spot_img
Home Blog Page 3799

ଆସନ୍ତାକାଲିଠୁ ବିଏମସି ହସ୍ପିଟାଲରେ କ୍ୟାନ୍ସର ଚିକିତ୍ସା ସୁବିଧା

ଭୁବନେଶ୍ୱର: ଏଣିକି ଦୂର ହେବ କ୍ୟାନସର ରୋଗୀଙ୍କ ଦୀର୍ଘଦିନର ଚିନ୍ତା । ଆସନ୍ତାକାଲିଠାରୁ ରାଜଧାନୀବାସୀଙ୍କୁ ମିଳିବ ନୂଆ ତଥା ଅତ୍ୟାଧୁନିକ ଚିକିତ୍ସା ସୁବିଧା । ପୁରୁଣା ଭୁବନେଶ୍ବର ସ୍ଥିତ ବିଏମସି ହସ୍ପିଟାଲରେ ଉପଲବ୍ଧ ହେବ କ୍ୟାନସର ଚିକିତ୍ସା । ସପ୍ତାହରେ ଗୋଟିଏ ଦିନ ମଙ୍ଗଳବାର ଖୋଲିବ କ୍ୟାନସର ଓପିଡି । HCG ପଣ୍ଡା କ୍ୟାନସର ହସ୍ପିଟାଲ ସହ ବିଏମସିର ହୋଇଛି MOU ସ୍ବାକ୍ଷର ।

ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ସହ ଉପକୃତ ହେବେ କର୍କଟ ରୋଗୀ । ଏହାଦ୍ବାରା ହାତ ପାଆନ୍ତାରେ ମିଳିବ କର୍କଟ ରୋଗର ଚିକିତ୍ସା ଓ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ପ୍ରକଳ୍ପକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ପ୍ରକଳ୍ପର ହୋଇଥିଲା ଉଦଘାଟନ ।

ଆଜି ଏଆଇସିସି ସଭାପତି ନିର୍ବାଚନ: ଥରୁର ଓ ଖଡଗେଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଆଜି ଏଆଇସିସି ସଭାପତି ନିର୍ବାଚନ । ସବୁ ରାଜ୍ୟରେ ମତଦାନ କରିବେ କଂଗ୍ରେସ ଡେଲିଗେଟ୍ସ । ୧୯ ତାରିଖରେ ଭୋଟ ଗଣତି ହେବ । ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟରେ ଟକ୍କର । ଉଭୟ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଭୋଟ ଲାଗି ନିବେଦନ କରିଛନ୍ତି । ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସମର୍ଥନ କରୁଛନ୍ତି ।

ଥରୁର ଯୁବ ନେତାଙ୍କ ଭୋଟରେ ଜିତିବେ ବୋଲି ଆଶା ବାନ୍ଧିଛନ୍ତି । ଭୋଟ ପାଇଁ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବାଲଟ ପେପରରେ ଦୁଇ ପ୍ରାର୍ଥୀଙ୍କ ନା ରହିବ । ଯାହାକୁ ଭୋଟ ଦେବାକୁ ଚାହିଁବେ ନାଁ ପାଖରେ ଠିକ୍‌ ଚିହ୍ନ ମାରିବେ । ଅନ୍ୟ କୌଣସି ଚିହ୍ନ ବା ନମ୍ବର ଲେଖିଲେ ଭୋଟ୍‌ ନାକଚ ହେବ ବୋଲି ସୂଚନା ଦିଆଯାଇଛି । ନିର୍ବାଚନ ପାଇଁ ସୋନିଆ ଗାନ୍ଧି ଗତକାଲି ଦିଲ୍ଲୀ ଫେରିଛନ୍ତି ।

ନିର୍ବାଚନରେ ସେ କାହାକୁ ସମର୍ଥନ କରିବେ ତାହା ଜଣାପଡିନାହିଁ । କଂଗ୍ରେସ ପାର୍ଟିର ଇତିହାସରେ ଷଷ୍ଠ ଥର ସଭାପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୨୪ ବର୍ଷ ପରେ ଗାନ୍ଧି ପରିବାର ବାହାରୁ ଅନ୍ୟ ଜଣେ ଦଳର ସଭାପତି ହେବାକୁ ଯାଉଛନ୍ତି । ଶଶି ଥରୁର ଓ ମଲ୍ଲିକାର୍ଜ୍ଜୁନ ଖଡଗେ ରାଜ୍ୟରୁ ରାଜ୍ୟ ବୁଲି ଡେଲିଗେଟସ୍ଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି ।

୯ ହଜାରରୁ ଅଧିକ ଡେଲିଗେଟସ୍ କଂଗ୍ରେସର ଆଗାମୀ ସଭାପତିଙ୍କୁ ଚୟନ କରିବେ । ଓଡ଼ିଶାରେ ବି ଦଳର ନିର୍ବାଚନ ହେବ । ଭୁବନେଶ୍ୱର କଂଗ୍ରେସ ଭବନରେ ନିର୍ବାଚନ ଲାଗି କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟିଂ ହେବ ।

ଓଡ଼ିଶା କଂଗ୍ରେସରୁ ୪୨୭ ଜଣ ଦଳର ଅଧ୍ୟକ୍ଷଙ୍କୁ ଚୟନ କରିବାକୁ ମତଦାନ କରିବେ । ଦୁଇ ଦିନ ତଳେ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ଦଳୀୟ ଭୋଟରଙ୍କ ସମର୍ଥନ ଲାଗି ପ୍ରଚାର କରିଛନ୍ତି । ଶଶୀ ଥରୁର ଓଡ଼ିଶା ଆସି ନଥିଲେ ବି ସୋସିଆଲ ମିଡ଼ିଆରେ ସମର୍ଥନ ମାଗିଥିଲେ ।

ଆଜି ହାଇଦ୍ରାବାଦରେ ନିବେଶ ସମ୍ମିଳନୀ, ନିବେଶକଙ୍କୁ ନିମନ୍ତ୍ରଣ କରିବେ ନବୀନ

ଭୁବନେଶ୍ୱର: ଆଜି ହାଇଦ୍ରାବାଦରେ ନିବେଶ ସମ୍ମିଳନୀ । ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ପ୍ରାୟ 40 ଜଣ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଓଡ଼ିଶା ଶିଳ୍ପାୟନ ପାଇଁ ସର୍ବୋକୃଷ୍ଟ । ବିଶାଳ ବେଳାଭୂମି, ଖଣିଜ ଶିଳ୍ପରେ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ରହିଛି ।

ଶିଳ୍ପପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ନବୀନ । ନଭେମ୍ବର ୩୦ରୁ ଡିସେମ୍ବର ୪ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ । ଏହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର୍ସ ମିଟ୍‌ ଜରିଆରେ ପୁଞ୍ଜିପତିଙ୍କ ସହ ଆଲୋଚନା କରି ଶିଳ୍ପପତିଙ୍କୁ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ କୋ ।

ଆସନ୍ତା ୧୮ରେ ୪ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ମେକ ଇନ ଓଡ଼ିଶା କନକ୍ଲେଭ ସଂସ୍କରଣ ଥ୍ରୀ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ସାମିଲ ହେବେ ।

ନିବେଶକ ସମ୍ମିଳନୀ ପୂର୍ବରୁ ନିବେଶକଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ହାଇଦ୍ରାବାଦ:  ସୋମବାର ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବେ  । ତାପୂର୍ବରୁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ୧୩ଟି ଉଦ୍ୟୋଗର ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ସୁରେଶ ମହାପାତ୍ର ।

ଆସନ୍ତାକାଲି ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ୱାନ ଟୁ ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବ୍ୟାପକ ସୁବିଧା ବିଷୟରେ ବୁଝାଇ କହିବେ । ନିବେଶ ପାଇଁ ଓଡ଼ିଶା ସର୍ବକୃଷ୍ଟ ରାଜ୍ୟ । ଏଠାରେ ବ୍ୟବସାୟ କରିବା ପାଇଁ ସମସ୍ତ ବ୍ୟବସ୍ଥା ରହିଛି ବୋଲି ମୁଖ୍ୟଶାସନ ସଚିବ ଆଲୋଚନା କରିଛନ୍ତି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ  ।

ଓଡିଶାରେ ପୁଞ୍ଜି ନିବେଶ ନେଇ ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛନ୍ତି ରାଜ୍ୟ ସରକାର  । ମୁମ୍ବାଇ, ବାଙ୍ଗାଲୋର, ଦିଲ୍ଲୀ ପରେ ହାଇଦ୍ରାବାଦରେ ନିବେଶକ ମାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏନେଇ ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ରହିଛନ୍ତି  । କାର୍ଯ୍ୟକ୍ରମର ପୂର୍ବରୁ ହାଇଦ୍ରାବାଦରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ୧୩ଟି ଉଦ୍ୟୋଗର ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି  ।

ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ, ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବେ ନବୀନ

ଭୁବନେଶ୍ୱର: ସୋମବାର ହାଇଦ୍ରାବାଦରେ ନିବେଶ ସମ୍ମିଳନୀ। ଜନ୍ମଦିନରେ ବି ରାଜ୍ୟର ବିକାଶ ପାଇଁ ତତ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଲି ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି ନବୀନ। ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଶିଳ୍ପାୟନ ପାଇଁ ସର୍ବୋକୃଷ୍ଟ। ବିଶାଳ ବେଳାଭୂମି, ଖଣିଜ ଶିଳ୍ପରେ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ରହିଛି। ଶିଳ୍ପପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ନବୀନ।

ନଭେମ୍ବର ୩୦ରୁ ଡିସେମ୍ବର ୪ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ। ଏହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର୍ସ ମିଟ ଜରିଆରେ ପୁଞ୍ଜିପତିଙ୍କ ସହ ଆଲୋଚନା କରି ଶିଳ୍ପପତିଙ୍କୁ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ କୋ। ଆସନ୍ତା ୧୮ ତାରିଖରେ ୪ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ। ମେକ ଇନ ଓଡ଼ିଶା କନକ୍ଲେଭ ସଂସ୍କରଣ ଥ୍ରୀ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ। ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ସାମିଲ ହେବେ ।

ନବୀନ ମନ୍ତ୍ର: ମାଆକୁ ସମ୍ମାନ, ମାଆକୁ କାମ

ଭୁବନେଶ୍ବର: ମହିଳା ସଶକ୍ତିକରଣ ବିଚାରଧାରାର ପ୍ରବର୍ତ୍ତକ ଥିଲେ ମହାତ୍ମା ଗାନ୍ଧୀ । ପୁରୁଷ ଓ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟକୁ ସେ ଆଦୌ ଗ୍ରହଣ କରିପାରୁ ନ ଥିଲେ । ପୁରୁଷଓ ନାରୀ ଉଭୟ ଭଗବାନଙ୍କ ଉପହାର । ତେଣୁ ଲିଙ୍ଗଭେଦ ଜନିତ ଅସମତାକୁ ସେ ସବୁ ସମୟରେ ନାପସନ୍ଦ କରୁଥିଲେ । ନାରୀଙ୍କୁ ବଳିଦାନର ପ୍ରତୀକ ଭାବରେ ସେ ବର୍ଣ୍ଣନାକରିବା ସହ ନାରୀମାନଙ୍କ ବିକାଶ ବିନା ସମାଜର ବିକାଶ ସମ୍ଭବ ନୁହେଁ ବୋଲି କହୁଥିଲେ । ଗାନ୍ଧୀଜୀଙ୍କ ଏହି ଆଦର୍ଶ ନବୀନଙ୍କ ଜୀବନାଦର୍ଶରେ ପ୍ରତିଫଳିତ ହୋଇଛି । ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସମର୍ଥ କରିବା ପାଇଁ ସେ ପ୍ରାରମ୍ଭରୁ କାର୍ଯ୍ୟ କରି ଆସିଛନ୍ତି । ଦେଶରେ ପ୍ରଥମ ରାଜ୍ୟ ଯେଉଁଠି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇଛନ୍ତି ।

ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ରୋଜଗାରର ବାଟ ଦେଖାଇଛନ୍ତି । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ହାତରେ ମିଶନ ଶକ୍ତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ୨୦୦୧ ମସିହାରୁ ଏକ ଅକଳ୍ପନୀୟ ସମ୍ଭାବନାକୁ ନେଇ ଆଗକୁ ବଢିଥିବା ମିଶନଶକ୍ତି ଏବେ ଓଡ଼ିଶା ମହିଳାଙ୍କ ପାଇଁ ଏକ ଅତୁଳନୀୟ ସାମର୍ଥ୍ୟ ଆଣିଦେଇଛି । ଏହି ଅଭିଯାନ ଏକ ସକରାତ୍ମକ ସଶକ୍ତ ଆନ୍ଦୋଳନରେ ପରିଣତ ହୋଇଛି । ଏହି କ୍ରମରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରୁ ପୃଥକ୍‌ ହୋଇ ସ୍ୱତନ୍ତ୍ରଭାବେ କାର୍ଯ୍ୟକ୍ଷମ ହେଲା ‘ମିଶନ୍‌ ଶକ୍ତି ବିଭାଗ’ । ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦିଆଯାଇଛି । ମିଶନ ଶକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଜୀବିକା ମିଶନ୍‌ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍‌ ଅନ୍ତର୍ଗତ ରାଜ୍ୟ, ଜିଲ୍ଲା, ବ୍ଲକ୍‌, ଗ୍ରାମ ପଞ୍ଚାୟତଏବଂ ଗାଁସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି, ଆସବାବପତ୍ର ଇତ୍ୟାଦି ମିଶନ ଶକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନାରେ ରହିଛି । ମିଶନ ଶକ୍ତି ଗ୍ରୁପ୍‌ର ମହିଳାମାନେ କୃଷିକ୍ଷେତ୍ରଠାରୁ ଆରମ୍ଭ କରି ଶସ୍ୟ ସଂଗ୍ରହ, ବୁଣାକାର, ହସ୍ତଶିଳ୍ପ ତଥା ଶ୍ରମଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟ୍‌ରେ ମିଶନ୍‌ ଶକ୍ତିର ମହିଳା ଏସ୍‌ଏଚ୍‌ଜିଙ୍କ ପାଇଁ ୫ବର୍ଷ ପାଇଁ ୪ହଜାର ୯ଶହ ୭୩କୋଟି ଅଣଚାଳିଶ ଲକ୍ଷ ଟଙ୍କାର ବଜେଟ୍‌ ଅନୁମୋଦନ କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଆଗାମୀ ୫ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫ହଜାର କୋଟି ଟଙ୍କାର ବ୍ୟବସାୟ ପାଇପାରିବେ । ଏଥିପାଇଁ ୫ବର୍ଷ ମଧ୍ୟରେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ଏସ୍‌ଏଚ୍‌ଜିମାନଙ୍କୁ ୫୦ହଜାର କୋଟି ଟଙ୍କାର ବ୍ୟାଙ୍କ୍‌ ଋଣ ବ୍ୟବସ୍ଥା କରାଯିବ । ଏହାସହିତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୨ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା କରାଯିବ । ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଇ-କମର୍ସ ଓ ଡିଜିଟାଲ ମାର୍କେଟିଂରେ ୧ଲକ୍ଷରୁ ଊଦ୍ଧ୍ୱର୍ ମହିଳା ସାମିଲ ହୋଇ ସେମାନଙ୍କ ସାମଗ୍ରୀର ବିକ୍ରିବଟା କରିପାରୁଛନ୍ତି । ମିଶନଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳା ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।

ସ୍କୁଲରେ ପାଚନ କାର୍ଯ୍ୟଠାରୁ ସହରରେ ପାଣି ବିଲ୍‌ ସଂଗ୍ରହ, ନୂତନ ପାଣି ଯୋଗାଣ ଓ ପାଣିର ମାନ ପରୀକ୍ଷା ମହିଳା ସ୍ୱୟଂ ସହାୟକଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯିବାର ପରିକଳ୍ପନା ଏବେ ସଫଳ ରୂପ ନେଇଛି । ପୁନଶ୍ଚ ମଳ ପରିଚାଳନା କେନ୍ଦ୍ର, ହୋଲ୍ଡିଂ ଟ୍ୟାକ୍ସ୍‌ ଆଦାୟ, ମୁକ୍ତା ଯୋଜନା ଆଦିରେ ମହିଳା ଏସ୍‌ଏସ୍‌ଜିଙ୍କ ସମ୍ପୃକ୍ତି ସଫଳ ରୂପାୟନ ହୋଇପାରିଛି । ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡିକରେ ସାଧାରଣ ଲୋକଙ୍କୁ ସୁବିଧାରେ ବ୍ୟାଙ୍କ୍‌ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏବେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ୍‌ ସେବାର ସୁବିଧା ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୨୨ଶହ ସଦସ୍ୟା ‘ବ୍ୟାଙ୍କ୍‌ ସଖୀ’ଭାବେ ନିୟୋଜିତ ହୋଇଛନ୍ତି । ସେମାନଙ୍କ ଦ୍ୱାରା ଏବେ ସୁଦ୍ଧା ୮୮୦କୋଟି ଟଙ୍କାର ଅର୍ଥ କାରବାର ହୋଇଛି । ଏହାଦ୍ୱାରା ସଖୀମାନେ ମାସିକ ୩ହଜାରରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଅନ୍ୟପକ୍ଷରେ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ଦେବା କ୍ଷେତ୍ରରେ ନବୀନଙ୍କ ପଦକ୍ଷେପ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଲୋକସଭା ନିର୍ବାଚନରେ ୩୩% ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦% ମହିଳାଙ୍କୁ ଦଳ ପ୍ରାର୍ଥୀ କରି ନୂଆ ଇତିହାସ ସୃଷ୍ଟି କରିଛି । ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦରୁ ୭୦% ମହିଳାଙ୍କ ହାତରେ, ସେହିପରି ୩ ମହାନଗର ନିଗମ ମଧ୍ୟରୁ ୨ଟି ନିଗମର ମେୟର ମହିଳା ହୋଇଛନ୍ତି । ମହିଳାମାନଙ୍କ ଯୋଗଦାନ ରାଜ୍ୟ ବିକାଶକୁ ତ୍ୱରାନ୍ୱିତ କରିଛି, ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିଛି।

 

ନବୀନଙ୍କ ଜନ୍ମଦିନରେ କମ୍ପିଲା ଯାଜପୁର

ଯାଜପୁର: ୮୦ ଫୁଟର ବିଶାଳ ପୋଷ୍ଟର, ଲେଜର ଲାଇଟର ଚକମକି । ବାଣ ଫୁଟୁଛି, ବାଜା ବାଜୁଛି । ଏକଦମ ରଙ୍ଗାରଙ୍ଗ ପରିବେଶ । ଜନସମୁଦ୍ର ଯାଜପୁର ଜିଲ୍ଲାର ବାଳାଶ୍ରମ ପଡ଼ିଆ l ସମସ୍ତଙ୍କ ମନରେ ଉତ୍ସାହ, ଆଖିରେ ଭଲପାଇବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଏକଦମ ନିଆରା ଢଙ୍ଗରେ ପାଳିଛନ୍ତି ଯାଜପୁରବାସୀ । 25ବର୍ଷ ସେବାର ସାଧକ ତଥା ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରିୟ ନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକାଠି ହୋଇଥିଲେ ହଜାର ହଜାର ମିଶନ ଶକ୍ତି ମହିଳା । ସେମାନଙ୍କ ଗହଣରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ପ୍ରତିରଞ୍ଜନ ଘଡାଇଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେଇଥିଲେ । ସମସ୍ତେ ମିଶି ପାଳିଥିଲେ ନବୀନଙ୍କ ଜନ୍ମଦିନ କେକେ କାଟି ପ୍ରିୟ ନେତାଙ୍କୁ ଜଣାଇଥିଲେ ଶୁଭେଚ୍ଛା ।

୨୫ ବର୍ଷର ରାଜନୈତିକ କ୍ୟାରିୟରରେ ନବୀନ ଅପରାଜେୟ । ବିଜୟ ପରେ ବିଜୟ ମିଳିଛି, ନିର୍ବାଚନ ପରେ ନିର୍ବାଚନ ଜିତିଛନ୍ତି । ଆଜି ବି ନବୀନ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସେବା ମନବୃତ୍ତି, ସରଳ ଜୀବନ, ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଆଗକୁ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ କରିବାକୁ ମିଶନ ଶକ୍ତି ମହିଳାମାନେ ନେଇଛନ୍ତି ସଙ୍କଳ୍ପ ।

କଲରାପତରିଆ ବାଘଛାଲ ଚୋରାଚାଲାଣ, ରେଡ୍‌ କରିଛି STF

ସମ୍ବଲପୁର: କଲରାପତରିଆ ବାଘଛାଲ ଚୋରାଚାଲାଣ ବେଳେ STFର ଚଢ଼ାଉ । ସମ୍ବଲପୁର ଓ ଝାରସୁଗୁଡ଼ା ପୋଲିସ୍ ସହାୟତାରେ ରେଡ୍‌ କରିଛି STF । ଚୋରାଚାଲାଣ ବେଳେ ୩ଟି ବାଘଛାଲ ସହ ୩ ଜଣଙ୍କୁ ଗିରଫ କରିଛି STF । ଗିରଫ 3 ଜଣ ହେଲେ ଝାରସୁଗୁଡ଼ା କୋଲାବିରାରର ସୁମିତ ପଟେଲ, ବଲାଙ୍ଗୀରର କୃପା ସାହୁ ଓ ଜୁଜୁମରାରର ଆଦିତ୍ୟ ପାତ୍ର ।

କୁଚିଣ୍ଡା ନିକଟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା STF । ପୂର୍ବରୁ ସେଠାରେ ବାଘ ଛାଲ ରାକେଟ ସକ୍ରିୟ ଥିବା ନେଇ ଖବର ମିଳିଥିଲା । ଘଟଣାପଛରେ ମାଷ୍ଟରମାଇଣ୍ଡ କିଏ, ସେ ନେଇ ଖୋଳତାଡ଼ ଜାରି ରହିଛି ।

କୋଲକାତାରୁ ଛାତ୍ରୀ ଅପହରଣ, ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:  କୋଲକତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ଘଟଣାରେ ଭୁବନେଶ୍ବରରେ କ୍ରାଇମବ୍ରାଞ୍ଚ ଟିମ । ଲକ୍ଷ୍ମୀସାଗର ଅଞ୍ଚଳରେ ଛାନବିନ କରୁଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ । ନାବାଳିକା ଅପହରଣ ନେଇ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ହାଉସଗ୍ରାମ ଥାନାରେ ଅଭିଯୋଗ ହୋଇଥିଲା ।

ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଦୁଇଜଣ ଯୁବକ ଅପହରଣ କରିଥିଲେ । ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଯୁବକଙ୍କ ଭିତରେ ପଶ୍ଚିମବଙ୍ଗର ପ୍ରଦୀପ ମଣ୍ଡଳ ଥିବା ସୂଚନା ।

ମେଡିକାଲରେ ମହାମହିମ, ସଫଳ ହୋଇଛି ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ମେଡିକାଲରେ ଭର୍ତ୍ତି ହୋଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ମିଳିଥିବା ସୂଚନା ଅନୁଯାୟୀ  ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଦ୍ରୌପଦୀ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମୁଖପାତ୍ର ଦେଇଛନ୍ତି ସୂଚନା। ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ  ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି  ।

ରାଷ୍ଟ୍ରପତିଙ୍କ ଆଖିର ସଫଳ ଅସ୍ତ୍ରୋପଚାର ହୋଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି । ୬୪ ବର୍ଷୀୟ ଦ୍ରୌପଦୀ ପଞ୍ଚଦଶତମ ରାଷ୍ଟ୍ରପତି ଭାବେ  ଗତ ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିଥିଲେ। ଆଜି ଆଖି ଅସ୍ତ୍ରୋପଚାର ପାଇଁ ଓଡ଼ିଆ  ଝିଅ ଦ୍ରୌପଦୀ ମୁର୍ମୁ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଏହି ସର୍ଜରୀ ସଫଳ ହୋଇଛି  । ସେପଟେ ରାଷ୍ଟ୍ରପତିଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଥିବା  କୁହାଯାଇଛି  ।