spot_img
Home Blog Page 4028

ଆତଙ୍କବାଦି ଆକ୍ରମଣ ଯୋଜନା ପଣ୍ଡ, ୧ କେଜି ଆଇଇଡି ଜବତ

ଚଣ୍ଡିଗଡ଼: ବିଫଳ ହେଲା ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର । ଆଇଇଡି ବିସ୍ଫୋରକ ଜବତ କଲା ପୋଲିସ । ହରିୟାଣାର କୈଥଲରେ ଆତଙ୍କ ସୃଷ୍ଟି କରିବା ପାଇଁ ଏକ ବଡ଼ ଷଡଯନ୍ତ୍ର ବିଫଳ ହୋଇଛି । ଏକ ଲୁହା ବାକ୍ସରୁ ଏକ କେଜି ଆଇଇଡି ଜବତ କରିଛି ପୋଲିସ । ବମ ନିରୋଧକ ଟିମ୍ ବିସ୍ଫୋରକକୁ ନିଷ୍କ୍ରିୟ କରିଛନ୍ତି । ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି । ତେବେ ଏହି ଆଇଇଡି କିଏ ରଖିଥିଲା ଏବେ କେଉଁ ଉଦ୍ଦେଶ୍ୟରେ ତାର ତଦନ୍ତ ଚାଲିଛି । ଅନୁମାନ କରାଯାଉଛି ଯେ ବଡ଼ଧରଣର ଆତଙ୍କୀ ଆକ୍ରମଣ କରିବାର ଯୋଜନା ହେଉଥିଲା ।

ହରିୟାଣା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସକୁ ଏହାର ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ କହିଛି ଯେ, ଆଇଇଡି ଆରଡିଏକ୍ସରେ ଭରି ରହିଥିଲା ଏବଂ ଜିନ୍ଦ ରୋଡରେ କାଞ୍ଚି ଚୌକର ଏକ ଗାଁର ରାସ୍ତା କଡ଼ରୁ ଜବତ କରାଯାଇଛି । ସୂଚନାଥାଉକି ଗତ ମାସରେ କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ପାଖ ଏକ ସ୍ଥାନରୁ ପ୍ରାୟ ୧.୩ କେଜି ଆରଡିଏକ୍ସ ସହ ଭରିରହିଥିବା ଆଇଇଡି ଜବତ କରାଯାଇଥିଲା ।

ଆରଡି ପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭଦ୍ରକ: ଆରଡିପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବାବାଙ୍କ ଦର୍ଶନ କରିବା ସହ ଆଖଣ୍ଡଳମଣି ପୀଠ ଓ ମନ୍ଦିର ଚତୁଃପାର୍ଶ୍ବର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ । ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ଯକ୍ଷ ଡ. ବ୍ଯୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ପୀଠରେ ପହଞ୍ଚି ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହାପରେ ମନ୍ଦିର ଶିବଗଙ୍ଗା ପୁଷ୍କରିଣୀ ନିକଟରେ ପ୍ରସ୍ତୁତ ସ୍କେଚମ୍ଯାପ ଦେଖିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମନ୍ଦିର ସମ୍ପ୍ରସାରଣ କାର୍ଯ୍ଯ ନିମନ୍ତେ ଆଖପାଖରେ ଉଚ୍ଛେଦ କାର୍ଯ୍ୟ ହେବାକୁ ଥିବାବ ବେଳେ ପ୍ରଭାବିତ ଲୋକ ଦୋକାନୀଙ୍କ ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଦୀର୍ଘବର୍ଷ ଧରି ମନ୍ଦିର ସମ୍ପ୍ରସାରଣ ଓ ଉନ୍ନତି ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତି ସରିଥିଲେ ବି କାର୍ଯ୍ୟକାରି ହୋଇପାରିନି । ଏବେ ରାଜ୍ଯ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାରୁ ମାଷ୍ଟର ପ୍ଲାନ ବାସ୍ତବ ରୂପ ନେବ ବୋଲି ସେବାୟତ କହିଛନ୍ତି ।

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ଦିଲ୍ଲୀ ପୋଲିସର ସମନ

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଠକେଇ ଘଟଣା । ଆସନ୍ତାକାଲି ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଫସିଛନ୍ତି ଜ୍ୟାକଲିନ । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର ଏହା ହେଉଛି ତୃତୀୟ ସମନ ।

ଗତ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୧୨ରେ ସମନ ସତ୍ତ୍ବେ ହାଜର ହୋଇ ନଥିଲେ ଅଭିନେତ୍ରୀ । କିଛି ଦିନ ତଳେ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିଥିଲା ଇଓଡବ୍ଲୁ । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା ।

ଜ୍ୟାକଲିନଙ୍କୁ ସୁକେଶ ୫ କୋଟି ଟଙ୍କାର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।

ଇ-ବାଇକ୍ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ, ୮ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ସିକନ୍ଦରାବାଦ୍ ସହରରେ ଥିବା ଏକ ଇ-ବାଇକ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ । ୪ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗି ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପ୍ରାୟ ୧୫ଜଣ ଗୁରୁତର ହୋଇଛନ୍ତି । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରିକ ସ୍କୁଟର ଶୋ ରୁମ ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତଳ ମହଲାରୁ ନିଆଁ ଲାଗିଥିବା ବେଳେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ବିଲ୍ଡିଂରେ ଏକ ହୋଟାଲ ଓ ରେଷ୍ଟୁରାଣ୍ଟ ଚାଲୁଥିବା ବେଳେ ପ୍ରବଳ ନିଆଁ ଦେଖି ଲୋକମାନେ ଭୟରେ ତଳକୁ ଡେଇଁ ପଡ଼ିଥିଲେ ।

ବିଲ୍ଡିଂ ଭିତରେ ୨୪ ଜଣ ଫସି ରହିଥିବା ବେଳେ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଝରକା ପଟେ କ୍ରେନ ଯୋଗେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ମୃତକ ଓ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି ।

ଶ୍ରମିକଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ୍

ଭଣ୍ଡାରିପୋଖରୀ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଶାରଦା ଶିଶୁ ବିଦ୍ୟା ମନ୍ଦିର ନିକଟରେ ଦୁର୍ଘଟଣା । ଅସ୍ଥାୟୀ କ୍ୟାମ୍ପରେ ଶୋଇଥିବା ଅବସ୍ଥାରେ ଶ୍ରମିକଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଡମ୍ପର । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ୫ରୁ ଅଧିକ ଶ୍ରମିକ ଜୀବନ ବଞ୍ଚାଇବାକୁ ଯାଇ ବାହାରକୁ ଦୌଡ଼ି ପଳାଇଥିଲେ ।

ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବାରେ ନିୟୋଜିତ ଥିବା ୧୦ରୁ ଅଧିକ ଶ୍ରମିକ କ୍ୟାମ୍ପରେ ଶୋଇଥିବା ବେଳେ ମାଡି ଯାଇଥିଲା ଡମ୍ପର । ଦୁର୍ଘଟଣା ପରେ ଡମ୍ପର ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ପୋଲିସ ରାସ୍ତା ଖାଲି କରିବା ସହ ଗାଡ଼ିକୁ ଜବତ କରିଛି । ମୃତ ଶ୍ରମିକ ଜଣକ ହେଲେ ମଧ୍ଯପ୍ରଦେଶର ମହମ୍ମଦ ଅଲଫାଜ ଅନସାରୀ ।

ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ବିଶିଷ୍ଟ ଶଳ୍ପପତିମାନଙ୍କ ସହ କରିବେ ଆଲୋଚନା

ଆଜିଠାରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ଦେଶର ବିଶିଷ୍ଟ ଶିଳ୍ପପତିଙ୍କୁ ସେଠାକୁ ଆମନ୍ତ୍ରିତ କରାଯାଇଛି । ଏହାପରେ ସେଠାରେ ରୋଡ୍ ସୋ’ କାର୍ଯ୍ୟକ୍ରମ ହେବ । ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁରୋଧ କରିବେ ।

ମହିନ୍ଦ୍ରା ଗ୍ରୃପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୃପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ୍ ଅନୀଲ୍ ଅଗ୍ରଓ୍ବାଲ୍ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ବଡ଼ ବଡ଼ ଶିଳ୍ପପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ନବୀନ କିଛି ବିଶିଷ୍ଟ ବ୍ୟାଙ୍କର୍ସମାନଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଷ୍ଟେଟ ବ୍ୟାଙ୍କର ଚେୟାରମ୍ୟାନ୍ ଦିନେଶ କୁମାର ଖରା, ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ୍ ଏସଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା ଓ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଝାଙ୍କ ସହ ଆଲୋଚନା କରିବେ । କେବଳ ସେତିକି ନୁହେଁ ଏସିଆନ୍ ପେଣ୍ଟସ, ଲାରସେନ୍ ଆଣ୍ଡ ଟର୍ବୋ ଭଳି କଂପାନୀର ବରିଷ୍ଠ ଅଧିକାରୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୪ ତାରିଖ ଦିନ ୧୧ରୁ ଗୋଟାଏ ୩୦ ପର୍ଯ୍ୟନ୍ତ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ନବୀନ ।

ସଂଧ୍ୟା ୫ଟାରେ ରୁ ୫ଟା ୩୦ ଭିତରେ କୁମାର ମଙ୍ଗଲମ୍ ବିର୍ଲା, ୫.୩୦ରୁ ୬ଟା ଭିତରେ ଅନୀଲ୍ ଅଗ୍ରୱାଲଙ୍କ ସହ ସାକ୍ଷାତ କରିବେ । ଏହାପରେ ସଂଧ୍ୟା ୭ଟାରୁ ସେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବେ । ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ ।

ଏହାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ଏବଂ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା ସମ୍ପର୍କରେ ନିବେଶକଙ୍କୁ ବୁଝାଉଛନ୍ତି । ଦୁବାଇ ଓ ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ପରେ ମୁମ୍ବାଇରେ ଏହା ଆୟୋଜିତ ହେଉଛି ।

୨୮ରେ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ମୁମ୍ବାଇ ପରେ ୨୮ ତାରିଖରେ ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ । ଏଥିପାଇଁ ୨୮ ତାରିଖରୁ ଦୁଇ ଦିନିଆ ବେଙ୍ଗାଳୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବା ସହ ସେମାନଙ୍କୁ ମେକ ଇନ ଓଡିଶା କନକ୍ଲେଭ ପାଇଁ ନିମନ୍ତ୍ରଣ କରିବେ ।

ବେଙ୍ଗାଲୁରୁରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜଣାପଡିଛି । ବିଶେଷ କରି ଆଇଟି ଏବଂ ଅଟୋ ମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜି ନିବେଶ ହୋଇପାରିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ । ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ବେଙ୍ଗାଳୁରୁ ଗସ୍ତ କରିବେ ।

୨ ଲକ୍ଷ ଟଙ୍କା ସହ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି: ଭିଜିଲାନ୍ସର ରାତି ଅଧିଆ ରେଡ୍ । ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଲେ କଳାହାଣ୍ଡି ସଗଡ଼ା ବନବିଭାଗ ଫରେଷ୍ଟର ଯୋଗେନ୍ଦ୍ର ମାଝୀ । ତାଙ୍କଠାରୁ ନଗଦ ୨ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଫରେଷ୍ଟରଙ୍କୁ ଅଫିସକୁ ଆଣି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ଟିମ୍ । ଫରେଷ୍ଟରଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ଆସୁଥିବା ବେଳେ ମାଲକାନଗିରି ଓ ଭବାନୀପାଟଣା ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଥିଲା । ୨ଲକ୍ଷ ଟଙ୍କା ନେଇ ଗାଁ କୁ ଯାଉଥିବା ବେଳେ ଭବାନୀପାଟଣା ଇରିଗେଶନ ଛକ ଠାରେ ଫରେଷ୍ଟରଙ୍କୁ ଧରିଥିଲା ଟିମ୍ ।

ନବୀନଙ୍କୁ ଭେଟିଲେ ୪ ଜିଲ୍ଲାର ମିଶନ ଶକ୍ତି ମା’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ 4 ଜିଲ୍ଲାର ମିଶନ ଶକ୍ତି ମା। ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।

ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ । ମିଶନ ଶକ୍ତି ସଦସ୍ୟମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁଦାୟିତ୍ବ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତି ମା ।

ସେପଟେ ଏଭଳି ଏକ ଗୁରୁ ଦାୟିତ୍ୱକୁ ସୂଚାରୁ ରୁପେ ନିର୍ବାହ କରି ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ  ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି  ।

ଆପ୍‌ର ଦୁଇ ବିଧାୟକଙ୍କୁ ମିଳିବ ଦଣ୍ଡ, ୨୧ରେ ଶୁଣାଣି

ନୂଆଦିଲ୍ଲୀ: ଆପ୍‌ର ଦୁଇ ବିଧାୟକଙ୍କୁ ମିଳିବ ଦଣ୍ଡ  । ସାତ ବର୍ଷ ପୁରୁଣା ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଦୁଇ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  । ଦଙ୍ଗା ଓ ଥାନାରେ ଦୁଇ ପୋଲିସକର୍ମୀଙ୍କୁ ଆକ୍ରମଣ ଘଟଣାରେ ଦୁଇ ବିଧାୟକଙ୍କୁ ଗିରଫ କରାଯାଇଥିଲା  । ବିଧାୟକ ଅଖିଳେଶପତି ତ୍ରିପାଠୀ ଓ ସଞ୍ଜୀବ ଝାଙ୍କୁ ଏହି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି  । ମାମଲାର ଶୁଣାଣି କରି ଆହୁରି ୧୫ ଜଣଙ୍କୁ କୋର୍ଟ ଦୋଷୀ କହିଛନ୍ତି  । ଆସନ୍ତା ସେପ୍ଟେମ୍ବର ୨୧ରେ ସମସ୍ତ ଦୋଷୀଙ୍କ ଦଣ୍ଡ ଶୁଣାଇବେ ମାନ୍ୟବର କୋର୍ଟ  ।