spot_img
Home Blog Page 3840

ଅନ୍ୟ ମହିଳାଙ୍କ ସହ ବିଜେପି ନେତାଙ୍କ ଅନୈତିକ ସମ୍ପର୍କ ଦେଖି ତାତିଲେ ସ୍ତ୍ରୀ

ଆଗରତାଲା: ଘରେ ଅନ୍ୟ ମହିଳାଙ୍କ ସହ ବିଜେପି ନେତାଙ୍କ ଅନୈତିକ ସମ୍ପର୍କ ଦେଖି ତାତିଲେ ସ୍ତ୍ରୀ । ଉଭୟଙ୍କୁ ଗୋଡାଇ ଗୋଡାଇ ପିଟିଲେ । ଗାଳି ଗୁଲଜ କରି କମ୍ପାଇଲେ କଲୋନୀ । ତ୍ରିପୁରାର ରାଜଧାନୀ ଆଗରତାଲାରେ ଘଟିଛି ଏହି ଘଟଣା । ସମ୍ପୃକ୍ତ ବିଜେପି ନେତା ଜଣକ ନୀପୁ ଘୋଷ ବୋଲି ଜଣା ପଡିଛି ।

ନୀପୁଙ୍କ ସହ ଧରାପଡିଥିଲା ମହିଳା ଜଣକ ବି ଜଣେ ବିଜେପି ନେତ୍ରୀ ବୋଲି ସୂଚନା ରହିଛି । ତେବେ ଉଭୟଙ୍କ ପରକୀୟା ପ୍ରତି ଦୀର୍ଘ ଦିନରୁ ରହିଆସିଥିବା ବେଳେ ଘରେ ସ୍ତ୍ରୀ ନଥିବା ବେଳେ ଘରକୁ ଆସୁଥିଲେ ବିଜେପି ନେତ୍ରୀ ଜଣକ । ଘଟଣାକୁ ବିରୋଧୀଦଳର ନେତା ତିବ୍ର ନିନ୍ଦା କରିଛନ୍ତି ।

 

ପଦମପୁର ଉପନିର୍ବାଚନ ପୂର୍ବରୁ ସଶକ୍ତ ହେଉଛି ବିଜେଡି

ପଦମପୁର: ପଦମପୁର ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ଅନ୍ୟଦଳ ଛାଡ଼ି ବିଜେଡିରେ ଯୋଗଦେଉଛନ୍ତି ନେତା ଓ କର୍ମୀ । ପଦମପୁର ବ୍ଲକ୍ ପଲସାପାଲି ପଞ୍ଚାୟତର ସରପଞ୍ଚ ଭାସ୍କର ଭୋଇ ଆଜି ବିଜେଡିରେ ଯୋଗଦେଇଛନ୍ତି । ପଲସାପାଲି ପ୍ରଚାର ମଞ୍ଚରେ ଶହଶହ ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି ଭାସ୍କର ।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା 2 ନଂବର ଜୋନରେ ନିର୍ବାଚନ ପ୍ରଚାର କରିବାବେଳେ ଦଳରେ ସାମିଲ ହୋଇଛି ଭାସ୍କର ଭୋଇ ଓ ସମର୍ଥକ । ମନ୍ତ୍ରୀ ରୀତା ସାହୁ ଫୁଲମାଳ ଓ ଉତ୍ତରୀୟ ଦେଇ ଭାସ୍କର ଓ ସମର୍ଥକଙ୍କୁ ସ୍ବାଗତ କରିଥିଲେ । ପଞ୍ଚାୟତର ବିକାଶଧାରାକୁ ଆଗକୁ ନେବା ପାଇଁ ସେ ବିଜେଡିରେ ଯୋଗଦେଇଥିବା ଭାସ୍କର କହିଛନ୍ତି ।

ଉପନିର୍ବାଚନ ପୂର୍ବରୁ ବିଜେଡିରେ ଜାରି ରହିଛି  ମିଶ୍ରଣ ପର୍ବ  । ପ୍ରତିଦିନ ଦଳରେ ଯୋଗଦେଉଛନ୍ତି ଶତାଧିକ ଅନ୍ୟ ଦଳର କର୍ମୀ  । ପଦମପୁରରେ ବିଜେଡିର ବିଜୟ ରାସ୍ତା ସୁଗମ ହେଉଥିବା ଦଳର ମିଶ୍ରଣ ପର୍ବ ସ୍ପଷ୍ଟ କରୁଛି  ।

କେଉଁଠି ପଡିଛି ଶ୍ରଦ୍ଧାର ଖଣ୍‌ଡବିଖଣ୍ଡିତ ଶରୀର, ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଜୋରଦାର ଛାନଭିନ୍ନ ଚଳାଇଛି ପୋଲିସ। ଏଭଳି ସମୟରେ ଆସନ୍ତାକାଲି ହେବ ପ୍ରେମିକ ଅଫତାବର ନାର୍କୋ ଟେଷ୍ଟ। ଏପଟେ ଅଫତାବକୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ ସହ ଶ୍ରଦ୍ଧାର ଖଣ୍ଡବିଖଣ୍‌ଡିତ ଶରୀର କେଉଁଠି ପଡିଛି ସେନେଇ ତଦନ୍ତ କରୁଛି।

ଛତରପୁର ଇନକ୍ଲେଭ ସ୍ଥିତ ଏକ ପୋଖରୀରେ ଶ୍ରଦ୍ଧାର ମୁଣ୍‌ଡ ପଡିଥିବା ସୂଚନା ପାଇଛି ଦିଲ୍ଲୀ ପୋଲିସ । ଯାହା ପରେ ଅନେକ ଟିମ୍ ଓ ମେସିନ୍ ସହ ପୋଖରୀ ଖାଲି କରିବାରେ ଲାଗିଛି ପୋଲିସ।

ସୂଚନାଯୋଗ୍ୟ, ଅଫତାବ ପ୍ରେମିକା ଶ୍ରଦ୍ଧାକୁ ହତ୍ୟା ପରେ ୩୫ ଖଣ୍‌ଡ କରିଦେଇଥିଲା। ପରେ ଶବକୁ ଫ୍ରିଜରେ ରଖିବା ସହ ପ୍ରତିଦିନ ଗୋଟିଏ ଗୋଟିଏ କରି ଫୋପାଡୁଥିଲା । ହେଲେ ଏବେ ପୋଲିସ ପାଖରେ ବଡ଼ ପ୍ରଶ୍ନ ଅଫତାବ ଶ୍ରଦ୍ଧାର ମୁଣ୍ଡ, ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଏବଂ କପଡା କେଉଁଠି ଫୋପାଡିଛି ।

ତେବେ ଦିଲ୍ଲୀ ପୋଲିସକୁ ପାଖାପାଖି ୧୭ଟି ହାଡଖଣ୍ଡ ମିଳିପାରିଛି। ଯାହାକୁ ଯାଞ୍ଚ ପାଇଁ ପଠାଯାଇଛି। ଫରେନସିକ୍ ଏକ୍ସପର୍ଟଙ୍କ କହିବାନୁଯାୟୀ, ହାଡ଼ଖଣ୍ଡ ମଧ୍ୟରେ ଥାଇବୋନ୍ ରହିଛି । ଏଥିବ୍ୟତୀତ ରେଡିୟସ୍ ଉଲନା, ନି-କେପ୍ ଭଳି ହାଡ଼ଖଣ୍ଡ ମିଳିଛି ।

ଛାତ୍ରୀଙ୍କ ଉପରେ ଚଢିଗଲା, ପାନ ଦୋକାନ ଉପରେ ମାଡ଼ିଗଲା କାର୍

ଗଞ୍ଜାମ: ଛାତିଥରା ଦୁର୍ଘଟଣା । ଛାତ୍ରୀଙ୍କ ଉପରେ ମାଡ଼ିଯାଇ ପାନ ଦୋକାନ ଉପରେ ଚଢିଗଲା କାର୍ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟ ପାଗଳବାବା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟାହ୍ନରେ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟରୁ ଶ୍ରେଣୀ ସାରି ଛାତ୍ରୀମାନେ ଘରକୁ ଫେରୁଥିଲେ । ଏହି ସମୟରେ ପୁରୁଷୋତ୍ତମପୁ ରୁ ଶେରଗଡ ଅଭିମୁଖେ ଯାଉଥିବା ଏକ କାର କ୍ଷୀପ୍ର ବେଗରେ ଆସି ଛାତ୍ରୀଙ୍କୁ ଧକ୍କା ଦେଇଥିଲା ।

ପରେ ଛକରେ ଥିବା ଏକ ପାନଦୋକାନ ଉପରେ ଚଢି ଯାଇଥିଲା । ଦୁର୍ଘଟଣାରେ ୩ଜଣ ଛାତ୍ରୀଙ୍କ ସହିତ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀ ଓ ଡ୍ରାଇଭରଙ୍କୁ ପ୍ରଥମେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ କାରଟି ସିଧା ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେଲା, ଡ୍ରାଇଭର ମଦ୍ୟପାନ କରିଥିଲେ କି ନା ସେ ନେଇ ତଦନ୍ତ କରାଯାଉଥିବା ପୁରୁଷୋତ୍ତମପୁର ଥାନା ଅଧିକାରୀ କହିଛନ୍ତି ।

ଆମେରିକାର ନାଇଟ୍ କ୍ଲବରେ ଗୁଳିମାଡ଼, ୫ ମୃତ ଓ ୧୮ ଆହତ

କୋଲୋରାଡୋ: ଆମେରିକାର କୋଲୋରାଡୋ ସ୍ପ୍ରିଙ୍ଗସ୍ ସହର ସ୍ଥିତ ଏକ ନାଇଟ୍ କ୍ଲବରେ ରବିବାର ଗୁଳିମାଡ଼ ହୋଇଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ କୋଲୋରାଡୋ ସ୍ପ୍ରିଙ୍ଗସ୍ ପୋଲିସ ଅଧିକାରୀ ଲେଫ୍ଟନାଣ୍ଟ ପାମେଲା କାସ୍ତ୍ରୋ କହିଛନ୍ତି- ଏଲଜିବିଟିକ୍ୟୁ ନାଇଟ୍ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିଲା । ଆହତଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଗୁଳିମାଡ଼ ଖବର ପାଇବା ପରେ କ୍ଲବରେ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରେ ଆହତ ହୋଇଥିବା ଜଣେ ସଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ପୋଲିସ ।

ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟୁକୁନି ସାହୁ

ଭୁବନେଶ୍ୱର: ପଦମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି କେନ୍ଦ୍ର ନିକଟରେ ଦାବି । ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ପତ୍ର ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପତ୍ରରେ ମନ୍ତ୍ରୀ କହିଛନ୍ତି- ଏହି ରେଳଲାଇନ ପ୍ରତିଷ୍ଠା କରିବା ଲାଗି ପଦମପୁରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା । ରେଳ ଲାଇନ ପ୍ରତିଷ୍ଠା ନେଇ ଗତ ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ।

ଭାଷଣ ଅବସରରେ ଧର୍ମେନ୍ଦ୍ର କହିଥିଲେ- କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି । ୨୦୧୮ରୁ ଆଜି ଯାଏ ପଦମପୁର ଦେଇ ବରଗଡ଼ ଓ ନୂଆପଡାକୁ ରେଳ ସଂଯୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରାଳୟ ନିକଟରେ ଦାବି କରିଆସୁଛନ୍ତି । ଏହି ରେଳପଥ ନିର୍ମାଣ ହେଲେ ଓଡିଶାର ଦୁଇ ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ ହେବା ସହ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ବିକାଶ ସମ୍ଭବ ହେବ ।

ଏହି ରେଳ ଲାଇନ ପ୍ରତିଷ୍ଠା ହେଲେ ଖୋର୍ଦ୍ଧା-ବଲାଙ୍ଗିର ଲାଇନ ଦେଇ ଉପକୂଳ ଓଡିଶା ସହ ପଶ୍ଚିମ ଓଡିଶା ମଧ୍ୟରେ ତ୍ବରିତ ସଂଯୋଗ ପ୍ରତିଷ୍ଠା ହୋଇପାରିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ପତ୍ରରେ ଦର୍ଶାଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରେଳ ପ୍ରକଳ୍ପ ନେଇ ୨୦୧୮ ମସିହାରେ ପ୍ରତିଶ୍ରୁତି ଦେଇଥିବାବେଳେ କାର୍ଯ୍ୟକାରୀ କରାଇବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟସଭା ସାସଂଦ ସସ୍ମିତ ପାତ୍ର  ।

୬୫ ରନରେ ବିଜୟୀ ଭାରତ, ସୂର୍ଯ୍ୟକୁମାର ଦେଖାଇଲେ ବ୍ୟାଟିଂ ଜଲୱା

ନନ୍ଦିଘୋଷ ବ୍ୟୁରୋ: ନ୍ୟୁଜିଲାଣ୍ଡକୁ ୬୫ ରନରେ ହରାଇ ବିଜୟୀ ହୋଇଛି ଇଣ୍ଡିଆ  । ଦଳର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା  । ୧୯୨ ରନର ବିଜୟଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୨୬ ରନରେ ଅଲଆଉଟ ହୋଇଛି । ଦୀପକ ହୁଡା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍ ୱିଲିୟମସନ ସର୍ବାଧିକ ୬୧ ରନର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ବିଜୟୀ ହେବା ସହ ସିରିଜରେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ ।

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୯୧ ରନ କରିଥିଲା । ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ ବଳରେ ୧୯୧ ରନ ସ୍କୋର କରିଥିଲା ଭାରତ । ଟି-୨୦ ଫର୍ମାଟରେ ଏହା ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଶତକ । ମାତ୍ର ୫୧ ବଲରୁ ୧୧୧ ରନର ଇନିଂସ ଖେଳିଛନ୍ତି ସୂର୍ଯ୍ୟକୁମାର । ଯେଉଁଥିରେ ୧୧ଟି ଚୌକା ଓ ୭ଟି ଛକା ରହିଛି । ସେପଟେ ଦିପକ ହୁଡାଙ୍କ ଚମତ୍କାର ବୋଲିଂ ୪ଟି ୱିକେଟ ନେବାରେ ସଫଳ ହୋଇଛି  ।

ଶ୍ରୀ ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି, ସେ ବିଶ୍ୱର ଭଗବାନ: ଫାରୁଖ ଅବଦୁଲ୍‌ଲା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସର ନେତା ଫାରୁଖ ଅବଦୁଲ୍ଲା ପ୍ରଭୁ ଶ୍ରୀରାମଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଅଖନୁରର ଏକ ରାଲିରେ ସେ କହିଛନ୍ତି, ପ୍ରଭୁ ରାମ କେବଳ ହିନ୍ଦୁଙ୍କର ନୁହଁନ୍ତି, ସେ ପୂରା ବିଶ୍ୱର ଭଗବାନ । ସେଥିପାଇଁ ଧର୍ମକୁ ଆଧାର କରି ପ୍ରଭୁଙ୍କୁ ନବାଣ୍ଟିବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି ।

ରାଲି ବେଳେ ସେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି, ମନ୍ଦିର କିମ୍ବା ମସଜିଦର ଲଢେଇ ନାହିଁ । ପ୍ରଭୁ ଶ୍ରୀରାମ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନୁହଁନ୍ତି ବରଂ ସେ ସମସ୍ତଙ୍କର । ସେଥିପାଇଁ ଆମକୁ ଏକଜୁଟ୍ ହୋଇ ଚାଲିବାକୁ ପଡିବ ଏବଂ ନିଜ ସହ ନିଜ ଧର୍ମକୁ ବି ମଜଭୁତ କରିବାକୁ ପଡିବ । ଯଦି ଆମେ ଧର୍ମରୁ ପଛକୁ ହଟୁଛୁ ତେବେ ଆମେ ବର୍ବାଦ ହୋଇଯିବା। ନିଜ ଦେଶକୁ ମଜଭୁତ କରିବାକୁ ହେଲେ ଆମକୁ ଏକାଠି ହେବାକୁ ପଡିବ । ନିଜ ପିଲାଙ୍କୁ ଠିକ୍ ଧର୍ମ ଶିଖାଅ। ଚୋରି, ବେଇମାନୀ, ବଳାତ୍କାର ଭଳି ଲଜ୍ଜାଜନକ ଘଟଣା କୌଣସି ଧର୍ମ ଶିଖାଏ ନାହିଁ । ଧର୍ମ କେବଳ ସଠିକ୍ ରାସ୍ତାରେ ଚାଲିବା ଶିଖାଏ ।

ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ନିର୍ବାଚନ ଆସିଲେ, ସେମାନେ ପାଖକୁ ଆସବେ ଏବଂ କହିବେ ହିନ୍ଦୁ ଧର୍ମ ବିପଦରେ ଅଛି । ଭାରତରେ ୭୦ରୁ ୮୦ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ ।

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲା ରୋଡ ରୋମିଓ

କେନ୍ଦୁଝର: ବନ୍ଧାହେଲା ରୋଡ ରୋମିଓ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ପରେ ରାସ୍ତାରେ କରୁଥିଲା ହଇରାଣ । ଅଭିଯୋଗ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର ଘଟଣା । ଅଭିଯୋଗ ଅନୁସାରେ ଅଭିଯୁକ୍ତ ପୁରୁଷୋତ୍ତମ ସାହୁ ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ।

ପ୍ରେମ ନିବେଦନ କରି ବିଫଳ ହେବାରୁ କଲେଜ ଯିବା ସମୟରେ ଛାତ୍ରୀଙ୍କୁ ଅପମାନିତ କରୁଥିଲେ । ଏହାଛଡ଼ା କଲେଜ ସମ୍ମୁଖରେ ଗାଳିଗୁଲଜ କରିଥିଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁରୁଷୋତ୍ତମକୁ ଗିରଫ କରିଛି ପୋଲିସ ।

ପୋଲିସ ରୋଡ ରୋମିଓଙ୍କୁ ସାବାଡ କରିବା ସାଧାରଣ ଲୋକଙ୍କ ପ୍ରଶଂସା ଯୋଗ୍ୟ ହୋଇଛି  । କଲେଜ ସମୟରେ  ଏହି ଅସଭ୍ୟ ଯୁବକମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ଘଟୁଥିଲା  । ଏମିତିକି ଛାତ୍ରୀଙ୍କ ପାଠ ପଢାରେ ବାଧକ ସାଜୁଥିଲେ  । ତେଣୁ ଏଥର କିନ୍ତୁ ଫସି ପାରିନଥିଲେ  । ଛାତ୍ରୀ ଜଣଙ୍କ ଅତିଷ୍ଠ ହୋଇ ଥାନାରେ ଏତଲା ଦେଇଥିଲେ  । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ  ।

‘ବରଗଡ-ନୂଆପଡା ରେଳ ପ୍ରକଳ୍ପ ପ୍ରତିଶ୍ରୁତିକୁ ୪ବର୍ଷ ବିତିଛି, ଆଜି ବି ଇଟା ଖଣ୍ଡେ ପଡ଼ିନାହିଁ’

ଭୁବନେଶ୍ୱର: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ  । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ସସ୍ମିତ ପାତ୍ର  । ରାଜ୍ୟ ସରକାର ଏହି ରେଳ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ କେନ୍ଦ୍ର ଏଥିପ୍ରତି ଆଗ୍ରହ ପ୍ରକାଶ କରିନାହିଁ  । ଏମିତିକି ରାଜ୍ୟ ସରକାର ୩ ଶହ କୋଟି ଆର୍ଥିକ ଅନୁଦାନ ସହ ଜାଗା ଦେବା ପାଇଁ ରାଜି ଅଛନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି  । ଯାହା ଫଳରେ ୪ ବର୍ଷ ପରେ ମଧ୍ୟ ଆଜି ବି ଏହି ପ୍ରକଳ୍ପରେ ଇଟା ଖଣ୍ଡେ ପଡିନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର  ।

ପ୍ରତିଶ୍ରୁତିକୁ ବିତିଛି ୪ବର୍ଷ  । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏନେଇ ଘୋଷଣା କରିଥିଲେ  । ପ୍ରକଳ୍ପ କଥା ତ ପଛକଥା, ଆଜି ପର୍ଯ୍ୟନ୍ତ ସର୍ଭେ ମଧ୍ୟ ହୋଇପାରିନାହିଁ  । ବରଗଡରୁ ନୂଆପଡା ଯାଏଁ ଯଦି ରେଳ ଲାଇନ ହୁଏ, ତେବେ ପଦମପୁର ବାସୀ ଉପକୃତ ହେବେ  । ପଦମପୁର ଦେଇ ଯିବ ଏହି ରେଳ ପ୍ରକଳ୍ପ  । କିନ୍ତୁ ରାଜ୍ୟର ସତ ଆଗ୍ରହ ସ୍ୱତେ କେନ୍ଦ୍ର ଅବହେଳା ଜଳ ଜଳ ହୋଇ ଦୃଶ୍ୟମାନ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର  ।

୨୦୧୮ରେ ରେଳ ପ୍ରକଳ୍ପ ନେଇ ଟୁଇଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ୪ବର୍ଷ ବିତିଯାଇଥିଲେ ବି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଧର୍ମେନ୍ଦ୍ର । ୪ବର୍ଷ ମଧ୍ୟରେ ରେଳଲାଇନ ତ ଦୂରର କଥା ସର୍ଭେ ମଧ୍ୟ ହେଲାନି ବୋଲି କହିଛନନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର  ।  ରେଳବାଇ କ୍ଷେତ୍ରରେ ଓଡିଶା ପଛରେ ରହିଛି । ୫ବର୍ଷ ହେଲା ଗୋଟିଏ ବି ନୂଆ ରେଳ ଲାଇନ ହୋଇ ନାହିଁ । ଯେଉଁଥିରେ କେନ୍ଦ୍ର ସମ୍ପୂର୍ଣ୍ଣ ଶତ ପ୍ରତିଶତ କରିଛି  ।  ଏନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ରେଳଲାଇନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ବିଜେଡି ଦାବି କରୁଛି । ଏହି ପ୍ରସଙ୍ଗ ରାଜ୍ୟସଭା ଏବଂ ଲୋକସଭାରେ ନିଶ୍ଚିତ ଉଠାଇବେ ବୋଲି କହିଛନ୍ତି ସାଂସଦ ସସ୍ମିତ  ପାତ୍ର   ।