spot_img
Home Blog Page 3830

ଆକ୍ରମଣକାରୀ ବିଜେପି କର୍ମୀଙ୍କୁ ଗିରଫ କର: ବିଜେଡି

ଭୁବନେଶ୍ୱର: ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ବିଜେଡି ନେତ୍ରୀ  ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଗତକାଲି ପଦ୍ମପୁର ବ୍ଲକର ଦହିଗାଁ ପଞ୍ଚାୟତ ଅର୍ନ୍ତ ବୁବୁଦା ଗ୍ରାମରେ ବିଜେପି କର୍ମୀ ରିଙ୍କୁ ମେହେର ଓ ତାଙ୍କ ସହଯୋଗୀଙ୍କ ମରଣାନ୍ତକ ଆକ୍ରମଣରେ ଶ୍ରୀ ସଞ୍ଜୁ ବରିହା ନାମକ ଜଣେ ବିଜେଡି କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ବିଜେଡି କର୍ମୀ  ବରିହାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‍ସାର)କୁ ସ୍ଥାନାନ୍ତରକରାଯାଇଛି ।  ବରିହାଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ କରିଥିବା ବିଜେପି କର୍ମୀ ରିଙ୍କୁ ମେହେର ଏବଂ ଅନ୍ୟ
ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ କରିବାକୁ ଆମେ ଦାବି କରୁଛୁ । ଏହି ସମୟରେ ଆମେ ଆପଣଙ୍କୁ ମନେ ପକାଇବାକୁ ଚାହୁଁଛୁ ଯେ ବରଗଡ ଜିଲ୍ଲାରେ ୨୦୧୮ ହୋଇଥିବା
ବିଜେପୁର ଉପନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ଶ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ଏହି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲରେ ଥିଲେ ଏବଂ ବର୍ତ୍ତମାନ ଜାମିନରେ ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । ଏହା ଦର୍ଶାଉଛି ଯେ ଜଘନ୍ୟ ଅପରାଧରେ ଜଡିତ ବିଜେପିର ଏହି ଅଭ୍ୟାସଗତ ଅପରାଧିମାନେ ଉପନିର୍ବାଚନର କ୍ଷତି ଭରଣା ପାଇଁ ହିଂସାକାଣ୍ଡ ଭିଆଇବେ ।  ସଞ୍ଜୁ ବରିହାଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ବେି ଜଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଏବଂ ଆବେଦନ ମଧ୍ୟ ଦାଖଲ କରିଥିବା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।

ହେମୋଫିଲିଆ ଦୂର କରିବ ବିଶ୍ବର ଦାମୀ ଔଷଧ, ଦାମ ଶୁଣିଲେ ଉଡିଯିବ ହୋସ୍‌

ୱାଶିଂଟନ: ଆସିଲା ବିଶ୍ବର ସବୁଠାରୁ ଦାମୀ ଔଷଧ । ହେମୋଫିଲିଆ ଲାଗି ବାହାର କରାଯାଇଥିବା ଔଷଧର ଦାମ ରହିଛି ୩ ଦଶମିକ ୫ ନିୟୁତ ଡଲାର । ହେମଜେନିକ୍ସ ଔଷଧକୁ ମଞ୍ଜୁର କରିଛି ଆମେରିକା ଔଷଧ ନିୟାମକ ସଂସ୍ଥା । ସିଏସଏଲ ବେରିଙ୍ଗ ପକ୍ଷରୁ ପ୍ରସ୍ତୁତ ହେମଜେନିଷ୍କ ବର୍ତ୍ତମାନ ସୁଦ୍ଧା ବାହାର କରାଯାଇଥିବା ସମସ୍ତ ଔଷଧର ଦାମ୍ ଠାରୁ ଅଧିକ ରହିଛି ।

ହେମଜେନିସ୍କ ନେବା ପରେ ହେମୋଫିଲିଆ ରୋଗ ଲାଗି ନିୟମିତ ଚିକିତ୍ସା ଅନାବଶ୍ୟକ । ହେମୋଫିଲିଆ ହେଉଛି ଏପରି ଏକ ରୋଗ ଯେଉଁ ରୋଗରେ ରକ୍ତ କ୍ଷରଣ ସହଜରେ ବନ୍ଦ ହୁଏନାହିଁ ।

ଟ୍ବିଟରରେ ଟ୍ରେଣ୍ଡ କରୁଛି ବଏକଟ ରିଚା ଚଡ୍ଡା, କ୍ଷମା ମାଗିଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀଙ୍କ ଟୁଇଟକୁ ନେଇ ହଙ୍ଗାମା । ଗଲଓ୍ବାନ ଘାଟିରେ ସହିଦ ସୈନ୍ୟଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ଅଭିନେତ୍ରୀ ରିଚା ଚଢ଼ା । ଟୁଇଟ ପରେ ସୋସିଆଲ ମିଡିଆରେ ରିଚାଙ୍କୁ ଜବରଦସ୍ତ ଟ୍ରୋଲ କରାଯାଉଛି। ପିଓକେ ବା ପାକିସ୍ତାନ ଅକୁପାଏଡ କାଶ୍ମୀରକୁ କବଜା କରିବା ପାଇଁ ଆର୍ମି ଯୋଜନା କରୁଛି ବୋଲି ନର୍ଦନ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଟୁଇଟ କରିଥିଲେ ।

ଆର୍ମି କମାଣ୍ଡରଙ୍କ ଏହି ପୋଷ୍ଟକୁ ସେୟାର କରିବା ସହ ଗଲଓ୍ବାନ ହାଏ କହୁଛି ବୋଲି ପୋଷ୍ଟ କରିଥିଲେ ରିଚା । ଯାହାକୁ ନେଇ ଅଭିନେତ୍ରୀଙ୍କୁ ଜୋରଦାର ଟ୍ରୋଲ କରାଯାଉଥିବା ବେଳେ ରିଚାଙ୍କ ଏଭଳି ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ଫ୍ୟାନ୍ । ବୟକଟ୍‌ ରିଚା ଚଡ୍ଡା ହାସ୍‌ ଟାଗ ମଧ୍ୟ ଟୁଇଟରରେ ଟ୍ରେଣ୍ଡ କରୁଛି । ସେନାର ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ଅପମାନିତ କରିବା ଭଳି କରିଥିବା ପୋଷ୍ଟକୁ ତୁରନ୍ତ ହଟାଇବାକୁ ଅନେକ ୟୁଜର୍ସ ଦାବି କରିଛନ୍ତି ।

୨୦୨୦ରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ରକ୍ତପାତ ହୋଇଥିଲା । ଏଥିରେ ଭାରତୀୟ ସେନାର ପ୍ରାୟ ୨୦ ଯବାନ ସହିଦ ହୋଇଥିଲେ । ଅଭିନେତ୍ରୀ ସେନାର ଏହି ବଳିଦାନକୁ ତାତ୍ସଲ୍ୟ କରିବା ସହ ସେନାକୁ ଅସମ୍ମାନିତ କରିଥିବାରୁ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ରିଚା ଚଢ଼ା । ସେପଟେ ତମାମ ସମାଲୋଚନା ପରେ ଟୁଇଟର ପୋଷ୍ଟରେ କ୍ଷମାପ୍ରାର୍ଥନା କରିଛନ୍ତି ରିଚା । ଉଦ୍ଦେଶ୍ୟମୂଳକ ଭାବେ ସେନା ପ୍ରତି ଅପମାନଜନକ ମନ୍ତବ୍ୟ ରଖିନି । ଯଦି ଏହା ଭାରତୀୟ ଯବାନଙ୍କୁ ଅସମ୍ମାନିତ କରିଛି, ସେଥିପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି ବୋଲି ରିଚା ଟୁଇଟ କରିଛନ୍ତି ।

ସୁରକ୍ଷାକର୍ମୀଙ୍କୁ ସଫଳତା, ୨ ମହିଳା ମାଓବାଦୀ ନିପାତ

ବଲାଙ୍ଗୀର: ଏସଓଜି ଯବାନଙ୍କ ଗୁଳିରେ ୨ ମହିଳା ମାଓବାଦୀ ନିହତ ସୂଚନା । ଗନ୍ଧମାର୍ଦ୍ଦନ ପାହାଡରେ ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨ ଇନସାସ ବନ୍ଧୁକ ଜବତ ହୋଇଛି । ଏବେବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଜେନେରାଲ ଅସିମ ମୁନୀରଙ୍କ ହାତରେ ପାକିସ୍ତାନ ସେନା ଦାୟିତ୍ବ,

ଇସଲାମବାଦ: ପାକିସ୍ତାନ ସେନା ମୁଖ୍ୟଙ୍କୁ ନେଇ ବଡ଼ ଖବର । ପାକିସ୍ତାନର ନୂଆ ଆର୍ମି ଚିଫ୍ ହେବେ ଜେନେରାଲ ଅସିମ ମୁନୀର । ସେହିପରି ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ହେବେ ଲେପ୍ଟନାଣ୍ଟ ଜେନେରାଲ ସାହିର ସମସାଦ ମିର୍ଜା । ଦେଶର ସମ୍ବିଧାନ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ।

ରାଷ୍ଟ୍ରପତି ଏହି ନିଯୁକ୍ତିକୁ ବିବାଦୀୟ କରିବେ ନାହିଁ ଏବଂ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସମର୍ଥନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା ନଭେମ୍ବର ୨୯ ରେ ଅବସର ନେବେ । ୨୦୧୯ରେ ବାଜଓ୍ବାଙ୍କ ଅବସରର ମାତ୍ର ତିନି ମାସ ପୂର୍ବରୁ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ାଇଥିଲେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ଏଥର ମଧ୍ୟ ବାଜଓ୍ବାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ଆଶଙ୍କା କରାଯାଉଥିଲା । ସେନାମୁଖ୍ୟ ବଜଓ୍ବାଙ୍କୁ ନେଇ ପାକିସ୍ତାନ ରାଜନୀତିରେ ହଟଚମଟ ଲାଗି ରହିଥିବା ବେଳେ ନୂଆ ସେନା ମୁଖ୍ୟ ନିଯୁକ୍ତି କରିବାକୁ ଦୀର୍ଘଦିନ ହେବ ଦାବି କରିଆସୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ପରକୀୟା ପ୍ରୀତି ପାଇଁ ବାପାକୁ ହତ୍ୟା, ପୁଅଝିଅକୁ ସହଯୋଗ କଲା ମା’

ଭଦ୍ରକ: ବାପାଙ୍କୁ ପିଟି ପିଟି ମାରିଦେଲେ ପୁଅ ଝିଅ । ସହଯୋଗ କଲା ସ୍ତ୍ରୀ । ମୃତ ବ୍ୟକ୍ତି ଜଣକ ହେଲେ ବାବୁଆ ଦାସ । ଘଟଣା ଘଟିଛି ଭଦ୍ରକ ପୀରହାଟ ଥାନା ଦୌଲତପୁର ଅଞ୍ଚଳରେ । ପରକିୟା ପ୍ରୀତି ଯୋଗୁଁ ସ୍ତ୍ରୀ, ପୁଅ ଓ ଝିଅ ମିଶି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭିଆଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ସମୟରେ ମତାନ୍ତର ହୋଇ ଝଗଡା ହୋଇଥାଏ ।

ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ତାଙ୍କ ପାଖରେ ନରହି ବାପ ଘରେ ରହୁଥିଲେ । ଗତକାଲି ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତ ବାବୁଆ ଙ୍କ ସ୍ତ୍ରୀ, ୩ ପୁଅ ଓ ଝିଅ ମିଶି ଏକ ଶାବଳରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇ ପଡ଼ିଥିଲେ । ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଏହି ଘଟଣା ପରେ ମୃତକଙ୍କ ମାଆ ପୀରହାଟ ଥାନାରେ ଲିଖିତ ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଗୋଟିଏ ପୁଅକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ ।

କେନ୍ଦ୍ରାପଡା ବାଣ ବିସ୍ଫୋରଣର ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

0

କେନ୍ଦ୍ରାପଡା: କାର୍ତ୍ତିକେଶ୍ବର ଭସାଣ ବାଣ ବିସ୍ଫୋରଣ ଘଟଣାରେ  ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କଲେ ଆଇଜି ନରସିଂହ ଭୋଳ । ରାସ୍ତା ଊପରେ କେଉଁ କାରଣରୁ ଏଭଳି ଘଟିଲା। ତାହାର ତଦନ୍ତ କରିଛନ୍ତି। ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇଜି ।

ଏହାସହ ଆହତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ତହସିଲଦାର ଡକ୍ଟର ହେମଲତା ବହଳିଆ । ଏଡିଏମଙ୍କ ସହ ୩ ବରିଷ୍ଠ ଅଧିକାରୀ ଏସସିବିରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ସେପଟେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କଟକ ମେୟର ମଧ୍ୟ ଏସସିବିରେ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏସସିବିରେ 33 ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 10 ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

33 ଜଣଙ୍କ ମଧ୍ୟରୁ 3ଜଣ ମହିଳା ରହିଛନ୍ତି । ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ସେମାନଙ୍କ ଚିକିତ୍ସା ଓ ଆରୋଗ୍ୟ ପ୍ରଥମ କାମ। ଅନ୍ୟ ପକ୍ଷରେ ଏସସିବିର ଜରୁରୀକାଳୀନ ଅଧିକାରୀ ଡକ୍ଟର ଭୂବନାନନ୍ଦ ମହାରଣା କହିଛନ୍ତି ଚିକିତ୍ସା ଚାଲିଛି। ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା । ଷ୍ଟକ ବାଣ ଏକାଥରେ ଫୁଟିଯିବାରୁ ଭୟାନକ ସ୍ଥିତି ଉପୁଜିଥିଲା ।

ଇସିଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି, ଅପରାଧୀଙ୍କୁ ଧରି ବିଜେପି ପ୍ରଚାର ଚଳାଇଥିବା ଅଭିଯୋଗ

0

ଭୁବନେଶ୍ବର: ପରାଜୟ ଭୟରେ ରକ୍ତମୁଖା ବିଜେପି। ପଦମପୁରରେ ବିଜେଡି କର୍ମୀ ସଂଜୁ ବରିହାଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡି ଟିମ୍। ଗତକାଲି ପଦମପୁର ବ୍ଲକ ଦହିଗାଁ ପଞ୍ଚାୟତର ବୁବୁଡ଼ା ଗାଁରେ ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ବିଜେପି କର୍ମୀ ରିଙ୍କୁ ମେହେର ଓ ତାଙ୍କ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସଞ୍ଜୁଙ୍କୁ ଭିମସାରକୁ ସ୍ଥାନାନ୍ତର କରାଯାଇଛି। ଘଟଣା ନେଇ ସିଇଓଙ୍କୁ ଆକ୍ରମଣର ପ୍ରମାଣ ଦେଇଛି ବିଜେଡି ପ୍ରତିନିଧି ଟିମ୍। ତୁରନ୍ତ ରିଙ୍କୁ ମେହେର ଓ ତାଙ୍କ ସହଯୋଗୀଙ୍କୁ ଗିରଫ ପାଇଁ ଦାବି ଜଣାଇଛି ବିଜେଡି। ବିଜେପି ଅଭ୍ୟାସଗତ ଅପରାଧୀଙ୍କୁ ଧରି ପ୍ରଚାର ଚଳାଇଛି। ବିଜେପି DNAରେ ହିଂସା ରହିଛି। ପୂର୍ଵରୁ ବିଜେଡି ନେତା ସୁଶାନ୍ତ ସିଂଙ୍କ ଉପରେ ମଧ୍ୟ ବିଜେପୁର ଉପନିର୍ବାଚନ ବେଳେ ମରଣାନ୍ତକ ଆକ୍ରମଣ ହୋଇଥିଲା।

ଜେଲରୁ ବେଲରେ ଆସି କିଛି ନେତା ମାଷ୍ଟରମାଇଣ୍ଡ ଭାବେ କାମ କରୁଛି। ପରାଜୟ ଭୟରେ ବିଜେପି ଏଭଳି ଆକ୍ରମଣ କରିଥିବା ବିଜେଡି ଅଭିଯୋଗ କରିଛି । ରିଙ୍କୁ ମେହେରଙ୍କ ପଛରେ କିଏ, ସେନେଇ ତଦନ୍ତ କରିବାକୁ ଦାବି କରିଛି।

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ୬ ଜଣ ଦିବଂଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇ ଦିବଂଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସ୍ବର୍ଗତ ଆତ୍ମାର ସଦଗତି କାମନା କରି ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୫ଟା ଯାଏ ମୁଲତବି ଘୋଷଣା କରିଛନ୍ତି । ଅପରାହ୍ମରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଡିସେମ୍ବର ୩୧ ଯାଏଁ ଚାଲିବ ବିଧାନସଭା ।

ପଦମପୁର ଉପନିର୍ବାଚନ ପୂର୍ବରୁ ମାତିଲେ ବିଜେପି କର୍ମୀ, ଆକ୍ରମଣରେ ମହିଳା ଗୁରୁତର

ବରଗଡ: ପଦମପୁର ଉପ ନିର୍ବାଚନରେ ବିଜେପିକୁ ଘାରିଛି ପରାଜୟ ଭୟ । ସେଥିପାଇଁ ବିଜେପି କର୍ମୀ ଦହିଗାଁ ପଞ୍ଚାୟତ ବୁବୁଡ଼ା ଗାଁରେ ଗୁଣ୍ଡାଗିରି କରିଥିବା ଅଭିଯୋଗ ହୋଇଛି । ବରିହା ସମ୍ପ୍ରଦାୟ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଆକ୍ରମଣରେ ବୁବୁଡ଼ା ଗାଁର ସଞ୍ଜୁ ବରିହା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ତାଙ୍କୁ ପ୍ରଥମେ ପଦମପୁର ଡ଼ାକ୍ତରଖାନା ପରେ ବରଗଡ଼ ଜିଲ୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସଞ୍ଜୁଙ୍କ ମୁଣ୍ଡରେ ଗୁରୁତର କ୍ଷତ ଥିବା ଦେଖିବାକୁ ମିଳିଛି । ଗତକାଲି ନିର୍ବାଚନୀ ପ୍ରଚାର ସମୟରେ ସଞ୍ଜୁ ବିଜେଡ଼ିର ପ୍ରାର୍ଥୀ ବର୍ଷାଙ୍କ ଜିନ୍ଦାବାଦ ନାରା ଦେଉଥିବା ସମୟରେ ବିଜେପି କର୍ମୀ ରିଙ୍କୁ ମେହେର ସଞ୍ଜୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା ।

ଗାଁ ଲୋକମାନେ ସଞ୍ଜୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଘରକୁ ଆଣିବା ପରେ ପରିବାର ଲୋକେ ତାଙ୍କୁ ପଦମପୁର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ପଦମପୁରରେ ପ୍ରାଥମିକ ଚିକିତ୍ସା ପରେ ସଞ୍ଜୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।