spot_img
Home Blog Page 4013

ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍, କହିଲେ ଠିକ୍ ସମୟରେ ଠିକ୍ ଜିନିଷ କହିବି

ଭୁବନେଶ୍ବର: ଭୁବନେଶ୍ବର ଫେରିବା ପରେ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଅଭିନେତା ବାବୁସାନ୍ । ମାଆ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ହାତଯୋଡ଼ି ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାବୁସାନ୍ । ସାଙ୍ଗରେ ମାଆ ଓ ପରିବାରର କିଛି ସଦସ୍ୟ ଥିବା ଦେଖିବାକୁ ମିଳିଛି । ସେ ପରିବାର ସହ ଅଛନ୍ତି, ସେଥିପାଇଁ ବହୁତ ଖୁସି ଅଛନ୍ତି । ଠିକ୍‌ ସମୟରେ ଠିକ୍ ଜିନିଷ କହିବେ ବୋଲି ବାବୁସାନ୍ କହିଛନ୍ତି ।

ଚେନ୍ନାଇରୁ ଫେରିବା ପରେ ଆଜି ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ବାବୁସାନ । ସେପଟେ ଆଜି ଥାନାକୁ ନଯାଇପାରନ୍ତି ବାବୁସାନ । ଉଭୟଙ୍କ ଦେହ ଭଲ ନଥିବାରୁ ଆଜି କୁଆଡ଼େ ଯିବାର ନାହିଁ ବୋଲି ଅପରାଜିତା କହିଛନ୍ତି । ଗତକାଲି ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାବୁସାନ୍ । ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦାୟର ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ।

 

ନିଲମ୍ବନ ପ୍ରତିବାଦରେ ବିରୋଧୀ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ

ନୂଆଦିଲ୍ଲୀ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ । ତିନି ଦିନରେ ସଂସଦରୁ ୨୪ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ ସଂସଦ ପରିସରରେ  ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରଖିଛନ୍ତି ବିରୋଧୀ ସାଂସଦ । ବୁଧବାର ଦିନ ୧୧ଟାରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ଶୁକ୍ରବାର ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ରୋଷ୍ଟର ଡ୍ୟୁଟି କରି ବିକ୍ଷୋଭ ଜାରି ରଖିଛନ୍ତି ବିରୋଧୀ ସାଂସଦ । ସୋମବାର ଲୋକସଭାର ୪ ଓ ମଙ୍ଗଳବାର ରାଜ୍ୟସଭାର ୧୯ ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା । ବୁଧବାର ଗୁଜରାଟ ମଦମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ଚାହୁଥିବା ଆପ୍ ଏମପି ସଞ୍ଜୟ ରାଉତଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ୟୁପିଏ ସରକାର ତୁଳନାରେ ଏବେର ସରକାରରେ ସଂସଦରୁ ଏମପିଙ୍କୁ ନିଲମ୍ବନ ପ୍ରକ୍ରିୟା ପ୍ରାୟ ୧୭୦ ପ୍ରତିଶତ ବଢ଼ିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ । କଂଗ୍ରେସ, ଡିଏମକେ, ଟିଏମସି, ସିପିଏମ୍ ଓ ଆପ୍ ଏମପିମାନେ ଗୃହରେ ଦରବୃଦ୍ଧି ଓ ଜିଏସଟିକୁ ନେଇ ଆଲୋଚନା ଚାହୁଁଥିବାରୁ ସେମାନଙ୍କ ସ୍ୱରକୁ ଚପାଇ ଦିଆଯାଉଛି । ଯାହାକୁ ବିରୋଧ କରି ୫୦ ଘଣ୍ଟିଆ ଧାରଣା ଆରମ୍ଭ କରାଯାଇଛି ବୋଲି ଜୟରାମ ରମେଶ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ।

ଏ ମାଟିର କନ୍ୟା

“ମୁଁ ଦ୍ରୌପଦୀ ମୁର୍ମୁ…………. ”। ଜୁଲାଇ ୨୫ ତାରିଖ ସମୟ ପୂର୍ବାହ୍ନ ୧୦.୧୪ ମିନିଟ୍ । ଆମ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଏହି ଶବ୍ଦ ଉଚ୍ଚାରିତ ହେଉଥିଲା, ତାହାଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ।

ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେଉଥିଲେ । ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସର ଉପନୀତ ହୋଇଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲରେ, ସେଦିନର ମୋର ବିନମ୍ର ଉପସ୍ଥିତି ଥିଲା ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ଓଡ଼ିଆ ଜାତି ତା’ର ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ ।

ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଶା ଇତିହାସର ପ୍ରତିଟି ପୃଷ୍ଠାରେ ସ୍ୱାଭିମାନୀ ଓଡ଼ିଆର ଅସ୍ମିତା କାହାଣୀ ଲିପିବଦ୍ଧ । କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କୁ ଏ ମାଟି ଅହିଂସା ମନ୍ତ୍ରରେ ଦୀକ୍ଷିତ କରିଥିଲା । ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ଶୀର୍ଷରେ ପହଞ୍ଚାଇଥିଲେ ସମ୍ରାଟ ମହାମେଘବାହନ ଐର ଖାରବେଳ । ସମ୍ରାଟ କପିଳେନ୍ଦ୍ର ଦେବ କଳିଙ୍ଗ ସାମ୍ରାଜ୍ୟକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ । ମୋଗଲ ଓ ମରହଟ୍ଟାମାନେ ଓଡ଼ିଶାକୁ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଥିବା ସତ୍ତ୍ୱେ ନିଜ ମାଟିର ଟେକ ଓ ଜାତିର ସ୍ୱାଭିମାନ ରଖିବାକୁ ଓଡ଼ିଆ ବୀର ଆଗେଇ ଆସିଥିଲା । ନିଜ ପ୍ରାଣ ବିନିମୟରେ ମାଟି ମା’କୁ ସୁରକ୍ଷା ଦେଇଥିଲା । ସିପାହୀ ବିଦ୍ରୋହ ପୂର୍ବରୁ ଓଡ଼ିଆ ପାଇକଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧରେ ସଂଘଟିତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାରତ ଇତିହାସର ଏକ ଉଲ୍ଲେଖନୀୟ ଘଟଣା ।

ଆଜି ସେହି ଓଡ଼ିଆ ଜାତିର ପରିଚୟକୁ ଭାରତବର୍ଷର ରାଜନୈତିକ ଶୀର୍ଷରେ ପହଞ୍ଚାଇ ଜଣେ ଓଡ଼ିଆ ଝିଅ ସର୍ବୋଚ୍ଚ ଆସନରେ ପ୍ରତିଷ୍ଠିତ । ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି । ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ତା’ର ଏକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଆମ ରାଜ୍ୟର ମୟୂରଭଞ୍ଜ ପରି ଏକ ସଂସ୍କୃତିସମୃଦ୍ଧ ଜିଲ୍ଲାରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ନାଗରିକ ଭାବେ ଶ୍ରୀମତୀ ମୁର୍ମୁଙ୍କ ପ୍ରତିଷ୍ଠା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଲାଗି ନିଶ୍ଚିତ ଏକ ଗର୍ବର ବିଷୟ ।

ଆମ ରାଷ୍ଟ୍ରପତିଙ୍କର ଅନ୍ୟତମ ବିଶିଷ୍ଟ ପରିଚୟ ହେଲା, ସେ ଜଣେ ଓଡ଼ିଆ ମହିଳା । ସମାଜରେ ମା’ ସବୁବେଳେ ଶ୍ରେଷ୍ଠ । ସେ ସୃଷ୍ଟି ଓ ଶକ୍ତିର ପ୍ରତୀକ । ସେହି ମା’ ସଶକ୍ତ ହେଲେ ହିଁ ସମାଜ, ପରିବାର, ରାଜ୍ୟ ଓ ଦେଶ ସଶକ୍ତ ହୋଇଥାଏ । ସେଥିଲାଗି ମୁଁ ସବୁବେଳେ ମା’ମାନଙ୍କୁ ସମାଜର ପ୍ରତ୍ୟେକଟି ପାହାଚରେ ଆଗକୁ ବଢ଼ି ଶୀର୍ଷତାର ସୋପାନରେ ପହଞ୍ଚାଇବାକୁ ପ୍ରୟାସ କରିଆସିଛି । ମା’ମାନେ ସଶକ୍ତ ହୁଅନ୍ତୁ ଓ ନେତୃତ୍ୱ ନିଅନ୍ତୁ ଏହି ଲକ୍ଷ୍ୟରେ ଯେତେବେଳେ ଆମେ ଆଗକୁ ବଢ଼ୁଛୁ ସେତେବେଳେ ଜଣେ ଓଡ଼ିଆ ଝିଅ ବା ଜନଜାତି ବର୍ଗର ମହିଳା ଭାବରେ ଭାରତବର୍ଷର ସର୍ବୋଚ୍ଚ ପଦବୀରେ ବସିବାର ସୁଯୋଗ ପାଇବା, ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଉପଲବ୍ଧି । ମୋ ମତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଆମ ସମସ୍ତଙ୍କ ଲାଗି ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ । ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ଆଜି ସାର୍ବଭୌମ ଦେଶର ପ୍ରତୀକ । ଦେଶର କୋଟି କୋଟି ମା’ ଭଉଣୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିବିମ୍ବ ।

ରାଜନୀତିରେ ମହିଳାମାନେ ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ; ଏହାଥିଲା ନବେ ଦଶକରେ ବିଜୁ ବାବୁଙ୍କର ଲକ୍ଷ୍ୟ । ଏଥିପାଇଁ ମହିଳାମାନଙ୍କ ନିମନ୍ତେ ସରକାରୀ ଚାକିରିରେ ସଂରକ୍ଷଣ ସହିତ ପଞ୍ଚାୟତ ଓ ପୌରସଂସ୍ଥାମାନଙ୍କରେ ମଧ୍ୟ ମହିଳାମାନଙ୍କ ସକାଶେ ସ୍ଥାନ ସଂରକ୍ଷଣ କରି ସାରାଦେଶ ପାଇଁ ସେ ଉଦାହରଣ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ସେହି ସଂରକ୍ଷଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ । ଆମର ମା’ ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବାପାଇଁ ଏହା ସୁଯୋଗ ସୃଷ୍ଟି କରିଛି ।

ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ମୁଁ ଆନନ୍ଦିତ ଯେ ଆଜି ଅନେକ ସ୍ଥାନରେ ପୁରୁଷମାନଙ୍କ ଅପେକ୍ଷା ମା’ମାନେ ହିଁ ନେତୃତ୍ୱର ଦକ୍ଷତା ଓ ପାରଦର୍ଶିତାରେ ଆଗରେ ରହିଛନ୍ତି । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି ।

ଗଣତନ୍ତ୍ରର ତୃଣମୂଳ ସ୍ତରରେ ଆଜି ମା’ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଛି । ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଓ ପୌର ଶାସନରେ ମହିଳାଙ୍କ ନେତୃତ୍ୱ ସାରା ଦେଶରେ ସର୍ବାଗ୍ରେ ରହିଛି । ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ଆଜି ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରୁଛନ୍ତି । ପଞ୍ଚାୟତ ସମିତି, ପଞ୍ଚାୟତ, ପୌରସଭା ତଥା ବିଭିନ୍ନ ୱାର୍ଡ଼ର ନେତୃତ୍ୱ ନେବା କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ୱାର୍ଡ଼ମେମ୍ବର, କାଉନସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ସବୁଠାରୁ ବଡ଼ ଉପଲବ୍ଧି ଯେ ଆଜି ଆମର ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ଲକ୍ଷରୁ ଅଧିକ ମା’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି ।

ଜଣେ ଜନଜାତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୁଅନ୍ତୁ, ଏହା ମୋର ଏକ ବଡ଼ ଅଭିଳାଷ ଥିଲା । ସେଥିଲାଗି ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଭାରତବର୍ଷର ଜଣେ ମହାନ ଜନନେତା ତଥା ସୁଦକ୍ଷ ପ୍ରଶାସକ ଡଃ ପି.ଏ. ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ଡଃ ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହଁନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ଜଣେ ସମ୍ମାନସ୍ପଦ ନେତା ଥିଲେ । ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ଭାବରେ ସେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ । ସମଗ୍ର ଭାରତବର୍ଷରେ ସେ ଜଣେ ସୁପ୍ରତିଷ୍ଠିତ ତଥା ଆଦରଣୀୟ ବ୍ୟକ୍ତିତ୍ୱ ଥିଲେ । ତେଣୁ ତାଙ୍କୁ ଭାରତର ରାଷ୍ଟ୍ରପତି କରିବା ଦିଗରେ ସମସ୍ତଙ୍କ ସହଯୋଗ ପାଇଁ ମୁଁ ସର୍ବୋତ୍ତମ ଉଦ୍ୟମ କରିଥିଲି ।

ଯେତେବେଳେ ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡ଼ିଆ ଝିଅ ତଥା ଜନଜାତି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଲେ ଏବଂ ମୋ ସହ ଆଲୋଚନା କଲେ; ମୁଁ ସର୍ବାନ୍ତକରଣରେ ସମର୍ଥନ ଜଣାଇଥିଲି । ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଲାଗି ନିବେଦନ କରିଥିଲି ।

ଆଜି ମୁଁ ବହୁତ ଖୁସି ଯେ ମୋ ଓଡ଼ିଶାର ଜଣେ ଝିଅ, ଜଣେ ଜନଜାତି ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମଣ୍ଡନ କରି ମୋ ମାଟିର ଗୌରବକୁ ବୃଦ୍ଧି କରିଛନ୍ତି । ସାରା ବିଶ୍ୱକୁ, ଭାରତବର୍ଷ, ବିଶେଷ କରି ଜଗନ୍ନାଥ ଧାମର ଶାନ୍ତି, ମୈତ୍ରୀ, ଭ୍ରାତୃତ୍ୱ, ସାମ୍ୟ ଓ ଏକତାର ବାର୍ତ୍ତା ଦେଇଛନ୍ତି ।

ସଂସଦର ସେଣ୍ଟ୍ରାଲ ହଲରେ ମହାମହିମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମୟରେ ତାଙ୍କ ଭାଷଣର ଗୋଟିଏ କଥା ମୋତେ ବେଶ୍‌ ପ୍ରଭାବିତ କରିଥିଲା । ସେ କହିଥିଲେ ଯେ ରାଷ୍ଟ୍ରପତି ପଦବୀକୁ ତାଙ୍କର ନିର୍ବାଚନ ପ୍ରମାଣିତ କରିଛି ଭାରତର ଗରିବ ଲୋକ ସ୍ୱପ୍ନ ଦେଖିପାରେ ଓ ସେହି ସ୍ୱପ୍ନକୁ ମଧ୍ୟ ସାକାର କରିପାରେ । ମହାମହିମ ରାଷ୍ଟପତିଙ୍କର ଏହି ଉକ୍ତି ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଓ ତାତ୍ପର୍ଯ୍ୟପୂର୍ଣ୍ଣ । ୨୦୦୦ ମସିହାରୁ ମୁଁ ଓଡ଼ିଶା ମା’ର ସେବାରେ ନିଜକୁ ସମର୍ପିତ କରିଦେଇଛି । ସେବେଠାରୁ ସମାଜର ଗରିବ, ଅବହେଳିତ, ମହିଳା ଓ ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ସତତ ପ୍ରୟାସ ଜାରି ରଖିଛି । ବିଶେଷକରି ଜନଜାତି ଭାଇଭଉଣୀମାନଙ୍କ ପାଇଁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ସେମାନଙ୍କୁ ସ୍ୱପ୍ନ ଦେଖିବାର ତଥା ସେହି ସ୍ୱପ୍ନକୁ ସାକାର କରିବାର ପଥ ପ୍ରଶସ୍ତ କରିଚାଲିଛି । ଶିକ୍ଷା ରୂପାନ୍ତରଣର ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି ।

ଖୁସିର କଥା ଏହାର ଫଳସ୍ୱରୂପ ଆଜି ଆମ ରାଜ୍ୟର ଅଗଣିତ ଜନଜାତି ପୁଅଝିଅ ଭଲ ପାଠପଢ଼ିବାର ସୁଯୋଗ ପାଇ ବଡ଼ ହେବାର ସ୍ୱପ୍ନ ଦେଖିପାରୁଛନ୍ତି ଓ ସେହି ସ୍ୱପ୍ନକୁ ସାକାର ମଧ୍ୟ କରିପାରୁଛନ୍ତି । ସମାଜର ସବୁ ବର୍ଗର ଗରିବ ପିଲାଙ୍କୁ ବଡ଼ ହେବାର ରାସ୍ତା ପ୍ରଶସ୍ତ କରିବାରେ ଆମର ପ୍ରୟାସ ଅନେକ ଉପଲବ୍ଧି ଆଣିପାରିଛି । ଜଣେ ଜନଜାତି ଝିଅ ଭାବରେ ଆଜିର ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜର ଉପରବେଡ଼ା ଗାଁରୁ ଆସି ଭୁବନେଶ୍ୱରରେ ରହି ପାଠ ପଢ଼ିବା, ସରକାରୀ ଚାକିରି କରିବା ସହିତ ପରବର୍ତ୍ତୀ ସମୟରେ ରାଜନୀତି କ୍ଷେତ୍ରକୁ ଆସି କାଉନସିଲର, ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ଏବଂ ସର୍ବୋପରି ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରି ଯେଉଁ ବିରଳ ସଫଳତା ହାସଲ କରିଛନ୍ତି, ତାହା ସବୁଦିନ ପାଇଁ ଏକ ପଥ ପ୍ରଦର୍ଶକ ଉଦାହରଣ ହୋଇ ରହିବ ।

ଶେଷରେ ମୁଁ ତାଙ୍କୁ ଆଉଥରେ ଅଭିନନ୍ଦନ ଜଣାଉଛି । ଶପଥ ଗ୍ରହଣ ସମୟରେ ତାଙ୍କର ପ୍ରଥମ ସମ୍ବୋଧନରୁ ସାରା ବିଶ୍ୱକୁ ସେ ଯେଉଁ ଜଗତକଲ୍ୟାଣର ବାର୍ତ୍ତା ଦେଇଛନ୍ତି ଏବଂ ଓଡ଼ିଆ ଜାତିର ଗୌରବ ସନ୍ଥକବି ଭୀମଭୋଇଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି, ଆଜି ତାହା ଆଉଥରେ ଆମ ଅସ୍ମିତାର ପ୍ରତିଷ୍ଠାକୁ ଗୌରବମଣ୍ଡିତ କରିଛି । ମୁଁ ଆଶା ରଖିବି, ଆମ ସମସ୍ତଙ୍କ କାର୍ଯ୍ୟ ଓ ଭାବନାରେ ସନ୍ଥକବି ଭୀମଭୋଇଙ୍କର ସେହି ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ସତତ ପ୍ରତିଫଳିତ ହେଉ ।

 

 

ବିଧାନସଭାରେ କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ ପ୍ରସଙ୍ଗ, ଗୃହ ମଧ୍ୟଭାଗରେ ବିଜେପ ବିଧାୟକଙ୍କ ନାରାବାଜି

ଭୁବନେଶ୍ୱର: ସଂସଦରେ ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସର ବିବାଦୀୟ ବୟାନ ପ୍ରସଙ୍ଗ । ବିଧାନସଭାରେ ଉଠିଲା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ଝଡ଼ । କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ବିଧାନସଭାରେ ନାରାବାଜି କରିଛନ୍ତି ବିଜେପି ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗରେ ପ୍ଲା-କାର୍ଡ ଧରି ହୋହଲ୍ଲା କରିଛନ୍ତି । ହୋହଲ୍ଲା ଓ ନାରାବାଜି ଯୋଗୁଁ ଗୃହରେ ସ୍ୱାଭାବିକ ଚାଲିପାରିଲାନି ପ୍ରଶ୍ନକାଳ । ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇପାରିନି । ଅସ୍ୱାଭାବିକ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଭୁବନେଶ୍ୱରରେ ଷ୍ଟାର ପରିବାର କଳି ଘଟଣା: ଘରେ ନୁହେଁ, ଥାନାରେ ବାବୁସାନଙ୍କୁ କରାଯିବ ପଚରାଉଚରା

ଭୁବନେଶ୍ୱର: ଭୁବନେଶ୍ୱରରେ ଷ୍ଟାର ପରିବାର କଳି ଘଟଣା । ଥାନାରେ ହାଜର ହେବେ ଅଭିନେତା ବାବୁସାନ ମହାନ୍ତି । ଘରେ ନୁହେଁ ଥାନାରେ ଆଜି ବାବୁସାନ ମହାନ୍ତିଙ୍କୁ ହେବ ପଚରାଉଚରା । ଥାନାରେ ବାବୁସାନଙ୍କ ବୟାନ ରେକର୍ଡ କରିବ ପୋଲିସ । ପ୍ରକୃତି ଓ ତୃପ୍ତିଙ୍କ ବୟାନକୁ ଭିତ୍ତି କରି ପୋଲିସ ବାବୁସାନଙ୍କୁ କରିବ ପଚରାଉଚରା । ତୃପ୍ତିଙ୍କ ଅଭିଯୋଗରେ କେତେ ରହିଛି ସତ୍ୟତା ? ପ୍ରକୃତିଙ୍କ ସହ କ’ଣ ରହିଛି ସମ୍ପର୍କ ? ଏଭଳି ବିଭିନ୍ନ ଦିଗକୁ ନେଇ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁପାରେ ପୋଲିସ ।

ଗତକାଲି ଚେନ୍ନାଇରୁ ଫେରିଥିଲେ ବାବୁସାନ୍ । ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାବୁ । ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦାୟର ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ସେପଟେ ବାବୁସାନ ଓ ତୃପ୍ତି ଫୋନରେ କଥା ହୋଇଛନ୍ତି । ଉଭୟେ ପୁଣି ଏକାଠି ହେବାକୁ ଆଲୋଚନା ଚାଲିଥିବା ସୂଚନା ରହିଛି ।

ଓଡ଼ିଆ ଝିଅଙ୍କୁ ରାଷ୍ଟ୍ରପତି ରୂପେ ଦେଖିବା ମୋ ପାଇଁ ଥିଲା ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗଣମାଧ୍ୟମରେ ନବୀନଙ୍କ ଆଲେଖ୍ୟ, ଏ ମାଟିର କନ୍ୟା । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ତାଙ୍କ ଉଦ୍ଦେଶ୍ୟରେ ନବୀନ ଲେଖିଛନ୍ତି ମାଟିର କନ୍ୟା । ନବୀନ କହିଛନ୍ତି, ସଂସଦ ଭବନର ସେଣ୍ଟ୍ରାଲ ହଲରେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଶପଥ ନେଉଥିଲେ, ସେତେବେଳେ ତାହା ଥିଲା ପ୍ରତ୍ୟେକ ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ଓଡ଼ିଶା ମାଟିର କନ୍ୟା, ଜଣେ ଜନଜାତି ଝିଅ, ଜଣେ ମା’, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସମ୍ବିଧାନିକ ପଦରେ ଅଧିଷ୍ଠିତ ହେଉଥିଲେ । ଓଡ଼ିଆ ସ୍ୱାଭିମାନର ଆଉ ଏକ ମହାର୍ଘ୍ୟ ଅବସରରେ ଉପନୀତ ହୋଇଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅଧ୍ୟାୟରେ ସାମିଲ ହେବା ମୋର ସୌଭାଗ୍ୟ ଥିଲା ବୋଲି ନବୀନ କହିଛନ୍ତି ।

ରାଷ୍ଟ୍ରପତିଙ୍କ ଭାଷଣରେ, ଗରିବ ସ୍ୱପ୍ନ ଦେଖିପାରେ ଓ ତାକୁ ସାକାର କରିପାରେ ବୋଲି ଦ୍ରୌପଦୀଙ୍କ ଏହି ପଦ ମୋତେ ଅଧିକ ପ୍ରଭାବିତ କରିଥିଲା ବୋଲି ନବୀନ କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ସମସ୍ତଙ୍କର ଆରାଧ୍ୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ଓଡ଼ିଆ ଜାତି ସେହି ପରିଚୟରେ ଗର୍ବିତ ଓ ଗୌରବାନ୍ୱିତ । ଓଡ଼ିଆ ଜାତି ଏକ ମହାନ ଜାତି । ଓଡ଼ିଶା ଇତିହାସରେ ପ୍ରତିଟି ପୃଷ୍ଠା ସ୍ୱାଭିମାନୀ ଓଡ଼ିଆର ଅସ୍ମିତା କାହଣୀ ଲିପିବଦ୍ଧ । ଦେଶର ରାଷ୍ଟ୍ରପତି ପଦବୀ ଗ୍ରହଣ କରି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଜାତିର ପରିଚୟରେ ଆଉ ଏକ ଗରିମାମୟ ପୃଷ୍ଠା ଯୋଡ଼ିଦେଇଛନ୍ତି ।

ରାଜନୀତିରେ ମହିଳାମାନେ  ଆଗକୁ ଆସନ୍ତୁ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ । ଏହା ଥିଲା ନବେ ଦଶକରେ ବିଜୁ ବାବୁଙ୍କ ଲକ୍ଷ୍ୟ । ବିଜୁ ବାବୁଙ୍କ ମହିଳା ସଶକ୍ତିକରଣ ସୀମାକୁ ଆମେ ୫୦ ଭାଗକୁ ବୃଦ୍ଧି କରିଛୁ ବୋଲି ନବୀନ କହିଛନ୍ତି । ଆମର ମା’ ମାନଙ୍କୁ ବହୁ ସଂଖ୍ୟାରେ ନେତୃତ୍ୱ ନେବା ପାଇଁ ଏହା ସୁଯୋଗ ସୃଷ୍ଟି କରିଛି । ନବୀନ ଲେଖିଛନ୍ତି, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ । ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ ଲୋକସେଭା ଆସନରୁ ୭ଟି ଆସନରେ ମା’ମାନେ ହିଁ ଭାରତର ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି  । ଆମର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୧ଟିରେ ମହିଳାମାନେ ଅଧ୍ୟକ୍ଷା ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରୁଛନ୍ତି ।

୫୦ ପ୍ରତିଶତରୁ ଅଧିକ ସ୍ଥାନରେ ମା’ମାନେ ହିଁ ମେୟର, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଭ୍ୟା ତଥା ସରପଞ୍ଚ, ଓ୍ୱାର୍ଡମେମ୍ବର, କାଉନସିଲର ଓ କର୍ପୋରେଟର ଭାବରେ ନିର୍ବାଚିତ ହୋଇ ଜନସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ମିଶନଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇ ନିଜକୁ ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ସଶକ୍ତ କରିପାରିଛନ୍ତି । ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ମୋର ପ୍ରୟାସ ଜାରି ରହିଛି  । ନବୀନ ଆହୁରି କହିଛନ୍ତି ଯେ, ୨୦୦୦ ମସିହାରୁ ମୁଁ ଓଡ଼ିଶା ମା’ର ସେବାରେ ନିଜକୁ ସମର୍ପିତ କରିଦେଇଛି  । ସମାଜର ଗରବି, ଅବହେଳିତ, ମହିଳା ଓ ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛି । ଶିକ୍ଷା ରୂପାନ୍ତରଣର ଶକ୍ତିଶାଳୀ ମାଧ୍ୟମ । ଶିକ୍ଷା ଜରିଆରେ ଜନଜାତି ପିଲାମାନଙ୍କୁ ସଶକ୍ତ କରି ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ଜାରି ରହିଛି ।

ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ, ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ରାଜ୍ୟ ପାଇଁ ଆଉ ଏକ ଗୌରବ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ୱ । ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ବା MPEDAର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ସାଂସଦ ମାନସ ମଙ୍ଗରାଜ । ବୁଧବାର ସାଂସଦ ମାନସ ମଙ୍ଗରାଜ ଏହାର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂତନ ସାଂସଦ ଭାବେ ସଫଳତା ମିଳିଥିବାରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ । ସାଂସଦ ଭାବେ ନିର୍ବାଚିତ ହେବା ପରେ ଚଳିତ ଅଧିବେଶନରୁ ସେ ସାଂସଦ ଭାବ ଯୋଗ ଦେଇଛନ୍ତି । ଜଣେ ନୂତନ ସାଂସଦ ହୋଇଥିଲ ମଧ୍ୟ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବଚିତ ହେବା ରାଜ୍ୟକୁ ଗୌରବନ୍ୱିତ କରିଛି ।

ଆପଣଙ୍କ ଘରର ଛାତ ଉପରେ ପଡ଼ିପାରେ ଚୀନର ୨୧ ଟନ ଓଜନର ରକେଟ୍

ବେଜିଂ: କରୋନା ପରେ ଆଉ ଏକ ବିପଦ ଆଣୁଛି ଚୀନ୍ । ବିଗତ ଦିନରେ ଚୀନ ପୃଥିବୀରେ କରୋନା ମହାମାରୀ ବିସ୍ତାର କରିଥିଲା । ଏହା ପରେ ମଧ୍ୟ ନିଜ ଭୁଲକୁ ଗ୍ରହଣ କରିନଥିଲା ଚୀନ । କିନ୍ତୁ ସାରା ବିଶ୍ୱ ଚୀନର ଏପରି କାର୍ଯ୍ୟ ବିଷୟରେ ଅବଗତ ଥିଲା । କରୋନା ପରେ ବିଶ୍ୱ ପାଇଁ ଆଉ ଏକ ବିପଦ ଆଣିଛି ଚୀନ । ଯାହା ବିଶ୍ୱକୁ ଧ୍ୱଂସ ମୁହଁକୁ ଟାଣି ନେଇପାରେ । ମହାକାଶରେ ଚୀନରେ ଏକ ରକେଟ ଆଉଟ ଅଫ କଣ୍ଟ୍ରୋଲ ହୋଇ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ୨୧ ଟନ୍ ରକେଟର ଭଗ୍ନାବିଶେଷ କେଉଁଠାରେ ପଡ଼ିବ ଏହାର ସବିଶେଷ ତଥ୍ୟ କାହା ପାଖରେ ନାହିଁ ।

ଜ୍ୟୋତିର୍ବିଜ୍ଞାନୀ ଏହାକୁ ନେଇ ଚେତାବନୀ ଦେଇ କହିଛନ୍ତି କି ଏହି ରକେଟର ୩୦ ମିଟରର ଲମ୍ବା ଏକ ଅଂଶ ପୃଥିବୀର ଯେ କୌଣସି ସ୍ଥାନରେ ପଡ଼ିପାରେ । ଏହା ଏତେ ବଡ଼ ଯେ ଯଦି ଏହା କୌଣସି ସହର ଉପରେ ପଡ଼େ ତେବେ ସେହି ସହର ପୂରାପୁରି ଧ୍ୱଂସ ହୋଇଯିବ । ଏହି ଚାଇନିଜ୍ ରକେଟର ଓଜନ ତିନୋଟି T-Rex ଡାଇନୋସର ସହିତ ସମାନ । ତେବେ ବର୍ତ୍ତମାନ ବିଶେଷଜ୍ଞମାନେ ଏହି ରକେଟର ଦିଗ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଯଦି ସମ୍ଭବ ହୁଏ ତେବେ ଏହାର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବିଶେଷଜ୍ଞ ।

ଚୀନ ଏହି ରକେଟକୁ ରବିବାର ଉତକ୍ଷେପଣ କରିଥିଲା । କକ୍ଷପଥରେ ପହଞ୍ଚିବା ପରେ ଏହା ସ୍ପେସ୍ ଷ୍ଟେସନରୁ ବିଚ୍ଛିନ୍ନ ହୋଇ ମହାକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଜ୍ୟୋତିର୍ବିଜ୍ଞାନୀ ଜୋନାଥନ ମ୍ୟାକଡୋୱେଲ ଚେତାବନୀ ଦେଇଛନ୍ତି ଯେ ଏହି ରକେଟ କେବେ ଓ କେଉଁଠାରେ ପଡ଼ିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କିନ୍ତୁ ଏହା ଯେଉଁଠାରେ ବି ପଡ଼ିବ ସେ ସ୍ଥାନ ସମ୍ପୂର୍ଣ୍ଣ ଧ୍ୱଂସ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ ସାର ଗିରଫ

ନୟାଗଡ଼: ବନ୍ଧା ହେଲେ ଶିକ୍ଷକ । ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ସାର୍‌ ଗିରଫ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଅଞ୍ଚଳରେ । କୋଭିଡ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଶିକ୍ଷକ ରାଜେଶ ବେହେରା । ଦୁଷ୍କର୍ମ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ କରି ଭାଇରାଲ କରିଥିଲା ଅଭିଯୁକ୍ତ । ଭାଇରାଲ ପରେ ନାବାଳିକାର ପରିବାର ରଣପୁର ଥାନାରେ ଅଭିଯୋଗ କରିଥିଲେ । ରଣପୁର ପୋଲିସ୍ ୨ଟି ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ଚାଲାଣ କରିଛି ପୋଲିସ ।

ଅଭିଯୁକ୍ତ ଶିକ୍ଷକର ଘର ଓଡ଼ଗାଁ ନନ୍ଦୀଘର କମାର ସାହିରେ । ତଦନ୍ତ ପାଇଁ ୧୫ ଦିନଆ ରିମାଣ୍ଡ  ଆବେଦନ କରିଛି ରଣପୁର ପୋଲିସ । ଅଭିଯୁକ୍ତ ଶିକ୍ଷକ ଜଣକ ଜଣେ ମେଧାବୀ ଛାତ୍ର । କିଛି ମାସ ହେବ ସେ ସରକାରୀ ଶିକ୍ଷକ ଭାବେ ଓଡ଼ଗାଁ ସ୍କୁଲରେ ନିଯୁକ୍ତି ପାଇଥିଲା। ଚାକିରି ପୂର୍ବରୁ ରାଜସୁନାଖଳାରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲା ଅଭିଯୁକ୍ତ ରାଜେଶ । କୋଭିଡ ସମୟରେ ନବମ ଓ ଦଶମ ନାବାଳିକାଙ୍କୁ ଏକାକୀ ଡାକି ସେମାନଙ୍କୁ ବିଭିନ୍ନ ଅଶ୍ଲୀଳ ଭିଡିଓ ଦେଖାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ମୋବାଇଲରେ ସେଭ୍ କରି ରଖୁଥିବା ଅଭିଯୋଗ ରହିଛି । ପୋଲିସ୍ ରାଜେଶର ମୋବାଇଲ ଓ ଲାପଟପ୍ ଜବତ କରିଛି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଶିବସେନା ବନାମ ଶିବସେନା । ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଠାକରେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କୋର୍ଟରେ ଦ୍ୱାରସ୍ଥ ହେଲେ ଉଦ୍ଧବ ଠାକରେ । ଲୋକସଭାରୁ ବେଆଇନ୍ ଭାବେ ଉଦ୍ଧବଙ୍କ ଟିମର ସାଂସଦଙ୍କୁ ପଦରୁ ହଟାଯାଇଛି । ଏହା ସହ ଲୋକସଭାରେ ଏକନାଥ ସିନ୍ଦେଙ୍କ ଟିମର ସାଂସଦଙ୍କୁ ଶିବସେନାର ନେତା ଭାବେ ଅଧିଷ୍ଠିତ କରାଯାଇଛି । ଯାହାକୁ ବିରୋଧ କରିଛନ୍ତି ଉଦ୍ଧବ ଠାକରେ । ଏନେଇ ଦଳର ଅଧ୍ୟକ୍ଷ ଭାବେ କୌଣସି ପ୍ରକାର ଆଲୋଚନା ମଧ୍ୟ ହୋଇନାହିଁ ।

ଓମ୍ ବିର୍ଲା ଖୋଲାଖୋଲି ଭାବେ ଆଇନ୍ ଉଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉଦ୍ଧବ ଠାକରେ । ଏନେଇ ସୁପ୍ରିମକୋର୍ଟରେ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି ଉଦ୍ଧବ । ଗତ ୧୯ ତାରିଖରେ ଶିବସେନାର ବିଦ୍ରୋହୀ ସାଂସଦ ଓମ୍ ବିର୍ଲାଙ୍କୁ ଭେଟିବା ସହ ଲୋକସଭାରେ ଚିଫ୍ ହୁଇପ୍ ପଦର ଦାବି ଉଠାଇଥିଲେ ।