spot_img
Home Blog Page 3775

ଏଣିକି ବ୍ରିଟେନରେ ଭାରତୀୟଙ୍କ ରାଜ୍‌, ଗୃହ ସମ୍ଭାଳିବେ ସୁଏଲା

ଲଣ୍ଡନ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ । ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ନିଜର ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି । ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ଥିବା ବେଳେ ଯେଉଁ ମନ୍ତ୍ରୀ ଥିଲେ ସେମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ।

ସବୁଠୁ ବଡ଼ କଥା ହେଲା ଗତ ସପ୍ତାହରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ସୁଏଲା ବ୍ରେଭରମେନଙ୍କୁ ପୁଣି ଥରେ ଗୃହ ମନ୍ତ୍ରୀ ନିଯୁକ୍ତ କରିଛନ୍ତି ଋଷି ସୁନକ  । ସୁଏଲା ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ  । ଜେମ୍ସ କ୍ଲେଭରଲୀଙ୍କୁ ବୈଦେଶିକ ମନ୍ତ୍ରୀ, ବେନ୍ ଓ୍ବାଲେସ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଗ୍ରାଣ୍ଟ ସାପସଙ୍କୁ ବାଣିଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି  ।

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ଲାଗି ବିଧିବଦ୍ଧ ପ୍ରକ୍ରିୟା ଶେଷ କରିଛନ୍ତି ଋଷି ସୁନକ । କିଙ୍ଗ ଚାର୍ଲ୍ସ ଥ୍ରୀଙ୍କୁ ଭେଟି ଆଣିଛନ୍ତି ଆପଏଣ୍ଟମେଣ୍ଟ ଲେଟର । ୪୨ ବର୍ଷ ବୟସରେ ବ୍ରିଟେନର ଭାଗ୍ୟ ବଦଳାଇବାକୁ ଶପଥ ନେଇଛନ୍ତି ଋଷି ସୁନକ । ବ୍ରିଟେନର ଜନଜୀବନ ସୁରକ୍ଷିତ ରଖିବା ସହ ସେମାନଙ୍କ ବ୍ୟବସାୟକୁ ସୁରକ୍ଷିତ ରଖିବା ବଡ଼ ଚ୍ୟାଲେଞ୍ଜ ରହିବ ।

ବ୍ରିଟେନରେ ଥିବା ସବୁ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ଋଷି ସୁନକ । ଦେଶରେ ଜାରି ରହିଥିବା ଆର୍ଥିକ ସଙ୍କଟ ଦୂର କରିବା ଉପରେ ଗୁରୁତ୍ବ ଦେବେ ।

ଦୁର୍ଲଭ ଜୀବ ଚୋରାଚାଲାଣ ବେଳେ ମାଡ଼ି ବସିଲା କଷ୍ଟମ ବିଭାଗ

ବ୍ୟାଗରେ ଲୁଚାଇ ବିମାନ ଯୋଗେ ସୁନା ରୂପା ହୀରା ସ୍ମଗଲିଂ କଥା ଆପଣ ଶୁଣିଥିବେ । ହେଲେ ଆଜିର ଏ ଖବର ଆପଣଙ୍କୁ ଚମକାଇ ଦେବ । ପାଞ୍ଚଟି ବିଦେଶୀ ତଥା ଦୁର୍ଲଭ ଜୀବକୁ ଚାଲାଣ ବେଳେ ଧରିଲା ଚେନ୍ନାଇ ବିମାନ ବନ୍ଦର କଷ୍ଟମ ବିଭାଗ । ବ୍ୟାଂକକ୍ରୁ ଚେନ୍ନାଇ ଚାଲାଣ ହେଉଥିଲା ଏହି ଜୀବ । ଗୋଟିଏ ବ୍ୟାଗରୁ ଏହି ଜୀବ କଷ୍ଟମ ବିଭାଗ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଏହି ଜୀବ ଏକ ପ୍ରକାର ନେଉଳ ବୋଲି କୁହାଯାଉଛି । ଏହା ଭାରତରେ ମିଳନ୍ତି ନାହିଁ । ଦକ୍ଷିଣ ଓ ପୂର୍ବ ଆଫ୍ରିକା ସହ ଜାମିବିଆରେ ଏ ପ୍ରଜାତି ନେଉଳ ମିଳନ୍ତି । ଅର୍ନ୍ତଜାତୀୟ ବଜାରରେ ଏମାନଙ୍କର ଚାହିଦା ଅଧିକ । ଏହି ନେଉଳ ସାପ ଭଳି କାମୁଡିଥାନ୍ତି । ପୂର୍ବରୁ ମଧ୍ୟ ଚେନ୍ନାଇର କଷ୍ଟମ ବିଭାଗ ଦୁର୍ଲଭ ପ୍ରଜାତି ଜୀବ ଜବତ କରିଥିଲା । ତେବେ ଏହି ଜୀବର ଆବଶ୍ୟକତା ସମ୍ପର୍କରେ ବିଶେଷ କିଛି ଜଣାପଡିନାହିଁ ।

ପୂରୁଣା ଭିଡିଓ ଭାଇରାଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ବାରିପଦା: ପୁରୁଣା ଭିଡିଓ ଭାଇରଲକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ବାରିପଦା ଟାଉନ ଥାନା ରଘୁନାଥପୁର ଅଞ୍ଚଳରେ ଘଟିଛି ଅଘଟଣ । ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର ୫୦ରୁ ଅଧିକ ଯୁବକ ଏକତ୍ରିତ ହୋଇ ରଘୁନାଥପୁର ସ୍ଥିତ ଏକ ବସ୍ତିରେ ଅତର୍କିତ ଆକ୍ରମଣ କରିଥିଲେ । ବାଇକ ଯୋଗେ ଆସି ଯୁବକ ମାନେ ହାତରେ ମାରଣାସ୍ତ୍ର ଧରି ଆକ୍ରମଣ କରିବାରୁ ୬ରୁ ଅଧିକ ଯୁବକ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ସଂକଟାନ୍ନ ଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚିବା ପରେ କିଛି ଗଣ୍ଡଗୋଳକାରୀ ଯୁବକମାନେ ପଳାଇଯାଇଥିଲେ । ଏବେବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

ଜେଲରୁ ଫେରାର ମାରିଲା ପତ୍ନୀହନ୍ତା କଏଦୀ

ଦଶପଲ୍ଲା: ଜେଲରୁ ପତ୍ନୀହନ୍ତା ଫେରାର । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଉପକାରାଗାରରୁ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି । ଫେରାର କଏଦୀ ହେଲା ଗଣିଆ ଥାନା ଅଞ୍ଚଳର ହିମାଂଶୁ କୁମାର ନାୟକ । ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ 2020 ମସିହାରୁ ଗିରଫ ହୋଇ ଜେଲରେ ଥିଲେ । ଜେଲରେ ତାଙ୍କୁ ସଫା କରିବା ଦାୟିତ୍ବରେ ରଖାଯାଇଥିଲା । ଆଜି ଝାଡୁ କରିବା ବାହାନାରେ ଚମ୍ପଟ ମାରିଥିଲା ଅଭିଯୁକ୍ତ । ବିଭିନ୍ନ ସ୍ଥାନରେ ରେଡ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ । ତେବେ ଜଣେ ହତ୍ୟା ଅଭିଯୁକ୍ତକୁ କିପରି ବାହାରକୁ ଝାଡ଼ୁ କରିବାକୁ ଛଡ଼ାଗଲା ସେନେଇ ପ୍ରଶ୍ନ ଉଠିଛି ।

ବିଶ୍ୱର ସବୁଠୁ ଅପରିଷ୍କାର ବ୍ୟକ୍ତି ମୃତ, ୫୦ ବର୍ଷ ହେବ ଗାଧୋଇନଥିଲେ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱର ସବୁଠୁ ଅପରିସ୍କାର ବ୍ୟକ୍ତିର ଅନୌପଚାରିକ ରେକର୍ଡ ନିଜ ନାଁରେ ରଖିଥିବା ଇରାନୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଇରାନୀ ମିଡିଆ ରିପୋର୍ଟ ମୁତାବିକ, ୯୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ମଙ୍ଗଳବାର ହୋଇଛି । ସେ ୫୦ ବର୍ଷ ହେବ ଗାଧୋଇନଥିଲେ । ଏହି କାରଣରୁ ତାଙ୍କୁ ବିଶ୍ୱର ସବୁଠୁ ଅପରିସ୍କାର ବ୍ୟକ୍ତି କୁହାଯାଉଥିଲା । ତେବେ ଏହି ଅପରିସ୍କାର ବ୍ୟକ୍ତିଙ୍କ ନାଁ ହେଉଛି ଆମୌ ହାଜି । ରିପୋର୍ଟ ମୁତାବିକ ଆମୌ ହାଜିଙ୍କୁ ଡର ଥିଲା ଯେ ଯଦି ସେ ଗାଧାନ୍ତି ତେବେ ତାଙ୍କୁ ଇମଫେକ୍ସନ ହୋଇଯିବ ।

ଏହି କାରଣରୁ ସେ ଗାଧୋଇବା ଛାଡ଼ି ଦେଇଥିଲେ । ଇରାନର ଦକ୍ଷିଣ ଫାର୍ସ ପ୍ରାନ୍ତରର ଦେଜଗାହ ଗାଁରେ ସେ ଏକାକୀ ରହୁଥିଲେ । ତାଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି । ୨୦୧୩ରେ ତାଙ୍କ ଉପରେ ଦ ଷ୍ଟ୍ରେଞ୍ଜ ଲାଇଫ ଅଫ୍ ଆମୌ ହାଜି ନାଁରେ ଏକ ସର୍ଟ ଡକ୍ୟୁମେଣ୍ଟାରୀ ମଧ୍ୟ ବନାଯାଇଥିଲା । ଡକ୍ୟୁମେଣ୍ଟାରୀରେ ଦେଖାଯାଇଥିଲାଯେ ଆମୌ ହାଜି ନିଜ ଜୀବନ କେଉଁଭଳି ବଞ୍ଚୁଛନ୍ତି । ଆଇଆରଏନଏ ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, ହାଜି ରୋଗାକ୍ରାନ୍ତ ହେବା ଡରରେ ଗାଧୋଇବାକୁ ଏଡ଼ାଇଥିଲେ ।

କିନ୍ତୁ ପ୍ରଥମ ଥର କିଛି ମାସ ପୂର୍ବେ ଗ୍ରାମବାସୀ ତାଙ୍କୁ ଗାଧୋଇବା ପାଇଁ ବାଥରୁମ ନେଇଯାଇଥିଲେ । ତାଙ୍କୁ ଗାଧୋଇ ଦେଇଥିଲେ । ଏହାପରେ ସେ ସାମାନ୍ୟ ଅସୁସ୍ଥ ହୋଇଯାଇଥିଲା । ୨୦୧୪ରେ ତେହରିନ ଟାଇମ୍ସ ରିପୋର୍ଟରେ କହିଥିଲା ଯେ, ହାଜି ରାସ୍ତା କଡ଼ରେ ମୃତ୍ୟୁବରଣ କରୁଥିବା ପଶୁଙ୍କୁ ଖାଉଥିଲେ ଏବଂ ପଶୁମାନଙ୍କ ମଳରେ ପରିପୂର୍ଣ୍ଣ ପାଇପରେ ଧୁମ୍ରପାନ କରୁଥିଲେ ।

ସେ ଭାବୁଥିଲେ ଯେ ସ୍ୱଚ୍ଛତା ତାଙ୍କୁ ରୋଗାକ୍ରାନ୍ତ କରିଦେବ । ହାଜିଙ୍କ ମୃତ୍ୟୁ ପରେ ଏବେ ଏହି ଅନଅଫିସିଆଲ ରେକର୍ଡ ଜଣେ ଭାରତୀୟ ବ୍ୟକ୍ତିଙ୍କ ପାଖକୁ ଯାଇପାରେ । ଯିଏକି ନିଜ ଜୀବନର ଅଧିକାଂଶ ସମୟ ପର୍ଯ୍ୟନ୍ତ ଗାଧୋଇନାହାନ୍ତି । ୨୦୦୯ରେ ହିନ୍ଦୁସ୍ତାନ ଟାଇମ୍ସ ନିଜ ରିପୋର୍ଟରେ କହିଥିଲା ଯେ, ବାରଣାସୀ ବାହାରେ ଏକ ଗାଁର କୈଳାଶ କଲାଉ ସିଂହ ଦେଶ ସାମ୍ନାରେ ଆସିବାକୁ ଥିବା ସମସ୍ତ ସମସ୍ୟାକୁ ସମାପ୍ତ କରିବା ଉଦ୍ୟମରେ ୩୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇନାହାନ୍ତି ।

ଏଫଆଇଏଚ ହକି ପ୍ରୋ ଲିଗ ୨୦୨୨-୨୩ ପାଇଁ ଭାରତୀୟ ଦଳ ଘୋଷଣା, ଦଳରେ ୨ ଓଡ଼ିଆ

ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋ ଲିଗ୍‌ ୨୦୨୨-୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୨୨ ଜଣିଆ ଦଳ ଘୋଷଣା କଲା ହକି ଇଣ୍ଡିଆ । ୨୨ ଜଣିଆ ଦଳରେ ଦୁଇ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି  । ଦୁଇ ଓଡ଼ିଆ ଖେଳାଳି ହେଉଛନ୍ତି ଅମିତ ରୋହିଦାସ ଏବଂ ନିଲମ ସଂଜୀବ ଖେସ । ହରମନପ୍ରୀତ ଅଧିନାୟକ ଥିବା ବେଳେ ମନଦୀପ ଉପଅଧିନାୟକ ରହିଛନ୍ତି । ଭାରତ ଅକ୍ଟୋବର ୨୮ ତାରିଖରେ ନ୍ୟୁଜଲାଣ୍ଡ ଏବଂ ଅକ୍ଟୋବର ୩୦ ତାରିଖରେ ସ୍ପେନ ବିପକ୍ଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳିବ ମ୍ୟାଚ । ଏହି ମ୍ୟାଚ ଖେଳିବାକୁ ସମସ୍ତ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।

ପ୍ରଧାନମନ୍ତ୍ରୀ ହେବା ପରେ ଆକ୍ସନରେ ସୁନକ, ଅନେକ ମନ୍ତ୍ରୀଙ୍କୁ କଲେ ବହିସ୍କାର

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର କିଛି ଘଣ୍ଟା ପରେ ଋଷି ସୁନକ ଆକ୍ସନ ମୋଡରେ ଦେଖାଯାଇଛନ୍ତି । ଅନେକ ମନ୍ତ୍ରୀଙ୍କୁ ସେ ବହିସ୍କାର କରିଛନ୍ତି । ଅବଶ୍ୟ ଜେରେମି ହଣ୍ଟ ବ୍ରିଟେନର ଅର୍ଥମନ୍ତ୍ରୀ ରହିବେ । ପ୍ରକାଶଯୋଗ୍ୟ, ମନ୍ତ୍ରୀମାନଙ୍କୁ ବହିସ୍କାର କରିବା ପୂର୍ବରୁ ସୁନକ ଏହି କଥାର ସଙ୍କେତ ଦେଇଥିଲେ । ସେ ସ୍ପଷ୍ଟ ଅନ୍ଦାଜରେ କହିଥିଲେ ଯେ ପୂରୁଣା ଲୋକମାନଙ୍କ ଦ୍ୱାରା ହୋଇଥିବା ଭୁଲକୁ ସୁଧାରିବା ପାଇଁ ତାଙ୍କୁ ଚୟନ କରାଯାଇଛି ।

ସୁନକ କିଙ୍ଗ ଚାର୍ଲସଙ୍କ ସହ ବୈଠକର ଏକ ଘଣ୍ଟା ଭିତରେ ନିଜ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଦେଇଛନ୍ତି ।  ସେ କହିଥିଲେ ଯେ ବିନା କୌଣସି ବିଳମ୍ବରେ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ । ନିଜର ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଙ୍କ ମନ୍ତ୍ରୀଙ୍କ ଟିମର ଅନେକ ସଦସ୍ୟଙ୍କୁ ଇସ୍ତଫା ଦେବାକୁ କହିଥିଲେ । ଏପର୍ଯ୍ୟନ୍ତ ସୁଦ୍ଧା ୩ ମନ୍ତ୍ରୀଙ୍କୁ ପଦ ଛାଡ଼ିବା ପାଇଁ କୁହାଯାଇ ସାରିଛି ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏମାନଙ୍କ ମଧ୍ୟରେ ବ୍ୟାପାର ସଚିବ ଜ୍ୟାକବ ରିସ-ମୋଗ, ଆଇନ ସଚିବ ବ୍ରାଣ୍ଡନ ଲୁଇସ ଏବଂ ବିକାସ ମନ୍ତ୍ରୀ ଭିକ୍କି ଫୋର୍ଡ ସାମିଲ ଅଛନ୍ତି । ସଙ୍କେତ ମିଳିଛି ଯେ ଜେରେମି ହଣ୍ଟ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ । ବ୍ରିଟିସ ମିଡିଆ ରିପୋର୍ଟ ମୁତାବିକ ଋଷି ସୁନକ ନିଜ ନୂଆ ଟପ ଟିମ ବନାଇବା ପୂର୍ବରୁ କ୍ୟାବିନେଟର ପୂରୁଣା ଲୋକଙ୍କୁ ବାହାର କରୁଛନ୍ତି । ଏହି କ୍ରମରେ ଜ୍ୟାକବ ରିସ-ମୋଗ ସରକାରରୁ ଇସ୍ତଫା ଦେଇ ଦେଇଛନ୍ତି ।

୧୦୦ ଜଣ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ୩୬ତମ ଜାତୀୟ କ୍ରୀଡ଼ାରେ ସଫଳ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା । ୧୦୦ଜଣ ଆଥଲେଟଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ବର୍ଣ୍ଣ ବିଜେତାଙ୍କୁ ୫ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଓ ବ୍ରୋଞ୍ଜ ବିଜେତାଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୋଟ ୩କୋଟି ୧୬ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରୀଷ୍ଣା ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ୧୦୦ଜଣଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦିନେଶ କୁମାର ଓ ମୁନା ନାୟକ । ସାଇକେଲିଂରେ ୩ଟି ସ୍ବର୍ଣ୍ଣ ହାସଲ କରିଛନ୍ତି ଦିନେଶ । ସେହିପରି ଓ୍ବେଟଲିପ୍ଟିଂରେ ଗୋଟିଏ ରୌପ୍ୟ ଜିତିଛନ୍ତି ମୁନା ।

ଏହା ସହିତ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ମହିଳା ରଗବି ଟିମକୁ ୬୦ ଓ ମହିଳା ଖୋ ଖୋ ଟିମକୁ ରୌପ୍ୟ ପଦକ ପାଇଁ ୪୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ କ୍ରୀଡ଼ାରେ ପଦକ ଜିତି ସମସ୍ତେ ଗୌରବ ଆଣିଛନ୍ତି । ଯୁବ ବିଜେତାଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗୌରବାନ୍ବିତ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ଆଗକୁ ଲକ୍ଷ୍ୟ ପଥରେ ଯାଇ ଅଧିକ ସଫଳତା ହାସଲ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ହକି ଇଣ୍ଡିଆ ସଭାପତି । ଖେଳାଳିଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ଆଥଲେଟ୍ ।

ଧାମନଗର ଉପନିର୍ବାଚନରେ ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ଡିଜିଙ୍କ ସମୀକ୍ଷା

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ଭିସିରେ ସମୀକ୍ଷା କରିଛନ୍ତି ଡିଜି ସୁନୀଲ ବଂଶଲ । ବୈଠକରେ ଏଡିଜି, ଆଇଜି, ଡିଆଇଜି ଓ ଭଦ୍ରକ ଏସପି ଉପସ୍ଥିତ ଥିଲେ । ଇସିଆଇଙ୍କ ଗାଇଡଲାଇନ ଅନୁପାଳନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ସ୍ବଚ୍ଛ ଓ ନିରପେକ୍ଷ ଭୋଟ ଗ୍ରହଣ ଓ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରାଯାଇଛି । ଉପନିର୍ବାଚନରେ ୪ ପ୍ଲାଟୁନ ସିଆରପିଏଫ୍ ମୁତୟନ ହେବେ । ଏହାସହ ୨୦ପ୍ଲାଟୁନ ଫୋର୍ସ, ୪୬ ମୋବାଇଲ ପାଟ୍ରୋଲିଂ ୟୁନିଟ ମୁତୟନ ହେବେ । ୮୩ ଅବକାରୀ ମାମଲା ରୁଜୁ ସହ ୧ ହଜାର ୩୫ ଲିଟର ମଦ ଜବତ କରିଛି ପୋଲିସ ।

ସରିଲା ବର୍ଷର ଶେଷ ସୂର୍ଯ୍ୟ ପରାଗ

ନନ୍ଦିଘୋଷ ବ୍ୟୁରୋ: ଢାଙ୍କିହେଲେ ସକଳ ଶକ୍ତିର ଆଧାର । ଦୃଶ୍ୟମାନ ହେଲା ବର୍ଷର ଶେଷ ସୂର୍ଯ୍ୟୋପରାଗ । ବର୍ଷର ଶେଷ ସୂର୍ଯ୍ୟପରାଗ ସରିଛି । ୪ ଟା ୫୬ ମିନିଟ ୫୨ ସେକେଣ୍ଡରୁ ପରାଗ ସ୍ପର୍ଶ ହୋଇ ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହୋଇଛି । ସର୍ବମୋକ୍ଷ ପରେ ସ୍ନାନଠୁ ଆରମ୍ଭ କରି ଦେବାନୀତି ଓ ଅନ୍ନ ଭୋଜନ କରାଯାଇପାରିବେ । ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା।

ବିଳମ୍ବିତ ରାତିରେ ସିଂହଦ୍ବାର ଫିଟାଯାଇ କରାଯାଇଥିଲା ମହାପ୍ରଭୁଙ୍କ ମଙ୍ଗଳଆଳତି । ସକାଳୁ ଭିତର କାଠ ପାଖରୁ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ଭକ୍ତ । ସର୍ବମୋକ୍ଷ ପରେ ନୀତିକାନ୍ତି ସହିତ ଶ୍ରଦ୍ଧାଳୁଙ୍କୁ ମିଳୁଛି ଦର୍ଶନ ସୁଯୋଗ । ସେପଟେ ଅନ୍ୟାନ୍ୟ ପୀଠରେ ମଧ୍ୟ ଭୋର ପୂର୍ବରୁ ସମସ୍ତ ନୀତିକାନ୍ତି ସମାପନ ହୋଇଛି ।