spot_img
Home Blog Page 3805

ଆଜି ବାଂଲାଦେଶ-ଭାରତ ସିରିଜର ପ୍ରଥମ ଦିନିକିଆ

ଢାକା: ଆଜିଠାରୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦିନିକିଆ ସିରିଜ । ଢାକାର ସେର-ଇ-ବାଂଲା ଷ୍ଟାଡିୟମରେ ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର ।

ଏପଟେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି । ତାଙ୍କ ସ୍ଥାନରେ ଯୁବ ବୋଲର ଉମ୍ରାନ ମଲିକଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି । ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ଶିଖର ଧଓ୍ବନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲା ଟିମ୍ ଇଣ୍ଡିଆ ।

ସକାଳେ ଜନ୍ମ ହେଲା ଝିଅ, ସନ୍ଧ୍ୟାରେ ମାଆ ବନିଗଲେ ୮୦ ଲକ୍ଷ ଟଙ୍କାର ମାଲିକ

ନର୍ଥ କାରୋନିଲା: ହିନ୍ଦୁ ଧର୍ମରେ ନାରୀଙ୍କୁ ମାଆ ଲକ୍ଷ୍ମୀଙ୍କ ସ୍ବରୂପ ଭାବେ ବିବେଚନା କରାଯାଏ । ଝିଅମାନଙ୍କୁ ଦେବୀଙ୍କ ଭଳି ପୂଜା କରାଯାଏ । ବିଶ୍ବାସ ରହିଛି ଘରେ ଝିଅଟିଏ ଥିଲେ ମାଆ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସବୁବେଳେ ରହିଥାଏ । ଏହି ଯେମିତି ଆମେରିକାର ନର୍ଥ କାରୋନିଲାର ବ୍ରେଣ୍ଡାଙ୍କୁ ଦେଖନ୍ତୁ । ଧାରକରଜରେ ବୁଡ଼ି ଥିବା ବ୍ରେଣ୍ଡା ରାତାରାତି ଲକ୍ଷପତି ବନି ଯାଇଛନ୍ତି । କାଙ୍ଗାଳୁ ଲକ୍ଷପତି ହେବା ପାଇଁ ସେ ନିଜ ନବଜାତ ଶିଶୁକନ୍ୟାକୁ ଶ୍ରେୟ ଦେଇଛନ୍ତି । କାରଣ ଦୁଇଟି ପିଲାର ମାଆ ବ୍ରେଣ୍ଡା ଯେଉଁଦିନ ସକାଳେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ, ସେହିଦିନ ସନ୍ଧ୍ୟାରେ ତାଙ୍କ ଘରକୁ ଆସିଥିଲା  ଆଉ ଏକ ଖୁସି ଖବର । ଚାହୁଁ ଚାହୁଁ ସେ ୫୩ ଲକ୍ଷ ଟଙ୍କାର ମାଲିକାନି ବନିଯାଇଥିଲେ ।

୨୮ ବର୍ଷିୟା ବ୍ରେଣ୍ଡା ନଭେମ୍ବର ୯ ତାରିଖ ସକାଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସେହିଦିନ ସନ୍ଧ୍ୟାରେ ତାଙ୍କର ଏକ ଲଟେରୀ ଲାଗିଥିଲା । ଯେଉଁଥିରେ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୮୦ ଲକ୍ଷ ଟଙ୍କା ଜିତିଥିଲେ । ଟ୍ୟାକ୍ସ କଟିବା ପରେ ତାଙ୍କ ହାତକୁ ୫୩ ଲକ୍ଷ ଟଙ୍କା ଆସିଛି । ନଭେମ୍ବର ୩୦ ତାରିଖରେ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦିଆଯାଇଛି । ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ବ୍ରେଣ୍ଡା ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଲଟେରୀ ଜିତିବା ପରେ ବ୍ରେଣ୍ଡା କହିଛନ୍ତି, ‘ମୋ ଝିଅ ମୋ ଭାଗ୍ୟ ବଦଳାଇ ଦେଲା । ସେ ମୋ ପାଇଁ ଲକି ଚାର୍ମ ।’

ବ୍ରେଣ୍ଡା କୁହନ୍ତି, ‘ୟୁଏସ ପାଓ୍ବାରବଲ୍ ଲଟେରୀ ଡ୍ର’ ଘୋଷଣା ହେବା ପରେ ମୋ ଖୁସିର ଠିକଣା ନଥିଲା । ମୁଁ ୮୦ ଲକ୍ଷ ଟଙ୍କା ଜିତିଥିବା ଲଟାରୀ ସଂସ୍ଥା ଅଧିକାରୀ ଜଣାଇଥିଲେ । ଏହା ଶୁଣି ମୁଁ କାନ୍ଦି ପକାଇଥିଲି । କଳାରେ ଝିଅ ଜନ୍ମ ହେଲା ଓ ସନ୍ଧ୍ୟାରେ ଲଟାରୀ ଜିତିଲି । ଦୁଇ ଦୁଇଟି ଭଲ ଖବର ପାଇ ଆମ ପରିବାରରେ ଖୁସି ଭରି ଦେଇଛି ।

ବ୍ରେଣ୍ଡା କହିଛନ୍ତି, ‘ଏହି ଟଙ୍କାରେ ପ୍ରଥମେ ମୁଁ ଋଣ ସୁଝିବି । ଏହାପରେ ଅନ୍ୟ କାମରେ ଖର୍ଚ୍ଚ କରିବି ।’ ସୂଚନାଯୋଗ୍ୟ, ପ୍ରତି ଜନ୍ମଦିନରେ ବ୍ରେଣ୍ଡା ଲଟେରୀ କରିଥାନ୍ତି । ହେଲେ କେବେ ତାଙ୍କ ଭାଗ୍ୟରେ ଲଟେରୀ ଲାଗିନଥାଏ ।

ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଭୋଟିଂ ଆଜି: ବିଜେପି-ଆପ୍ ସିଧା ଟକ୍କର

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ନଗର ନିଗମ ନିର୍ବାଚନ ଭାରତରେ ହେବାକୁ ଯାଉଛି । ଆଉ ଏହି ନଗର ନିଗମଟି ହେଲା ଦିଲ୍ଲୀ ନଗର ନିଗମ । ବିଜେପି ଓ ଆପ୍ ମଧ୍ୟରେ ସିଧାସଳଖ ଟକ୍କର । ୨୫୦ ଓ୍ବାର୍ଡରେ ହେଉଥିବା ଏହି ନିର୍ବାଚନରେ ୧୩୪୯ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଉଭୟ ବିଜେପି ଓ ଆପ୍ ପାଇଁ ଅଗ୍ନିପରୀକ୍ଷା ।

ଏପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ପ୍ରାୟ ୪୦ ହଜାର ପୋଲିସ କର୍ମୀ, ୨୦ ହଜାର ହୋମଗାର୍ଡ ଏବଂ ଅର୍ଦ୍ଧସୈନିକ ବଳ ତଥା ରାଜ୍ୟ ସଶସ୍ତ୍ର ପୋଲିସ ବଳର ୧୦୮ କମ୍ପାନୀ ନିୟୋଜିତ ହୋଇଛନ୍ତି । ସମ୍ୱେଦନଶୀଳ କ୍ଷେତ୍ରରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ୬୦ ଡ୍ରୋନର ବ୍ୟବହାର କରାଯିବ । ଏମସିଡିର ୨୫୦ ୱାର୍ଡରେ ନିର୍ବାଚନକୁ ନଜରରେ ରଖି ପୋଲିସ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ତଥା ମତଦାତାଙ୍କୁ ପ୍ରୋଲଭନ ଦେଖାଉଥିବା ଘଟଣା ଉପରେ ନଜର ରହିବ । ପୋଲିସ, ଅର୍ଦ୍ଧସୈନିକ ବଳ ଏବଂ ହୋମଗାର୍ଡ ଏଥିପାଇଁ ଅଭ୍ୟାସ ମଧ୍ୟ କରିଛନ୍ତି । ନିରପେକ୍ଷ ଆଚରଣ ପ୍ରଦର୍ଶନ କରିବା, ଉପଦ୍ରବୀଙ୍କୁ ନେଇ ସତର୍କ ରହିବା ଏବଂ ଆଦର୍ଶ ଆଚରଣ ସଂହିତା ଅନୁପାଳନ କରିବାକୁ ପ୍ରୋତ୍ସାହିତ କରାଯାଇଛି । ଏମସିଡି ନିର୍ବାଚନ ପାଇଁ ପୋଲିସ ପ୍ରସ୍ତୁତ ଅଛି । ଦିଲ୍ଲୀର ସାଉଥ୍ ଏବଂ ୱେଷ୍ଟ ଅଞ୍ଚଳର ୭ ଜିଲ୍ଲାରେ ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଆସନ୍ତା ୭ ତାରିଖରେ ଭୋଟ ଗଣତି ହେବ ।

ସୂଚନାଯୋଗ୍ୟ ଦିଲ୍ଲୀର ଏକ କୋଟି ୪୫ ହଜାର ଭୋଟର ୧୩୪୯ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ । ଏମାନଙ୍କ ମଧ୍ୟରେ ୧୦୦ ବର୍ଷରୁ ଅଧିକ ବୟସରର ୨୨୯ ଭୋଟର୍ ଅଛନ୍ତି । ୮୦ରୁ ୧୦୦ ବର୍ଷ ମଧ୍ୟରେ ୨ ଲକ୍ଷ ୪ ହଜାର ୩୦୧ ଅଛନ୍ତି । ନୂଆ ଭୋଟରଙ୍କ ସଂଖ୍ୟା ୯୫ ହଜାର ୪୫୮ ରହିଛି ।

ବିସ୍ଫୋରକ ବୋଝେଇ ଟ୍ରକ ଜବତ

ବୌଦ୍ଧ: ବାଉଁଶୁଣୀ ଥାନା ସିଆଲିମୁଣ୍ଡା ଛକରୁ ବିସ୍ଫୋରକ ବୋଝେଇ ଟ୍ରକ ଜବତ । ଟ୍ରକ ଚାଳକ ରାଜେଶ ପ୍ରଧାନଙ୍କୁ ଅଟକ ରଖିଛି ପୋଲିସ । ଟ୍ରକଟି ବିସ୍ଫୋରକ ନେଇ ଗୋଛପଡା ସ୍ଥିତ ରାମଚଣ୍ଡୀ କ୍ରସରକୁ ଯାଉଥିବା ବେଳେ ସିଆଲିମୁଣ୍ଡା ଛକରେ ଗ୍ରାମବାସୀ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ । ପରେ ପାଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା । ଏନେଇ କ୍ରସର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ଟ୍ରକରେ କେତେ ପରିମାଣର ବିସ୍ଫୋରକ ଅଛି ସେ ନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନି ।

ନିୟମ ଉଲଂଘନ କରି ସାମ୍ବାଦିକଙ୍କୁ ଆକ୍ରମଣ କଲେ ବିଜେପି ପ୍ରାର୍ଥୀ, ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିୟମ ଭାଙ୍ଗିଛନ୍ତି ବିଜେପି ପ୍ରାର୍ଥୀ । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଶୃଙ୍ଖଳା କରିଛନ୍ତି । ପ୍ରଚାର ସମୟ ସରିବି କ୍ୟାମ୍ପେନ କରୁଥିଲେ ପ୍ରଦୀପ ପୁରୋହିତ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏଥିପାଇଁ ପ୍ରଦୀପଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଅନ୍ୟପଟେ ସମୟ ସରିବା ପରେ ପ୍ରଦୀପଙ୍କ ପ୍ରଚାର ବେଳେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଏଥିରେ ଉତ୍ତ୍ୟକ୍ତ ହୋଇ ନନ୍ଦିଘୋଷ ଟିଭି ଉପରକୁ ଆକ୍ରମଣ କରିଥିଲେ ବିଜେପି କର୍ମୀ । ପ୍ରଦୀପଙ୍କ ନିର୍ଦ୍ଦେଶରେ ନନ୍ଦିଘୋଷ ଟିଭି ଉପରକୁ ଆକ୍ରମଣ ହୋଇଥିଲା । ଯେଉଁଥିରେ ନନ୍ଦିଘୋଷ ଟିଭିର ରିପୋର୍ଟର ଓ କ୍ୟାମେରା ମ୍ୟାନ ଗୁରୁତର ହୋଇଛନ୍ତି । ବିଜେପିର ଏଭଳି ଗୁଣ୍ଡାରାଜକୁ ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ଶ୍ରୀମନ୍ଦିର ଉପରେ ଡ୍ରୋନ ଦ୍ୱାରା ଭିଡିଓ ଭାଇରାଲ ଘଟଣା, ଡିଲିଟ୍ ହେଲା ଭିଡିଓ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଦ୍ବାରା ଭିଡିଓ ଭାଇରାଲ ଘଟଣା । ସଂପୃକ୍ତ ସଂସ୍ଥା ପକ୍ଷରୁ ଓ୍ୱେବସାଇଟରୁ ଡିଲିଟ କରାଗଲା ଭିଡିଓ । ଭିଡିଓ ଓ୍ୱେବସାଇଟରେ ଛାଡିଥିଲେ ୟୁନିଫାଏଡ ଅନିମେଶ । ପଶ୍ଚିମବଙ୍ଗର ଏକ ୟୁଟ୍ୟୁବ ଚ୍ଯାନେଲ ୟୁନିଫାଏଡ଼ ଅନିମେଶରେ ଅପଲୋଡ କରିଥିଲା ଭିଡିଓ । ୟା ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସଂପୃକ୍ତ ସଂସ୍ଥା ମନ୍ଦିରର ଭିଡିଓ ଓ ଫଟୋ ଉଠାଇ ମୋଟା ଅଙ୍କରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ବିକ୍ରି ହେଉଛି ଶ୍ରୀମନ୍ଦିରର ଭିଡିଓ ! ଏକ ମିନିଟକୁ ଏକ ଲକ୍ଷ ! ଗୋଟିଏ ଫଟୋକୁ ୨୦ ହଜାର ଟଙ୍କା ! ସୋସିଆଲ ମିଡିଆରେ ରାକେଟ ଚଳାଇଛି ୟୁନିଫାଏଡ଼ ଅନିମେଷ ।
ଏପଟେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ସଟ୍ । ୟୁନିଫାଏଡ଼ ଅନିମେଷ ନାମକ ୟୁଟ୍ୟୁବରେ ଅପଲୋଡ ହୋଇଛି ଭିଡିଓ । ଏହି ସଂସ୍ଥା ପଶ୍ଚିମବଙ୍ଗରେ କାର୍ଯ୍ୟକରୁଥିବାବେଳେ ଦେଶର ପ୍ରମୁଖ ମନ୍ଦିରର ଭିଡିଓ ଉତ୍ତୋଳନ କରି ଓ୍ବେବସାଇଟ ଅପଲୋଡ କରେ । ପ୍ରଶ୍ନ ଉଠୁଛି, ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ନିଷିଧ ହୋଇ ବି ଏହି ସଂସ୍ଥା କେମିତି କଲା ଭିଡିଓ ଉତ୍ତୋଳନ ? ଭିଡିଓ ପ୍ରାରମ୍ଭରୁ ପୁରୀ ପୋଲିସକୁ ଦିଆଯାଇଛି ଧନ୍ୟବାଦ ।

ଯାହାକି ସ୍ଥାନୀୟ ଲୋକଙ୍କ ସଂପୃକ୍ତି ସନ୍ଦେହକୁ ଘନୀଭୁତ କରିଛି । ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଭଏସ ଅଫ କମନ ମ୍ୟାନ । ସେପଟେ ଆଇଟି ଏକ୍ସପର୍ଟ ମଧ୍ୟ ମତ ରଖିଛନ୍ତି । ପୂର୍ବରୁ ମଧ୍ୟ ଏକାଧିକ ବିଦେଶୀ ସଂସ୍ଥା ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ଉତ୍ତୋଳନ କରିଥିଲେ । ପରବର୍ତ୍ତି ସମୟରେ ଏହାକୁ ଅପସାରଣ କରାଯାଇଥିଲା । ଅନେକ ସମୟରେ ମନ୍ଦିର ଭିତର ଫଟୋ ଉଠାଇବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏନେଇ ଥାନାରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲେ ବି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇନି । ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ନଜର ।

ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ଆକ୍ରମଣ, ନିନ୍ଦା କଲା ଓଡ଼ିଶା

ଭୁବନେଶ୍ୱର: ନନ୍ଦିଘୋଷ ଟିଭି ଉପରେ କାହିଁକି ଏପରି ଆକ୍ରମଣ । ଅନ୍ଧାରୀ ବିଜେ ଧରାପଡ଼ିବା ପରେ ରକ୍ତମୁଖା ହେଲା କି ବିଜେପି? ସତ ଦେଖାଇବା ସାମ୍ବାଦିକର କାମ, ତାହାଲେ କାହିଁକି ଟାର୍ଗେଟ୍ ? ଆଚରଣ ବିଧି ଉଲ୍ଲଂଘନ କଲେ, ଦେଖାଇବାରୁ ଆକ୍ରୋଶ କାହିଁକି? ଓଡ଼ିଶାରେ ୟୁପି’ ଷ୍ଟାଇଲ୍ ଗୁଣ୍ଡାଗର୍ଦ୍ଦି କରୁଛି କି ବିଜେପି ? ସମୟ ସରିବା ପରେ କାହିଁକି ପ୍ରଚାର କରୁଥିଲେ ବିଜେପି ପ୍ରାର୍ଥୀ ?

ପଦମପୁର ଉପନିର୍ବାଚନର ଆଜି ଥିଲା ପ୍ରଚାରର ଶେଷ ଦିନ  । ସମୟ ଅବଧି ଶେଷ ହେବା ପରେ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କରୁଥିଲେ ପ୍ରଚାର  । ନିର୍ବାଚନ କମିଶନଙ୍କ ଆଚରଣ ବିଧିକୁ କରୁଥିଲେ ଖୁଲମଖୋଲା ଉଲ୍ଲଂଘନ  । ଏହାକୁ ନେଇ ବିଜେପି ପ୍ରାର୍ଥୀଙ୍କୁ ପ୍ରଶ୍ନ କରିଥିଲେ ନନ୍ଦିଘୋଷ ଟିଭି ସାମ୍ବାଦିକ ରାଜକିଶୋର ବେହେରା  । ଯାହାକୁ ନେଇ ଉତକ୍ଷୀପ୍ତ ହୋଇ ପଡିଥିଲେ ବିଜେପି ପ୍ରାର୍ଥୀ ଓ ତାଙ୍କ କର୍ମୀ  ।

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କ ଉପଜରେ କରିଥିଲେ ମରଣାନ୍ତକ ଆକ୍ରମଣ  । ଏହି ଆକ୍ରମଣକୁ ନେଇ ନିନ୍ଦା ପ୍ରକଟ କରିଛି ଓଡିଶା । ସାମ୍ବାଦିକଙ୍କ ଠାରୁ ବୁଦ୍ଧିଜୀବୀ ସମସ୍ତେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି  ।  ନିଜ ଦୋଷ ଲୁଚାଇବାକୁ ସାମ୍ବାଦିକଙ୍କୁ ଆକ୍ରମଣ କଲେ କି ? ସତ ଦେଖାଇବାରୁ ନନ୍ଦିଘୋଷ ଟିଭି ସାମ୍ବାଦିକ ହେଉଛନ୍ତି କି ଟାର୍ଗେଟ୍ ?
ମିଡିଆର ମୁହଁ ବନ୍ଦ କରିବାକୁ ବିଜେପି କାହିଁକି କରୁଛି ପ୍ରୟାସ ? ଆକ୍ରମଣ କରି ଆତଙ୍କ ଖେଳାଇବାକୁ ଉଦ୍ୟମ କରୁଛି କି ବିଜେପି ? ଆକ୍ରମଣ ପାଇଁ ବିଜେପି କର୍ମୀଙ୍କୁ କିଏ ସାହାସ ଦେଉଛି ?

ମେକ ଇନ ଓଡ଼ିଶା ସଫଳ, ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ: ନବୀନ

ଭୁବନେଶ୍ୱର: ମେକ ଇନ ଓଡ଼ିଶାର ୩ୟ ସଂସ୍କରଣ ଆଶାଠୁ ଅଧିକ ସଫଳ ହୋଇଛି । ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟକୁ ସାଢ଼େ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଛି । ଏହାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ହେବ । ବହୁ ପରିଶ୍ରମ କରି ଏ ନିବେଶ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତେ ସହଯୋଗ କରନ୍ତୁ । ମେକ ଇନ ଓଡ଼ିଶା କନକ୍ଳେଭର ଉଦଯାପନୀ ଉତ୍ସବରେ ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଲେ, ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ଦେଖାଇଛନ୍ତି । ନିବେଶକମାନଙ୍କୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ।

ନୂଆ ଓଡ଼ିଶା ଗଠନରେ ସେମାନେ ଭାଗିଦାର ସାଜିବେ । ଫିକିର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ କଣ୍ଟ୍ରି ପାର୍ଟନର ଜାପାନ, ନରଓ୍ବେ ଓ ଜର୍ମାନୀକୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ଶିଳ୍ପ, ବାଣିଜ୍ୟ ନେଇ ଆଗକୁ ସଂପର୍କ ଅଧିକ ସୁଦୃଢ଼ ହେବ । ଏ ଅବସରରରେ ମେକ ଇନ ଓଡ଼ିଶା କନକ୍ଳେଭକୁ ସଫଳ କରାଇବାରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ

ଶିକ୍ଷା ବ୍ୟବସ୍ଥାରେ ନୂତନତ୍ୱ ଓଡିଶାର ୟୁଏସପି

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାରେ ନୂତନତ୍ୱ ଓଡିଶାର ୟୁଏସପି । ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ ଏବେ କେବଳ ଏକ ସ୍ବପ୍ନ ହୋଇ ରହିନାହିଁ, ଏହାକୁ ବାସ୍ତବତାରେ ପରିଣତ କରାଯାଇଛି । ଓଡିଶାର ଯୁବ ଓ ଦକ୍ଷ ମାନବସମ୍ବଳ ଏବେ ଓ ବିଶ୍ବର ଆବଶ୍ୟକତାକୁ ପୂରଣ କରୁଛି । ମେକ ଇନ ଓଡିଶା କନକ୍ଲେଭରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ଟି ନୂଆ ଓଡିଶା ଆଦର୍ଶ ବିଦ୍ୟାଳୟ, ୨୯ଟି ନୂଆ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ସାଧନ କେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲସ୍ତରରେ ଫାଇଭ ଟି ଆଧାରରେ ରୂପାନ୍ତରଣ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ସହ ସରକାରୀ ସ୍କୁଲ ପ୍ରତି ଧିରେ ଧିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିଛି । ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍‌ ଓ କ୍ରୀଡା ଭିତ୍ତିଭୂମୀ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ନାମଲେଖା ହାର ବୃଦ୍ଧି କରିଛି ।

ଜାତୀୟ ସ୍ତରରେ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ଇତିହାସ ସୃଷ୍ଟି କରିଛି । ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରାୟ ୩୦ ଲକ୍ଷ ପୂରାତନ ଛାତ୍ର ସ୍କୁଲ ଶିକ୍ଷା ସହ ଯୋଡି ହୋଇଛନ୍ତି । ରାଜ୍ୟର ସବୁ ବ୍ଲକରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ଗୋଟିଏ ଆଇକନିକ୍ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରୁଛନ୍ତି । ଦକ୍ଷ ଓ କୁଶଳୀ ଶିକ୍ଷକଙ୍କ ସହଯୋଗରେ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପଦମପୁରରେ ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପଦମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ଆଚରଣ ବିଧି ଉଲ୍ଳଂଘନ  । ନିର୍ବାଚନ କମିଶନଙ୍କ ନିୟମକୁ ମାନିଲାନି ବିଜେପି  । ପ୍ରାର୍ଥୀ ପ୍ରଦୀପ ପୁରୋହୀତ ଭୋଟ ଭିକ୍ଷା କରୁଥିବାବେଳେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି  । ଏହି ସମୟରେ ସେଠାରେ ଖବର ସଂଗ୍ରହ କରୁଥିବା ବରିଷ୍ଠ ସାମ୍ବାଦିକ ରାଜକିଶୋର ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ  ।

ଗୁରୁତର ଆହତ ହୋଇଛନ୍ତି ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ରାଜକିଶୋର ବେହେରା  । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି  । ଖବର ସଂଗ୍ରହ ବେଳେ ଏପରି ଆକ୍ରମଣର କାରଣ କଣ ହୋଇପାରେ  । ଏଠି ପ୍ରଶ୍ନ ଉଠୁଛି  କାହିଁକି ନିର୍ଦ୍ଧିଷ୍ଟ ଗଣ ମାଧ୍ୟମର ସାମ୍ବାଦିକଙ୍କୁ ଆକ୍ରମଣ କରୁଛନ୍ତି ବିଜେପି କର୍ମୀ  । କିଛିଦିନ ତଳେ ନନ୍ଦିଘୋଷ ଟିଭିର ଅନ୍ୟ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ବିଜେପି ଗୁଣ୍ଡା  ।

ଆଜି ବରିହାପାଲିରେ ବିଜେପି ପ୍ରାର୍ଥୀ ସମୟ ସରିବା ପରେ ମଧ୍ୟ ପ୍ରଚାର କରୁଥିଲେ  । ନିର୍ବାଚନ କମିଶନଙ୍କ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିଲେ ପ୍ରାର୍ଥୀ  । ସେହି ସମୟରେ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି  । ନନ୍ଦିଘୋଷ ଟିଭି ପ୍ରତିନିଧି ରାଜକିଶୋର ବେହେରେ ଯେତେବେଳେ ପ୍ରଦୀପ ପୁରୋହିତଙ୍କୁ ଏନେଇ ପ୍ରଶ୍ନ କରିଥିଲେ, ସେତେବେଳେ ସେ ଉତକ୍ଷିପ୍ତ ହୋଇ ପଡିଥିଲେ  । ଏଥି ସହିତ ତାଙ୍କ ସାଥିରେ ଥିବା କର୍ମୀ ମଧ୍ୟ ଅଶ୍ଲୀଳ ଭାଷାରେ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ  । ଏଥି ସହିତ କ୍ୟାମେରା ଛଡାଇ ନେଇ ଭାଙ୍ଗି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି  ।