spot_img
Home Blog Page 3815

ଆଜି ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ହେବ ଅନ୍ତିମ ସଂସ୍କାର

ଲକ୍ଷ୍ନୗେ: ଆଜି ପଞ୍ଚଭୂତରେ ଲୀନ ହେବେ ଗରିବଙ୍କ ଗଡ ଫାଦର ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମଙ୍କ ଆଜି ହେବେ ଶେଷକୃତ୍ୟ । ଉତ୍ତର ପ୍ରେଦଶ ସେଫାଇରେ ହେବ ଅନ୍ତିମ ସଂସ୍କାର । ୮୨ ବର୍ଷ ବୟସରେ ଗତକାଲି ଆଖି ବୁଜିଥିଲେ ମୁଲାୟମ ।

ରାମ ମନୋହର ଲୋହିୟା ଓ ରାଜ ନାରାୟଣଙ୍କ ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ମୁଲାୟମ ପ୍ରତିଷ୍ଠା କରିଥିଲେ ସମାଜବାଦୀ ପାର୍ଟି। ଦଳରେ ସବୁବର୍ଗ, ସବୁ ଧର୍ମର ପ୍ରତିନିଧିତ୍ବକୁ ଦେଇଥିଲେ ଗୁରୁତ୍ବ । ୧୦ ଥର ବିଧାୟକ, ୭ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ ଓ ଥରେ କେନ୍ଦ୍ରମନ୍ତ୍ରୀ ହୋଇ ପ୍ରତିପାଦିତ କରିଥିଲେ ନିଜର ରାଜନୈତିକ ଦକ୍ଷତା । ମୁଲାୟମଙ୍କ ବିୟୋଗରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳରେ ଶୋକ ପ୍ରକାଶ ପାଇଥିଲା। ଉତ୍ତରପ୍ରଦେଶରେ ୩ଦିନିଆ ଶୋକ ଘୋଷଣା କରାଯାଇଛି।

ଆଜି ନିର୍ବାଚନ କମିଶନଙ୍କ ନିକଟରେ ୩ଟି ଚିହ୍ନ ଦାଖଲ କରିବେ ଏକନାଥ ସିନ୍ଦେ

ମୁମ୍ବାଇ: ଆଜି ନିର୍ବାଚନ କମିଶନଙ୍କ ନିକଟରେ ୩ଟି ଚିହ୍ନ ଦାଖଲ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ । ପୂର୍ବରୁ ଦାଖଲ କରାଯାଇଥିବା ତ୍ରିଶୂଳ, ଉଦିତ ସୂର୍ଯ୍ୟ ଓ ଗଦାକୁ ଇସି ଅଗ୍ରାହ୍ୟ କରିବା ପରେ ନୂଆ ଚିହ୍ନ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଶିବସେନା ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ମିଳିଥିଲା ମଶାଲ ଚିହ୍ନ । ଏହା ସହ ତାଙ୍କ ଦଳର ନାମ ଶିବସେନା ଉଦ୍ଧବ ବାଲା ସାହେବ ଠାକରେ ରହିବ ବୋଲି କହିଥିଲେ କମିଶନ ।

ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀର ନାମ ବାଲାସାହେବାଚି ଶିବସେନା ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଥିଲେ। ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଥିଲା ୩ଟି ନାମ। ତାହାଥିଲା ଶିବସେନା ବାଲାସାହେବ ଠାକରେ, ଶିବସେନା ବାଲାସାହେବ ପ୍ରବୋଧଙ୍କର ଠାକରେ ଓ ଶିବସେନା ଉଦ୍ଧବ ବାଲସାହେବ ଠାକରେ । ଏହା ସହ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଉଦିତ ସୂର୍ଯ୍ୟ, ତ୍ରିଶୂଳ ଓ ମଶାଲ ଚିହ୍ନ ନିମନ୍ତେ କରାଯାଇଥିଲା ଆବେଦନ।

ସେପଟେ ଏକନାଥ ସିନ୍ଦ ଗୋଷ୍ଠୀର ନାମ ବାଲାସାହେବାଚି ଶିବସେନା ରହିବ ବୋଲି ନିଷ୍ପତ୍ତି ନେଇଥିଲେ କମିଶନ । ତେବେ ସିନ୍ଦେ କ୍ୟାମ୍ପ ପକ୍ଷରୁ ବିକଳ୍ପ ସିମ୍ବଲ ଦାଖଲ ଲାଗି ନିର୍ବାଚନ କମିଶନ ଦେଇଥିଲେ ନିର୍ଦ୍ଦେଶ । ଆସନ୍ତା ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ଶିବସେନାର ଦୁଇ ଗୋଷ୍ଠୀଙ୍କୁ ଚିହ୍ନ ଲାଗି ଆବେଦନ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ କମିଶନ ।

ଆଜିଠୁ ଆରମ୍ଭ ଅଣ୍ଡର-17 ମହିଳା ଫିଫା ବିଶ୍ବକପ

ଭୁବନେଶ୍ୱର: ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ଚାଲିବ ଫିଫା ବିଶ୍ବକପ ଫିଭର। ଅଣ୍ଡର-17 ମହିଳା ଫିଫା ବିଶ୍ବକପର ମଜା ନେବେ ଦର୍ଶକ। ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଭାରତ ଓ ଶକ୍ତିଶାଳୀ ଆମେରିକା।

ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବା ପାଇଁ ଉଭୟ ଟିମ ଲକ୍ଷ୍ୟ ରଖିଥିବା ବେଳେ, ଭାରତ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ଆମେରିକାକୁ ଧୂଳିସାତ କରିବାକୁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛି।

FIFA Women's World Cup Match To Be Played In Kalinga Stadium

ତେବେ ଶାନ୍ତି ଶୃଙ୍ଖଳା ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡ଼ିୟମ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି।

ପୁଣି ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିପାରେ ଋଷ

କିଭ୍: ପୁଣି ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ତୟାର ଋଷ। ଗତକାଲି ୟୁକ୍ରେନ ରାଜଧାନୀ କିଭ୍ ସମେତ ଅନେକ ସହରେ ଏୟାର ଷ୍ଟ୍ରାଇକ ପରେ ରାଷ୍ଟ୍ରୀୟ ନିରାପତ୍ତା ପରିଷଦ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସାରା ୟୁକ୍ରେନରେ ଏୟାରରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ଶହ ଶହ ଲୋକ ୟୁକ୍ରେନ ଛାଡୁଥିବା ପରିଲକ୍ଷିତ ହୋଇଛି।

କିଭ୍ ଉପରେ ଆକ୍ରମଣକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି । ତେଣେ ୟୁକ୍ରେନରେ ରହୁଥିବା ଭାରତୀୟ ନାଗରକିଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରିଛି ଭାରତୀୟ ଦୂତାବାସ । ଅଯଥାରେ ବାହାରେ ନ ବୁଲିବାକୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ୟୁକ୍ରେନରେ ଖୁବ ଶୀଘ୍ର ପହଞ୍ଚିବ ଜର୍ମାନୀର ଏୟାର ଡିଫେନ୍ସ ସିଷ୍ଟମ। ଏହା ଦ୍ବାରା ୟୁକ୍ରେନ ଅଧିକ ଶକ୍ତିଶାଳୀ ହେବ। ଗତକାଲି କିଭ୍ ଉପରେ ୮୪ରୁ ଅଧିକ ମିଶାଇଲ ଆଟାକ କରାଯାଇଥିବାବେଳେ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଓ ଶକ୍ତି ଭିତ୍ତିଭୂମିକୁ ଋଷ ବାହିନୀ କରିଥିଲା ଟାର୍ଗେଟ।

ସେପଟେ ଆକ୍ରମଣ ଘନୀଭୂତ ହେଉଥିବାରୁ ଶହ ଶହ ୟୁକ୍ରେନୀୟ ମୋଲଡୋଭାରେ ଆଶ୍ରୟ ନେବାରେ ଲାଗିଛନ୍ତି। ତେଣେ ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ କହିଛନ୍ତି ଋଷ ଓ ବେଲାଋଷ ମିଳିତ ସାମରିକ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଗତ ଫେବ୍ରୁଆରୀରେ ୟୁକ୍ରେନ ହାମଲା ପରଠାରୁ ବେଲାଋଷ ସହ ଋଷର ସାମରିକ ସହଭାଗିତା ବଢିଥିବା ରିପୋର୍ଟରୁ ପ୍ରକାଶ।

୮ ଆଇଏଏସଙ୍କୁ ନୂଆ ଦାୟିତ୍ବ, ବଦଳିଲେ ନୟାଗଡ ଜିଲ୍ଲାପାଳ

ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ । ୮ ଆଇଏଏସଙ୍କୁ ନୂଆ ଦାୟିତ୍ବ  ।  ରବୀନ୍ଦ୍ରନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି  । ଡ. ପୋମା ଟୁଡୁ ଓଡ଼ିଶା ଷ୍ଟେଟ ମେଡିକାଲ କର୍ପୋରେସନ MD ଭାବେ ବଦଳି ହୋଇଛନ୍ତି  । ନୟାଗଡ଼ ଜିଲ୍ଲାପାଳ ଥିଲେ ପୋମା ଟୁଡୁ ।

ସେହିଭଳି କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ  । ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି  । କେ ଆଶୁତୋଷଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ, ମଧୁମିତାଙ୍କୁ ବାଲିଗୁଡା ଉପଜିଲ୍ଲାପାଳ ଭାବେ, ବେଦଭୂଷଣଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଭାବେ, ସି.କେ ମୋତିରାମଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି  ।

ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କଲେ ନବୀନ, ବୃନ୍ଦାବତୀ ନିବାସରେ ରହିବା ପାଇଁ ବ୍ୟବସ୍ଥା

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାୟୀ ହବିଷ୍ୟାଳୀ ଶିବିର ବୃନ୍ଦାବତୀ ଭକ୍ତ ନିବାସର ଲୋକାର୍ପଣ ସହ ହବିଷ୍ୟାଳୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମା ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବାରୁ ପ୍ରଶଂସା କରିଛନ୍ତି ହବିଷ୍ୟାଳୀ । ହବିଷ୍ୟାଳି ମା’ ମାନଙ୍କ ଦର୍ଶନ, ପୂଜନ, ଭଜନ, କୀର୍ତ୍ତନ ଆଦିର ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ୩ ଜଣ ହବିଷ୍ୟାଳି ମା ଗଞ୍ଜାମର ଉର୍ମିଳା ପଟ୍ଟନାୟକ, ମୟୂରଭଞ୍ଜର ସାବିତ୍ରୀ ବିନ୍ଧାଣି ଓ ପୁରୀର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ମତବ୍ୟକ୍ତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେବା ସହ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଛନ୍ତି ।

ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧ ହଜାର ୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚି ସାହି କଲ୍ୟାଣ ମଣ୍ଡପରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା କରାଯାଇଛି ।

ମଶାଲ ଧରି ମହାରାଷ୍ଟ୍ର ମଇଦାନରେ ଲଢିବେ ଉଦ୍ଧବ ଠାକରେ

ମୁମ୍ବାଇ: ନିର୍ବାଚନ ଚିହ୍ନକୁ ନେଇ ଚାଲିଥିବା ଲଢେଇ ମଧ୍ୟରେ ଉଦ୍ଧବ ଠାକରେଙ୍କୁ ମିଳିଲା ମଶାଲ ଚିହ୍ନ  । ସେହିପରି ଦଳର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଛି  ।

ସେପଟେ ଏକନାଥ ସିନ୍ଧେ ଗୋଷ୍ଠୀଙ୍କୁ ବାଲା ସାହେବଚି ଶିବସେନା ନାଁରେ ସନ୍ତୁଷ୍ଟ ହେବାକୁ ପଡିଛି  । କିନ୍ତୁ ଦଳୀୟ ଚିହ୍ନରେ ଏଯାଏଁ ମୋହର ମାରି ନାହାନ୍ତି ନିର୍ବାଚନ ଆୟୋଗ  । ଦଳୀୟ ଚିହ୍ନ ପାଇଁ ସିନ୍ଧେ ଗୋଷ୍ଠୀକୁ ୩ ଟି ବିକଳ୍ପ ମଗାଯାଇଛି  ।

ସୋମବାର ଉଦ୍ଧବ ଠାକରେଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା  । ଯାଚିକା ଆଧାରରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିଙ୍କୁ ବିରୋଧ କରାଯାଇଥିଲା  । ଯେଉଁଠାରେ ଶିବସେନାର ଦଳୀୟ ଚିହ୍ନକୁ ଫ୍ରିଜ କରିଦିଆଯାଇଛି  ।

ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ଭୌଗୋଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି । ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ । ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ ।

ଏସବୁକୁ ବିଚାରକରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର “ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି” । ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ ।

ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି । ଏକ  ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି ।

ଗୋପାଳପୁର ଓ ପାରାଦ୍ୱୀପ ଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ( ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର)   ସ୍ଥାପନ କରାଯାଇଛି । ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର୍ଯ୍ୟ କରିପାରିବ ।

ଏସବୁ ଆଧୁନିକ ଭିତ୍ତିଭୂମି ସ୍ଥିତିର ପର୍ଯ୍ୟବେକ୍ଷଣ କରିବା ସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି ।

ବାତ୍ୟାରେ  ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ  ବ୍ୟବସ୍ଥା ଅଧିକ  କ୍ଷତିଗ୍ରସ୍ତ ହେଉଥିବାରୁ  ମୋବାଇଲ୍ ଟେଲିକମ୍-ଟାଓ୍ୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବଷ୍ଟେସନ୍ ଏବଂ ଯଥେଷ୍ଟ ସଂଖ୍ୟକ ମାନବ ସମ୍ବଳ ଆଦିର  ଆକଳନ ଏବଂ  ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ  ପାଇଁ ପ୍ରସ୍ତୁତ ରହିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡା ପାନୀୟ ଜଳ ପାଇଁ  ଗ୍ରାମ ଓ ସହରାଞ୍ଚଳରେ ଥିବା  ହ୍ୟାଣ୍ଡପମ୍ପ ଗୁଡିକୁ କାର୍ଯ୍ୟକ୍ଷମ ରଖିବା ସହ ବାତ୍ୟା  ଅତିକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ପାନୀୟ ଜଳ ଯୋଗାଣ  ବ୍ୟବସ୍ଥା କାର୍ଯ୍ୟକ୍ଷମ  କରିବାକୁ ପୂର୍ଣ୍ଣ ପ୍ରସ୍ତୁତି  ନିମନ୍ତେ ନିର୍ଦ୍ଦେଶ  ଦେଇଛନ୍ତି । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ ଏବଂ ଡ଼ାକ୍ତରୀ ଟିମ୍ ଆଦି  ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ମାନଙ୍କର ସବୁ ଉପକରଣକୁ  ସଠିକ ଭାବେ  ଯାଞ୍ଚ୍ କରିବା ପାଇଁ  ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଛି ।  ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ ।

ତୁରନ୍ତ ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦ୍ବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ  ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି  କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ  ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ  କୁହାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ସଚିବ ସତ୍ୟବ୍ରତ  ସାହୁ, ଜଳ ସଂପଦ ବିଭାଗ  ଅତିରିକ୍ତ ସଚିବ ଅନୁ ଗର୍ଗଙ୍କ  ସମେତ  ବାତ୍ୟା ପରିଚାଳନା ସହ  ସଂପୃକ୍ତ  ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ,  ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ  ଆବଶ୍ୟକୀୟ  ତଥ୍ୟ  ଉପସ୍ଥାପନ  କରିଛନ୍ତି । ନୌସେନା, ଭାରତୀୟ ସେନା, କୋଷ୍ଟଗାର୍ଡ଼ ଓ ଭାରତୀୟ ପାଣିପାଗ ବିଭାଗ  ଆଦିର ବରିଷ୍ଠ ଅଧିକାରୀମାନେ  ମଧ୍ୟ ବୈଠକରେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଛନ୍ତି ।

ଶୁଣିଲେନି ସୁପ୍ରିମକୋର୍ଟ, ଚଳିତ ଥର ବି ଦିଲ୍ଲୀରେ ଫୁଟିବନି ବାଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ଥର ଫୁଟିବନି ବାଣ  । ଆତସବାଜିରେ କଟକଣା ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ  । ଦୀପାବଳି ଛୁଟି ପୂର୍ବରୁ ପୁଣିଥରେ ଏହି ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ହେଲେ ପ୍ରଦୂଷଣକୁ ନେଇ ଦିଲ୍ଲୀ ଓ ଏନସିଆର ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ ନାହିଁ ବୋଲି ସିଧାସଳଖ ମନା କରି ଦେଇଛନ୍ତି ମାନ୍ୟବର ଅଦାଲତ ।

ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀରେ ଆତସବାଜିକୁ ଅନୁମତି ଦେବା ପାଇଁ ଯାଚିକା ଦାଖଲ କରିଥିଲେ । ମନୋଜ ତିୱାରୀ ନିଜ ଆବେଦନରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ସଂସ୍କୃତି ବିରୋଧ  । ଏଣୁ ମାନ୍ୟବର କୋର୍ଟ ମାମଲାର ପୁନଃର୍ବିଚାର ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ ବିଜେପି ନେତା । ଆଜି ସେହି ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ  । ଆସନ୍ତା ବର୍ଷ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଶୁଣାଇ ଦେଇଛନ୍ତି କୋର୍ଟ ।

ସୋମବାର ଶୁଣାଣି କରି ନ୍ୟାୟଧୀଶ ଏମ ଆର ଶାହଙ୍କ ବେଞ୍ଚ ସିଧାସଳଖ କହିଛନ୍ତି ଯେ ଆତସବାଜିରେ ପ୍ରତିବନ୍ଧକ ହଟାଇବୁ ନାହିଁ  । ଦିଲ୍ଲୀ ଓ ଏନସିଆରକୁ ନେଇ ଯାହା ନିଷ୍ପତ୍ତି ତାହା ଏକଦମ ସ୍ପଷ୍ଟ ବୋଲି କଡା ଭର୍ତ୍ସନା କରିଛନ୍ତି କୋର୍ଟ  । କିଛି ବର୍ଷ ଧରି ଦିଲ୍ଲୀରେ ଆତସବାଜିରେ ପ୍ରତିବନ୍ଧକ ଲାଗିଛି  ।

କାଳିଆର କୋଠଭୋଗ ପାଇଁ ପିପିଲିରୁ ଗଲା ସ୍ବତନ୍ତ୍ର ନଡିଆ

ପୁରୀ: ମହାପ୍ରଭୁଙ୍କ ପାଇଁ ପିପିଲିରୁ ଗଲା ନଡ଼ିଆ  । ପବିତ୍ର କାର୍ତ୍ତିକ ମାସରେ ସ୍ବତନ୍ତ୍ର କୋଠଭୋଗ ପାଇଁ ନଡ଼ିଆ ପଠାଯାଇଛି  । ପୌରାଣିକ କଥାବସ୍ତୁ ଅନୁସାରେ ଶ୍ରୀମନ୍ଦିର ସଂସ୍କୃତି ସହିତ ପିପିଲିର ରହିଛି ନିବିଡ଼ ସମ୍ପର୍କ । ଭକ୍ତ ଦାସିଆଙ୍କ ନଡ଼ିଆ ଗ୍ରହଣ କରିଥିଲେ ମହାପ୍ରଭୁ  ।

୨୦୧୫ରୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ କାର୍ତ୍ତିକ ମାସରେ କୋଠଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁମାନେ ନଡ଼ିଆ ପଠାଇଥାନ୍ତି  । ଗତ ଆଠବର୍ଷ ଧରି ଗତିଃଶ୍ବରଦେବଙ୍କ ପୀଠରୁ ମହାପ୍ରଭୁଙ୍କ କୋଠଭୋଗ ପାଇଁ ନଡ଼ିଆ ପଠାଯାଉଛି । ଗତବର୍ଷ ୮୦୦ କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା  । ଏବର୍ଷ ୧୨୫୦ ନଡ଼ିଆ ସ୍ବତନ୍ତ୍ର ଗାଡ଼ି ଯୋଗେ ପଠାଯାଇଛି । ନାମ ସଂକୀର୍ତ୍ତନ ସହ ନଡ଼ିଆ ବସ୍ତାକୁ ଶ୍ରୀକ୍ଷେତ୍ର ନେଇଛନ୍ତି ଶ୍ରଦ୍ଧାଳୁ  ।

ଏହାକୁ ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରାଯାଇଛି  । ଜଗନ୍ନାଥଙ୍କ ସେବାରେ ସାମିଲ ହୋଇ ନିଜକୁ କୃତାର୍ଥ ମଣିଛନ୍ତି ଭକ୍ତ  ।