spot_img
Home Blog Page 4009

କାଠ ଫାଳିଆରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

ଭୁବନେଶ୍ୱର: ସାନଭାଇକୁ ପିଟିପିଟି ହତ୍ୟା କଲା ବଡ଼ଭାଇ । କାଠ ଫାଳିଆ ଓ ଆଲୁମିନିୟମ ପାଇପରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାଁ ରାଜମୋହନ ସେନାପତି । ବଡ଼ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନିଶା ଖାଇବା ପାଇଁ ତାଙ୍କର ଝଗଡା ହୋଇଥିଲା । ବଡ଼ ଭାଇ ବିଶ୍ୱମୋହନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତକାଲି ରାଜମୋହନ ନିଶା ଖାଇ ଘରକୁ ଫେରିଥିଲେ ।

ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ବଡ଼ ଭାଇ ଆଲୁମିନିୟମ ପାଇପରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ ସାନଭାଇ ରାଜମୋହନ । ସାଙ୍ଗ ମାନଙ୍କୁ ଡାକି ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି ।

ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା, ପୋଲିସକୁ ଦୁର୍ବ୍ୟବହାର, ରୋକିବା ଉଦ୍ୟମ ନେଇ ଆକ୍ସନ୍

ଭଦ୍ରକ: ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା । ୧୪୪ ଧାରା ଜାରି । ପୋଲିସକୁ ଦୁର୍ବ୍ୟବହାର ଓ ରୋକିବା ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ଉଚ୍ଛେଦ ସରିବା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବା ସହ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିବା ଭଦ୍ରକ ଉପଜିଲ୍ଲାପାଳ କହିଛନ୍ତି । ଭଦ୍ରକ ସହରର ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ଦୋକାନଗୁଡିକ ଖୋଲା ଥିବାରୁ ପ୍ରଶାସନ ଆଜି ଉଚ୍ଛେଦ ପାଇଁ ପହଞ୍ଚିଥିଲା । ହେଲେ ପ୍ରବଳ ବିରୋଧ ହେବାରୁ ଉଚ୍ଛେଦ ହୋଇପାରିନଥିଲା ।

ପରିସ୍ଥିତି ନିୟନ୍ତ୍ରଣ ପରେ ପୁଣି ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବ୍ୟାପକ ପୋଲିସ ମୁତୟନ ସହ ଉଚ୍ଛେଦ ଆରମ୍ଭ ବେଳେ କିଛି ସ୍ଥାନୀୟ ନେତା ଏହାକୁ ବିରୋଧ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି । ଏହି ସମୟରେ ପୋଲିସ ସହ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ରାଜଧାନୀ ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ଏୟାର କ୍ୱାଲିଟି, ହଟସ୍ପଟ ପାଲଟିଛି ଆନନ୍ଦ ବିହାର

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ପଲ୍ୟୁସନ ଟେନସନ୍ । ଲଗାତାର ଦ୍ୱିତୀୟ ଦିନରେ ବାୟୁର ଗୁଣାବତ୍ତା ଚିନ୍ତାଜନକ ସ୍ଥିତିରେ ରହିଛି । ସୋମବାରଠୁ ଏୟାର କ୍ୱାଲିଟି ଖରାପ ହୋଇଥିବା ବେଳେ ଆନନ୍ଦବିହାର ପଲ୍ୟୁସନ ହଟସ୍ପଟ ପାଲଟିଛି । ଆନନ୍ଦ ବିହାରରେ ଲଗାତାର ଦ୍ୱିତୀୟ ଦିନରେ AQI ୪୧୮ ରହିଛି । ଆଗାମୀ ଦିନରେ ଏୟାର କ୍ୱାଲିଟି ଆହୁରି ଖରାପ ହୋଇପାରେ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ।

ବାୟୁ ଗୁଣାବତ୍ତା ଖରାପ ହେଲେ ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇଥାଏ । ଶ୍ୱାସକ୍ରିୟାଜନିତ ସମସ୍ୟା ଥିବା ଲୋକମାନେ ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତ । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଖରାପ ରହିଛି । ପାର୍ବଣ ଆରମ୍ଭ ହେଉଥିବାରୁ ଟ୍ରାଫିକ ଓ ବାଣ ଯୋଗୁ ପ୍ରଦୂଷଣ ବଢ଼ିବା ଆଶଙ୍କା କରାଯାଉଛି ।

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ NMAର ଏନଓସି, ନିଷିଦ୍ଧାଞ୍ଚଳରେ ହେବ ଶୌଚାଳୟ, କ୍ଲକ୍ ରୁମ୍, ସେଲଟର ପାଭିଲିଅନ୍

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ଏନଏମଏର ଏନଓସି । ପୂର୍ବରୁ ଏନଏମଏର ଏନଓସି ଅନୁସାରେ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ, ସେବାୟତଙ୍କ ପାଇଁ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ନିର୍ମାଣ କରାଯିବ । ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନଏମଏ ଏନଓସିରେ ଉଲ୍ଲେଖ କରିଛି । ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ ।

ସେହିପରି ମନ୍ଦିର କାର୍ଯ୍ୟାଳୟର ନିର୍ମାଣ ନେଇ ମଧ୍ୟ NOC ପ୍ରଦାନ କରାଯାଇଛି । ଏହାର ଉଚ୍ଚତା ମଧ୍ୟ ୭.୫ ମିଟର ମଧ୍ୟରେ ରଖାଯିବାକୁ ଲେଖାଯାଇଛି । ଏଥିସହ ବଡ଼ ଛତା ମଠ ଓ ଛାଉଣୀ ମଠର ଉନ୍ନତିକରଣ କାର୍ଯ୍ୟ କରାଯିବ । ତେବେ ବର୍ଦ୍ଧିତ କିମ୍ବା ନିର୍ମାଣ କରାଯାଇପାରିବ ନାହିଁ । ସେହିପରି ଇନ୍ଫର୍ମେସନ, ଡୋନେସନ ସେଲ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଓ ଏଟିଏମ୍ ନିର୍ମାଣ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ରେଗୁଲେଟେଡ୍ ଅଞ୍ଚଳରେ କରାଯିବ ।

ନାମ୍ବିଆରୁ ଆସିଥିବା ୮ ଚିତାଙ୍କୁ ସୁରକ୍ଷା ଦେବେ ଦୁଇ ହାତୀ

ଭୋପାଳ: ଚିତାଙ୍କୁ ଜଗିଛନ୍ତି ହାତୀ । ବିଦେଶୀ ଚିତାଙ୍କ ସୁରକ୍ଷାରେ ଲକ୍ଷ୍ମୀ ଓ ସିଦ୍ଧନାଥ । ନାମ୍ବିଆରୁ ଅଣାଯାଇଥିବା ୮ ଚିତାବାଘଙ୍କ ସୁରକ୍ଷା ପାଇଁ ଦୁଇଟି ହାତୀଙ୍କୁ ନିୟୋଜିତ କରାଯାଇଛି । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରଖାଯାଇଥିବା ଚିତାଙ୍କ ସୁରକ୍ଷା ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ନରମାଦପୁରମର ସତପୁରା ଟାଇଗର ରିଜର୍ଭରୁ ଦୁଇଟି ହାତୀଙ୍କୁ ଚିତାଙ୍କ ସୁରକ୍ଷା ପାଇଁ ପାର୍କକୁ ଅଣାଯାଇଛି । ବାଘ ସୁରକ୍ଷାର ଅଭିଜ୍ଞତା ଥିବାରୁ ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ପାର୍କକୁ ଅଣାଯାଇଛି ।

ଉଭୟ ହାତୀ ଦିନରାତି ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରିବା ସହ ଚିତାବାଘଙ୍କ ଉପରେ ନଜର ରଖିଛନ୍ତି । ନାମ୍ବିଆରୁ ଆସିଥିବା ଚିତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସିଦ୍ଧନାଥ ଏବଂ ଲକ୍ଷ୍ମୀ ଜଙ୍ଗଲ କର୍ମଚାରୀଙ୍କ ସହିତ ନିରନ୍ତର ପାଟ୍ରୋଲିଂ କରୁଛନ୍ତି । ଚିତା ଥିବା ଏନକ୍ଲୋଜର କିମ୍ବା ଏହାର ଆଖପାଖକୁ ଯେପରି ଅନ୍ୟ କୌଣସି ବନ୍ୟଜନ୍ତୁ ନଆସନ୍ତି ତା’ ଉପରେ ନଜର ରଖିଛନ୍ତି ଦୁଇ ଅଭିଜ୍ଞ ହାତୀ ।Kuno 

ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିପାରେ ଲଗାମ, ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିପାରେ ଲଗାମ । ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାର ଟଙ୍କାକୁ କମାଇବାକୁ ନିର୍ବାଚନ କମିଶନ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି । ଯଦି କୌଣସି ରାଜନୈତିକ ଦଳକୁ ବେନାମୀ ଚାନ୍ଦା ଆକାରରେ ୨ ହଜାରରୁ କମ୍ ଟଙ୍କା ମିଳେ, ତେବେ ଏହି ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଆବଶ୍ୟକତା ନାହିଁ । ଏବେ ଏହି ଚାନ୍ଦାର ଆକାର ୨୦ ହଜାର ଟଙ୍କା ରହିଛି । ଏହାକୁ କମାଇ ୨ ହଜାର ଟଙ୍କା କରିବାକୁ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଛନ୍ତି । ଏହାସହ ଗୋଟିଏ ଦଳକୁ ସର୍ବାଧିକ ମୋଟ୍ କ୍ୟାସ୍ ଡୋନେସନ ୨୦ କୋଟିରେ ସୀମିତ ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖିଛନ୍ତି ।

ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାରେ ସ୍ବଚ୍ଛତା ଆଣିବାକୁ ଏହି ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଥିବା ଆଇନ୍ ଅନୁଯାୟୀ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ । ଅନେକ ରାଜନୈତିକ ଦଳ କିଛି ଡୋନେସନ ମିଳୁନଥିବା ଦର୍ଶାଉଥିବା ବେଳେ, ଅଡିଟ୍ ବେଳେ କିନ୍ତୁ ବ୍ୟାପକ ନଗଦ ଟଙ୍କା ଡୋନେସନରେ ମିଳିଥିବା ଜଣାପଡୁଛି । ଏହାସହ ନିର୍ବାଚନରେ ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଦେଲେ ଡିଜିଟାଲ କିମ୍ବା ଆକାଉଣ୍ଟ ପେୟୀ ଚେକ୍ ଆକାରରେ ଦେବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ନିର୍ବାଚନ କମିଶନଙ୍କ ପ୍ରସ୍ତାବକୁ ଗ୍ରହଣ କରି ଆଇନରେ ପରିବର୍ତ୍ତନ କରାଯାଏ, ତେବେ ନିର୍ବାଚନ ଲଢ଼ିବାକୁ ଟଙ୍କା ଗ୍ରହଣ ପାଇଁ ଜଣେ ପ୍ରତିଦ୍ୱନ୍ଦ୍ବୀଙ୍କୁ ଅଲଗା ଆକାଉଣ୍ଟ ଖୋଲିବାକୁ ପଡ଼ିବ ।

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦, ବିଶ୍ୱକପ୍ ପୂର୍ବରୁ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ ଉଭୟ ଦଳ

ମୋହାଲି: ଏସିଆ କପ୍ ପରେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଜାରି ରଖିଛି ଟିମ୍ ଇଣ୍ଡିଆ । ଏହି କ୍ରମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି  ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ଏହି ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ପଞ୍ଜାବର ମୋହାଲିରେ ଖେଳାଯିବ ।  ବିଶ୍ୱକପ ପୂର୍ବରୁ ଉଭୟ ଦଳ ସେମାନଙ୍କ ତ୍ରୁଟି ଏହି ସିରିଜରେ ସଜାଡିବାକୁ ଚେଷ୍ଟା କରିବେ । ବିଶ୍ୱକପ ପୂର୍ବରୁ ଭାରତ ବୋଲିଂ ଲାଇନ ଅଫ ଓ ମଧ୍ୟକ୍ରମ ବ୍ୟାଟଇଂରେ ତ୍ରୁଟିକୁ ଏହି ସିରିଜରେ ସୁଧାରିବାକୁ ଚେଷ୍ଟା କରିବ ।

ଆଘାତ କାରଣରୁ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଜିର ମ୍ୟାଚରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ବୁମ୍ରା ଦଳକୁ ଫେରିବା ପରେ ଦଳର ବୋଲିଂ ଲାଇନ ଅଫ ବେଶ୍ ସୁଦୃଢ଼ ହୋଇପାରିବ । ସେହିପରି ପ୍ରଥମ ମ୍ୟାଚରେ ଓ୍ୱିକେଟ କିପର ଭାବରେ ଦିନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିବ ନା ଋଷଭ ପନ୍ତଙ୍କୁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ ପଡ଼ିବା ପରେ ଆଜିର ମ୍ୟାଚରେ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିପାରେ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କଥା ଯଦି କହିବା ତାହାଲେ ଆଘାତ କାରଣରୁ ଡେଭିଡ ଓ୍ୱାର୍ଣ୍ଣର, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍ ଓ ମିଚେଲ ମାର୍ସଙ୍କ ଭଳି ଖେଳାଳି ଦଳରେ ସାମିଲ ହୋଇନାହାନ୍ତି । ଅଷ୍ଟ୍ରେଲିଆ ମଧ୍ୟ ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳରେ କିଛି ପରୀକ୍ଷା ନୀରକ୍ଷା କରିପାରେ ବୋଲି ଆକଳନ କରାଯାଉଛି ।

ମୁଁ ଇସ୍ତଫା ଦେଇନି, ଜିଲ୍ଲା ସଭାପତି ରହିଛି ଏବଂ ରହିବି: ସୁର ରାଉତରାୟ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ନୂଆ ପିସିସି ଗଠନରେ ବାଲିପାଟଣାର ଜଣଙ୍କୁ ସଭ୍ୟ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମାତ୍ର ତାଙ୍କୁ ସଭ୍ୟ କରାଯାଇ ନାହିଁ । ମୁଁ ନୁହେଁ, ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀ ଚାହିଁଲେ ବି ଶହେକୁ ଶହେ ସଭ୍ୟ ହୋଇ ପାରିବେ ନାହିଁ । ତେବେ ମୁଁ ଜିଲ୍ଲା ସଭାପତି ରହିଛି ଏବଂ ରହିବି ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଆସନ୍ତା ୨୨ ତାରିଖରେ ବସିବ କ୍ୟାବିନେଟ ବୈଠକ, ୧୦ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନକ ପରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ଅପରାହ୍ନ ସାଢ଼େ ୫ଟାରେ ଏହି ବୈଠକ ବସିବ । ୨୨ ତାରିଖରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ପଞ୍ଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।

ସଞ୍ଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ସହ ସଂଗ୍ରାମ କରି ଫେରିଲେ କାମିନୀକାନ୍ତ ସ୍ୱାଇଁ

କେନ୍ଦ୍ରାପଡ଼ା: ସଞ୍ଜୀବନୀ ସାଜିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଜୀବନ ସହିତ ସଂଗ୍ରାମ କରି ସୁସ୍ଥ ହୋଇ ଫେରିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଡାହାଳପୁରର କାମିନୀକାନ୍ତ ସ୍ୱାଇଁ । କାମିନୀକାନ୍ତଙ୍କ ବୟସ ୩୫ ବର୍ଷ । କାମିନୀକାନ୍ତ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଏହା ସହ ମୁତ୍ରାଶୟରେ ପଥର ଲାଖି ଯାଇଥିଲା । ପରିଶ୍ରା କରିବା ପାଇଁ ଅସୁବିଧା ହେବା ସହ କିଡନୀ ଖରାପ ହୋଇଥିଲା । ଏ ନେଇ ଓଡ଼ିଶା ମୋ ପରିବାର ମେଡିକାଲ ସଂଯୋଜକ ସହିତ ଯୋଗାଯୋଗ କରିବା ପରେ ଏକ ଘରୋଇ ହସ୍ପିଟାଲରେ ଆଡମିସନ ହୋଇଥିଲେ । ଦୀର୍ଘ ୧୧ ଦିନ ଧରି ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ତାଙ୍କୁ ଚିତ୍କିସା କରିଥିଲେ । ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କାମିନୀକାନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କାମିନୀକାନ୍ତ ଓ ତାଙ୍କ ପରିବାର ।