ନନ୍ଦିଘୋଷ ବ୍ୟୁରୋ : ଗଗନଯାନ ଲାଗି ପାରାଚୁଟର ସଫଳ ପରୀକ୍ଷଣ। ଇସ୍ରୋର ବୈଜ୍ଞାନିକମାନେ କରିଛନ୍ତି ଡ୍ରୋଗ ପାରାଚୁଟ। ଗଗନଯାନ ମିଶନର ପାରାଚୁଟ ସିଷ୍ଟମ ଲାଗି ଇଣ୍ଟିଗ୍ରେଟେଡ ମେନ ପାରାଚୁଟ ଡ୍ରପ ଟେଷ୍ଟର ଅଂଶବିଶେଷ ଭାବେ ଏହି ପରୀକ୍ଷଣ କରାଯାଇଛଇ। ଚଣ୍ଡିଗଡ଼ସ୍ଥିତ ଟର୍ମିନାଲ ବାଲିଷ୍ଟିକ୍ସ ରିସର୍ଚ୍ଚ ଲାବରେଟୋରୀର ରେଲ୍ ଟ୍ରାକ ରକେଟ ସ୍ଲେଡ ଫାସିଲିଟିରୁ ଏହି ପରୀକ୍ଷଣ କରାଯାଇଛି।। ଗତ ଡିସେମ୍ବର ୧୮ ଓ ୧୯ରେ ଏହି ପରୀକ୍ଷା କରାଯାଇଛି। ଏହି ଅବସରରେ ୪ ପ୍ରକାରର ୧୦ଟି ପାରାଚୁଟର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣ ବେଳେ ୨ଟି ଆପେକ୍ସ ସେପାରେସନ ପାରାଚୁଟ ପାରାଚୁଟର କମ୍ପୋନେଣ୍ଟର ପ୍ରୋଟେକ୍ଟିଭ କଭରକୁ ବାହାର କରିଥିଲେ। ପରେ ୨ଟି ପାରାଚୁଟ ମଡ୍ୟୁଲର ଗତିକୁ ସ୍ଥିର ରଖିଥାଏ। ପରେ ୩ଟି ମେନ୍ ପାରାଚୁଟର ବ୍ୟବହାର ଲାଗି ୩ଟି ପାଇଲଟ ପାରାଚୁଟ ମୁତୟନ କରାଯାଥିଲା। ପୃଥିବୀର କକ୍ଷପଥରେ ପୁନଃପ୍ରବେଶ ଓ ତଳକୁ ଆଣିବା କ୍ଷେତ୍ରରେ କ୍ରିଉ ମଡ୍ୟୁଲର ସ୍ଥିରତା ଓ ତାହାକୁ ସେଫ ଲେବଲକୁ ଆଣିବା ଲାଗି ଏହି ପାରାଚୁଟ ଆବଶ୍ୟକ ହୋଇଥାଏ। ପୂର୍ବରୁ ଗତ ଅଗଷ୍ଟରେ ଗଗନଯାନ ମିଶନର ଅଂଶବିଶେଷ ସ୍ବରୂପ କ୍ରିଉ ରିକୋଭରୀ ସେଫଟି ଲାଗି ଇସ୍ରୋ ପକ୍ଷରୁ କରାଯାଇଥିଲା ପ୍ରଥମ ଇଣ୍ଟିଗ୍ରେଟେଡ ଏୟାର ଡ୍ରପ ଟେଷ୍ଟ ।
ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ହେଉଛି ତିକ୍ତ, ଦୁଇ ଦେଶ ମଧ୍ଯରେ କୂଟନୈତିକ ଉତ୍ତେଜନା ଜାରି
ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ହେଉଛି ତିକ୍ତ। ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବଢୁଥିବାରୁ ଦୁଇ ଦେଶ ମଧ୍ଯରେ କୂଟନୈତିକ ଉତ୍ତେଜନା ଜାରି ରହିଛି। ବାଂଲାଦେଶର ଅନ୍ତରୀଣ ଶାସକ ମହମ୍ମଦ ୟୁନୁସଙ୍କ ଦୋମୁହାଁ ନୀତି ହିଁ ଭାରତ ଲାଗି ସବୁଠାରୁ ଅଧିକ ବିପଦ ସୃଷ୍ଟି କରୁଛି। ଉଗ୍ରବାଦୀ ସଂଗଠନକୁ ତୋଷଣ କରିବା ଲାଗି ସେ ଦେଶରେ ହିଂସା ରୋକିବାରେ ଅକ୍ଷମ ବୋଲି ଚର୍ଚ୍ଚା ହେଉଛି। ବାଂଲାଦେଶ ଜମାତ-ଇ-ଇସଲାମି, ଇସଲାମି ଛାତ୍ର ଶିବିର, ଅନସୁରୁଲ୍ଲା ବାଂଲା ଟିମ୍, ହିଜବ ଉତ ତାହିର, ଇସଲାମି ଆନ୍ଦୋଳନ ବାଂଲାଦେଶ ଆଦି ସଂଗଠନ ସହ ୟୁନୁସ ହାତ ମିଳାଇଥିବା ସୂଚନା ମିଳୁଛି। ସେପଟେ ଦୁଇ ଦେଶ ମଧ୍ୟରେ ସ୍ଥିରତା ରକ୍ଷା ଲାଗି ଦୁଇ ଦେଶର ସେନାମୁଖ୍ୟମାନେ ଆଲୋଚନା କରିଥିବା ସୂଚନା ମିଳିଛି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର ଉଜ ଜମାନ କହିଛନ୍ତି- ଭାରତର ସେନାମୁଖ୍ୟ ସେ ଦୁଇ ଦେଶ ମଧ୍ୟରେ ସ୍ଥିରତା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହ ଶାନ୍ତି ରକ୍ଷା କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଭାରତ ବିରୋଧୀ ନେତା ଶରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା ସୃଷ୍ଟି ହୋଇଥଇଲା। ବିଶେଷ କରି ଶେଖ ହସିନା ସରକାରର ପତନ ପରଠାରୁ ବାଂଲାଦେଶରେ ହିନ୍ଦୁ ବିରୋଧୀ ମନୋଭାବ ବଢୁଥିବାରୁ ଭାରତ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ବାଂଲାଦେଶରେ ଘଟୁଥିବା ହିଂସାକୁ ସାଧାରଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଚଟ୍ଟୋଗ୍ରାମସ୍ଥିତ ଭାରତର ସହକାରୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ଯାଳୟ ଉଫରେ ଆକ୍ରମଣ ଘଟଣାକୁ ସହଜ ଭାବେ ଗ୍ରହଣ କରାଯାଇପାରିବା ନାହିଁ। ବିଶେଖ କରି ଜମାଏତ-ଇ-ଇସଲାମି ସହ ସମ୍ପର୍କିତ ସଂଗଠନଗୁଡିକ ଜରିଆରେ ଭାରତ ବିରୋଧୀ ହିଂସା ଜାରି ରହିଛି।
ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ
ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ
ନନ୍ଦିଘୋଷ ବ୍ୟୁରୋ: ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିଲେ ତେଲ ମିଳିବ ନାହିଁ । ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଛି । ତେଲ ବିକ୍ରୟକାରୀ କମ୍ପାନୀଗୁଡ଼ିକୁ ଚିଠି ଲେଖିଲା ବାଣିଜ୍ୟ ଓ ପରିବହନ ବିଭାଗ ।
ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ । ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେଉଛି । ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ । ଏଥିପାଇଁ ଗାଡ଼ିଗୁଡିକୁ ନିୟମିତ ବ୍ୟବଧାନରେ ପଞ୍ଜିକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରାଇବାକୁ ହୋଇଥାଏ । ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ବ୍ୟବହାରକାରୀଙ୍କୁ ନିବେଦନ କରାଯାଇଛି ଯେ, ସର୍ବଦା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖନ୍ତୁ । ପ୍ରଦୂଷଣ ସୃଷ୍ଟି କରୁଥିବା ଯାନକୁ ବ୍ୟବହାର କରନ୍ତୁ ନାହିଁ । ପରିବେଶ ସୁରକ୍ଷାରେ ସହଭାଗୀ ହୁଅନ୍ତୁ ।

