spot_img
Home Blog Page 3816

ପୁରୀରେ ଫୁଡ୍ କୋର୍ଟ ଭି-ବ୍ରାନ୍ସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡରେ ଫୁଡ୍ କୋର୍ଟ ଭି-ବ୍ରାନ୍ସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ଆତିଥେୟତା ଦେବା ସହ ସେମାନଙ୍କୁ ରୁଚି ଅନୁସାରେ ଖାଦ୍ୟ ଯୋଗାଇଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନ ଓ ଏସ୍.ଏସ୍ consortium ଗ୍ରୁପ ସହଭାଗିତାରେ ଆରମ୍ଭ ହୋଇଛି ଏହି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ଫୁଡ୍ କୋର୍ଟ । ଏହି ଫୁଡ୍ କୋର୍ଟ v-branceର ଗୋଟିଏ ଛାତ ତଳେ ବେଙ୍ଗଲୀ ଖାଦ୍ୟକୁ ନେଇ ହାଓ୍ୱଡା ଏକ୍ସପ୍ରେସ, ଦକ୍ଷିଣ ଭାରତୀୟ ଖାଦ୍ୟକୁ ନେଇ ଚେନ୍ନାଇ ଏକ୍ସପ୍ରେସ, କଣ୍ଟିନେଣ୍ଟାଲ ଖାଦ୍ୟକୁ ନେଇ ୟୁରୋଷ୍ଟାର ଏକ୍ସପ୍ରେସ, ଚାଇନିଜ ଖାଦ୍ୟକୁ ନେଇ ଓରିଏଣ୍ଟ ଏକ୍ସପ୍ରେସ, ଭାରତୀୟ ଖାଦ୍ୟକୁ ନେଇ ହିମ୍ ସାଗର ଏକ୍ସପ୍ରେସ ଖୋଲାଯାଇଛି ।

ଏକକାଳୀନ ୩ ଶହ ପର୍ଯ୍ୟଟକ ସେମାନଙ୍କ ରୁଚି ମୁତାବକ ଖାଦ୍ୟର ମଜା ନେଇପାରିବେ । ଦଶ ହଜାର ବର୍ଗ କ୍ଷେତ୍ର ପରିମିତ ଅଞ୍ଚଳକୁ ଜନସାଧାରଣଙ୍କ ଅବସର ବିନୋଦନ ନିମନ୍ତେ ଲ୍ୟାଣ୍ଡ ସ୍କାପିଂ ବ୍ୟବସ୍ଥା କରାଯାଇଛି । ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଉଦଘାଟନ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ହୋଟେଲ ଆସୋସିଏସନ୍ ସଭାପତି ରାମକୃଷ୍ଣ ଦାସ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପଦମପୁରରେ ହିଂସା ଆପଣାଉଛି ବିଜେପି, ପ୍ରଚାରରେ ଅପରାଧୀଙ୍କୁ କରୁଛି ସାମିଲ

ଭୁବନେଶର: ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଗୁଣ୍ଡାଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେପି । ଅପହରଣ ନାଟକ ରଚିଥିବା ଦିଲ୍ଲୀପ କୁମାର ସେନାପତି ଜଣେ ଅଭ୍ୟସଗତ ଅପରାଧୀ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ସୁନ୍ଦରଗଡ଼ରୁ ଦିଲ୍ଲୀପ କୁମାର ସେନାପତିଙ୍କ ଭଳି ଜଣେ ଅପରାଧୀଙ୍କୁ ବିଜେପି ଆଣି ପଦ୍ମପୁରରେ ବ୍ୟବହାର କରୁଛି । ୫ ଦିନ ହେଲାଣି ଛତିଶଗଡ଼ରୁ ଗୁଣ୍ଡା ଆଣି ଝାରବନ୍ଧରେ ଟଙ୍କା ବାଣ୍ଟୁଛି ବିଜେପି । ଗତକାଲି ଦୁଇ ଜଣ ବିଜେଡି କର୍ମୀଙ୍କୁ ଦିଲ୍ଲୀପ ଧମକ ଦେଇଥିଲେ । ଏବେ ସତ ସାମ୍ନାକୁ ଆସିବା ପରେ ବିଜେପି ଚୁପ୍ ହୋଇଯାଇଛି । ସୁନ୍ଦରଗଡ଼ରୁ ଆସିଥିବା ଅପରାଧୀଙ୍କୁ ତୁରନ୍ତ ତଡ଼ିପାର କରିବା ପାଇଁ ଦାବି କରିଛି ବିଜେଡି ।

ଏସଏଚଜି ପାଇଁ ବଡ଼ ଘୋଷଣା, ବିନା ସୁଧରେ ମିଳିବ ୫ ଲକ୍ଷ ଟଙ୍କା ଋଣ

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ସରକାରଙ୍କ ବଡ଼ ଘୋଷଣା । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମିଶନ ଶକ୍ତି ମନ୍ତ୍ରୀ । ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିଲା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମିଳିପାରିବ ।

ମୃତ୍ୟୁହାର ହ୍ରାସରେ ରେକର୍ଡ, ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ମାତୃ ମୃତ୍ୟୁହାର ହ୍ରାସରେ ଓଡ଼ିଶାର ରେକର୍ଡ । ସାରା ଦେଶରେ MMR ହ୍ରାସରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ । ୨୦୧୭ରେ ଓଡ଼ିଶାରେ ମାତୃ ମୃତ୍ୟୁହାର ୧୬୮ ଥିଲା । ୨୦୨୦ରେ ପ୍ରତି ଲକ୍ଷରେ MMR ୧୧୯ରେ ପହଞ୍ଚିଛି । ୩ ବର୍ଷରେ ଓଡ଼ିଶାରେ MMR ହ୍ରାସ ହୋଇଛି ୪୯ ପଏଣ୍ଟ । ଜାତୀୟ ହ୍ରାସ ହାର ୨୫ ଥିବାବେଳେ ଓଡ଼ିଶାରେ ହ୍ରାସ ହାର ୪୯ ରହିଛି ।

ଆଉ ଶତ୍ରୁର ଡ୍ରୋନକୁ ଡର ନାହିଁ, ଭାରତୀୟ ସେନାରେ ସାମିଲ ହେବ ’ଇଗଲ ବାହିନୀ’

ନୂଆଦିଲ୍ଲୀ: ଏବେ ଆଉ ଶତ୍ରୁର ଡ୍ରୋନକୁ ଡର ନାହିଁ । ଇଣ୍ଡିଆନ୍ ଆର୍ମିରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ‘ଇଗଲ ବାହିନୀ’ । ଏଥିପାଇଁ ଚାଲିଛି ଜୋରଦାର ପ୍ରୟାସ । ଶତାଧିକ ଚିଲଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଶତ୍ରୁ ପଟର କୌଣସି ଡ୍ରୋନ୍ ସୀମା ଟପୁଟପୁ ଆଖି ପିଛୁଳାକେ ଝାମ୍ପିନେବେ ଏହି ଚିଲ ସେନା ।

ଏଣିକି ଚୀନ କି ପାକିସ୍ତାନର ଗୁପ୍ତଚର ଡ୍ରୋନକୁ ମାରି ଖସାଇବାକୁ ଆଉ ଆଣ୍ଟି ଡ୍ରୋନ୍ ଗନର ଆବଶ୍ୟକତା ପଡ଼ିବନି । କାରଣ ଭାରତୀୟ ସେନାରେ ଆଉ ଏକ ଶକ୍ତି ସାମିଲ ହେବାକୁ ଯାଉଛି, ଚିଲ ଶକ୍ତି । ଏହି ସେନାରେ ଅଛନ୍ତି ଶହଶହ ପ୍ରଶିକ୍ଷିତ ଚିଲ, ଯିଏ ଶତ୍ରୁର ଡ୍ରୋନକୁ କ୍ଷଣକେ ଚୁରମାର କରିପକାଇବେ । ଏଥିପାଇଁ ଭାରତୀୟ ସେନା ଏମାନଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଙ୍ଗ ଦେଉଛି । ଖୁବ୍ ଶୀଘ୍ର ଏହି ଦୁଇ ପଶୁ ଓ ପକ୍ଷୀ ସେନା ମିଳିତ ଭାବେ ଭାରତୀୟ ସେନାର ଆଣ୍ଟି ଡ୍ରୋନ୍ ମିଶନରେ ସାମିଲ ହେବେ ।

ଚିଲ ଓ ଡଗ୍ ଟିମର ଟ୍ରେନିଙ୍ଗ ଶେଷ ହେବା ପରେ ଏମାନଙ୍କୁ ଖୁବ ଶୀଘ୍ର ସୀମାରେ ମୁତୟନ କରାଯିବ । ଏହାସହ ଉତ୍ତରାଖଣ୍ଡର ଔଲିରେ ହେବାକୁ ଥିବା ଭାରତ-ଆମେରିକାର ମିଳିତ ସମରାଭ୍ୟାସରେ ଚିଲ ଓ ଡଗ୍ ଟିମକୁ ପ୍ରଦର୍ଶନ କରାଯିବ । ସ୍ଥଳରେ ଡଗ୍ ସ୍କ୍ୱାର୍ଡ ଓ ଆକାଶ ମାର୍ଗରେ ଫାଲକନ୍ ଟ୍ରୁପ୍ ଭାରତୀୟ ସେନାକୁ ସଶକ୍ତ କରିବ । ପ୍ରଶିକ୍ଷିତ ଚିଲଙ୍କୁ ସୀମାର ସେନା ପୋଷ୍ଟରେ ମୁତୟନ କରାଯିବ । ଯେଉଁଠାରୁ ଶତ୍ରୁର ଡ୍ରୋନକୁ ଦେଖୁ ଦେଖୁ ଆକ୍ରମଣ କରି ଖସାଇଦେବ ।

ତେବେ ଚିଲଙ୍କୁ ମୁତୟନ କରିବାର ଆଉ ଏକ ମୁଖ୍ୟ କାରଣ ରହିଛି । ଅନେକ ସମୟରେ ଶତ୍ରୁର ଡ୍ରୋନ୍ ଖୁବ୍ କମ୍ ଉଚ୍ଚତାରେ ଉଡିଥାନ୍ତି । ଏପରି ଡ୍ରୋନ ଦ୍ୱାରା କୌଣସି ସ୍ଥାନର ଗୁଇନ୍ଦାଗିରି କରିବା ସହ ହତିଆର ସପ୍ଲାଏ, ଡ୍ରଗ୍ସ ଓ ସ୍ମଗଲିଙ୍ଗ କରାଯାଉଛି । ହେଲେ ସ୍ୱଳ୍ପ ଉଚ୍ଚତାରେ ଉଡୁଥିବା ଏହି ଡ୍ରୋନ ଗୁଡ଼ିକ ରାଡାର ନିଜରରେ ପଡିନଥାଏ । ଏଥିପାଇଁ ଚିଲକୁ ହତିଆର କରି ଆଣ୍ଟି ଡ୍ରୋନ୍ ମିଶନ୍ ଆରମ୍ଭ କରିଛି ଭାରତୀୟ ସେନା ।

୨ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର: ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରିଛନ୍ତି ଜଗତସିଂହପୁର ପୋକ୍ସୋ କୋର୍ଟ । ୨୦୧୪ ମସିହାର ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଦୁଇ ଦୋଷୀ ହେଲେ ସେକ୍ ଆସିଫ ଓ ସେକ ଅକିଲ । ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୪ମସିହାରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଘଟିଥିଲା ନାରକୀୟ କାଣ୍ଡ । ଚକୋଲେଟ ନେଇ ଫେରୁଥିବାବେଳେ ନାବାଳିକାକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

ଗୁଜରାଟ ପଲିଟିକ୍ସ: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସନ୍ଧ୍ୟାରେ ଥମିବ ପ୍ରଚାର

ଗାନ୍ଧୀନଗର: ଗୁଜରାଟ ପଲିଟିକ୍ସ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସନ୍ଧ୍ୟାରେ ଥମିବ ପ୍ରଚାର । ପ୍ରଚାରରେ ଶେଷ ସ୍ପର୍ଶ ଦେଉଛନ୍ତି ବରିଷ୍ଠ ନେତା । ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ହାଇଭୋଲଟେଜ ପ୍ରଚାର ଚଳାଇଛନ୍ତି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି । ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ କେନ୍ଦ୍ରୀୟ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ଆପ୍ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ଖେଡା ଓ ମାହିନଗର ଜିଲ୍ଲାରେ ଆଜି ପ୍ରଚାର କରିବେ ମାନ୍ ।

ସେପଟେ କଂଗ୍ରେସ ପ୍ରଚାର ପାଇଁ ମଙ୍ଗ ଧରିଛନ୍ତି ଦଳ ସଭାପତି ମଲ୍ଲିକାର୍ଜୁନ ଖାଡଗେ । ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ବ୍ୟାସ ଓ ତାଙ୍କ ପୁଅ ସମୀର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି । ଏଥର ନିର୍ବାଚନ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଟୁଇଟରରେ ପ୍ରଚାରକୁ ତିନି ଦଳ ଗୁରୁତ୍ବ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ତାରିଖରେ ଗୁଜରାଟରେ ୮୯ ଆସନ ପାଇଁ ଭୋଟଗ୍ରହଣ ହେବ ।

ଦିନକ ପରେ ’ମେକ୍ ଇନ ଓଡ଼ିଶା’ କନକ୍ଲେଭ୍, ଏକାଠି ହେବେ ଶିଳ୍ପ ସମ୍ରାଟ

ଭୁବନେଶ୍ୱର : ଆଉ ଦିନକ ପରେ ଭୁବନେଶ୍ୱରର ଜନତା ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ । ୨୦୧୬ ଏବଂ ୨୦୧୮ ପରେ ଆୟୋଜିତ ହେଉଥିବା ମେକ୍‍ ଇନ୍‍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶା ନୂଆ ଇତିହାସ ରଚିବା ଅପେକ୍ଷାରେ ଅଛି । ପୂର୍ବରୁ ଦୁଇ ସମ୍ମିଳନୀରୁ ଯେତିକି ସଫଳତା ମିଳିଥିଲା ତାକୁ ଦେଖିଲେ ଆଗାମୀ ସମ୍ମିଳନୀ ଏକାଧିକ କିର୍ତ୍ତୀମାନ ରଚିବ ବୋଲି ତଥ୍ୟଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଏବଂ ନିବେଶକମାନେ ବେଶ୍‍ ଉତ୍ସାହିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ୨୦୧୬ ଏବଂ ୨୦୧୮ ପରେ ଚଳିତ ବର୍ଷ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ।

ରାଜ୍ୟ ସରକାରଙ୍କର ଏହି ବହୁପ୍ରତିକ୍ଷିତ ନିବେଶକ ସମ୍ମିଳନୀ ବିଶ୍ୱ ସମୁଦାୟ ଆଗରେ ଓଡ଼ିଶାର ରୂପାନ୍ତରଣ କାହାଣୀ ଅବତାରଣା କରିବା ସହ ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ ଉଜାଗର କରିବ । ଓଡ଼ିଶାରେ ପ୍ରଭୂତ ଖଣି, ଜଳ ସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ନିୟମିତ ଭାବେ ପୁଞ୍ଜି ନିବେଶ ଆସିବାରେ ଲାଗିଛି । ଏପରିକି କୋଭିଡ୍‍ ମହାମାରୀ ସମୟରେ ବି ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ସବୁଠାରୁ ବଡ଼ କଥା ହେଉଛି ଖୋଦ୍‍ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭରି ରହିଥିବା ଶିଳ୍ପ ସମ୍ଭାବନା ସମ୍ପର୍କରେ ଦେଶ ବିଦେଶର ଖ୍ୟାତନାମା ଶିଳ୍ପପତିଙ୍କୁ ଅବଗତ କରାଇବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକର୍ଷିତ କରୁଛନ୍ତି । ଏଥର ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।

ହସ୍ତଗତ ସୂଚନା ଅନୁସାରେ ଏଥର ସମ୍ମିଳନୀକୁ ଆଇଟି, ଅକ୍ଷୟଶକ୍ତି, ବୟନ, ପ୍ରସାଧନ, ଖାଦ୍ୟ ପ୍ରକ୍ରିୟାକରଣ, ସିପିଂ, ଖଣି ଆଧାରିତ ଶିଳ୍ପ, ବିତ୍ତିୟ ବୈଷୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ନିର୍ମାଣ ଶିଳ୍ପ ଆଦି କ୍ଷେତ୍ରରେୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କାଲି ଠାରୁ ଅତିଥିଙ୍କ ଆଗମନ ଆରମ୍ଭ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ସୂଚନା ଦେବେ। ଶିଳ୍ପକୁ ପ୍ରେତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ। ଏଥିପାଇର୍ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ପୁଞ୍ଜିପତିଙ୍କ ସହ ଆଲୋଚନା ସମୟରେ ଏହାକୁ ନେଇ ସବୁଜ ସଙ୍କେତ ମିଳିଛି। ଅନେକ ନିବେଶକ ଓଡ଼ିଶା ଆସିବା ପାଇଁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ଏବଂ ହାଇଦ୍ରବାଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ଉପରୋକ୍ତ ବୈଠକରେ ୨୫୦୦ ସମ୍ଭାବ୍ୟ ନିବେଶକ ଯୋଗ ଦେଇଥିଲେ। ଏଥିସହ ୨୬୪ ୱାନ୍‍ ଟୁ ୱାନ୍‍ ବୈଠକ ଅନୁଷ୍ଠିତ ହୋଇ ନିବେଶକ ମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଅପରପକ୍ଷେ ୨୦୧୬ରେ ଅନୁଷ୍ଠିତ ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨,୨୯,୯୪୭ କୋଟି ଟଙ୍କାର ୫୮ଟି (୬୯%) ପ୍ରସ୍ତାବ ପାରିତ ହୋଇଛି।

ଅନୁମୋଦିତ ଶିଳ୍ପରେ ୧,୦୪,୭୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୦୮ଟି ପ୍ରସ୍ତାବ (୫୩%) ମଞ୍ଜୁରୀ ପାଇଛି। ଫଳରେ ୩,୯୩,୫୯୭ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୨,୭୬,୭୯୦ ଜଣ ନିଯୁକ୍ତି ପାଇବେ।।ଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ୍‍କୋ ଜରିଆରେ ସୃଷ୍ଟି ହୋଇଥିବା ଲ୍ୟାଣ୍ଡ ବ୍ୟାଙ୍କ ଅଧୀନରେ ୧୪୮୦୨.୧୫୦ ଏକର ଜମି ଅଧିଗ୍ରହଣ କରାଯାଇ କ୍ୟାଟେଗୋରୀ-ଏ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୫୩୩୭୦.୫୮୫ ଏକର ଜମିକୁ ଶିଳ୍ପ ଉପଯୋଗୀ ନିମନ୍ତେ କ୍ୟାଟେଗୋରୀ-ବି ଅଧିନରେ ସଂରକ୍ଷଣ କରାଯାଇଛି। ବିଭିନ୍ନ ଜିଲ୍ଳାରେ ୧୬ଟି ନୂତନ ଶିଳ୍ପାଞ୍ଚଳ ସୃଷ୍ଟି ହୋଇଛି।

ନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଓଡ଼ିଶା ଶିଳ୍ପ ନୀତି-୨୦୧୫ ଅନୁସାରେ ଲ୍ୟାଣ୍ଡ ପ୍ରିମିୟମ୍‍ ବାବଦକୁ ରିହାତି ବ୍ୟବସ୍ଥା କରାଯାଇଛି। ସେହିପରି ଷ୍ଟାମ୍ପ୍‍ ଡ୍ୟୁଟିରେ ମଧ୍ୟ ରିହାତି ବ୍ୟବସ୍ଥା ଅଛି। ଭଦ୍ରକ ଜିଲ୍ଲାର ଧାମନଗର ଛକ ନିକଟରେ ଇଡ୍‍କୋ ଅଧିଗ୍ରହଣ କରିଥିବା ୨୩୪.୮୬୦ ଏକର ଜମିରେ ଟେକ୍ନନିକାଲ ଟେକ୍ସଟାଇଲ୍‍ ପାର୍କ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି। ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍କୁ ଉଦ୍‍ଘାଟନ କରିବେ। ଏହି ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧ ତାରିଖ ଦିନ ଶିଳ୍ପପତିଙ୍କୁ ନେଇ ପ୍ଲିନାରୀ ସେସନ୍‍ ଏବଂ କଣ୍ଟ୍ରି ସେସନ୍‍ ଆୟୋଜିତ ହେବ।

୨ ତାରିଖରେ ସ୍କିଲଡ୍‍ ଇନ୍‍ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବା ସହିତ ଧାତୁ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଥିବା ସମ୍ଭାବନାକୁ ନେଇ ଆଲୋଚନା କରାଯିବ। ଏହି ଦିନ ୧୦ଟି ସେକ୍ଟୋରାଲ୍‍ ସେସନ୍‍ ମଧ୍ୟ ଆୟୋଜିତ ହେବ । ୩ ତାରିଖ ଦିନ ମହିଳା ଶସକ୍ତିକରଣ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣକୁ ନେଇ ଆଲୋଚନା ସହିତ ଭେଲିଡିଟାରୀ ସେସନ୍‍ ବସିବ । ୪ର୍ଥ ତଥା ଅନ୍ତିମ ଦିବସରେ ଜନସାଧାରଣଙ୍କୁ ପ୍ରଦର୍ଶନୀ ବୁଲିବାର ସୁଯୋଗ ମିଳିବ। ଏହି ଦିନ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍ କୋର୍ଟର ମଜା ମଧ୍ୟ ନେଇପାରିବେ।

 

‘ସକାଳ’ ସ୍ୱନକ୍ଷତ୍ରରେ ହେବ ‘ମିନି ମାରାଥନ୍’

ଭୁବନେଶ୍ୱର: ଦୈନିକ ଖବରକାଗଜ ‘ସକାଳ’ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ଆସନ୍ତା ୧ରେ ପଡ଼ୁଛି । ଏହି ଅବସରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଏକ ମିନି ମାରାଥନର ଆୟୋଜନ କରାଯାଇଛି । ଏହି ମାରାଥନ ରାଜ୍ୟର ୯ଟି ସ୍ଥାନରେ ଏକା ସମୟରେ ଅନୁଷ୍ଠିତ ହେବ । ରାଜଧାନୀ ଭୁବନେଶ୍ୱର ସହ କଟକ, ପୁରୀ, ବାଲେଶ୍ୱର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁରରେ ଏଥିପାଇଁ ପ୍ରସ୍ତୁତି ଜୋର ଧରିଛି ।

ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନସଚେତନତା ସୃଷ୍ଟି ପାଇଁ ଏ ମାରାଥନ ଦୌଡ଼ ଆୟୋଜନ କରାଯାଇଛି । ପାଦରେ ପାଦ ମିଶାଇ ଧାଇଁବ ସାରା ଓଡ଼ିଶା । ୧ ଡିସେମ୍ବର ସକାଳ ୬.୩୦ରେ ମିନି ମାରାଥନ ଆରମ୍ଭ ହେବ । ସକାଳ ୫.୩୦ରେ ଏଥିପାଇଁ ଆରମ୍ଭ ହେବ ପଞ୍ଜିକରଣ । ଏଥିପାଇଁ ପଞ୍ଜିକରଣ କରିବାକୁ ୯୦୪୦୦୧୧୧୨୪, ୯୪୩୭୬୪୭୯୫୯, ୭୦୦୮୪୮୯୨୮୯, ୮୨୪୯୫୨୬୮୦୩ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ନିର୍ବାଚନ ମଣ୍ଡଳିରୁ ତିନି ବିଜେପି ନେତାଙ୍କୁ ତଡିପାର ପାଇଁ ଦାବି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଫେରାଦ ହେଲା ବିଜେଡି । ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର ହିଂସାକାଣ୍ଡକୁ ବିଜେଡିର ନିନ୍ଦା । ନିର୍ବାଚନମଣ୍ଡଳୀରୁ ତିନି ବିଜେପି ନେତାଙ୍କୁ ତଡ଼ିପାର ପାଇଁ ବିଜେଡି ଦାବି କରିଛି । ଠାକୁର ରଞ୍ଜିତ ଦାସ, ପିଙ୍କି ପ୍ରାଧାନଙ୍କୁ ପ୍ରଚାରରୁ ବାଦ୍ କରିବାକୁ ଦାବି କରାଯାଇଛି । କାଳନ୍ଦୀ ସାମଲଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ଦେବାକୁ ଦାବି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଫେରାଦ ହୋଇଛି ବିଜେଡି ।