spot_img
Home Blog Page 4112

ରାଇମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା । ସେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କେହି ବିଶ୍ୱାସ ବି କରିପାରୁ ନାହାନ୍ତି ରାଇମୋହନ ପରିଡ଼ା ଆଉ ଆମ ଗହଣରେ ନାହାନ୍ତି । ଓଲିଉଡ ଜଗତକୁ ଶକ୍ତ ଝଟକା ଲାଗିଛି । ରାଇମୋହନଙ୍କ ମୃତ୍ୟୁ ପରେ ଚାରିଆଡ଼େ ଖେଳିଯାଇଛି ଶୋକର ଛାୟା । ବରିଷ୍ଠ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ’ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୬୦ତମ ଜନ୍ମଦିନରେ ୬୦ହଜାର କୋଟି ଦାନ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଉଦ୍ୟୋଗପତି ଗୌତମ ଅଡ଼ାନୀ । ଭାରତକୁ ଏକ ବୃହତ ରାଶିର ଟଙ୍କା ଦାନ କରି ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।  ଦୁନିଆର ଟପ୍୧୦ ଧନୀମାନଙ୍କ ମଧ୍ୟରେ ଉଦ୍ୟୋଗପତି ଗୌତମ ଅଡ଼ାନୀଙ୍କ ନାଁ ମଧ୍ୟ ରହିଛି । ସେ କେବଳ ଭାରତର ନୁହେଁ ଏସିଆର ସବୁଠାରୁ ଧନୀ ମାନଙ୍କ ମଧ୍ୟରୁ ସେ ଜଣେ । ୨୪ ଜୁନରେ ସେ ୬୦ବର୍ଷରେ ପହଞ୍ଚିଛନ୍ତି ଏବଂ ତାଙ୍କ  ବାପାଙ୍କ ୧୦୦ତମ ଜନ୍ମବାର୍ଷିକ ଅବସରେ ନିଜ ସମ୍ପତ୍ତିର ଏକ ବଡ଼ ଅଂଶ  ଦାନ କରିବାକୁ ଘୋଷଣା କରିଛନ୍ତି । ୧୯୯୧ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ତାଙ୍କର କୌଣସି ନାଁ ନଥିଲା । ହେଲେ ୨୦ ବର୍ଷ ମଧ୍ୟରେ ସେ ନିଜ ବ୍ୟବସାୟକୁ ନେଇ ସାରା ଦେଶ ବିଦେଶରେ ଜଣାଶୁଣା ହୋଇଯାଇଥିଲେ ।

ଅଦାନୀ ନିଜ ସମ୍ପତ୍ତିର ୭.୭ ଅରବ ଡଲାର (ପାଖାପାଖି ୬୦ହଜାର କୋଟି ଟଙ୍କା)  ସାମାଜିକ କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି । ଏହା ଭାରତରେ ଦାନ କରାଯାଇଥିବା ଟଙ୍କା ହିସାବରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଦାନରାଶି ।

ଗୌତମ ଅଡାନୀ  ଦୁନିଆରେ ବହୁତ ବର୍ଷ ଧରି ଅରବପତି ମାନଙ୍କ ମଧ୍ୟରେ ନିଜର ପରିଚୟ ବନାଇ ରଖିଛନ୍ତି । ବର୍ତ୍ତମାନ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରେ  ୮ମ ସ୍ଥାନରେ ରହିଛନ୍ତି ।  ନିଜର ୬୦ତମ ଜନ୍ମଦିନ ଅବସରେ ସେ ଏକ ଟ୍ୱିଟ୍ ଜରିଆରେ ଏସବୁ ବିଷୟରେ ପୃଷ୍ଟି କରିଛନ୍ତି । ଏହି  ଟ୍ୱଟରେ ସେ ଲେଖିଛନ୍ତି କି ମୋ ପିତାଙ୍କ ୧୦୦ତମ ଜନ୍ମବାର୍ଷିକ ଏବଂ ମୋର ୬୦ତମ ଜନ୍ମଦିନ  ଅବସରେ  ଅଡ଼ାନୀ ପରିବାର ପକ୍ଷରୁ ପୂରା ଭାରତରେ ଶିକ୍ଷା,ସ୍ୱାସ୍ଥ୍ୟ  ଓ ଜ୍ଞାନ କୌଶଳର ବିକାଶ ପାଇଁ ୬୦ହଜାର କୋଟି ଟଙ୍କା ଦାନ କରିଥିବାରୁ ମୁଁ ଖୁସି । ଏହି ଭେଟି ଭାରତର ଭବିଷ୍ୟ ନିର୍ମାଣ ପାଇଁ ସହାୟକ ହେବ ।

 

ଖଳନାୟକ ଭୂମିକାରେ ଡରାଉଥିଲେ ରାଇମୋହନ

ଭୁବନେଶ୍ୱର: ଆଉନାହାନ୍ତି ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ା । ସେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନେକ ଓଡ଼ିଆ ଫିଲ୍ମରେ ଖଳନାୟକ ଭୂମିକା କରି ପ୍ରଶଂସା ସାଉଣ୍ଟି ଥିଲେ ରାଇମୋହନ । ଗଙ୍ଗ ଶିଉଳି, କୁଳନନ୍ଦନ, ସିଂହବାହିନୀ, ସରପଞ୍ଚ ବାବୁ, ସୁନା ଭାଉଜ, ଉଦଣ୍ଡୀ ସୀତା, ଦାଦାଗିରି, ମଣୀ ନାଗେଶ୍ୱରୀ, ପୁଅ ମୋର ଜଗତ ଜିତା, ରଣଭୂମି, ସହରୀ ବାଘରେ ତାଙ୍କ ଅଭିନୟ ଦର୍ଶକଙ୍କ ମତ ଜିଣିଥିଲା ।

ସେହିପରି ହିସାବ କରିବ କାଳିଆ, ମା’ ମଙ୍ଗଳା, ସମୟ ଖେଳୁଛି ଚକା ଭଉଁରୀ, ବନ୍ଧନ, ଆସିବୁ କେବେ ସାଜି ମୋ ରାଣୀ, ଛାତି ଚିରିଦେଲେ ତୁ, ଦେ ମାଆ ଶକ୍ତି ଦେ, ତୁ ଏକା ମୋ ସାହା ଭରସା ଆଦି ଫିଲ୍ମରେ ଦମଦାର ଅଭିନୟ କରି ପ୍ରଶଂସକଙ୍କ ଭଳପାଇବା ସାଉଁଟିଥିଲେ । ତାଙ୍କ ନେଗେଟିଭ୍ ରୋଲ ଦେଖିବାକୁ ଫିଲ୍ମ ହଲରେ ଜମୁଥିଲା ଦର୍ଶକଙ୍କ ଭିଡ଼ । କ୍ୟାରେକ୍ଟର ଭିତରେ ହଜି ଯାଇ ଦର୍ଶକଙ୍କୁ ମନକୁ କିଣିପାରିଥିଲେ ରାଇମୋହନ ।

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଲେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ପ୍ରଥମ ପ୍ରସ୍ତାବକ

ନୂଆଦିଲ୍ଲୀ: ସଂସଦ ଭବନରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବରିଷ୍ଠ ନେତାଙ୍କ ଗହଣରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ । ଦ୍ରୌପଦୀଙ୍କ ପ୍ରଥମ ପ୍ରସ୍ତାବକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ବେଳେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ବହୁ କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସହଯୋଗୀ ଦଳର ନେତା ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ଥିଲେ ।

ପ୍ରସ୍ତାବକ ଥିବା ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ମଧ୍ୟ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସାଂସଦ ସସ୍ମିତ ପାତ୍ର ମଧ୍ୟ ନାମାଙ୍କନ ସମୟରେ ଉପସ୍ଥିତ ଥିଲେ । ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ଅଛନ୍ତି ।

ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଆଉ ନାହାନ୍ତି ଭେଟେରାନ ଅଭିନେତା ରାଇମୋହନ । ବରିଷ୍ଠ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା କରିଥିବା ସୂଚନା । ତାଙ୍କ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଲା ଝୁଲନ୍ତା ମୃତଦେହ । ଘଟଣା ସ୍ଥଳରେ ପହଞ୍ଚିଲା ମଞ୍ଚେଶ୍ୱର ଥାନା ପୋଲିସ । ତେବେ କେଉଁ କାରଣରୁ ରାଇମୋହନ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି ।

ରାଇମୋହନ ପରିଡ଼ା ୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରୁ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିଲେ ରାଇମୋହନ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ ସେ । ୧୯୮୭ରେ ସାଗର ସିନେମାରେ ଖଳନାୟକ ଭୂମିକା ଦେଇଥିଲା ଖ୍ୟାତି । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଥିଲେ ରାଇମୋହନ । ସେ ପ୍ରାୟ ୧୦୦ ଫିଲ୍ମରେ ଅଭିନୟ କରିଛନ୍ତି । ୧୫ ବେଙ୍ଗଲୀ ଫିଲ୍ମ ଓ ୪୦ ନାଟକରେ ଅଭିନୟ କରିଥିଲେ ରାଇମୋହନ ପରିଡ଼ା । ଯାତ୍ରା ଜଗତରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରାଇମୋହନ ପରିଡ଼ା ।

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା, ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ସନ୍ତୋଷକୁ ରଶ୍ମିରେଖା ମୃତ୍ୟୁ ବାବଦରେ ପୋଲିସ ପଚାରଉଚରା କରୁଛି । ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ନୋଟିସ କରିଥିଲା ପୋଲିସ । ସନ୍ତୋଷ ରଶ୍ମିରେଖାଙ୍କ ସହ ଦେଢ଼ ମାସ ହେବ ଲିଭ-ଇନରେ ରହୁଥିଲେ । ରଶ୍ମିରେଖା ଆତ୍ମହତ୍ୟା କରିବାର ୪ ଦିନ ପୂର୍ବରୁ ସନ୍ତୋଷ ଭୁବନେଶ୍ୱର ବାହାରେ ଥିଲେ । ଏକ୍ସ ବୟଫ୍ରେଣ୍ଡ ରାଜାକୁ ନେଇ ରଶ୍ମିରେଖା ଓ ସନ୍ତୋଷ ମଧ୍ୟରେ ଝଗଡ଼ା ହୋଇଥିଲା କି? ରାଜାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଥିଲା କି? ସେଥିପାଇଁ ମାନସିକ ଚାପରେ ଥିଲେ କି ରଶ୍ମିରେଖା? ଏସବୁ ପ୍ରଶ୍ନ ସନ୍ତୋଷଙ୍କୁ ପଚାରୁଛି ପୋଲିସ । ତେବେ ଏହି ମାମଲାରେ ଗତକାଲି ଏକ୍ସ ବୟଫ୍ରେଣ୍ଡ ରାଜାକୁ ଜେରା କରିଥିଲା ନୟାପଲ୍ଲୀ ପୋଲିସ ।

କିଛି ସମୟ ମଧ୍ୟରେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ, ପ୍ରସ୍ତାବକ ରହିବେ ଓଡ଼ିଶାର ୨ ମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ଭବନରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେ ଆଉ କିଛି ସମୟ ମଧ୍ୟରେ ନାମାଙ୍କନ ଦାଖଲ କରିବେ । କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ସଂସଦରେ ପହଞ୍ଚିଲେ ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କ ପାଇଁ ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ପ୍ରସ୍ତାବକ ରହିବେ ।

ନାମାଙ୍କନ ଦାଖଲ ବେଳେ ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ପ୍ରସ୍ତାବକ ରହିବେ । ଏଥିପାଇଁ ସଂସଦ ଭବନରେ ପହଞ୍ଚି ସାରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା । ସାଙ୍ଗରେ ରହିଛନ୍ତି ସାଂସଦ ସସ୍ମିତ ପାତ୍ର । ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ । ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦ୍ରୌପଦୀ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ୨୯ ଜୁନ ଥିବା ବେଳେ ୩୦ ତାରିଖ ଯାଞ୍ଚ କରାଯିବ । ଆସନ୍ତା ଜୁଲାଇ ୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ରହିଛି ।

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ରାଜ୍ୟସଭା ଉପନିର୍ବାଚନରେ ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ବିଶି । ଉପନିର୍ବାଚନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନଦେବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ । ନିରଞ୍ଜନ ବିଶି ଜଣେ ଆଦିବାସୀ ନେତା । ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ଭାବେ ଆଦିବାସୀଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛନ୍ତି । ଆଦିବାସୀଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ, ସେମାନଙ୍କ ଅର୍ଥନୈତିକ ବିକାଶ ଲାଗି ସେ ବିଭିନ୍ନ ସ୍ତରରେ ସ୍ୱର ଉତ୍ତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସର୍ବଦା ଜନସେବାରେ ଲାଗିଛନ୍ତି । ଆଦିବାସୀ ବର୍ଗର ହୋଇଥିଲେ ମଧ୍ୟ ପଛୁଆ ବର୍ଗଙ୍କ ଅଧିକାର ଲାଗି ସର୍ବଦା ସେ ସ୍ୱର ଉତ୍ତୋଳନ କରିଆସିଛନ୍ତି ।

 

 

ଗାଁରେ ପଶି ଘର ଭାଙ୍ଗିଲା ଝାଡଖଣ୍ଡି ହାତୀ

ନୀଳଗିରି: ଗାଁକୁ ପଶିଲା ଝାଡ଼ଖଣ୍ଡି ଦନ୍ତା, ଭୟରେ ଲୋକେ । ନୀଳଗିରିର ଅଯୋଧ୍ୟା ବଜାର ଓ ଗାଁରେ ବୁଲୁଛି ଝାଡଖଣ୍ଡି ଦନ୍ତା । ଗତକାଲି ରାତିଠାରୁ ଆସିଥିବା ଦନ୍ତାଟି ଅଯୋଧ୍ୟା ଗାଁରେ ପ୍ରବେଶ କରି ଗୋଟିଏ ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଛି । ବଜାରର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବା ସହ ଏବେ ଗାଁରେ ବୁଲୁଛି ଦନ୍ତା । ଯାହାଫଳରେ ଭୟରେ ଲୋକେ ତାଟି କବାଟ ଦେଇ ଘରେ ଥିବାବେଳେ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ ଅଛନ୍ତି । ଦୈନଦିନ କୁଳଡ଼ିହା ହାତୀଙ୍କ ଉପଦ୍ରବ ପରେ ପୁଣି ଝାଡଖଣ୍ଡି ଦନ୍ତାଙ୍କ ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜିଗଲାଣି । ତେବେ ଦନ୍ତାଟି ପ୍ରଥମେ ନୀଳଗିରିକୁ ପ୍ରବେଶ କରିଥିବା ବେଳେ ଅନ୍ୟ ହାତୀପଲ ନୀଳଗିରିକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ବଢୁଛି ଅଡ଼ୁଆ, ଆଜି ବସିବ ଜରୁରୀ ବୈଠକ

ମୁମ୍ବାଇ: ଘନୀଭୂତ ହେଉଛି ମହାରାଷ୍ଟ୍ର ସଂକଟ । ଅଧିକ ଅଡ଼ୁଆରେ ପଡ଼ିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏକନାଥଙ୍କ ଶିବିରରେ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି । ସମର୍ଥନ ନେଇ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିବା କହିଛନ୍ତି ଏକନାଥ ସିନ୍ଦେ । ଏନେଇ ସେ ରାଜ୍ୟପାଳଙ୍କ ଚିଠି ଲେଖିଛନ୍ତି । ନିଜକୁ ବିଧାୟକ ଦଳ ନେତା ବୋଲି ଦାବି କରୁଛନ୍ତି ଏକନାଥ ସିନ୍ଦେ । ଅନ୍ୟପଟେ ସଙ୍କଟ ଭିତରେ ଆଜି ଦିନ ସାଢ଼େ ୧୨ଟାରେ ଜରୁରୀ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ । ଏହି ବୈଠକରେ ଆଗାମୀ ରଣନୀତି ନେଇ ଆଲୋଚନା କରାଯିବ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ ଶେଷ ଯାଏ ରହିବ ବୋଲି ଘୋଷଣା କରିଛି ଏନସିପି । ଏନସିପି ନେତା ଶରଦ ପାଓ୍ବାର କହିଛନ୍ତି ଉଦ୍ଧବଙ୍କ ପଛରେ ତାଙ୍କ ଦଳ ଠିଆ ହେବ ଏବଂ ସମସ୍ତ ଚାଲେଞ୍ଜର ମୁକାବିଲା କରାଯିବ । MVAକୁ ବଞ୍ଚାଇବା ଲାଗି ତିନୋଟି ଯାକ ଦଳ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ । ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ MVA ପ୍ରସ୍ତୁତ । ସେହିପରି ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ଉପବାଚସ୍ପତିଙ୍କ ନିକଟରେ ଶିବସେନା ଆବେଦନ କରିବ । କଂଗ୍ରେସ ମଧ୍ୟ ଆପଣାଇଛି ଓ୍ୱେଟ ଆଣ୍ଡ ଓ୍ୱାଚ ନୀତି । ମୁମ୍ବାଇର ସହାୟଦ୍ରି ଗେଷ୍ଟହାଉସରେ ଅନୁଷ୍ଠିତ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି ।