ନନ୍ଦିଘୋଷ ବ୍ୟୁରୋ : ଟପ୍ କ୍ୟାଡର ନକ୍ସଲ ନିହତ। ସେ ହେଲା ଅମିତ ହାଁସଦା ଓରଫ ଆପ୍ତାନ। ଝାଡ଼ଖଣ୍ଡର ଚାଇବାସାରେ ହୋଇଥିବା ଏନକାଉଣ୍ଟରରେ ସେ ନିହତ ହୋଇଛି। ଅମିତ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ସହିତ ହୋଇଥିଲା ଏନକାଉଣ୍ଟର। ଏସପି ପାରସ ରାଣା କହିଛନ୍ତି ଯେ ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୋଲିସ ଷ୍ଟେସନ ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ଏକ SLR ରାଇଫଲ୍, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନକାଉଣ୍ଟର ପରେ ସୁରକ୍ଷା କର୍ମୀମାନେ ଅନ୍ୟ ମାଓବାଦୀ ଆଡ୍ଡା ଠାବ କରିବା ପାଇଁ ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। କିଛି ଦିନ ତଳେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।
କୁଶପଙ୍ଗି ନିକଟସ୍ଥ ମହାନଦୀ ପଠାରେ ଫସି ରହିଥିବା ଗାଇ ପଲଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ
ନନ୍ଦିଘୋଷ ବ୍ୟୁରୋ: ବାଙ୍କୀ କୁଶପଙ୍ଗି ନିକଟସ୍ଥ ମହାନଦୀ ପଠାରେ ଫସି ରହି ଛନ୍ତି ଗାଈପଲ। ମହାନଦୀ ରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ଗାଇପଲ ଫସି ରହିଛନ୍ତି। ଗତ କାଲିଠୁ କୁଶପଙ୍ଗି ଅଞ୍ଚଳକୁ ଘାସ ଖାଇବା ପାଇଁ ଯାଇଥିବାବେଳେ ଫସି ରହିଥିଲୋ। ୧୫ରୁ ଉର୍ଦ୍ଧ ଗାଈ ସେଠାରେ ରହି ଥିବାର ଅନୁମାନ କରାଯାଉଛି। ଖବର ପାଇ ଡମପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପାୱାର ବୋଟ ଯୋଗେ ଗାଈ ଗୁଡ଼ିକୁ ଉଦ୍ଧାର କରିବା ପାଇଁ ମହାନଦୀ ପାଣିକୁ ଯାଇଛନ୍ତି।
ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ନନ୍ଦିଘୋଷ ବ୍ୟୁରୋ: ଫୁଲୁଛି ମହାନଦୀ। ମୁଣ୍ଡଳୀରେ ୬ ଲକ୍ଷ କ୍ୟୁସେକ ଟପିଲା ବନ୍ୟା ଜଳ ପ୍ରବାହର ମାତ୍ରା। ପାଣି ବଢୁଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ମୁଣ୍ଡଳୀ ବ୍ରିଜର ଉପର ଭାଗରେ ଜଳସ୍ତର ୮୯.୨୦ ଫୁଟ ଥିବା ବେଳେ, ତଳ ଭାଗରେ ୮୭.୨୦ ଫୁଟ ଜଳସ୍ତର ରହିଛି । ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମୁଣ୍ଡଳୀରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।
ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ, ରେଲୱେ କଲୋନୀ ଅଞ୍ଚଳରେ ଗୁଳିମାଡ଼
ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ। ପରେ ହେଲା ଗୁଳିମାଡ଼। ସୂଚନା ଅନୁସାରେ, ଝାରସୁଗୁଡା ରେଲୱେ କଲୋନୀ ଅଞ୍ଚଳରେ ରହୁଥିବା ଦଶରଥ ସୁନାଙ୍କ ଘରେ ଆଜି ସକାଳୁ ୬ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଘରକବାଟରେ ବାଜିଛି ଗୁଳି । ଅଳ୍ପକେ ବର୍ତ୍ତିଛନ୍ତି ଦଶରଥଙ୍କ ପରିବାର ଲୋକେ। ଗୁଳି ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଝାରସୁଗୁଡା ଜିଆରପି ଘଟଣାସ୍ଥଳରୁ ୬ ରାଉଣ୍ଡ ଖୋକା ଜବତ କରିଛି। ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

