spot_img
Home Blog Page 3782

T20 ବିଶ୍ବକପ୍: ସୁପର ସନଡେ’ରେ ଭାରତ-ପାକିସ୍ତାନ ସୁପର୍ ମ୍ୟାଚ୍

ମେଲବୋର୍ଣ୍ଣ: କ୍ରିକେଟ ପ୍ରେମୀ ଆଜି ଦେଖିବେ ହାଇ ଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍ । ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ସାମ୍ନାସାମ୍ନି ହେବେ ଭାରତ ପାକିସ୍ତାନ । ଅପରାହ୍ଣ ସାଢ଼େ ଗୋଟାଏରେ ମେଲବୋର୍ଣ୍ଣରେ ଖେଳା ଯିବାକୁ ଥିବା ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ ।

ବିଶ୍ବକପରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହି ଆସିଛି  । ୨୦୨୧ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନ ତାର ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ ୫-୧ରେ ଆଗୁଆ ରହିଛି । ଆଜି ମ୍ୟାଚ୍ ଜିତି ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ରୋହିତ ବିଗ୍ରେଡ ।

ସାମି ଓ ଭୁବନେଶ୍ବର କୁମାରଙ୍କ ଉପରେ ବୋଲିଂ ଦାୟିତ୍ବ ରହିବ । ରୋହିତ, ରାହୁଲ, ବିରାଟ, ସୁର୍ଯ୍ୟକୁମାରଙ୍କୁ ନେଇ ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ସେପଟେ ଘାତକ ବୋଲର ସାହିନ୍ ଆଫ୍ରିଦିଙ୍କୁ ନେଇ ବେଶ ଆଶାବାଦୀ ରହିଛି ପାକିସ୍ତାନ । ଶେଷଥର ଲାଗି ୨୦୦୭ରେ ଟି-ଟ୍ବେଣ୍ଟି ବିଶ୍ବକପ୍ ଜିତିଥିଲା ଭାରତ । ଚଳିତବର୍ଷ ଦ୍ବିତୀୟ ଥର ଟ୍ରଫି ହାତେଇବାକୁ ରଣନୀତି କରିଛି ମେନଇନ୍ ବ୍ଲୁ । ଅନ୍ୟପଟେ ଆଜି ସକାଳ ୯ଟା ୩୦ରୁ ଶ୍ରୀଲଙ୍କା ଓ ଆୟରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ ।

ମହାକାଶକୁ ଗଲା ଇସ୍ରୋର ସବୁଠୁ ଓଜନିଆ ରକେଟ୍

ଶ୍ରୀହରିକୋଟା: ମହାକାଶ କ୍ଷେତ୍ରରେ ଇତିହାସ ରଚିଲା ଭାରତ । ଇସ୍ରୋ ପଠାଇଲା ସବୁଠୁ ଓଜନିଆ ରକେଟ୍ ଏଲଭି ମାର୍କ-୩ । ୩୬ଟି ଉପଗ୍ରହ ସାଙ୍ଗରେ ନେଇ ଯାଇଛି ରକେଟ୍ । ଘରୋଇ ଯୋଗାଯୋଗ ସଂସ୍ଥା ଓ୍ବାନ ଓ୍ବେବର ଏହି ଉପଗ୍ରହକୁ ଇସ୍ରୋ ପଠାଇଛି ମହାକାଶ ।

ରାତି ୧୨ଟା ୭ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋହଟାରୁ ସାଟେଲାଇଟ୍ ଉତକ୍ଷେପଣ କରାଯାଇଛି । ୪୩.୫ ମିଟର ଉଚ୍ଚ ରକେଟ୍ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଦ୍ବିତୀୟ ଲଞ୍ଚ ପ୍ୟାଡରୁ ପଠାଯାଇଛି । ୮ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ପାଇଁ ଏହି ରକେଟକୁ ସବୁଠାରୁ ଭାରି ବୋଲି କୁହାଯାଉଛି ।

ISROର ଏହା ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ମିଶନ୍ | ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଏବଂ ବ୍ରିଟେନର ୱାନୱେବ ଲିମିଟେଡ୍ ମଧ୍ୟରେ ବାଣିଜ୍ୟିକ ବ୍ୟବସ୍ଥାର ଏକ ଅଂଶ ଭାବରେ ଏହି ମିଶନ୍ ନିଆଯାଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ୨୦୨୩ ପୂର୍ବରୁ ଆଉ ଗୋଟିଏ ବ୍ୟାଚ୍ ସାଟେଲାଇଟ ଉତକ୍ଷେପଣ କରାଯିବ ବୋଲି ଜଣାପଡ଼ିଛି ।

ରାଜଧାନୀରୁ ବନ୍ଧା ହେଲା MBA ଲେଡି ଲୁଟେରା

ଭୁବନେଶ୍ୱର: ରାଜଧାନୀରୁ ବନ୍ଧା ହେଲା ଏମବିଏ ଲେଡି ଲୁଟେରା । ହଷ୍ଟେଲ ସାଥୀଙ୍କ ଲାପଟପ ଓ ଫୋନ ଚୋରି କରି ବନ୍ଧା ଗିରଫ ହେଲେ ଛାତ୍ରୀ ।ହଷ୍ଚେଲରୁ ଚୋରି କରି କୋଲକାତା ଓ ବାଂଲାଦେଶ କରୁଥିଲା ଚାଲାଣ । ୪ଟିମୋବାଇଲ ଓ ୩ଟି ଲାପଟପ ଚୋରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଗତ ୨୦ ତାରିଖରେ ସଂପୃକ୍ତ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ୨ ଟି ଲାପଟପ ଓ ମମୋବାଇଲ ଚୋରି ନେଇ ଇନଫୋସିଟି ଥାନରେ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ଜଣେ ଛାତ୍ରୀଙ୍କ ଚୋରିରେ ସମ୍ପୃକ୍ତି ନେଇ ପୋଲିସ ଜାଣିବାକୁ ପାଇଥିଲା ।

ପଚରାଉଚରା ବେଳେ ଚୋରି କରିଥିବା ନେଇ ମାନିଥିଲେ । ଅହମ୍ମଦ ହୁସେନକୁ ସେ ଚୋରି ସାମଗ୍ରୀ ଦେଉଥିଲେ । ଅହମ୍ମଦ ଗୋଟିଏ ସଂସ୍ଥାରେ ପିକଅପ ବୟ ଭାବରେ କାମ କରୁଥିଲା । ପୂର୍ବରୁ ମୋବାଇଲ ପଠାଇବା ବେଳେ ଅହମ୍ମଦଙ୍କ ସହିତ ଏମବିଏମ ଛାତ୍ରୀଙ୍କ ପରିଚିତ ହୋଇଥିଲା । ତା ପରେ ଉଭୟ ଚୋରି ଲାପଟପ ଓ ମୋବାଇଲ କୋଲକାତା ଦେଇ ବାଂଲାଦେଶକୁ ଚାଲାଣ କରୁଥିଲେ । ଗତ ସେପ୍ଟେମ୍ବର ମାସରେ ମଧ୍ୟ ଜଣେ ଛାତ୍ରୀ ଙ୍କ ହଷ୍ଟେଲରେ 2ଟି ଲାପଟପ ଓ ମୋବାଇଲ ଚୋରି ହୋଇଥିଲା । ରାକେଟ ନେଇ ଛାନବିନ କରୁଛି ପୋଲିସ । ଆବଶ୍ୟକ ପଡିଲେ ଉଭୟଙ୍କୁ ରିମାଣ୍ଡରେ ଆଣିବ ବୋଲି ଥାନାଧିକାରୀ କହିଛନ୍ତି

ଇତିହାସ ରଚିବ ଇସ୍ରୋ, ମହକାଶକୁ ଯିବ ଇସ୍ରୋର ସବୁଠୁ ଓଜନିଆ ରକେଟ୍

ଶ୍ରୀହରିକୋଟା: ମହାକାଶ କ୍ଷେତ୍ରରେ ଇତିହାସ ରଚିବ ଭାରତ । ମହକାଶକୁ ଯିବ ଇସ୍ରୋର ସବୁଠୁ ଓଜନିଆ ରକେଟ୍ । ଆରମ୍ଭ ହେଲା କାଉଣ୍ଟଡାଉନ । ରାତି ୧୨ଟା ୭ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସାଟେଲାଇଟ୍ ଉତକ୍ଷେପଣ କରାଯିବ । ଇସ୍ରୋର ରକେଟ୍ ଏଲଭି ମାର୍କ-୩ ଏକ ଘରୋଇ ଯୋଗାଯୋଗ ସଂସ୍ଥା ଓ୍ବାନ ଓ୍ବେବର 36ଟି ଉପଗ୍ରହ ମହାକାଶକୁ ପରିବହନ କରିବ ।

43.5 ମିଟର ଉଚ୍ଚ ରକେଟ୍ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଦ୍ବିତୀୟ ଲଞ୍ଚ ପ୍ୟାଡରୁ ପଠାଯିବ । 8 ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ପାଇଁ ଏହି ରକେଟକୁ ସବୁଠାରୁ ଭାରି ବୋଲି କୁହାଯାଉଛି । ISROର ଏହା ପ୍ରଥମ ଉତ୍ସର୍ଗୀକୃତ ବ୍ୟବସାୟିକ ମିଶନ୍ । ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଏବଂ ବ୍ରିଟେନର ୱାନୱେବ ଲିମିଟେଡ୍ ମଧ୍ୟରେ ବାଣିଜ୍ୟିକ ବ୍ୟବସ୍ଥାର ଏକ ଅଂଶ ଭାବରେ ଏହି ମିଶନ୍ ନିଆଯାଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ୨୦୨୩ ପୂର୍ବରୁ ଆଉ ଗୋଟିଏ ବ୍ୟାଚ୍ ସାଟେଲାଇଟ ଉତକ୍ଷେପଣ କରାଯିବ ବୋଲି ଜଣାପଡିଛି ।

୨୬ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଗଣବଳାତ୍କାର

ରାୟପୁର: ଝାଡ଼ଖଣ୍ଡ ଚାଇବସାରେ ଲୋମହର୍ଷକ ଘଟଣା । ଜଣେ ୨୬ ବର୍ଷ ବୟସ୍କ ଆଦିବାସୀ ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଗଣବଳାତ୍କାର ଓ ନିର୍ଯାତନା । ଏହି ଘଟଣାରେ ପୋଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଗତ ଅକ୍ଟୋବର ୨୦ ତାରିଖର ଘଟଣାକୁ ନେଇ ସୃଷ୍ଟି କରିଛି ଚାଞ୍ଚଲ୍ୟ । ଅଭିଯୋଗ ଅନୁସାରେ ଯୁବତୀଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହ ଯାଉଥିବାବେଳେ ୮ରୁ ୧୦ ଜଣଲୋକ ସେମାନଙ୍କୁ ଅଟକାଇବା ସହ ପିଟିଥିଲେ ।

ପରେ ଯୁବତୀଙ୍କୁ ସେମାନେ ଏକ ଅଜଣାସ୍ଥାନକୁ ନେଇ ଗଣବଳାତ୍କାର କରିଥିଲେ । ଏଫଆଇଆର ଗ୍ରହଣ କରିବା ପରେ ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିଛି । ପୀଡିତାଜଣକ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଝାଡ଼ଖଣ୍ଡ ଚାଇବସା ମଫସିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ତେକ୍ରାହାତୁରେ ଏହି ଘଟଣା ଘଟିଥିଲା ।

ପୁରୀରେ ଲାଇନଚ୍ୟୁତ ପୁରୀ-ହାଉଡ଼ା ଏକ୍ସପ୍ରେସ୍

ପୁରୀ: ଲାଇନଚ୍ୟୁତ ହୋଇଛି ପୁରୀ-ହାଉଡ଼ା ଏକ୍ସପ୍ରେସ  ।  ପୁରୀରୁ ଛାଡିବାକୁ ଥିବା ପୁରୀ ହାଉଡ଼ା ପୁରୀ ଏକ୍ସପ୍ରେସ ବିଳମ୍ବ ଘଟିପାରେ  । ମିଳିଥିବା ସୂଚନା ମୁତାବକ ମାଳତୀପାଟପୁରରୁ ଖାଲି ବଗି ଆସୁଥିବା ସମୟରେ ଲାଇନ ଚ୍ୟୁତ ଘଟିଛି  । ଯାହା ଫଳରେ ଟ୍ରେନଟି ଅଟକି ରହିଛି ।  ଦୁଇଟି ଚକା ଲାଇନ ଚ୍ୟୁତ ହୋଇଥିବା ଖବର ମିଳିଛି  ।

ଲାଇନଚ୍ୟୁତ ଘଟିବା ପରେ ମାଳତୀପାଟପୁର ପାଖରେ ଟ୍ରେନଟି ଅଟକି କହିଛି  । ସେପଟେ ଘଟଣା ସ୍ଥଳକୁ ରେଳ ବିଭାଗର କର୍ମଚାରୀ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି  । ଅଧିକାରୀ ପହଁଚି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି  । ତେବେ ଟ୍ରେନର ଖାଲି ବଗି ଲାଇନଚ୍ୟୁତ ଘଟିଥିବା ସୂଚନା ରହିଛି  । ଯାହା ଫଳରେ କୌଣସି ଧନ ଜୀବନ କ୍ଷତି ଘଟିନାହିଁ  । ସେପଟେ ପୁରୀକୁ ଅନ୍ୟ ଟ୍ରେନ ଯିବା ଆସିବାରେ କୌଣସି ବାଧା ଘଟିନାହିଁ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି  ।

ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀ ପରେ ଚେନ୍ନାଇକୁ ଜିଓ ଟ୍ରୁ-୫ଜିର ସମ୍ପ୍ରସାରଣ

ଭୁବନେଶ୍ୱର: ସମସ୍ତଙ୍କ ପାଖରେ ୫ଜି ପହଂଚାଇବା ଲାଗି ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ୍‌, କମର୍ସିଆଲ୍ ହବ୍ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଜିଓ) ପକ୍ଷରୁ ଘୋଷଣା କରାଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ନିକଟରେ ଶୁଭାରମ୍ଭ କରାଯାଇଥିବା ଜିଓ ଟ୍ରୁ-୫ଜି ସେବା ଏବଂ ଜିଓ ୱେଲ୍‌କମ ଅଫର ସହ ଏହି ସେବାକୁ ଯୋଡ଼ାଯାଇଛି । ଅଧିକରୁ ଅଧିକ ସହରରେ ଏହି ସେବା ପହଂଚାଇବା ଏବଂ ଟ୍ରୁ-୫ଜି ଲାଗି ପ୍ରସ୍ତୁତ ହାଣ୍ଡସେଟ୍ ଉପଲବ୍ଧତା ବଢ଼ାଇବା ଲାଗି ଜିଓ ଟିମ୍ ଅବିରତ କାର୍ଯ୍ୟ କରୁଛନ୍ତି ।

ଏକ ଶୁଭ ଆରମ୍ଭ ସ୍ୱରୂପ, ଜିଓ ଟ୍ରୁ-୫ଜି ସେବା ସହିତ ରାଜସ୍ଥାନର ନାଥଦ୍ୱାରାରେ ଜିଓ ପକ୍ଷରୁ ଆଜି ଜିଓ ଟ୍ରୁ-୫ଜି ପାୱାରଡ୍ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି । ଜିଓ ୱେଲକମ୍ ଅଫର ଅବଧିରେ ଜିଓର ଗ୍ରାହକମାନେ ବିନା କୌଣସି ଚାର୍ଜରେ ଏହି ସେବା ପାଇପାରିବେ ଏବଂ ଅଣ-ଜିଓ ଗ୍ରାହକମାନେ ଜିଓକୁ ଆସି ପୂର୍ଣ୍ଣ ଏବଂ ଅସୀମିତ ସେବା ଅନୁଭବ ହାସଲ କରିବା ପୂର୍ବରୁ ମଧ ଏହି ସେବାକୁ ବ୍ୟବହାର କରିପାରିବେ । ଜିଓର “ଉଇ କେୟାର’ ଦର୍ଶନ ଯାହା ଏହାର ବ୍ରାଣ୍ଡ୍ ମୂଲ୍ୟବୋଧର ମୂଳମନ୍ତ୍ର ରହିଛି ସେଥିପ୍ରତି ଏହା ହେଉଛି ଆଉ ଏକ ପରିଚାୟକ ।

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଏମ୍ ଅମ୍ବାନି କହିଛନ୍ତି ଯେ, “ମାନବତା ପ୍ରତି ସେବା ହେଉଛି ଭାରତୀୟ ସଂସ୍କୃତିର ଏକ ସ୍ନେହଭରା ଦିଗ ଯାହାର ମୂଳ ଆମର ସାମାଜିକ-ଧାର୍ମିକ ପରମ୍ପରାରେ ଦେଖିବାକୁ ମିଳୁଛି । ପୂର୍ବରୁ କୁହାଯାଇଥିବା ଅନୁସାରେ ୫ଜି କେବଳ କିଛି ସ୍ୱଚ୍ଛଳ କିମ୍ବା ବୃହତ ସହରରେ ବାସ କରୁଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ସେବା ହୋଇ ରହିବନାହିଁ । ଏହା ଭାରତର ପ୍ରତି ନାଗରିକ, ପ୍ରତି ଘର ଏବଂ ପ୍ରତି ବ୍ୟବସାୟ ପାଇଁ ନିଶ୍ଚିତ ରୂପେ ଉପଲବ୍ଧ ହେବ । ପ୍ରତି ଭାରତୀୟଙ୍କ ପାଖରେ ଜିଓ ଟ୍ରୁ-୫ଜି ପହଂଚାଇବା ଦିଗରେ ଏହା ହେଉଛି ଏକ ପଦକ୍ଷେପ ।

ଆଜି ଆମେ ପବିତ୍ର ସହର ନାଥଦ୍ୱାରା ଏବଂ ପ୍ରଭୁ ଶ୍ରୀନାଥଜୀଙ୍କ ମନ୍ଦିରରେ ପ୍ରଥମ ଟ୍ରୁ-୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରିଛୁ । ଏହା ସହିତ ଆମେ ଏଭଳି ଆହୁରି ଅଧିକ ସ୍ଥାନରେ ଏହି ସେବା ପହଂଚାଇବୁ ଏବଂ ଆମ ସେବାକୁ ବ୍ୟବହାର କରିବା ଲାଗି ସେମାନଙ୍କୁ ସୁଯୋଗ ଦେବୁ । ଏହା ସହିତ ଜିଓ ଟ୍ରୁ-୫ଜି ୱେଲକମ୍ ଅଫରରେ ଯୋଡ଼ି ହେବା ଲାଗି ଆମେ ଆମର ବୃହତ ସହର ଚେନ୍ନାଇକୁ ସ୍ୱାଗତ କରୁଛୁ ।’’

ନିକଟରେ ହୋଇଥିବା ଉନ୍ମୋଚନ ଅବସରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଜିଓ ଟ୍ରୁ-୫ଜିକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରିତ କରାଯିବ ଏବଂ ଜିଓ ୱେଲକମ୍ ଅଫରରେ ସାମିଲ କରାଯିବ । ଏବେ ଚେନ୍ନାଇରେ ଆମନ୍ତ୍ରିତ କରାଯାଇଥିବା ଜିଓ ବ୍ୟବହାରକାରୀମାନେ ୧ ଜିବିପିଏସ୍ ପର୍ଯ୍ୟନ୍ତ ଅସୀମିତ ଡାଟାକୁ ହାସଲ କରିପାରିବେ ଏବଂ ଜିଓ ଟ୍ରୁ-୫ଜିର ଅନୁଭବ ନେଇପାରିବେ ।

ପାତ୍ରପଡାରେ ଅପମିଶ୍ରିତ ଟମାଟୋ ସସ୍ କାରଖାନା

ଭୁବନେଶ୍ୱର: କଟକରୁ ଭୁବନେଶ୍ବର ଲମ୍ବିଥିଲା ଜାଲ କାରବାର । ଅପମିଶ୍ରିତ ଟମାଟୋ ସସ୍ ଜବତ ପରେ କାରଖାନା ସିଲ୍ । ରାଜଧାନୀ ଉପକଣ୍ଠ ପାତ୍ରପଡାରେ ସସ କାରଖାନା ଉପରେ ଚଢ଼ାଉ କରିଛି କଟକ ମାଲଗୋଦାମ ଥାନା ପୋଲିସ । ଏସିପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ । କଟକରେ ମାଲଗୋଦାମ ଥାନା ଅଞ୍ଚଳରେ ଏକ ନକଲି ସସ୍ କାରଖାନା ଠାବ ହୋଇଥିଲା ।

ଉକ୍ତ ନକଲି କାରଖାନାରେ  ଚଢାଉ ବେଳେ ଜଣକୁ ଅଟକ ରଖି ତଦନ୍ତ ଚଳାଇଥିଲା ପୋଲିସ । ଅଟକ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପାତ୍ରପଡାରେ ଚଢ଼ାଉ କରି କାଖାନାକୁ ସିଲ କରିଛି ପୋଲିସ । କଟକ ମାଲଗୋଦାମ ଅଞ୍ଚଳରେ ବିଗତ ଦିନରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ମିଳୁଥିଲା  । ନକଲି ସିମେଣ୍ଟ ଠାରୁ ସସ୍ ପର୍ଯ୍ୟନ୍ତ  । କିନ୍ତୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି ଏହାର ଚେର  ।

କଟକରୁ ଭୁନେଶ୍ନର ଭିତରେ ଚାଲିଛି ଅପମିଶ୍ରିତ ସସ୍ କାରଖାନା  । କେବଳ ସସ୍ ନୁହେଁ ଅନ୍ୟାନ ଖାଇବା ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ  ।

ଆଖି ବୁଜିଲା ଧଳା ବାଘୁଣୀ ବିଜୟା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ବିଜୟାର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବିଜୟା । ସୂଚନା ମୁତାବକ କିଛିଦିନ ଧରି ବିଜୟା ଅସୁସ୍ଥ ରହିଥିଲା । ବୟସାଧିକ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲା । ନନ୍ଦନକାନନ ଭେଟନାରୀ ଚିକିତ୍ସାଳୟରେ ତାକୁ ଅବଜରଭେସନରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

ଆଜି ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛି ବିଜୟା  ।  ୧୪ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦେଇଛନ୍ତି । ବିଜୟାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ବାଘୁଣୀଙ୍କ ସଂଖ୍ୟା ୨୫କୁ ହ୍ରାସ ପାଇଛି ।

ସୂର୍ଯ୍ୟପରାଗ ଦିନ ସରକାରୀ ଛୁଟି, ମଙ୍ଗଳବାର ଆସିବେନି କର୍ମଚାରୀ

ଭୁବନେଶ୍ୱର: ଆସନ୍ତା 25 ତାରିଖ ମଙ୍ଗଳବାର ଦିନ ସରକାରୀ ଛୁଟି । ଏହି ଦିନ ସୂର୍ଯ୍ୟୋପରାଗ ପଡୁଥିବାରୁ ୨୫ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟାନ ବ୍ୟାଙ୍କିଂ ପ୍ରତିଷ୍ଠାନ ବି ବନ୍ଦ ରହିବ ।

ସୂର୍ଯ୍ୟ ପରାଗରେ ସରକାରୀ ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଦୀପାବଳି ଥିବାବେଳେ ମଙ୍ଗଳବାର ପଡୁଛି ସୂର୍ଯ୍ୟପରାଗ  । ତେଣୁ ଏହିଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର  ।