spot_img
Home Blog Page 3798

ଟି୨୦ ବିଶ୍ୱକପ୍ ୱାର୍ମ-ଅପ୍ ମ୍ୟାଚ୍: ଅଷ୍ଟ୍ରେଲିଆଠୁ ୬ ରନରେ ଜିତିଲା ଭାରତ

ବ୍ରିସବେନ୍: ଗତକାଲି ଅର୍ଥାତ ୧୬ ତାରିଖରୁ ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ନାମବିଆ ଓ ନେଦରଲ୍ୟାଣ୍ଡ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ୱାର୍ମଅପ୍ ମ୍ୟାଚ୍ ମଧ୍ୟ ଚାଲିଛି । ଆଜି ଦ ଗାବା ଷ୍ଟାଡିୟମଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୱାର୍ମଅପ୍ ମ୍ୟାଚ୍ ଶେଷ ହୋଇଛି । ଏହି ମ୍ୟାଚରେ ଭାରତ ମାତ୍ର ୬ନରରେ ବିଜୟୀ ହୋଇଛି ।

ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନକ୍ରମେ ଭାରତ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ନିଜର ୭ ୱିକେଟ୍ ବିନିମୟରେ ୧୮୬ ରନ୍ ସଂଗ୍ରହ କରିଥିଲା । ହେଲେ ଅଷ୍ଟ୍ରେଲିଆ ନିଜର ସମସ୍ତ ୱିକେଟ୍ ହରାଇ ୧୮୦ ରନରେ ସୀମିତ ରହିଥିଲା । ଏଣୁ ଭାରତ ୬ରନରେ ବିଜୟୀ ହୋଇଛି ।

ଆଜିର ମ୍ୟାଚରେ ମଧ୍ୟ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ୩୩ ଟି ବଲ୍ ଖେଳି ୫୭ରନର ଏକ ଭଲ ପାରି ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅର୍ଦ୍ଧଶତକ କରି ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ୧୫ ରନ୍, କୋହଲି ୧୯ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍ ଓ କାର୍ତ୍ତିକ ୨୦ ରନ୍ କରିଥିଲେ ।

ଭାରତ ୧୮୬ରନର ଏକ ଦୃଢ ସ୍କୋର୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କେନ୍ ରିଚାର୍ଡସନ୍ ସର୍ବାଧିକ ୪ ଟି ୱିକେଟ୍ ଅକ୍ତିଆର କରିଥିଲେ । ୧୮୭ରନର ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମିଚେଲ୍ ମାର୍ଶ ଓ ଆରୋନ ଫିଞ୍ଚ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମିଚେଲ ମାର୍ଶ ୧୮ ଟି ବଲ୍ ଖେଳି ୩୫ ରନ କରି ଭୁବନେଶ୍ୱରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ ।

ଅଧିନାୟକ ଆରୋନ ଫିଞ୍ଚ ୫୪ ଟି ବଲ୍ ଖେଳି ୭୬ରନର ଏକ ଦମଦାର ଇନିଂସ ଖେଳିଥିଲେ । ଷ୍ଟିଭେନ ସ୍ମିଥ ଆଜି ବିଫଳ ସାବ୍ୟସ୍ତ ହୋଇଥିଲେ । ମାତ୍ର ୧୧ ରନ୍ କରି ଚହଲଙ୍କ ବଲରେ ବୋଲ୍ଡ ହୋଇଥିଲେ । ଗ୍ଲେନ ମ୍ୟାକ୍ସୱେଲ୍ ମଧ୍ୟ ମାତ୍ର ୨୩ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲେ । ଭାରତୀୟ ବୋଲରଙ୍କ ଆଗରେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ତିଷ୍ଟି ପାରିନଥିଲେ ।

୧୮.୧ ଓଭରରେ ଦଳୀୟ ସ୍ଥିତି ୧୭୧ ଥିବା ବେଳେ ୫ମ ଝଟକା ଭାବେ ଆରନ ଫିଞ୍ଚ ଆଉଟ୍ ହୋଇଯାଇଥିଲେ । ଏହାପରେ ମାତ୍ର ୯ ରନ୍ ଭିତରେ ସମସ୍ତ ୱିକେଟ୍ ଗଳି ପଡ଼ିଥିଲେ । ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ଦଳ ୧୮୦ରନରେ ସୀମିତ ରହିଥିଲା । ଭାରତୀୟ ବୋଲର ମହମ୍ମଦ ସାମି ଆଜି ସଫଳ ସାବ୍ୟସ୍ତ ହୋଇଛନ୍ତି ।

ମାତ୍ର ଗୋଟିଏ ଓଭର ବୋଲିଂ କରି ୪ ରନ୍ ବିନିମୟରେ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଭୁବନେଶ୍ୱର କୁମାର ମଧ୍ୟ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଅର୍ଶଦୀପ ସିଂ, ହର୍ଶଲ ପଟେଲ ଏବଂ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ । ତେବେ ସୂଚନାଥାଉକି ଆସନ୍ତା ୨୩ ତାରିଖରେ ଭାରତ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ କୁ ଦର୍ଶକ ଚାତକ ପରି ଅପେକ୍ଷା କରି ରହିଛନ୍ତି ।

ରକ୍ତମୁଖା ରୁଷ୍ ; କିବରେ ଘନ ଘନ କରୁଛି ମିସାଇଲ ମାଡ଼

ନନ୍ଦିଘୋଷ ବ୍ୟୁରୋ: ପୁଣି କିବରେ ହମଲା । କାମିକାଜେ ଡ୍ରୋନ ବା ସୁଇସାଇଡ ଡ୍ରୋନରେ ଘନ ଘନ ଆଟାକ କରୁଛି ଋଷ । ଆଜି ସକାଳୁ ହମଲା ଆହୁରି ଜେରଦାର କରିଛି ମସ୍କୋ । ସକାଳ ପ୍ରାୟ ସାଢ଼େ ୬ଟାରୁ ସହର ଭିତରେ ଏକାଧିକ ମିସାଇଲ ମାଡ଼ ହୋଇଥିବା ବେଳେ କିବ ଓ ଏହାର ଆଖପାଖରେ ଏୟାର ରେଡ ଆଲର୍ଟ ଜାରି କରାଯାଇଛି ।

କ୍ରଜୁ ମିସାଇଲ ଓ ଲୋକମାନଙ୍କୁ ବମ୍ ସେଲଟର ଭିତରେ ରହିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । କିବ ସମେତ ଖାରକିବ, ଡୋନେସ୍କ ଓ ଖେରସନ ସହରକୁ ମଧ୍ୟ ଟାର୍ଗେଟ କରିଛି ଋଷ । ସେପଟେ ଇଷ୍ଟର୍ଣ୍ଣ ୟୁକ୍ରେନର ଡୋନେସ୍କ ପ୍ରାନ୍ତରେ ମଧ୍ୟରେ ଦୁଇ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଡୋନବାସର ସୋଲେଡାର ଓ ବାଖମୁଟ ସହର ଓ୍ବାର ହଟସ୍ପଟ ପାଲଟିଛି ।

ବାଖମୁଟରେ ଋଷ ସେନାରୁ କଡ଼ା ଜବାବ ଦେଉଛି ୟୁକ୍ରେନ । ଗତ ସପ୍ତାହରେ କିବ ଉପରେ ବଡ଼ ଧରଣର ହମଲା ପରେ ଆଉ ହମଲା କରାଯିବ ନାହିଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ । ମାତ୍ର ଋଷ ସେନା ସହ ନାଟୋ ସିଧାସଳଖ ସାମ୍ନା ହେଲେ ପୁରା ବିଶ୍ବ ଭୟଙ୍କର ପରିସ୍ଥିତିର ସାମ୍ନା କରିବ ବୋଲି ପୁଟିନ ଚେତାବନୀ ଦେଇଥିଲେ ।

ଋଷ-ୟୁକ୍ରେନ ଯୁଦ୍ଧକୁ ୮ମାସ ହୋଇଥିଲେ ବି ଯୁଦ୍ଧରେ ସଫଳତା ପାଇପାରିନି ଋଷ । ଡୋନାଟସ୍କ, ଖେରସନ ଏବଂ ମାଇକୋଲାଇଭ ଅଞ୍ଚଳକୁ ଅକ୍ତିଆର କରିବାକୁ ଅଧିକ ସୈନ୍ୟବାହିନୀ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ କରାଯାଇଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୦ ତାରିଖ ବେଳକୁ ଏହା ନେବ ଲଘୁଚାପର ରୂପ । ଦକ୍ଷିଣ ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ। ୪୮ ଘଣ୍ଟା ଭିତରେ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ ।

ଅବପାତ ସୃଷ୍ଟି ହେବା ନେଇ ପାଗ ଅନୁକୂଳ ରହିଛି। ବାତ୍ୟା ହେବ କି ନାହିଁ ୨୦ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ । ତେବେ ଓଡ଼ିଶାକୁ ବଡବର୍ଷା ଆସୁଛି । ଏଥିରେ ଉପକୂଳ, ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅଧିକାଂଶ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ରହିଛି ।

ଏଆଇସିସି ସଭାପତି ପଦ ପାଇଁ ଚାଲିଛି ଭୋଟିଂ, ଭାଗ୍ୟ ନିର୍ଦ୍ଧାରଣ କରିବେ ୯୩୦୦ ଡେଲିଗେଟ୍ସ

ନୂଆଦିଲ୍ଲୀ: ଏଆଇସିସି ସଭାପତି ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ପୁରା ଦେଶରେ ୩୬ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ୬୫ ବୁଥ କରାଯାଇଛି । ଗୋଟିଏ ବୁଥରେ ୨ଶହ ସଦସ୍ୟ ଭୋଟ ଦେବେ । ସିକ୍ରେଟ ବାଲଟରେ ଭୋଟ ହେଉଥିବା ଭୋଟରେ ଭାଗନେବେ ପ୍ରାୟ 9 ହଜାର ପିସିସି ସଦସ୍ୟ । ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭୋଟ ଦେଇଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଜୟରାମ ରମେଶ ପ୍ରମୁଖ ଦିଲ୍ଲୀରେ ମତଦାନ କରିଛନ୍ତି । ସେହିପରି ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ କର୍ଣ୍ଣାଟକର ବେଲାରୀ ଅନ୍ତର୍ଗତ ସାଙ୍ଗନକାଲୁରେ ଭୋଟ ଦେବେ । ଦଳର ବରିଷ୍ଠ ନେତା ଦିଗବିଜୟ ସିଂ, ମନୀଷ ତିଓ୍ବାରୀ, ଅଶୋକ ଗେହଲଟ, ଏ.କେ. ଆଣ୍ଟୋନୀ, ଅଜୟ ମାକେନ, ଅମ୍ବିକା ସୋନି, ଭୂପିନ୍ଦର ସିଂ ହୁଦା , ପୃଥ୍ବୀରାଜ ଚୌହ୍ବାନ ପ୍ରମୁଖ ମଲ୍ଲିକାର୍ଜ୍ଜୁନ ଖାଡଗେଙ୍କୁ ସମର୍ଥନ କରିସାରିଛନ୍ତି ।

ତେଣେ ଥିଙ୍କ ଟୁମରୋ ଥିଙ୍କ ଥରୁର ସ୍ଲୋଗାନକୁ ଆଧାର କରିଛନ୍ତି ଶଶୀ । ଥରୁରଙ୍କ ସମର୍ଥନ କରୁଛନ୍ତି ଶିବଗଙ୍ଗା ଏମପି କାର୍ତ୍ତି ଚିଦାମ୍ବରମ । ଦଳର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ କହିଛନ୍ତି ପ୍ରାର୍ଥୀଙ୍କ ନାମ ଉପରେ ଭୋଟରମାନେ ଏକ ଟିକ୍ ଚିହ୍ନ ମାରିବେ ।

ଆଜି ଭୋଟିଂ ଶେଷ ହେବା ପରେ ଆସନ୍ତାକାଲି ସମସ୍ତ ବାଲଟ ବକ୍ସ ଦିଲ୍ଲୀକୁ ନିଆଯାଇ ସେଠାରେ 19 ତାରିଖରେ ଗଣତି କରାଯିବ । ପ୍ରଥମ ଥର ଲାଗି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର କ୍ୟୁଆର କୋଡ ଥିବା ଆଇଡି କାର୍ଡ ପ୍ରତିନିଧିଙ୍କୁ ଦିଆଯାଇଛି ।

ଉଦୟପୁର ଘୋଷଣାନାମାକୁ ଖାଡଗେ ନିର୍ବାଚନ ପ୍ରସଙ୍ଗ କରିଥିବାବେଳେ ଯଦି ସେ ସଭାପତି ହୁଅନ୍ତି ତେବେ ଦଳର 50 ଭାଗ ପଦବୀରେ 50 ବର୍ଷରୁ କମ୍ ବୟସ୍କ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କୃଷକ, ଶ୍ରମିକ, ଏସସି, ଏସଟି,ସଂଖ୍ୟାଲଘୁ, ବ୍ୟବସାୟୀଙ୍କ ସ୍ବାର୍ଥ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ବି କହିସାରିଛନ୍ତି 80 ବର୍ଷ ବୟସ୍କ ଖାଡଗେ ।

ଦଳର 137 ବର୍ଷ ଇତିହାସରେ ଷଷ୍ଠ ଥର ଲାଗି ଏହି ପ୍ରତିଦ୍ବନ୍ଦ୍ବିତା ହେଉଛି । ତାଙ୍କ ମତରେ ଖାଡଗେ କୌଣସି ପରିବର୍ତ୍ତନ ଆଣିପାରିବେ ନାହିଁ ଏବଂ ବର୍ତ୍ତମାନ ଚାଲିଥିବା ବ୍ୟବସ୍ଥାକୁ ଖାଡଗେ ଜାରି ରଖିବେ । ଏହା ସହ ପିସିସି ସଭାପତିମାନଙ୍କୁ ପ୍ରକୃତ କ୍ଷମତା ଦେବା ସପକ୍ଷରେ ଅଛନ୍ତି ଶଶୀ ।

ଧାର ଟଙ୍କା ନଫେରାଇବାରୁ ବାଇକରେ ବାନ୍ଧି ଦୌଡାଇଲେ ୬କି.ମି.

କଟକ: ଭାଇଚାରା ସହ କଟକରୁ ବର୍ବରତାର ଏକ ଖବର ସାମ୍ନାକୁ ଆସିଛି । ଧାର ଟଙ୍କା ନଫେରାଇବାରୁ ତାଲିବାନୀ ଷ୍ଟାଇଲରେ ବାଇକରେ ବାନ୍ଧି ରାସ୍ତାରେ ଦୌଡ଼ାଇଲେ । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ମାମଲାରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

ଆଧୁନିକ ଯୁଗରେ ମଧ୍ୟ ଯୁଗୀୟ ନିର୍ଯାତନାର ଦୃଶ୍ୟ । କଟକରେ ଜଣେ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ୬ କିଲୋମିଟର ଦୌଡ଼ାଗଲା । ଧାର ଟଙ୍କା ଫେରାଉ ନଥିବାରୁ ଏହି କାଣ୍ଡ ଭିଆଇିଛନ୍ତି ୫ ଜଣ ଯୁବକ । ଗତକାଲି ସନ୍ଧ୍ୟାରେ ଏହି ବର୍ବରୋଚିତ ଘଟଣା ଘଟିଥିଲା । ଯୁବକଙ୍କ ହାତକୁ ପ୍ରଥମେ ଦୌଡ଼ିରେ ବାନ୍ଧିଥିଲେ ।

ଏହାପରେ ମୋଟର ସାଇକେଲରେ ବାନ୍ଧି ସେଲଟର ଛକରୁ ମିସନ ରୋଡ ପର୍ଯ୍ୟନ୍ତ ଭିଡି ଭିଡ଼ି ନେଇଥିଲେ ୫ଜଣ । ଭିଡିଓ ଭାଇରାଲ ହେବା ପରେ କଟକରେ ଚାଞ୍ଚଲ୍ୟ ଖେଳାଯାଇଛି । ଏନେଇ ଥାନାରେ ଅଭିଯୋଗ ହୋଇନଥିବା ବେଳେ, ମାମଲାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ୨ ଯୁବକଙ୍କୁ ଅଟକ ରଖାଯାଇଛି ।

ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଏକ ପ୍ରମୁଖ ଖବର କାଗଜ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରିଣ୍ଟ ଏକ ବିଜ୍ଞାପନକୁ ନେଇ ବିବାଦ ଘନେଇଛି । ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧରେ ବିଜ୍ଞାପନ ପ୍ରଦର୍ଶିତ କରାଯାଇଛି । ଏହାକୁ ନେଇ ଭାରତରେ ଜୋରଦାର ବିରୋଧ କରାଯାଇଛି । ଟ୍ୱିଟରରେ ମଧ୍ୟ ଘଟଣାକୁ ବିରୋଧ କରାଯାଇ ଟ୍ରେଣ୍ଡିଂ କରାଯାଇଛି । ଏହି ବିଜ୍ଞାପନରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୧୦ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ବିଦେଶୀ ନିବେଶକଙ୍କ ବିରୋଧୀ ଉଲ୍ଲେଖ କରାଯାଇ ସେମାନଙ୍କୁ ୱାଣ୍ଟେଡ କୁହାଯାଇଛି ।

ଏହି ବିଜ୍ଞାପନକୁ ନେଇ ଭାରତରେ ବଡ଼ ବିବାଦ ଦେଖାଯାଇଛି । ବିଜ୍ଞାପନ ଏପରି ସମୟରେ ପ୍ରକାଶିତ କରାଯାଇଛି ଯେବେବେ ନିର୍ମଳା ସୀତାରମଣ ଜି୨୦ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରଙ୍କ ବୈଠକରେ ଭାଗ ନେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି । ୧୩ ଅକ୍ଟୋବରରେ ପ୍ରକାଶିତ ଏହି ବିଜ୍ଞାପନରେ ନିର୍ମଳା ସୀତାରଣଙ୍କ ବ୍ୟତୀତ ଏଣ୍ଟ୍ରିକ୍ସ କର୍ପର ଅଧ୍ୟକ୍ଷ ରାକେଶ ଶଶିଭୂଷଣ, ସଲିସିଟର ଜେନେରାଲ ତୁଷାର ମେହତା, ସୁପ୍ରିମକୋର୍ଟର ଜଜ ହେମନ୍ତ ଗୁପ୍ତା, ବି ରାମସୁବ୍ରମଣ୍ୟମ, ସ୍ପେଶାଲ ପିସି (ଦୁର୍ନୀତି ନିବାରଣ) ଆକ୍ଟ ଜଜ ଚନ୍ଦ୍ରଶେଖର, ସିବିଆଇ ଡିଏସପି ଆଶିଷ ପାରିକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରା ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଏନ ଭେଙ୍କଟରମଣଙ୍କ ନାଁ ରହିଛି ।

ଏହି ବିଜ୍ଞାପନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସହାୟକ ନିର୍ଦ୍ଦେଶକ ଆର ରାଜେଶ ଏବଂ ଉପ ନିର୍ଦ୍ଦେଶକ ଏ ସାଦିକ ମହମ୍ମଦଙ୍କ ନାଁ ମଧ୍ୟ ସାମିଲ ଅଛି । ବିଜ୍ଞାପନରେ ଆରୋପ ରହିଛି ଯେ, ଏମାନେ ସରକାରୀ ସଂସ୍ଥାର ଅପବ୍ୟବହାର କରି ଭାରତକୁ ନିବେଶକଙ୍କ ପାଇଁ ଅସୁରକ୍ଷିତ କରିଦେଇଛନ୍ତି । ବିଜ୍ଞାପନର ସବୁଠୁ ତଳେ ଏକ କ୍ୟୁଆର୍ କୋଡ୍ ମଧ୍ୟ ଅଛି, ଯାହାକୁ ସ୍କାନ କଲେ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଫ୍ରଣ୍ଟିୟର୍ସ ଅଫ୍ ଫ୍ରିଡମର ୱେବସାଇଟ୍ ଖୋଲୁଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ଦାବି କରିଛନ୍ତି ଏହି ଅଭିଯାନକୁ ମଲ୍ଡିମିଡିଆର ପୂର୍ବତନ ସିଇଓ ରାମଚନ୍ଦ୍ରନ ବିଶ୍ୱନାଥନ ଚଳାଉଛନ୍ତି ।

ପ୍ରେମିକ ଘର ଆଗରେ ଏକତରଫା ପ୍ରେମିକର ବୋମାମାଡ଼

କଟକ: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଅଘଟଣ । ଏକ ତରଫା ପ୍ରେମ କୁ ନେଇ ପ୍ରେମିକା ଘର ଆଗରେ ପ୍ରେମିକର ବୋମା ମାଡ଼ । ବୋମା ମାଡ଼ରେ କାହାର କିଛି କ୍ଷୟ କ୍ଷତି ହୋଇନଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଛି । ନରସିଂହପୁର ପୋଲିସର ତଦନ୍ତ ଜାରି । ସୂଚନା ଅନୁଯାୟୀ ଚକ୍ରପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ଙ୍କ ପୁଅ ଦିପୁ ନାୟକ ସେହି ଗ୍ରାମର ଜଣେ ନାବାଳିକା ଙ୍କୁ ଏକ ତରଫା ପ୍ରେମ କରୁଥିଲେ ।

ଝିଅକୁ ଅନେକ ସମୟରେ ରାସ୍ତାରେ ଯିବା ସମୟରେ ହଇରାଣ କରୁଥିବା ପରିବାର ପକ୍ଷରୁ କୁହାଯାଇଛି । ଝିଅ ଏବଂ ତାର ପରିବାର ଏହାକୁ ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିପୁ ନାୟକ ଏକ ତରଫା ପ୍ରେମ କରୁଥିବା ନାବାଳିକା ର ଘର ଉପରକୁ ବୋମା ମାଡ଼ କରିଛି । ଘଟଣା ସ୍ଥଳରେ ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଦାଦାବଟି ମାଗି ଦୁଇ ୱେବ ସାମ୍ବାଦିକ ଗିରଫ

ଭୁବନେଶ୍ୱର: ଭୁବନେଶ୍ବରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ ୨ ଓ୍ବେବ ସାମ୍ବାଦିକ ।

ଗେଷ୍ଟ ହାଉସରେ ଦେହଜୀବୀ ରଖି ଦେହ ବ୍ୟବସାୟ କରୁଥିବା କଥା କହି ଭିଡିଓ ସୁଟ କରି ଧମକ ଦେଇଥିଲେ । ଏହା ପରେ ଟଙ୍କା ମାଗିବାରୁ ଗେଷ୍ଟ ହାଉସ ମାଲିକ ଥାନାରେ ଅଭିଯୋଗ କରିଥିଲେ । ପ୍ରମାଣ ସ୍ବରୂପ ଟଙ୍କା ମାଗିବାର ଅଡିଓ ରେକର୍ଡିଂ ଦାଖଲ କରିଥିଲେ । ପୋଲିସ ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିବା ସହ ୨ ଜଣ ଓ୍ବେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ପ୍ରତିବର୍ଷ ଦେଶ ବିଦେଶର ପର୍ଯ୍ୟଟକମାନେ ଆକର୍ଷିତ ହୋଇ ଅ।ସିଥାନ୍ତି। ଶିମିଳିପାଳ ଅଭୟାରଣ୍ୟ ଭିତରେ 5ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଆ, କୁମାରୀ, ଜାମୁଅ।ଣି ଏବଂ ବରେହିପାଣି ରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି ।

ଚଳିତ ବର୍ଷ ପର୍ଯ୍ୟଟକମାନଂକ ପାଇଁ ଶିମିଳିପାଳ କୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଂକ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା ରଖାଯାଇଥିବା ସଂପର୍କରେ ସୂଚନା ଦିଅଯାଇଛି । ପର୍ଯ୍ୟଟକମାନଂକ ପାଇଁ ଉଭୟ ଲୁଲୁଂ ଏବଂ ଯଶୀପୁର ପଟରୁ ପ୍ରବେଶ କରିବାକୁ ବ୍ୟବସ୍ଥା ରଖାଯାଇଛି।

ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଂକ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି। ରାତ୍ରୀଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଅନଲାଇନରେ ବୁକିଂ କରି ଏହାର ସୁବିଧା ନେଇପାରିବେ ।

ଧାମନଗର ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ନନ୍ଦିଘୋଷ ବ୍ୟୁରୋ: ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ମଇଦାନରେ ତିନି ଦଳର ପ୍ରାର୍ଥୀ । ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଛି ୫ ପ୍ରାର୍ଥିପତ୍ର । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଆସିବ ଚୂଡ଼ାନ୍ତ ତାଲିକା । ଆସନ୍ତାକାଲିଠୁ କମ୍ପିବ ମଇଦାନ । ବିଜୟ ପାଇଁ ସବୁ ଦଳର ରଣନୀତି । ଘୋଷଣା ହୋଇସାରିଛି ଷ୍ଟାର ତାଲିକା ।

ବିଜେଡିର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ 8 ଜଣ ମନ୍ତ୍ରୀ ମଧ୍ୟ ମଇଦାନକୁ ଓହ୍ଲାଇବେ । ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବହୁ ବରିଷ୍ଠ ନେତା ତାଲିକାରେ ରହିଛନ୍ତି ।

ଧାମନଗରବାସୀ ବିଜେଡିର ବଡ଼ ବିଜୟ ନେଇ ସଙ୍କେତ ଦେଇଥିବା କହିଛି ବିଜେଡି । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ଘୋଷଣା କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା । ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିସାରିଲେଣି ।