spot_img
Home Blog Page 394

ପାର୍ବଣ ପାଇଁ ଉତ୍ସବ ମୁଖର ଗାଁଠୁ ସହର

ନନ୍ଦିଘୋଷ ବ୍ୟୁରୋ: ପାର୍ବଣ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଚାଲିଛି ମାଙ୍କ ନବରାତ୍ରୀ ପୂଜା । ବିଭିନ୍ନ ଶକ୍ତି ପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ମା’ଙ୍କ ହେଉଛି ସ୍ବତନ୍ତ୍ର ପୂଜାନୀତି।  ବିଭିନ୍ନ ଶକ୍ତି ପୀଠରେ ମାଁଙ୍କ ଆରାଧନା କରାଯାଉଛି । ସେହିଭଳି ଏକ ପୀଠ ହେଉଛି ପାରଳାଖେମୁଣ୍ଡିର ଦାଣ୍ଡୁମାଳା ମନ୍ଦିର । ଏହି ପୀଠ ବର୍ଷରେ ମାତ୍ର ୯ ଦିନ ପାଇଁ ଖୋଲା ଯାଇଥାଏ । ମାଁଙ୍କ ନିକଟରେ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।

ପାରଳାଖେମୁଣ୍ଡି ଦାଣ୍ଡୁମାଳା ମା ଠାକୁରାଣୀଙ୍କ ପୀଠ । ରହିଛି ସ୍ବତନ୍ତ୍ରତା । ବର୍ଷ ସାରା ମନ୍ଦିର ବନ୍ଦ ରହୁଥିବା ବେଳେ ଦଶହରାରେ ୯ ଦିନ ପୂଜାର୍ଚ୍ଚନା କରାଯାଇଥାଏ। ଦଶହରା ବିଳମ୍ବିତ ରାତିରେ ଘଟ ଯାତ୍ରାରେ ଆଣି ମାଁଙ୍କ ପୀଠରେ ଏକ ନଡିଆକୁ ଘଟରେ ରଖି ପୁଣି ବନ୍ଦ କରିଦିଆଯାଏ । ବର୍ଷେ ପରେ ଏହି ନଡ଼ିଆକୁ ଭୋଗରେ ଲାଗି କରାଯାଇଥାଏ । ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲି ଆସିଥିବା ବେଳେ ମାଁ ଙ୍କ ମହିମାରୁ କୌଣସି ବର୍ଷ ନଡ଼ିଆ ଖରାପ ହୋଇ ନଥାଏ ବୋଲି ବିଶ୍ବାସ ରହିଛି। ଏହି ସମୟରେ ମାଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂରଣ ହେଉଥିବା ବିଶ୍ବାସ ରହିଛି।

ପୀଠକୁ ନେଇ ଅନେକ କିମ୍ବଦନ୍ତୀ ରହିଛି। ପଣ୍ଡିତଙ୍କ କହିବା ଅନୁସାରେ, ଦାଣ୍ଡୁମାଳା ହେଉଛନ୍ତି ୬୪ଯୋଗିନୀଙ୍କ ପ୍ରତିନିଧି । ନବରାତ୍ରରେ ତାଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପୂଜା ହେଉଥିଲା । ତାଙ୍କୁ ନିମନ୍ତ୍ରଣ କରି ଆଣିବା ବେଳେ ବିଭିନ୍ନ ପ୍ରକାର ବଳି ପ୍ରଦାନ କରାଯାଉଥିଲା । ତାଙ୍କ ସହ ଆସୁଥିବା ୬୪ ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ସ୍ଥାନରେ ପୂଜାର୍ଚ୍ଚନା କରାଯାଉଥିଲା । ତାଙ୍କ ପ୍ରତିନିଧି ଭାବେ ଏହି ସ୍ଥାନରେ ଦାଣ୍ଡୁମାଳାଙ୍କୁ ରଖାଯାଇଥିଲା ।

ଦାଉ ସାଧିଲା ବନ୍ୟାପାଣି, ଉଜାଡି ଦେଲା ଚାଷୀର ସୁନା ଫସଲ

ନନ୍ଦିଘୋଷ ବ୍ୟୁରୋ: ଧାନକଟା ସମୟରେ ମାଡ଼ିଆସିଲା ବନ୍ୟା ପାଣି। ହେକ୍ଟର ହେକ୍ଟର ଚାଷଜମିରେ ଲହଡ଼ି ମାରୁଛି ବନ୍ୟା ଜଳ। ଭାସୁଛି ପାଚିଲା ଧାନ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କରାଣ୍ଡିଆ ପାଟଣା ଗାଁରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ସେପଟେ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି ।

ଦାଉ ସାଧିଲା ବନ୍ୟାପାଣି। ଉଜାଡି ଦେଲା ଚାଷୀର ସୁନା ଫସଲ । ଋଣ ଶୁଝିବା ଚିନ୍ତାରେ ଚଷାପୁଅ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କରାଣ୍ଡିଆ ପାଟଣା ଗାଁରେ ବ୍ୟାପକ ଫସଲ ନଷ୍ଟ । ଲୁଣା ଓ କରାଣ୍ଡିଆ ନଦୀରେ ଚଳିତ ବର୍ଷ ତିନିଥର ବନ୍ୟା ଆସି ଧାନ ଫସଲ ଉଜାଡ଼ି ଦେଇଛି। ଯୁଆଡେ ଚାହିଁବ ଚାଷ ଜମିରେ ପାଣି ହିଁ ପାଣି। ସୃଷ୍ଟି କରୁଛି ଚିଲିକାର ଭ୍ରମ।ପ୍ରାୟ ୨ଶହ ହେକ୍ଟର ଜମିରେ ପାଚିଲା ଧାନ ଫସଲ ସହିତ ରୁଆ ହୋଇଥିବା ୬୦ ହେକ୍ଟରରୁ ଅଧିକ ଜମିରେ ସାରଦ ଧାନ ଫସଲ ବନ୍ୟା ପାଣିରେ ବୁଡି ପଚିଷଢି ନଷ୍ଟ ହୋଇଯାଇଛି। ସ୍ଥିତି ଏପରି ହୋଇଛି ପାଚିଲା ଧାନ ଜମିରେ ଡଙ୍ଗା ଚାଲୁଛି। ଆଉ ଧାନ ପାଣିରେ ବୁଡି ରହିବା ଫଳରେ ଗଜା ହୋଇଗଲାଣି।

ଧାର କରଜ କରି ଶହ ଶହ ହେକ୍ଟର ଜମିରେ ଧାନ ଫସଲ ଚାଷ କରିଥିଲେ କରାଣ୍ଡିଆ ପାଟଣା ଗାଁର ଚାଷୀ।  ହେଲେ ନଦୀରେ ବନ୍ୟା ଆସି ଧାନ ଫସଲକୁ ସମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ କରିଛି। ରୁଆ ହୋଇଥିବା ସାରଦ ଧାନ ଫସଲ ମଧ୍ଯ ପଚିଶଢି ଯାଇଥିବା ଚାଷି ଅଭିଯୋଗ କରିଛନ୍ତି। ତେଣୁ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ।

ବରମୁଣ୍ଡା ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ବରମୁଣ୍ଡା ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା କଲା ମିଲର । କଙ୍କ୍ରିଟ୍ ବୁହା ହେଉଥିବା ମିଲର ଗାଡି, ଅନ୍ୟ ଦୁଇଟି ଗାଡିର ପଛ ପଟକୁ ଧକ୍କା ଦେଇଥିଲା । ଅଳ୍ପକେ ଦୁଇ ଗାଡି ଡ୍ରାଇଭର ବଞ୍ଚି ଯାଇଥିବା ବେଳେ, ଗାଡି ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଚି । ଦୁର୍ଘଟଣା କାରଣରୁ ଲମ୍ବା ଲମ୍ବା ଧାଡିରେ ଗାଡି ସବୁ ଅଟକି ରହିଚି । ସେପଟେ ଅଳ୍ପକେ ବର୍ତ୍ତୀ ଯାଇଥିବା ଲୋକ କହିଛନ୍ତି ଭାଗବାନ ବଞ୍ଚାଇ ଦେଲେ, ହେଲେ ମିଲର ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳନା ପାଇଁ ଏମିତି ଦୁର୍ଘଟଣା ଘଟିଲା ବୋଲି କରିଛନ୍ତି ଅଭିଯୋଗ । ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଂଚି ମିଲର ଗାଡିକୁ ଯବତ କରିବା ସହିତ ଡ୍ରାଇଭରଙ୍କ ଥାନାକୁ ନେଇଛି ।

କଣ ଏହି ସମ୍ପତ୍ତି ? ଯାହା ଆମେରିକାକୁ ବିକିପାରେ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିଛନ୍ତି ସରିଫ ଏବଂ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର । ତେବେ ଉଭୟ ଏକ ବାକ୍ସ ଧରି ଟ୍ରମ୍ପଙ୍କୁ ଦେଖାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହା ଦେଖାଯାଉଛି ଯେ ସେ ପାକିସ୍ତାନୀ ଖଣିରୁ ଧାତୁ, ବିରଳ ମାଟି ଏବଂ ମୂଲ୍ୟବାନ ପଥର ଧାରଣ କରିଥିବା ଏକ ଉପହାର ଦେଉଛନ୍ତି। ଏହା ଦ୍ୱାରା ଅନୁମାନ କରାଯାଉଛି ଯେ ଅସୀମ ମୁନିର ପାକିସ୍ତାନର ସମ୍ପଦ ଟ୍ରମ୍ପଙ୍କୁ ବିକ୍ରି କରିବାକୁ ପ୍ରସ୍ତୁତ।

ହ୍ୱାଇଟ୍ ହାଉସର ଏହି ଫଟୋ ବହୁତ ବିତର୍କ ସୃଷ୍ଟି କରିଛି। କୁହାଯାଉଛି ଯେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ବେଲୁଚିସ୍ତାନ, ଖାଇବର ପଖତୁନଖ୍ୱା ଇତ୍ୟାଦିରେ ଥିବା ବିରଳ ଖଣିଜ ପଦାର୍ଥର ଅଧିକାର ଟ୍ରମ୍ପଙ୍କୁ ହସ୍ତାନ୍ତର କରି ପାକିସ୍ତାନକୁ ଆମେରିକାକୁ ବିକ୍ରି କରିଦେଇଛନ୍ତି। ଏହା ଉଲ୍ଲେଖନୀୟ ଯେ ଏପର୍ଯ୍ୟନ୍ତ ଚୀନର ଏହି କ୍ଷେତ୍ରଗୁଡ଼ିକରେ ସ୍ୱତନ୍ତ୍ର ଅଧିକାର ଥିଲା ଏବଂ ଏହାର କମ୍ପାନୀଗୁଡ଼ିକ ସେଠାରେ କାର୍ଯ୍ୟ କରୁଥିଲେ। ଟ୍ରମ୍ପ ଜଣେ ବ୍ୟବସାୟୀ, ଏବଂ ବାଣିଜ୍ୟ କ୍ଷେତ୍ରରେ ସେ ପାକିସ୍ତାନକୁ ଆମେରିକାର ସବୁଠାରୁ ଭଲ ବନ୍ଧୁ ବୋଲି କହିବାରେ କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ।

 

ପ୍ରତିଷ୍ଠିତ ବ୍ୟବସାୟୀ ସୁଶୀଲ ସୁବୁଦ୍ଧିଙ୍କୁ ଅପହରଣ ଘଟଣାରେ ୪ ଜଣ ଗିରଫ

0

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ସୁଶୀଲ ସୁବୁଦ୍ଧିଙ୍କୁ  ଅପହରଣ ଘଟଣାରେ ୪ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ନିକଟସ୍ଥ ଚାନ୍ଦପୁର ଥାନା କଟରା ପଲୀ ଗାଁ ଭିତରୁ  ୪ ଅପହରଣ କାରୀ ସହ କାରକୁ ଜବତ କରାଯାଇଛି । ବହୂ ମାରଣାସ୍ତ୍ର ସହ  ଅପହରଣ କାରୀ ଗିରଫ ହୋଇଛନ୍ତି । ଗତକାଲି ରାତି ପାଖାପାଖି ସାଢେ ୧୧ଟା ବେଳେ ସୁଶୀଲ ବାଲୁଗାଁ ଆଇଡିବିଆଇ ବ୍ୟାଙ୍କ ତଳେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଏକ ସ୍କୁଟି ଡ଼ିକିରେ ୨୦  ଲକ୍ଷରୁ ଅଧିକ ଟଙ୍କା ନେଇ ଘରକୁ ଫେରୁଥିଲେ । ଏହି ସମୟରେପାଟଣା ସାହି ସ୍କୁଲ ନିକଟରେ ଏକ କାରରେ କିଛି ଦୁର୍ବୁତ୍ତ  ସୁଶୀଲଙ୍କୁ ଅପହରଣ କରି ନେଇଯାଇଥିଲେ । ଏହା ସହ ସ୍କୁଟି ମଧ୍ୟ ନେଇଯାଇଥିଲେ  ଅପହରଣ କାରୀ  ।  ଏନେଇ ଅଭିଯୋଗ ପରେ  ୧୬ ନମ୍ବର  ଜାତୀୟ ରାଜପଥରେ  ଟାଙ୍ଗୀ ଓ ବାଲୁଗାଁ ପୋଲିସ ଅପହରଣ କାରୀଙ୍କ ଗାଡିକୁ ପିଛା କରିଥିଲେ ।  ଟାଙ୍ଗୀ ଚାନ୍ଦପୁର ନିକଟ କଟରା ପଲୀ ନିକଟରେ ଅପହରଣ କାରୀ କାର ସହ ଗାଁ ଭିତରକୁ ପଶି ଯାଇଥିଲେ ।  ତେବ ଗ୍ରାମାବସୀଙ୍କ ସହାୟତାରେ ୪ ଜଣ ଅପହରଣକାରୀଙ୍କୁ ଟାଙ୍ଗୀ ପୋଲିସ ଧରିବାରେ ସଫଳ ହୋଇଛି । ଘଟଣାରେ ଅଧିକ ତଦନ୍ତ କରୁଛି ପୋଲିସ ।

ପୂଜା ପୂର୍ବରୁ ଚୋରା ବାଣ ବ୍ୟବସାୟୀଙ୍କ ଉପରେ ଚଢ଼ାଉ, ୫ ଲକ୍ଷ ଟଙ୍କାର ବାଣ ଜବତ

0

ନନ୍ଦିଘୋଷ ବ୍ୟୁରୋ: ପୂଜା ପୂର୍ବରୁ ଚୋରା ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ଚଢ଼ାଉ। ୫ ଲକ୍ଷ ଟଙ୍କାର ବାଣ ଜବତ କରିବା ସହିତ ୩ ଜଣଙ୍କୁ ଅଟକ ରଖିଚି ପୋଲିସ । ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ବେଆଇନ ବେଆଇନ ବାଣ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରିଛି । ଧାମନଗର ଥାନା ଅଧୀନ ଉତେଇପୁରରେ ବେଆଇନ ବାଣ ତିଆରି ହେଉଥିବା ବେଳେ ଧାମନଗର ପୋଲିସ  ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ପାଞ୍ଚ ଲକ୍ଷରୁ ଅଧିକ ମୂଲ୍ୟର ବେଆଇନ ବାଣ ଜବତ କରିଛି ପୋଲିସ ।

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏନକାଉଣ୍ଟର, ୩ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର। ଏଥିରେ ୩ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏହି ସୂଚନା ଦେଇଛନ୍ତି କାଙ୍କେର ଏସପି । ବର୍ତ୍ତମାନ ବି ସେହି ଅଞ୍ଚଳରେ କମ୍ଵିଂ ଚାଲିଛି। ସୁରକ୍ଷାକର୍ମୀମାନେ ଫେରିବା ପରେ ସଂପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସେ କହିଛନ୍ତି। ଏହି ଏନକାଉଣ୍ଟର ହୋଇଛି କାଙ୍କେର ହେଡକ୍ଵାର୍ଟରରୁ ୩୦ କିଲୋମିଟର ଦୂର ଛିନ୍ଦଖରକ ଜଙ୍ଗଲରେ। ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା।

ବିଜୟଙ୍କ ବଡ଼ ଘୋଷଣା: ମୃତକଙ୍କ ପରିବାରଙ୍କୁ ୨୦ ଲକ୍ଷ, ଆହତଙ୍କୁ ମିଳିବ ୨ ଲକ୍ଷ

ନନ୍ଦିଘୋଷ ବ୍ୟୁରୋ :  ତାମିଲନାଡୁର କରୁରରେ ଶନିବାର ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏଥିରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ, ଯେଉଁମାନେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦଳାଚକଟା ଘଟଣା ପରେ ନିଜ ଆଡୁ ସହାୟତା ଘୋଷଣା କରିଛନ୍ତି ଅଭିନେତା ବିଜୟ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ବିଜୟ। କରୁରଠାରେ ଘଟିଥିବା ଦଳାଚକଟା ଘଟଣାରେ ଯାଇଥିଲା ୩୯ ଲୋକଙ୍କ ଜୀବନ। ଏହା ସହ ଆହତଙ୍କୁ ୨ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା କରିଛନ୍ତି ଅଭିନେତା। ଏହି ଘଟଣାରେ ପ୍ରାୟ ୧୦୦ ଲୋକ ଆହତ ହୋଇଥିଲେ। ମୃତାହତଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ବିଜୟ। ମୃତ ଆତ୍ମାର ସଦଗତି କାମନା ସେ କରିଛନ୍ତି ।

ଉଲ୍ଲେଖନୀୟ ଯେ ପୂର୍ବରୁ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୁର ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ, ଆହତମାନଙ୍କୁ ୧ ଲକ୍ଷ ଟଙ୍କା ମଧ୍ୟ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ଏହି ଦୁର୍ଘଟଣାର ପ୍ରତ୍ୟେକ ପୀଡିତଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ ।

ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ

ନନ୍ଦିଘୋଷ ବ୍ୟୁରୋ: ମିଥୁନ ମନହାସ ହେଲେ ବିସିସିଆଇ ଅଧ୍ୟକ୍ଷ। ରାଜୀବ ଶୁକ୍ଲା ଉପାଧ୍ୟକ୍ଷ ହୋଇଛନ୍ତି। ଦେବଜିତ ସାଇକିଆ ସମ୍ପାଦକ ହୋଇଛନ୍ତି। ଏ. ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ହୋଇଛନ୍ତି। ମିଥୁନ ରଣଜୀ ଟ୍ରଫିରେ ପାରଦର୍ଶିତା ପ୍ରଦର୍ଶନ କରିଆସିଥିଲେ। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ମିଥୁନ ପ୍ରାୟ ୧୫୦ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଛନ୍ତି। ଆଇପିଏଲରେ ବି ସେ ସଫଳତା ହାସଲ କରିଛନ୍ତି। ମିଥୁନଙ୍କ ଜନ୍ମ ଜାମ୍ମୁ ଓ କାଶ୍ମୀରରେ। ଜଣେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ତେବେ ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ ସେ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନର ପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି ।

ଏହାସହ ଆଇପିଏଲରେ ମଧ୍ୟ କାମ କରିଛନ୍ତି । ଗୁଜୁରାଟ ଜାଏଣ୍ଟ୍ସର ସପୋର୍ଟ ଷ୍ଟାଫ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହାସହ ଦିଲ୍ଲୀପ ଟ୍ରଫିରେ ଉତ୍ତର ଜୋନର ସଂଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଭଳି ଭାବେ ତାଙ୍କର ଅଭିଜ୍ଞତା ରହିଥିବାବେଳେ ଆଗାମୀ ଦିନରେ ବିସିସିଆଇ ପାଇଁ ଏହା ଲାଭଦାୟକ ହେବ ବୋଲି କୁହାଯାଉଛି । ମିଥୁନ ମନହାସଙ୍କ କ୍ରିକେଟ ରେକର୍ଡରେ ୧୫୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍, ୧୩୦ଟି ଲିଷ୍ଟ ଏ ମ୍ୟାଚ୍ ଏବଂ ୯୧ଟି ଟି-୨୦ ମ୍ୟାଚ୍ ଅନ୍ତର୍ଭୁକ୍ତ। ସମସ୍ତ ଫର୍ମାଟରେ, ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ କରିଛନ୍ତି।

ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା ହେବ । ବିଜେଡି ସରକାର ଯେଉଁ ରୂପାନ୍ତର ଆଣିଥିଲା, ସେ ନେଇ ଆଲୋଚନା ହେବ

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ୯ରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା। ମାସେ ଧରି ଚାଲିବ ଏହି ଅଭିଯାନ । ନଭେମ୍ବର ୯ ତାରିଖରେ ଶେଷ ହେବ। ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ପ୍ରେସମିଟରେ ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି, ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହେବାକୁ ପ୍ରତିବର୍ଷ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି କରିଥାଏ ଜନସଂପର୍କ ପଦଯାତ୍ରା । ଏ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ବଦଳରେ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ। ଅକ୍ଟୋବର ୨ରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଜନ ସଂପର୍କ ପଦଯାତ୍ରାର ସଂକଳ୍ପ ନିଆଯିବ। ନଭେମ୍ଵର ୯ ରେ ଶେଷ ହେବ ପଦଯାତ୍ରା। ବିଜେଡିର ସବୁ ଛାମୁଆ  ସଂଗଠନ ଯୋଗ ଦେବେ। ଏହି ପଦଯାତ୍ରାରେ ଲୋକଙ୍କ ସମସ୍ୟା ନେଇ ଆଲୋଚନା ହେବ। ବିଜେପି ସରକାରର ବିଫଳତା ଓ ପ୍ରତାରଣା ସଂପର୍କରେ ଲୋକଙ୍କୁ ସଚେତନ କରାଯିବ। କେମିତି ସମସ୍ତ ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି, ତାହା ଲୋକଙ୍କୁ ଅବଗତ କରାଯିବ। ପୂର୍ବର ନବୀନ ସରକାରଙ୍କ ଭଲ କାମ, ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ। ସେହିପରି ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ବିଜେପି କ୍ଷମତାକୁ ଆସିଥିଲା। କିନ୍ତୁ ପରିବର୍ତ୍ତନ ହୋଇଛି କେବଳ ରଙ୍ଗ ଓ ବିଭିନ୍ନ ଯୋଜନାର ନାଁ। ନିଶାମୁକ୍ତିର ନାରା ଦେଇ ଅଧିକ ମଦ ଦୋକାନ ଓ ମଦ ଫ୍ୟାକଟ୍ରି ଖୋଲୁଛନ୍ତି ସରକାର । ଏକ ବର୍ଷ ଅନୁଭୂତି ଅନେକ। ନିଶା, ନାରୀ ନିର୍ଯାତନା, ଚାଷୀ ଶୋଷଣର ଅନୁଭୂତି। ପଂଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସ କରି ଅଫିସରରାଜ୍ କରିବାକୁ ବିଡିଓ ଓ ଜିଲ୍ଲାପାଳଙ୍କୁ ଦେଇଛନ୍ତି ଅଧିକ କ୍ଷମତା। BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରୁଛନ୍ତି। ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ, ନିଯୁକ୍ତି କଥା କହିଥିଲେ। ହେଲେ କଲେନି। ନବୀନ ସରକାରଙ୍କ କାମ ବନ୍ଦ କରିଛନ୍ତି। ଦୁଇ କୋଟି ଚାକିରି କଥା କହିଲେ, ଏବେ ପକୋଡ଼ି ବିକିବାକୁ ଚାକିରୀ କହୁଛନ୍ତି। କଳା ଧନର ମିଛ ସ୍ଲୋଗାନ ଦେଲା କେନ୍ଦ୍ର। ଏହାକୁ ଅନୁସରଣ କରୁଛନ୍ତି ରାଜ୍ୟ ବିଜେପି ନେତା। ଓଡ଼ିଶାର ସ୍ଵାର୍ଥ ପାଇଁ ୨୦ ସାଂସଦଙ୍କ ମୁହଁ ଦିଲ୍ଲୀରେ ଫିଟୁନି। GST କାଉନସିଲରେ ଓଡ଼ିଶା ପାଇଁ ମୁହଁ ଖୋଲିଲେନି। ବିଜୁ ପଟ୍ଟନାୟକ ମହିଳାମାନଙ୍କୁ ରାଜନୀତିକୁ ଆଣିବା ପାଇଁ 33% ସଂରକ୍ଷଣ କରିଥିଲେ। ନବୀନ ପଟ୍ଟନାୟକ ଏହାକୁ 50% କୁ ବୃଦ୍ଧି କରିଥିଲେ। ମିଶନ ଶକ୍ତି ବିଭାଗ ହେଲା। ଏଥିରେ ମହିଳାଙ୍କୁ ସଶକ୍ତ କରିବାକୁ କୃଷି ମିତ୍ର, ପ୍ରାଣୀମିତ୍ର, MBK, CRP କରାଯାଇଥିଲା। ବିଜେପି ସରକାର ଏହାକୁ ଭାଙ୍ଗୁଛନ୍ତି. ମିଶନ ଶକ୍ତି ବଜେଟ ସଂକୁଚିତ କଲେ। କିପରି MBK, CRP, EC ସଦସ୍ୟଙ୍କୁ ବିତାଡିତ କରିବେ, ସେ କାମ କରୁଛନ୍ତି ସରକାର। ନିଜ କୁଜି ନେତାଙ୍କୁ ରଖିବାକୁ ଯୋଜନା ହେଉଛି। କିନ୍ତୁ ବିଜେଡି ମିଶନ ଶକ୍ତି ସହ ଅଛି। ସରକାର ଷଡଯନ୍ତ୍ର ବନ୍ଦ ନ କଲେ, ମହିଳାମାନଙ୍କ ସହ ବିଜେଡି ଠିଆ ହୋଇ ଲଢେଇ କରିବ ବୋଲି ପ୍ରମିଳା ମଲ୍ଲିକ ଚେତାଇ ଦେଇଛନ୍ତି।