spot_img
Home Blog Page 3910

ହିନ୍ଦୁଙ୍କ ସମ୍ମାନହାନି ଅଭିଯୋଗରେ ହେତୁବାଦୀଙ୍କୁ ଲିଗାଲ ନୋଟିସ

କଟକ: ହିନ୍ଦୁଙ୍କ ସମ୍ମାନହାନି ଅଭିଯୋଗରେ ହେତୁବାଦୀଙ୍କୁ ଲିଗାଲ ନୋଟିସ । ୭ ଦିନିଆ ଲିଗାଲ ନୋଟିସ ଦେଇଛନ୍ତି ହାଇକୋର୍ଟ ଆଇନଜୀବୀ ସନ୍ଦୀପନ ମିଶ୍ର । ନିଜ ପକ୍ଷ ନରଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଦିଆଯାଇଛି । ହେତୁବାଦୀ ପ୍ରଫେସର ପ୍ରତାପ ରଥଙ୍କୁ ଲିଗାଲ ନୋଟିସ ଦିଆଯାଇଛି । ସୂର୍ଯ୍ୟୋପରାଗ ଦିନ ହେତୁବାଦୀ ବିରିୟାନୀ ବାଣ୍ଟିବା ସହ ବିଭିନ୍ନ କଟକଣାକୁ ଅନ୍ଧବିଶ୍ୱାସ ବୋଲି କହିଥିଲେ । ସେହିପରି କେନ୍ଦ୍ରାପଡ଼ାରେ ବି ହେତୁବାଦୀଙ୍କୁ ପ୍ରବଳ ବିରୋଧ କରାଯାଇଛି ।

 

ପରମାଣୁ ଆକ୍ରମଣ ଧମକ ପରେ ଋଷର ପଛଘୁଞ୍ଚା, ୟୁକ୍ରେନରେ ପରମାଣୁ ଆକ୍ରମଣ ନେଇ ଯୋଜନା ନାହିଁ: ପୁଟିନ୍

ମସ୍କୋ: ପରମାଣୁ ଆକ୍ରମଣ ଧମକ ପରେ ଋଷର ପଛଘୁଞ୍ଚା । ୟୁକ୍ରେନରେ ପରମାଣୁ ଆକ୍ରମଣ ନେଇ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନରେ ଜୈବିକ ଅସ୍ତ୍ର ପ୍ରୟୋଗ କରିବା ବା ପରମାଣୁ ଆକ୍ରମଣ କରିବା ଋଷର ଉଦ୍ଦେଶ୍ୟ ନୁହେଁ । ନ୍ୟୁକ୍ଲିଅର ଆଟାକ ନେଇ ହେଉଥିବା ଆଲୋଚନା ଆମେରିକାର ଦ୍ବାରା ପରିକଳ୍ପିତ । ୟୁକ୍ରେନରେ ନ୍ୟୁକ୍ଲିଅର ଷ୍ଟ୍ରାଇକ ନୁହେଁ, ମିଲିଟାରୀ କିମ୍ବା ରାଜନୈତିକ ହମଲା କରାଯାଇପାରେ ବୋଲି ପୁଟିନ କହିଛନ୍ତି ।

ସେହିପରି ଋଷ-ୟୁକ୍ରେନ ଯୁଦ୍ଧକୁ ଅତି ଭୟଙ୍କର କରୁଥିବାରୁ ପଶ୍ଚିମୀ ରାଷ୍ଟ୍ର ଉପରେ ବର୍ଷିଛନ୍ତି ଋଷ । ଯୁଦ୍ଧକୁ ଭୟଙ୍କର କରିବାରେ ଇନ୍ଧନ ଦେଉଛି ପଶ୍ଚିମୀ ରାଷ୍ଟ୍ର । ପୁରା ବିଶ୍ୱରେ ଦବଦବା ଜାହିର କରିବା ପାଇଁ ପଶ୍ଚିମୀ ରାଷ୍ଟ୍ର ସମୁହ ୟୁକ୍ରେନକୁ ଢାଲ କରୁଛି ବୋଲି ପୁଟିନ କହିଛନ୍ତି । ଏବେ ବିଶ୍ୱରେ କେହି ପାଓ୍ୱାର ସେଣ୍ଟର ନାହିଁ । ବିଶ୍ୱର ଭବିଷ୍ୟତ ପାଇଁ ସବୁ ପାଓ୍ୱାର ସେଣ୍ଟରକୁ ଏକାଠି ଆଲୋଚନା କରିବା ଦରକାର । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମେ ସବୁଠାରୁ ବିପଜ୍ଜନକ ଦଶନ୍ଧିର ସମ୍ମୁଖୀନ ହେଉଛୁ । ଆମ ଭିତରେ ଆମେରିକା ପଶି ଅର୍ଥକୁ ଅନର୍ଥ କରୁଥିବା ସେ ଅଭିଯୋଗ କରିଛନ୍ତି ।

ଆନ୍ତର୍ଜାତୀୟ ନୀତି ବିଶେଷଜ୍ଞଙ୍କ ଏକ ସମ୍ମିଳନୀରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ୟୁକ୍ରେନ ବିପକ୍ଷରେ ବିପଜ୍ଜନକ ଯୁଦ୍ଧ କରିବାକୁ ଋଷକୁ ଉତ୍ସାହିତ କରୁଥିବା ସେ କହିଛନ୍ତି । ପୁଟିନ କହିଛନ୍ତି, ପଶ୍ଚିମୀ ରାଷ୍ଟ୍ରଗୁଡ଼ିକ ଯେଉଁ ଖେଳ କରୁଛନ୍ତି ତାହା ବିପଜ୍ଜନକ । ଯଦି ଆବଶ୍ୟକ ପଡ଼େ ତେବେ ସେ ଆମେରିକା ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ । ପୁଟିନ ଚୀନକୁ ତାଙ୍କର ଘନିଷ୍ଠ ବନ୍ଧୁ ବୋଲି କହିଥିବା ବେଳେ ଭାରତକୁ ମଧ୍ୟ ପ୍ରଶଂସା କରିଛନ୍ତି । ପୂର୍ବରୁ ନିଜ ଦେଶର ସୁରକ୍ଷା ପାଇଁ ଯେ କୌଣସିସ୍ତରକୁ ଯିବାକୁ ପୁଟିନ ଘୋଷଣା କରିଥିବା ବେଳେ ହଠାତ୍ ପୁଟିନଙ୍କ ଏଭଳି ବୟାନ ତାଙ୍କ ଭୟକୁ ସ୍ପଷ୍ଟ କରିଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ, ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି ଧଉଳି

ଭୁବନେଶ୍ୱର: ୫୦ ବର୍ଷରେ ଧଉଳି ଶାନ୍ତିସ୍ତୂପ । ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଥିଲେ ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପିଛି ପରିବେଶ । ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଂସା ଓ ଯୁଦ୍ଧରୁ ଶାନ୍ତି ପ୍ରତିଷ୍ଠାର ମୂକସାକ୍ଷୀ ହେଉଛି ଓଡ଼ିଶା । ଧଉଳି ଶାନ୍ତିସ୍ତୂପ ହେଉଛି ମାନବତା ବିଜୟର ବଡ଼ ପ୍ରତୀକ । ଶାନ୍ତିର ବିକଳ୍ପ ନାହିଁ । ଆସନ୍ତୁ ଆମେ ହାତ ମିଳାଇବା । ଏକ ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା । ଏମିତି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯାେଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଧଉଳି ପାଇଁ ଶାନ୍ତିମନ୍ତ୍ରରେ କମ୍ପୁଛି । ଏହା ସମସ୍ତଙ୍କ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ । କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ଯାେଡ଼ିଛି ନୂଆ ଅଧ୍ୟାୟ । ବିଶ୍ବ ଶାନ୍ତି ଓ ସହାବସ୍ଥାନର ବାର୍ତ୍ତା ଦେଇଛି ଏ ପବିତ୍ର ସ୍ଥାନ । ଏ ଶାନ୍ତି ସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ପର୍ବ ।

ଧଉଳି ହେଉଛି ଆଧୁନିକ ସ୍ଥାପତ୍ୟ କଳାର ବଡ଼ କୀର୍ତ୍ତିରାଜି । ବିଶ୍ବ ଶାନ୍ତି ଓ ଭାରତ-ଜାପାନର ବନ୍ଧୁତାର ଏହା ହେଉଛି ନିଦର୍ଶନ । ଏହି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ସହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହାକୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ୯୫ କୋଟି ଟଙ୍କା ବ୍ୟୟରେ ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟାେରଜ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପୃଥବୀର ବିଭିନ୍ନ ଦେଶରୁ ଏକାଠି ହାେଇଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶାେକ ପଣ୍ଡା, ଅଶ୍ବିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଏହି ସ୍ଥାନ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଏହା ବିଶ୍ୱ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଛି । ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରୁଛି ଧଉଳି ଶାନ୍ତିସ୍ତୂପ । ଏହାର ବିକାଶ ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି । ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନେଇଛି ରାଜ୍ୟ ସରକାର । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି ।

୧୩ ଜଣ ଓଏଏସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି, ଢେଙ୍କାନାଳ ଓ ଝାରସୁଗୁଡ଼ା ଜିଲ୍ଲାପାଳ ହେଲେ IAS

ଭୁବନେଶ୍ୱର: ୧୩ ଜଣଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଏ ଏବଂ ପିଜି ବିଭାଗ ସଚିବ ମନୋଜ କୁମାର ମହାନ୍ତି, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପଦୋନ୍ନତି ମିଳିଛି । ଷ୍ଟିଲ ଓ ମାଇନ୍ସ ବିଭାଗ ସଚିବ ଅବନୀକାନ୍ତ ପଟ୍ଟନାୟକ, OAVS ପ୍ରୋଜେକ୍ଟ ଡାଇରେକ୍ଟର ସଂଗ୍ରାମ କେଶରୀ ମହାପାତ୍ର, ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି, OSWC ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଦେବେନ କୁମାର ପ୍ରଧାନ, ଆର ଆଣ୍ଡ ଡିଏମ୍ ବିଭାଗ ସ୍ୱତନ୍ତ୍ର ସଚିବ ତ୍ରିଲୋଚନ ମାଝୀ, FSCW  ସ୍ୱତନ୍ତ୍ର ସଚିବ ଶକୁନ୍ତଳା ବିନ୍ଧାଣୀ, ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ  ଓ ସିଜେଏମ ଇଡକୋ ବିଜୟ କୁମାର ଦାସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି ।

ରାଜ୍ୟରେ ଆସିବ ନୂଆ ଶିଳ୍ପନୀତି, ନୂଆ ଶିଳ୍ପନୀତିରେ ରହିବ ଅନେକ ସୁବିଧା ସୁଯୋଗ

ଭୁବନେଶ୍ୱର: ମେକ ଇନ ଓଡ଼ିଶାରେ ରାଜ୍ୟକୁ ଆସିବ ନୂଆ ଶିଳ୍ପ ନୀତି । ପ୍ରତି ଦୁଇ ବର୍ଷରେ ଥରେ Make In Odisha Conclave ହେଉଛି । ପ୍ରତି ଚାରି ପାଞ୍ଚ ବର୍ଷ ଭିତରେ ବଜାର ଅନୁସାରେ ନୀତି ପରିବର୍ତ୍ତନ ନହେଲେ ଆମେ ପ୍ରତିଯୋଗିତାରେ ରହି ପାରିବୁ ନାହିଁ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ନୂଆ ଶିଳ୍ପ ନୀତିରେ ଅନେକ ସୁବିଧା ସୁଯୋଗ ରହିବ । ଏହା ଦ୍ୱାରା ଅଧିକ ପୁଞ୍ଜିନିବେଶ ହୋଇପାରିବ ।

ସେହିପରି ଏସିଆନ ଦେଶର ୬ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ହୋଇଛି । ବାଣିଜ୍ୟ ଓ ସାଂସ୍କୃତିକ ଆହୁରି ମଜଭୁତ କରିବା ଉପରେ ଆଲୋଚନା ହୋଇଛି । ବାଣିଜ୍ୟ ସହ ଗମନାଗମନ ଆହୁରି କେମିତି ବଢ଼ିବ ତାହା ଉପରେ ଆଲୋଚନା ହୋଇଛି । ଏସିଆନ ଦେଶର ରାଷ୍ଟ୍ରଦୂତମାନେ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ଉପରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି । ଏନେଇ ସେହି ଦେଶଗୁଡ଼ିକ ସହ ଭଲ ବାଣିଜ୍ୟ ହୋଇପାରିବ ।

 

 

ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା, ଘର ପଙ୍ଖାରେ ଝୁଲି ପଡ଼ିଲେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା । ଏଥର ଜଣେ ସରକାରୀ କର୍ମଚାରୀ ଘରେ ପଙ୍ଖାରେ ଝୁଲି ପଡ଼ିଛନ୍ତି । ଘଟଣା ଘଟିଛି ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀରେ । ବନ୍ଦ ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି । ମୃତକ ହେଉଛନ୍ତି ୪୪ ବର୍ଷୀୟ କୃଷ୍ଣଚନ୍ଦ୍ର ସେନାପତି । ତାଙ୍କ ଘର ବାଲିପାଟଣାର ଥାନା ଅଭୟମୁଖୀରେ । କୃଷ୍ଣଚନ୍ଦ୍ର ସେନାପତି ପୋଲିସ ବାଟାଲିୟନରେ କାର୍ଯ୍ୟରତ ଥିଲେ । ମାନସିକ ଦୁଶ୍ଚିନ୍ତାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ଛାନଭିନ ଜାରି ରହିଛି ।

ଭିଜିଲାନ୍ସ ଜାଲରେ RWSSର ଚିଫ ଇଞ୍ଜିନିୟର ନିହାର ରଞ୍ଜନ ଦାସ, ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା । ଖାରବେଳନଗରରେ ଥିବା ଶ୍ରୀରାମ ମାନସନ୍‌ ୨୦୧ ନମ୍ବର ଫ୍ଲାଟରେ ରେଡ୍ କରୁଛି ଭିଜିଲାନ୍ସ ।

ସେହିପରି ସମ୍ବଲପୁର ମୋଦିପଡ଼ାରେ ଥିବା ୩ ମହଲା ବିଶିଷ୍ଟ ପୈତୃକ ଘର, ବରଗଡ଼ ରୋହିନିୟାରେ ଥିବା ପୈତୃକ ଘର, ଭୁବନେଶ୍ୱର ଅଫିସ ଚାମ୍ବର, ଖାରବେଳନଗରରେ ଥିବା ସମ୍ପର୍କୀୟଙ୍କ ଘର ଓ ଖୋର୍ଦ୍ଧା ସାନପଲ୍ଲା ଗାନ୍ଧୀନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ । ରେଡରେ ୫ ଡିଏସପି, ୧୨ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ୧୧ ଏଏସଆଇ ସାମିଲ ଅଛନ୍ତି ।

ଆସନ୍ତା ସପ୍ତାହରେ ୟୁରୋପକୁ ହିଟ୍ କରିପାରେ ଓମିକ୍ରନ, ସତର୍କ କରାଇଲା ଇସିଡିସି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୟୁରୋପକୁ ହିଟ୍ କରିବ ଓମିକ୍ରନ୍ । ଜାରି ହୋଇପାରେ ନୂଆ ଲହରୀ । ଏନେଇ ସତର୍କ ସୂଚନା ଦେଇଛି ୟୁରୋପିଆନ ସେଣ୍ଟର ଫର୍ ଡିଜିଜ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ବା ଇସିଡିସି । ବିଭିନ୍ନ ଦେଶରେ ଓମିକ୍ରନ୍ ସବଭାରିଆଣ୍ଟ ଉତ୍ପାତ ଜାରି ରଖିଥିବାରୁ ପୁଣି ଥରେ ଶୀତ ଋତୁ କାଳରେ ବିପତ୍ତି ଆଣିପାରେ କୋଭିଡ । ତୁରନ୍ତ ଟିକାକରଣ କରିବା ଲାଗି ଆହ୍ୱାନ ଦେଇଛି ସଂସ୍ଥା ।

ସେପଟେ ଚୀନରେ ପୁଣି ମାତିଲା କରୋନା ଭାଇରସ୍ । କେନ୍ଦ୍ର ଚୀନର ଉହାନ ଓ ଉତ୍ତର ପଶ୍ଚିମର ଜିନିଙ୍ଗରେ ବଢିଲା କରୋନା । ସ୍ଥିତି ସମ୍ଭାଳିବା ଲାଗି ଦୁଇ ସହରରେ ବଡ଼ ଧରଣର ଲକଡାଉନ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକ ପୁଣି ଗୃହବନ୍ଦୀ ସ୍ଥିତିକୁ ଫେରିଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଲକଡାଉନକୁ ଭରସା କରିଛନ୍ତି ସରକାର । ବିଶ୍ୱରେ ଓମିକ୍ରନ ଆତଙ୍କ ଜାରି ରହିଥିବାବେଳେ ଚୀନରେ କରୋନା ଭାଇରସ ଉତ୍ପାତ ଯୋଗୁ ଉହାନ ଓ ଜିନିଙ୍ଗରେ ନିଆଯାଇଛି କଡ଼ା ପଦକ୍ଷେପ । ସେହିପରି ଚୀନର ଚତୁର୍ଥ ବୃହତ୍ତମ ସହର ଗୁଆଙ୍ଗଝୋରେ ମଧ୍ୟ ଜୀବନଯାତ୍ରା ଉପରେ କଟକଣା ଲଗାଯାଇଛି । ଦେଶର ପ୍ରାୟ ୨୮ଟି ସହରରେ ଲକଡାଉନ ଯୋଗୁ ୨୦ କୋଟି ଲୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଆସନ୍ତା ୪ରେ ଦୁଇ ଦିନିଆ କୋଲକାତା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କର ୨ ଦିନିଆ କୋଲକାତା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ ନବୀନ । ୫ ତାରିଖରେ କୋଲକାତା ରାଜ୍ୟ ସଚିବାଳୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ ।

ଏହି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ନବୀନଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି ।

ଟୁଇଟର କିଣିଲେ ଏଲନ ମସ୍କ, ପ୍ରଥମ ଦିନରେ ସିଇଓ ପରାଗ ଅଗ୍ରଓ୍ବାଲ ବିଦା

ଓ୍ୱାଶିଂଟନ: ଟୁଇଟରର ନୂଆ ମାଲିକ ଏଲନ ମସ୍କ । ଟୁଇଟର କିଣିଲେ ଟେସଲା ସିଇଓ ଏଲନ ମସ୍କ । ଟୁଇଟର କିଣିବା ପରେ ପ୍ରଥମ ଦିନରେ ସିଇଓ ପରାଗ ଅଗ୍ରୱାଲ ଓ ସିଏଫଓ ନେଡ୍ ସୈଗଲଙ୍କୁ ବିଦା କଲେ । ହେଡକ୍ୱାର୍ଟସରୁ ବାହାର କଲେ ମସ୍କ । ସବୁ ବର୍ଗର ଏବଂ ସବୁ ଚିନ୍ତାଧାରାର ଲୋକଙ୍କ ପାଇଁ ଟୁଇଟର କାମ କରିବ ବୋଲି ଏଲନ ମସ୍କ କହିଛନ୍ତି । ସମାଜରେ କୌଣସି ପ୍ରକାର ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଏଲକ ମସ୍କ ଟୁଇଟରର କର୍ମଚାରୀଙ୍କୁ ଭେଟି କହିଛନ୍ତି । ଏପ୍ରିଲ ୧୩ରେ ଟୁଇଟର କିଣିବାର ଘୋଷଣା କରିଥିଲେ ଏଲନ । ସେୟାର ପ୍ରତି  ୫୪.୨ ଡଲାର ରେଟରେ ୪୪ ଆରବ ଡଲାରରେ କିଣିବାର ଯୋଜନା ଥିଲା । ହେଲେ କିଛି ସ୍ପାମ୍ ଓ ଫେକ୍ ଆକାଉଣ୍ଟ ପାଇଁ ଡିଲ୍ ହୋଲ୍ଡ କରିଥିଲେ ମସ୍କ ।

ଏହାପରେ ଜୁଲାଇ ୮ରେ ଡିଲ୍ ରିଜେକ୍ଟ କରିବା ନିଷ୍ପତ୍ତି ନେଇଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟୁଇଟର । ପୁଣି ଅକ୍ଟୋବରରେ ଡିଲ୍ ପୁରା କରିବାକୁ ମନ ବଦଳାଇଥିଲେ ଏଲନ । ୨୮ ଅକ୍ଟୋବର ସୁଦ୍ଧା ଡିଲ୍ ପୂରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଲନ ଦିନକ ପୂର୍ବରୁ ଡିଲ୍ ପୂରା କରି ଟୁଇଟର କିଣିବା ସହ ସିଇଓଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି । ଟର୍ମିନେସନ ପରେ ପରାଗ୍‌ ଓ ସେଗଲ୍‌ ଦୁହେଁ କମ୍ପାନୀର ସାନ୍ ଫ୍ରାନ୍ସିସକୋର ହେଡକ୍ୱାର୍ଟର ଛାଡିଛନ୍ତି । ଏପଟେ ନିଜେ ଏଲନ ମସ୍କ ହେଡକ୍ବାର୍ଟରରେ ପ୍ରବେଶ କରିଛନ୍ତି  । ସେ ଏକ ସିଙ୍କ ବେସିନ୍ ସହ ଅଫିସ ଆସୁଥିବା ଦେଖିବାକୁ ମିଳିଛି । ସିଇଓ ଓ ସିଏଫଓଙ୍କ ଟର୍ମିନେସନ ପରେ ଏବେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀଙ୍କ ଚାକିରି ଯାଇପାରେ ବୋଲି ଆଶଙ୍କା କରାଯାଉଛି ।