spot_img
Home Blog Page 3976

ମୁରଲୀ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି  । କୋରାପୁଟର ଏକ ମଞ୍ଚରେ ସଙ୍ଗୀତ ପରିବେଶଣ କରୁଥିବାବେଳେ ଅସୁସ୍ଥ ହୋଇପଡିଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର  । ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା  । ଏବଂ ହୃଦଘାତ ପାଇଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି  ।

ସେପଟେ ମୁରଲୀଙ୍କ ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି  । କହିଛନ୍ତି ମୁରଲୀଙ୍କ ମୃତ୍ୟୁରେ  ମୁଁ ଦୁଃଖିତ। ନିଜ ସୁମଧୁର କଣ୍ଠରେ ସେ ଗାଇଥିବା ସଂଗୀତ ଶ୍ରୋତାଙ୍କ ହୃଦୟରେ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି  ।

ଦୁର୍ଗା ମଣ୍ଡପରେ ଲାଗିଲା ନିଆଁ, ଜଳିଗଲେ ୫ ଭକ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଭଦୋହୀ ଦୁର୍ଗାପୂଜା ମଣ୍ଡପରେ ଅଘଟଣ । ପେଣ୍ଡାଲରେ ଭୀଷଣ ଅଗ୍ନିକାଣ୍ଡ ଘଟି ୫ ଜୀବନ୍ତ ଦଗ୍ଧ, ୬୪ ଜଣ ଗୁରୁତର । ସର୍ଟସର୍କିଟରୁ ନିଆଁ ଲାଗି ଯାଇଥିବେ ଅନୁମାନ କରାଯାଉଛି । ରବିବାର ରାତିରେ ପୂଜା ପେଣ୍ଡାଲ ନିକଟରେ ନାଟକ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ବେଳେ ଘଟଣାସ୍ଥଳରେ ପ୍ରାୟ ୩ଶହ ଲୋକ ଉପସ୍ଥିତ ଥିଲେ ।

ନିଆଁ ଲାଗିଯିବା ଦେଖି ଲୋକମାନେ ଧା ଦୌଡ଼ କରିବା ସହ ନିକଟରେ ଥିବା ଏକ ପୋଖରୀରରୁ ଡେଇଁ ଜୀବନ ବଞ୍ଚାଇଥିଲେ । ମୃତକଙ୍କ ମଧ୍ୟରେ ୧୦ ଓ ୧୨ ବର୍ଷର ଦୁଇ ନାବାଳକ ରହିଥିବା ବେଳେ ଜଣେ ୪୫ ବର୍ଷୀୟା ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇମରାନ୍ ଖାନଙ୍କୁ ଅନ୍ତରୀଣ ଜାମିନ

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଆଶ୍ବସ୍ତି । ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଇସଲାମାବାଦ ହାଇକୋର୍ଟ । ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଇମରାନଙ୍କ ବିରୋଧରେ ଜାରି ହୋଇଥିଲା ଗିରଫ ପରଓ୍ବାନା । ଗତ ଅଗଷ୍ଟ 20ରେ ଏକ ରାଲିରେ ଇମରାନ କେତେକ ବରିଷ୍ଠ ପୋଲିସ ଅଧିକାରୀ, ନିର୍ବାଚନ କମିଶନ ଓ କେତେକ ରାଜନେତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ଧମକ ଦେଇଥିଲେ ।

ଦେଶଦ୍ରୋହ ଅଭିଯୋଗରେ ତାଙ୍କ ସହଯୋଗୀ ସାହାବାଜ ଗିଲଙ୍କୁ ଗିରଫ କରାଯିବା ପ୍ରତିବାଦରେ ସେ ଏହି ବିବୃତି ଦେଇ ଚର୍ଚ୍ଚାରେ ଥିଲେ । ଏପରିକି ଅତିରିକ୍ତ ଦୌରାଜଜ ଜେବା ଚୌଧୁରୀଙ୍କ ବିରୋଧରେ ମଧ୍ୟ ମତ ଦେଇଥିଲେ । ଭାଷଣର କିଛି ସମୟ ପରେ ଏନେଇ ଇମରାନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଗତ ଶନିବାର ଜଣେ ମାଜିଷ୍ଟେଟ ପୋଲିସର ଅନୁରୋଧ କ୍ରମେ ଇମରାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ ।

ତେବେ ଜାମିନ ଲାଗି ଇମରାନଙ୍କ ଓକିଲ ବାବର ଅଓ୍ବାନ ଇସଲାମାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ବିଚାର କରି ଜଷ୍ଟିସ ମହସିନ ଅଖତାର କୟାନି ଇମରାନଙ୍କୁ 10 ହଜାର ଟଙ୍କାର ବଣ୍ଡ ବିନିମିୟରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହା ସହ ଆସନ୍ତା 7 ତାରିଖରେ ଏକ ସ୍ଥାନୀୟ କୋର୍ଟରେ ହାଜର ହେବା ଲାଗି ଇମରାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନକଲି ପୋଲିସ ବାବୁଙ୍କ ଓଜନ ୧୮୦ କେଜି

ଲକ୍ଷ୍ନୌ: ପେଟ ଅସଲି କିନ୍ତୁ ଖାକୀ ନକଲି   । ପୋଲିସ ବାବୁଙ୍କ ଓଜନ ୧୮୦ କେଜି  । ଜାତୀୟ ରାଜପଥରେ ଆଦାୟ କରନ୍ତି ଚାନ୍ଦା  ।  ପରିଚୟ ଦିଅନ୍ତି ଥାନା ଅଧିକାରୀ  । ନିଅନ୍ତି ବଡ଼ ଆକାରର ଫାଇନ୍  ।

ଉତ୍ତରପ୍ରଦେଶର ଟୁଣ୍ଡଲା ଥାନା ଅଧିକାରୀ ନାମରେ ନକଲି ପୋଲିସ ଅଧିକାରୀ  । ଦେହରେ ନକଲି ଖାକୀ ପିନ୍ଧି, ଅସଲି ପଇସା ହାସଲ କରନ୍ତି  ।  ଏଭଳି କଳା କାରନାମା ଧାରୀ ନକଲି ପୋଲିସ ଅଧିକାରୀଙ୍କୁ ଧରିବା ପାଇଁ ଅସଲ ପୋଲିସ ପ୍ରସ୍ତୁତ କରିଥିଲା ପ୍ଲାନ  । ରବିବାର ରଙ୍ଗେହାତ ମାଡ଼ି ବସିଥିଲା ପୋଲିସ  । ଗିରଫ କରି ଜେଲ ପଠାଇଛି ଏହି ୧୮୦ କେଜିଆ ଫେକ ପୋଲିସ ବାବୁଙ୍କୁ  ।

ମିଳିଥିବା ସୂଚନା ଅନୁଯାୟୀ ହରମୋହନ ସିଂ ନାମରେ ଯୁବକ ପ୍ରତିଦିନ ଖାକୀ ବର୍ଦ୍ଦି ପିନ୍ଧିବା ସହ ସ୍ତାନୀୟ ଥାନାର ଇନସ୍ପେକ୍ଟର ପରିଚୟ ଦେଇ ଆସନ୍ତି  । ଜାତୀୟ ରାଜପଥରେ ଠିଆ ହୋଇ ବଡ଼ ବଡ଼ ଗାଡି ଗୁଡ଼ିକୁ ଅଟକାଇ ଥାଆନ୍ତି  । ଏମିତିକି ସେମାନଙ୍କୁ ଡରାଇ ଧମକାଇ ବଡ଼ ଆକାରରେ ଟଙ୍କା ଆଦାୟ କରିଥାନ୍ତି  । ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ବାବୁଙ୍କ ଭିଡ଼ିଓ  । ଯେଉଁଥିରେ ନକଲି ପୋଲିସ ବର୍ଦ୍ଦି ପିନ୍ଧି ଅଭିଯୁକ୍ତ କହୁଛି, ମୋ ନା ମୁକେଶ ଯାଦବ ଘର ଗାଜିଆବାଦ  ।  ଠକାମୀ କରିବା ପଛର ଉଦେଶ୍ୟ ଟୋଲ ଫିରୁ ବଞ୍ଚିତ ରହିବା ବୋଲି ଉଲ୍ଲେଖ କରୁଛି ଯୁବକ ଜଣଙ୍କ  ।

ଯେତେବେଳେ ଉକ୍ତ ଯୁବକ ବିଷୟରେ ଟୁଣ୍ଡଲା ପୋଲିସ ପାଖରେ ସୂଚନା ପହଁଚିଥିଲା , ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା  । ରବିବାର ଗିରଫ କରିବା ସହ ଜେଲ୍ ପଠାଇଛି ପୋଲିସ  ।  ପୋଲିସର କହିବା ମୁତାବକ ଗିରଫ ହୋଇଥିବା ଯୁବକର ଓଜନ ୧୮୦ କେଜି  । ଗାଜିଆବାଦରେ ରହୁଥିବା ରାମକିଶାନ ଯାଦବଙ୍କ ପୁଅ ମୁକେଶ ଯାଦବ  ।

ଅଭିଯୁକ୍ତ ପାଖରେ ଦୁଇଟି ଆଧାର କାର୍ଡ ରହିଥିବାବେଳେ, ୨ଟି ପ୍ୟାନ କାର୍ଡ , ପୋଲିସ ବର୍ଦ୍ଦି, ଫେକ୍ ଆଇ କାର୍ଡ , ଏଟିଏମ କାର୍ଡ ରହିଛି  । ଏକ କାରରେ ପୋଲିସ ଅଧିକାରୀଙ୍କ ଫେକ୍ ଷ୍ଟିକର ଲଗାଇ ଆଦାୟ କରନ୍ତି ଅର୍ଥ  । ପୋଲିସ କହିବା ମୁତାବକ ଅଭିଯୁକ୍ତ ସହ ଅନ୍ୟମାନେ ମଧ୍ୟ ସଂଶ୍ଲିଷ୍ଟ ରହିଛନ୍ତି  । ପଚରାଉଚରା ପରେ ସତ ସାମ୍ନାକୁ ଆସିବ  । ଏବଂ ସାଥି ଅଭିଯୁକ୍ତ ମାନଙ୍କୁ ଧରିବାର ପ୍ରୟାସ କରାଯିବ  ।

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ୬ରେ ରେଜଲ୍ଟ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ  । ଜାତୀୟ ନିର୍ବାଚନ କମିଶନ ପ୍ରକାଶ କଲେ ବିଜ୍ଞପ୍ତି  ।  ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ  । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଖାଲି ପଡିଛି ନିର୍ବାଚନ ମଣ୍ଡଳୀ  । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୪ ତାରିଖ ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ  ।

ସେହିପରି ଅକ୍ଟୋବର ୧୭ରେ ପ୍ରାର୍ଥପତ୍ର ପ୍ରତ୍ୟାହାର ତାରିଖ ରହିଛି  । ଅନ୍ୟପଟେ ନଭେମ୍ବର ୬ରେ ଭୋଟ ଗଣତି ବା ଫଳାଫଳ ପ୍ରକାଶ ପାଇବ  । ଦେଶର ସମୁଦାୟ ୬ଟି ରାଜ୍ୟର ୭ଟି ନିର୍ବାଚନ ମଣ୍ଡଳୀରେ ହେବ ଉପନିର୍ବାଚନ  । ଏନେଇ ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  ।

୧୫ତାରିଖରେ ପାର୍ଥିପତ୍ର ଯାଞ୍ଚ ରହିଛି । ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ । ସେପ୍ଟେମ୍ବର 19ରେ ବିଷ୍ଣୁଙ୍କର ହୋଇଥିଲା ପରଲୋକ ।

ଇରାନୀ ବିମାନରେ ବୋମା ସୂଚନା, ବିମାନକୁ ଘେରିଲା ଭାରତୀୟ ବାୟୁସେନାର ଲଢୁଆ ବିମାନ

ନୂଆଦିଲ୍ଲୀ : ଚୀନ୍ ଯାଉଥିବା ଇରାନର ଏକ ଯାତ୍ରିବାହୀ ବିମାନରେ ବୋମା । ମଝି ଆକାଶରେ ଥିବା ଇରାନୀ ବିମାନରେ ବୋମା ସୂଚନା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଭାରତୀୟ ବାୟୁସୀମା ଭିତରେ ଥିବା ବେଳେ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଏହାପରେ ବିମାନଟି ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲା । ତେବେ ଭାରତ ଏଥିପାଇଁ ଅନୁମତି ଦେଇନଥିଲା । କେଉଁ କାରଣରୁ ଇରାନୀ ବିମାନକୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମିଳିନଥିଲା ତାହା ଏଯାଏଁ ଜଣା ପଡିନାହିଁ ।

ଭାରତୀୟ ବାୟୁସୀମା ମଧ୍ୟରେ ବିମାନ ଥିବାରୁ ବାୟୁସେନାର ଦୁଇଟି ଲଢୁଆ ବିମାନ ଏହି ଯାତ୍ରୀବାହି ବିମାନକୁ ଏସକର୍ଟ୍ ଦେଇଥିଲେ । ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନ ତାକୁ ଦୁଇ ପଟୁ ଘେରିଥିଲେ । ଏସକର୍ଟ୍ କରି ବିମାନକୁ ଭାରତୀୟ ବାୟୁସୀମାରୁ ବାହାରକୁ ନେଇଥିଲେ । ପଂଜାବ ଓ ଜୋଧପୁରର ବାୟୁସେନା ଘାଟିରୁ ଦୁଇଟି ସୁଖୋଇ ଲଢୁଆ ବିମାନ ଇରାନୀ ବିମାନକୁ ପିଛା କରିବା ସହିତ ଏହାକୁ ଏସକର୍ଟ୍ ଦେଇଥିଲେ ।

ପ୍ରଥମ ଥର ଟ୍ୱିଟର ପୋଷ୍ଟ କଲା ଏଡିଟେଡ ଟ୍ୱିଟ୍

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଥର ଲାଗି ଟ୍ବିଟର ପୋଷ୍ଟ କଲା ଏଡିଟେଡ ଟ୍ବିଟ । ଏଡିଟ ବଟନ ସମ୍ପର୍କରେ ପରୀକ୍ଷାନିରୀକ୍ଷା କରାଯାଉଛି ବୋଲି ଟ୍ବିଟର ସୂଚନା ଦେବାର କିଛି ସପ୍ତାହ ପରେ ସମ୍ପାଦିତ ଟ୍ବିଟକୁ ପୋଷ୍ଟ କରିଛି ଟ୍ବିଟର । ଟ୍ବିଟର ବ୍ଲୁ ହ୍ୟାଣ୍ଡଲ ନିଜର ଏକ ଟ୍ବିଟରେ କହିଛି- ଏଡିଟ ବଟନ ସୂଚାରୁରୂପେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି । ଏହି ଟ୍ବିଟରେ ଏକ ପେନସିଲ ଆଇକନ ରହିବା ସହ ଲାଷ୍ଟ ଏଡିଟେଡ ଶୀର୍ଷକ ଏକ ଲେବଲ ରହିଛି ।

କେଉଁ ସମୟରେ ଏହାକୁ ଏଡିଟ କରାଯାଇଛି ତାହା ବି ଦର୍ଶାଯାଇଛି । ପ୍ରଥମ ଥର ଲାଗି ମାଇକ୍ରୋବ୍ଲଗିଂ ସାଇଟ ଏଥିରେ ସଫଳ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଟ୍ବିଟର ବ୍ଲୁ ୟୁଜରଙ୍କ ଲାଗି ପ୍ରଥମେ ଉପଲବ୍ଧ ହେବ । ଏଡିଟ ବଟନ ବ୍ୟବହାର ଲାଗି ୟୁଜରମାନେ ମାସିକ 4 ଦଶମିକ 99 ଡଲାର ଦେବାକୁ ପଡିବ । ଗତ କିଛିଦିନ ତଳେ ଟ୍ବିଟର କହିଥିଲା ପ୍ରଥମେ କମ୍ପାନିର କର୍ମଚାରୀଙ୍କ ଲାଗି ଏଡିଟ ଟ୍ବିଟ ବ୍ୟବହୃତ ହେବ । ପରେ ଟ୍ବିଟର ବ୍ଲୁ ଗ୍ରାହକଙ୍କ ଲାଗି ଏହା ପ୍ରଯୁଜ୍ୟ ହେବ ।

ଭାରତରେ ଟ୍ବିଟର ବ୍ଳୁ ଆରମ୍ଭ ହୋଇ ନଥିବାବେଳେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହା ଉପଲବ୍ଧ ରହିଛି । ନୂଆ ବ୍ୟବସ୍ଥା ଅନୁସାରେ ଟ୍ବିଟକୁ ପୋଷ୍ଟ କରିବାର ମାତ୍ର 30 ମିନଟ ମଧ୍ୟରେ କେଇଥର ଏଡିଟିଂ କରାଯାଇପାରିବ । ଏହି ନୂଆ ବ୍ୟବସ୍ଥା ଦ୍ବାରା ୟୁଜର କଣ କହିଛନ୍ତି ଏବଂ ପରେ ଏଥିରେ କି ପରିବର୍ତ୍ତନ କରିଛନ୍ତି ତାହାର ସ୍ବଚ୍ଛତା ରକ୍ଷା କରାଯାଇପାରିବ । ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ବି ସର୍ବସାଧାରଣ ଅବଗତ ହୋଇପାରିବେ ।

ମଣ୍ଡପରେ ମାଆଙ୍କ ମହାଷ୍ଟମୀ, ଚାଲିଛି ମହାମାୟୀଙ୍କ ନୀତିକାନ୍ତି

ନନ୍ଦିଘୋଷ ବ୍ୟୁରୋ: ଧରାବତରଣ କରିଛନ୍ତି ମାଆ । ଆଡମ୍ବରରେ ଚାଲିଛି ମହାମାୟାଙ୍କ ନୀତିକାନ୍ତି । ଆକର୍ଷିତ କରୁଛି ସୁଉଚ୍ଚ ତୋରଣ, ମନ ମୋହୁଛି ସାଜସଜ୍ଜା । ଦୁଇବର୍ଷ ପରେ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ମଣ୍ଡପରେ ମାଆଙ୍କର ମହାଷ୍ଟମୀ, ପୀଠରେ ନବମୀ ପୂଜା । ଅଷ୍ଟମୀରେ ବ୍ରତ ପୂଜା କରାଯିବାର ବିଧି ରହିଛି । ମହିଳାମାନେ ମଣ୍ଡପରେ ଦୁର୍ଗାଷ୍ଟମୀ ବ୍ରତ ପୂଜା କରି ଧାରଣ କରିବେ ।

ଅନ୍ୟପକ୍ଷରେ ବିଭିନ୍ନ ଶକ୍ତି ପୀଠରେ ଷୋଡଶ ଉପଚାର ପୂଜାର୍ଚ୍ଚନା ହେଉଛି । ମାଆ କଟକ ଚଣ୍ଡୀ, ଗଡଚଣ୍ଡୀଙ୍କ ସହିତ ଅନ୍ୟ ପୀଠରେ ନବମୀ ପୂଜା ଅନୁଷ୍ଠିତ ହେବ । ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ କଟକ ଚଣ୍ଡୀ । ସେହିଭଳି ଗଡଚଣ୍ଡୀ ମହାକାଳି ବେଶରେ ଦର୍ଶନ ଦେବେ । କାଲିଠୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ଶୁକ୍ରବାର ଦଶମୀରେ ପୂଜା ଅନୁଷ୍ଠିତ ହେବ ।

ଶତ୍ରୁ ଛାନିଆ, ସେନାରେ ସାମିଲ ହେଲା ସ୍ୱଦେଶୀ ହେଲିକପ୍ଟର

ଯୋଧପରୁ:  ବାୟୁସେନାରେ ସାମିଲ ହେଉଛି ସ୍ୱଦେଶୀ ହେଲିକପ୍ଟର  । ସବୁଠୁ ହାଲୁକା ହେଲିକପ୍ଟର ମବାୟୁ ସେନାର ବଢାଇବ ଶକ୍ତି । ଜୟପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୦ଟି ଲାଇଟ କୋମ୍ବାଟ ହେଲିକପ୍ଟର ସାମିଲ ହେବାକୁ ଯାଉଛି । ଏହି ହେଲିକପ୍ଟର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଟାନିକ ଭାବେ ବାୟୁସେନାରେ ସାମିଲ କରିବାକୁ ଯାଉଛନ୍ତି  ।

ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏହି ହେଲିକେପ୍ଟର ବେଶ୍ କ୍ଷମତା ସମ୍ପୂର୍ଣ୍ଣ ହୋଇଛି ।  ଶତ୍ରୁ ପକ୍ଷକୁ ଆକ୍ରମଣ କରିବାକୁ ବେଶ ସହାୟକ ହେବ । ହେଲିକପ୍ଟରର ଓଜନ ୬ ଟନ୍ ଥିବା ବେଳେ ମିଶାଇଲ ଧାରଣର କ୍ଷମତା ମଧ୍ୟ ରହିଛି । ସବୁଠୁ ଗୁରୁତୁତ୍ବପୂର୍ଣ୍ଣ ହେଲା ଶତ୍ରୁ ଦେଶର ରାଡାରରୁ ଅତି ସହଜରେ ଖସିପାରିବା ଭଳି କ୍ଷମତା ରଖିଛି ହେଲିକପ୍ଟର । ଲଦାଖଠୁ ଆରମ୍ଭ କରି ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ହେଲିକପ୍ଟରକୁ ବ୍ୟବହାର କରିହେବ । ହେଲିକପ୍ଟର ହାଲୁକା ଓ ପତଳା ହୋଇଥିବାରୁ ଜୋରରେ ପବନ ବହୁଥିଲେ ମଧ୍ୟ ବିଶେଷ କ୍ଷତି ହେବ ନାହିଁ ।

ଶତ୍ରୁ ରାଷ୍ଟ୍ରର ସୀମାରେ ପଇଁତରା ମାରିବ ଏହି ଲାଇଟ କୋମ୍ବାଟ ହେଲିକପ୍ଟର   । ଖୁବ ହାଲୁକା ଏବଂ ପତଳା ଭାବେ ନିର୍ମାଣ କରାଯାଇଛି  । ଯଦ୍ୱାରା ଶତ୍ରୁକୁ ମାତ ଦେବା ସହ ଖୁବ ଶୀଘ୍ର ଚକମା ଦେବାରେ ସଫଳ ହେବ  । ବାୟୁସେନାରେ ସାମିଲ ହେବା ପୂର୍ବରୁ ଯୋଦପୁର ଏୟାରବେସରେ ଶକ୍ତି ଦେଖାଉଛି ଏହି ହାଲୁକା ହେଲିକପ୍ଟର  । ବିଭିନ୍ନ ଚିତାକର୍ଷକ ଶୋ ମାଧ୍ୟମରେ ଦେଖାଉଛି ସାମର୍ଥ୍ୟ  ।

’ଲୋକ ପ୍ରତିନିଧି ଭାବେ ବିଜୟଙ୍କ କାର୍ଯ୍ୟ ସର୍ବଦା ମନେ ରହିବ‘

ଭୁବନେଶ୍ୱର: ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ  । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୟଙ୍କ ଦେହାନ୍ତ ସମ୍ବନ୍ଧରେ ଖବର ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ।

ସେହିପରି ବରିହାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇବା ସହ କହିଛନ୍ତି ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି  । ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଅନେକସ ତୁଙ୍ଗ ରାଜମେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  । ଦେହ ଅସୁସ୍ଥ ଥିବାରୁ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ପଦ୍ମପୁର ବିଧାୟକ  । ଗତ କାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି  । ଆଜି ଏହି ଖବର ପ୍ରତାରିତ ହେବା ମାତ୍ରେ ତାଙ୍କ ଶୁଭେଛୁ ଭାଙ୍ଗି ପଡିଥିଲେ  । ଛାତ୍ର ଅବସ୍ଥାରୁ ନେତୃତ୍ୱର ପରକାଷ୍ଠା ଦେଖାଇଥିବା ବିଜୟ ଜଣେ ଦରଦୀ ମଣିଷ ରହିଥିଲେ  ।

ଆଜି ରାଜ୍ୟର ଅନେକ ରାଜନେତା ବିଧାନସଭାରେ ତାଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧା ସୁମନ ଜଣାଇବା ସହ ତାଙ୍କ ମର ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନେଇଥିଲେ  । ସେଠାରେ ମଧ୍ୟ ଦଳର ବରିଷ୍ଠ ନେତୃତ୍ୱ  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  ।