spot_img
Home Blog Page 3748

ରାସ୍ତା କଡ଼କୁ ଓଲଟିଲା ବସ୍, ୧୦ ଯାତ୍ରୀ ଆହତ

ଭୁବନେଶ୍ବର: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ପ୍ରବଳ କୁହୁଡି ଯୋଗୁ ବସଟି ଭାରସାମ୍ଯ ହରାଇ ବାଘମାରୀ ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ ବିଲ ଭିତରକୁ ଓଲଟି ପଡ଼ିଛି ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ବାଘମାରୀ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରୀ ରଖିଛନ୍ତି । ବସଟି ବଲାଙ୍ଗୀରରୁ ଭୁବନେଶ୍ବର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦୁଇ ଜଣ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ, ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ

ଭୁବନେଶ୍ୱର: ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଆଉ ଏକ ପଦକ୍ଷେପ । ଫାଇଭ-ଟି ଆଧାରରେ କଟକ ପୌର ନିଗମ, ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବ ବିଦ୍ୟାଳୟ ପାଇଁ ଇ-ଅଫିସର ହୋଇଛି ଶୁଭାରମ୍ଭ । ଲୋକସେବା ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୮୩୬ ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ ।

ଏହି ବ୍ୟବସ୍ଥା ଫାଇଲ୍ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି । ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍ ଉତ୍ସାହ ଜନକ ହୋଇଛି । ଖୁବଶୀଘ୍ର ଆଉ ୧୦୦ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି କହିଛନ୍ତି ସି.ଏମ୍.ଜି.ଆଇ.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ ।

ଅନୁପ ସାଏଙ୍କୁ ଜାମିନ୍, ଡବଲ ମର୍ଡର ମାମଲାରେ ଭୋଗୁଥିଲେ କାରାଦଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଡବଲ ମର୍ଡର ମାମଲାରେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ । ମା, ଝିଅ ଡବଲ ମର୍ଡର ମାମଲାରେ ଜାମିନ ଦେଲେ ଛତିଶଗଡ଼ ହାଇକୋର୍ଟ । ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଗତ ଏପ୍ରିଲରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ରାଇଗଡ଼ ସେସନ୍ସ କୋର୍ଟ । ୨୦୧୬ ମସିହା ମେ ମାସରେ କଳ୍ପନା ଦାସ ଏବଂ ତାଙ୍କ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା ।

ଛତିଶଗଡ଼ ରାଇଗଡ଼ ଜିଲ୍ଲା ହମିରପୁରରୁ ଉଭୟଙ୍କ ମୃତଦେହ ମିଳିଥିଲା । ଘଟଣାରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗିରଫ ହୋଇଥିଲେ । ଅନୁପଙ୍କୁ ଆଜୀବନ ହୋଇଥିଲା ବେଳେ ବର୍ଦ୍ଧନଙ୍କୁ ଖଲାସ କରିଥିଲେ କୋର୍ଟ । ୨୦୨୦ ମସିହା ଫେବୃଆରୀ ୧୩ରେ ଛତିଶଗଡ଼ର ରାଇଗଡ଼ ପୋଲିସ୍‌ ଅନୁପ ସାଏଙ୍କୁ ଗିରଫ କରିଥିଲା  ।

ଜିଲ୍ଲାପାଳଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ, ମନ୍ଦିର ଫାଟକ ନିକଟରେ ଲାଗିବ ପରଦା

କଟକ: ଧବଳେଶ୍ବର ମନ୍ଦିରରେ ପୂଜା ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି । ରାତି ପାହିଲେ ପଞ୍ଚୁକ । ଗତକାଲି କଟକ ଜିଲ୍ଲାପାଳ ଭର୍ଚୁଆଲ ମାଧ୍ୟମରେ ଧବଳେଶ୍ବର ଦର୍ଶନ ଦେବାକୁ କହିଥିଲେ । ଏହି ନିଷ୍ପତିକୁ ପୂଜକ ସମିତି ପକ୍ଷରୁ ବିରୋଧ କରାଯାଇଥିଲା । ତେବେ ଆଜି ଏ ନେଇ ଧବଳେଶ୍ବର ପୀଠରେ ପ୍ରଶାସନ ସହ ପୂଜକ ସମିତିର ବୈଠକ ବସିଥିଲା ।

ଜିଲ୍ଲାପାଳ ନେଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଝୁଲାପୋଲ ପାଖରେ ନୂହେଁ ବରଂ ମୁଖ୍ୟ ରାସ୍ତା କଡରେ ଥିବା ମନ୍ଦିର ଫାଟକ ନିକଟରେ ଲାଗିବ ପରଦା । ପୂଜାର୍ଚ୍ଚନା ପାଇଁ ଅସ୍ଥାୟି ପ୍ରତିମା ହେବ ନାହିଁ । ଆଠଗଡ ଉପଜିଲ୍ଲାପାଳଙ୍କ ସହ ପୂଜକ ସମିତି, ପୋଲିସ ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବପରି ମୂଖ୍ୟରାସ୍ତା ଠାରୁ ଝୁଲା ପୋଲ ଓ ମନ୍ଦିର ବେଢା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି କହିଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ।

ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ ନିମନ୍ତେ ଇ-ଅଫିସର ଶୁଭାରମ୍ଭ

ଭୁବନେଶ୍ୱର: ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କଟକ ପୌର ନିଗମ (ସି.ଏମ୍.ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓ.ଏଚ୍.ପି.ସି) ଏବଂ  ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।
ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟ ଓୟାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଓସ୍ୱାସ୍ ଏବଂ ଇ-ଅଫିସ୍ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ । ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ୱୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।

ସୁରେଶ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଅଫିସ ବରଣ୍ଡାରେ ଗଦା ଗଦା ଫାଇଲ୍ ବୋହିବା, ମାସ ମାସ ଧରି ଫାଇଲ୍ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ୍ ଲୁଚାଇଦେବା, ଫାଇଲ୍ ହଜିବା ଏବଂ ଫାଇଲ୍ରେ ହେରଫେର କରିବା ଆଦି ଅତୀତର କଥା ହୋଇଯାଇଛି । ଇ-ଅଫିସ୍ ମଧ୍ୟ ଅନ୍ଲାଇନରେ ବିଭିନ୍ନପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ ସହାୟକ ହୋଇଛି । ଇ-ଅଫିସ୍ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତj ଆହ୍ୱାନ ପାଇଁ ଦକ୍ଷ କରିଛି ।
ଯେଉଁ କାର୍ଯ୍ୟାଳୟ ଗୁଡିକ ଓସ୍ୱାସ୍ ଦ୍ୱାରା ସଂଯୋଗ ହୋଇନପାରିଛି ସେସବୁରେ ଇ-ଅଫିସ ଶିଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ସି.ଏମ୍.ଜି.ଆଇ. ଏବଂ ଏନ୍.ଆଇ.ସି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୮୩୬ ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ । ଏହି ବ୍ୟବସ୍ଥା ଫାଇଲ୍ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଥିଲେ ଯେ ଓସ୍ୱାସ୍ ମାଧ୍ୟମରେ ଅଫିସ ସ୍ୱୟଂକ୍ରିୟ କରିବା ଦିଗରେ ଓଡ଼ିଶା ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ । ବିଭିନ୍ନ ସ୍ତରରେ ଥିବା କାର୍ଯ୍ୟାଳୟ ମାନଙ୍କର ନଥିପତ୍ର ଡ଼ିଜିଟାଇଜ୍ଡ଼୍ କରିବା ସମୟସାପେକ୍ଷ ହୋଇଥିବାରୁ ଏନ୍.ଆଇ.ସି. ଏବଂ ସି.ଏମ୍.ଜି.ଆଇ.ଙ୍କ ମିଳିତ ସହଯୋଗିତାରେ ଇ-ଅଫିସ୍ କାର୍ଯ୍ୟାୟନ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ଖୁବ୍ ସରଳ ଓ ସୁଗମ । ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ।

ସି.ଏମ୍.ଜି.ଆଇ.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ସତ୍ୟପ୍ରିୟ ରଥ କହିଥିଲେ ଯେ ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସ୍ର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍ ଉତ୍ସାହ ଜନକ ହୋଇଛି । ଖୁବ୍ ଶିଘ୍ର ଆଉ ୧୦୦ ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ ।

ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଓ.ଏଚ୍.ପି.ସି.ର ଅଧ୍ୟକ୍ଷ ଶ୍ରୀ ବିଷ୍ଣୁପଦ ସେଠୀ,  ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, କଟକ ପୌର ନିଗମ କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ, ଏନ୍.ଆଇ.ସି. ଉପ ମହାନିର୍ଦ୍ଦେଶକ ଶ୍ରୀମତୀ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବବ୍ରତ ମଳ୍ଲିକ, ସି.ଏମ୍.ଜି.ଆଇ. ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକୀ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ ।

କାଳୀପୂଜା ଯିବା ବାଟରେ ଛକିଥିଲା କାଳ, ଚାଲିଗଲା ୪ ଜଣଙ୍କ ଜୀବନ

କେନ୍ଦୁଝର: କାଳୀପୂଜା ଯିବା ବାଟରେ ଛକିଥିଲା କାଳ । କେନ୍ଦୁଝର ଜିଲ୍ଲା ବଡପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର, ଟ୍ରକ ମୁହାଁମୁହିଁ ଧକ୍କାରେ ୪ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ଗୁରତର ଡ୍ରାଇଭରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଘଟଗାଁର ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ପ୍ରକାଶ ଚନ୍ଦ୍ର ନାୟକ ।

କାଳୀପୂଜା ମୀନାବଜାର ବୁଲିବାକୁ ପିପିଳିଆରୁ ଏକ ବ୍ରେଜା କାରରେ ପିଲିଳିଆ ଗ୍ରାମର ନରୋତ୍ତମ ସିଂ, ହୃଷି ସିଂ, ଚିତ୍ତରଞ୍ଜନ ନାୟକ ଓ ବୃଦ୍ଦାବନପୁର ଗ୍ରାମର ପ୍ରକାଶ ଚନ୍ଦ୍ର ନାୟକ କେନ୍ଦୁଝର ଯାଉଥିବାବଳେ ବଡ଼ପଶି ନିକଟରେ ଘଟିଛି ଦୁର୍ଘଟଣା । ସାମନା ପଟୁ ଆସୁଥିବା ଏକ ହାଇଓ୍ବା କାର ଉପରେ ଚଢିଯିବା ଯୋଗୁଁ ଘଟଣା ସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହସପିଟାଲ ନେବା ବାଟରେ ଜଣକର ମୃତ୍ୟୁ ହୋଇଛି ।

ଆହତ ଡ୍ରାଇଭରଙ୍କ ମେଡିକାଲରେ ଗୁରୁତର ଅବସ୍ଥରେ ଚାଲିଛି ଚିକିତ୍ସା । ତେବେ ତାଙ୍କର ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି କାରକୁ କାଟି ମୃତଦେହ ଓ ଆହତଙ୍କୁ ଉଦ୍ଧାର କରିଥିଲେ ।

ରାଜ୍ୟପାଳଙ୍କ ବାସଭବନରୁ ଚନ୍ଦନ କାଠ ଚୋରି

ଭୁବନେଶ୍ୱର: ରାଜ୍ୟପାଳଙ୍କ ବାସଭବନ ପରିସରରୁ ବହୁମୂଲ୍ୟ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚନ୍ଦନ କାଠ ଚୋରି ହେବା ନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି କମିଶନରେଟ ପୋଲିସ । କିଏ ନେଇଛି ଚନ୍ଦନ କାଠ, ଓ କେବ ଘଟିଛି ଏ ଘଟଣା ସେନେଇ ପୋଲିସ ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତକୁ ପୋଲିସ କାବୁ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଇମ୍ରାନଙ୍କ ଜୀବନ ବଞ୍ଚାଇଦେଲେ ଏହି ଯୁବକ, ବନ୍ଧୁକଧାରୀକୁ କଲେ କାବୁ..

ଇସଲମାବାଦ: ରାଲି ଚାଲିଥିଲା । ଗୁଳି ଫୁଟିଲା  । ବର୍ତ୍ତିଗଲେ ଇମ୍ରାନ   । ଅଭିଯୁକ୍ତକୁ କାବୁ କରିନେଲେ ଯୁବକ  । କିଏ ସେହି ଯୁବକ  । ଯାହାଙ୍କ ପାଇଁ ଅଟକିଗଲା ପାକିସ୍ତାନରେ ବିରାଟ ଅଘଟଣ  । ଏବେ ସେହି ସାହାସୀ ଯୁବକକୁ ନେଇ ସବୁଠି ଚର୍ଚ୍ଚା  । ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିଶାଳ ରାଲିରେ ହଠାତ ଶୁଭିଥିଲା ଗୁଳିର ପ୍ରଚଣ୍ଡ ଶବ୍ଦ  । କେହି କିଛି ବୁଝିବା ଆଗରୁ ଟଳି ପଡିଥିଲେ କଣ୍ଟେନରରେ ଠିଆ ହୋଇଥିବା ଇମ୍ରାନ  । ପ୍ରଥମେ  AK 47 ପରେ ପିସ୍ତଲରୁ ବାହାରିଥିଲା ଗୁଳି  । ପିସ୍ତଲରୁ ପ୍ରଥମ ଗୁଳି ବାହାରିବା କ୍ଷଣି  ଅଭିଯୁକ୍ତକୁ କାବୁ କରିନେଇଥିଲେ ଜଣେ ଯୁବକ  । ସମସ୍ତେ ଜୀବନ ବିକଳରେ ଧାଉଁ ଥିବାବେଳେ, ନିଜ ଜୀବନକୁ ଖାତିର ନକରି ବନ୍ଧୁକଧାରୀକୁ ଛାଡିନଥିଲେ ଏହି ଯୁବକ ଜଣଙ୍କ..

ଇମ୍ରାନଙ୍କୁ ଜୀବନରୁ ମାରିବାକୁ ପ୍ରସ୍ତୁତି କରିଥିଲା ଅଭିଯୁକ୍ତ  । କୋଳାହଳ ପୂର୍ଣ୍ଣ ରାଲି ଭିତରେ ଲୁଚି ରହିଥିଲା  । ପାଖରେ ରଖିଥିଲା ଦୁଇ ଦୁଇଟି ବନ୍ଧୁକ  । ଗୋଟିଏ ଏକେ 47 ରଖିଥିବାବେଳେ ଆଉ ଗୋଟିଏ ପିସ୍ତଲ ମଧ୍ୟ ରଖିଥିଲା  । ସେପଟେ ସତ୍ତାଧାରୀ ସରକାର ବିରୋଧରେ ଋଣ ହୁଙ୍କାର ଜାରି ରଖିଛନ୍ତି ଇମ୍ରାନ ଖାନ  ।  ଦେଶରେ ନିର୍ବାଚନ ତାରିଖ ଘୋଷଣା ଦାବିରେ ବିଦ୍ରୋହ ଜାରି ରଖିଚନ୍ତି  । ପ୍ରତିବାଦ ସଭା ମାଧ୍ୟମରେ ରାଲି, ସଭାସମିତି ମଧ୍ୟ ଜାରି ରଖିଛନ୍ତି ପିଟିଆଇ ନେତା ଇମ୍ରାନ  । ଗୁରୁବାର ୱାଜିରବାଦଠାରେ ଇମ୍ରାନଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଥିଲାବେଳେ ଫୁଟିଥିଲା ଗୁଳି  । କଣ୍ଟେନର ଉପରେ ଠିଆ ହୋଇଥିବା ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଦରେ ବାଜିଥିଲା ଗୁଳି  । ସେପଟେ ଗୁଳି ମାଡ଼ରେ ୯ ଜଣ ବ୍ୟକ୍ତି ଆହତ ହୋଇଛନ୍ତି  । ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛ  ।

ଅଭିଯୁକ୍ତ ଛକି ରହିଥିଲା ଇମ୍ରାନଙ୍କୁ  । ଆଉ ଏହି ସମୟରେ ପଛରେ ଠିଆ ହୋଇଥିଲେ ଜଣେ ଯୁବକ  । ଅଭିଯୁକ୍ତ ନରସଂହାର ଘଟାଇବା ପୂର୍ବରୁ ପିସ୍ତଲକୁ କାବୁ କରିନେଇଥିଲେ  ଯୁବକ ଜଣଙ୍କ । ସମସ୍ତେ ନିଜ ଜୀବନକୁ ରଖିବା ପାଇଁ ଧାଉଁ ଥିବାବେଳେ ସାହାସୀର ପରାକାଷ୍ଠା ଦେଖାଇଥିଲେ ପାକିସ୍ତାନର ଏହି ଯୁବକ  । ଯଦିବା ଯୁବକଙ୍କ ପରିଚୟ ମିଳିପାରିନାହିଁ  । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଘୁରି ବୁଲିଛି  । ଯେଉଁଥିରେ  ସେ ଅଭିଯୁକ୍ତଙ୍କୁ କାବୁ କରୁଥିବା ଦୃଶ୍ୟ ସ୍ପଷ୍ଟ ପ୍ରତୀୟମାନ  । ଅନ୍ୟପଟେ ଇମ୍ରାନ ଖାନଙ୍କ ଜୀବନ ବଞ୍ଚାଇ ଥିବାରୁ ସେ ଆଲ୍ଲାଙ୍କୁ ଧନ୍ୟବାଦ ଦେଇଛନ୍ତି  ।

 

ସରିଲା ଭୋଟିଂ, EVMରେ ସିଲ୍ ହେଲା ଧାମନଗର ଭବିଷ୍ୟତ

ଧାମନଗର: ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ  । ଧାମନଗର ଆଗକୁ ନିଜର ନେତା ବାଛିବା ପକ୍ରିୟା ପୂର୍ଣ୍ଣ କରିଛି  । କାରଣ ସମାପ୍ତ ହୋଇଛି ଧାମନଗର ଉପନିର୍ବାଚନ  । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା 5ଟା ସୁଦ୍ଧା 58.53 ପ୍ରତିଶତ ଭୋଟିଂ ହୋଇଛି । ସୁରଖୁରରେ ଉପନିର୍ବାଚନ ହୋଇଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା  ।

ତେବେ ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ରହିଛନ୍ତି ସେମାନେ ଏବେବି ଭୋଟ ଦେଉଛନ୍ତି । ଭୋଟ ଦାନ ପକ୍ରିଯା ଯଦି ବା ସପାପ୍ତ ହୋଇଛି କିନ୍ତୁ ପ୍ରବେଶ କରିଥିବା ମତଦାତାଙ୍କ ଭୋଟ ଦେବା ପର୍ଯ୍ୟନ୍ତ ପକ୍ରିୟା ଜାରି ରହିବ  ।  2019 ସାଧାରଣ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀରେ 72 ଦଶମିକ 01 ପ୍ରତିଶତ ଭୋଟିଂ ହୋଇଥିଲା । ଚଳିତଥର ଏହାଠୁ ଅଧିକ କିମ୍ବା ପାଖାପାଖି ଭୋଟିଂ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଅନ୍ୟପଟେ ପିଙ୍କ୍ ବୁଥକୁ ନେଇ ଭୋଟର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗାମୀ ନିର୍ବାଚନରେ ପିଙ୍କ ବୁଥ ସଂଖ୍ୟା ବଢାଇବା ଲାଗି ଯୋଜନା କରାଯାଉଛି ବୋଲି କହିଛନ୍ତି ସିଇଓ । ଧାମନଗରର ଆଇନ ଶୃଙ୍ଖଳା ପରିସ୍ଥିତି ନସୃଷ୍ଟି ନହେବା ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା  । ନିଜେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଯାଇ ପରିସ୍ଥିତି ସମୀକ୍ଷା କରିଥିଲେ  । ମତଦାନକୁ ନେଇ କିଭଳି ସୂଚାରୁ ରୂପେ କାର୍ଯ୍ୟ କରାଯିବ ସେନେଇ ସ୍ଥିତି ତଦାରଖ କରିଥିଲେ  ।

ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ, ଜଣେ ମୃତ

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼  । ଏକ ରାଜନୈତିକ କାର୍ଯ୍ୟକ୍ରମ ଚାଲିଥିଲାବେଳେ ହୋଇଛି ଗୁଳିମାଡ  । ଗୁଳି ମାଡରେ ଇମ୍ରାନ ଖାନ୍ ଗୁରୁତର ଭାବେ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ୯ଜଣ ଆହତ ହୋଇଥିବା ଜଣାପଡିଛି  । ସେପଟେ  ଗୁଳିମାଡରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତକୁ କାବୁ କରିନେଇଛନ୍ତି ଜଣେ ଯୁବକ  ।

ପାକିସ୍ତାନର ଓ୍ବାଜିରାବାଦ୍ରେରେ ରାଲି ଚାଲିଥିଲାବେଳେ ଘଟିଛି ଗୁଳିମାଡ  ।  ଗୁଳିମାଡ କରିଥିବା ଅପରାଧିକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି  । ଅଭିଯୋଗ ହୋଇଛି ଯେ, ସାଧାରଣ ରାଲିରେ ଇମ୍ରାନ ଖାନଙ୍କୁ ହୋଇଛି ହତ୍ୟା ଉଦ୍ୟମ । ମିଳିଥିବା ସୂଚନା ମୁତାବକ ତାଙ୍କ ପାଦରେ ବାଜିଛି ଗୁଳି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓ୍ବାଜିରାବାଦ୍ରେ ରାଲି ବେଳେ ଏକ ୪୭ରେ ଫାୟାରିଂ କରିଥିଲା ଅଭିଯୁକ୍ତ ।

ତେବେ ଗୁଳି ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ହୋଇଛି । ଇମ୍ରାନ ଖାନ ରାଲିରେ ଥିବା ଆଉ ପାଞ୍ଚ ଜଣ ମଧ୍ୟ ଆହତ ହୋଇଛି । ଗୁଳିମାଡ଼ ପରେ ନୂଆ ଜୀବନ ପାଇଲି ବୋଲି ଇମ୍ରାନ କହିଛନ୍ତି । ଆଗକୁ ସଂଗ୍ରାମ ଜୋର ହେବ ବୋଲି ସେ କହିଛନ୍ତି । ସେପଟେ ଏଭଳି ଗୁଳି ମାଡ଼ ପାଇଁ ସରକାରୀ ଦଳକୁ ଦାୟୀ କରିଛି ଇମ୍ରାନଙ୍କ ପାର୍ଟି ପିଟିଆଇ । ଏହା ଇମ୍ରାନଙ୍କ ଉପରେ ନୁହେଁ ପାକିସ୍ତାନ ଉପରେ ଆକ୍ରମଣ ବୋଲି ପିଟିଆଇ ନେତା କହିଛନ୍ତି ।