ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ଆତତାୟୀ ଆକ୍ରମଣରେ ଲହୁଲୁହାଣ ରୁସଦି ଏବେ ଭେଣ୍ଟିଲେଟରରେ । ଶରୀରର ବିଭିନ୍ନ ସ୍ଥାନରେ ହୋଇଛି ଆଘାତ । ଲିଭର ବି କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ଆଖି ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ତାଙ୍କ ଆଖି ସହ ଗୋଟିଏ ହାତର ନର୍ଭରେ ଗଭୀର କ୍ଷତ ହୋଇଛି ।
ଜୀବନ ସହ ସଂଗ୍ରାମ କରୁଥିବା ଭାରତୀୟ ମୂଳର ରୁସଦିଙ୍କୁ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ହାଦି ମତାର ନାମକ ଦୁର୍ବୃତ୍ତ ଛୁରିରେ ଆକ୍ରମଣ କରିଥିଲା । ତାଙ୍କ ପେଟ ଓ ଗଳାକୁ ଛୁରିରେ କାଟି ଦେଇଥିଲା ହାଦି ତମାର ।
ଘଟଣା ସ୍ଥଳରେ ହାଦି ତମାରକୁ ପୋଲିସ ଗିରଫ କରିଛି । ତେବେ ରୁସଦିଙ୍କ ଉପରେ ହାଦି ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଆକ୍ରମଣ ପଛରେ ଆଉ କିଏ ଅଛନ୍ତି ତାହାର ତଦନ୍ତ ଚାଲିଛି । ନ୍ୟୁୟର୍କ ପୋଲିସ ଏଫବିଆଇ ସହ ମିଶି ଘଟଣାର ତଦନ୍ତ କରୁଛି ।
ସୂଚନାଯୋଗ୍ୟ, ୧୯୪୭ ଜୁନ ୧୯ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସଲମାନ ରୁସଦି । ୨୦ ବର୍ଷ ହେବ ସେ ଆମେରିକାରେ ରହୁଛନ୍ତି । ସେଠିକାର ନାଗରିକତ୍ବ ମଧ୍ୟ ଗ୍ରହଣ କରିଛନ୍ତି । ୧୯୮୮ରେ ତାଙ୍କର ‘ଦି ସାଟାନିକ ଭର୍ସେସ’ ପୁସ୍ତକ ପ୍ରକାଶିତ ହୋଇଥିଲା । ଏହା ପରଠାରୁ ତାଙ୍କୁ ହତ୍ୟା ଧମକ ମିଳି ଆସୁଥିଲା । ଇରାନର ତତ୍କାଳୀନ ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମିନୀ ତାଙ୍କ ବିରୋଧରେ ହତ୍ୟା ଫତୁଆ ଜାରି କରିଥିଲେ । ଏଥିପାଇଁ ତାଙ୍କୁ ବହୁଦିନ ଧରି ଲୁଚିଛପି ରହିବାକୁ ପଡ଼ିଥିଲା । ଏପରିକି ସେ ତାଙ୍କ ନାଁ ବଦଳାଇ ଆମେରିକାରେ ରହୁଥିଲେ । ତାଙ୍କ ମୁଣ୍ଡ ଲାଗି ଇରାନ ସରକାର ୨୦୧୬ରେ ୬ ଲକ୍ଷ ପାଉଣ୍ଡ ଘୋଷଣା କରିଥିଲେ । ସେବେଠାରୁ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ଏହି ଫତୁଆ ଏବଂ ଅର୍ଥ ଲୋଭରେ ହାଦି ତମାର ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି ।


ଏହି ୬ ଜଣ ଯୁବ ଅଧିବକ୍ତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗାଆଁର ସୌମ୍ୟ ରଞ୍ଜନ ବିଶ୍ଵାଳ । ଏହି କାର୍ଯ୍ୟକ୍ରମରେ ଜାତିସଙ୍ଘ ଭାରତର ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ୱି ଶାର୍ପ, ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର, ୟୁ.ଏନ.ଡି.ପି ମୁଖ୍ୟ ଶୋକା ନୋଡା, ୟୁନିସେଫ୍ ମୁଖ୍ୟ ୟାସୁମାସା ପ୍ରମୁଖଙ୍କ ସମେତ ସମସ୍ତ ଜାତିସଙ୍ଘ ବିଭାଗର କର୍ମକର୍ତ୍ତା, ଭାରତ ସରକାରଙ୍କ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅଗଷ୍ଟ ୧୨ ୨୦୨୨ ଠାରୁ ଆରମ୍ଭ କରି ଅଗଷ୍ଟ ୧୨ ୨୦୨୪ ଯାଏଁ ୨ ବର୍ଷ ପର୍ଯ୍ୟନ୍ତ ପାଈଁ ସ୍ବୀକୃତି ପତ୍ର ପ୍ରଦାନ କରିଛନ୍ତି ।