spot_img
Home Blog Page 3946

ଆଜି ମହିଳା ଏସିଆ କପ୍ ଫାଇନାଲ ମ୍ୟାଚ୍, ବାଂଲାଦେଶରେ ମୁହାଁମୁହିଁ ଭାରତ-ଶ୍ରୀଲଙ୍କା

ଢାକା: ଆଜି ମହିଳା ଏସିଆ କପ୍ ଫାଇନାଲ ମ୍ୟାଚ୍ । ବାଂଲାଦେଶ ସିଲେଟରେ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ସେମିଫାଇନାଲରେ ଥାଇଲାଣ୍ଡକୁ ହରାଇ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ ।

ସେହିପରି ପାକିସ୍ତାନକୁ ୧ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି ଶ୍ରୀଲଙ୍କା । ଦମଦାର ଫର୍ମରେ ଥିବା ଉଭୟ ଭାରତ ଓ ଶ୍ରୀଲଙ୍କା ଆଜି ଫାଇନାଲ ମ୍ୟାଚରେ ଟାଇଟଲ ପାଇଁ କଡ଼ା ଫାଇଟ୍ କରିବେ ।

ଭାରତ ପକ୍ଷରୁ ଦମଦାର ଫର୍ମରେ ଶେଫାଳି ବର୍ମା, ସ୍ମୃତି ମନ୍ଦନା ଓ କ୍ୟାପଟେନ୍ ହରମିନ୍ ପ୍ରୀତକୌର । ସେହିପରି ବୋଲିଂର କମାଣ ସମ୍ଭାଳିବେ ରାଧା ଯାଦବ, ରେଣୁକା ସିଂ ଓ ଦିପ୍ତୀ ଶର୍ମା । ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଚମାରି ଆଟ୍ଟାପଟ୍ଟୁ, ହସିଥା ମାଧବୀ, ନିଲାକ୍ଷୀ ଡିସିଲଭାଙ୍କ ଉପରେ ନିର୍ଭର କରୁଛି ବ୍ୟାଟିଂ ଲାଇନ୍ ।

କଥା ଦେଲେ ପୁଟିନ୍, ୟୁକ୍ରେନ ଉପରେ ଆଉ ବର୍ଷିବନି ମିସାଇଲ୍

କିଭ୍‌: ୟୁକ୍ରେନ୍ ଉପରେ ଆଉ ମିସାଇଲ୍ ଆକ୍ରମଣ କରିବ ନାହିଁ ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି କଥା କହିଛନ୍ତି । କ୍ରିମିଆ ବ୍ରିଜ୍ ଉପରେ ହୋଇଥିବା ଆକ୍ରମଣର ଜବାବରେ ଋଷ ୟୁକ୍ରେନ୍ ଉପରେ ମିସାଇଲ୍ ମାଡ଼ କରିଥିଲା । ଏଥିରେ ୟୁକ୍ରେନର ରାଜଧାନୀ କିଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଧ୍ବଂସ ହେବା ସହ ଏକାଧିକ ଜୀବନ ହାନି ଘଟିଥିଲା ।

ହେଲେ ଏବେ ତୀବ୍ର ଆକ୍ରମଣ ହେବ ନାହିଁ ବୋଲି ପୁଟିନ କହିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ୟୁକ୍ରେନ୍ ଉପରେ ଅଧିକ ଆକ୍ରମଣ କରିବାର ବର୍ତ୍ତମାନ କୌଣସି ଯୋଜନା ନାହିଁ ।  ୟୁକ୍ରେନ୍ ବିରୋଧରେ ଋଷର ଆକ୍ରମଣକୁ କଡ଼ା ନିନ୍ଦା କରିଥିଲା ବିଶ୍ୱ ସମୁଦାୟ ।

ଋଷ ଜାଣି ଜାଣି ଜନବସତି ଅଞ୍ଚଳରେ ରକେଟ ମାଡ଼ କରିଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା  । ଜାତିସଂଘ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଥିଲା।

ବାତ୍ୟା ପାଇଁ ପାଗ ଅନୁକୂଳ, ୨୨ ମଧ୍ୟରେ ସ୍ପଷ୍ଟ ଚିତ୍ର

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୭ ରୁ ୧୮ ତାରିଖ ମଧ୍ୟରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୦ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ବାତ୍ୟାର ରୂପ ନେବ ବୋଲି ଟୁଇଟ୍ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ।

ସେ କହିଛନ୍ତି ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି  । ଅନ୍ୟ କିଛି ମଡେଲ ମଧ୍ୟ ସମାନ ଆକଳନ କରିଛନ୍ତି । ତେବେ ୧୮ରୁ ୨୨ତାରିଖ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଆଜିଠୁ କମ୍ପିବ ଧାମନଗର, ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରଚାର ଆରମ୍ଭ

ଭଦ୍ରକ: ଧାମନଗରରେ ବଢୁଛି ରାଜନୈତିକ ପାରା  । ପ୍ରାର୍ଥିପତ୍ର ଦାଖଲ ସରିବା ପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ରଚାର  । ପ୍ରଚାର ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ଗତକାଲି ନାମାଙ୍କନର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୍  ।

ଦଳ କିପରି ବଡ଼ ବ୍ୟବଧାନରେ ବିଜୟୀ ହେବ ସେନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ  । ୨୫ହଜାରରୁ ଅଧିକ ଭୋଟରେ ଜିତିବାକୁ ହୋଇଛି ବ୍ଲୁପ୍ରିଣ୍ଟ  । ଘରକୁ ଘର ବୁଲି ଭୋଟ ମାଗିବେ ବିଜେଡି ନେତା ଆଉ କର୍ମୀ  । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ସମ୍ପର୍କରେ କହି ଭୋଟ ମାଗିବ ବିଜେଡି  ।

ଏପଟେ ମଇଦାନରେ ପ୍ରଚାର ଚଳାଇଛନ୍ତି ବିଜେପି ଓ କଂଗ୍ରେସ  । ଘରଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ପ୍ରାର୍ଥୀ  । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ଆସନ୍ତା ୧୭ । ଏହାପରେ ମଇଦାନରେ କେତେ ପ୍ରାର୍ଥୀ ରହିଲେ ସ୍ପଷ୍ଟ ହେବ ।

ନଭେମ୍ବର ୩ରେ ନିର୍ବାଚନ ହେବାକୁ ଥିବାବେଳେ ନଭେମ୍ବର ୬ରେ ଭୋଟ ଗଣତି ହେବ।

ବେଙ୍ଗାଳୁରୁରେ ଓଡ଼ିଶା ଉତ୍ସବ, ମଞ୍ଚସ୍ଥ ହେଲା ଆହେ ନୀଳ ଶଇଳ

ଭୁବନେଶ୍ୱର: ବେଙ୍ଗାଳୁରୁରେ ଓଡ଼ିଶା ଉତ୍ସବ । ଉତ୍ସବକୁ ଉଦଘାଟନ କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର । ଉତ୍ସବରେ ସମ୍ବଲପୁରୀ ଲୋକକଳା ସହିତ ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି । ଏହାସହିତ ବିଭିନ୍ନ ଲୋକକଳା ପରିବେଷଣ କରିଛନ୍ତି କଳାକାର । ଏହି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଆହେ ନୀଳ ଶଇଳ ନାଟକ ମଞ୍ଚସ୍ଥ ହୋଇଛି ।

କାରର କାଚ ଭାଙ୍ଗି ଟଙ୍କା ଓ ବ୍ୟାଗ ଲୁଟିନେଲେ

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । କାରର କାଚ ଭାଙ୍ଗି ଟଙ୍କା ଓ ବ୍ୟାଗ ଲୁଟ୍ । ଲୁଟର ଶିକାର ହୋଇଛନ୍ତି ଯୁବ ଆଇନଜୀବୀ ଶଶାଙ୍କ ଶେଖର ପାଇକରାୟ । ବାପୁଜୀ ନଗରରେ କାର ପାର୍କିଂ କରି କିଣିବାକୁ ଯାଇ ଥିବାବେଳେ କାଚଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା ।

ବ୍ୟାଗରେ 3 ହଜାର ଟଙ୍କା ଓ କେସ୍ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଥିଲା । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଯୁବ ଆଇନଜୀବୀ ଶଶାଙ୍କ ଶେଖର ପାଇକରାୟ ।

ବିଷ୍ଣୁ ସେଠୀଙ୍କ ପରିବାରରୁ ୨ଜଣ ପ୍ରାର୍ଥୀ

ଭଦ୍ରକ: ଧାମନଗର ଉପ-ନିର୍ବାଚନରେ ରୋଚକ ପରିସ୍ଥିତି । ଗୋଟିଏ ଘରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୨ ଜଣ । ଦିବଂଗତ ବିଧାୟକ ବିଷ୍ଣୁସେଠୀଙ୍କ ପରିବାରରୁ ୨ଜଣ ଭରିଛନ୍ତି ନାମାଙ୍କନ । ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବାବେଳେ ସ୍ବାଧୀନ ଭାବେ ନାମାଙ୍କନ ଭରିଛନ୍ତି ତାଙ୍କ ପୁତୁରା ଶୁଭ୍ର ନାରାୟଣ ସେଠୀ । ଶୁଭ୍ର ଏବେ ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତର ସରପଞ୍ଚ ରହିଛନ୍ତି ।

ଉପନିର୍ବାଚନ ପାଇଁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଶୁଭ୍ରଙ୍କର ପ୍ରାର୍ଥିପତ୍ରକୁ ନେଇ ଏବେ ଧାମନଗରରେ ବେଶ୍ ଚର୍ଚ୍ଚା । ସୂର୍ଯ୍ୟବଂଶୀଙ୍କ ଭୋଟକୁ ଶୁଭାଂଶୁ ପ୍ରଭାବିତ କରିବାର ଆଶଙ୍କା କରାଯାଉଛି । ଏହାଦ୍ବାରା ବିଜେପିର ଭୋଟ ଭାଗ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଅକଳରେ ପଡ଼ିଛି ବିଜେପି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ମା’, ସୁବିଧା-ଅସୁବିଧା ପଚାରି ବୁଝିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଲେ ମିଶନ ଶକ୍ତି ସଦସ୍ୟା  ।  ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ମିଶନ ଶକ୍ତିର ମା’ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ  ।  ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଲେ  ।

ଜାତୀୟ ପତାକା ପ୍ରସ୍ତୁତିଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମା’ମାନେ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଥିବାରୁ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ବିଭିନ୍ନ ସମୟରେ ମିଶନ ଶକ୍ତିର ମାଆ ମାନଙ୍କ କାର୍ଯ୍ୟ ସମସ୍ତଙ୍କୁ ପ୍ରରଣା ଯୋଗାଇଛି  ।

ଦେଶ ସ୍ୱାଧନତାର ୭୫ ବର୍ଷ ପୂର୍ତ୍ତିରେ ମିଶନ ଶକ୍ତିର ମାଆ ମାନେ ଜାତୀୟ ପତାକା ପ୍ରସ୍ତୁତ କରି ପ୍ରତି ପଞ୍ଚାୟତରେ ପହଁଚାଇଥିଲେ  । ଘରେ ଘରେ ପ୍ରଦାନ କରିଥିଲେ  । ସେହିପରି କୋଭିଡ ସମୟରେ ମଧ୍ୟ ଗାଁ ଗଣ୍ଡାରେ ପହଁଚି ଜନ ସାଧାରଣଙ୍କୁ ମାସ୍କ ପ୍ରଦାନ କରିଥିଲେ  ।  

ଅର୍ଚ୍ଚନାର ଜାମିନ ଆବେଦନ ଶୁଣାଣି ଶେଷ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା । ଅର୍ଚ୍ଚନାର ଜାମିନ ଆବେଦନ ଶୁଣାଣି ଶେଷ । ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ । ଅର୍ଚ୍ଚନା ବିରୋଧରେ ଲାଗିଥିବା ଦଫା ପ୍ରଯୁଜ୍ୟ ନୁହେଁ ବୋଲି ଯୁକ୍ତ ରଖିଲେ ଅର୍ଚ୍ଚନାଙ୍କ ଓକିଲ । ଅର୍ଚ୍ଚନା ବିରୋଧରେ ଲାଗିଛି 16ଟି ସଙ୍ଗୀନ ଦଫା ।

ଆଜି ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଜାମିନ ପାଇଁ ଆବେଦନ ହୋଇଥିଲା । ଜାମିନ ଆବେଦନର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ପୂର୍ବରୁ ଭିସି ଜରିଆରେ ନିଜ ଓକିଲଙ୍କୁ ଚିହ୍ନାଇଥିଲା ଅର୍ଚ୍ଚନା ।

ଭାରତୀୟ ଜଳ ସୀମାରୁ ଏଣିକି ଶତ୍ରୁରାଷ୍ଟ୍ରକୁ କରାଯାଇପାରିବ ଟାର୍ଗେଟ

ନୂଆଦିଲ୍ଲୀ: ଭାରତୀୟ ଜଳ ସୀମାରୁ ଏଣିକି ଶତ୍ରୁରାଷ୍ଟ୍ରକୁ କରାଯାଇପାରିବ ଟାର୍ଗେଟ । ଜଳ ଭିତରୁ ଚୀନ ଓ ପାକିସ୍ତାନକୁ ଟାର୍ଗେଟ କରିବାର କ୍ଷମତା ହାସଲ କରିଛି ଭାରତ । ସ୍ବଦେଶୀ କାରିଗରି ଭିତ୍ତିରେ ନିର୍ମିତ ଆଣବିକ ବାଲିଷ୍ଟିକ ମିସାଇଲ ସବମେରିନ ଆଇଏନଏସ ଅରିହନ୍ତରୁ ବାଲିଷ୍ଟିକ ମିସାଇଲର ପରୀକ୍ଷଣ ହୋଇଛି । ବଡ଼ କଥା ହେଉଛି ଖୋଦ୍ ସବମେରିନ ଏହି ମିସାଇଲ ପରୀକ୍ଷଣ କରିଛି । ଏହା ଯୋଗୁ ଭାରତୀୟ ନୌସେନା ଆଣବିକ କ୍ଷେତ୍ରରେ ବି ବଳୀୟାନ ହୋଇଛି ।

ଦେଶର ପ୍ରତିରକ୍ଷା ଲାଗି ସମସ୍ତ ସ୍ତରରେ ଆଇଏନଏସ ଅରିହନ୍ତକୁ ଏଣିକି ମୁତୟନ କରାଯାଇପାରିବ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପ୍ରୟୋଗଜନିତ ଓ ବୈଷୟିକ ଗୁରୁତ୍ବ ଦୃଷ୍ଟିରୁ ଅରିହନ୍ତ ସକ୍ଷମ ହୋଇଛି । ବଙ୍ଗୋପ ସାଗରରେ କରାଯାଇଥିବା ଏହି ପରୀକ୍ଷାରେ ସବମେରିନରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ଅତି ନିର୍ଭୁଲ ଭାବେ ପ୍ରଦତ୍ତ ସ୍ଥାନକୁ ଲକ୍ଷ୍ୟଭେଦ କରିଥିଲା ।

ଶତ୍ରକୁ ଉଚିତ ଜବାବ ଦେବା ପରି କ୍ଷମତା ଭାରତ ହାସଲ କରିବାକୁ ସକ୍ଷମ ହୋଇଛି । ଭାରତ ବର୍ତ୍ତମାନ ସୁଦ୍ଧା ୩ଟି ବାଲିଷ୍ଟିକ ମିସାଇଲ ସବମେରିନ ତିଆରି କରିଥିବାବେଳେ ସବମେରିନରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା ଦୁଇଟି ମିସାଇଲ କେ-୧୫ ଓ କେ-୪ ହାସଲ କରିଛି । କେ-୪ କ୍ଷେପଣାସ୍ତ୍ର ୩ ହଜାର ୫୦୦ କିଲୋମିଟର ଦୂରକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ହାସଲ କରିଛି ।