spot_img
Home Blog Page 3751

ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ମୌଳିକ ସୁବିଧା ବିକାଶ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରମୁଖ ସହର ଗୁଡ଼ିକର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ଗମନାଗମନ ସହ ମୌଳିକ ସେବା-ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ରାଜଧାନୀ ସମେତ ବଡ଼ ବଡ଼ ମହାନଗର ନିଗମ ଅଂଚଳର ବିକାଶ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ସହରାଞ୍ଚଳ ବିକାଶ ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ରାଜ୍ୟର ଦୃଢ଼ ବର୍ଦ୍ଧିଷ୍ଣୁ ପ୍ରମୁଖ ସହର ସହର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ସୁଗମ ଯୋଗାଯୋଗ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବଡ଼ ବଡ଼ ସହର ଗୁଡ଼ିକରେ ବିଭିନ୍ନ ପ୍ରକାର ନିଯୁକ୍ତି ଓ ଜିବୀକା ସୁଯୋଗ ସୃଷ୍ଟି ହୋଇଥାଏ । ବିଭିନ୍ନ ଆର୍ଥିକ ବର୍ଗର ଲୋକମାନେ ଏହାର ସୁଯୋଗ ନେଇଥାଆନ୍ତି ।

ଯେଉଁମାନେକି ମୁଖ୍ୟତଃ ପାର୍ଶ୍ୱବର୍ତ୍ତୀ ଅଂଚଳରେ ବସବାସ କରିଥାନ୍ତି । ତା ଛଡ଼ା ନିଜର ବୃତ୍ତି, ଶିକ୍ଷା, ଚିକିତ୍ସା ଜମିଜମା ଖର୍ଦ୍ଦି-ବିକ୍ରୀ, ନ୍ୟାୟାଳୟ କାର୍ଯ୍ୟ, ଉତ୍ପାଦ ଦ୍ରବ୍ୟ ବିକ୍ରୀବଟା ଓ ବାଣିଜ୍ୟ ଆଦି ପାଇଁ ଅନେକ ଲୋକ ଦୈନିକ ସହରକୁ ଯିବା ଆସିବା କରିଥାଆନ୍ତି । ପାର୍ଶ୍ୱବର୍ତ୍ତୀ ଅଂଚଳରେ ଉତ୍ତମ ରାସ୍ତା ତିଆରି ହେଲେ ସହରକୁ ଯିବା ଆସିବା ସୁଗମ ହେବ । ଟ୍ରାଫିକ୍ ଭିଡ଼ ଓ ଦୁର୍ଘଟଣା ଆଦି କମିବ । ତା ଛଡ଼ା ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ନାଗରିକ ସେବାକେନ୍ଦ୍ର ଆଦି ବିକଶିତ ହେଲେ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତ୍ତି ହେବ ।

ସହର ଉପରେ ମଧ୍ୟ ଆବାସିକ-ଚାପ କମିବ । ତେଣୁ ବିଭିନ୍ନ ପ୍ରମୁଖ ସହରର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ରାସ୍ତା ପ୍ରଶସ୍ତିକରଣ ସହ ବିଭିନ୍ନ ମୌଳିକ ସେବାର ଉନ୍ନତି ପାଇଁ ଏକ ୫-ବର୍ଷିଆ କାର୍ଯ୍ୟ ଯୋଜନା ଚିଠା ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀ ମହାପାତ୍ର ପୁର୍ତ୍ତ, ଗ୍ରାମ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ଜଳ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଚିହ୍ନଟ କରି ସେସବୁର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଚିହ୍ନିତ ରାସ୍ତା ଗୁଡ଼ିକ ମଧ୍ୟରେ ଆନ୍ତଃ-ସଂଯୋଗୀକରଣ ମାଧ୍ୟମରେ ଏକ ରୋର୍ଡ ନେଟ୍-ଓ୍ୱାର୍କ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ଯୋଜନା ତିଆରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପାନୀୟ ଜଳ ଓ ନର୍ଦ୍ଦମା ପାଇପ୍, ବିଭିନ୍ନ ପ୍ରକାର କେବୁଲ ଆଦି ନିମନ୍ତେ ସହର ମଧ୍ୟସ୍ଥ ରାସ୍ତାକୁ କାଟିବା, ପ୍ରଶସ୍ତିକରଣ ନିମନ୍ତେ ଚିହ୍ନିତ ରାସ୍ତା ଓ ଛକ ସ୍ଥାନମାନଙ୍କରୁ ବିଦ୍ୟୁତ ଓ ଟେଲିଫୋନ୍ ଆଦି ଖୁଣ୍ଟ ସ୍ଥାନାନ୍ତର କରିବା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇ ଏ କ୍ଷେତ୍ରରେ ରହିଥିବା ସମସ୍ୟାର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।

ଭୁବନେଶ୍ୱରର ରସୁଲଗଡ଼ ଜଙ୍କ୍ସନ୍, କଳ୍ପନା ଛକ, ରବିଟକିଜ୍ ଛକ ଓ ବେହେରା ସାହି ଛକ ଆଦିର ପ୍ରଶସ୍ତିକରଣ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥିଲା । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ରାସ୍ତା ତଳେ ପାଇପ୍ ଓ କେବୁଲ ନେବା ପାଇଁ ରାସ୍ତା କାଟିବା ଅନୁମତି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଥିବା ବିଭାଗ ଦେବେ ।

ରାସ୍ତାର ଏକ ନିର୍ଦ୍ଦିଷ୍ଟ ଅଂଶରେ ପାଇପ୍ ବିଛା କାମ ସାରି ତୁରନ୍ତ ରାସ୍ତାକୁ ପୂର୍ବାବସ୍ଥାକୁ ଆଣିବା ପାଇଁ କାମ କରୁଥିବା ସଂସ୍ଥା ବା ବିଭାଗ ଦାୟୀ ରହିବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନଙ୍କ ସମେତ ସଂପୃକ୍ତ ବିଭାଗର ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କ ନାଁରେ ବିଶ୍ୱ ରେକର୍ଡ

ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କ ନାଁରେ ବିଶ୍ୱ ରେକର୍ଡ । ଟି-୨୦ ବିଶ୍ଵ କପରେ ସବୁଠୁ ଅଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ପ୍ରଥମ ସ୍ଥାନରେ ବିରାଟ କୋହଲି । ବିରାଟ ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମୋହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ମୁକାବିଲାରେ ୧୬ ରନ କରିବା ମାତ୍ରେ ସେ ଟୁର୍ଣ୍ଣାମେଣ୍ଟର ସର୍ବକାଳୀନ ଶୀର୍ଷ ରନହାସଲକାରୀ ବ୍ୟାଟ୍ସମ୍ୟାନ ହେବାର ରେକର୍ଡ କରିଛନ୍ତି।

ବାଂଲାଦେଶ ବିପକ୍ଷ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ରେ ବିରାଟ କୋହଲି ୪୪ ବଲ୍ରୁ ଆଠ ଚୌକା ଏବଂ ଗୋଟିଏ ଛକା ସହ ୬୪ ରନ କରି ଅପରାଜିତ ଥିଲେ । କୋହଲି ନାଁରେ ୧୬୬୫ ରନ ରହିଥିବା ଜୟବର୍ଦ୍ଧନେଙ୍କ ନାଁରେ ୧୦୧୬ ରନ ରହିଛି । ଏହାସହ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି ।

ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ସ୍କୋର୍ କରିଥିବା ଭାରତୀୟ ବ୍ୟାଟର ଭାବେ ସଚିନଙ୍କୁ ପଛରେ ପକାଇଲେ ବିରାଟ। ଆଜି ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୪୪ ବଲରେ ୬୪ ରନ୍ କରି ଏହି ରେକର୍ଡ କରିଛନ୍ତି ବିରାଟ କୋହଲି । ଏହା ପୂର୍ବରୁ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ସ୍କୋର କରିଥିବା ଏକମାତ୍ର ଭାରତୀୟ ବ୍ୟାଟର ଥିଲେ । ହେଲେ ଆଜିର ୬୪ ରନ୍ ପରେ ବିରାଟ ସଚିନଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆ ମାଟିରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି ।

ଟି-୨୦ ଫର୍ମାଟ; ରିଜୱାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍

ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟକୁମାର ଯାଦବ ହେଲେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଟି-ଟ୍ୱେଣ୍ଟି ଫର୍ମାଟରେ ସୂର୍ଯ୍ୟକୁମାର ସମସ୍ତଙ୍କୁ ପଛରେ ପକାଇ ନମ୍ବର ଓ୍ୱାନ ହୋଇଛନ୍ତି । ଗତ କିଛି ସମୟ ଧରି ଚତ୍ମକାର ଫର୍ମରେ ଅଛନ୍ତି ଭାରତର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ନିଜର ଦମଦାର ପ୍ରଦର୍ଶନ ବଳରେ ସୂର୍ଯ୍ୟକୁମାର ଯାଦବ ଖୁବ କମ ଦିନ ଭିତରେ ଏତେ ବଡ଼ ସଫଳତା ପାଇପାରିଛନ୍ତି ।

ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ଟି-୨୦ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି। ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ଓପନିଂ ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଦ୍ଵିତୀୟ ଭାରତୀୟ ବ୍ୟାଟସମ୍ୟାନ ଭାବେ ସୂର୍ଯ୍ୟ ଏହି ସଫଳତା ହାସଲ କରିଛନ୍ତି।

ବିଏସକେଓ୍ବାଇରେ ଚିକିତ୍ସା ସେବା; ସରକାରଙ୍କ ସହ ୫ ଶହ ଘରୋଇ ହସପିଟାଲ ଅନୁବନ୍ଧିତ

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା । ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)କୁ ସର୍ବାଧିକ ଫୋକସ କରୁଛନ୍ତି । ଏ ଯୋଜନାର ସୁଫଳ ଲୋକ ପାଉଛନ୍ତି । ଏହି ସାମାଜିକ ସୁରକ୍ଷା ଯୋଜନାରେ ବିଜୁ ସ୍ମାର୍ଟ କାର୍ଡ ଜରିଆରେ ରାଜ୍ୟର ୫ ଲକ୍ଷ ୪୫ ହଜାର ୩୩୯ ଜଣ ହିତାଧିକାରୀ ମାଗଣା ଚିକିତ୍ସା ସେବା ପାଇଛନ୍ତି ।

ଏ ବାବଦରେ ରାଜ୍ୟ ସରକାର ୧୧୯୧ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଛନ୍ତି । ବିଏସକେଓ୍ବାଇର କାର୍ଯ୍ୟକାରିତାକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେଓ୍ବାଇ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ କରିଥିଲେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବିଏସକେଓ୍ବାଇରେ ମାଗଣା ଚିକିତ୍ସା ସେବା ଯୋଗାଇବାକୁ ୫ ଶହ ଘରୋଇ ହସପିଟାଲ ସହ ଅନୁବନ୍ଧିତ ହୋଇଛନ୍ତି ।

ରାଜ୍ୟ ବାହାରର ୯୮ଟି ହସପିଟାଲରେ ମଧ୍ୟ ସ୍ମାର୍ଟକାର୍ଡଧାରୀଙ୍କୁ ମିଳୁଛି ଚିକିତ୍ସା ସେବା । ରାଜ୍ୟର ୯୬.୫ ଲକ୍ଷ ପରିବାରର ୩.୩ କୋଟି ହିତାଧିକାରୀଙ୍କୁ ବିଏସକେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଛି । ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷର ଚିକିତ୍ସା ସେବା ମିଳୁଛି । ସରକାରୀ ହସପିଟାଲ ସହ ସରକାରଙ୍କ ସହ ଅନୁବନ୍ଧିତ ହୋଇଥିବା ଘରୋଇ ହସପିଟାଲରେ ଏ ଚିକିତ୍ସା ସେବା ମିଳୁଛି ।

ମହିଳାମାନଙ୍କ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷର ଚିକିତ୍ସା ସେବା ମିଳୁଛି । ଟାଟା ମେମେରିଆଲ ହସପିଟାଲ, ସିଏମସି ଭେଲୋର, ଶ୍ରୀ ଶଙ୍କର କ୍ୟାନସର ହସପିଟାଲ ବାଙ୍ଗାଲୋର, ନାରାୟଣ ହୃଦାଳୟ, ଫର୍ଟିସ, ଆପୋଲୋ ଭଳି ହସପିଟାଲରେ ମଧ୍ୟ ଉନ୍ନତ ମାନର ଚିକିତ୍ସା ମିଳିପାରୁଛି । ୧୭ଟି ରାଜ୍ୟରେ କାର୍ଡଧାରୀମାନେ ବିଏସକେଓ୍ବାଇରେ ମାଗଣା ଚିକିତ୍ସା ପାଇପାରୁଛନ୍ତି ।

ପ୍ରତି ମାସରେ ହାରାହାରି ୭୩ ହଜାର ରୋଗୀ ଏହି ସ୍ମାର୍ଟକାର୍ଡର ସୁବିଧା ପାଉଛନ୍ତି । ସରକାର ଏ ବାବଦକୁ ମାସିକ ୧୬୫ କୋଟି ଖର୍ଚ୍ଚ କରୁଛନ୍ତି । ଉପକୃତ ହୋଇଥିବା ସାେଢ଼ ୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଅଢ଼େଇ ଲକ୍ଷ ୫ ଲକ୍ଷ ଯାଏ ଚିକିତ୍ସା ସେବା ପାଇଛନ୍ତି । ୨୨୫ ଜଣ ମହିଳା ୫ ଲକ୍ଷରୁ ଅଧିକ ଏବଂ ୨୭ ଜଣ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସବେ ପାଇଛନ୍ତି ।

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ୨,୨୬୯ ପଦବୀ ପାଇଁ OSSCର ନିଯୁକ୍ତି ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶାରେ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ବମ୍ପର ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ୨ହଜାର ୧୬୯ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଗ୍ରୁପ-B ଓ ଗ୍ରୁପ –C ରେ ସମସ୍ତ ପଦବୀ ପୂରଣ କରାଯିବ । ମୋଟ ୨ହଜାର ୧୬୯ଟି ପଦବୀ ମଧ୍ୟରୁ ଗ୍ରୁପ- ବି ଗ୍ରାଜୁଏଟ ଲେବଲ କମ୍ପିଟେଟିଭ୍ ପରୀକ୍ଷାରେ ୬୯୯ ପଦବୀ ଓ ଗ୍ରୁପ –ସି ରେ ୨୪୪ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଗ୍ରୁପ-ବି ଟେକ୍ନିକାଲ ସର୍ଭିସ ରିକ୍ରୁଟମେଣ୍ଟ ପରୀକ୍ଷା ପାଇଁ ୧ହଜାର ୨୨୬ଟି ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ଜାରି କରିଛି OSSC। ଏହି ସମସ୍ତ ପଦବୀ ପାଇଁ ନଭେମ୍ବର ୧୧ରୁ ଅନଲାଇନରେ ଆବେଦନ କରିହେବ । ଡିସେମ୍ବର ୧୦ ଆବେଦନର ଶେଷ ତାରିଖ ରହିଛି । ନିକଟରେ କ୍ୟାବିନେଟରେ ଏହି ସମସ୍ତ ପଦବୀ ପୁରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଟି-୨୦ ବିଶ୍ୱକପ୍: ବାଂଲାଦେଶକୁ ୫ ରନରେ ହରାଇଲା ଭାରତ

ଆଡିଲେଡ୍: ସେମି ଟିକେଟ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ମୁକାବିଲାରେ ଟିମ୍ ଇଣ୍ଡିଆକୁ ରୋମାଞ୍ଚକର ବିଜୟ ମିଳିଛି । ୫ ରନରେ ରୋହିତ ବାହିନୀ ଏହି ମ୍ୟାଚଟିକୁ ଜିତିନେଇଛି । ଏହି ବିଜୟ ସହ ଟି-୨୦ ବିଶ୍ୱକପରେ ଭାରତର ସେମି ଟିକେଟ୍ ଏକ ପ୍ରକାର ପକ୍କା ହୋଇଯାଇଛି । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୮୪ ରନ୍ କରିଥିଲା ।

୧୮୫ରନର ପିଛା କରି ବାଂଲାଦେଶ ବ୍ୟାଟିଂ କରୁଥିବା ବେଳେ ବର୍ଷା ବାଧକ ସାଜିଥିଲା । ଦଳୀୟ ସ୍କୋର ୬୬ ଥିବାବେଳେ ବର୍ଷା କାରଣରୁ ମ୍ୟାଚ୍ କିଛି ସମୟ ସ୍ଥଗିତ ରଖିବାକୁ ପଡ଼ିଥିଲା । ବାଂଲାଦେଶକୁ ୧୬ ଓଭରରେ ୧୫୧ରନର ରିଭାଇଜଡ ଟାର୍ଗେଟ ଦିଆଯାଇଥିଲା । ଆରମ୍ଭରୁ ୭ଓଭର ଖେଳି ୬୬ରନ କରିଥିଲା ବାଂଲାଦେଶ । ବାଂଲାଦେଶକୁ ୯ଓଭରରେ ୮୫ ରନର ଆବଶ୍ୟକ ଥିଲା । ବର୍ଷା ହେବା ପୂର୍ବରୁ ବାଂଲାଦେଶ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଲିଟନ ଓ ନଜମୁଲ ୭ ଓଭରରେ ଦଳ ପାଇଁ ୬୬ ରନ୍ ପାର୍ଟନରସିପ୍ କରିଥିଲେ । ଭାରତ ପାଇଁ ମ୍ୟାଚଟି ମୁସ୍କିଲ ଲାଗୁଥିଲା । ହେଲେ ବର୍ଷା ପରେ ବାଂଲାଦେଶ ଟିମ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଦଳୀୟ ସ୍କୋର ୬୮ ଥିବା ବେଳେ ବ୍ୟକ୍ତିଗତ ୬୦ ରନ କରିଥିବା ଲିଟନ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ନଜମୁଲ ହୁସେନ ମଧ୍ୟ ୨୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଶେଷ ବେଳକୁ ନୁରୁଲ ହସନ ୨୫ ରନ୍ ଏବଂ ତକ୍ସିନ ଅହମ୍ମଦ ୧୨ ରନ୍ କରି ଅପରାଜିତ ରହିଥିଲେ । ୧୬ ଓଭରରେ ୬ୱିକେଟ୍ ବିନିମୟରେ ୧୪୫ ରନ୍ କରି ବିଜୟଠୁ ମାତ୍ର ୫ ରନ୍ ଦୂରରେ ରହି ପରାଜିତ ହୋଇଛି ବାଂଲାଦେଶ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ସେହିପରି ମହମ୍ମଦ ସାମି ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।

ଆଡିଲେଡରେ ହୋଇଥିବା ଏହି ହାଇଭୋଲ୍ଟେଜ ମ୍ୟାଚରେ ବାଂଲାଦେଶ ଟସ୍ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନ କ୍ରମେ ଭାରତ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ନିଜର ୬ ୱିକେଟ୍ ବିନିମୟରେ ୧୮୪ ରନ୍ ସଂଗ୍ରହ କରିଥିଲା । ଭାରତୀୟ ପାଳିରେ କେଏଲ ରାହୁଲ ଓ ବିରାଟ କୋହଲି ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । ଲଗାତର ଫ୍ଲପ ସାବ୍ୟସ୍ତ ହେଉଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଭଲ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ଓ କେଏଲ ରାହୁଲ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରିଜକୁ ଓହ୍ଲାଇଥିଲେ । ୮ ଟି ବଲ୍ ଖେଳି ମାତ୍ର ୨ ରନ୍ କରି ରୋହିତ ପାଭେଲିଅନ୍ ଫେରିଯାଇଥିଲେ । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିରାଟ କୋହଲି ଆସିଥିଲେ ।

ବିରାଟ ଓ କେଏଲ ରାହୁଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ହେଲେ ରାହୁଲ ଦଳୀୟ ସ୍କୋର ୭୮ ଥିବା ବେଳେ ବ୍ୟକ୍ତିଗତ ୩୨ ଟି ବଲ୍ ଖେଳି ୫୦ ରନ୍ କରି ଶାକିବଙ୍କ ଓଭରରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ବିରାଟଙ୍କ ସାଥ୍ ଦେଇଥିଲେ । ୧୬ ଟି ବଲ୍ ଖେଳି ଦ୍ରୁତତାର ସହ ୩୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଜଣେ ପରେ ଜଣେ ଆଉଟ୍ ହୋଇଥିଲେ । ବାରିଟ କୋହଲି କିନ୍ତୁ ଏକାକୀ ଦଳକୁ ସମ୍ଭାଳିଥିଲେ । ଭାରତୀୟ ପାଳି ଶେଷ ହେଲାଯାଏଁ ବିରାଟ ୪୧ଟି ବଲ୍ ଖେଳି ୬୪ ରନ୍ କରି ଅପରାଜିତ ରହିଥିଲେ । ଅଶ୍ୱିନୀ ୬ ଟି ବଲରେ ୧୩ ରନ୍ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ହସନ ମହମ୍ମଦ ୩ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶକିବ ଅଲ ହସନ ୨ ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଆଜିର ବିଜୟ ସହ ଭାରତ ସୁପର-୧୨ ଗ୍ରୁପ୨ରେ ଶୀର୍ଷ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛି । ୪ ଟି ମ୍ୟାଚରୁ ୩ ଟିରେ ବିଜୟ ସହ ଭାରତର ମୋଟ୍ ପଏଣ୍ଟ ଏବେ ୬ ରହିଛି । ଭାରତ ପଛକୁ ୫ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ଯଦି ଭାରତ ହାରିଥାନ୍ତା ତେବେ ସେମିଫାଇନାଲ୍ ଆଶା କ୍ଷୀଣ ହୋଇଯାଇଥାନ୍ତା । ମ୍ୟାଚ୍ ବିଜୟ ଭାରତ ସେମି ଦୌଡ଼ ପାଇଁ ସ୍ଥିତି ସୁଦୃଢ କରିଛି । ଅନ୍ୟପକ୍ଷରେ ପାକିସ୍ତାନ ଆସନ୍ତାକାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ । ଯଦି ଏହି ମ୍ୟାଚରେ ପାକିସ୍ତାନ ପରାଜିତ ହେଉଛି ତେବେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ ।

ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଦୁଇ ସିକ୍ୟୁରିଟି ଗାର୍ଡ ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଆଶ୍ରୟ ଦେବା ନାଁ ରେ ଦୁଷ୍କର୍ମ ଘଟଣା । ଦୁଇ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓରଫ କାଳିଆ ଏବଂ ବନ୍ତଳା ଥାନା ଅଞ୍ଚଳର ବସନ୍ତ କୁମାର ସାହୁ । ଗତ ୩୦ ତାରିଖରେ ଜଣେ ମହିଳା କିଛି କୋର୍ଟ କାମରେ ଭୁବନେଶ୍ବର ଆସିଥିଲେ ।

ରାତି ହୋଇଯିବାରୁ ମହିଳା ଜଣକ ରାମ ମନ୍ଦିର ସମ୍ମୁଖରେ ଆଶ୍ରୟ ନେଇଥିଲେ । ବିଳମ୍ବିତ ରାତିରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମହିଳା ଜଣଙ୍କୁ ଆଶ୍ରୟ ଦେବାକୁ କହି ରାମ ମନ୍ଦିର ସମ୍ମୁଖରେ ଥିବା ବ୍ରେସମେଣ୍ଟକୁ ନେଇଯାଇଥିଲେ । ରାତିରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଏବଂ ବସନ୍ତ ମିଶି ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ୩୧ ତାରିଖରେ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ଦୁଷ୍କର୍ମ ମାମଲା ରୁଜ୍ଜୁ କରିବା ସହ ଅନୁସନ୍ଧାନ କରି ପୂର୍ଣ୍ଣଚନ୍ଦ୍ରକୁ ଭୁବନେଶ୍ବର ଏବଂ ବସନ୍ତକୁ ଅନୁଗୁଳରୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ସେମାନଙ୍କର ଦୋଷ ସ୍ବୀକାର କରିଛନ୍ତି । ଘଟଣାରେ ଜଣେ ସାକ୍ଷୀ ଦେଇଛନ୍ତି । ଅଭିଯୁକ୍ତ ମାନେ ଏକ ଘରୋଇ ବ୍ୟାଙ୍କରେ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟ କରୁଥିବା ସୂଚନା ଦେଇଛି ।

ବୟସ ୬୧ ବର୍ଷ, ୮୮ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ଇଣ୍ଡୋନେସିଆର ଏହି ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ବୟସ ୬୧ ହେଲେ ବିବାହ କରିବାର ନିଶା ଯାଇନି । ୮୮ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୬୧ ବର୍ଷୀୟ ବ୍ୟକ୍ତି ୮୮ତମ ଥର ବିବାହ କରିବାକୁ ଯାଉଛନ୍ତି । ପୂର୍ବରୁ ୮୭ ବିବାହ କରି ଚର୍ଚ୍ଚାରେ ରହିଛନ୍ତି ବ୍ୟକ୍ତି ଜଣଙ୍କ । ବ୍ୟକ୍ତିଜଣଙ୍କର ନୂଆ ବଧୂ ହେଉଛି ତାଙ୍କ ପୂର୍ବ ପତ୍ନୀ, ଯାହାଙ୍କୁ ସେ ୮୬ତମ ବିବାହ କରିଥିଲେ ।

ମାତ୍ର ଏକ ମାସ ପର୍ଯ୍ୟନ୍ତ ଏମାନଙ୍କ ସମ୍ପର୍କ ଚାଲିଥିଲା । ସୂଚନାନୁଯାୟୀ, କାନ୍ ନାମରେ ପରିଚିତ ଏହି ବ୍ୟକ୍ତିଙ୍କ ଘର ଇଣ୍ଡୋନେସିଆର ମଜାଲେଙ୍ଗକାରେ ଅଟେ । ଏତେ ବିବାହ କରିଥିବା କାନ୍ ବୃତ୍ତିରେ ଜଣେ କୃଷକ ଅଟନ୍ତି । କାନ୍ ନିକଟରେ ଖୁଲାସା କରିଥିଲେ ଯେ ସେ ୧୪ ବର୍ଷ ବୟସରୁ ବିବାହ କରିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ପତ୍ନୀ ତାଙ୍କଠୁ ଦୁଇ ବର୍ଷ ବଡ଼ ଥିଲେ । କିନ୍ତୁ ସେତେବେଳେ କାନଙ୍କ ଖରାପ ବ୍ୟବହାର ପାଇଁ ପ୍ରଥମ ପତ୍ନୀ ବିବାହର ମାତ୍ର ଦୁଇ ବର୍ଷ ପରେ ତଲାକ ଦେଇଥିଲେ । ଅବଶ୍ୟ କାନ ତଲାକକୁ ନେଇ ଆଉ କିଛି କହିବା ପାଇଁ ମନା କରିଦେଇଥିଲେ ।

ରିପୋର୍ଟ ଅନୁସାରେ, କାନ୍ କହିଛି ଯେ, ଏହାପରେ ମୁଁ ମହିଳାଙ୍କୁ ଆକର୍ଷିତ କରିବା ପାଇଁ ଆଧ୍ୟାତ୍ମିକ ପନ୍ଥା ଆପଣାଇଥିଲି । କିନ୍ତୁ ମୁଁ ଏପରି କାମ କରିବାକୁ ଚାହୁଁନାହିଁ ଯାହା ମହିଳାମାନଙ୍କ ପାଇଁ ଭଲ ନୁହେଁ । ମୁଁ ସେମାନଙ୍କ ଭାବନା ସହ ଖେଳିବାକୁ ଚାହିଁନାହିଁ । କିଛି ବି ଅନୈତିକ କରିବା ବଦଳରେ ମୁଁ ସେମାନଙ୍କୁ ବିବାହ କରିବା ଉତ୍ତମ ଭାବିଥାଏ । ବର୍ଷ ପରେ ବର୍ଷ ଆଧ୍ୟାତ୍ମିକ ବଳରେ ନୂଆ ନୂଆ ଝିଅ ମୋ ପ୍ରେମରେ ପଡ଼ିଥାନ୍ତି । ଏବଂ ମୁଁ ସେମାନଙ୍କୁ ବିଧିବଦ୍ଧ ବିବାହ କରିଥାଏ ।

ନିଜର ପୂର୍ବତନ ପତ୍ନୀଙ୍କ ଠାରୁ ଅଲଗା ହେବା ପରେ ପୁଣିଥରେ ତାଙ୍କୁ ବିବାହ କରିବାକୁ ନେଇ କାନ କୁହନ୍ତି ଯେ, ଆମଙ୍କୁ ଅଲଗା ହେବା ବହୁତ ସମୟ ହୋଇଗଲାଣି, କିନ୍ତୁ ଆମ ଭିତରେ ଭଲ ପାଇବା ଏବେବି ରହିଛି । ସେ ମୋତେ ଏବେବି ଭଲ ପାଉଛି । ଏତେଥର ବିବାହ କରିଥିବା କାନଙ୍କୁ ଲୋକମାନେ ପ୍ଲେ ବଏ କିଙ୍ଗ ନାଁରେ ଜାଣିଥାନ୍ତି । ତାଙ୍କ କହିବା ଅନୁଯାୟୀ ଯଦି କୌଣସି ମହିଳା ପୁଣିଥରେ ତାଙ୍କ ଜୀବନରେ ଆସିବାକୁ ଚାହେଁ ତେବେ ସେ ତାଙ୍କୁ ମନା କରନ୍ତି ନାହିଁ ।

ସୂଚନାଯୋଗ୍ୟ, ମିଜୋରାମର ଜିଓନା ଚନା ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଗତ ବର୍ଷ ମୃତ୍ୟୁବରଣ କରିଥିଲେ । ତାଙ୍କର ମଧ୍ୟ ୩୯ ସ୍ତ୍ରୀ ଓ ୯୪ ପିଲା ଥିଲା । ବିଶ୍ୱରେ ସବୁଠୁ ବଡ଼ ପରିବାର ରଖିଥିବାର ରେକର୍ଡ ତାଙ୍କ ପାଖରେ ଥିଲା । ଏକ ରିପୋର୍ଟ ଅନୁଯାୟୀ, ଚନାଙ୍କ ପରିବାରରେ ୧୬୭ ଜଣ ସଦସ୍ୟ ଅଛନ୍ତି ।

ଆସନ୍ତାକାଲି ଧାମନଗର ଭୋଟ୍: ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ସକାଳ ସାଢ଼େ ୫ଟାରେ ମକପୋଲ । ସକାଳ ୭ଟାରୁ ସଂଧ୍ୟା ୬ଯାଏ ଭୋଟଗ୍ରହଣ । ସକାଳ ୭ଟାରୁ ସଂଧ୍ୟା ସାଢ଼େ ୬ଯାଏ ଏକଜିଟ୍ ପୋଲ ବ୍ୟାନ । ଆଜି ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଆସନ୍ତାକାଲି ଧାମନଗର ଉପନିର୍ବାଚନଲାଗି କମିଶନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।

ସୁରକ୍ଷାରୁ ନେଇ ପୋଲିଂ ଯାଏ ସମସ୍ତ ପ୍ରସ୍ତୁତି ନେଇ ଟିକିନିଖି ସୂଚନା ଦେଇଛନ୍ତି । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି । ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଇଭିଏମ୍ ସହ ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ବର୍ତ୍ତମାନ ସାଇଲେଣ୍ଟ ପିରିୟ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ବୁଥର ଶହେ ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହୋଇ ପାରିବେ ନାହିଁ ।

ଯଦି କେହି ନିୟମ ଉଲ୍ଲଂଘନ କଲା ତେବେ ତାଙ୍କୁ ଆରେଷ୍ଟ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ । ମୋଟ ୨୫୨ ବୁଥ ରହିଛି । ତାହା ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥିମଧ୍ୟରୁ ୧୨୬ଟି ୱେବକାଷ୍ଟିଂ ହେବ । ୨୫ଟି ମାଇକ୍ରୋ ଅଵଜରର୍ଭର ରହିଛନ୍ତି । ୧୫ ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି ।

ସାଇଲେଣ୍ଟ ପିରିୟଡଠୁ ନେଇ ମତଦାନ ପର୍ଯ୍ୟନ୍ତ ମଦ ବିକ୍ରି ମନା । ୪ଟି ସେଣ୍ଟ୍ରାଲ ଟିମ ଓ ହଜାରେ ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ସିଇଓ । ବୁଥ ବାହାରେ ସାନିଟାଇଜର ବ୍ୟବସ୍ଥା ହୋଇଛି । ମାସ୍କ ପିନ୍ଧି ଆସିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ସିଇଓ । ଭିନ୍ନକ୍ଷମଙ୍କ ପାଇଁ ୯୮ଟି ଅଟୋରିକ୍ସାର ବ୍ୟବସ୍ଥା ହୋଇଛି । ରିକ୍ସାରେ ଘରୁ ଆଣିବା ଓ ଘରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।

ସେହପରି ମତଦାନ ଦିବସକୁ ଛୁଟି ବୋଲି ଘୋଷଣା କରାଯାଇଛି । ସବୁ ବୁଥରେ ହେଲ୍ପ ଡେସ୍କ ରହିବ । ଇଭିଏମରେ ତ୍ରୁଟି ହେଲେ ଅଧୈର୍ଯ୍ୟ ନହୋଇ ଅପେକ୍ଷା କରିବାକୁ ସିଇଓ ନିବେଦନ କରିଛନ୍ତି । ତୁରନ୍ତ ରିଜର୍ଭ ଇଭିଏମ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଇଓ । ୩ ଟି ରାଜନୈତିକ ଦଳ ପ୍ରଚାର ସମୟରେ କିଛି ଅଭିଯୋଗ ଆଣିଥିଲେ ।

ସାଧାରଣ ଅଭିଯୋଗ ପାଇଁ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶିକା ଦିଆଯାଇଛି । ୫ ଟି ମାମଲାରେ ପୋଲିସ କେସ ହୋଇଛି । ଆଉ ଗୋଟିଏ କେସରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଯାହାକୁ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ବୋଲି କହିଛନ୍ତି ସିଇଓ ।

ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଅଭିଜ୍ଞତା ବର୍ଣ୍ଣନା କଲେ ମିଶନ ଶକ୍ତିର ମା’

ଭୁବନେଶ୍ୱର: ସହରାଞ୍ଚଳ ଜଳଯୋଗାଣର ସାରଥୀ ଜଳସାଥୀ । ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସର ସେତୁ ପାଲଟିଛନ୍ତି ଜଳସାଥୀ । ତିନି ବର୍ଷ ପୂର୍ବରୁ ପାଇଲଟ୍ ପ୍ରକଳ୍ପ ଭାବେ 5T ଅଧୀନରେ ଆରମ୍ଭ ହୋଇଥିବା ଜଳସାଥୀ, ଏବେ ସାରା ରାଜ୍ୟର ସହରାଞ୍ଚଳରେ ପାନୀୟ ଜଳ ପରିଚାଳନା ଦିଗରେ କାମ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟସ୍ତରୀୟ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ଜଳସାଥୀ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ ସହ ମୁଖ୍ୟମନ୍ତ୍ରୀ ଜଳସାଥୀଙ୍କୁ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ । କୋହଭରା କଣ୍ଟରେ ସେମାନେ କହିଲେ ଯେ ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ।

ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା । ଥିଲା କେବଳ ତିରସ୍କାର । ସମାଜ ଆମକୁ ଗ୍ରହଣ କରୁନଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରୁଛୁ । ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ । ମୁଖ୍ୟମନ୍ତ୍ରୀଙ୍କୁ ସେଥିପାଇଁ କୋଟି କୋଟି ପ୍ରଣାମ ।