spot_img
Home Blog Page 3866

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ 5ଟି ସଚିବ, ଶିଳ୍ପ ବିକାଶ ନେଇ ସମୀକ୍ଷା ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ 5T ସଚିବ ଭି.କେ ପାଣ୍ଡିଆନ୍ । ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ । ବୈଠକରେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟ୍ଟାରିଆଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଛନ୍ତି ।

ଖୋର୍ଦ୍ଧା ଶିଳ୍ପାଞ୍ଚଳର ଉଦ୍ୟୋଗୀ ଏବଂ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି 5T ସଚିବ । ପ୍ରଥମେ ଏସଏମଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ରେ ପହଞ୍ଚି କମ୍ପାନୀ ପରିଦର୍ଶନ ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି ।

ଇଣ୍ଡନିସନ ଫୁଡ ପ୍ରାଇଭେଟ ଲିମିଟେଡ଼, ହିନ୍ଦୁସ୍ଥାନ କୋକାକୋଲା, ସେଞ୍ଚୁରି ଫାଇଭର ପ୍ଳେଟସ୍ ପ୍ରାଇଭେଟ ଲିମିଟେଡ଼ ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ବିଶେଷ କରି ଶିଳ୍ପାଞ୍ଚଳର ବିକାଶ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଅଧିକ ପୁଞ୍ଜି ନିବେଶ କରିବା, କ୍ବାଲିଟି ପ୍ରଡକ୍ଟ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଛନ୍ତି 5T ସଚିବ।

ଗତ ବର୍ଷ ତୁଳନାରେ ରାଜଧାନୀରେ ଏଥର ଡେଙ୍ଗୁ ରୋଗୀ ସଂଖ୍ୟା କମ୍

ଭୁବନେଶ୍ୱର: ଭୁବନେଶ୍ୱରରେ ନୂଆ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ଗତବର୍ଷ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଦୈନିକ ରୋଗୀସଂଖ୍ୟା ହ୍ରାସ ପାଉଛି । ଟେଷ୍ଟିଂ ପଜିଟିଭ ରିପୋର୍ଟ ବା TPR ୬୦ରୁ ୩୦କୁ ହ୍ରାସ ପାଇଛି । ଚଳିତବର୍ଷ ରାଜ୍ୟରେ ୨୭ ହଜାର ୨୪୮ ନମୁନା ପରୀକ୍ଷା କରାଯାଇଥିଲା ।

୩ ହଜାର ୭୦୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଏହି ସମୟରେ ୧୫ ହଜାର ୧୯୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩ ହଜାର ୭୫୦ ରୋଗୀ ଚିହ୍ନଟ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨ ହଜାର ୨୦୬, ମାଲକାନଗିରିରେ ୨୨୩, କୋରାପୁଟରେ ୩୮୯, ରାୟଗଡ଼ାରେ ୩୧୬, ଭୁବନେଶ୍ୱରରେ ୧ ହଜାର ୯୦୦ ଏବଂ ପୁରୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୪ ରହିଛି।

ଡେଙ୍ଗୁ ରୋକିବା ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ଆଗକୁ ବର୍ଷା ଥିବାରୁ ମଶା ଲାର୍ଭା ନଷ୍ଟ କରି ଏଡିସ ମଶାର ବଂଶ ବୃଦ୍ଧି ରୋକିବାକୁ ହେବ । ବୁସ୍‌ କଟିଂ ଜାରି ରହିଥିଲେ ମଧ୍ୟ ବର୍ଷା ଯୋଗୁ ମଶାଧୂଆଁ ଛାଡିବା ସମ୍ଭବ ହେଉନାହିଁ। ପାଗ ଶୁଖିଲା ରହିଲେ ଫଗିଂ କରାଯିବ ବୋଲି ବିଏମସି କମିଶନର କହିଛନ୍ତି । ଆଗକୁ ଆହୁରି ଏକ ମାସ ଆମକୁ ଯତ୍ନବାନ ରହିବାକୁ ହେବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ପ୍ରବଳ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

କନ୍ଧମାଳ: ପ୍ରବଳ ବର୍ଷା ଯୋଗୁ ଭାସିଗଲା ଅସ୍ଥାୟୀ ପୋଲ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ଟେକ୍ଲାମିଲା ଗାଁରୁ କୋଟଗଡ଼ ବ୍ଲକ ପାରିଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ନାକୁଡ଼ିପଡା ଗାଁର ଅସ୍ଥାୟୀ ପୋଲ ଭାସିଯାଇଛି । ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କିଛିଦିନ ପୂର୍ବରୁ ମଧ୍ୟ ଏହି ପୋଲ ଭାସିଯାଇଥିଲା । ଦୁଇଟି ହୁମ୍‌ ପାଇପ ଦେଇ ଠିକାଦାର ମାଟି ପକାଇ ଦେଇଥିଲେ ।

କିନ୍ତୁ ଏବେ ପୁଣି ଲଗାଣ ବର୍ଷା ଯୋଗୁ ପୋଲଟି ଭାସି ଯାଇଛି । ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସିର୍ଲା ପଞ୍ଚାୟତ ଓ ପାରିଗଡ଼ ପଞ୍ଚାୟତ ଲୋକ ଦାବି କରିଛନ୍ତି l ସେହିପରି ବର୍ଷା ଯୋଗୁ ବାଲିଗୁଡାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ବାଲିଗୁଡା ବସଷ୍ଟାଣ୍ଡ ନିକଟ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ବାଧାପ୍ରାପ୍ତ ହେଉଛି ଗାଡି ମୋଟର ଯାତାୟାତ l

ଥରିଲା ପଶ୍ଚିମ ମେକ୍ସିକୋର କୋଷ୍ଟାଲ ଷ୍ଟେଟ୍, ରିକ୍ଟର ସ୍କେଲରେ ତୀବ୍ରତା ୭.୬ ରେକର୍ଡ

ମେକ୍ସିକୋ: ମେକ୍ସିକୋରେ ଭୂମିକମ୍ପ । ମେକ୍ସିକୋର ପଶ୍ଚିମୀ ସହରରେ ଭୀଷଣ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ଥିଲା । ୧୯୮୫ ଓ ୨୦୧୭ରେ ହୋଇଥିବା ବିନାଶକାରୀ ଭୂକମ୍ପର ବର୍ଷପୂର୍ତ୍ତି ଦିନ ଆଉ ଏକ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜଧାନୀରେ ଏମର୍ଜେନ୍ସି ଡିଜାଷ୍ଟର ଡ୍ରିଲ୍ ଶେଷ ହେବାର ପ୍ରାୟ ଏକ ଘଣ୍ଟା ପରେ ମେକ୍ସିକୋକୁ ଥରାଇଛି ଭୂକମ୍ପ । ଭୂମିକମ୍ପ ଯୋଗୁ ସହରର ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାସ୍ତାରେ ଲୋକମାନେ ଘଣ୍ଟାଘଣ୍ଟା ଧରି ଠିଆ ହୋଇରହିଥିଲେ ।

ତେବେ ମୃତାହତଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଭୂକମ୍ପ ପରେ ମେକ୍ସିକୋରେ ସୁନାମି ଆଲର୍ଟ ଜାରି କରାଯାଇଛି । ୧୯୮୫ରେ ମେକ୍ସିକୋରେ ୮.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ । ୨୦୧୭ରେ ମେକ୍ସିକୋରେ ହୋଇଥିବା ଭୂମିକମ୍ପରେ ୩୭୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଭୁଶୁଡ଼ିଲା ପାଚେରୀ, ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀ ନୋଏଡା ସେକ୍ଟର ୨୧ରେ ଅଘଟଣ । ଜଳବାୟୁ ବିହାର ସୋସାଇଟି ପାଚେରୀ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ହୋଇଛି । ଡ୍ରେନ ରିପ୍ୟାରିଂ କାମ ଚାଲିଥିଲା ବେଳେ ସୋସାଇଟିର ପାଚେରୀ ଭୁଶୁଡ଼ି ପଡ଼ିଥିଲା । ପ୍ରାୟ ୧୩ ଜଣ ଶ୍ରମିକ ପାଚେରୀ ତଳେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

କାଠ ଫାଳିଆରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

ଭୁବନେଶ୍ୱର: ସାନଭାଇକୁ ପିଟିପିଟି ହତ୍ୟା କଲା ବଡ଼ଭାଇ । କାଠ ଫାଳିଆ ଓ ଆଲୁମିନିୟମ ପାଇପରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ରାଜମୋହନ ସେନାପତି । ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼ ଭାଇ ବିଶ୍ୱମୋହନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତକାଲି ରାଜମୋହନ ନିଶା ଖାଇ ଘରକୁ ଫେରିଥିଲେ ।

ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ବଡ଼ ଭାଇ ଆଲୁମିନିୟମ ପାଇପରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ ସାନଭାଇ ରାଜମୋହନ । ସାଙ୍ଗ ମାନଙ୍କୁ ଡାକି ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି ।

ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା, ପୋଲିସକୁ ଦୁର୍ବ୍ୟବହାର, ରୋକିବା ଉଦ୍ୟମ ନେଇ ଆକ୍ସନ୍

ଭଦ୍ରକ: ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା । ୧୪୪ ଧାରା ଜାରି । ପୋଲିସକୁ ଦୁର୍ବ୍ୟବହାର ଓ ରୋକିବା ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଉଚ୍ଛେଦ ସରିବା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବା ସହ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିବା ଭଦ୍ରକ ଉପଜିଲ୍ଲାପାଳ କହିଛନ୍ତି । ଭଦ୍ରକ ସହରର ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ଦୋକାନଗୁଡିକ ଖୋଲା ଥିବାରୁ ପ୍ରଶାସନ ଆଜି ଉଚ୍ଛେଦ ପାଇଁ ପହଞ୍ଚିଥିଲା । ହେଲେ ପ୍ରବଳ ବିରୋଧ ହେବାରୁ ଉଚ୍ଛେଦ ହୋଇପାରିନଥିଲା ।

ପରିସ୍ଥିତି ନିୟନ୍ତ୍ରଣ ପରେ ପୁଣି ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବ୍ୟାପକ ପୋଲିସ ମୁତୟନ ସହ ଉଚ୍ଛେଦ ଆରମ୍ଭ ବେଳେ କିଛି ସ୍ଥାନୀୟ ନେତା ଏହାକୁ ବିରୋଧ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି । ଏହି ସମୟରେ ପୋଲିସ ସହ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ରାଜଧାନୀ ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ଏୟାର କ୍ୱାଲିଟି, ହଟସ୍ପଟ ପାଲଟିଛି ଆନନ୍ଦ ବିହାର

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ପଲ୍ୟୁସନ ଟେନସନ୍ । ଲଗାତାର ଦ୍ୱିତୀୟ ଦିନରେ ବାୟୁର ଗୁଣାବତ୍ତା ଚିନ୍ତାଜନକ ସ୍ଥିତିରେ ରହିଛି । ସୋମବାରଠୁ ଏୟାର କ୍ୱାଲିଟି ଖରାପ ହୋଇଥିବା ବେଳେ ଆନନ୍ଦବିହାର ପଲ୍ୟୁସନ ହଟସ୍ପଟ ପାଲଟିଛି । ଆନନ୍ଦ ବିହାରରେ ଲଗାତାର ଦ୍ୱିତୀୟ ଦିନରେ AQI ୪୧୮ ରହିଛି । ଆଗାମୀ ଦିନରେ ଏୟାର କ୍ୱାଲିଟି ଆହୁରି ଖରାପ ହୋଇପାରେ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ।

ବାୟୁ ଗୁଣାବତ୍ତା ଖରାପ ହେଲେ ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇଥାଏ । ଶ୍ୱାସକ୍ରିୟାଜନିତ ସମସ୍ୟା ଥିବା ଲୋକମାନେ ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତ । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଖରାପ ରହିଛି । ପାର୍ବଣ ଆରମ୍ଭ ହେଉଥିବାରୁ ଟ୍ରାଫିକ ଓ ବାଣ ଯୋଗୁ ପ୍ରଦୂଷଣ ବଢ଼ିବା ଆଶଙ୍କା କରାଯାଉଛି ।

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ NMAର ଏନଓସି, ନିଷିଦ୍ଧାଞ୍ଚଳରେ ହେବ ଶୌଚାଳୟ, କ୍ଲକ୍ ରୁମ୍, ସେଲଟର ପାଭିଲିଅନ୍

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ଏନଏମଏର ଏନଓସି । ପୂର୍ବରୁ ଏନଏମଏର ଏନଓସି ଅନୁସାରେ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ, ସେବାୟତଙ୍କ ପାଇଁ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ନିର୍ମାଣ କରାଯିବ । ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନଏମଏ ଏନଓସିରେ ଉଲ୍ଲେଖ କରିଛି । ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ ।

ସେହିପରି ମନ୍ଦିର କାର୍ଯ୍ୟାଳୟର ନିର୍ମାଣ ନେଇ ମଧ୍ୟ NOC ପ୍ରଦାନ କରାଯାଇଛି । ଏହାର ଉଚ୍ଚତା ମଧ୍ୟ ୭.୫ ମିଟର ମଧ୍ୟରେ ରଖାଯିବାକୁ ଲେଖାଯାଇଛି । ଏଥିସହ ବଡ଼ ଛତା ମଠ ଓ ଛାଉଣୀ ମଠର ଉନ୍ନତିକରଣ କାର୍ଯ୍ୟ କରାଯିବ । ତେବେ ବର୍ଦ୍ଧିତ କିମ୍ବା ନିର୍ମାଣ କରାଯାଇପାରିବ ନାହିଁ । ସେହିପରି ଇନ୍ଫର୍ମେସନ, ଡୋନେସନ ସେଲ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଓ ଏଟିଏମ୍ ନିର୍ମାଣ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ରେଗୁଲେଟେଡ୍ ଅଞ୍ଚଳରେ କରାଯିବ ।

ନାମ୍ବିଆରୁ ଆସିଥିବା ୮ ଚିତାଙ୍କୁ ସୁରକ୍ଷା ଦେବେ ଦୁଇ ହାତୀ

ଭୋପାଳ: ଚିତାଙ୍କୁ ଜଗିଛନ୍ତି ହାତୀ । ବିଦେଶୀ ଚିତାଙ୍କ ସୁରକ୍ଷାରେ ଲକ୍ଷ୍ମୀ ଓ ସିଦ୍ଧନାଥ । ନାମ୍ବିଆରୁ ଅଣାଯାଇଥିବା ୮ ଚିତାବାଘଙ୍କ ସୁରକ୍ଷା ପାଇଁ ଦୁଇଟି ହାତୀଙ୍କୁ ନିୟୋଜିତ କରାଯାଇଛି । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରଖାଯାଇଥିବା ଚିତାଙ୍କ ସୁରକ୍ଷା ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ନରମାଦପୁରମର ସତପୁରା ଟାଇଗର ରିଜର୍ଭରୁ ଦୁଇଟି ହାତୀଙ୍କୁ ଚିତାଙ୍କ ସୁରକ୍ଷା ପାଇଁ ପାର୍କକୁ ଅଣାଯାଇଛି । ବାଘ ସୁରକ୍ଷାର ଅଭିଜ୍ଞତା ଥିବାରୁ ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ପାର୍କକୁ ଅଣାଯାଇଛି ।

ଉଭୟ ହାତୀ ଦିନରାତି ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରିବା ସହ ଚିତାବାଘଙ୍କ ଉପରେ ନଜର ରଖିଛନ୍ତି । ନାମ୍ବିଆରୁ ଆସିଥିବା ଚିତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସିଦ୍ଧନାଥ ଏବଂ ଲକ୍ଷ୍ମୀ ଜଙ୍ଗଲ କର୍ମଚାରୀଙ୍କ ସହିତ ନିରନ୍ତର ପାଟ୍ରୋଲିଂ କରୁଛନ୍ତି । ଚିତା ଥିବା ଏନକ୍ଲୋଜର କିମ୍ବା ଏହାର ଆଖପାଖକୁ ଯେପରି ଅନ୍ୟ କୌଣସି ବନ୍ୟଜନ୍ତୁ ନଆସନ୍ତି ତା’ ଉପରେ ନଜର ରଖିଛନ୍ତି ଦୁଇ ଅଭିଜ୍ଞ ହାତୀ ।Kuno