ବିଳାସପୁର: ସ୍ବାଭାବିକ ସ୍ଥିତିକୁ ଫେରୁଛି ରାହୁଲ । ଉଭୟ ଶାରୀରିକ ଓ ମାନସିକ ସ୍ଥିତିରେ ଆସୁଛି ଉନ୍ନତି । ଧୀରେଧୀରେ ଭୁଲୁଛି ବୋରଓ୍ବେଲ ଯନ୍ତ୍ରଣାର ମୁହୂର୍ତ୍ତ । ମୃତ୍ୟୁ ମୁହଁରୁ ଫେରିବା ପରେ ଖେଳୁଛି, ହସୁଛି ଆଉ ବସୁଛି । ମୋବାଇଲ ନେବାକୁ ହାତ ବଢାଉଛି । ଆଉ ନେବାକୁ ଉଠିପଡ଼ୁଛି ମଧ୍ୟ । ପରିବାର ସହିତ ଖୁସି ମନାଉଛି । ଭିଡିଓ ଦେଖି ହସୁଛି । ବିଳାସପୁର ଆପୋଲୋ ହସ୍ପିଟାଲରେ ଏବେ ତାର ଚିକିତ୍ସା ଜାରି ରହିଛି ।
ରାହୁଲଙ୍କୁ ଆଇସିୟୁରୁ ବାହାର କରାଯାଇ ସାଧାରଣ ଓ୍ବାର୍ଡରେ ରଖାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତା ଉପରେ ନଜର ରଖିଛନ୍ତି । ଖୁବଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଯିବ ବୋଲି ଡାକ୍ତର କହିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ନିଜେ ହସ୍ପିଟାଲ ଆସି ରାହୁଲର ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିଛନ୍ତି । ଅନ୍ୟପଟେ ରାହୁଲକୁ ଶୀଘ୍ର ସୁସ୍ଥ କରିବା ପାଇଁ ଡାକ୍ତରୀ ଟିମ ଅହରହ ଚେଷ୍ଟା ଜାରି ରଖିଛନ୍ତି ।




ରୋମରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ପାଛୋଟି ନେଇଛନ୍ତି । ୟୁରୋପରେ ୫ ଦିନିଆ ରହଣୀ କାଳରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ହାସଲ କରିଥିବା ସଫଳତା ବାବଦରେ ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବେ ।