spot_img
Home Blog Page 3902

ଜାତୀୟ ଟିଭି ରିଆଲିଟି ସୋ’ରେ ଶୁଭିଲା ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନାଁ

ନୂଆଦିଲ୍ଲୀ: ଜାତୀୟ ଟିଭି ଚ୍ୟାନେଲର ରିଆଲିଟି ସୋ’ରେ ଶୁଭିଲା ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନାଁ । ସୋନୀ ଟିଭିରେ ପ୍ରସାରିତ କୌନ୍ ବନେଗା କରୋଡପତିରେ ପଚରାଗଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି ନେଇ ପ୍ରଶ୍ନ । ହୋଷ୍ଟ ବିଗ୍ ବି ଅମିତାଭ ବଚ୍ଚନ ଆସିଥିବା ପ୍ରତିଯୋଗୀଙ୍କୁ ସୁଦର୍ଶନ ପଟ୍ଟନାୟକ କେଉଁ ସାମଗ୍ରୀରେ ତାଙ୍କ କଳାକୃତି ପ୍ରଦର୍ଶନ କରନ୍ତି ବୋଲି ପ୍ରଶ୍ନ କରିଥିଲେ । ଆଉ ପ୍ରତିଯୋଗୀ ସୁଦର୍ଶନ ପଟ୍ଟନାୟକ ବାଲିରେ ସୁନ୍ଦର କଳାକୃତି କରନ୍ତି ବୋଲି ଉତ୍ତର ଦେଇଥିଲେ ।

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚିତ ଘଟଣା ହେଉ କି କୌଣସି ସ୍ୱତନ୍ତ୍ର ଦିବସ । ସବୁବେଳେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରି ଚର୍ଚ୍ଚା ସାଉଁଟିଛନ୍ତି ସୁଦର୍ଶନ ପଟ୍ଟନାୟକ । ୨୦୧୪ରେ ପଦ୍ମଶ୍ରୀ ପାଇଥିବା ସୁଦର୍ଶନଙ୍କ ବାଲୁକା କଳାର ପ୍ରଶଂସା କେବଳ ରାଜ୍ୟ କାହିଁକି ଦେଶରେ କୋଣ ଅନୁକୋଣରେ ବି ହୁଏ ।

 

ବର୍ଷା ଆଣିଲା ବିପତ୍ତି, ରାସ୍ତାରେ ଭାସୁଛି ମାଳ ମାଳ ଗାଡ଼ି

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ । ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ରାସ୍ତାରେ ଭାସୁଛି ମାଳ ମାଳ ଗାଡ଼ି । ୯୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ଆଜି ପ୍ରବଳ ବର୍ଷା ନେଇ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ଲଗାତାର ୪ ଦିନ ହେଲା ଜାରି ରହିଛି ବର୍ଷା । ଫଳରେ ରାସ୍ତାରେ ଡଙ୍ଗା ଚାଲୁଥିବା ବେଳେ ଟ୍ରାକ୍ଟର, ଜେସିବି ଯୋଗେ ଚାଲିଛି ରେସ୍କ୍ୟୁ ଅପରେସନ । ଶହ ଶହ କଲୋନୀ ଜଳମଗ୍ନ ହୋଇଛି । ଅନେକ ଅଞ୍ଚଳକୁ ଦୁଇ ଦିନ ହେଲା ବନ୍ଦ ରହିଛି ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ।

ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି । ଡଙ୍ଗା ଓ ଟ୍ରାକ୍ଟର ଯୋଗେ ରେସ୍କ୍ୟୁ ଅପରେସନ ଜାରି ରଖିଛି ପ୍ରଶାସନ । କର୍ଣ୍ଣାଟକ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛି ବିରୋଧୀ କଂଗ୍ରେସ । ସେପଟେ ପୂର୍ବ ସରକାରଙ୍କ ମୁଣ୍ଡକୁ ଦୋଷ ଠେଲିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । ବେଙ୍ଗାଲୁରୁ ସହ ଅନ୍ୟ ଜିଲ୍ଲାର ବନ୍ୟା ମୁକାବିଲା ପାଇଁ ୬ ଶହ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

ଆଜିଠୁ କଂଗ୍ରେସର ଭାରତ ଯୋଡ ଅଭିଯାନ, ଦେଶକୁ ଯୋଡ଼ିବା ପାଇଁ କଂଗ୍ରେସ କରିବ ବଡ଼ ଜନ ସମ୍ପର୍କ ପଦଯାତ୍ରା

ନୂଆଦିଲ୍ଲୀ: ଆଜିଠୁ କଂଗ୍ରେସର ଭାରତ ଯୋଡ଼ ଅଭିଯାନ । ଦେଶରେ ବିପଦରେ ରହିଛି ଗଣତନ୍ତ୍ର, ଅଭିବ୍ୟକ୍ତ ସ୍ୱାଧୀନତା ମଧ୍ୟ କ୍ଷୂର୍ଣ୍ଣ ରହିଛି । ସାମାଜିକ ନ୍ୟାୟ, ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ଏକ ଗୁରୁତର ଆହ୍ୱାନ ସୃଷ୍ଟି ହୋଇଛି । ଜାତି, ଭାଷା, ଧର୍ମ ଓ ଖାଦ୍ୟ ଆଧାରରେ ଲୋକଙ୍କ ଭିତରେ ବେଭେଦ ସୃଷ୍ଟି ହେଉଛି । ଏନେଇ ସମଗ୍ର ଦେଶକୁ ଯୋଡ଼ିବା ପାଇଁ ଆଜିଠୁ ଭାରତ ଯୋଡ଼ ଅଭିଯାନ କରିବ କଂଗ୍ରେସ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟାରେ ଘାଇଲା ଜନତା । ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକଙ୍କୁ ସଚେତନ କରାଇବା ସହ ସମସ୍ୟା ଶୁଣିବ ଦଳ ।

କନ୍ୟାକୁମାରୀରୁ ଏହି ଅଭିଯାନ ଆରମ୍ଭ କରିବେ ରାହୁଲ ଗାନ୍ଧୀ । ବଡ଼ ଜନ ସଂପର୍କ ପଦଯାତ୍ରାରେ ବାହାରି ଲୋକଙ୍କ ନିକଟରେ ପହଞ୍ଚିବ ଦଳ । ୧୨ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ପଦଯାତ୍ରା ଯିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୫୦୦ କିଲୋମିଟର ଅତିକ୍ରମ କରାଯିବ । ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ସାମିଲ ହେବେ । ଏହି ପଦଯାତ୍ରା ଭାରତ ଯୋଡ଼ ଡଟ୍ ଇନ୍ ଓ୍ବେବସାଇଟରେ live telecast ହେବ । ଓଡ଼ିଶାରେ ମଧ୍ୟ ପଦଯାତ୍ରା ହେବ । ୧୦୦ ପ୍ରତିନିଧି ଓଡ଼ିଶା କଂଗ୍ରେସରୁ ପଦଯାତ୍ରାରେ ସାମିଲ ହେବେ । ଓଡ଼ିଶାରୁ ପାଣି ଓ ମାଟି ନେଇ ଭାରତ ଯୋଡ ଅଭିଯାନରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ ।

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, କାଲିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୯ ରୁ ୧୦ ତାରିଖ ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ବିସ୍ତୃତି ବଢ଼ିବ । ଏଥିପାଇଁ ଉପକୂଳ ଓଡ଼ିଶାର ୮ ଜିଲ୍ଲା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ଗୋଟିଏ ପଟେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା । ଏବେ ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହିସାର, ଗୋରଖପୁର, ପାଟନା, ଜାମସେଦପୁର, ଦିଘା ଦେଇ ପୂର୍ବ-ପକ୍ଷିଣ-ପୂର୍ବ ଦିଗରେ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଫଳରେ ବର୍ଷା ପାଇଁ ପାଗ ଅନୁକୁଳ ହୋଇଛି ।

 

ଏସିଆ କପ୍: ଭାରତକୁ ୬ ୱିକେଟରେ ହରାଇଲା ଶ୍ରୀଲଙ୍କା, ଫାଇନାଲ୍ ଯିବା ଆଶା ଭାଙ୍ଗିଲା

ଦୁବାଇ: କର ବା ମର ମୁକାବିଲାରେ ଭାରତର ପରାଜୟ । ଏସିଆ କପର ସୁପର-୪ ମ୍ୟାଚରେ ଶ୍ରୀଲଙ୍କାଠୁ ପରାଜିତ ହୋଇ ଭାରତୀୟ ଦଳ ଏକପ୍ରକାର ଫାଇନାଲ ରେସରୁ ବାଦ୍ ପଡିଛି । ପ୍ରଥମେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହିପରି ଭାରତକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ୧୭୩ ରନ୍ ସଂଗ୍ରହ କରିଥିଲା । ହେଲେ ଶ୍ରୀଲଙ୍କା ୧୯.୫ ଓଭରରେ ୪ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ୧୭୪ ରନ୍ ହାସଲ କରିନେଇଛି । ଭାରତ ଲଗାତାର ଦୁଇଟି ମ୍ୟାଚ ହାରି ଫାଇନାଲ ଯିବା ଆଶା ଭାଙ୍ଗିଯାଇଛି ।

ଆଜିର ମ୍ୟାଚରେ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କେଏଲ ରାହୁଲ ଏବଂ ରୋହିତ ଶର୍ମା କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଭାରତ ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା । ମାତ୍ର ୬ ରନ୍ କରି ରାହୁଲ ପାଭେଲିଅନ ଫେରିଯାଇଥିଲେ । ତାଙ୍କ ସ୍ଥାନରେ କୋହଲି ଆସିଥିଲେ । ହେଲେ ସେ ମଧ୍ୟ ୪ଟି ବଲ୍ ଖେଳି କିଛି ରନ୍ ନକରିପାରି ଆଉଟ୍ ହୋଇଯାଇଥିଲେ । ବିରାଟଙ୍କ ଆଉଟ୍ ପରେ ସମସ୍ତେ ଆଶା ଛାଡି ଦେଇଥିଲେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ତାଙ୍କୁ ସାଥ୍ ଦେଇଥିଲେ ।

ରୋହିତ ୪୧ ବଲ୍ ଖେଳି ୭୨ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ୨୯ ବଲ୍ ଖେଳି ୩୪ ରନ୍ କରିଛନ୍ତି । ଏହି ଦୁଇଜଣ ଆଉଟ୍ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଶ୍ରୀଲଙ୍କା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ୧୭ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ । ଶେଷ ସମୟରେ ଅଶ୍ନିନୀ ୭ ଟି ବଲ୍ ଖେଳି ୧୫ ରନ୍ କରି କ୍ରୀଜରେ ଦଣ୍ଡାୟମାନ ଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ସଫଳ ବୋଲିଂ କରି ୪ ଓଭରରେ ୨୪ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ସି କରୁଣାରତ୍ନେ ଏବଂ ଶନକା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏମ ଥିକଶାନା ମଧ୍ୟ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ ।

ଶ୍ରୀଲଙ୍କା ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପତୁମ ନିସାଙ୍କ ଏବଂ କୁସାଲ ମେଣ୍ଡିସ ଚମତ୍କାର ପ୍ରଦର୍ଶନ କରିଥିଲେ । ପଥୁମ ନିସାଙ୍କ ୩୭ ବଲରେ ୫୨ ରନର ଉଚ୍ଚକୋଟୀର ଇନିଂସ ଖେଳିଥିଲେ । ସେହିପରି କୁସଲ ମେଣ୍ଡିଂସ ୩୭ ବଲ୍ ଖେଳି ୫୭ ରନ୍ କରିଥିଲେ । ପ୍ରଥମ ୱିକେଟ୍ ଯିବାବେଳକୁ ଶ୍ରୀଲଙ୍କା ୯୭ ରନ୍ ସଂଗ୍ରହ କରିସାରିଥିଲା । ଏହି ଦୁଇଜଣଙ୍କ ଜୋଡି ଭାଙ୍ଗିବାରେ ଭାରତୀୟ ବୋଲର ସକ୍ଷମ ହୋଇଥିଲେ ।

ପ୍ରଥମ ୱିକେଟ୍ ଯିବାବେଳକୁ ଭଲ ସ୍ଥିତିରେ ପହଞ୍ଚି ସାରିଥିଲା ଦଳ । ଶେଷ ଭାଗରେ ଭାନୁକା ରାଜପକ୍ଷ ଏବଂ ଦସୁନ ଶଙ୍କରା ବିଜୟୀ ଇନିଂସ ଖେଳିଛନ୍ତି । ମ୍ୟାଚ ଜିତିବା ବେଳକି ଉଭୟ ଅପରାଜିତ ରହିଥିଲେ । ଭାନୁକା ୧୭ ବଲରେ ୨୫ ରନ୍ କରିଥିବା ବେଳେ ଶଙ୍କରା ୧୮ ବଲ୍ ଖେଲି ୩୩ ରନ୍ କରିଥିଲେ । ଏଥିସହ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ୱିକେଟ୍ ନେବାରେ ସଫଳ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ୱିକେଟ୍ ନେବାକୁ ସଫଳ ହୋଇଥିଲେ । ଅନ୍ୟ ବୋଲରମାନେ କୌଣସି ୱିକେଟ ନେବାରେ ସଫଳ ହୋଇନଥିଲେ ।

ଶ୍ରୀଲଙ୍କା ଲଗାତାର ଦୁଇଟି ମ୍ୟାଚ୍ ଜିତି ଫାଇନାଲକୁ ଯିବାର ବାଟ ସଫା କରିଦେଇଛି । ଅନ୍ୟପକ୍ଷରେ ପାକିସ୍ତାନ ମଧ୍ୟ ଗୋଟିଏ ମ୍ୟାଚ ଜିତି ଶ୍ରୀଲଙ୍କା ପଛକୁ ରହିଛି । ଯଦି ପାକିସ୍ତାନ ନିଜର ଦୁଇଟି ମ୍ୟାଚ୍ ଅର୍ଥାତ ଶ୍ରୀଲଙ୍କା ଏବଂ ଆଫଗାନୀସ୍ତାନ ଠାରୁ ପରାଜିତ ହେଉଛି ଭାରତ ଫାଇନାଲକୁ ଯିବାର ସମ୍ଭାବନା ରହିଛି । ଏଥିରେ ରନରେଟ୍ ମୁଖ୍ୟ ଭୁମିକା ଗ୍ରହଣ କରିବ । ଏଥିସହିତ ଆଫଗାନୀସ୍ତାନ ବିପକ୍ଷ ଆଗମୀ ୮ ତାରିଖ ମ୍ୟାଚରେ ଭାରତକୁ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ । ତେବେ ଏହି ସମ୍ଭାବନା ବହୁତ କମ୍ ରହିଛି ।

ଏନଏସଇର ପୂର୍ବତନ ସିଇଓ ରବି ନାରାୟଣଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାରାୟଣଙ୍କୁ ଗିରଫ କରିଛି । ଏକ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି । ତେବେ ଅନୈତିକ ଭାବେ ଫୋନ୍ ଟ୍ୟାପିଂ ଏବଂ ଏନଏସଇ କର୍ମଚାରୀଙ୍କ ଜାସୁସ କରିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି । ନାରାୟଣ ଏପ୍ରିଲ ୧୯୯୪ରୁ ୩୧ ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ରହିଥିଲେ । ଏହାପରେ ସେ କମ୍ପାନୀ ବୋର୍ଡର ନନ ଏଗଜ୍ୟୁକେଟିଭ କ୍ୟାଟେଗୋରୀରେ ଉପାଧ୍ୟକ୍ଷ ରହିଥିଲେ ।

୧ ଏପ୍ରିଲ  ୨୦୧୩ରୁ ଜୁନ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ । କୋ-ଲୋକେସନ ସ୍କାମ ସହ ମେ ୨୦୧୮ ରେ ପଞ୍ଜୀକୃତ ହୋଇଥିବା ମାମଲାରେ ଏନଏସଇର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକୃଷ୍ଣଙ୍କୁ ମାର୍ଚ୍ଚ ୬ ରେ ସିବିଆଇ ଗିରଫ କରିଥିଲା । ସେହିପରି ଜୁଲାଇ ୧୪ ରେ ଫୋନ୍ ଟ୍ୟାପ୍ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଫୋନ ଟ୍ୟାପିଂ ମାମଲାରେ ଇଡି ଗିରଫ କରିଥିଲା ।

ନିସଂଗତା, ଅବସାଦର ଶିକାର ଜଣେ ବ୍ୟକ୍ତିଙ୍କ ୭୭ ପୃଷ୍ଠାର ସୁଇସାଇଡ୍ ନୋଟ୍, ପଢ଼ିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ଲୋକ ବିଷାଦଗ୍ରସ୍ତର ଶିକାର ହେଉଛନ୍ତି । ଅନେକ ତ ଏପରି ସ୍ଥିତିକୁ ଚାଲିଯାଉଛନ୍ତି ଯେ, ନିଜ ଜୀବନ ହାରିବାକୁ ପଛାଉନାହାନ୍ତି । କିଛି କିଛି ଲୋକ ଏହି ବିଷାଦ ବା ଡିପ୍ରେସନରୁ ଅତି ମୁସ୍କିଲରେ ବାହାରି ପାରିଥାନ୍ତି । ବିଷାଦ ମଣିଷକୁ କମଜୋର କରିଦେଇଥାଏ । ଯାହାର ଫଳାଫଳ ଅତ୍ୟନ୍ତ ଭୟାନକ ହୋଇଥାଏ । ଏମିତି କିଛି ଘଟିଛି ଦିଲ୍ଲୀର ଜଣେ ଯୁବକ କ୍ଷିତିଜଙ୍କ ସହ । ଯିଏକି ପ୍ରଥମେ ଘରେ ହିଁ ନିଜ ଅସୁସ୍ଥ ମାଆର ହତ୍ୟା କରିଛି । ୪ ଦିନ ମାଆଙ୍କ ଶବ ସହ ରହିଛି ଏବଂ ପରେ ନିଜେ ବି ଆତ୍ମହତ୍ୟା କରିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ମୃତ୍ୟୁ ପୂର୍ବରୁ କ୍ଷିତିଜ ୭୭ ପୃଷ୍ଟାର ସୁଇସାଇଡ୍ ନୋଟ ଲେଖି ଘଟଣାସ୍ଥଳରେ ଛାଡ଼ି ଦେଇଛି । ଏଥିରେ ସେ ନିଜ ଜୀବନର ସବୁ ସମସ୍ୟା ଏବଂ ମାଆର ଶବ ସହ ବିତାଇଥିବା ୪ ଦିନର ପ୍ରତି ମୂହୁର୍ତ୍ତକୁ ବୟାନ କରିଛି । ଡିପ୍ରେସନ, ଆର୍ଥିକ ସମସ୍ୟା, ଗରିବୀ ଏବଂ ଏକାକୀପଣ ସହ ଜୁଝୁଥିବା କ୍ଷିତିଜ ୭୭ ପୃଷ୍ଟାରେ ପେନସିଲରେ ଲେଖି ବାଖ୍ୟା କରିଛି । ଯାହାକୁ ପଢ଼ିଲା ପରେ ଆପଣ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବେ । ତେବେ ସେହି ସୁଇସାଇଡ ନୋଟର କିଛି କଥା ଆମେ ଆପଣଙ୍କୁ କହିବୁ ।

କ୍ଷିତିଜ ନିଜ ସୁଇସାଇଡ ନୋଟରେ ଲେଖିଛି ଯେ, ସେ ଦୁଇ ବର୍ଷ ହେବ ମରିବାକୁ ଚାହୁଁଥିଲା, ଏବଂ ମରିବା ପୂର୍ବରୁ ନିଜ ମାଆଙ୍କୁ ତାଙ୍କ ପୀଡାରୁ ମୁକ୍ତ କରିବାକୁ ଚାହୁଁଥିଲା । ପ୍ରତି ରବିବାର ତାଙ୍କ ମାଆ ସତସଙ୍ଗ ଯାଇଥାନ୍ତି । ଏଥର ମଧ୍ୟ ମାଆ ଯେବେ ସେଠାରୁ ଫେରିଥିଲେ, ଉଭୟ ମାଆ ଓ ପୁଅଙ୍କ ମଧ୍ୟରେ ବାର୍ତ୍ତାଳପ ଓ ହସଖୁସି ହୋଇଥିଲା । ମାଆ ଆଖିରେ ଠିକସେ ଦେଖିପାରୁନଥାନ୍ତି, ଲାଗୁଛି ମୋତିଆବିନ୍ଦୁ ହୋଇଯାଇଛି । ଏବେ ସେ ମରିବାକୁ ଚାହୁଁଛନ୍ତି । ଆଜି ଗୁରୁବାର ଅଟେ । ବାଇକ ର କେବୁଲକୁ ମାଆଙ୍କ ଗଳା ଚାପିବାରେ ବ୍ୟବହାର କରିଛି ।

ଯାହାଫଳରେ ମାଆଙ୍କୁ ମଲାବେଳେ ଅଧିକ ପୀଡା ହେବ ନାହିଁ । ଆଗକୁ ସେ ଲେଖିଛି ଯେ, ସେ ମାଆଙ୍କ ବେକରେ କେବୁଲ ଗୁଡାଇ ଟାଣିବା କ୍ଷଣି ୪ରୁ ୫ ସେକେଣ୍ଡ ମଧ୍ୟରେ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲା । ତାକୁ ଜଣାଥିଲା ଯେ ବ୍ରେନକୁ ଅକ୍ସିଜେନ ନପହଞ୍ଚିଲେ ମୃତ୍ୟୁ ହୋଇଯାଇଥାଏ । ମାଆ ପଡ଼ିଯିବା କ୍ଷଣି ସେ ତାଙ୍କ ମୁଣ୍ଡ ନିଜ କୋଳରେ ରଖିଥିଲା । ୮ରୁ ୧୦ ସେକେଣ୍ଡ ବେକ ଚାପିକି ରଖିଥିଲା । ଏମିତି କରିବା ସମୟରେ ନିଜେ କାନ୍ଦିଥିଲା ମଧ୍ୟ । ପ୍ରାୟ ୧୦ ମିନିଟ ପରେ ବେକକୁ କାଟି ଦେଇଥିଲେ । ଗୁରୁବାର ଦିନସାରା ଓ ରାତିସାରା କାନ୍ଦିଥିଲା । ବାପା ବହୁତ ମନେପଡ଼ୁଥିଲେ ।

ମୃତ୍ୟୁ ପରେ ମଧ୍ୟ ମାଆର ଆଖି ଖୋଲାଥିଲା । ସେ ବନ୍ଦ କରିବାକୁ ଉଦ୍ୟମ କରିଥିଲା ହେଲେ ହୋଇନଥିଲା । ଆଗକୁ ଲେଖିଛି ଯେ, ଆଜି ହେଉଛି ଶୁକ୍ରବାର, ମାଆଙ୍କ ଶବକୁ ଦେଖିହେଉ ନାହିଁ । ସେ ମାଆଙ୍କ ଶରୀରକୁ ଗଙ୍ଗାଜଳରେ ଧୋଇଛି । ତାଙ୍କ ପାଖରେ ବସି ଭଗବତ ଗୀତାର ୧୮ତମ ଅଧ୍ୟାୟ ପଢ଼ିଛି । କିନ୍ତୁ ସମ୍ପୂର୍ଣ୍ଣ ଗୀତା ପଢ଼ିବାରେ ସକ୍ଷମ ହୋଇନାହିଁ । ସେ ଭଗବତ ଗୀତାକୁ ମାଆଙ୍କ ମୁଣ୍ଡ ଉପରେ ରଖିଦେଇଛି । ଏବେ ସମୟ ଥିଲା ନିଜେ ଆତ୍ମହତ୍ୟା କରିବାର । ପ୍ରଥମେ ପିସ୍ତଲ କିଣିବା ପାଇଁ ପ୍ରୟାସ କରିଥିଲା । ପୁଣି ଇଲେକ୍ଟ୍ରିକ୍ କଟରର ବିଚାର ଆସିଥିଲା ।

ଏହାପରେ ବଜାରକୁ ଯାଇ ଦୁଇ ଦୋକାନୀଙ୍କୁ ଇଲେକ୍ଟ୍ରିକ୍ କଟର ମାଗିଥିଲେ । ଦୁଇ ଦୋକାନୀ ଦେଇନଥିଲେ । ଜଣାନାହିଁ ସେମାନେ କଣ ପାଇଁ ତାଙ୍କୁ ଇଆଡୁ ସିଆଡୁ ପ୍ରଶ୍ନ କରିଥିଲେ । ରାତିରେ ସେ ଘରକୁ ଫେରିଥିଲା ଏବଂ ମାଆଙ୍କ ଶବ ପାଖରେ ବସି କାନ୍ଦିଥିଲା । ବାପା ଥିଲେ କଣ ହୋଇଥାନ୍ତା? କ୍ଷିତିଜ ଆଗକୁ ଲେଖିଛି, ମାଆଙ୍କ ମୃତ୍ୟୁକୁ ଆଜି ୭୧ ଘଣ୍ଟା ବିତିଯାଇଛି । ଦୁର୍ଗନ୍ଧ ଆସିବାରେ ଲାଗିଲାଣି । ମାଆଙ୍କ ବେକକୁ କଟରରେ କାଟି ଦେଇଥିଲା । ଶୁକ୍ରବାର ସନ୍ଧ୍ୟାରୁ ଦୁର୍ଗନ୍ଧ ଆସିବାରେ ଲାଗିଥିଲା ।

ଏହାପରେ ସେ ମାଆଙ୍କ ଶବକୁ ଘୋଷାଡି ଘୋଷାଡି ବାଥରୁମ ନେଇଯାଇଥିଲା । କବାଟ ବନ୍ଦ କରିଦେଇଥିଲା, ଯାହାଫଳରେ ଦୁର୍ଗନ୍ଧ ନଆସିବ । ସେ ବାସ୍ ସୁଇସାଇଡ୍ ନୋଟ ସମ୍ପନ୍ନ କରିବାକୁ ଚାହୁଁଥିଲା । ଦୁର୍ଗନ୍ଧ ଘର ସାରା ବ୍ୟାପିଯାଇଥିଲା । ଆଜି ଶନିବାର ଅଟେ । ତିନି ଦିନ ହେବ ସେ ଖାଲି ପେଟରେ ରହିଛି । କିଛି ଖାଇନାହିଁ । ଏହାପରେ ମନେ ପଡ଼ିଲା ରୋଷେଇ ଘରେ ଗରମ ପାଣି ପିଇବା ପାଇଁ ରଖିଥିଲା । ସୁଇସାଇଡ ନୋଟରେ ସେ ୪ଦିନର ପ୍ରତ୍ୟେକ କଥା ଲେଖିଥିଲା । ସେ ଆଗକୁ ଲେଖିଥିଲା ଯେ, ଘରେ ଦୁର୍ଗନ୍ଧ ବ୍ୟାପିବା କମ୍ ହେଉନାହିଁ । ଫଳରେ ତାର ମଧ୍ୟ ଦେହ ଖରାପ ହେବାରେ ଲାଗିଥିଲା । ସେ କାଠ ପେନ୍ସିଲକୁ ଜଳାଇଥିଲା । ଧୂପବତୀ ମଧ୍ୟ ଜଳାଇଥିଲା । ଘରେ ଏକ ଜାଇଫଳ ଥିଲା, ତାକୁ ମଧ୍ୟ ଜଳାଇଥିଲା । ଯେତେ ଡିଓ ଥିଲା ସବୁଯାକ ସ୍ପ୍ରେ ମଧ୍ୟ କରିଥିଲା ।

ମାସ୍କ ଲଗାଇ ସୁଇସାଇଡ ନୋଟ୍ ଲେଖିବା ପାଇଁ ମନସ୍ଥ କଲା । ବର୍ତ୍ତମାନ ସମୟ ଅପରାହ୍ନ ଦୁଇଟା ଦୁଇ । ଏପର୍ଯ୍ୟନ୍ତ ସୁଦ୍ଧା ତିନିଥର ପ୍ରପର୍ଟି ଡିଲର ଫ୍ଲୋର ଭଡ଼ାରେ ଦେବା ପାଇଁ ଗ୍ରାହକଙ୍କୁ ଦେଖାଇ ସାରିଥିଲେ । କିନ୍ତୁ ଆଜି କୌଣସି ବି ସ୍ଥିତିରେ ସୁଇସାଇଡ ନୋଟ ପୂରା କରିବାକୁ ପଡ଼ିବ । ରବିବାର ବହୁତ ମସୟ ପର୍ଯ୍ୟନ୍ତ ସେ ଲେଖିଥିଲା । ଆଗକୁ ଲେଖିଥିଲା ଯେ, ଆଜି ରବିବାର ଅଟେ, ମାଆକୁ ସତସଙ୍ଗ ଯିବାର ଅଛି । ମାଆଙ୍କ ବନ୍ଧୁମାନେ ବାରମ୍ବାର କଲ୍ କରୁଛନ୍ତି । ପ୍ରଥମେ ମାଆଙ୍କ ଫୋନରେ ଆଉ ଏବେ ମୋ ଫୋନରେ ରିଙ୍ଗ ହେଉଛି । ସେ ଫୋନ ଉଠାଇଲା । ମାଆଙ୍କ ସାଙ୍ଗ ପଚାରୁଛନ୍ତି, ମିଥଲେଶ ଫୋନ ଉଠାଉ ନାହିଁ କଣ ପାଇଁ? ଜବାବରେ ସେ କହିଦେଲା କି ମାଆ ତ ମରିଯାଇଛି, ସେ ନିଜେ ଚାରି ଦିନ ପୂର୍ବେ ମାରି ଦେଇଛି, ଏବେ ସେ ମରିବା ପାଇଁ ପ୍ରସ୍ତୁତି କରୁଛି । ଏହା ଶୁଣିବା ପରେ ସେ ଆଚମ୍ବିତ ହୋଇଯାଇଥିଲେ। ନିଜ ଜୀବନ ନାହରିବାକୁ କହିଥିଲେ। ହେଲେ ସେ ତ ମନସ୍ଥ କରିସାରିଥିଲା। ଆଉ ଜୀବନ ହାରି ଦେଲା ।

ଏହା ସବୁ ଦେଖିବା ବହୁତ ଭୟାନକ ଥିଲା । ବାପାଙ୍କ ମୃତ୍ୟୁ ପରେ ମଉସା ପିତା ଭଳି ତାଙ୍କ ଦେଖାଶୁଣା କରିଥିଲେ । ଏଥିପାଇଁ ସେ ଘୋଷଣା କରୁଛି ଯେ, ତାର ମୃତ୍ୟୁ ପରେ ତାର ବାଇକ୍ ମଉସାଙ୍କର ହେବ । ତାର ଇଚ୍ଛା ଅଛି ଯେ, ମାଆଙ୍କ ଅନ୍ତିମ ସଂସ୍କାର ତାଙ୍କ ମାଉସୀ କରନ୍ତୁ । ସୁଇସାଇଡ ନୋଟରେ କ୍ଷିତିଜ ଗୋଟିଏ ସ୍ଥାନରେ ନିଜ ପରିବାର ସମ୍ପର୍କରେ ଲେଖିଥାଏ । ସେ କହିଛି ଯେ, ତାର ଲାଳନ ପାଳନ ଭଲରେ ହୋଇଛି । ତାର ବାପାଙ୍କ ସରକାରୀ ଚାକିରି ଥିଲା । ସେ ତାଙ୍କୁ ଭଲ ସ୍କୁଲରେ ପଢ଼ାଇଥିଲେ ।

ସେ କ୍ଲାସରେ ସବୁଠୁ ଭୟାଳୁ ଏବଂ ବୁଦୁ ପିଲା ଥିଲା । ସାଙ୍ଗ କହିଲେ କେବଳ ଦୁଇଜଣ ଥିଲେ । ଯିଏ କି ମଜାକ ଉଡାଉଥିଲେ । ସେ ଅନେକଥର ଶିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲା । କିନ୍ତୁ କେହି ଶୁଣିନଥିଲେ । ସ୍କୁଲ ବସରେ ଚଢିବା ଏବଂ ଓହ୍ଲାଇବା ସମୟରେ ତା ଭିତରେ ଭିନ୍ନ ପ୍ରକାରର ଡର, ଲାଜ ଏବଂ ଭୟ ରହୁଥିଲା । କେବଳ ମାଆ ତାର ଶାହା ଓ ଭରସା ଥିଲା । ବାପାଙ୍କ ଯିବା ପରେ ମାଆ ଏବଂ ସେ ଏକାକୀ ପଡ଼ିଯାଇଥିଲେ । ତାର ବାପା ସେମାନଙ୍କୁ ଏପରି ଏକ ସମୟରେ ଛାଡି଼ ଚାଲିଗଲେ, ଯେତବେଳେ ସେମାନଙ୍କୁ ଅଧିକ ଆବଶ୍ୟକତା ଥିଲା ।

କ୍ଷିତିଜ ନିଜ ମାଆଙ୍କ ସମ୍ପର୍କରେ କହି ଆଗକୁ ଲେଖିଥିଲା, ତାର ଭଲ ପାଳନ ପାଇଁ ମାଆ ସିଲେଇ କରୁଥିଲେ । ତାଙ୍କ ମାଆ କହୁଥିଲେ ଯେ କିଛି ଛୋଟ ପିଲାଙ୍କୁ ଟ୍ୟୁସନ ପଢାଇବା ଆରମ୍ଭ କରିଦେ । ସେ ଏହା ଶୁଣିକି ଡରିଯାଇଥିଲା । ସେ ଦଶମରେ ପଢ଼ୁଥିବା ସମୟରେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ବାପା-ମାଆଙ୍କ ବିବାହର ୧୪ ବର୍ଷ ପରେ ଜନ୍ମଗ୍ରହଣ କରିଥିଲେ । ସେ ଏକାକି ସନ୍ତାନ ଥିଲେ । ଦିଲ୍ଲୀ ୟୁନିଭର୍ସିଟିର ଏସଓଏଲରେ ଆଡମିଶନ କରିଥିଲେ ହେଲେ ଭାଗ୍ୟ ଧୋକା ଦେଇଥିଲା । ଦୁଇଥର ବିଫଳ ହୋଇଥିଲା । ଡିପ୍ରେସନରେ ରହୁଥିଲା । ନା ଚାକିରି ଥିଲା ନା କେହି ସାଙ୍ଗ ଦୁଃଖ ବୁଝିବା ପାଇଁ ଥିଲେ । ସେ ପାଞ୍ଚଦିନ ପର୍ଯ୍ୟନ୍ତ ଶୋଇନଥିଲା । ତାକୁ ନିଦ ମାଡିନଥିଲା ।

ଅନେକଥର ସେ ବେହୋସ ହୋଇ ପଡିରହୁଥିଲା । ରୋଗ ତା ଭିତରେ ବଢ଼ିବାରେ ଲାଗିଥିଲା । ମାଆ ଏବଂ ବାପାଙ୍କ ସମ୍ପର୍କରେ ଉଲ୍ଲେଖ କରି ଗୋଟିଏ ସ୍ଥାନରେ କ୍ଷିତିଜ ଲେଖିଥିଲା ଯେ, ତାଙ୍କ ମାଆ ଅନେକ ଥର ଗାଳି କରୁଥିଲେ । ସେ ଉଚ୍ଚ ରକ୍ତ ଚାପରେ ରହୁଥିଲେ । ତାଙ୍କ ବାପା ବହୁତ ବାହାଦୂର ଥିଲେ । ତାଙ୍କ ମାଆ କହୁଥିଲେ ଯେ, ସେ ଯେତବେଳେ ଛୋଟ ଥିଲା, ବାପା ତାକୁ କୋଳରେ ଧରି ହସ୍ପିଟାଲ ଯାଇଥିଲେ । ସେଠାରେ ମାଙ୍କଡ ତାକୁ ଛଡାଇ ନେବାକୁ ଚାହୁଁଥିଲେ ହେଲେ ତାଙ୍କ ବାପା ତାକୁ ଜୋରରେ ଜାବୁଡି ଧରିଥିଲେ ଏବଂ ସେ ମାଙ୍କଡମାନଙ୍କୁ ଘଉଡାଇ ଦେଇଥିଲେ ।

ଏହି ସୁଇସାଇଡ୍ ନୋଟ ପଢିବା ପରେ ପୋଲିସ ମଧ୍ୟ ଆଶ୍ଚମ୍ବିତ ହୋଇଯାଇଥିଲା । ଜଣେ ବ୍ୟକ୍ତି ଡିପ୍ରେସନରେ ରହିଲେ କି କି ପଦକ୍ଷେପ ଗ୍ରହଣ କରିପାରେ । ସୁଇସାଇଡ୍ ନୋଟ ଲେଖିବା ପରେ ନିଜେ କ୍ଷିତିଜ ଆତ୍ମହତ୍ୟା କରିଥିଲା । ପୋଲିସ ସୂଚନା ପାଇ ଘର ଭିତରକୁ ଯିବାବେଳକୁ ସମ୍ପୂର୍ଣ୍ଣ ଘର ଦୁର୍ଗନ୍ଧରେ ଭରି ରହିଥିଲା ।

ଆଇଏସ୍ ଶିକ୍ଷାନବିଶମାନଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆଇଏଏସ ଶିକ୍ଷାନବିଶମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହାନିର୍ଦ୍ଦେଶକ ଶ୍ରୀମତୀ ରଂଜନା ଚୋପ୍ରାଙ୍କ ନେତୃତ୍ୱରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ୬ ଜଣିଆ ଟିମ୍ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷାଲାଭ କରି ନିଜ ଅଂଚଳରେ କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି ସିଏସ ।

ରାଜ୍ୟରେ ନୂଆ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି, ଶିଳ୍ପ ପାଇଁ କ୍ଷେତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରକୃତି ପର୍ଯ୍ୟଟନ, ରୋଜଗାର କ୍ଷମତା ବୃଦ୍ଧିକୁ ଗୁରୁତ୍ବ ଦିଆଯାଉଛି । ମହିଳା ସଶକ୍ତିକରଣ, ସହରାଞ୍ଚଳ ଜଙ୍ଗଲ ପରିଚାଳନା, ଗ୍ରାମାଞ୍ଚଳରେ ସହରୀ ସୁବିଧା ଆଦି ମୌଳିକ ସୁବିଧା କ୍ଷେତ୍ରରେ ନୂତନ କୌଶଳର ପ୍ରୟୋଗ ସଫଳତାର ସହ କରାଯାଇଛି ।

ବିଭିନ୍ନ କ୍ଷେତ୍ରରେ ହୋଇଥିବା ରୂପାନ୍ତରଣରୁ ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ସୃଜନାତ୍ମକ ଅଭିନବ ପ୍ରକଳ୍ପ ପ୍ରସ୍ତୁତକରି ନିଜ ନିଜ ଅଂଚଳରେ ପ୍ରୟୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ସିଏସ ।

ଏସିଆ କପରେ ଶ୍ରୀଲଙ୍କା-ଭାରତ ମ୍ୟାଚ୍: ୧୭୩ ରନ୍ ସଂଗ୍ରହ କଲା ଭାରତୀୟ ଦଳ

ଦୁବାଇ: କର ବା ମର ସ୍ଥିତିରେ ଭାରତୀୟ କ୍ରିକେଟ ଟିମ୍ । ଏସିଆ କପରେ ଆଜି ଶ୍ରୀଲଙ୍କା ଭାରତ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ଚାଲିଛି । ପ୍ରଥମେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହିପରି ଭାରତକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ୧୭୩ ରନ୍ ସଂଗ୍ରହ କରିଛି । ଏବେ ଶ୍ରୀଲଙ୍କା ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ ରହିଛି ।

ଆଜିର ମ୍ୟାଚରେ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କେଏଲ ରାହୁଲ ଏବଂ ରୋହିତ ଶର୍ମା କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଭାରତ ଆରମ୍ଭରୁ ବିପର୍ଯ୍ୟର ସାମ୍ନା କରିଥିଲା । ମାତ୍ର ୬ ରନ୍ କରି ରାହୁଲ ପାଭେଲିଅନ ଫେରିଯାଇଥିଲେ । ତାଙ୍କ ସ୍ଥାନରେ କୋହଲି ଆସିଥିଲେ । ହେଲେ ସେ ମଧ୍ୟ ୪ଟି ବଲ୍ ଖେଳି କିଛି ରନ୍ ନକରିପାରି ଆଉଟ୍ ହୋଇଯାଇଥିଲେ । ବିରାଟଙ୍କ ଆଉଟ୍ ପରେ ସମସ୍ତେ ଆଶା ଛାଡି ଦେଇଥିଲେ । କିନ୍ତୁ ଅଧିନାୟକ ରୋହିତ ଶର୍ମା ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ ।

ସୂର୍ଯ୍ୟକୁମାର ଯାଦବ ମଧ୍ୟ ତାଙ୍କୁ ସାଥ୍ ଦେଇଥିଲେ । ରୋହିତ ୪୧ ବଲ୍ ଖେଳି ୭୨ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ସୂର୍ଯ୍ୟକୁମାର ୨୯ ବଲ୍ ଖେଳି ୩୪ ରନ୍ କରିଛନ୍ତି । ଏହି ଦୁଇଜଣ ଆଉଟ୍ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଶ୍ରୀଲଙ୍କା ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ୧୭ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ । ଶେଷ ସମୟରେ ଅଶ୍ନିନୀ ୭ ଟି ବଲ୍ ଖେଳି ୧୫ ରନ୍ କରି କ୍ରୀଜରେ ଦଣ୍ଡାୟମାନ ଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଦୁଶଙ୍କା ସଫଳ ବୋଲର ରହିଛନ୍ତି ।

୪ ଓଭରରେ ୨୪ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ସି କରୁଣାରତ୍ନେ ଏବଂ ଶନକା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏମ ଥିକଶାନା ମଧ୍ୟ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏବେ ଶ୍ରୀଲଙ୍କା ପକ୍ଷରୁ ପଥୁମ ନଷାଙ୍କ ଏବଂ କୁସାଲ ମେଣ୍ଡିସ୍ ବ୍ୟାଟିଂ ପାଇଁ କ୍ରୀଜକୁ ଓହ୍ଲାଇଛନ୍ତି । ଆଜିର ମ୍ୟାଚ ଭାରତୀୟ ଦଳ ଯେମିତି ହେଲେ ଜିତିବା ପାଇଁ ପ୍ରୟାସ କରିବ । କାରଣ ଆଜିର ମ୍ୟାଚ୍ ହାରିଲେ ଦଳ ଫାଇନାଲ୍ ରେସରୁ ବାଦ୍ ପଡ଼ିବ । ସେହିପରି ଶ୍ରୀଲଙ୍କା ମଧ୍ୟ ନିଜ ସ୍ଥିତି ସୁଦୃଢ କରିବା ପାଇଁ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରୟାସ କରିବ ।

ଟ୍ରେନ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ବାଲେଶ୍ୱର: ବାଲେଶ୍ବରରେ ଟ୍ରେନ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ହେଲେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ସୂରଜ ଗୁପ୍ତା । ସ୍କୁଲ କର୍ତ୍ତୃପକ୍ଷଙ୍କ ଧମକ ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଅନ୍ୟ ଜଣେ ଛାତ୍ର ସୂରଜଙ୍କୁ ମାଡ଼ ମାରିଥିଲା । ହେଲେ ମାଡ ମାରିଥିବା ଛାତ୍ରଙ୍କ ନାଁରେ ଅଭିଯୋଗ କଲେ କ୍ୟାରିୟର ବରବାଦ କରିଦେବାର ଧମକ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ଏନେଇ ପୁଅ ଅବସାଦରେ ରହି ଚରମ ନିଷ୍ପତ୍ତି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା । ଏହାସହ ଶବରଖି ଧାରଣାରେ ବସିଛନ୍ତି ବାପା । ଘଟଣାପରେ ସ୍କୁଲରେ ଉତ୍ତେଜନା ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ସ୍କୁଲରେ ପଶି ଭଙ୍ଗାରୁଜା କରିଛନ୍ତି ।