spot_img
Home Blog Page 4116

ରଶ୍ମିରେଖା ଆତ୍ମହତ୍ୟା ମାମଲା, ୨୫ ତାରିଖ ସୁଦ୍ଧା ସନ୍ତୋଷ ପାତ୍ରଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରକୁ ଥାନାରେ ହାଜର ହେବାକୁ ନୋଟିସ୍ କଲା ନୟାପଲ୍ଲୀ ପୋଲିସ । ଆସନ୍ତା ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି । ରଶ୍ମିରେଖାଙ୍କ ବାବଦରେ ପଚରାଉଚରା କରିବା ପୋଲିସ । ରଶ୍ମିରେଖାଙ୍କ ମୋବାଇଲ ଲକ୍ ଥିବାରୁ ଅନଲକ୍ କରିବାକୁ ଓସିପିଓକୁ ପଠାଗଲା ମୋବାଇଲ । ମୋବାଇଲ ଲକ୍ ଖୋଲିଲେ ଖୋଲିବ ଏହି ଆତ୍ମହତ୍ୟାର ଗୁମର ।

ସେପଟେ ଗତକାଲି ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ବେକରେ ରଶି ଲଗାଇ ଝୁଲିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ରଶ୍ମିଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ରରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା, ସରକାର ବଞ୍ଚାଇବାକୁ ମାରାଥନ ମିଟିଂ

ମୁମ୍ବାଇ: ମହାରାଷ୍ଟ୍ର ମହାସଙ୍କଟକୁ ନେଇ ଘନଘନ ବୈଠକ । ସରକାର ବଞ୍ଚାଇବାକୁ ଏନସିପି, ଶିବସେନା, କଂଗ୍ରେସ ପକ୍ଷରୁ ମାରାଥନ ବୈଠକ ଜାରି ରହିଥିବା ବେଳେ ବିଜେପି ବି ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଛି । ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ମେଣ୍ଟର ବହୁ ବରିଷ୍ଠ ନେତାଙ୍କ ସହ ମିଟିଂ କରିଛନ୍ତି । ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର, ଗୃହରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ବୋଲସେ ପାଟିଲ, ମନ୍ତ୍ରୀ ଜୟନ୍ତ ପାଟିଲ ପ୍ରମୁଖ ସାମିଲ ହୋଇଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଚିବମାନଙ୍କ ସହ ବୈଠକ କରିଛନ୍ତି । କରୋନା ସଂକ୍ରମିତ ଥିବାରୁ ଉଦ୍ଧବ ବୈଠକରେ ଭିସିରେ ସାମିଲ ହୋଇଛନ୍ତି । ସେପଟେ ରାଜ୍ୟ ବିଜେପି ମୁଖ୍ୟ ଦେବେନ୍ଦ୍ର ଫଡନାବିସଙ୍କ ଘରେ ପହଞ୍ଚିଛନ୍ତି ବିଜେପି ନେତା ଓ ବିଧାୟକ । ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ନେଇ ଫଡନାବିସଙ୍କ ଘରେ ଆରମ୍ଭ ହୋଇଛି ମାନସମନ୍ଥନ । ଅନ୍ୟପଟେ ଗୌହାଟୀ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକଙ୍କ ସହ କିଛି ସମୟ ପରେ ବୈଠକ କରିବେ ଏକନାଥ ସିନ୍ଦେ । ପରବର୍ତ୍ତୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହେବ ।

ରାଷ୍ଟ୍ରପତି ନିର୍ବାଚନ: ମୁର୍ମୁଙ୍କ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ଓଡିଶାର ଦୁଇ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  । ଏସମ୍ପର୍କରେ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଲୋଚନା କରିଛନ୍ତି । ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଫାଇଲ୍ ଫଟୋ

ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାନଙ୍କ ସମ୍ପର୍କରେ ଫୋନ୍ ଯୋଗେ କଥା ହୋଇଛନ୍ତି ନଡ୍ଡା  । ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ନବୀନଙ୍କୁ ଅନୁରୋଧ କରିଥିଲେ  । ଅନୁରୋଧକ୍ରମେ  ନବୀନ ପଟ୍ଟନାୟକ ଦୁଇ ମନ୍ତ୍ରୀଙ୍କୁ କାଲି ଦିଲ୍ଲୀ ପଠାଇବେ  ।

ନାମାଙ୍କନ ସମୟରେ ସେମାନେ ମୁର୍ମୁଙ୍କ ସହ ଉପସ୍ଥିତ ରହିବେ  । ଆଜି କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସରକା ନାମାଙ୍କନ ପତ୍ରରେ ଦସ୍ତଖତ କରିବେ  । ଆସନ୍ତାକାଲି ନାମାଙ୍କନ ସମୟରେ ଉପସ୍ଥିତ ରହିବେ  । ସୂଚନା ଥାଉକି ଗତକାଲି ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲା  ।

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ ପିନ୍ଧିବାକୁ ଓ ଟିକା ନେବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ବଢ଼ୁଥିବା ମାମଲାକୁ ନଜରରେ ରଖି ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଧିରେ ଧିରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନଙ୍କର ଲକ୍ଷଣ ଦେଖାଦେଉଛି ସେମାନେ କୋଭିଡ ଟେଷ୍ଟ କରାନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଯଦି ଲଗାତର ଭାବେ ସଂକ୍ରମଣ ବଢ଼େ, ତେବେ ସରକାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ହେଲେ ଅଧିକ ବେଡ ବ୍ୟବସ୍ଥା କରାଯିବ । ସେହିପରି ଟିକା ନେବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ବିଶ୍ୱ ଦରବାରରେ ଓଡ଼ିଶାର ନାଁ, ପୋପଙ୍କୁ ରଘୁରାଜପୁରର ପଟ୍ଟଚିତ୍ର ପେଣ୍ଟିଂ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ: ଭାଟିକାନ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟି ଓଡ଼ିଶା ଓ ଓଡ଼ିଶାବାସୀଙ୍କ ତରଫରୁ ପଟ୍ଟଚିତ୍ର ପେଣ୍ଟିଂ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଐତିହ୍ୟ ଗ୍ରାମ ରଘୁରାଜପୁରର ଅପିନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ ଏହି ପଟ୍ଟଚିତ୍ର ବି ବିଶ୍ୱ ଦରବାରରେ ପହଞ୍ଚାଇଛି ଉତ୍କଳୀୟ ମହାନ କଳାକୀର୍ତ୍ତିର ସ୍ମାରକୀ । ପୁରୀ ରଘୁରାଜପୁରର ଶିଳ୍ପୀ ଅପୀନ୍ଦ୍ର ସ୍ୱାଇଁଙ୍କ ନିର୍ମିତ ପଟ୍ଟଚିତ୍ର ବିଶ୍ୱ ଦରବାରରେ ପହଞ୍ଚିଥିବା ବେଳେ ଗର୍ବିତ ଅନୁଭବ କରିଛନ୍ତି ଅପିନ୍ଦ୍ର ।

ତାଙ୍କ ଦ୍ୱାରା ନିର୍ମିତ ଏହି ପଟ୍ଟଚିତ୍ର ପୋପଙ୍କ ପାଖରେ ପହଞ୍ଚିବ ବୋଲି ଅପିନ୍ଦ୍ର କେବେବି ଭାବି ନଥିଲେ । ହେଲେ ଏହି ପଟ୍ଟଚିତ୍ରକୁ ପୋପଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପିନ୍ଦ୍ର ସ୍ୱାଇଁ । ରଘୁରାଜପୁରର ନାମ ଓ ଗାରିମାକୁ ବୃଦ୍ଧି କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଅପିନ୍ଦ୍ର ଭୂୟସୀ ପ୍ରଶଂସା କରିଥିବା ବେଳେ ସରକାରଙ୍କ ଏଭଳି କାର୍ଯ୍ୟକୁ ନେଇ ଧନ୍ୟବାଦ ଜଣାଇଛନ୍ତି ।

ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, କନ୍ଧମାଳ, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ ବର୍ଷା । ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିଥିଲେ ମଧ୍ୟ ରାଜ୍ୟରେ ଏବେ ବି ସ୍ୱାଭାବିକଠାରୁ ୩୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ୬୦ ରୁ ୯୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି । ପୁରୀରେ ସ୍ୱାଭାବିକଠାରୁ ୯୩ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜଗତସିଂହପୁରରେ  ୯୨ ପ୍ରତିଶତ, ଖୋର୍ଦ୍ଧାରେ ୭୯ ପ୍ରତିଶତ, କେନ୍ଦ୍ରାପଡ଼ାରେ ୭୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି, ବିଦ୍ରୋହୀ ଶିବିରରେ ସାମିଲ ହେଲେ ଆଉ ୪ ଶିବସେନା ବିଧାୟକ

ମୁମ୍ବାଇ: ଜଟିଳ ହେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି । ଗୌହାଟିରେ ବିଦ୍ରୋହୀ ଶିବିରରେ ସାମିଲ ହେଲେ ଆଉ ୪ ଶିବସେନା MLA । ସେପଟେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେନି ଉଦ୍ଧବ ଠାକରେ । ସମସ୍ତ ପ୍ରତିବନ୍ଧକର ମୁକାବିଲା କରାଯିବ ବୋଲି କହିଛନ୍ତି ଦଳର ନେତା ସଞ୍ଜୟ ରାଓ୍ୱତ । ସେପଟେ ସରକାରୀ ବାସଭବନ ଛାଡ଼ି ମାତୋଶ୍ରୀରେ ରହିଲେ ଉଦ୍ଧବ । ଗତକାଲି ରାତିରେ ସେ ସରକାରୀ ବାସଭବନ ତ୍ୟାଗ କରିଥିଲେ । ସେପଟେ ଅପ୍ରାକୃତିକ ମେଣ୍ଟରୁ ବାହାରିବାକୁ ଆହ୍ୱାନ ଦେଇଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ ।

ଶିବସେନାରେ ସଂକଟ ପରିପ୍ରେକ୍ଷୀରେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶିବସେନା ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ବିଚାରାଧାରାରୁ ଓହରିଯାଇ ନାହିଁ ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଉଦ୍ଧବ । ସେ ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛନ୍ତି, ଜଣେ ଯଦି ଶିବସେନା ବିଧାୟକ କହିବେ, ତାହା ହେଲେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଉଦ୍ଧବ ଠାକରେ । ଶିବସେନା କେବେ ବି ହିନ୍ଦୁତ୍ୱ ଛାଡ଼ିବ ନାହିଁ । କିଛି ବିଦ୍ରୋହୀ ଦଳକୁ ଫେରିବାକୁ ଚାହାନ୍ତି ବୋଲି ଦାବି କରିଛନ୍ତି ଉଦ୍ଧବ ।

କୁର୍ସି ମାଡି ବସିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ଉଦ୍ଧବ । ଶରଦ ପାଓ୍ୱାରଙ୍କ ଅନୁରୋଧରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏକନାଥ ସିନ୍ଦେଙ୍କ ବଡ଼ ଧରଣର ବିଦ୍ରୋହ ପରିପ୍ରେକ୍ଷୀରେ ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଇସ୍ତଫା ଘୋଷଣା ନକରି ବୁଝାମଣା ପାଇଁ ଉଦ୍ଧବ ପ୍ରସ୍ତୁତ ଥିବା ତାଙ୍କ ସମ୍ବୋଧନରୁ ଜଣାପଡ଼ିଛି ।

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର

ପୁରୀ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର ।  ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଥିବା ଓଷ ଲାଗି ନୀତି ଶେଷ ହୋଇଛି ।  ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ । ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।

ସେପଟେ ରଥଯାତ୍ରାକୁ ରହିଛି ଆଉ ମାତ୍ର ୭ ଦିନ । ଜୋରସୋରରେ ଚାଲିଛି ରଥ ନିର୍ମାଣ । ସମୟ ପୂର୍ବରୁ ଚାରିନାହାକା, ୧୪ ନାହାକା ଯୋଖା ସରିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ ଭୂଇଁ ଓ ପୋଟଳ, ପାରାଭାଡ଼ି କାମ ମଧ୍ୟ ସମ୍ପର୍ଣ୍ଣ ହୋଇଛି । ଏବେ ତିନି ରଥରେ ପଟା ବାଡିଆ କାର୍ଯ୍ୟ ଜାରି ରହିଥିବା ବେଳେ ଦୁଆର ବେଢା, ପ୍ରଭା, ଜଗତପୃଷ୍ଠ ଶେଣୀ କାର୍ଯ୍ୟ କରାଯାଉଛି । ଚିତ୍ରକାର ସେବକ କଣଗୁଜ ସମେତ ପାର୍ଶ୍ୱଦେବାଦେବୀଙ୍କଠାରେ ରଙ୍ଗକାର୍ଯ୍ୟ କରୁଛନ୍ତି ।

ଆଜି ଦିଲ୍ଲୀ ଯିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି ଭରିପାରନ୍ତି ନାମାଙ୍କନ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ନାମାଙ୍କନ ଦାଖଲ କରିପାରନ୍ତି ଦ୍ରୌପଦୀ । ଗତକାଲି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରୋମ୍ ଗସ୍ତରେ ଥିବା ନବୀନ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ସହ ବିଧାନସଭାର ସବୁ ବିଧାୟକ ଓଡ଼ିଶା ମାଟିର ଝିଅଙ୍କୁ ସମର୍ଥନ ପାଇଁ ଅପିଲ କରିଛନ୍ତି । ଦ୍ରୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ, ତେଣୁ ତାଙ୍କୁ ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବିଧାୟକ ଓ ସାଂସଦ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାର ସବୁ ବେଳେ ମହିଳା ସଶକ୍ତିକରଣ ଓ ଅନୁସୁଚିତ ଜାତି ଜନଜାତିର ବିକାଶକୁ ପ୍ରଧାନ୍ୟ ଦେଉଛନ୍ତି । ତେଣୁ ଏନଡିଏ ଓଡ଼ିଶାର ଜଣେ ଅନୁସୁଚିତ ଜନଜାତିର ମହିଳାଙ୍କୁ ଗଣତନ୍ତ୍ରର ସର୍ବୋଚ୍ଚ ସ୍ଥାନ ପାଇଁ ମନୋନିତ କରିଥିବାରୁ ଦ୍ରୌପଦୀଙ୍କୁ ସମସ୍ତେ ସମର୍ଥନ କରିବା ଉଚିତ୍ । ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ସ୍ୱାଗତ କରିଛନ୍ତି ବିଜେଡିର ସବୁ ସାଂସଦ, ବିଧାୟକ ଓ ନେତା ।

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା: ସୋନିଆ ଗାନ୍ଧିଙ୍କୁ ଅଧିକ ସମୟ ଦେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଅନୁରୋଧକୁ ରକ୍ଷା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରବର୍ତ୍ତୀ ତାରିଖ ସମ୍ପର୍କରେ ନିଷ୍ପତ୍ତି ନେବ ଇଡି । ଆଜି ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବାର ଥିଲା । ଏଥିପାଇଁ ତାଙ୍କୁ ସମନ ଜାରି କରିଥିଲା ଏଜେନ୍ସି । କିନ୍ତୁ କୋଭିଡରୁ ସୁସ୍ଥ ହେବା ପରେ ତାଙ୍କୁ ବିଶ୍ରାମ ଦେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏ ଦୃଷ୍ଟିରୁ ସେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିବା କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି । ଏହି ମାମଲାରେ ରାହୁଲ ଗାନ୍ଧି ୫ ଥର ଇଡିରେ ହାଜର ହୋଇସାରିଛନ୍ତି ।

ସୋନିଆଙ୍କୁ ପ୍ରଥମେ ଏହି ମାସ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । କିନ୍ତୁ ସେ କୋଭିଡରେ ଆକ୍ରାନ୍ତ ହେବାରୁ ସାନି ସମନ ଜାରି କରି ଜୁନ୍ ୨୩ ତାରିଖରେ ହାଜର ହେବା ପାଇଁ କହିଥିଲା ଇଡି । ସେପଟେ କଂଗ୍ରେସ ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ । ଜେରା ବେଳେ ତାଙ୍କର ଧୈର୍ଯ୍ୟ ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ବୋଲି ରାହୁଲ କହିଥିଲେ । ସେ ବିପାସନା କରନ୍ତି ବୋଲି ପରିହାସରେ ଅଧିକାରୀଙ୍କୁ କହିଥିବା ରାହୁଲ କହିଛନ୍ତି ।