ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଝଗଡା ପରେ ଗୋଟିଏ ଘରେ ଝୁଲି ପଡିଲେ ଦମ୍ପତି । ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ସାଆନ୍ଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଗାଁର ବାପୁନ ସାହୁ ଏବଂ ନିଜ ସ୍ତ୍ରୀ ଲିଟିଲ ସାହୁଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡା ଲାଗିରହେ । ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ପୁଣି ଝଗଡା ହୋଇଥିଲା । ଝଗଡା ପରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଶୋଇବା ଘରେ ଝୁଲି ପଡ଼ିଥିଲେ ।ପରେ ଘର ଲୋକ ଦୁଇଜଣଙ୍କୁ ଉଦ୍ଧାର କରି ତଳକୁ ଓଲ୍ହାଇ ଥିଲେ । ଘଟଣାସ୍ଥଳରେ ସ୍ୱାମୀ ବାପୁନଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଲିଟିଲଙ୍କୁ ପ୍ରଥମେ ଖମାର ଡାକ୍ତରଖାନା ଏବଂ ପରେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
୧୦୦ ପ୍ରତିଶତ ଟାରିଫକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫୁ
ନନ୍ଦିଘୋଷ ବ୍ୟୁରୋ : ଚୀନ ଉପରେ ଆମେରିକାର ୧୦୦ ପ୍ରତିଶତ ଟାରିଫକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫୁ। କହିଲେ- ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗ୍ରହଣ କରୁଛନ୍ତି ଦୋମୁହାଁ ନୀତି। ଆମେରିକାର ଟାରିଫ ବିରୋଧୀ ଯୁଦ୍ଧରେ ସେ ଲଢେଇ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଜିନପିଙ୍ଗ। ଗତକାଲି ଚୀନ ବିରୋଧରେ ଟ୍ରମ୍ପ ୧୦୦ ପ୍ରତିଶତ ଟାରିଫ ଲାଗୁ କରିବା ଫଳରେ ଚୀନ ଉପରେ ମୋଟ ଟାରିଫ ଭାର ୧୩୦ ପ୍ରତିଶତ ଛୁଇଁଥିଲା। ଟ୍ରମ୍ପଙ୍କ ଟାରିଫ ବୋଝକୁ ବି ସମାଲୋଚନା କରିଛି ଚୀନର ବାଣିଜ୍ଯ ମନ୍ତ୍ରାଳୟ। ଆସନ୍ତା ନଭେମ୍ବର ୧ରୁ ଚୀନ ବିରୋଧରେ ଲାଗୁ ହେବ ୧୦୦ ପ୍ରତିଶତ ଟାରିଫ। ଏହି ଘୋଷଣା ଯୋଗୁ ପ୍ରଭାବିତ ହେବ ଚୀନର ରପ୍ତାନି। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ବାଣିଜ୍ୟିକ ଉତ୍ତେଜନା ଅଧିକ ହୋଇଛି।
ମଧ୍ୟରାତ୍ରୀରେ ପାକିସ୍ତାନ ଉପରେ ଭୟଙ୍କର ଆକ୍ରମଣ ; ୭ ସେନା ଆଡ୍ଡା ଧ୍ୱଂସ
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଉପରେ ଭୟଙ୍କର ଆକ୍ରମଣ । ଶନିବାର ରାତିରେ ପାକିସ୍ତାନ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ । ବାହାରାମଚା ଅଞ୍ଚଳର ଶକିଜ, ବିବି ଜାନି ଏବଂ ସାଲେହାନୁ ଅଞ୍ଚଳରେ ଆଫଗାନିସ୍ତାନ ସେନା ତିନି ଘଣ୍ଟା ଧରି ଅପରେସନ ଜାରି ରଖିଥିଲେ। ଶନିବାର ବିଳମ୍ବିତ ରାତିରେ ଡୁରାଣ୍ଡ ରେଖା ନିକଟରେ ଥିବା ଅନେକ ପାକିସ୍ତାନୀ ସୀମା ପୋଷ୍ଟ ଉପରେ ଆଫଗାନିସ୍ତାନ ଗୁଳିବର୍ଷା କରିଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି ।
ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। କାବୁଲରେ ବିମାନ ଆକ୍ରମଣର କିଛି ସମୟ ପରେ, ଆଫଗାନିସ୍ତାନ ପ୍ରତିଶୋଧ ନେଇଥିଲା। ଆଫଗାନିସ୍ତାନ ସେନା ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଏକ କ୍ରମାଗତ ବିଧ୍ୱଂସକାରୀ ଆକ୍ରମଣ ଆରମ୍ଭ କରିଥିଲା । ଗୁଳିବର୍ଷା କରି ଆକ୍ରମଣର ଜବାବ ଦେଇଥିଲା ଆଫଗାନିସ୍ତାନ ।
ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ
ପାକିସ୍ତାନ ସୀମାରେ ରାତିସାରା ଗୁଳିର ବର୍ଷା । ହେଲମାଣ୍ଡ, ପାକଟିଆ, ଖୋଷ୍ଟ ଏବଂ ନାଙ୍ଗରହାର ଅଞ୍ଚଳରେ ପାକିସ୍ତାନ ଏବଂ ଆଫଗାନ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ରାତିସାରା ଉଭୟ ସେନା ମଧ୍ୟରେ ପ୍ରବଳ ବୋମାମାଡ଼ ମଧ୍ୟ ହୋଇଥିଲା। ତେବେ ଆଫଗାନ ସେନାର ଗୁଳିରେ ୧୫ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଜଣା ପଡିଛି । ରିଆଜ କହିଛନ୍ତି ଯେ ଏହି ଅପରେସନରେ ଆଫଗାନ ସେନା ତିନୋଟି ପାକିସ୍ତାନୀ ସାମରିକ ପୋଷ୍ଟକୁ ମଧ୍ୟ କବଜା କରିଥିଲେ ।
୭ଟି ସ୍ଥାନରେ ଧ୍ୱଂସାବଶେଷ
ପାକିସ୍ତାନୀ ଫ୍ରଣ୍ଟିୟର୍ କୋର୍ପ୍ସ ପୋଷ୍ଟଗୁଡ଼ିକ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। କୁନାର ଏବଂ ହେଲମାଣ୍ଡରେ ମଧ୍ୟ ଅନେକ ପାକିସ୍ତାନୀ ଆଉଟପୋଷ୍ଟ ଧ୍ୱଂସ ପାଇଛି। କୁରମ, ନାଙ୍ଗରହାର ଏବଂ କୁନାର ସମେତ ସାତଟି ଆଉଟପୋଷ୍ଟ ଧ୍ୱଂସ ପାଇଛି। ଏକ ସୁରକ୍ଷା ସୂତ୍ର ବିବିସି ଉର୍ଦ୍ଦୁକୁ କହିଛି ଯେ, ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତରେ ଥିବା ଅନେକ ଅଞ୍ଚଳରେ ଗୁଳି ବିନିମୟ ହୋଇଛି, ଯେପରିକି ଅଙ୍ଗୁର ଆଡ୍ଡା, ବାଜୌର, କୁରାମ, ଦିର୍, ଚିତ୍ରାଲ୍ ଏବଂ ବର୍ମାଚା।
ପ୍ରଥମ ଆକ୍ରମଣ କରିଥିଲାପାକିସ୍ତାନ
ଗୁରୁବାର ଦିନ ଆଫଗାନିସ୍ତାନ ଉପରେ ପ୍ରଥମ ଆକ୍ରମଣ କରିଥିଲା ପାକିସ୍ତାନ । ପାକିସ୍ତାନ କାବୁଲରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆଫଗାନିସ୍ତାନ ଦାବି କରିଥିଲା ଯେ ଏହି ଆକ୍ରମଣରେ କୌଣସି କ୍ଷତି ହୋଇନାହିଁ। ତଥାପି, ଆଫଗାନିସ୍ତାନ ପରବର୍ତ୍ତୀ ସମୟରେ ପାକିସ୍ତାନକୁ ପରିଣାମ ଭୋଗିବାକୁ ଚେତାବନୀ ଦେଇଥିଲା।
ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନରେ ଟାର୍ଗେଟ ଉପରେ ଆକ୍ରମଣ କରିବା ପରେ ସାମରିକ ଅଭିଯାନ ଶେଷ ହୋଇଛି। ତାଲିବାନ ସରକାର ଦାବି କରିଛି ଯେ, ଏହାର ଯୋଦ୍ଧାମାନେ ଅନେକ ପାକିସ୍ତାନୀ ସାମରିକ ପୋଷ୍ଟକୁ ଟାର୍ଗେଟ କରିଛନ୍ତି। ତାଲିବାନ ଯୋଦ୍ଧାମାନେ ତିନୋଟି ପାକିସ୍ତାନୀ ସେନା ପୋଷ୍ଟକୁ କବଜା କରିଛନ୍ତି। ଡୁରାଣ୍ଡ ରେଖା ଆରପାରିରେ କୁନାର ଏବଂ ହେଲମାଣ୍ଡ ପ୍ରଦେଶରେ ମଧ୍ୟ ପାକିସ୍ତାନୀ ପୋଷ୍ଟଗୁଡ଼ିକୁ ଧ୍ୱଂସ କରାଯାଇଛି। ପାକିସ୍ତାନୀ ସେନାର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।
ଫୁଲ ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ହତ୍ୟା : ହାତକୁ ହାଣି ନେଇଛନ୍ତି ଦୁର୍ବୃତ୍ତ
ନନ୍ଦିଘୋଷ ବ୍ୟୁରୋ : ଚିକିଟି ନୂଆପଡ଼ାର ବାହୁଦା ନଦୀ ପଠାରୁ ମୃତଦେହ ଉଦ୍ଧାର। ମୃତ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଗଭୀର କ୍ଷତ ଚିହ୍ନ। ରକ୍ତ ଜୁଡୁବୁଡୁ ଶବ ଜବତ କଲା କେ. ନୂଆଗାଁ ପୋଲିସ। ଫୁଲ ତୋଳି ଗାଧୋଇବାକୁ ଯାଇଥିବା ବେଳେ ହତ୍ୟା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବା ବେଳେ, ହାତକୁ ହାଣି ନେଇ ଯାଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ କ. ନୂଆଁ ଗାଁ ପୋଲିସ, ଚିକିଟି ଫାଣ୍ଡି ପୋଲିସ ସହ ବ୍ରହ୍ମପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବହୁ ଖୋଜା ଖୋଜି ପରେ ବି ମିଳୁନାହିଁ କଟା ହାତ। ହାତ ଖୋଜିବା ପାଇଁ ତଦନ୍ତରେ ସାମିଲ ହୋଇଛି ଅଗ୍ନିଶମ ବିଭାଗ। ଅଗ୍ନିଶମ ବାହିନୀ ନଦୀରେ କରୁଛନ୍ତି ଖୋଜାଖୋଜି।

