ନିକଟରେ ଜିଏସଟି କାଉନସିଲରେ ସ୍ବାସ୍ଥ୍ୟ ବୀମା ଉପରୁ ୧୮ ପ୍ରତିଶତ ଟ୍ୟାକ୍ସ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର କୋଟକର ଏକ ରିପୋର୍ଟ ମୁତାବକ, ଏହାଦ୍ବାରା ପଲିସୀ ଧାରୀଙ୍କୁ ଶସ୍ତା ପ୍ରିମିୟମର ଲାଭ ମିଳିବନି । ଇନପୁଟ ଟ୍ୟାକ୍ସ କ୍ରେଡିଟ ନ ମିଳିବା ଫଳରେ ବୀମା କମ୍ପାନୀମାନେ ପ୍ରିମିୟମ ଦରରେ ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ହେଲଥ ଇନସ୍ୟୁରାନ୍ସ ଓ ଲାଇଫ୍ ଇନସ୍ୟୁରାନ୍ସ ଉପରେ କୌଣସି ଜିଏସଟି ଲାଗିବନି ବୋଲି କୁହାଯାଇଥିଲା । ତେଣୁ ଏହାଦ୍ବାରା ବୀମା ପଲିସୀ ନେବା ଶସ୍ତା ହୋଇଯିବ ବୋଲି ସାଧାରଣରେ ଧାରଣା ହୋଇଥିଲା । ୧୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବନି ବୋଲି ସମସ୍ତେ ଭାବି ନେଇଥିଲେ । ମାତ୍ର ଏହା ମଧ୍ୟରେ ଆସିଥିବା ରିପୋର୍ଟ ଏବେ ପୁଣି ଥରେ ପଲିସୀ ଧାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ହେଲଥ ଇନସ୍ୟୁରାନ୍ସ ଉପରୁ ଜିଏସଟି ହଟିବା ପରେ ଗ୍ରାହକଙ୍କୁ ଫାଇଦା ବଦଳରେ ପ୍ରିମିୟମରେ ୩-୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ।
ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ
ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଶ୍ଵୀନ କୃଷ୍ଣ ପକ୍ଷ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯିବାର ବିଧି ରହିଛି । ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ବ ରହିଥିବା ବେଳେ ଏହି ସମୟରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ୧୫ ଦିନ ପର୍ଯ୍ୟନ୍ତ ନିୟମ ନିଷ୍ଠାରେ ଏହି ପକ୍ଷ ପାଳନ କଲେ ପିତୃ ପୁରୁଷଙ୍କ ପରିବାର ଉପରେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ନିୟମ ନିଷ୍ଠାର ସହ ଏହି ଅପରପକ୍ଷ ବା ପିତୃପକ୍ଷକୁ ପାଳନ କରନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି । ସେହିପରି ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାକୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।
ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ
ଭୁବନେଶ୍ବର : ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ ହେବା ପରେ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିହାରର ରାଜଗିର ହକି ଷ୍ଟାଡିଅମରେ ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ଭାରତ ପରାସ୍ତ କରିବା ପରେ ଟିମକୁ ନବୀନ ଜଣାଇଛନ୍ତି ଶୁଭେଚ୍ଛା। ସେ କହିଛନ୍ତି- ଭାରତ କେବଳ ଚତୁର୍ଥ ଥର ଲାଗି କପ୍ ହାସଲ କରିନାହିଁ ବରଂ ବିଶ୍ବକପ ୨୦୨୬ ଲାଗି ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଟିମର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ନବୀନ।
ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ ହେବା ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଦମଦାର ବିଜୟ ସହ ୨୦୨୬ ବିଶ୍ବକପ୍ ଲାଗି ଭାରତ ଯୋଗ୍ୟତା ଅର୍ଜନ ହାସଲ କରିଥିବାରୁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଅପୂର୍ବ ସାହସ ଓ ଟିମଗତ ପରିଚାଳନା ଯୋଗୁ ଏହି ସଫଳତା ହାସଲ ହୋଇପାରିଛି ବୋଲି ସେ କହିଛନ୍ତି। ସେହିପରି ଏହି ସଫଳତା ଲାଗି ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ବିଜୁ ଜନତା ଦଳ ଉପସଭାପତି ପ୍ରଣବ ପ୍ରକାଶ ଦାସ।
ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ୍ ହକି ଚାମ୍ପିଅନ୍
ନନ୍ଦିଘୋଷ ବ୍ୟୁରୋ : ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ ହକି ଚାମ୍ପିଅନ। ଗତ ଥରର ବିଜେତା ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କଲା ଭାରତ । ହରମନପ୍ରୀତ ସିଂହଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୀର୍ଘ ୮ ବର୍ଷ ଅପେକ୍ଷା ପରେ ପୁରୁଷ ହକି ଏସିଆ କପ୍ ଟାଇଟଲ ଜିତିଛି। ରାଜଗିରରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ, ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ଏକତରଫା ଭାବରେ ୪-୧ ଗୋଲରେ ପରାସ୍ତ କରିଥିଲା ।ଏହା ସହିତ ଚତୁର୍ଥ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ଜିତିଥିଲା। ଏହି ବିଜୟ ସହିତ, ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡ ଏବଂ ବେଲଜିୟମରେ ଖେଳାଯିବାକୁ ଥିବା FIH ପୁରୁଷ ବିଶ୍ୱକପ୍ ୨୦୨୬ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।
ବିହାରର ରାଜଗିରରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ, ଟିମ୍ ଇଣ୍ଡିଆକୁ ଆରମ୍ଭରୁ ଟାଇଟଲ୍ ପାଇଁ ଦାବିଦାର ବିବେଚନା କରାଯାଉଥିଲା। ପ୍ରଶିକ୍ଷକ କ୍ରେଗ୍ ଫୁଲଟନଙ୍କ ଦଳ ଏହି ଆଶାକୁ ସଠିକ୍ ପ୍ରମାଣିତ କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ହାରି ଟାଇଟଲ୍ ଜିତିଥିଲେ। ଟିମ୍ ଇଣ୍ଡିଆ ପୁଲ୍ ପର୍ଯ୍ୟାୟରେ ଏହାର ତିନୋଟି ମ୍ୟାଚ୍ ଜିତିଥିଲା। ତା’ପରେ ସୁପର-୪ରେ, ଏହା ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ଜିତିଥିଲା। ଭାରତକୁ କେବଳ ଗୋଟିଏ ମ୍ୟାଚ୍ ଡ୍ରରେ ସନ୍ତୁଷ୍ଟ ହେବାକୁ ପଡିଥିଲା ଏବଂ ଏହି ମ୍ୟାଚ୍ କୋରିଆ ବିପକ୍ଷରେ ଥିଲା, ଯାହା ୨-୨ରେ ଶେଷ ହୋଇଥିଲା।
ରବିବାର, ସେପ୍ଟେମ୍ବର ୭ତାରିଖରେ ଅନୁଷ୍ଠିତ ଏହି ଫାଇନାଲରେ, ଟିମ୍ ଇଣ୍ଡିଆ ଏକ ମହାନ ଆରମ୍ଭ କରିଥିଲା ଓ ପ୍ରଥମ ମିନିଟ୍ରେ ହିଁ ଏକ ଗୋଲ ସ୍କୋର କରି ୧-୦ରେ ଆଗୁଆ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଥିବା ସୁଖଜିତ୍ ଟିମ୍ ଇଣ୍ଡିଆ ପାଇଁ ଖାତା ଖୋଲିଥିଲେ। ତଥାପି, ଦ୍ୱିତୀୟ ଗୋଲ ପାଇଁ ଦଳକୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା ଏବଂ ପ୍ରଥମାର୍ଦ୍ଧ ଶେଷ ହେବାର ୨ ମିନିଟ୍ ପୂର୍ବରୁ, ଦିଲପ୍ରୀତ ସିଂହ ସ୍କୋରକୁ ୨-୦କରି ଦଳକୁ ଆଶ୍ୱସ୍ତି ଦେଇଥିଲେ।
ଟିମ୍ ଇଣ୍ଡିଆ ମ୍ୟାଚ୍ରେ ପ୍ରାଧାନ୍ୟ ବିସ୍ତାର କରିଚାଲିଥିଲା କିନ୍ତୁ କୋରିଆନ୍ର ପ୍ରତିରକ୍ଷାକୁ ଭାଙ୍ଗିବା ଏତେ ସହଜ ନଥିଲା। ଏହି କାରଣରୁ ତୃତୀୟ ଗୋଲ ପାଇଁ ସମୟ ଲାଗିଥିଲା କିନ୍ତୁ ଯେତେବେଳେ ୪୫ତମ ମିନିଟରେ ସଫଳତା ଆସିଲା, ସେତେବେଳେ ଦିଲପ୍ରୀତ ସିଂହ ପୁଣି ଥରେ ଗୋଲ ଦେଇଥିଲେ। ଏହା ଦିଲପ୍ରୀତଙ୍କ ମ୍ୟାଚ୍ରେ ଦ୍ୱିତୀୟ ଗୋଲ ଥିଲା। ତା’ପରେ ଦକ୍ଷିଣ ଆଫ୍ରିକାର ପ୍ରତ୍ୟାବର୍ତ୍ତନ ପ୍ରାୟ ଅସମ୍ଭବ ହୋଇଗଲା । ଅମିତ ରୋହିଦାସଙ୍କ ଗୋଲ ବଳକା ଆଶାକୁ ଶେଷ କରିଦେଲା। ଦକ୍ଷିଣ କୋରିଆ ୫୭ତମ ମିନିଟରେ ଏକ ଗୋଲ କରିଥିଲା କିନ୍ତୁ ଏହା ସ୍କୋରଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିବା ପାଇଁ ଯଥେଷ୍ଟ ପ୍ରମାଣିତ ହେଲା।
୯ମ ଫାଇନାଲ୍ ଖେଳି ଭାରତୀୟ ଦଳ ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ଟିମ୍ ଇଣ୍ଡିଆର ଶେଷ ଟାଇଟଲ୍ ୮ ବର୍ଷ ପୂର୍ବେ ୨୦୧୭ରେ ଆସିଥିଲା। ଏବେ କେବଳ ଦକ୍ଷିଣ କୋରିଆ ପାଖରେ ଏହାଠାରୁ ଅଧିକ ଟାଇଟଲ୍ ଅଛି। ଫାଇନାଲରେ, ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ଏହାର ସ୍କୋର ୨-୨ରେ ସମାନ କରିଥିଲା। ପୂର୍ବରୁ, ଦୁଇ ଦେଶ ମଧ୍ୟରେ ୩ଟି ଫାଇନାଲ୍ ଖେଳାଯାଇଥିଲା, ଯେଉଁଥିରେ ୨ଟି ଦକ୍ଷିଣ କୋରିଆ ଏବଂ ଗୋଟିଏ ଭାରତ ଜିତିଥିଲା। କେବଳ ଏତିକି ନୁହେଁ, ଏହି ଟାଇଟଲ୍ ବିଜୟ ସହିତ, ଟିମ୍ ଇଣ୍ଡିଆ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।

