spot_img
Home Blog Page 4010

ମାତ୍ର ୧୦ ହଜାରରେ ବୁକିଂ କରନ୍ତୁ ଏହି ୩ ଚକିଆ କାର  

ନୂଆଦିଲ୍ଲୀ: ଦିନକୁ ଦି ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ବୃଦ୍ଧି ମଧ୍ୟରେ ମୁମ୍ବାଇା ଏକ କାର ନିର୍ମାତା କମ୍ପାନୀ ଏହ ଇଲେକ୍ଟ୍ରିକ୍ କାର ତିଆରି କରୁଥିବା ଦାବି କରିଛି । ଏହି କାର ଲୁକ୍ ଓ ଡିଜାଇନ୍ ସାଧାରଣ କାରଠାରୁ ଭିନ୍ନ । ସବୁଠାରୁ ବଡ଼ କଥା ହେଉଛି ଏହି କାରରେ ତିନୋଟି ଚକ ରହିଛି । ତିନୋଟି ଚକ ତିବା ସତ୍ତ୍ୱେ ଏହା ଅଟୋ ରିକ୍ସାଠାରୁ ବହୁତ ଭିନ୍ନ । ଏହି କାରର ବୁକିଂ ମଧ୍ୟ ଜୋରସୋରରେ ଜାରି ରହିଛି ।

ଏହି କାରକୁ ପ୍ରଥମ ବୁକିଂରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅପଗ୍ରେଡ୍ ଲାଭ ପାଇପାରିବେ । ଏବେ ସୁଦ୍ଧା ଭାରତରେ ଅନେକ ଇଲେକ୍ଟ୍ରିକ୍ କାର ବିକ୍ରି ପାଇଁ ଉପଲବ୍ଧ ରହିଛି । କିନ୍ତୁ ତିନୋଟି ଚକ ବିଶିଷ୍ଟ ଏହି କାରର ମୂଲ୍ୟ ଅନ୍ୟ କାର ମୂଲ୍ୟ ଅପେକ୍ଷା ବହୁତ କମ୍ ରହିଛି । ଦେଶରେ ପ୍ରଦୂଷଣ ହାର କମ୍ କରିବାକୁ କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ କାରକୁ ପ୍ରୋତ୍ସାହିତ କରୁଛନ୍ତି । ଯଦି ଆପଣ ମଧ୍ୟ ଏହି ତିନି ଚକ ବିଶିଷ୍ଟ କାର ବୁକିଂ କରୁବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କେବଳ ୧୦ ହଜାର ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ବର୍ତ୍ତମାନ ଏହି କାର କେବଳ ମୁମ୍ବାଇ ଓ ଦିଲ୍ଲୀରେ ବାସ କରୁଥିବା ଲୋକଙ୍କ ଉପଲବ୍ଧ । Strom Motorsର ଅଫିସିଆଲ ଓ୍ୱେବସାଇଟକୁ ଯାଇ ଏହାକୁ ଅତି ସହଜରେ ବୁକ୍ କରିପାରିବେ । ଏହି କାରକୁ ବୁକ୍ କରିବାକୁ ହେଲେ ଆପଣଙ୍କୁ ଆଧାର କାର୍ଡ ନମ୍ବର ଓ ଠିକଣା ଦେବାକୁ ପଡ଼ିବ ।

ଏହି Storm R3 ଇଲେକ୍ଟ୍ରିକ୍ କାରର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ଆଗରେ ଦୁଇଟି ଓ ପଛରେ ଗୋଟିଏ ଚକ ରହିଛି । ଏହାକୁ ଗୋଟିଏ ଥର ଚାର୍ଜ କରିଲେ ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ଏହି କାର ୮୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଇପାରିବ । ଏଥିରେ 4G ସଂଯୋଗ, ଜଳବାୟୁ ପରିବର୍ତ୍ତନ ବିକଳ୍ପ ସହ ଏକ ଟଚ୍ ସ୍କ୍ରିନ୍ ଡିସପ୍ଲେ ମଧ୍ୟ ରହିଛି । ଏହି କାରଟି ବହୁତ ଛୋଟ ଦେଖାଯାଉଥିଲେ ମଧ୍ୟ ଏଥିରେ ଏକାସାଙ୍ଗରେ ଦୁଇ ଜଣ ଯାତ୍ରା କରିପାରିବେ ।

ଏହି କାରର ମୂଲ୍ୟ ରହିଛି ୪.୫ ଲକ୍ଷ ଟଙ୍କା । ଏହି କାର ୫୫୦ କିଲୋଗ୍ରାମର ଓଜନ ବହନ କରିବାର କ୍ଷମତା ରହିଛି । ଏହି କାରରେ ୧୫kWର ବ୍ୟାଟେରୀ ରହିଛି । ଏଥିରେ ତିନୋଟି ଡ୍ରାଇଭିଂ ମୋଡ ଇକୋ, ନର୍ମାଲ ଓ ସ୍ପୋର୍ଟ ମୋଡ୍ ରହିଛି । ବର୍ତ୍ତମାନ ସୁଦ୍ଧା ଏହି କାରକୁ ୧୬୦ ଜଣ ବୁକ୍ କରିସାରିଛନ୍ତି । ଏହି କାର ୩ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଥାଏ । ଯଦି ଆପଣ ମଧ୍ୟ ଏହି କାର କିଣିବାକୁ ଚାହାଁନ୍ତି, ତେବେ ଆପଣ ଅନଲାଇନ୍ ବୁକିଂ କରି ପେଟ୍ରୋଲ ଏବଂ ଡିଜେଲ କାରରୁ ମୁକ୍ତି ପାଇପାରିବେ ।

 

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍  

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ବସରେ ଥିବା ୮୦ ଯାତ୍ରୀଙ୍କ ମଧ୍ୟରୁ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଆହତଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରିଛି । ଆହତଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ପୁରୁଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ସାହାପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ତୀର୍ଥଯାତ୍ରୀ ବସ୍ । ଏକ ଘରୋଇ ବସରେ ଉତ୍ତରପ୍ରଦେଶ ଅଞ୍ଚଳର ୮୦ ଜଣ ପୁରୁଷ ଓ ମହିଳା ପୁରୀ ଆସିଥିଲେ। ପୁରୀରେ ଜଗନ୍ନାଥ ଦର୍ଶନ ସାରି ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶ ଫେରୁଥିବା ବେଳେ ପାଣିକୋଇଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ଏହି ତୀର୍ଥଯାତ୍ରୀ ବସ୍ ।

ସୋନିଆ ଗାନ୍ଧୀଙ୍କ ଗ୍ରୀନ୍ ସିଗନାଲ, ଶଶୀ ଥରୁର ହୋଇପାରନ୍ତି ପରବର୍ତ୍ତୀ ଏଆଇସିସି ସଭାପତି

ନୂଆଦିଲ୍ଲୀ: କିଏ ହେବେ ଏଆଇସିସିର ପରବର୍ତ୍ତୀ ସଭାପତି ? ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଗ୍ରୀନ ସିଗନାଲ ଦେଇଥିବା ନେଇ ଚର୍ଚ୍ଚା । ସେପଟେ ଏଆଇସିସି ସଭାପତି ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଦଳରେ ବ୍ୟାପକ ପରିବର୍ତ୍ତନ ଲାଗି ଦୀର୍ଘ ଦିନ ଧରି ଶଶୀ ଥରୁର ଦାବି କରିଆସୁଥିଲେ । ଆସନ୍ତା ମାସରେ କଂଗ୍ରେସର ସଭାପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଶଶୀଙ୍କ ଲାଗି ସୋନିଆ ଗ୍ରୀନ ସିଗନାଲ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଦେଶରୁ ମେଡିକାଲ ଚେକ୍ ଅପ୍ ସାରି ସୋନିଆ ଫେରିବା ପରେ ଶଶୀଙ୍କ ସମେତ କେତେକ କଂଗ୍ରେସ ନେତା ତାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ବେଳେ ଶଶୀଙ୍କୁ ପରବର୍ତ୍ତୀ ଏଆଇସିସି ସଭାପତି କରିବା ଲାଗି ସୋନିଆ ଗ୍ରୀନ ସିଗନାଲ ଦେଇଥିବା କୁହାଯାଇଛି । ଦଳରେ ବ୍ୟାପକ ପରିବର୍ତ୍ତନ ଲାଗି କିଛି ଯୁବ ନେତାଙ୍କ ସହ ସୋନିଆଙ୍କ ନିକଟରେ ଦାବି କରିଥିଲେ ଶଶୀ ।

ସେପଟେ ରାହୁଲ ଗାନ୍ଧୀଙ୍କୁ ଏଆଇସିସି ସଭାପତି କରିବା ଲାଗି କ୍ଷେତ୍ର ପ୍ରସ୍ତୁତ ଚାଲିଛି । ଅଧିକରୁ ଅଧିକ ରାଜ୍ୟ ରାହୁଲଙ୍କୁ ଲାଗି ଗୃହୀତ କରିବାରେ ଲାଗିଛନ୍ତି ପ୍ରସ୍ତାବ । ପ୍ରଥମେ ରାଜସ୍ଥାନ, ଛତିଶଗଡ଼ ଓ ପୁଡୁଚେରୀ ପ୍ରସ୍ତାବ ଗୃହୀତ କରିବା ପରେ ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟ ରାହୁଲଙ୍କ ସପକ୍ଷରେ ପ୍ରସ୍ତାବ ଗୃହୀତ କରିସାରିଲେଣି । ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି ଗୁଜରାଟ, ତାମିଲନାଡ଼ୁ, ବିହାର । ମହାରାଷ୍ଟ୍ର ଓ ଜାମ୍ମୁ ଓ କାଶ୍ମୀର କଂଗ୍ରେସ ଶାଖା ମଧ୍ୟ ରାହୁଲଙ୍କୁ ସମର୍ଥନ କରିଥିବା ସୂଚନା ମିଳିଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବ୍ୟାପକ ବିପର୍ଯ୍ୟୟ ହେବା ପରେ ସଭାପତି ପଦରୁ ଇସ୍ତଫା ଦେଇଥିଲା ରାହୁଲ ଗାନ୍ଧୀ । ପରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା, ୧୦ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା-ଉପକୂଳ ଆଡ଼କୁ ଗତି କରିବ । ଲଘୁଚାପ ପ୍ରଭାବରେ ଆଜିଠୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ କୋରାପୁଟ ପ୍ରଭୃତି ୧୦ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୧୦ଟି ଜିଲ୍ଲାକୁ ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଗଜପତି, ମାଲକାନାଗିରି, ରାୟଗଡ଼ା, ଖୋର୍ଦ୍ଧା, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

 

ପଞ୍ଚଭୂତରେ ଲୀନ ହେଲେ ବିଧାୟକ ବିଷ୍ଣୁ ସେଠୀ

ଭଦ୍ରକ: ପଞ୍ଚଭୂତରେ ଲୀନ ହେଲା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀର । ଜନ୍ମମାଟିରେ ଶୋକାକୂଳ ପରିବେଶରେ ଶେଷ ହୋଇଛି ଅନ୍ତିମ ସଂସ୍କାର । ପୁଅ ସୂର୍ଯ୍ୟବଂଶୀ ସୁରଜ ମୁଖାଗ୍ନି ଦେଇଥିଲେ । ହୃଦଘାତରେ ଦେହାନ୍ତ ପରେ ଗତକାଲି ଭୁବନେଶ୍ୱରରୁ ଏକ ଶୋଭାଯାତ୍ରାରେ ଭଦ୍ରକ ଅଣାଯାଇଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋଭାଯାତ୍ରା ବେଳେ ବହୁ କର୍ମୀ, ରାଜନେତା ଓ ସମର୍ଥକ ଶେଷ ଦର୍ଶନ କରିଥିଲେ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଓ ଭଦ୍ରକ ସ୍ଥିତ ବାସଭବନକୁ ଅଣାଯାଇଥିଲା । ବରିଷ୍ଠ ବିଜେପି ନେତା ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ ଙ୍କ ସହ ବହୁ ବିଧାୟକ ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ରାଜନେତା, ଜିଲ୍ଲାପାଳ, ଏସପିଙ୍କ ସମେତ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ବିଷ୍ଣୁ ସେଠୀ ଆମର ରହେ ଧ୍ୱନିରେ କମ୍ପିଥିଲା ଭଦ୍ରକ । ପରେ ନିଜ ପୈତୃକ ଘର ତିହିଡ଼ି ସ୍ଥିତ ମଙ୍ଗରାଜପୁରକୁ ଶୋଭାଯାତ୍ରାରେ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ସମସ୍ତଙ୍କୁ ଛାଡ଼ି ବିଷ୍ଣୁ ସେଠୀ ଆଜି ପଞ୍ଚ ଭୂତରେ ଲୀନ ହୋଇଯାଇଛନ୍ତି ।

ଉଗ୍ର ହେଉଛି ୟୁକ୍ରେନ ଯୁଦ୍ଧ, ଋଷ ଅଧିକୃତ ଦୋନେସ୍କ ଅଞ୍ଚଳରେ ସିରିଜ ବିସ୍ଫୋରଣ

କିଭ୍: ଉଗ୍ର ହେବାରେ ଲାଗିଛି ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସହର ଋଷ ହାତରୁ ଖସୁଥିବା ବେଳେ ଋଷ ଅଧିକୃତ ଦୋନେସ୍କକୁ ଟାର୍ଗେଟ କରିଛନ୍ତି ୟୁକ୍ରେନ । ଦୋନେସ୍କ ଅଞ୍ଚଳରେ ସିରିଜ ବିସ୍ଫୋରଣରେ ୧୩ରୁ ଅଧିକ ଲୋକ ପ୍ରାଣ ହରାଇଥିବା କହିଛି ଋଷ । ଜନବସତି ଉପରେ ୟୁକ୍ରେନର ଆକ୍ରମଣକୁ ଋଷ ତୀବ୍ର ବିରୋଧ କରିଛି । ବିଗତ ୨୦୧୪ରୁ ମସ୍କୋ ନିୟନ୍ତ୍ରଣରେ ରହିଛି ଦୋନେସ୍କ ।

ସେପଟେ ପ୍ରତି ଆକ୍ରମଣରେ ଜାପୋରିଜିୟାରେ ଏକ ସାମରିକ ପ୍ରତିଷ୍ଠାନ ଉପରେ ପୁଟିନବାହିନୀ କରିଛି ରକେଟ ମାଡ଼ । ଏହି ପ୍ରତିଷ୍ଠାନରେ ଆମେରିକା ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଥିଲା । ସାମରିକ ଗୋଦାମ ଧ୍ୱଂସ ଲାଗି ଋଷ ହାଇ-ପ୍ରିସିସନ ଏୟାର ଷ୍ଟ୍ରାଇକ କରିଥିବା କହିଛି ମସ୍କୋ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୬ ଜିଲ୍ଲାର ମିଶନ ଶକ୍ତି ମା’, ପ୍ରଶଂସା କଲେ 5T ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୬ ଜିଲ୍ଲାର ମିଶନ ଶକ୍ତି ମା’ । ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମହିଳା । ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା’ ମାନଙ୍କୁ ଜାତୀୟ ପତାକା ତିଆରି ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ସେମାନଙ୍କ ଉପରେ ଭରସା ରଖି ଏପରି ଗୁରୁଦାୟିତ୍ବ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ମିଶନ ଶକ୍ତିର ମା’ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ । ମହିଳା ମାନଙ୍କ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁ ସେମାନେ ଆଜି ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇପାରିଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ଅବଦାନ ଯୋଗୁଁ ସେମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ଓ ସବୁବେଳେ ରହିବେ ବୋଲି କହିଛନ୍ତି ମିଶନ ଶକ୍ତିର ସଦସ୍ୟ ।

ବାବା ଲୋକନାଥଙ୍କ ପୀଠର ବଦଳିବ ଚିତ୍ର, ସ୍ଥିତି ସମୀକ୍ଷା କଲେ 5T ସଚିବ

ପୁରୀ: ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇଭ- ଟି ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମିଶି ମନ୍ଦିରର ସମୀକ୍ଷା କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ ।

ଶ୍ରଦ୍ଧାଳୁମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ କ୍ଯୁ ସିଷ୍ଟମ, ପିଣ୍ଡି, ସ୍ବତନ୍ତ୍ର ବ୍ଲକ, ଶୌଚାଳୟ, ଭେଣ୍ଡିଙ୍ଗ ଜୋନ ଆଦି ନିର୍ମାଣ ନେଇ ଜିଲ୍ଲା ପ୍ରଶାସନ କରିଥିବା ପ୍ଲାନ ଉପରେ ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ସେବାୟତଙ୍କ ଦାବିକୁ ନେଇ ଜିଲ୍ଲାପ୍ରଶାସନ ପ୍ରସ୍ତୁତ କରିଥିବା ଏକ ନକ୍ସା ବିଷୟରେ ଫାଇଭ ଟି ସଚିବଙ୍କୁ ଅବଗତ କରାଇଯାଇଛି ।

୧୪ ଏକର ପରିମିତ ଅଞ୍ଚଳରେ ଏହି ନିର୍ମାଣ କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପୀଠର ଚତୁଃର୍ପାଶ୍ବରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ କରାଯିବାକୁ ଥିବା ବେଳେ ମନ୍ଦିରର ଭିତର ବେଢା, ବାହାର ବେଢା ଏବଂ ପାର୍ବତୀ ସାଗରର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବାକୁ ଲକ୍ଷ ରଖାଯାଇଛି । ଫାଇଭ-ଟି ସଚିବଙ୍କ ଗସ୍ତକୁ ସ୍ବାଗତ କରିବା ସହ ସେବାୟତମାନେ ପ୍ରଶଂସା କରିଛନ୍ତି ।

ଶଶୀ ଥରୁର୍‌ଙ୍କୁ ଗ୍ରୀନ୍ ସିଗନାଲ, ସମ୍ଭାଳିବେ ଏଆଇସିସି ସଭାପତି ପଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ହୋଇପାରନ୍ତି ପରବର୍ତ୍ତୀ ଏଆଇସିସି ସଭାପତି । ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧି ଏନେଇ ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି । ଦଳରେ ବ୍ୟାପକ ପରିବର୍ତ୍ତନ ଲାଗି ଦୀର୍ଘ ଦିନ ଧରି ଶଶୀ ଥରୁର ଦାବି କରିଆସୁଥିଲେ । ଆସନ୍ତା ମାସ ୧୭ ତାରିଖରେ କଂଗ୍ରେସର ସଭାପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଶଶୀଙ୍କ ଲାଗି ସୋନିଆ ଗ୍ରୀନ୍‌ ସିଗନାଲ ଦେଇଥିବା ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି ।

ବିଦେଶରୁ ମେଡିକାଲ ଚେକ୍‌ ଅପ ସାରି ସୋନିଆ ଫେରିବା ପରେ ଶଶୀଙ୍କ ସମେତ କେତେକ କଂଗ୍ରେସ ନେତା ତାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ବେଳେ ଶଶୀଙ୍କୁ ପରବର୍ତ୍ତୀ ଏଆଇସିସି ସଭାପତି କରିବା ଲାଗି ସୋନିଆ କୁଆଡ଼େ ଗ୍ରୀନ ସିଗନାଲ ଦେଇଥିବା କୁହାଯାଇଛି ।

ଆସନ୍ତା ମାସରେ ସଭାପତି ପଦ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଶଶୀଙ୍କ ଲାଗି ଗ୍ରୀନ୍‌ ସିଗନାଲ ଗୁରୁତ୍ବପୂର୍ଣ୍ଣ ହୋଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବ୍ୟାପକ ବିପର୍ଯ୍ୟୟ ହେବା ପରେ ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । ପରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ବଜ୍ର ହେବ ଶିକ୍ଷା ବିଭାଗ, ୫ ଶ୍ରେଷ୍ଠ ସ୍କୁଲ ୫ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ମାନିତ

ଭୁବନେଶ୍ବର: ଶିକ୍ଷକଙ୍କ କଲ୍ୟାଣ ପାଇଁ ବଜ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିନକର ଦରମା କଲ୍ୟାଣ ପାଣ୍ଠିକୁ ଦାନ କରିବେ ଶିକ୍ଷକ  । ପରେ  ଏହି ପାଣ୍ଠିରୁ ସେମାନଙ୍କ ଆର୍ଥିକ ସମସ୍ୟା ସମୟରେ ସହାୟତା ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ନେଇଛନ୍ତି  । ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ୨୫ କୋଟି ଟଙ୍କା ବିନିଯୋଗ ହେବ। ୩୦୦ ଶିକ୍ଷକଙ୍କ ଟ୍ରେନିଂ ପାଇଁ ଅଡିଟୋରିଅମ, ୧୦୦ ଜଣ ଶିକ୍ଷକଙ୍କ ରହିବା ପାଇଁ ବ୍ୟବସ୍ଥା ସହିତ ୧୦ ଟି କର୍ମଶାଳା କେନ୍ଦ୍ର ନିର୍ମାଣ କରାଯିବ।

ଏହି ଅବସରରେ ୫ଟି ଶ୍ରେଷ୍ଠ ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି  ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା (ଶିକ୍ଷା) ଉପେନ୍ଦ୍ର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ, ବିଭାଗୀୟ ସଚିବ ଅଶ୍ଵଥୀ ଏସ., OAV ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।