spot_img
Home Blog Page 411

ଗଭୀର ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା ୧୨ ଘଣ୍ଟାରେ ବାତ୍ୟା !

ନନ୍ଦିଘୋଷ ବ୍ୟୁରୋ : ଗଭୀର ଅବପାତରେ ପରିଣତ ହେଲା ଅବପାତ। ଆସନ୍ତା ୧୨ ଘଣ୍ଟାରେ ବାତ୍ୟା। ଆଜି ସକାଳ ୫.୩୦ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ରାତିରେ କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ଘଣ୍ଟା ପ୍ରତି ରହିବ ୮୦ କିଲୋମିଟର। ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ।୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡ, ଗଜପତି, ଗଞ୍ଜାମ, ଜିଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ୨୯ରେ ବି ରେଡ ଆଲର୍ଟରେ ରହିଛି ୫ ଜିଲ୍ଲା। ସମସ୍ତ ବନ୍ଦରଗୁଡିକୁ ଡିସି-୧ ସଂକେତ ଜାରି କରାଯାଇଛି। ଆଜିଠାରୁ ୨୯ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ହୋଇଥିଲା। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ହେବା ସମ୍ପର୍କରେ ସହମତି ପ୍ରକାଶ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ବନ୍ଦ ରହିଥିବା ବିମାନ ସେବାକୁ ପୁନଃପ୍ରଚଳନ କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ବୈଷୟିକ କଥାବାର୍ତ୍ତା ଚାଲୁ ରହିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା।

ରକ୍ତମୁଖା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ : କାନାଡା ଉପରେ ଲଗାଇଲେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ

ନନ୍ଦିଘୋଷ ବ୍ୟୁରୋ : ପୁଣି ଟାରିଫ ପ୍ରସଙ୍ଗରେ ରକ୍ତମୁଖା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। କାନାଡା ଉପରେ ଲଗାଇଲେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ। ଓଟୱାରେ ଆୟୋଜିତ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ପରେ ଟାରିଫ ବୃଦ୍ଧି କରିଛନ୍ତି ଟ୍ରମ୍ପ। ବିଭିନ୍ନ ଅପପ୍ରଚାରଧର୍ମୀ ବିଜ୍ଞାପନ ପ୍ରସାରଣ କରୁଥିବା ଅଭିଯୋଗରେ କାନାଡା ଉପରେ ଏହି ଟାରିଫ ବୋଝ ଲଦିଛନ୍ତି ଟ୍ରମ୍ପ। କାନାଡାର ଓଣ୍ଟାରିଓରେ ଆୟୋଜିତ ହୋଇଥିଲା ଟରଣ୍ଟୋ ବ୍ଲୁ ଜେସ ଓ ଲସ ଆଞ୍ଜେଲସ ଡଜର୍ସ ମଧ୍ୟରେ ବେସବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଏକ ବିଜ୍ଞାପନ ପ୍ରସାରିତ ହୋଇଥିଲା। ଏଥିରେ ଆମେରିକାର ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ରୋନାଲଡ ରେଗାନ ଆଗକୁ ଟ୍ରେଡ ୱାର ଓ ଅର୍ଥନୈତିକ ସଂକଟ ଆସୁଥିବା ସମ୍ପର୍କରେ ଚେତାବନୀ ଦେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଟ୍ରମ୍ପ। ବିଭିନ୍ନ ତଥ୍ୟର ଭୁଲ ଉପସ୍ଥାପନା ଯୋଗୁ କାନାଡା ବିରୋଧରେ ଏହି ପଦକ୍ଷେପ ନିଆଗଲା ବୋଲି ସେ କହିଛନ୍ତି। ଓଣ୍ଟାରିଓ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ୧୯୮୭ରେ ରେଗାନଙ୍କ ଏକ ରେଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା। ଏଥରେ ସେ ଟାରିଫକୁ ସମାଲୋଚନା କରିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ରେଗାନ ଯାହା କହିଥିଲେ ତାହାର ଭୁଲ ଉପସ୍ଥାପନା କରାଯାଇଛି ବୋଲି କହିଛନ୍ତି ଟ୍ରମ୍ପ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ନନ୍ଦିଘୋଷ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ କରିଛନ୍ତି ସମୀକ୍ଷା ବୈଠକ | ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆଜି ନିଆଯିବ ନିଷ୍ପତ୍ତି। ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ବାଲେଶ୍ଵର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଂଜାମ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ଏବଂ ହେଡକ୍ଵାର୍ଟର୍ସ ନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାକୁ ନେଇ ୩୦ ଜିଲ୍ଲା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ। ବର୍ଷା ଯୋଗୁ ପ୍ରଭାବିତ ଜିଲ୍ଲାରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି।

ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି । ଜିଲ୍ଲାରେ ସମସ୍ତ ମୁଖ୍ୟାଳୟରେ ଅଧିକାରୀ ମାନେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପର୍ଯ୍ୟାପ୍ତ ପରିମାଣ ର ଖାଦ୍ୟ, ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ରହିଛି। ସମସ୍ତ ପ୍ରକାର ବିଭାଗ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ଜିଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଅଞ୍ଚଳରେ ହେଉଥିବା ବର୍ଷାର ପରିମାଣ ରେକର୍ଡ କରି ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଡକ୍ଵାର୍ଟର୍ସ ନ ଛାଡିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସ୍ଥିତି ନିୟନ୍ତ୍ରଣକୁ ଆସିବା ଯାଏଁ ଛୁଟି ବାତିଲ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ; ଆନ୍ଧ୍ରରେ ଲ୍ୟାଣ୍ଡଫଲ, ଭିଜିବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ : ଛନକା ସୃଷ୍ଟି କଲାଣି ବାତ୍ୟା। ଆଜି ଗଭୀର ଅବପାତରେ ପରିଣତ ହେବ। ଆସନ୍ତାକାଲି ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିଝଡ଼ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ରାତିରେ କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ଘଣ୍ଟା ପ୍ରତି ରହିବ ୮୦ କିଲୋମିଟର। ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ।୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡ, ଗଜପତି, ଗଞ୍ଜାମ, ଜିଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ୨୯ରେ ବି ରେଡ ଆଲର୍ଟରେ ରହିଛି ୫ ଜିଲ୍ଲା। ସମସ୍ତ ବନ୍ଦରଗୁଡିକୁ ଡିସି-୧ ସଂକେତ ଜାରି କରାଯାଇଛି। ଆଜିଠାରୁ ୨୯ ଯାଏଁ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଆରପାରିରେ ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ ଶାହ

ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଏବଂ ଟିଭି ଜଗତର ଜଣେ ଜଣାଶୁଣା ଅଭିନେତା ସତୀଶ ଶାହଙ୍କ ଦେହାନ୍ତ । ସେ ଅକ୍ଟୋବର ୨୫ ତାରିଖ ଦିନ ଅପରାହ୍ନ ପ୍ରାୟ ୨.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରିପୋର୍ଟ ଅନୁଯାୟୀ ସତୀଶ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଆସନ୍ତା କାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସତୀଶ ଶାହ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ଚଳଚ୍ଚିତ୍ର ଏବଂ ଟିଭି ଜଗତ ଶୋକରେ ବୁଡ଼ି ରହିଛି। ସତୀଶ ଶାହ ତାଙ୍କ କ୍ୟାରିଅର ମଧ୍ୟରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ତଥାପି, ଟିଭି ଶୋ “ସାରାଭାଇ ବନାମ ସାରାଭାଇ”ରେ ଇନ୍ଦ୍ରବଦନ ସାରାଭାଇ, ଯାହାଙ୍କୁ ଇନ୍ଦୁ ନାମରେ ମଧ୍ୟ ଜଣାଶୁଣା, ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏହି କମେଡି ଶୋ’ରେ ସତୀଶଙ୍କ ଅଭିନୟ ଉଲ୍ଲେଖନୀୟ ଥିଲା। ଆଜି ମଧ୍ୟ, ଶୋ’ର କ୍ଲିପ୍ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି।

ସତୀଶ ଗୁଜୁରାଟର ମାଣ୍ଡଭିରେ ଜନ୍ମଗ୍ରହଣ କରିଥିଲେ। ଜାଭିୟର୍ କଲେଜରେ ପାଠ ପଢା ସାରିବା  ପରେ ସେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଅଧ୍ୟୟନ କରିବାକୁ ଯାଇଥିଲେ। ୧୯୭୨ ମସିହାରେ, ସତୀଶ ଡିଜାଇନର୍ ମଧୁ ଶାହାଙ୍କୁ ବିବାହ କରିଥିଲେ | ସତୀଶ ଶାହା ବଲିଉଡ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା “ଭଗବାନ୍ ପର୍ଶୁରାମ”। ପରବର୍ତ୍ତୀ ସମୟରେ ସେ “ଅରବିନ୍ଦ ଦେଶାଇ କି ଅଜିବ ଦସ୍ତାନ”, “ଗମନ”, “ଉମ୍ରାଓ ଜାନ”, “ଶକ୍ତି ଜାନେ ଭୀ ଦ ୟାରୋନ” ଏବଂ “ବିକ୍ରମ ବେଟାଲ” ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ସତୀଶ ଶାହ ବଲିଉଡରେ ଅନେକ ଭିନ୍ନ ଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଟେଲିଭିଜନ ଜଗତରେ ସେ ଯେଉଁ କଳା ପ୍ରଦର୍ଶନ କରିଥିଲେ ତାହା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତାଙ୍କର ୧୯୮୪ ସିଟ୍‌କମ୍ “ୟେ ଜୋ ହୈ ଜିନ୍ଦେଗି” ଏବେ ବି ମନେ ଅଛି। ସତୀଶ ଶୋ’ର ୫୫ ଏପିସୋଡ୍‌ରେ ୫୫ଟି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ। ତା’ପରେ ସେ ୧୯୯୫ ଶୋ’ “ଫିଲ୍ମି ଚକ୍କର”ରେ ପ୍ରକାଶ ଭୂମିକାରେ ଅଭିନୟ କରିଥିଲେ। ତା’ପରେ ସେ “ସାରାଭାଇ ଭର୍ସେସ୍ ସାରାଭାଇ”ରେ କାମ କରିଥିଲେ। “ଫିଲ୍ମି ଚକ୍କର” ଏବଂ “ସାରାଭାଇ ଭର୍ସେସ୍ ସାରାଭାଇ” ଉଭୟରେ ସେ ଅଭିନେତ୍ରୀ ରତ୍ନ ପାଠକ ଶାହଙ୍କ ସହ ଯୋଡ଼ି ହୋଇଥିଲେ। ମାୟା ସାରାଭାଇ ଏବଂ ଇନ୍ଦ୍ରବଦନ ସାରାଭାଇଙ୍କ ମଧ୍ୟରେ ମଜାମସ୍ତି ଏବଂ ହାସ୍ୟରସ ଦର୍ଶକଙ୍କ ଦ୍ୱାରା ଭଲ ଭାବରେ ଗ୍ରହଣ କରାଯାଇଥିଲା।

କୁଆଡ଼େ ଗଲା ଚୋରା ଚାଉଳ : ଟ୍ରକ ଦୁର୍ଘଟଣାର ୧୦ ଦିନ ପରେ ବି ଟେର୍ ପାଉନି ପୋଲିସ

ନନ୍ଦିଘୋଷ ବ୍ୟୁରୋ : କୁଆଡ଼େ ଗଲା ଚୋରା ଚାଉଳ । ଟ୍ରକ ଦୁର୍ଘଟଣାର ୧୦ ଦିନ ପରେ ବି ଟେର୍ ପାଉନି ପୋଲିସ । ବଲାଙ୍ଗୀର ଦେଓଗାଁ ଥାନା ରଜାମୁଣ୍ଡା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ୮ ଶହ ବସ୍ତା ଚାଉଳ ଚୋରି ଘଟଣାରେ ଦିନକୁ ଦିନ ବଢୁଛି ଦ୍ବନ୍ଦ୍ବ । ଏନେଇ ବିଭାଗ କିମ୍ବା ପୋଲିସ ମୁହଁ ଖୋଲୁ ନଥିବାବେଳେ ଘଟଣା ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ସୂଚନା ଅଧିକାର କର୍ମୀ ।

ଚାଉଳ ଚୋରି ପଛରେ ଦୁର୍ନୀତିର ଗନ୍ଧ । ଘଟଣା ଚପାଇଦେବାକୁ ବଡ଼ ଡିଲ ହୋଇଥିବା ସନ୍ଦେହ । ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ରାତାରାତି କୁଆଡ଼େ ଉଭାନ ହୋଇଗଲା ପିଡିଏସ । ବିଭାଗ ଓ ପୋଲିସର ନୀରବତାକୁ ନେଇ ଉଠିଲା ପ୍ରଶ୍ନ । ଗତ ୧୬ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଳା ଦେଓଗାଁ ଥାନା ରଜାମୁଣ୍ଡା ଛକ ନିକଟରେ ଠାରେ ଚାଉଳ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଛତିଶଗଡ ରାୟପୁରରୁ କଣ୍ଟାବାଞ୍ଜି, ପାଟଣାଗଡ଼ ଗଲାବାଟ ଦେଇ ତୁଷୁରାର ଜଣେ ଅଣଓଡିଆ ବ୍ୟବସାୟୀଙ୍କ ରାଇସ ମିଲକୁ ଆସୁଥିଲା ଚାଉଳ । ଟ୍ରକରେ ଥିବା ୮ ଶହ ବସ୍ତା ପିଡିଏସ୍ ଚାଉଳ ଚୋରି ହୋଇଥିବା ଟ୍ରକ ମାଲିକ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ମାତ୍ର ୫୦ ବସ୍ତା ବିଭିନ୍ନ ଲୋକଙ୍କ ଠାରୁ ଜବତ କରିଛି । ଘଟଣା ପରେ ଟ୍ରକ୍ ମାଲିକ ଚାଉଳ ବିଶାଖାପାଟଣାକୁ ଚାଲାଣ ହେଉଥିବା ନେଇ ଦୁଇଟି ବିଲ୍ ଦେଖାଇଛନ୍ତି । ବିଲରେ ଶହେ ବସ୍ତା ଚାଉଳ ଥିଲା ବୋଲି ଉଲ୍ଲେଖ ରହିଛି I ତେବେ ବିଲରେ ୫୦ କ୍ବିଣ୍ଟାଲ ଉଲ୍ଲେଖ ଥିବାବେଳେ କିପରି ୮ ଶହ ବସ୍ତା ଚାଲାଣ ହେଉଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଗତ କିଛି ମାସ ପୂର୍ବରୁ ଏହି ରାସ୍ତାରେ ଧାନ ଚୋରାଚାଲାଣ ହେଉଥିବା ବେଳେ ଦୁଇଟି ଟ୍ରକରୁ ଏକ ହଜାର ୨୬୦ ବସ୍ତା ଧାନ ଜବତ ହୋଇଥିଲା । ତେଣୁ ଘଟଣା ପଛରେ ଏକ ବଡ଼ ରାକେଟ କାମକରୁଥିବା ସନ୍ଦେହ କରିଛନ୍ତି ବୁଦ୍ଧିଜୀବୀ  ।

ଦୁର୍ଘଟଣା ଗ୍ରସ୍ତ ଟ୍ରକର ରୋଡ ପରମିଟ୍ ନଥିଲା । ସେପଟେ ୧୦ ଲକ୍ଷ ଟଙ୍କାର ଚାଉଳ ଚୋରି ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଓ ବିଭାଗୀୟ ଅଧିକାରୀ ଏନେଇ ମୁହଁ ଖୋଲୁ ନଥିବା ଘଟଣାକୁ ଚପାଇ ଦେବାକୁ ଉଦ୍ଯମ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ଚୋରା ବାଟ ଦେଇ ମିଲକୁ ରାୟପୁରରୁ ନିମ୍ନମାନର ଚାଉଳ ଆଣୁଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ସେପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଏସଡିପିଓ  ।

ସଂଧ୍ୟା ନଇଁଲେ ଅନ୍ଧାରରେ ଡୁବୁଛି ଜୟପୁର… ବିପର୍ଯ୍ୟସ୍ତ ସହରର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ : ଜୟପୁର ସହରରେ ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ପ୍ରାୟ ସମସ୍ତ ୱାର୍ଡ ଗୁଡିକରେ ପୁର୍ବରୁ ଲାଗିଥିବା ଲାଇଟ୍ ଗୁଡିକ ଖରାପ ହୋଇଗଲାଣି । ଏଥିପାଇଁ ଅନ୍ଧାରରେ ସାହି ବସ୍ତି । ଏନେଇ ଜୟପୁର ପୌରପରିଷଦରେ ଅଭିଯୋଗ କଲେ ସୁଦ୍ଧା କିଛି ସୁଫଳ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ ମରାମତି ପାଇଁ ଠିକା ସଂସ୍ଥାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ସେ ପଦକ୍ଷେପ ନେଉ ନଥିବା ସଫେଇ ଦେଇଛନ୍ତି ପୌର ଅଧିକାରୀ ।

ସଂଧ୍ୟା ହେଲେ ଅନ୍ଧାରେ ବୁଡୁଛି ଜୟପୁର । ଗଳିକନ୍ଦିରେ ଜଳୁନି ଷ୍ଟ୍ରିଟ୍ ଲାଇଟ । ବଢୁଛି ଅସମାଜିକଙ୍କ ଦୌରାତ୍ମ । ଠିକାଦାରର ମନମାନି, ବେଫିକର ପୌରପାଳିକା । ସହରର ପ୍ରାୟ ୨୮ ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି । ଯାହା ଅଞ୍ଚଳରେ ଅସାମାଜିକଙ୍କୁ ସୁହାଉଛି । ଏହାକୁ ମରାମତି କରିବା ସହ ରକ୍ଷଣାବେକ୍ଷଣ ପାଇଁ ସେଞ୍ଚୁରୀ ଏଲଇଡି ଲିମିଟେଡକୁ ଦାୟିତ୍ବ ଦିଆଯାଇଛି । ମାସିକ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସଂସ୍ଥାର ମନମାନି ଯୋଗୁଁ ଏବେ ସଂଧ୍ୟା ନଇଁଲେ ଅନ୍ଧାରରେ ବୁଡ଼ି ଯାଉଛି ପୂରା ସହର । ଅପରାଧ ବଢୁଥିବାରୁ ଏହାକୁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ଲୋକେ ।

ଅଭିଯୋଗ ପରେ ଠିକା ସଂସ୍ଥାକୁ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୌରାଧ୍ୟକ୍ଷ । ତେବେ ବାରମ୍ବାର ଲିଖିତ ଚିଠି ପରେ ମଧ୍ୟ ଠିକା ସଂସ୍ଥା ପଦକ୍ଷେପ ନେଉ ନଥିବା ସେ ସଫେଇ ଦେଇଛନ୍ତି । ପୌରପାଳିକା ପକ୍ଷରୁ ବିଲ୍ ବନ୍ଦ କଲେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚାପ ପକାଯାଉଛି । ଆଗକୁ ଏ ନେଇ କାଉନସିଲ ବୈଠକରେ ଆଲୋଚନା କରି ବିଲ୍ ବନ୍ଦ କରାଯିବ ବୋଲି ସେ କହିଛନ୍ତି । ଜୟପୁର ପୌରପାଳିକାରେ ବଡ ଧରଣର ଲାଇଟ୍ ଦୁର୍ନିତି ଚାଲିଥିବାବେଳେ ଏହାର ଫଳ ଭୋଗୁଛନ୍ତି ସାଧାରଣ ଜନତା ।

ଅକ୍ଟୋବର ଆସିଲେ ଛାତିରେ ପଶେ ଛନକା : ମାଡ଼ିବସେ ବାତ୍ୟା ଭୟ

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ଆସିଲେ ଛାତିରେ ପଶେ ଛନକା। ମାଡ଼ିବସେ ବାତ୍ୟା ଭୟ। ଜଳରୁ ସ୍ଥଳ ରଚେ ତାଣ୍ଡବ।  ଓଡିଶାକୁ ବଡ଼ ବଡ଼ ବାତ୍ୟା ଏହି ଅକ୍ଟୋବର ମାସରେ ହିଁ ଆସିଛି। ବାତ୍ୟା ଆସିଲେ ଏକମାତ୍ର ଭରସା ବାତ୍ୟା ଆଶ୍ରୟ ସ୍ଥଳୀ । ଚଳିତବର୍ଷ ଅନେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ କେବଳ ରଙ୍ଗ ମରାଯାଇ କାମ ସାରି ଦିଆଯାଇଛି। ବେଫିକର ପ୍ରଶାସନ। ପରିଚାଳନା ଗତ ତ୍ରୁଟି ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ।

ଆସୁଛି ବାତ୍ୟା ମୋନ୍ଥା। ସରକାର କହୁଛନ୍ତି ଉଦ୍ଧାରକାରୀ ଦଳଠାରୁ ସମସ୍ତେ ପ୍ରସ୍ତୁତ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। କିନ୍ତୁ ଅସ୍ତରଙ୍ଗ ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ନାହିଁ ପାଣି କିମ୍ବା କିଛି ଆନୁସଙ୍ଗିକ ବ୍ୟବସ୍ଥା। କେବଳ ରଙ୍ଗ ମାରି କାମ ସାରିଦେଇଛନ୍ତି ଏବର ବିଜେପି ସରକାର। ୧୯୯୯ ମହାବାତ୍ୟା। ୨୦୧୩ ଫାଇଲିନ । ୨୦୧୪ହୁଡହୁଡ । ୨୦୧୮ତିତଲି ଓ ୨୦୧୯  ଫନି ଭଳି ବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିଲା । ପୂର୍ବ ସରକାର ସମୟରେ ଦୁର୍ବିପାକରେ ଜିରୋ କାଜୁଆଲଟି ଥିଲା ମହାମନ୍ତ୍ର। ସଜାଗ ଥିଲା ପ୍ରଶାସନ। ଏବେ କ୍ଷମତା ପରିବର୍ତ୍ତନ ପରେ଼ ଜରାଜୀର୍ଣ୍ଣ ଅବସ୍ଥାରେ ବାତ୍ୟା ଆଶ୍ରୟ ସ୍ଥଳୀ। ରକ୍ଷଣା ବେକ୍ଷଣ ଅଭାବରୁ ପାଲଟିଛି ଭୂତକୋଠି । କେଉଁଠି ଭାଙ୍ଗିରୁଜି ଗଲାଣି ତ କେଉଁଠି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସମୁଦ୍ର ଠାରୁ ଅନତି ଦୂରରେ ଅବସ୍ଥିତ ଗାଁ ଗୁଡିକ । କୌଣସି ବିପର୍ଯ୍ୟୟ ଆସିଲେ ଏହି ଅସୁରକ୍ଷିତ ଜରାଜୀର୍ଣ୍ଣ ଆଶ୍ରୟସ୍ଥଳୀ ହିଁ ଏକମାତ୍ର ଭରସା । ମହାବାତ୍ୟା ପରେ ପୁରୀ ଜିଲ୍ଲା ଉପକୂଳବାସୀଙ୍କ ସୁରକ୍ଷା ପାଇଁ ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା । ଓସଡ଼ମା ଓ ରେଡକ୍ରସ ଦ୍ୱାରା ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପରିଚାଳନା ଅଭାବରୁ ଭାଙ୍ଗିରୁଜି ଗଲାଣି। । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ। ପୁଣି ଅକ୍ଟୋବର ମାସରେ ବାତ୍ୟା ଆସୁଥିବାରୁ ଏଥର ବାତ୍ୟା କେତେ କ୍ଷତି କରିବ ତାକୁ ନେଇ ଏବେଠୁ ଭୟ ଘାରିଲାଣି।

ଚଳଚଞ୍ଚଳ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ : ଅଣ୍ଡାଦେବା ପାଇଁ ବାଲିପଠାରେ ଜମିବ ଅଲିଭ ରିଡ଼ଲେଙ୍କ ଭିଡ

ନନ୍ଦିଘୋଷ ବ୍ୟୁରୋ : ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନରେ ଚଳଚଞ୍ଚଳ ଗହୀରମଥା। ଅଣ୍ଡାଦେବା ପାଇଁ ବାଲିପଠାରେ ଜମିବ ଅଲିଭ ରିଡ଼ଲେଙ୍କ ଭିଡ । ଗହୀରମଥା ବାଲୁକା ଶଯ୍ୟାରେ ସମୂହ ଅଣ୍ଡାଦାନ କରି ଫେରିଯିବେ ଅଲିଭ ରିଡ଼ଲେ । ଏହି ସମୟରେ ଗହୀରମଥା ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଟ୍ରଲର ଗୁଡିକ ଅବାଧରେ ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରବେଶ କରନ୍ତି ।

ଚଳଚଞ୍ଚଳ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ । ଓଡ଼ିଶାର ଏକମାତ୍ର  ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ଯାହାକୁ ଅଣ୍ଡାଦାନର ସୁରକ୍ଷିତ ସ୍ଥାନ ମଣିଥାନ୍ତି ଅଲିଭ ରିଡଲେ । ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ରର ନୀଳ ଜଳରାଶିକୁ ଅତିକ୍ରମ କରି ଆସିଥାନ୍ତି ଏମାନେ । ଏଥିପାଇଁ ନଭେମ୍ବର ୧ ରୁ ମେ ୩୧ ଯାଏଁ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିମି ଯାଏଁ କଟକଣା ଜାରି ହୋଇଥାଏ। ଯନ୍ତ୍ର ଚାଳିତ ଡଙ୍ଗା ଓ ମାଛ ମାରିବା ଉପରେ ସଂପୂର୍ଣ୍ଣ କଟକଣା  ଜାରି ହୋଇଥାଏ। କିନ୍ତୁ ନିୟମକୁ ଫୁ କରି ସୁରକ୍ଷା ବଳୟକୁ ଭେଦକରି ଗହୀରମଥା ନିଷିଦ୍ଧାଞ୍ଚଳରେ ପ୍ରବେଶ କରନ୍ତି ଶହ ଶହ ଟ୍ରଲର।  ମାଛ ମାରିବା ସହିତ ହଜାର ହଜାର କଇଁଛଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଅନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ।

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ  ୨୦୦୪ରେ ସୁପ୍ରିମକୋର୍ଟ ବନ ବିଭାଗ, କୋଷ୍ଟ ଗାର୍ଡ, ମେରାଇନ ପୋଲିସ ଓ ମତ୍ସ୍ୟ ବିଭାଗ ଉପରେ ସୁରକ୍ଷା ଦାୟିତ୍ବ ନ୍ୟସ୍ତ କରିଥିଲେ । ବନ ବିଭାଗକୁ ଗହୀରମଥାରେ ପାଟ୍ରୋଲିଂ ପାଇଁ ୩ଟି ହାଇ ସ୍ପିଡ ବୋଟ ଦିଆ ଯାଇଥିବା ବେଳେ ସବୁ ଅଚଳ ହୋଇ ପଡିଛି । ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ କଟକଣାକୁ ଖାତିର ନକରି ଟ୍ରଲର ପଶିଥାନ୍ତି । ଟ୍ରଲର ମାଡରେ ହଜାର ହଜାର କଇଁଛଙ୍କ ଜୀବନ ଯାଉଛି । ନଭେମ୍ବର ୧ ରୁ କଇଁଛମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବାବେଳେ କଇଁଛ ମାନଙ୍କୁ କିଭଳି  ସୁରକ୍ଷା ଦିଆଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।