍ତେଜନାସୃଷ୍ଟିକାରୀ ବିବୃତି ଦେଇ ଚର୍ଚ୍ଚାରେ ଥିଲେ ସୁଧୀର ।

ଇମ୍ରାନ ଖାନଙ୍କୁ ହତ୍ୟା ଉଦ୍ୟମ ପରେ ସାରା ଦେଶରେ ଜନ ଆକ୍ରୋଶ, ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ଉଦ୍ୟମ ପରେ ସାରା ଦେଶରେ ଜନ ଆକ୍ରୋଶ । ଲାହୋରଠାରୁ ରାଓ୍ବଲପିଣ୍ଡି, ଇସଲାମାବାଦରୁ ପଞ୍ଜାବ ଚାରିଆଡ଼େ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ଲୋକେ ରାସ୍ତାକୁ ଓହ୍ଲାଇବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଅଭିଯୁକ୍ତ ଏବଂ ତା’ ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । କିଛି ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇବା ସହ ନିଆଁ ଜଳାଇଛନ୍ତି । ଫରିଜାବାଦରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବିକ୍ଷୋଭାକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥଲେ ପୋଲିସ । ପ୍ରତିବାଦରେ ଲୋକେ ପଥର ମାଡ଼ କରିଥିଲେ  । ଲାହୋରରେ ପଞ୍ଜାବ ଗଭର୍ଣ୍ଣରଙ୍କ ଘର ଆଗରେ ଲୋକେ ଜୋରଦାର ପ୍ରତିବାଦ କରିଥିଲେ ।

ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇବା ସହ ଆଜି ପ୍ରତିବାଦ କରିଥିବାରୁ ସାଧାରଣ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା । ଗତକାଲି ରାଲି ବେଳେ ଇମ୍ରାନ ଖାନଙ୍କ ଉପରରୁ ୩ରୁ ୪ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ବି ପୋଲିସ ଗିରଫ କରିଛି । ସେପଟେ କାହିଁକି ଗୁଳି ଚାଳନା କରିଥିଲା ଏନେଇ ପୋଲିସ ଷ୍ଟେସନରେ ଅଭିଯୁକ୍ତ ସ୍ବୀକାର କରିଥିବା ବେଳେ ତା’ର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଥାନା ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଛତିଶା ନିଯୋଗ, ନିତୀ ସବ୍ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହଯୋଗ କାମନା କରାଯାଇଥିଲା । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଆସନ୍ତା ୧୦ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ରୁ ୧ ଟା ପର୍ଯ୍ୟନ୍ତ ଦର୍ଶନ କରିବେ ।

ସୁରକ୍ଷା ଦୃଷ୍ଟିରୁ ଦର୍ଶନର ଦେଢ଼ ଘଣ୍ଟା ପୂର୍ବରୁ ପ୍ରାୟ ୧୦ ଟା ୩୦ ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରକୁ ଶୋଧ କରାଯାଇ କେବଳ ପାଳିଆ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ରହିବେ । ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ । ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ଏ ସମସ୍ତ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ପ୍ରମୁଖ ସଦସ୍ୟ ସାମିଲ ହୋଇଥିଲେ ।

ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା, ସ୍କୁଲ ଶିକ୍ଷାରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା । ସ୍କୁଲ ଶିକ୍ଷାରେ ଦେଶରେ ୧୦ ରାଜ୍ୟ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପିଜିଆଇ ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ପରି ୫ଟି ବିଷୟ ଆଧାରରେ ଏହି ମୂଲ୍ୟାୟନ କରାଯାଇଥିଲା । ୨୦୧୯-୨୦ ଶିକ୍ଷାବର୍ଷ ତୁଳନାରେ ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶରେ ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ସ୍ଥିତିକୁ ସୁଦୃଢ଼ କରିଛି ।

ପିଜିଆଇ ୨୦୨୦-୨୧ରେ ଏକ ହଜାର ପଏଣ୍ଟରୁ ଓଡ଼ିଶା ମୋଟ ୮୭୭ ପଏଣ୍ଟ ସ୍କୋର କରି ଲେବୁଲ ୩ରେ ରହିଛି । ରାଜ୍ୟର ପ୍ରଗତିଶୀଳ ନୀତି ସହ ମୋ ସ୍କୁଲ ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, କୋଭିଡ୍ ମହାମାରୀ ସମୟରେ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ, ଫାଇଭ୍-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ସ୍କୁଲ ଭିତ୍ତିଭୂମିର ରୂପାନ୍ତରଣ ଏବଂ ଯୋଜନା ସଠିକ କାର୍ଯ୍ୟକାରିତା ଦ୍ବାରା ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ଫଳରେ ମାତ୍ର ୪ ବର୍ଷ ମଧ୍ୟରେ ଲେବୁଲ ୬ରୁ  ଲେବୁଲ୍ ୩କୁ ଉନ୍ନୀତ ହୋଇପାରିଛି ।

ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଦୁର୍ଘଟଣାର ସମ୍ମୁଖୀନ ହୋଇ ଛାତିରେ ବାଉଁଶ ପଶି ଯାଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍ସ ଡାକ୍ତର ଦେଲେ ନୂଆ ଜୀବନ । ପୁରୀ ଚନ୍ଦନପୁର ବ୍ଲକ୍‍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼ ଭାଙ୍ଗିଯିବାରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲେ । ଫଳରେ ପାଣିରେ ପୋତା ଯାଇଥିବା ବାଉଁଶ ତାଙ୍କ ଛାତିରେ ପଶି ପିଠିରେ ବାହାରି ଯାଇଥିଲା । ଗତ ୨୮ ତାରିଖ ରାତି ପ୍ରାୟ ୯.୩୦ ସମୟରେ ଏହି ଘଟଣା ଘଟିଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ସମ୍ପର୍କୀୟମାନେ ତୁରନ୍ତ ତାଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ନେଇ ଆସିଥିଲେ । ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପହଞ୍ଚିବା ପରେ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ପି ଏସ୍‍ ପୂଜାରୀଙ୍କ ନେତୃତ୍ୱରେ ୬ ଜଣିଆ ଡାକ୍ତରୀ ଦଳ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିଥିଲେ ।

ଦୀର୍ଘ ୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର ପରେ ଡାକ୍ତରୀ ଦଳ ତପନଙ୍କ ଶରୀରରୁ ବାଉଁଶ ବାହାର କରିବାରେ ସଫଳ ହୋଇଥିଲେ । ଫଳରେ ତପନଙ୍କ ଜୀବନ ରକ୍ଷା ପାଇବା ସହ ତାଙ୍କ ଶରୀର ଏବଂ ହାତ କର୍ଯ୍ୟକ୍ଷମ ହୋଇପାରିଛି। ଏହି ଅସ୍ତ୍ରୋପଚାର ଡାକ୍ତରୀ ଦଳ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଉନ୍ନତ ମାନର ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର, ଡା ପୂଜାରୀ ଓ ଡାକ୍ତରୀ ଦଳ ଏବଂ ନିଶ୍ଚେତକ ବିଭାଗର ଡା ସଞ୍ଜୟ କୁମାର ବେହେରା ଏହି ଅସ୍ତ୍ରୋପଚାରରେ ସାମିଲ ହୋଇ ଅସ୍ତ୍ରୋପଚାରକୁ ସଫଳ କରିଥିଲେ। ତପନ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଚଲାବୁଲା କରିପାରୁଛନ୍ତି ।

ବୈଷୟିକ କୌଶଳ ରୋକିବ ଦୁର୍ନୀତି

ଭୁବନେଶ୍ବର: ସୁସ୍ଥ ସମାଜ ଗଠନରେ ଦୁର୍ନୀତି ସବୁଠାରୁ ବଡ଼ ବାଧକ । ବିକାଶରେ ପ୍ରତିବନ୍ଧକ ଆଣେ ଦୁର୍ନୀତି । ଏହା ମହାମାରୀ କରୋନାଠାରୁ ମଧ୍ୟ ଭୟଙ୍କର । ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼େ । ତେଣୁ ଦୁର୍ନୀତି ରୋକିବାରେ ସମସ୍ତେ ସହେଯାଗ କରିବା ଜରୁରୀ । ଏମିତି ଅପିଲ କରିଛନ୍ତି ଭିଜିଲାନସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା । ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେଠଓ୍ବା କହିଛନ୍ତି ଦୁର୍ନୀତି ନିବାରଣରେ ବୈଷୟିକ ଜ୍ଞାନକୌଶଳର ବଡ଼ ଭୂମିକା ରହିଛି । ଏହାର ଅଧିକ ବ୍ୟବହାର ଦୁର୍ନୀତିକୁ ଅନେକାଂଶରେ ନିବାରଣ କରିପାରିବ ।
ଶ୍ରୀ ଜେଠଓ୍ବା କହିଲେ ନାଲକୋ ଭଳି ସଂସ୍ଥା ଦୁର୍ନୀତି ନିବାରଣ ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କିଭଳି ଅଧିକ ହେବ ସେଥିପ୍ରତି ଫୋକସ କରିବା ଜରୁରୀ । ଭିଜିଲାନ୍ସ ବିଭାଗକୁ ସମସ୍ତଙ୍କ ସହଯୋଗ ମଧ୍ୟ ସେ କାମନା କରିଥିଲେ ।