spot_img
Home Blog Page 3777

ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ। କଳିଙ୍ଗ ବିହାର କେ-୯ରେ ରହୁଥିବା ସୁଶ୍ରୀ ସଙ୍ଗୀତା ବସ୍ତିଆଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା କରାଯାଇଥିବା ସୁଶ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ,  ସୁଶ୍ରୀ ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । କଳିଙ୍ଗ ବିହାରରେ ସ୍ବାମୀ, ଶାଶୂ, ଶ୍ବଶୁର ଓ ନଣନ୍ଦଙ୍କ ସହ ରହୁଥିଲେ । ଗତକାଲି ରାତିରେ ସେ ଘର ଭିତର ପଟୁ କବାଟ ଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂ କହିଛନ୍ତି । ଘର ଲୋକେ କବାଟ ଭାଙ୍ଗି ତାଙ୍କୁ ଏମ୍ସକୁ ନେଇଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ସୁଶ୍ରୀଙ୍କୁ ତାଙ୍କ ଶଶୂଘର ଲୋକେ ହତ୍ୟା କରିଥିବା ବାପଘର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବର୍ଷର ଶେଷ ସୂର୍ଯ୍ୟ ପରାଗ, ୬ ରାଶିର ଖୋଲିଯିବ ଭାଗ୍ୟ

ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ। ଦିପାବଳୀ ପରଦିନ ଏହା ହେଉଥିବାରୁ ଦୁର୍ଲଭ ବୋଲି କୁହାଯାଉଛି। ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। କାରଣ ଏହାର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡ଼ିଥାଏ। କିଛି ରାଶି ଉପରେ ଏହାର କୁପ୍ରଭାବ ପଡ଼ୁଥିବାବେଳେ କିଛି ରାଶି ଉପରେ ଏଥିରୁ ବହୁତ ଲାଭବାନ ହୋଇ ମାଲାମାଲ ହୋଇଯିବେ। ଏହି ପରାଗର ଶୁଭ ପ୍ରଭାବରେ ୬ଟି ରାଶିର ବ୍ୟକ୍ତି ମାନଙ୍କର ମାନସମ୍ମାନ ସହ ଧନ ବୃଦ୍ଧି ମଧ୍ୟ ହେବ। ଏମାନଙ୍କ ମଧ୍ଯରୁ କିଏ ଲକ୍ଷପତି ତ କିଏ କୋଟିପତି ହୋଇଯିବ। ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ।

ମେଷ ରାଶି: ୨୫ ଅକ୍ଟୋବରରେ ଲାଗୁଥିବା ସୂର୍ଯ୍ୟପରାଗ ମେଷ ରାଷି ବ୍ୟକ୍ତି ପାଇଁ ବେଶ ଶୁଭ ହେବ। ଏମାନଙ୍କୁ ମାନ ସମ୍ମାନ, ପ୍ରତିଷ୍ଠା ମିଳିବା ସହ ଅପାର ଧନ ଲାଭର ବି ଯୋଗ ରହିଛି। ଆପଣଙ୍କୁ ଆକସ୍ମିକ ଧନଲାଭର ସମ୍ଭାବନା ରହିଛି । ପୈତୃକ ସମ୍ପ୍ପତ୍ତି ମିଳିପାରେ କିମ୍ବା ପୂର୍ବରୁ ନିବେଶ କରିଥିବା ଅର୍ଥର ଲାଭ ମିଳିପାରେ କିମ୍ବା ଲଟ୍ରି ବି ଲାଗିପାରେ କିମ୍ବା ବୋନସ ମିଳିପାରେ। କିନ୍ତୁ ଧନଲାଭ ନିଶ୍ଚିତ ହେବ।

କୁମ୍ଭ ରାଶି: ସୂର୍ଯ୍ୟପରାଗ କୁମ୍ଭରାଶି ବ୍ୟକ୍ତିଙ୍କ ପାଇଁ ବେଶ ଭଲ। ଆପଣଙ୍କର ସବୁ କାର୍ଯ୍ୟ ସଠିକ ସମୟରେ ସମାପ୍ତ ହେବ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ମାର୍ଗ ଖୋଲିଯିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହୋଇପାରେ । ଏହି ସମୟରେ ଆପଣ ନୂଆ ବ୍ୟପାର ମଧ୍ଯ ଆରମ୍ଭ କରିପାରିବେ। ଆପଣଙ୍କୁ ଆକସ୍ମିକ ଲାଭ ମିଳିବ । ଆପଣ ମାଲା ମାଲ ହୋଇଯିବେ ।

କନ୍ୟା ରାଶି: କନ୍ୟା ରାଶି ବ୍ୟକ୍ତି ପାଇଁ ମଧ୍ଯ ସୂର୍ଯ୍ୟପରାଗ ଶୁଭ ଫଳ ଆଣିବ। ପ୍ରେମ ପ୍ରସଙ୍ଗ ମାମଲାରେ ସଫଳ ହେବେ। କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରି ପାରନ୍ତି। ବ୍ୟାପାରରେ ଲାଭବାନ ହେବେ। ଯଦି ଜମି କିମ୍ବା ସେୟାର ମାର୍କେଟରେ ଟଙ୍କା ଲଗେଇଛନ୍ତି ତେବେ ଲାଭ ମିଳିବ।

ମକର ରାଶି: ମକର ରାଶିରେରେ ସୂର୍ଯ୍ୟ ପରାଗର ଅନ୍ୟନ୍ତ ଶୁଭ ଫଳ ମିଳିବ । ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । ବ୍ୟାପାରରେ ବହୁତ ଲାଭବାନ ହେବେ। ପୂର୍ବରୁ କେବେ ନ ମିଳିଥିବା ଭଳି ଧନ ମିଳିବ । କିନ୍ତୁ ସାବଧାନ ରୁହନ୍ତୁ । ଶତ୍ରୁଙ୍କ ପାଇଁ ଆପଣଙ୍କ ମାନ ସମ୍ମାନରେ ଆଞ୍ଚ ଆସିପାରେ। ନିଜ ସ୍ୱଭାବକୁ ମିତ୍ରତା ପୂର୍ଣ୍ଣ ରଖନ୍ତୁ । ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ ରାଶି: ସୂର୍ଯ୍ୟପରାଗର ପ୍ରଭାବରେ ମୀନ ରାଶିର ବ୍ୟକ୍ତିମାନଙ୍କ ଉପରେ ମିଶାମିଶି ପ୍ରଭାବ ପଢ଼ିବ। ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠାରେ ସାମାନ୍ୟ ହାନି ହୋଇପାରେ। କିନ୍ତୁ ଅପାର ଧନ ଲାଭର ମଧ୍ଯ ଯୋଗ ରହିଛି। ନିଜ କ୍ଷେତ୍ରରେ ବେଶ ସଫଳ ହେବେ । ଅଭୁତପୂର୍ବ ଧନପ୍ରାପ୍ତି ହେବ। ପୂରୁଣା ଧନ ନିବେଶରୁ ବି ଲାଭ ମିଳିବ। ଚାକିରୀ କରିଥିବା ବ୍ୟକ୍ତି ଅଫିସର ରାଜାନୀତିରୁ ଦୂରେଇ ରୁହନ୍ତୁ।

ସିଂହ ରାଶି: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଏହି ସମୟ ବେଶ ଅନୁକୂଳ। ବେଶ ଭଲ ଧନ ଲାଭ ମିଳିବ କିନ୍ତୁ ଖର୍ଚ୍ଚ ବି ବଢ଼ିବ। ତେଣୁ୍ କୌଣସି ବଡ଼ ଖର୍ଚ୍ଚ କରିବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରନ୍ତୁ। ବ୍ୟପାରରେ ଲାଭ ମିଳିବ। ଚାକିରି କ୍ଷେତ୍ରରେ ପଦନ୍ନୋତି କିମ୍ମା ବେତନ ବୃଦ୍ଧି ର ସମ୍ଭାବନା ରହିଛି । କୌଣସି ନା କୌଣସି ଉପାୟରେ ଧନ ଲାଭ ନିଶ୍ଚିତ ହେବ।

ଫୁଲବାଣୀରେ ମାତିଲେ ମାଓବାଦୀ; ଜାଳି ଦେଲେ ଜେସିବି

ଫୁଲବାଣୀ: ଫୁଲବାଣୀରେ ମାତିଲେ ମାଓବାଦୀ। ଗୋଟିଏ ଦିନରେ ଦୁଇ ଦୁଇଟି କାଣ୍ଡ ଘଟାଇଛନ୍ତି ମାଓବାଦୀ। ଜଣକୁ ହତ୍ୟା କରିବା ପରେ ଠିକା ସଂସ୍ଥାର କ୍ୟାମ୍ପରେ ପଶି ପୋଡାଜଳା କରିଛନ୍ତି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ କ୍ଲମ୍ବାଜକି ଗାଁର ନୀଳକଣ୍ଠ ମଲ୍ଲିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ସେହିପରି ରାସ୍ତାକାମକୁ ବିରୋଧ କରି ଗାଡି ପୋଡାଜଳା କରିଛନ୍ତି ମାଓବାଦୀ । ୧୫ରୁ ଅଧିକ ସଶସ୍ତ୍ର ମାଓବାଦୀ ଠିକା ସଂସ୍ଥାର କ୍ୟାମ୍ପରେ ପଶି ଦୁଇଟି ଜେସିବି, ଦୁଇଟି ଟ୍ରାକଟର, ମିକ୍ସଚର ମେସିନ ଜାଳି ଦେଇଛନ୍ତି । କେକେବିନ୍ ମାଓ ସଂଗଠନ ଏହି କାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ ।

 

ଗାଧେଇବା ବେଳେ ନଦୀରେ ଭାସିଗଲେ ଦୁଇ ଭାଇ

ଗଞ୍ଜାମ: ଗଞ୍ଜାମ ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଅଘଟଣ। ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ଦୁଇ ଭାଇ ।

ସୂଚନା ଅନୁଯାୟୀ, ଋଷିକୂଲ୍ୟା ନଦୀରେ ଗାଧୋଉଥିବା ବେଳେ କୗେଣସି କାରଣବଶତଃ ଭାସିଯାଇଥିଲେ ଦୁଇ ଭାଇ । ସାନ ଭାଇ କାହ୍ନୁଚରଣ ମହାନ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଡ ଭାଇ ସୁମିତ ଏବେବି ନିଖୋଜ ଅଛନ୍ତି । ସୁମିତଙ୍କୁ ଖୋଜିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗର ଟିମ୍ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ବିଡିଓ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଆମେରିକାର ଏକ ସ୍କୁଲରେ ଆଖିବୁଜା ଫାୟାରିଂ

ମିସୌରୀ: ଯୁକ୍ତରାଷ୍ଟ୍ର ଆମେରିକାର ଏକ ସ୍କୁଲରେ ଆଖିବୁଜା ଫାୟାରିଂ। ମିସୌରୀ ସ୍ଥିତ ସେଣ୍ଟ ଲୁଇସ୍ ହାଇସ୍କୁଲ ପରସିରରେ ଗୁଳିକାଣ୍ଡରେ ତିନି ଜଣଙ୍କ ମୃତ୍ୟୁ । ୬ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ନାବାଳିକା ଅଛନ୍ତି । ୬ ଆହତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସ୍କୁଲ ପରିସରରେ ପହଞ୍ଚିଥିବା ବେଳେ ପୋଲିସ ଗୁଳିରେ ଆତତାୟୀର ମୃତ୍ୟୁ ହୋଇଛି । ସ୍କୁଲରେ ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ସେହି ସ୍କୁଲର ପୂର୍ବତନ ଛାତ୍ର ବୋଲି ଜଣାପଡ଼ିଛି ।

ତେବେ ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ି ନଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଠାରୁ ଏକ ହାଇକାପାସିଟି ଗନ୍ ସହ ଲୋଡେଡ ମାଗାଜିନ ଜବତ କରାଯାଇଛି ।

ବାଣ ଫୁଟାଇବା ବେଳେ ଗଣ୍ଡଗୋଳ, ଜଣେ ମୃତ

ନୟାଗଡ଼: ନୟାଗଡ଼ ଦଶପଲ୍ଲା ଥାନା ଅଧୀନ ମଧ୍ୟଖଣ୍ଡ ଗାଁରେ ବାଣ ଫୁଟାଇବା ବେଳେ ଗଣ୍ଡଗୋଳ, ଜଣେ ମୃତ। ଦୁଇ ଗୋଷ୍ଠୀ ମଧ୍ୟରେ ବାଣ ଫୁଟାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ବିକାଶ ବେହେରାଙ୍କୁ ଅନ୍ୟଗୋଷ୍ଠୀର ଯୁବକ ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଛି।

Two Died In Dhenkanal And Kendrapada Diwali Celebration

ସୂଚନା ଅନୁଯାୟୀ, ବିକାଶଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିକାଶଙ୍କ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାର ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ବ ମାମଲା ରହିଛି । ବିକାଶ ମୃତ୍ୟୁ ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଋଷି ସୁନକଙ୍କ ପାଇଁ ଲଣ୍ଡନରେ ସେଲିବ୍ରେସନ

ବ୍ରିଟେନ୍: ପ୍ରଧାନମନ୍ତ୍ରୀ ଭାବେ ନାଁ ଘୋଷଣା ହେବା ପରେ ଲଣ୍ଡନର 10 ଡାଉନିଂ ଷ୍ଟ୍ରିଟରେ ଋଷି ସୁନକଙ୍କ ସେଲିବ୍ରେସନ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର କାର୍ଯ୍ୟାଳୟ ହେବାକୁ ଯାଉଛି। ସେଠାରେ ପହଞ୍ଚିବା ପରେ ସାଂସଦ ମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ସେମାନଙ୍କୁ ସମର୍ଥନ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ସୁନକ ।

ଆଗକୁ ଦେଶର ଅର୍ଥନୀତି ସାଙ୍ଗକୁ ସାମୁହିକ ବିକାଶ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଋଷି  । ଏବେର ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ମଧ୍ୟ ଋଷିଙ୍କୁ ସମର୍ଥନ ଜଣାଇଛନ୍ତି  । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ତାପୂର୍ବରୁ ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ପ୍ରୟାସ କରାଯିବ ବୋଲି ଋଷି ସୁନକ କହିଛନ୍ତି  । ଆସନ୍ତା ୨୮ ଶପଥ ନେବେ ଋଷି ସୁନକ  । ସୁନକଙ୍କ ନାଁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା ପରେ ସାରା ବିଶ୍ବରୁ ଛୁଟୁଛି ଶୁଭେଚ୍ଛାର ସୁଅ

 

ସୂର୍ଯ୍ୟ ପରାଗ ପାଇଁ ଆଜି ସରକାରୀ ଛୁଟି

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହା ସହିତ ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ,  ବ୍ୟାଙ୍କିଂ ପ୍ରତିଷ୍ଠାନ ଓ ଅନ୍ୟ କାର୍ଯ୍ୟାଳୟ ବି ବନ୍ଦ ରହିଛି।

ସୂର୍ଯ୍ୟୋପରାଗ ପାଇଁ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଭୋର ୪ଟା ୫୬ମିନିଟ ୫୨ସେକେଣ୍ଡରୁ ପରାଗ ଆରମ୍ଭ ହୋଇଛି । କାଲି ପ୍ରାତଃ ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ। ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ଆଜି ଭୋର ୫ଟା ୪୩ ମିନିଟ ପରଠାରୁ ପାକ ନିଷେଧ କରାଯାଇଛି । ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି ।

ରାମ ସେତୁ vs ଥ୍ୟାଙ୍କ ଗଡ଼; ବଡ଼ ପରଦାରେ ଚାଲିଛି ଟକ୍କର

ମୁମ୍ବାଇ: ଆଜି ବଡ଼ ପରଦାରେ ଦେଖିବାକୁ ମିଳିଛି ଷ୍ଟାର ଓ୍ବାର। ବଲିଉଡର ଦୁଇଟି ବିଗ୍ ବଜେଟ ଫିଲ୍ମ ମଧ୍ୟରେ ହେଉଛି ଟକ୍କର। ଅକ୍ଷୟ କୁମାରଙ୍କ ରାମ ସେତୁ ସହ ଅଜୟ ଦେବଗନଙ୍କ ଥ୍ୟାଙ୍କ ଗଡ଼ ରିଲିଜ ହୋଇଛି । ରାମ ସେତୁରେ ଅକ୍ଷୟ କୁମାରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିସ ଅଛନ୍ତି । ଭଗବାନ ରାମ ଲଙ୍କାକୁ କରିଥିବା ସେତୁର ପୂନରୁଦ୍ଧାର କରିବା ପାଇଁ ଅକ୍ଷୟ କୁମାର ଚେଷ୍ଟା କରୁଥିବା ବେଳେ କେତେ ସଂଘର୍ଷ କରିବାକୁ ପଡୁଛି ତାହା ରହିଛି ଫିଲ୍ମର କାହାଣୀ ।

ସେପଟେ ଏହାକୁ ଟକ୍କର ଦେବ ଫିଲ୍ମ ଥ୍ୟାଙ୍କ ଗଡ୍ । ଫିଲ୍ମରେ ଅଜୟ ଦେବଗନ ଚିତ୍ରଗୁପ୍ତ ଭୂମିକାରେ ଅଛନ୍ତି। ସେ ଯମଲୋକରେ ପାପପୁଣ୍ୟର ହିସାବ କରୁଥିବା ବେଳେ ସେଠାରେ ସେ ଏକ ପ୍ରତିଯୋଗିତା ଆୟୋଜନ କରନ୍ତି  । ଯାହା ଫିଲ୍ମରେ ମୁଖ୍ୟ ଆକର୍ଷଣ ରହିଛି  । ଅଜୟ ଦେବଗନଙ୍କ ସହ ରକୁଲ ପ୍ରିତ ସିଂହ ଓ ସିଦ୍ଧାର୍ଥ ମୋଲୋହତ୍ରା ଅଛନ୍ତି।

ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ସି-ତ୍ରଙ୍ଗ 

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ବାତ୍ୟା ସି-ତ୍ରଙ୍ଗ। ମଧ୍ୟରାତ୍ରୀରେ ବାଂଲାଦେଶର ତିନିକୋନା ଓ ସାନ୍ଦିପ ଦ୍ବୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହୁଥିଲା। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ଓ ପୂର୍ବ ପ୍ରଗଣା ପ୍ରଭାବିତ ହୋଇଛି ।

Cyclone Asani Weaken Sea Situation Of Paradeep

ଉଚ୍ଚ ଜୁଆର ମାଡିଆସିବା ସହିତ ନିଉ ଦିଘା, ଦିଘା, ଉପକୂଳରେ ଥିବା ଦୋକାନ ବଜାର ମଧ୍ୟରେ ସମୁଦ୍ର ପାଣି ପଶିଛି।  ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ରହିଥିଲା ସି-ତ୍ରଙ୍ଗ। ଯାହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ଆଜି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକର କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । କାଲି ସକାଳକୁ ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ରହିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।