spot_img
Home Blog Page 3922

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

କାର୍ଗିଲ: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।  ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ କାର୍ଗିଲର ସେନା କ୍ୟାମ୍ପରେ ପହଁଚିଛନ୍ତି ମୋଦି । ଚଳିତ ବର୍ଷ ମଧ୍ୟ ମୋଦି ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିବେ ।  ଲଗାତର ୯ ବର୍ଷ ଧରି ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି । ଯବାନଙ୍କ ମନବୋଳ ବୃଦ୍ଧି କରିବାକୁ ବର୍ଡରରେ ପହଁଚି ସେନାବାହିନୀ ସହ ସେଲିବ୍ରେସନ କରୁଛନ୍ତି ପ୍ରଧାନମନ୍ତ୍ରୀ  ।

 ଆଜି ମୋଦି ଯବାନଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହ ମିଶି ଚା’ ପିଇବେ ଓ ଦୀପାବଳି ପାଳନ କରିବେ। ଏହାପୂର୍ବରୁ ମଧ୍ୟ ମୋଦି ଦୀପାବଳି ଅବସରରେ ସୀମାର ଭିନ୍ନ ଭିନ୍ନ ପୋଷ୍ଟରେ ସେନା ସହ ଦୀପାବଳି ପାଳନ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦି ସେନା ସହ ଲଗାତର ଦୀପାବଳି ପାଳନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ସେ ପ୍ରଥମଥର ସିଆଚିନରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ସେହିପରି ଗତବର୍ଷ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ସେନା ସହ ଦୀପୋତ୍ସବ ପାଳନ କରିଥିଲେ।
୨୦୧୫ରେ ମୋଦି ପଞ୍ଜାବରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ୨୦୧୬ରେ ହିମାଚଳର କିନୌରରେ, ୨୦୧୭ ଜମ୍ମୁକଶ୍ମୀରର ଗୁରେଜ ପହଞ୍ଚିଥିଲେ। ସେହିପରି ୨୦୧୮ରେ ତିବ୍ଦତ ସୀମାରେ ପୁଲିସକର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିଥିଲେ। ୨୦୧୯ରେ ଏଲ୍‌ଓସି ଓ ୨୦୨୦ରେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟରେ ସେନା ଯବାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ। ଚଳିତବର୍ଷ କାର୍ଗିଲ ସୀମାରେ ପହଁଚି ଯବାନଙ୍କ ସହ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ  । ସେଠାରେ ପହଁଚି ଯବାନଙ୍କ ସହ ସଂଗୀତ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଛନ୍ତି  ।

ହବିଷ୍ୟାଳିଙ୍କୁ ଶାଲ୍ ଦେଲେ ମୁଖ୍ୟମନ୍ତ୍ରୀ, ଆଶିଷ ଦେଲେ ମାଆ..

ପୁରୀ: ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ଅଭିନବ ଉପହାର  । ସମସ୍ତ ହବିଷ୍ୟାଳିଙ୍କ ପାଇଁ ପୁରୀରେ ରହିବାର ସୁବନ୍ଦୋବସ୍ତ କରିଥିବା ରାଜ୍ୟ ସରକାର ଏବେ ପୁଣି ପ୍ରତ୍ୟକଙ୍କୁ ଶାଲ୍ ପ୍ରଦାନ କରାଯାଇଛି  । ଯାହାକୁ ନେଇ ବେଶ୍ ଉତ୍ସାହିତ ଭହିଷ୍ୟାଳି । ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯାଉଛି ।

ଏହି ଅବସରରେ ହବିଷ୍ୟାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଗୀତ ବୋଲିଛନ୍ତି । ମୁଖ୍ୟମନ୍ତ୍ରୀ ମାଆ ମାନଙ୍କର ମନର କଥାକୁ ବୁଝୁଥିବାରୁ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି  । ମୁଖ୍ୟମନ୍ତ୍ରୀ ଚୀରକାଳ ସୁଖ ଓ ଆନନ୍ଦର ସହ ରାଜ୍ୟର ନେତୃତ୍ୱ ନିଅନ୍ତୁ ବୋଲି ଆଶିଷ ପ୍ରଦାନ କରିଛନ୍ତି  ।

ରାଜ୍ୟ ସରକାର ବଜେଟରେ ହବିଷ୍ୟାଳୀଙ୍କ ରହିବା ନିମନ୍ତେ ବୃନ୍ଦାବତୀ ନିବାସ ସ୍ଥାପନା କରିଛନ୍ତି  । ସମସ୍ତ ପ୍ରକାର ରହିବା ବ୍ୟବସ୍ଥା ଏଠାରେ କରାଯାଇଛି  । ହବିଷ୍ୟାଳିଙ୍କୁ ଖାଦ୍ୟ ପ୍ରଦାନ ମଧ୍ୟ କରାଯାଉଛି  । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାଲ୍ ବଣ୍ଟନ କରାଯାଉଥିବାରୁ ବେଶ ଖୁସି ଅଛନ୍ତି ହବିଷ୍ୟାଳି  ।

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି । ପବିତ୍ର ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀପାବଳି ଅବସରରେ ନବୀନ ନିବାସକୁ ଦୀପର ଆଲୋକରେ ଆଲୋକିତ କରାଯାଇଛି । କୋଣ ଅନୁକୋଣରେ ଧାଡ଼ି କରି ଅତି ସୁନ୍ଦର ଭାବେ ଦୀପ ସଜାଯାଇଛି । ଦୀପର ଆଲୋକରେ ନବୀନ ନିବାସର ସୌନ୍ଦର୍ଯ୍ୟ ବଢ଼ିଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇବା ସହ ସମସ୍ତଙ୍କର ଉନ୍ନତି କାମନା କରିଛନ୍ତି  । ପବିତ୍ର ଦୀପାବଳିରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ହଟାଇ ଆଲୋକର ଉଦ୍ଦୀପନା ଖେଳିଯିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଓଡିଆ ରିତିନିତୀ ଏବଂ ହିନ୍ଦୁ ଧର୍ମର ମହତ୍ୱ ଅନୁଯାୟୀ ଦୀପ ଜାଳି ନବୀନ ନିବାସକୁ ଆଲୋକିତ କରାଯାଇଛି  । ଆଉ ଆଲୋକର ଶିକ୍ଷା ଭିତରେ ମୁଖ୍ୟମନ୍ତ୍ରୀ ବୁଲି ବୁଲି ଏହାକୁ ଅନୁଭବ କରୁଥିବା ଭିଡିଓରେ ପ୍ରତୀୟମାନ  ।

ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ଓ ଦୀପାବଳି ଉତ୍ସବ ପାଳନ

ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳୀ ଓ ପୟାଶ୍ରାଦ୍ଧ। କିନ୍ତୁ କେତୁ ଗ୍ରସ୍ଥ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଆଜି ପୟାଶ୍ରାଦ୍ଧ ବା ଦୀପାବଳି ଉତ୍ସବ ପାଳନ କରାଯାଉଛି । ମୁଖ୍ୟତଃ ଅପରପକ୍ଷରେ ମର୍ତ୍ତ୍ୟମଣ୍ତଳକୁ ଆସିଥିବା ପିତୃପୁରୁଷ ମାନେ ଆଜି ସ୍ୱର୍ଗଲୋକକୁ ବିଦାୟ ନେଉଥିବାରୁ ଶ୍ରୀକ୍ଷେତ୍ରରେ ପିଣ୍ତଦାନର ପରମ୍ପରା ରହିଛି।

ଆଜି ସଭିଏଁ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବେ  । ତେବେ ପରାଗକୁ ନଜରରେ ରଖି ଆଜି ମଧ୍ୟ ରାତ୍ରରୁ ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ସମସ୍ତ ନିତୀକାନ୍ତି ଶେଷ କରାଯିବ । ଭକ୍ତମାନେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ତଦାନ ଓ ଶ୍ରାଦ୍ଧ ଦେବେ ।

ସଂଧ୍ୟାରେ ମଧ୍ୟ ଓଡିଆ ରିତିନିତୀ ଅନୁଯାୟୀ ପ୍ରତି ପରିବାର ବଡବଡୁଆଙ୍କ ଉଦେଶ୍ୟରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକିବେ । ଭୋଗ ଲାଗି କରିବାର ବିଧି ବ୍ୟବସ୍ଥା ମଧ୍ୟ ରହିଛି  । ବଡ ବଡୁଆଙ୍କୁ ମନେ ପକାଇବାର ଏହି ପରମ୍ପରା ଏବଂ ସେମାନଙ୍କ ପାଇଁ ତିଳ ତର୍ପଣ ଦେବାର ତିଥି ରହିଥାଏ  । ସେହିପରି ଦୀପାବଳି ପାଳନ ହେଉଥିବାରୁ ଏହି ଉତ୍ସବକୁ ପୁରପଲିରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବେ  ।

ପୋଖରୀରେ ଫସିଲା ଜଙ୍ଗଲି ହାତୀ

କଳାହାଣ୍ଡି: ପୋଖରୀରେ ଫସିଲା ଜଙ୍ଗଲି ହାତୀ । ଉଦ୍ଧାରକାର୍ଯ୍ୟ ଜାରି ।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଥିବା ବେଳେ ସଂଧ୍ୟା ହେଲେ ହାତୀପଲ ଜଙ୍ଗଲରେ ନରହି ଗାଁ ମୁହାଁ ହେଉଛନ୍ତି । ଫସଲ ନଷ୍ଟ କରିବା ସହ ଘର ଦ୍ବାର ଭାଙ୍ଗି ଦେଉଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ହାତୀପଲ ବିଶ୍ବନାଥପୁର ରେଞ୍ଜ ଅଧିନରେ ଥିବା କିଡିଙ୍ଗ ଗାଁ ନିକଟସ୍ଥ ଖରଡିଆ ପଡାକୁ ଆସିଥିବାବେଳେ ଗୋଟିଏ ହାତୀ ଗାଁରେ ଥିବା ଏକ ପୋଖରୀରେ ଫସି ରହିଛି । ଗାଁ ଲୋକେ ପୋଖରୀ ଭିତରେ ହାତୀ ଫସିଥିବା ଦେଖିବାକୁ ପାଇଥିଲେ । ପରେ ବନବିଭାଗକୁ ଜଣାଇବାପରେ ଟିମ୍ ହାତୀ ଉଦ୍ଧାରରେ ଲାଗିଛନ୍ତି ।

ଆସୁଛନ୍ତି ମା’ କାଳୀ, ଉତ୍ସବ ମୁଖର ପୁରପଲ୍ଲୀ

ଭଦ୍ରକ: ଆଜି ଧରାବତରଣ କରିବେ ମାଆ କାଳୀ । ଉତ୍ସବ ମୁଖର ହୋଇପଡିଛି ଭଦ୍ରକ ସହର । କରୋନା କଟକଣା ଯୋଗୁଁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବହୁ ଆଡମ୍ବର ସହ କାଳୀପୂଜା ପାଳନ ହେଉଛି । ଚରମ୍ପାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ମାଆ । ଅନ୍ୟପଟେ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେଉଛି ।

ଆଜିଠୁ ମାଆଙ୍କ ବେଶ ସହ ଶତଚଣ୍ଡୀ ମହାଯଜ୍ଞ କରାଯିବ । 30 ତାରିଖରେ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଯାଜପୁରରେ ୪୫ଟି ମଣ୍ଡପରେ ପୂଜା ପାଇବେ ମା’ । ମୁଖ୍ୟ ଆକର୍ଷଣ ପାଲଟିଛି ଚାନ୍ଦି ଓ ସୁନା ମେଢ । ୧୧ଟି ଚାନ୍ଦି ମେଢ ସହିତ ୮ଟି ମଣ୍ଡପରେ ମା’ଙ୍କୁ ସୁନା ଅଳଙ୍କାରରେ ଭୂଷିତ କରାଯାଇଛି । ମହାକାଳୀଙ୍କ ୧୦ ଦିନ ପୂଜାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ପୂଜାରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହିତ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଆସିଛି ଆଲୋକର ପର୍ବ ଦୀପାବଳି, ହଟିବ ଅନ୍ଧକାର..

ନନ୍ଦିଘୋଷ ବ୍ୟୁରୋ: ଆସିଛି  ଆଲୋକର ପର୍ବ ଦୀପାବଳି । ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଆଜିର ଦିନ । ଦୀପାବଳି ପାଇଁ ଗାଁଠୁ ଆରମ୍ଭ କରି ସହର ବଜାର ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳନ ହେଉଛି ଉତ୍ସବ । ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ  । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ ଆନନ୍ଦ ମନାଇଥିଲେ  ।

କାଳିମାର ଅନ୍ଧକାର ଦିନକୁ ପ୍ରତିହତ କରି ପ୍ରଭୁ ପୁରୁଷତ୍ତୋମ ଶ୍ରୀରାମ ଆଲୋକର ବିଜୟ ହାସଲ କରିଥିଲେ  । ୧୨ ବର୍ଷ ବନବାସ ଶେଷ କରି ସୀତା ମାତାଙ୍କୁ ସାଥିରେ ଘେନି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ  । ଯେଉଁଥିପାଇଁ ସମଗ୍ର ଅଯୋଧ୍ୟାପୁର ଏହି ଦିନକୁ ଆଲୋକରେ ଆଛାଦିତ କରିଥିଲେ  । ସେପଟେ କାଳୀ ମାତାଙ୍କର ଆଜି ମଧ୍ୟ ପୂଜାର୍ଚ୍ଚନା  । ତେଣୁ ହିନ୍ଦୁ ରିତିନିତୀରେ ବିଧି ବିଧାନର ସହ ଆଜିର ଦିନକୁ ପାଳନ କରାଯାଇଥାଏ  ।

ଦୁଇବର୍ଷ ପରେ ବିନା କୋଭିଡରେ ଉତ୍ସବ ମନାଇବେ ସମଗ୍ର ଦେଶବାସୀ  । ସଭିଙ୍କ ମନରେ ଉତ୍କଣ୍ଠା ଓ ଉଦ୍ଦୀପନା  । ବିନା କୋଭିଡ କଟକଣାରେ ବାଣ ଫୁଟାଇବା ସହ ପ୍ରଦୀପ ପ୍ରଜଳ୍ୱନ କରିବେ ଦେଶବାସୀ  । ସେପଟେ ଭୁବନେଶ୍ବର ଓ କଟକରେ ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଭାରପ୍ରାପ୍ତ ଆଇଆଇସି

କନ୍ଧମାଳ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଭାରପ୍ରାପ୍ତ ଆଇଆଇସି । 1 ଲକ୍ଷ 45 ହଜାର 800 ଟଙ୍କା ଦଶହରା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଧିରେଜ କୁମାର ଲେଙ୍କା ଗିରଫ । ଥାନା ଅଞ୍ଚଳରୁ ଦଶହରା ଚାନ୍ଦା ବାବଦକୁ 1 ଲକ୍ଷ 45 ହଜାର 800 ଟଙ୍କା ଆଦାୟ କରିଥିଲେ ଧିରେଜ ।

ଏହି ଚାନ୍ଦା ଟଙ୍କା ନେଇ ଥାନାରୁ ଛୁଟିକାଟି ସରକାରୀ ଗାଡିରେ ଗାଁକୁ ଯାଉଥିବା ବେଳେ ବାଲିଗୁଡା ବଜାର ମଝିରାସ୍ତାରେ ପୂର୍ବରୁ ପ୍ରସ୍ତୁତ ଥିବା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲ୍ଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ଲାଞ୍ଚ ଟଙ୍କା ଜବତ କରିବା ସହ ସରକାରୀ ବାସ ଗୃହ ଓ କଟକ ଭୁବେନଶ୍ବର ସହିତ ବିଭିନ୍ନ ସ୍ଥାନରେ ରେଡ କରିଛି ଭିଜିଲାନ୍ସ ।

ବାତ୍ୟା ରୂପ ନେଲା ଗଭୀର ଅବପାତ

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ରୂପ ନେଲା ଗଭୀର ଅବପାତ । ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ସି-ତ୍ରଙ୍ଗ । ସାଗର ଦ୍ବୀପଠାରୁ ୫୮୦ କିଲୋମିଟର ଦକ୍ଷିଣରେ ଥିବା ବେଳେ ବାଂଲାଦେଶ ବରିସାଲଠାରୁ ୭୪୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଗତ ୬ଘଣ୍ଟା ହେଲା ଘଣ୍ଟାକୁ ୧୧ କିଲୋମିଟର ଗତିରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ମୁହାଁଉଛି ବାତ୍ୟା ସିତ୍ରଙ୍ଗ । ଆସନ୍ତାକାଲି ଭୟଙ୍କର ରୂପ ଧାରଣ କରି ୨ ୫ତାରିଖ ସକାଳେ ସିତ୍ରଙ୍ଗ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ଆଇଏମଡିର ସୂଚନା ।

ରାଜଧାନୀର ଏକ ଜିମ୍ ସେଣ୍ଟରରେ ଲାଗିଲା ନିଆଁ, ୨୦ରୁ ଅଧିକ ଫସି ରହିଥିବା ସୂଚନା

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଅଘଟଣ  ।  ଜାଗମରାରେ ଏକ ଜିମ୍ ସେଣ୍ଟରରେ ଲାଗିଲା ଭୟାଭୟ ଅଗ୍ନିକାଣ୍ଡ ବଡ଼ ଧରଣର ଅଗ୍ନିକାଣ୍ଡ  । ଜିମ୍ ସେଣ୍ଟରର ମୁଖ୍ୟ ଦ୍ୱାରରେ ଭୟାନକ ଅଗ୍ନିକାଣ୍ଡ ଘଟିଛି  । ଫଳରେ ଭିତରେ ଫସି ରହିଥିବା ବ୍ୟକ୍ତି ବାହାରି ପାରିନାହିଁନ୍ତି  । ମିଳିଥିବା ସୂଚନା ମୁତାବକ ୨୦ରୁ ଅଧିକ ବ୍ୟକ୍ତି ଜିମ୍ ସେଣ୍ଟର ଭିତରେ ଫସି ରହିଛନ୍ତି  । ସେପଟେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଁଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛି  ।

ବାଣ ଫୁଟାରୁ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି  । ଦୀପାବଳି ପୂର୍ବରୁ ସେଠାରେ କିଛି ପିଲା ଆଗୁଆ ଦୀପାବଳି ଉତ୍ସବ ମନାଉଥିଲେ  । ଯଦ୍ୱାରା ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି  । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିବାବେଳେ ଜିମ ସେଣ୍ଟରର ମାଲିକଙ୍କ ବଡ଼ ଭାଇ ଉପର ମହଲାରେ ମଧ୍ୟ ଫସି ରହିଛନ୍ତି  । ଯଦିବା ସେ ସୁରକ୍ଷିତ ଅଛନ୍ତି କିନ୍ତୁ ନିଆଁ ଲାଗିଥିବା ହେତୁ ସେ ବାହାରି ପାରିନାହାଁନ୍ତି  ।