spot_img
Home Blog Page 3901

ଭୁବନେଶ୍ୱରରେ ବିଜେପିର ଗୁଣ୍ଡାଗିରି, ପୋଲିସ ଲହୁଲୁହାଣ

ଭୁବନେଶ୍ବର: ରାଲି ବାହାନାରେ ବିଜେପିର ଗୁଣ୍ଡାରାଜ । ରକ୍ତରଞ୍ଜିତ ହେଲା ରାଜଧାନୀ ରାସ୍ତା । ଲହୁଲୁହାଣ ହେଲେ ପୋଲିସ କର୍ମୀ । ଏମିତି କିଛି ଆଜି ଦେଖିବାକୁ ମିଳିଛି ଭୁବନେଶ୍ବରରେ ବିଜେପି ରାଲିରେ ।

ଉତ୍ତ୍ୟକ୍ତ ବିଜେପି କର୍ମୀ ପୋଲିସ ଭ୍ୟାନ୍ ଭାଙ୍ଗିଛନ୍ତି ବିଜେପି କର୍ମୀ । ଆନ୍ଦୋଳନକାରୀଙ୍କୁ ନେଇ ଯାଉଥିବା ପୋଲିସ ଭ୍ୟାନ ଉପରେ କରିଛନ୍ତି ଆକ୍ରମଣ । ରାଜମହଲ ଛକରେ ପୋଲିସ ଭ୍ୟାନକୁ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେପି କର୍ମୀଙ୍କ ଆକ୍ରମଣରେ ଏକାଧିକ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ।

ଓଡ଼ିଶାରେ ଅଶାନ୍ତିର ବିଷ ମଞ୍ଜି ବୁଣୁଛି ବିଜେପି

ଭୁବନେଶ୍ବର: ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ଏଠି ଭିନ୍ନ ଭିନ୍ନ ଜାତି, ଭିନ୍ନ ଭିନ୍ନ ସମ୍ପଦ୍ରାୟ ସବୁବେଳେ ଭାଇଚାର ସହ ରହିଥାନ୍ତି । ବିପଦଆପତ୍ତ ହେଉ କି ପର୍ବପର୍ବାଣୀ ନା ଦେଖନ୍ତି ଜାତି, ନା ଦେଖନ୍ତି ସମ୍ପ୍ରଦାୟ । କାନ୍ଧରେ କାନ୍ଧ ମିଶାଇ ପଡ଼ୋଶୀଙ୍କ ସୁଖଦୁଃଖରେ ହୋଇଥାନ୍ତି ଛିଡ଼ା । ଓଡ଼ିଶାର ଏହି ଶାନ୍ତିର ପ୍ରତୀକକୁ ଆଗକୁ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥିର ସରକାର ଓ ବିକାଶର ବିଜୟ ଯାତ୍ରାରେ ଆଗକୁ ଆଗକୁ ବଢ଼ି ଚାଲିଛି ଓଡ଼ିଶା । ଆଧୁନିକ ଓଡ଼ିଶା ସ୍ବର୍ଣ୍ଣିମ ଇତିହାସ ଲେଖୁଥିବା ବେଳେ ବିଜେପି ସାଜିଛି ବିଭୀଷଣ । ଓଡ଼ିଶାର ଉନ୍ନତି ଓ ବିକାଶ ରାଜ୍ୟ ବିଜେପି ନେତାଙ୍କ ଦେହରେ ଶଣ୍ଢୁଆସି ପରି ଖେଞ୍ଚି ହେଉଛି । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରୀତିମତ ଚଲାଇଛି ହୀନ ଚକ୍ରାନ୍ତ । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ବିଜେଡିକୁ ବଦନାମ କରିବା ପାଇଁ ବିଷ ମଞ୍ଜି ବୁଣୁଛନ୍ତି ବିଜେପି ନେତା । ଆଇନଶୃଙ୍ଖଳାକୁ ହାତକୁ ନେଉଛନ୍ତି, ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଓଡ଼ିଶା ଭଳି ଭାଇଚାରର ରାଜ୍ୟରେ ଅଶାନ୍ତିର ବିଜ ବୁଣୁଛନ୍ତି ।

ଦୁଇଦିନ ପରେ ଧାମନଗର ଉପନିର୍ବାଚନ । ହାରିବା ସୁନିଶ୍ଚିତ ଜାଣି ବିଜେପି ପଦଯାତ୍ରା ନାଟକ ରଚିଛି । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁଙ୍କ ପ୍ରସଙ୍ଗ ଉଠାଇ ରାଜଧାନୀ ରାଜରାସ୍ତାରେ ଡିଜେ ବଜାଇ ମାଙ୍କଡ଼ ନାଚ କରୁଛି । ହେଲେ ଉପନିର୍ବାଚନ ସମୟରେ ବିଜେପି ଦୁଇଟି ମାମଲାକୁ ଉଠାଇବାର ପ୍ରସଙ୍ଗତା କେତେ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେପି ଉଠାଇ ଥିବା ଦୁଇଟି ମାମଲା ଏବେ ବିଚାରାଧୀନ ରହିଛି । ନିରପେକ୍ଷ ତଦନ୍ତ ପାଇଁ ସରକାର ତଦନ୍ତକାରୀ ସଂସ୍ଥାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଆସିଛନ୍ତି । ଏହାକୁ ରାଜନୀତିର ରଙ୍ଗ ଦେଇ ବିଜେପି କ’ଣ ଦେଖାଇବାକୁ ଚାହୁଁଛି ? ଏହା ଗୋଟିଏ ଘଟଣା ନୁହେଁ, ଆଗରୁ ମଧ୍ୟ ବିଜେପିର ଏମିତି ନାଟକବାଜି ଓଡ଼ିଶାବାସୀ ଦେଖିଛନ୍ତି ଓ ଜବାବ ଦେଇଛନ୍ତି । ନିର୍ବାଚନ ସମୟରେ ବିଜେପିର ଏମିତି ନାଟକବାଜି ସାରା ରାଜ୍ୟ ଜାଣିଛି ।

ଅନ୍ୟପକ୍ଷରେ ରାଜଧାନୀରେ ବିଜେପିର ପଦଯାତ୍ରାକୁ ସବୁ ମହଲରେ ଥୁ ଥୁ କରାଯାଉଛି । ସାରା ରାଜ୍ୟରେ ବିଜେପିର ଏହି ହୀନ ରାଜନୀତିକୁ ନେଇ ବିରୋଧର ସ୍ବର ଉଠିବାରେ ଲାଗିଛି । ବିଜେପିର ଏ ରାଲି ଲୋକଙ୍କ ସ୍ବାର୍ଥ ନୁହେଁ, ନିଜ ସ୍ବାର୍ଥ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନାରୀ ଶକ୍ତିକୁ ସମ୍ମାନ ଦେଉଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ଆଜି ବିକାଶ ପଥରେ ଆଗେଇ ଚାଲିଛନ୍ତି । ହେଲେ ରାଜ୍ୟର ମହିଳାମାନଙ୍କ ଉନ୍ନତି ବିଜେପି ସହି ପାରୁନି । ବାରମ୍ବାର ଏସଏଚଜି ମହିଳାଙ୍କୁ ଅପମାନିତ କରିଚାଲିଛି ବିଜେପି । ଧାମନଗର ଉପନିର୍ବାଚନ ଏହାର ଏକ ଜ୍ବଳନ୍ତ ଉଦାହରଣ । ମୁହଁ ଘୋଡ଼ା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଧାମନଗରରେ ଟଙ୍କା ବାଣ୍ଟଥିବା କହି ରାଜ୍ୟର ପ୍ରତିଟି ମାଆଙ୍କୁ ଅପମାନିତ କରିଛନ୍ତି । କେବଳ ରାଜ୍ୟ ବିଜେପି ନେତା ନୁହଁନ୍ତି, କେନ୍ଦ୍ରମନ୍ତ୍ରୀ ବି ମହିଳାଙ୍କୁ ଅପମାନିତ କରିବାରେ ପଛାଉ ନାହାନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ଅପଶବ୍ଦ ପ୍ରୟୋଗ କରିବାକୁ ବି ପଛାଉ ନାହାନ୍ତି ।

ସେପଟେ ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାକୁ ମୁଦ୍ଦା କରି ରାସ୍ତାରେ ଉତ୍ପାତ କରୁଥିବା ବିଜେପିର ରାଲିକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ରାଲିରେ ଭିଡ଼ ବଢ଼ାଇବାକୁ ମହିଳାଙ୍କୁ ଅପମାନିତ କରୁଥିବା ବିଜେପି ବହୁ ସଂଖ୍ୟାରେ ମହିଳାଙ୍କୁ ସାମିଲ କରିଛି । ହେଲେ ରାଲିରେ ସାମିଲ ଏ ମହିଳାମାନେ ଜାଣି ନାହାନ୍ତି, କେଉଁ ଦଳ ପାଇଁ ଆନ୍ଦୋଳନ କରୁଛନ୍ତି ଓ କେଉଁ ପ୍ରସଙ୍ଗରେ ଆନ୍ଦୋଳନ ହେଉଛି । ସେପଟେ ରଜନୀତି ନାଁରେ ବିଜେପିର କୁତ୍ସିତ ମାନସିକତା ଆଜି ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ । ରାଜ୍ୟ ବିକାଶ, ମହିଳାଙ୍କ ଉନ୍ନତି, ବିଜେଡିକୁ ଜନ ସମର୍ଥନରେ ବିଜେପି ଏତେ ହତୋତ୍ସାହିତ ହୋଇ ଯାଇଛି ଯେ ହିତାହିତ ଜ୍ଞାନ ଭୁଲି କୁନି କୁନି ପିଲାଙ୍କ ହାତରେ ପଦ୍ମ ପତାକା ଧରାଇ ଦେଇଛି । ବିଜେପିର ଏଭଳି ନାଟକବାଜିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

କୋହଲିଙ୍କ ମୁଡ଼ ଅଫ୍: ହୋଟେଲ ରୁମର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟି୨୦ ବିଶ୍ବକପରେ ବିରାଟ କୋହଲି ଦମଦାର ଫର୍ମରେ ଅଛନ୍ତି । ତାଙ୍କ ବ୍ୟାଟରୁ ବର୍ଷୁଛି ଚୌକା, ଛକା । ବିଶ୍ବକପ୍ ପ୍ରଦର୍ଶନକୁ ନେଇ କୋହଲି ଚର୍ଚ୍ଚାରେ ଥିବା ବେଳେ ଆଉ ଏକ କାରଣରୁ ଚର୍ଚ୍ଚା ବଢ଼ିଛି । ଆଉ ଏହି କାରଣଟି କୋହଲିଙ୍କ ମୁଡ଼ ଅଫ୍ କରି ଦେଇଛି । କାରଣ ହୋଟେଲରେ ତାଙ୍କ ରୁମର ଭିଡିଓ କେହି ଜଣେ ସୋସିଆଲ ମିଡ଼ିଆରେ ସେୟାର କରିଦେଇଛି । ଯାହାକୁ ନେଇ କୋହଲିଙ୍କ ରାଗ ପଞ୍ଚମ । ଯାହା ତାଙ୍କୁ ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ ବୋଲି କୋହଲି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଅଷ୍ଟ୍ରେଲିଆରେ କୋହଲିଙ୍କ ହୋଟେଲ ରୁମର ଭିଡିଓ ଭାଇରାଲ ହେଉଛି । ଯାହା ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ କ୍ରିକେଟ ଜଗତକୁ ଚିନ୍ତାରେ ପକାଇ ଦେଇଛି । କୋହଲି ନିଜେ ଏହାର ଭିଡିଓ ସେୟାର କରି ଏମିତି ହେବାର ନଥିଲା ବୋଲି ଉଲ୍ଲେଖ କରିଛନ୍ତି ।

ସେ ଉଲ୍ଲେଖ କରି କହିଛନ୍ତି, ‘ମୁଁ ଜାଣିଛି, ଫ୍ୟାନମାନେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପରେ ଉତ୍ସାହିତ ହୋଇଯାଇଥାନ୍ତି । ତାଙ୍କୁ ଭେଟିବାକୁ ସବୁ ବେଳେ ଚାହିଁଥାନ୍ତି । ମୁଁ ସବୁବେଳେ ସେମାନଙ୍କୁ ଉତ୍ସାହିତ କରିଛି । ହେଲେ ଏ ଭିଡିଓ ଡରାଇ ଦେବା ଭଳି । ସେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ପକାଇ ଦେଇଛି । ଯଦି ମୁଁ ହୋଟେଲ ରୁମରେ ନିଜ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖି ପାରୁନି, ଅନ୍ୟ ସ୍ଥାନରେ ନିଜକୁ ସୁରକ୍ଷିତ କେମିତି ମଣିବି । ଦୟାକରି ଅନ୍ୟର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ ଓ ଏହାକୁ ନିଜର ମନୋରଞ୍ଜନ ବୋଲି ଭାବନ୍ତୁ ନାହିଁ ।’

ସୂଚନାଯୋଗ୍ୟ, କୋହଲି ଏବେ ପର୍ଥରେ ହୋଟେଲରେ ଅଛନ୍ତି । ଏଠାରେ ରବିବାରକୁ ଭାରତ, ଦକ୍ଷିଣ ଆଫ୍ରିକା ସହ ମ୍ୟାଚ ଖେଳିଥିଲା । କୁହାଯାଉଛି ଭାଇରାଲ ହେଉଥିବା ଭିଡିଓଟି ଏହି ହୋଟେଲ ରୁମର । କେହି ହୋଟେଲ ଷ୍ଟାଫ୍ ଏହାକୁ ରେକର୍ଡ କରି ଭାଇରାଲ କରିଛି । ଭିଡିଓକୁ ନେଇ କୋହଲି ଦୁଃଖ ପ୍ରକାଶ କରିବା ସହ ନିଜ ଇଣ୍ଟଗ୍ରାମ ପେଜରେ ଏହାକୁ ସେୟାର କରିଛନ୍ତି ।

ଆରମ୍ଭ ହେଲା ଭିଜିଲାନ୍ସ ସଚେତନତା ସପ୍ତାହ, ସଚୋଟ୍ଟତା ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲେ ଭିଜିଲାନ୍ସ ସଚେତନତା ସପ୍ତାହ । ଏଥର ଥିମ୍‌ ରହିଛି ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି ।

ଏଥିରେ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରଛାତ୍ରୀ ଓ ରାଜ୍ୟ ସରକାରଙ୍କ କ୍ଷେତ୍ରାଧିକାରୀମାନେ ଯୋଡ଼ି ହୋଇଥିଲେ । ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭିଡିଓ କନଫରେନ୍‌ସିଂ ଜରିଆରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ ଅଫିସକୁ ଯୋଡ଼ା ଯାଇଛି । ସଚୋଟ୍ଟତା ନେଇ ସରକାରୀ ଅଧିକାରୀମାନେ ଶପଥ ନେଇଥିଲେ । ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରରେ ସଭା ସାଙ୍ଗକୁ ବକୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା କରାଯାଉଛି ।

ଭୁବନେଶ୍ବରରୁ ଜୟପୁର ଉଡ଼ିଲା ବିମାନ

ଭୁବନେଶ୍ବର: ଜୟପୁରକୁ ଆରମ୍ଭ ହେଲା ବିମାନ ସେବା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦର ଜୟପୁରକୁ ଉଡ଼ିଛି ବିମାନ ।

ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇଛି ଇଣ୍ଡିଆ ଓ୍ବାନ ଏୟାର । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ  । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ  । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୦୪୯ ଟଙ୍କା ରହିଛି, ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ । ବିମାନ ଉଡ଼ାଣ ପୂର୍ବରୁ ଗତକାଲି ଆଇନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଜୟପୁର ବିମାନ ବନ୍ଦରର ଅନୁଧ୍ୟାନ କରିଥିଲେ । ଖୁବଶୀଘ୍ର ଅଧିକ ଯାତ୍ରୀ ଯିବା ବିମାନ ଉପଲବ୍ଧ ହେବ । ଏଥିପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ବିଜେପିର କୁମ୍ଭୀର କାନ୍ଦଣା: ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଆନ୍ଦୋଳନ ଷଡ଼ଯନ୍ତ୍ର

ଭୁବନେଶ୍ବର: ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ । ଆଉ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି କିଛି ହଟଚମଟ କରିବନି ତାହା ହୋଇନପାରେ । ଯେମିତି, ଆଜି ହଠାତ ବିଜେପି ଦୁଇଟି ଅପରାଧ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛି । ଦୁଇଟି ପ୍ରସଙ୍ଗ ହେଲା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଅନ୍ୟଟି ହେଲା ଅର୍ଚ୍ଚନା ନାଗ ପ୍ରସଙ୍ଗ । ଦୁଇଟି ଯାକ ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଗିରଫ କରିସାରିଥିବା ବେଳେ, ଧର୍ମେନ୍ଦ୍ର ସାହୁଙ୍କ ପ୍ରସଙ୍ଗରେ ତଦନ୍ତ ଜାରି ରହିଛି । ଏଭଳି କ୍ଷେତ୍ରରେ ହଠାତ ବିଜେପି କହିବା ଆରମ୍ଭ କରିଛି, ୟାକୁ ଗିରଫ କର, ତାକୁ ଗିରଫ କର ।

ପ୍ରଶ୍ନ ଉଠୁଛି ବିଜେପି, ପୋଲିସ ନା ଅଦାଲତ ? ପୋଲିସର ତଦନ୍ତକୁ ବିଶ୍ବାସ କରାଯିବ ନା ବିଜେପିର ଅବାନ୍ତର ଦାବିକୁ ବିଶ୍ବାସ କରାଯିବ । ଏଭଳି ଅବାନ୍ତର ଦାବି କରି ରାଜରାସ୍ତାକୁ ଆସିବା ଫଳରେ କେବଳ ଯେ, ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ, ବରଂ ତଦନ୍ତ ମଧ୍ୟ ପ୍ରଭାବିତ ଓ ବାଧାପ୍ରାପ୍ତ ହେଉଛି । ହେଲେ ଏଥିରେ ବିଜେପିର ଯାଏ ଆସେ କେତେ ? ନିଜ ସ୍ବାର୍ଥ ରକ୍ଷା, ନିଜ ଅପାରଗତାକୁ ଲୁଚାଇବା ପାଇଁ ବିଜେପି ଯାହା ନାହଁ ତାହା କରିବା ପାଇଁ କୁଣ୍ଠାବୋଧ କରୁନାହିଁ ।

ରାଜ୍ୟରେ ବହୁ ପ୍ରସଙ୍ଗ ରହିଛି, ଯାହା ଲୋକଙ୍କ ସ୍ବାର୍ଥ ସହ ଜଡିତ । ସେ ସମ୍ପର୍କରେ ଆଜି ଯାଏଁ ବିଜେପି ପଦୁଟିଏ କହୁନାହିଁ ବା କୌଣସି କାର୍ଯ୍ୟକ୍ରମ ନାହିଁ । ଦରଦାମ ବୃଦ୍ଧି ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ମଧ୍ୟବିତ୍ତଙ୍କ ନିଦ ହଜାଇ ଦେଇଛି । ଚାଷୀ ବୀମା ପାଉନଥିବାରୁ ରାଜରାସ୍ତାକୁ ଆସିଲେଣି । କେନ୍ଦ୍ର ସରକାର ଏସବୁ ସମସ୍ୟା ସମ୍ପର୍କରେ ସଂପୂର୍ଣ୍ଣ ଉଦାସୀନ ରହିଛନ୍ତି । ତଥାପି ବିଜେପିର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ହେଲେ ରାଜ୍ୟର କୌଣସି ଅପରାଧ ପ୍ରସଙ୍ଗ ଉଠିଲେ, ବିଜେପି ଚିହିଁକି ଉଠୁଛି ଓ ଭାବୁଛି ଏସବୁ ପ୍ରସଙ୍ଗ ଉଠାଇଲେ ସୁନାମ ଅର୍ଜନ କରିବ । ଯାହା ସାଧାରଣ ଲୋକ ଗ୍ରହଣ କରନ୍ତି ନାହିଁ ।

ଫସଲ ବୀମା ପ୍ରଦାନରେ କେନ୍ଦ୍ର ଅବହେଳା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ଦେବ ଧାରଣା

ଭୁବନେଶ୍ବର: ଚାଷୀଙ୍କୁ ହତାଦର କରୁଛନ୍ତି କେନ୍ଦ୍ର ସରକାର । ଫସଲ ବୀମା ରାଶି ପ୍ରଦାନରେ ଅବହେଳା କରୁଛନ୍ତି ବୀମା କମ୍ପାନୀ । ବୀମା କମ୍ପାନୀ ମାଲେମାଲ୍ ହେଉଥିବା ବେଳେ ଚାଷୀ ହେଉଛନ୍ତି ହତାଦର । ମାତ୍ର ଚୁପ୍ ବସିଛନ୍ତି କେନ୍ଦ୍ର ସରକାର । ପ୍ରତିବାଦରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି । ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ।

ସେହିପରି ରାଜଭବନ ଆଗରେ ମଧ୍ୟ ପ୍ରତିବାଦ କରିବ ଦଳ । ବୀମା ନମିଳିବାରୁ ରାଜ୍ୟର ଲକ୍ଷାଧିକ ଚାଷୀ ପ୍ରଭାବିତ ହୋଇଛନ୍ତି । ବୀମା କମ୍ପାନୀ ଚାଷୀଙ୍କୁ ଶୋଷୁଥିବା ବେଳେ, କେନ୍ଦ୍ର ସରକାରଙ୍କ ଅପାରଗତା ଦୁର୍ଭାଗ୍ୟଜନକ । ବିଶେଷ କରି ପଶ୍ଚିମ ଓଡିଶାର ଚାଷୀ ବହୁ କ୍ଷତି ସହୁଛନ୍ତି । ଫସଲ ବୀମାରେ ପଶ୍ଚିମ ଓଡ଼ିଶା ଚାଷୀଙ୍କ ୫୦୦ କୋଟି ଟଙ୍କା ବକେୟା ପଡିଛି । ଠିକ୍ ସମୟରେ ବୀମା ରାଶି ମିଳୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୃଷକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାର୍ଯ୍ୟ କରି ଆସୁଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରାପ୍ୟ ନଦେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେଡି ।

ଆଜିଠୁ ଜୟପୁରକୁ ଆରମ୍ଭ ହେବ ବିମାନସେବା: ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଉପାନ୍ତ ପାଇଁ ସ୍ବର୍ଣ୍ଣିମ ଦିନ । ପୂରଣ ହେବ ଦୀର୍ଘ ବର୍ଷର ସ୍ବପ୍ନ । ଆକାଶ ମାର୍ଗରେ ରାଜଧାନୀ ସହ ଯୋଡ଼ି ହେବ ଜୟପୁର । ଉପାନ୍ତବାସୀଙ୍କୁ ମିଳିବ ବିମାନ ସେବା । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦରକୁ ଉଡ଼ିବ ବିମାନ । ସକାଳ ୧୦ଟା ୩୦ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇବ ଇଣ୍ଡିଆ ଓ୍ବାନ ଏୟାର । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ ।

ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ୍ ମୂଲ୍ୟ ୧୦୪୯ ଟଙ୍କା ରହିଛି । ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ । ବିମାନ ଉଡ଼ାଣ ପୂର୍ବରୁ ଗତକାଲି ଆଇନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଜୟପୁର ବିମାନ ବନ୍ଦରର ଅନୁଧ୍ୟାନ କରିଥିଲେ । ଖୁବଶୀଘ୍ର ଅଧିକ ଯାତ୍ରୀ ଯିବା ବିମାନ ଉପଲବ୍ଧ ହେବ । ଏଥିପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଧାମନଗର ଉପନିର୍ବାଚନ: ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଧାମନଗର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

୧୩ଟି ସଭାରେ ଧାମନଗରବାସୀଙ୍କୁ ଉଦବୋଧନ ଦେବେ ନବୀନ । ଏହା ପୂର୍ବରୁ ଗ୍ରାଉଣ୍ଡରେ ବଢିଛି କ୍ରେଜ୍ । ନବୀନଙ୍କ ପ୍ରଚାର ଲାଗି ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ଲୋକଙ୍କ ସୁବିଧା ପାଇଁ କରାଯାଇଛି ଏଲଇଡି ବ୍ୟବସ୍ଥା । ନବୀନଙ୍କ ପ୍ରଚାର ପରେ ସବୁଥର ପରି ବିଜେଡିର ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ଗାଁ ଗାଁରେ ବିଜେଡି କର୍ମୀ ପ୍ରଚାର ଜାରି ରଖିଛନ୍ତି । ବିକାଶ ପାଇଁ ବିଜେଡିକୁ ବାଛିବାକୁ ଲୋକଙ୍କୁ ବୁଝାଉଛନ୍ତି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାର ସଫଳତା ଭୋଟରଙ୍କ ଆଗରେ ରଖୁଛନ୍ତି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଚାରକୁ ଜୋରଦାର କରିଛନ୍ତି ।

କଣ୍ଟାବାଞ୍ଜି ଗଦି ଗୋଦାମରେ ନିଆଁ

ବଲାଙ୍ଗୀର: କଣ୍ଟାବାଞ୍ଜି ଗଦି ଗୋଦାମରେ ନିଆଁ । ୩ ନମ୍ବର ରୋଡରେ ଥିବା ବଜରଙ୍ଗ ଅଗ୍ରଓ୍ବାଲଙ୍କ ଗଦି ଗୋଦାମରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଗୋଦାମ ନିକଟ ଆଖପାଖ ଲୋକେ ପ୍ରଥମେ ଧୁଆଁ ବାହାରୁ ଥିବା ଦେଖି ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ । ସେତେବେଳକୁ ନିଆଁ ଚାରିଆଡେ଼ ବ୍ୟାପି ଯାଇଥିଲା ।

ସ୍ଥାନୀୟ ଲୋକେ କଣ୍ଟାବାଞ୍ଜି ଦମକଳ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗଦି ଗୋଦାମରେ ଅଧିକ ତୁଳା ରହିଥିବାରୁ ନିଆଁ ଖୁବଶୀଘ୍ର ବ୍ୟାପିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି ।