spot_img
Home Blog Page 4082

୧୦ ଦିନ ଭିତରେ ହେବ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି: ASI

ପୁରୀ: ଏଏସଆଇ ଟିମର ଶ୍ରୀମନ୍ଦିର ଯାଞ୍ଚ । ଆସନ୍ତା ୧୦ ଦିନ ଭିତରେ ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ଶେଷ କରାଯିବ । ଗର୍ଭଗୃହ ଭିତରେ କେମିକାଲ ଓ୍ବାସ୍ ସହ ପ୍ଲାଷ୍ଟରରିଂ ହେବ । ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍ ରହିଛି । କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯିବା ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯାଇଛି ।

ଅନୁମତି ମିଳିବା ପରେ ଖୁବଶୀଘ୍ର ସିସିଟିଭି ଲଗାଯିବ ବୋଲି କହିଛନ୍ତି ଏଏସଆଇ ଓଡିଶା ମୁଖ୍ୟ ତଥା ସୁପରିନ୍‌ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଶ୍ରୀମନ୍ଦିରରୁ ଶ୍ରୀଜିଉ ଗୁଣ୍ଡିଚା ରାଣୀଙ୍କ ମନ୍ଦିରକୁ ଗସ୍ତ କରିଚନ୍ତି  । ବର୍ତ୍ତମାନ ଶ୍ରୀମନ୍ଦିରରେ ବନ୍ଦ ରହିଛି ସମସ୍ତ ନିତୀକାନ୍ତି  । ପ୍ରଭୁଙ୍କ ମାନବୀୟ ଲୀଳାରେ ବିଭୋର ଗୁଣ୍ଡିଚା ମନ୍ଦିର  । ତେଣୁ ଏହି ସମୟରେ ଏଏସଆଇ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥାଏ  ।

ଦେଖିନଥିବେ ଏମିତି ବିବାହ: କୁମ୍ଭୀର କନ୍ୟା, ବର ମେୟର

ମେକ୍ସିକୋ ସିଟି: ଜୀବନସାଥୀ ସହ ସଂସାର ଗଢିବାକୁ ପ୍ରତ୍ୟେକ ସ୍ବପ୍ନ ଦେଖିଥାନ୍ତି  । କିନ୍ତୁ ଜୀବନସାଥୀ ଯଦି କୁମ୍ଭୀର ହୋଇଥିବ ତେବେ ଏହା କେମିତି ସମ୍ଭବ ? କାହାଣୀ ଭଳି ଲାଗୁଥିଲେ ବି ବାସ୍ତବରେ ଏମିତି ଘଟଣା ଘଟିଛି ମେକ୍ସିକୋର ଏକ ଗାଁରେ  । ମହିଳାଙ୍କ ପରିବର୍ତ୍ତେ ଏକ କୁମ୍ଭୀରକୁ ବିବାହ କରି ଚର୍ଚ୍ଚାରେ ସେଠାକାର ମେୟର । ସୋସିଆଲ ମିଡିଆରେ ଫଟୋ ସେୟାର ପରେ ଚାରିଆଡେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା  ।

ସୈନ ପେଡ୍ରୋ ହୁଆମେଲୁଲାର ମେୟର ଭିକ୍ଟର ହ୍ୟୁଗୋ ସୋସା ପ୍ରାଚୀନ ପରମ୍ପରାକୁ ପାଳନ କରିବାକୁ ଯାଇ କୁମ୍ଭୀରକୁ କନ୍ୟା ସଜାଇଛନ୍ତି । ବିବାହରେ କୁମ୍ଭୀର ଧଳାରଙ୍ଗର ଗାଉନ ପିନ୍ଧି ଓଢଣୀ ପକାଇଛି ।ମେୟର ମଧ୍ୟ ନିଜ କନ୍ୟାକୁ ହାତରେ ଧରି ସ୍ଥାନୀୟ ଲୋକଙ୍କ ସହ ଗାଁ ଭିତରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବଜାଇ ଯାଉଥିବା ଦେଖିବାକୁ ମିଳିଛି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ମେୟର ନିଜ ନବବିବାହିତା ପତ୍ନୀ କୁମ୍ଭୀରଙ୍କୁ ଚୁମ୍ବନ ଦେଉଛନ୍ତି  । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ କୁମ୍ଭୀର ମୁହଁକୁ ବନ୍ଧା ଯାଇଛି। ରଏଟର୍ସର ଖବର ଅନୁସାରେ କୁମ୍ଭୀରକୁ ଲିଟିଲ ପ୍ରିନ୍ସେସର ଆଖ୍ୟା ଦିଆଯାଇଛି । ପର୍ଯ୍ୟାପ୍ତ ବର୍ଷା ଏବଂ ଖାଦ୍ୟ ପାଇଁ ପରମ୍ପରା ପାଳନ କରିଆସୁଛି ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ମତ୍ସଜୀବୀଙ୍କ ଏହି ଗାଁ ।

ସ୍ବଦେଶୀ ସଂସ୍କୃତି, ଭାଷା ଓ ପରମ୍ପରା ସଂରକ୍ଷଣ ପାଇଁ ମେକ୍ସିକୋର ଦକ୍ଷିଣରେ ଥିବା ଓକ୍ସାକା ପରିଚିତ  ।

 

ଦ ବ୍ୟାଟମ୍ୟାନ୍କୁ ପଛରେ ପକାଇ ଆଗରେ RRR

କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ RRR ଫିଲ୍ମର କ୍ରେଜ  । ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ଏସ ଏସ ରାଜାମୌଲୀଙ୍କ ଏହି ଫିଲ୍ମ । କିନ୍ତୁ ନିକଟରେ RRR ର ଉପଲବ୍ଧି ଭାରତୀୟ ସିନେମା ପାଇଁ ଗୌରବ ଆଣିଦେଇଛି । ହଲିଉଡ ଷ୍ଟାର ଟମ କ୍ରୁଜଙ୍କ ଟପ ଗନ: ମେବରିକ ଓ ଦ ବ୍ୟାଟମ୍ୟାନ ଭଳି ବଡ ଫିଲ୍ମକୁ ପଛରେ ପକାଇ ଦ୍ବିତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ ଜିତିଛି RRR ।

ଏଭ୍ରିଥିଙ୍ଗ ଏଭ୍ରିହ୍ୱେୟାର ଅଲ ଆଟ୍‌ ୱାନ୍ସ ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ ଜିତିଥିବାବେଳେ RRR ରନର୍ସଅପ ହୋଇଛି । ହଲିଉଡ କ୍ରିଟିକ୍ସ ଆସୋସିଏସନ ମିଡସିଜିନ ଆୱାର୍ଡ ୨୦୨୨ ବର୍ଷରେ ଦୁଇଥର ବିଶ୍ବରେ ନିର୍ମିତ ଚଳଚ୍ଚିତ୍ରକୁ ସମ୍ମାନିତ କରିଥାଏ । ଆମେରିକାରେ ରିଲିଜ ହୋଇଥିବା ଫିଲ୍ମ ଗୁଡିକ ସମ୍ମାନ ପାଇଁ ମନୋନୀତ ହୋଇଥାନ୍ତି । ପ୍ରଥମ ଥର କୌଣସି ଭାରତୀୟ ଫିଲ୍ମକୁ ହଲିଉଡ ଆୱାର୍ଡ ଶୋରେ ବେଷ୍ଟ ପିକ୍ଚର ଶ୍ରେଣୀରେ ନୋମିନେଟ କରାଯାଇଥିଲା ।

ପ୍ରଥମ ଥର ଏଭଳି ସମ୍ମାନ ଜିତି ଭାରତୀୟ ଫିଲ୍ମ କୌଣସି ହଲିଉଡ ଫିଲ୍ମ ଠୁ କମ ନୁହେଁ ବୋଲି ପ୍ରମାଣ କରିଦେଲା  RRR । ସେହିପରି ଓଟିଟି ପ୍ଲାଟଫର୍ମରେ ବି RRR ସବୁଠାରୁ ଲୋକପ୍ରିୟ. ଫିଲ୍ମ ସାଜିଛି  । ୪୫ ମିଲିଅନ ଘଣ୍ଟାରୁ ଅଧିକ ଥର RRR ଦେଖାଯାଇଥିବା ଓଟିଟି ପ୍ଲାଟଫର୍ମରେ ଜଣାପଡିଛି  ।

ରାମଚରଣ, ଜୁନିଅର ଏନଟିଆର, ଆଲିଆ ଭଟ୍ଟ ଓ ଅଜୟ ଦେବଗନଙ୍କ ଭଳି ସୁପରଷ୍ଟାରଙ୍କୁ ନେଇ ନିର୍ମିତ RRR ସମଗ୍ର ବିଶ୍ବରେ ୧୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶାହଙ୍କ ଦୃଢୋକ୍ତି; ଆସନ୍ତା ୩୦-୪୦ ବର୍ଷ ସରକାରରେ ରହିବ ବିଜେପି

ହାଇଦ୍ରାବାଦ: ହାଇଦ୍ରାବାଦରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି  । ସେ କହିଛନ୍ତି ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପି ସରକାରରେ ରହିବ ଏବଂ ଏହି ସମୟରେ ଭାରତ ବିଶ୍ୱଗୁରୁ ହେବାର ଅଭିଳାଷାକୁ ପୂରା କରିବ । ଶାହ କହିଛନ୍ତି, ବଂଶବାଦ, ଜାତିବାଦ ଏବଂ ତୁଷ୍ଟିକରଣ ଦେଶର ରାଜନୀତି ପାଇଁ ସବୁଠୁ ବଡ ଅଭିଶାପ ଥିଲା । କିନ୍ତୁ ବିଜେପି ଶାସନରେ ଏସବୁକୁ ହଟାଯାଇଛଇ ।

ଗୃହମନ୍ତ୍ରୀ ଶ୍ରୀ ଶାହ ଆଗକୁ କହିଛନ୍ତି, ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାରିବାରିକ ଶାସନକୁ ଶେଷ କରିଦେବ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶା ସହିତ ଅନ୍ୟ ରାଜ୍ୟରେ ମଧ୍ୟ ଶାସନ କ୍ଷମତାକୁ ଆସିବ  । ୨୦୧୪ରୁ କେନ୍ଦ୍ରରେ କ୍ଷମତାଶୀନ ବିଜେପି ଏହି ରାଜ୍ୟଗୁଡିକରେ କ୍ଷମତାଠୁ ବାହାରେ ଅଛି । ଆଗାମୀ ଦିନରେ ବିଜେପିର ଦୃଢ ନେତୃତ୍ୱ ଓ ରଣନୀତି ପାଇଁ ଏହି ରାଜ୍ୟଗୁଡିକରେ ସରକାର ବନାଇବା ରେ ସଫଳ ହେବ ।

ଗୁଜୁରାଟ ଦଙ୍ଗାକୁ ନେଇ ନିକଟରେ ପ୍ରକାଶିତ ସୁପ୍ରିମକୋର୍ଟଙ୍କ ରାୟକୁ ଶାହ ଐତିହାସିକ ବୋଲି କହିଛନ୍ତି  । ଗୁଜୁରାଟ ଦଙ୍ଗାରେ ମୃତ୍ୟୁବରଣ କରିଥିବା ଦିବଙ୍ଗତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀ ସୁପ୍ରିମକୋର୍ଟରେ ଗୁଜୁରାଟ ଏସଆଇଟିର କ୍ଲିନଚିଟ ନୋଟିସକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ଏସଆଇଟିର ମୋଦୀଙ୍କ ସମେତ ୬୪ ଜଣଙ୍କୁ କ୍ଲିନ ଚିଟ ଦେବାକୁ ସଠିକ ବୋଲି କହିଥିଲେ  ।

ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର, ୨ ଦିନ ପୁରୁଣା ମେସେଜକୁ ମଧ୍ୟ କରିପାରିବେ ଡିଲିଟ୍।

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନର ଆଧୁନିକ ଦୁନିଆରେ ହ୍ବାଟ୍ସଆପ ଏକ ବହୁଳ ବ୍ୟବହାର ଆପଲିକେସନ ଅଟେ । ସେଥିପାଇଁ ୟୁଜର୍ସ ମାନଙ୍କ ସୁବିଧା ଅନୁଯାୟୀ କମ୍ପାନୀ ନୂଆ ନୂଆ ଫୁଚର ଲାଗୁ କରୁଛି । ଏବେ ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର । ୨ ଦିନ ପୁରୁଣା ମେସେଜକୁ ମଧ୍ୟ କରି ପାରିବେ ଡିଲିଟ୍ । ହ୍ବାଟ୍ସଆପରେ ପଠାଯାଉଥିବା ମେସେଜକୁ ଡିଲିଟ୍ କରିବା ଫିଚର ‘Delete Message for everyone’ ରେ ଏବେ ପାଇ ପାରିବେ ଏକ ନୂଆ ସୁବିଧା ।

ପୂର୍ବରୁ  ଏକ ଘଣ୍ଟା ପରେ ମେସେଜ୍ ପୁରୁଣା ହୋଇଯାଇଥିବାରୁ ଏହାକୁ ଡିଲିଟ୍ କରାଯାଇପାରୁ ନଥିଲା  । ପ୍ରଥମେ ୟୁଜର୍ସ ମାନଙ୍କୁ ମେସେଜ୍ ଡିଲିଟ୍ କରିବା ପାଇଁ ୮ ମିନିଟ୍ ସମୟ ଦିଆଯାଉଥିଲା , ପରେ ଏହାକୁ ବଢାଇ ଏକ ଘଣ୍ଟା କରିଦିଆ ଯାଇଥିଲା । ଏବେ ହ୍ବାଟ୍ସଆପ୍ କମ୍ପାନୀ ପକ୍ଷରୁ ୟୁଜର୍ସ ମାନଙ୍କ ପାଇଁ  ଏକ ଖୁସି ଖବର ଆସିଛି । ବର୍ତ୍ତମାନ ହ୍ବାଟ୍ସଆପରେ ପଠାଯାଉଥିବା ମେସେଜରେ ଡିଲିଟ କରିବା ଫିଚରର ଲିମିଟ୍ ବଢାଇ ଦିଆଯାଇଛି । ସୂଚନା ଅନୁଯାୟୀ ଏବେ ସମସ୍ତ ହ୍ବାଟ୍ସଆପ ୟୁଜର୍ସ ମାନେ ଏବେ ୨ ଦିନ ପୁରୁଣା ମେସେଜ ମଧ୍ୟ ଡିଲିଟ୍ କରିପାରିବେ ।

WABetaInfoର ରିପୋର୍ଟ ଅନୁଯାୟୀ ହ୍ବଟ୍ସଆପର ଲାଟେସ୍ ବିଟା ୨.୨୨.୧୫.୮ର କିଛି  ୟୁଜର୍ସ ମାନଙ୍କ ପାଇଁ ମେସେଜ ଡିଲିଟ୍ କରାଯିବାର ଲିମିଟ୍ ୨ ଦିନ ୧୨ଘଣ୍ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ଏବଂ ମେସେଜ କରାଯିବା ପରର ସମୟର ଲିମିଟ୍ କେବଳ ୧ ଘଣ୍ଟା ୮ ମିନିଟ୍ ୧୬ ସେକେଣ୍ଡ ରହିଛି । ଯାହା ପରେ ମେସେଜକୁ Delete Message for everyone’ କରାଯାଇ ପାରିବ ନାହିଁ ।

ବେଆଇନ ଘର ଭାଙ୍ଗିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ

ପାଟନା: ବିହାର ରାଜଧାନୀ ପାଟନାରେ ବେଆଇନ ଘର ଭାଙ୍ଗିବା ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି । ଏଥିରେ କିଛି ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସିଟି ଏସପି ଅମରୀଶ ରାହୁଲ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ପୋଲିସ ରାଜୀବ ନଗରରେ ବେଆଇନ କବଜା ହଟାଇବା ପାଇଁ ଯାଇଥିଲା । ଏହି କାର୍ଯ୍ୟରେ ୧୭ ଜେସିବି ନିୟୋଜିତ କରାଯାଇଥିଲା । ସେହିପରି ୨୦୦୦ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସ୍ଥାନୀୟ ଲୋକମାନଙ୍କ ବିରୋଧ ସତ୍ତ୍ୱେ ପୋଲିସ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା । ରାଜୀବ ନଗର ଥାନା ଅଞ୍ଚଳର ନେପାଳି ନଗରରେ ୭୦ ଘର ଧ୍ୱସଂ କରାଯାଉଛି  । ଏନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ମୁତାବକ ଘର ଭାଙ୍ଗିବା ପାଇଁ ଯିବା ସମୟରେ ଲୋକମାନେ ନିଜ ନିଜ ଘର ଛାତ ଉପରେ ଥାଇ ଟେକା ପଥର ଫୋପାଡି ମାଡ଼ କରିଥିଲେ । ଏଥିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସର ପ୍ରୟୋଗ କରିବାକୁ ପଡିଥିଲା । ନେପାଳି ନଗରରେ ସ୍ଥିତି ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ରହିଛି । ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ରହିଛନ୍ତି ।

ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର କହିଛନ୍ତି ଘର ଭଙ୍ଗା କାର୍ଯ୍ୟ ଜାରି ରହିବ । କୌଣସି ବି ସ୍ଥିତିରେ ଲୋକମାନଙ୍କୁ ସରକାରୀ ଜମିକୁ କବଜା କରିବା ପାଇଁ ଦିଆଯିବ ନାହିଁ । ଜିଲ୍ଲାପାଳ ସୂଚନା ଦେଇଛନ୍ତି ଲୋକମାନଙ୍କ ଆକ୍ରମଣରେ ଦୁଇ ଜଣ ଯବାନ ଏବଂ ସିଟି ଏସପି ଆହତ ହୋଇଛନ୍ତି  । ୧୨ ଜଣ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି । ଭିଡିଓ ସିସିଟିଭି ଫୁଟେଜରୁ ଅନ୍ୟ ଆକ୍ରମଣକାରୀଙ୍କ ଚିହ୍ନଟ କରାଯାଉଛି । ବର୍ତ୍ତମାନ ସ୍ଥିତି ପୋଲିସର ନିୟନ୍ତ୍ରଣାଧୀନ ରହିଥିବା ଜିଲ୍ଲାପାଳ କହିଛନ୍ତି  । ତେବେ ସରକାରୀ ଜମିରେ ବେଆଇନ ନିର୍ମାଣକୁ ଭାଙ୍ଗିବା ସମ୍ପର୍କିତ ନୋଟିସ୍ ଲୋକମାନଙ୍କୁ ପୂର୍ବରୁ ଦିଆଯାଇଥିବା କହିଛନ୍ତି ସେ । ଅନ୍ୟପ କ୍ଷରେ ସ୍ଥାନୀୟ ଲୋକେ କହିଛନ୍ତି, ଆମେ ପ୍ରତି ମାସରେ ନଗର ନିଗମକୁ ଟିକସ ଦେଉଛି । ତେବେ ଆମ ଘର ବେଆଇନ ହେଲା କିପରି  ।

ବ୍ରେକଡ୍ୟାନ୍ସ ଦୋଳିରେ ବସିଥିଲେ, ଚାଲିଗଲା ଜୀବନ

କୋରାପୁଟ: ଦୋଳି ଖେଳ ବି ଜୀବନ ନେଇପାରେ  । ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି  । ଦୋଳି ଖେଳିବାବେଳେ ଚାଲିଗଲା କୁନି ଝିଅର ଜୀବନ । କୋରାପୁଟ ଜିଲ୍ଲା କୋଟପାଡ଼ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରଥଯାତ୍ରାରେ ପଡିଥିଲା ବ୍ରେକଡାନ୍ସ ଦୋଳି  । କୁନି ଝିଅ ମଧ୍ୟ ଦୋଳିରେ ବସି ମଜା ନେବାକୁ ଇଛା କରିଥିଲା  ।

ମିଳିଥିବା ସୂଚନା ମୁତାବକ ଦୋଳି ଖେଳୁଥିବାବେଳେ କୁନି ଝିଅଟି ଦୋଳିର ହଲିବାକୁ ସହ୍ୟ କରିପାରିନଥିଲା  । ଯାହା ଫଳରେ ଦୃଦଘାତରେ ୧୩ବର୍ଷିୟା ନାବାଳିକାର ମୃତ୍ୟୁ ହୋଇଛି । ମୃତକ ହେଲେ ମହମଦ ୟାକୁବଙ୍କ ଝିଅ ଆଲଫିଆ ବାନ । କୋରାପୁଟ ରଥଯାତ୍ରାରେ ପଡିଥିବା ମିନାବଜାର ବ୍ରେକଡେନ୍ସରେ ହବସିଥିଲା ଉକ୍ତ ନାବାଳିକା  । ବସିଥିବା ସମୟରେ ହଠାତ ତାଙ୍କର ହୃଦଘାତ ହୋଇଥିଲା । ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି  ।

ବାହାରିଲା ଆଡ଼ପ ଅବଢା, ଜନ୍ମବେଦୀରେ ତିନି ଠାକୁର

ପୁରୀ: ଜନ୍ମବେଦିରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିଛି ଆଡ଼ପ ଅବଢା । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ ନୀତିକାନ୍ତି ଚାଲିଛି । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ୱ ରହିଛି ।

ଗତ ଦୁଇବର୍ଷ ଧରି ଭକ୍ତ ଏହି ଦର୍ଶନରୁ ବଞ୍ଚିତ ଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ମହାପ୍ରଭୁ ଜନ୍ମବେଦୀକୁ ବିଜେ କରିଛନ୍ତି  । ଏଥ ସହିତ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଆଡ଼ପ ଅବଢା ବାହାରିଛି  । ଭକ୍ତ ଆଡପ ଅବଢା ପାଇ କୃତାର୍ଥ ହୋଇଛନ୍ତି  । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ଶ୍ରୀକ୍ଷେତ୍ର  ।  ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ ।

ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି  । ମେଡିକାଲ ଛକରୁ ଧାଡିରେ ଯାଉଛନ୍ତି ଶ୍ରଦ୍ଧାଳୁ  ।  ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସେପଟେ ସୁରୁଖୁରରେ ଭକ୍ତ ଆଡପ ଅବଢା ପାଇବା ସହ ଶୃଙ୍ଖଳିତ ଭାବେ ଧାଡି ଦର୍ଶନ କରିପାରୁଛନ୍ତି  ।

ଅମରାବତୀ ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ଖୁଲାସା, ହତ୍ୟା କରିଛି ବନ୍ଧୁ

ଅମରାବତୀ: ମହାରାଷ୍ଟ୍ର ଅମରାବତୀରେ ପ୍ରାଣ ହରାଇଥିବା ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କ ସାନ ଭାଇ ମହେଶ କୋଲ୍ହେଙ୍କ ଚାଞ୍ଚଲ୍ୟକର ବୟାନ । ହତ୍ୟାରେ ସାମିଲ ଅଭିଯୁକ୍ତ ୟୁସୁଫ ଉମେଶଙ୍କ ଅତି ନିକଟତର ବନ୍ଧୁ । ଏପରିକି ଉମେଶଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇଥିଲେ ୟୁସୁଫ  ।

ଉମେଶ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ କାରବାର କରୁଥିବାବେଳେ ଅଭିଯୁକ୍ତ ୟୁସୁଫ ପଶୁ ଡାକ୍ତରଖାନାରେ କାମ କରୁଥିଲେ । ଏହି କାରଣରୁ ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଉଥିଲେ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ପାରିବାରିକ ହୋଇଥିବାରୁ ଉମେଶଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ୟୁସୁଫ ।

ସେପଟେ ଅଭିଯୁକ୍ତ ୟୁସୁଫର ଆର୍ଥିକ ସ୍ଥିତି ସୁଦୃଢ ନଥିଲା । ଅଧିକାଂଶ ସମୟରେ ୟୁସୁଫକୁ ସାହାଯ୍ୟ କରୁଥିଲେ ଉମେଶ । ମିଳିଥିବା ସୂଚନା ଅନୁସାରେ ୟୁସୁଫଙ୍କ ଉପରେ କରଜ ଭାର ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଥିଲା । ଭଉଣୀ ବିବାହ ହେଉକି ପିଲାଙ୍କ ଆଡମିଶନ ସମୟରେ ଉମେଶଙ୍କ ସାହାଯ୍ୟ ନେଉଥିଲେ ୟୁସୁଫ  ।

କିନ୍ତୁ କିଛି ଦିନ ପୂର୍ବରୁ ଉମେଶ ଅଜାଣତରେ ଏକ ହ୍ବାଟସ୍‌ଆପ୍‌ ଗ୍ରୁପରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ସେୟାର କରି ଦେଇଥିଲେ । ଉକ୍ତ ଗ୍ରୁପର ଆଡମିନ୍‌ ଥିଲେ ୟୁସୁଫ । ସେପଟେ ଭାଇକୁ କ୍ଷମା ମାଗିବା ପାଇଁ ସୁଯୋଗ ମିଳିନଥିଲା ବୋଲି କହିଛନ୍ତି ମହେଶ । ୨୪ ବର୍ଷର ମେଡିସିନ ବ୍ୟବସାୟ ମଧ୍ୟରେ ଉମେଶଙ୍କର କାହା ସହ କୌଣସି ବିବାଦ ନଥିଲା  । ତଥାପି ସେ ହତ୍ୟାର ଶିକାର ହେଲେ ବୋଲି ଦୁଃଖପ୍ରକାଶ କରି କହିଛନ୍ତି ପରିବାର  ।

 

 

ଭାରତରେ ବ୍ୟାନ ହେଲା ଖାଲସା ଏଡ୍ ପ୍ରତିଷ୍ଠାତା ରବି ସିଂଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଖାଲସା ଏଡ୍ ପ୍ରତିଷ୍ଠାତା ରବି ସିଂଙ୍କ ଟ୍ୱିଟର ଆକାଉଣ୍ଟ ଭାରତରେ ହେଲା ନିଷିଦ୍ଧ । ଏନେ ରବି ସିଂ ନିଜେ ଫେସବୁକରେ ସୂଚନା ଦେଇଛନ୍ତି । ଏହା ଗଣତନ୍ତ୍ର ପ୍ରତି ଏକ ଅବମାନନା ବୋଲି ସେ କହିଛନ୍ତି । ସେପଟେ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ରବି ସିଂଙ୍କ ଟ୍ୱିଟର ଆକାଉଣ୍ଟ ରଦ୍ଦ କରାଯାଇଛି । ଖାଲସା ଏଡ୍ ଏକ ଆନ୍ତର୍ଜାତିକ ବେସରକାରୀ ସଂଗଠନ ହୋଇଥିବାବେଳେ ଏହାର ମୁଖ୍ୟାଳୟ ବ୍ରିଟେନରେ ରହିଛି ।

ଗତ ୨୦୨୦ରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କିଷାନ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକୁ ସମର୍ଥନ ଦେଇଥିଲା ସଂଗଠନ । ଏପରିକି ଚାଷୀମାନଙ୍କୁ ଖାଇବାକୁ ଦେବା ସହ ଅନ୍ୟ ପ୍ରକାର ସହାୟତା ଯୋଗାଇଥିଲା ସଂଗଠନ । ୨୦୨୧ରେ ନୋବେଲ ଶାନ୍ତି ପୁରସ୍କାର ଲାଗି ଖାଲସା ଏଡର ନାମ ସୁପାରିସ ହୋଇଥିଲା ।