spot_img
Home Blog Page 4123

ଅଗ୍ନିପଥ ଯୋଜନା ନେଇ ସ୍ପଷ୍ଟୀକରଣ ରଖିଲେ ଅଜିତ ଡୋଭାଲ୍, କହିଲେ ସମୟକ୍ରମେ ସେନାରେ ପରିବର୍ତ୍ତନ ଜରୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିବାଦୀୟ ଅଗ୍ନିପଥ ଯୋଜନାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗତ ୮ ବର୍ଷ ମଧ୍ୟରେ ସେନାରେ ଅନେକ ସଂସ୍କାର ଆସିଛି । ଦେଶର ଭବିଷ୍ୟତ ପାଇଁ ଅଗ୍ନିପଥ ଯୋଜନା ଜରୁରୀ ବୋଲି ଅଜିତ ଡୋଭାଲ କହିଛନ୍ତି । ଦେଶ ହିତରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ପରିବର୍ତ୍ତନକୁ ନୂଆ ଅଗ୍ନିପଥ ଯୋଜନା ଦିଗ ଦେଖାଇବ । ସମୟ କ୍ରମେ ସେନାରେ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

ଏହା ସହ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ସେନାରେ ଚାକିରି ଆଶାୟୀ ସାମିଲ ନାହନ୍ତି । ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରି ଦେଶରେ ଅସ୍ଥିରତା ସୃଷ୍ଟି କରାଯାଉଛି । ଦେଶରେ ଆଇନ ଶୃଙ୍ଖଳା ନଷ୍ଟ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦିଆଯାଉଛି । ଗଣତନ୍ତ୍ରରେ ବିକ୍ଷୋଭ କରିବାର ଅଧିକାର ରହିଛି ହେଲେ ପୋଡ଼ାଜଳା, ଭଙ୍ଗାରୁଜା କରିବା ଆଦୌ ସମୀଚିନ ନୁହେଁ ବୋଲି କହିଛନ୍ତି ଅଜିତ ଡୋଭାଲ ।

 

TMCରୁ ଯଶୋୱନ୍ତ ସିହ୍ନାଙ୍କ ଇସ୍ତଫା, ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା

ନୂଆଦିଲ୍ଲୀ: ଟିଏମସି ରୁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋୱନ୍ତ ସିହ୍ନା ଇସ୍ତଫା ଦେଇଥିବା ଚର୍ଚ୍ଚା  । ଆଗକୁ ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ମେଣ୍ଚ ଯଶୋୱନ୍ତଙ୍କୁ ପ୍ରାର୍ଥୀ କରିବା ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା  । ଏଥି ପାଇଁ ଆଜି ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆରମ୍ଭ ହୋଇଛି । ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ହେବା ପାଇଁ ଶରଦ ପାଓ୍ବାର, ଫାରୁକ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧି ମନା କରିବା ପରେ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଆଜିର ବୈଠକରେ ବିଚାରବିମର୍ଶ ହେଉଛି । ଟିଏମସି ପକ୍ଷରୁ ସିହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ଖୋଦ୍ ସିହ୍ନାଙ୍କ ଏକ ଟ୍ବିଟରୁ ଇଶାରା ମିଳିଥିଲା ଯେ, ସେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆଗ୍ରହୀ ଅଛନ୍ତି ।

ଜାତୀୟ ସ୍ବାର୍ଥ ଓ ବିରୋଧୀଙ୍କ ଏକତା ପାଇଁ ସେ କାର୍ଯ୍ୟ କରିବାକୁ ଇଚ୍ଛୁକ ବୋଲି ଯଶୋବନ୍ତ ସିହ୍ନା ଟ୍ବିଟ୍ କରିଛନ୍ତି । ପୂର୍ବତନ କେନ୍ଦ୍ର ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯଶୋବନ୍ତ ସିହ୍ନା ୨୦୧୮ରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ଟିଏମସିର ଉପସଭାପତି ରହିଛନ୍ତି । ସେପଟେ ରାଷ୍ଟ୍ରପତି ପ୍ରାର୍ଥୀ ସଂପର୍କରେ ବିଚାରବିମର୍ଶ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସୁଛି । ସର୍ବସମ୍ମତ ପ୍ରାର୍ଥୀ ଦେବା ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଦଳ ସଭାପତି ଜେ.ପି ନଡ୍ଡା ଗତ ସପ୍ତାହରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।

ଅଗ୍ନିପଥ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ତିନି ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ତିନି ବାହିନୀର ମୁଖ୍ୟ । ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା. ସେପଟେ ସ୍ଥଳ ସେନାରେ ଅଗ୍ନିବୀରଙ୍କୁ ସାମିଲ ନେଇ ଆସିଛି ବିସ୍ତୃତ ବିବରଣୀ । ଆସନ୍ତା ଜୁଲାଇରୁ ଆରମ୍ଭ ହେବ ସ୍ଥଳସେନାରେ ନିଯୁକ୍ତି ପ୍ରକ୍ରିୟା । ଯବାନଙ୍କୁ ୩୦ଦିନର ଛୁଟି ମିଳିବା ସହ ମିଳିବ ନୂଆ ବ୍ୟାଜ୍ । ପ୍ରଥମ ବର୍ଷ ତିନି ସେନା ଲାଗି ୪୫ ହଜାର ଯବାନଙ୍କୁ ନିଯୁକ୍ତି ମିଳିବ ।

କେବଳ ମେଡିକାଲ ବ୍ରାଞ୍ଚର ବୈଷୟିକ କ୍ୟାଡର ବ୍ୟତୀତ ଏହି ପ୍ରକ୍ରିୟା ଆରମ୍ଭ ହେବ । ୧୭ବର୍ଷ ୫ ମାସ ବୟସରୁ ୨୧ ବର୍ଷ ଯୁବକଯୁବତୀମାନେ ଏଥିଲାଗି ଆବେଦନ କରିପାରିବେ । ଆର୍ମି ଆକ୍ଟ ୧୯୫୦ ଅନୁସାରେ ୪ ବର୍ଷ ଲାଗି ନିଯୁକ୍ତି ପାଇବେ ଅଗ୍ନିବୀର । ସେମାନଙ୍କୁ ଜଳ, ସ୍ଥଳ, ଆକାଶ ବା ଅନ୍ୟ ଯେ କୌଣସି ସ୍ଥାନରେ ମୁତୟନ କରାଯାଇପାରିବ । ଚାରି ବର୍ଷ ପରେ ଅଗ୍ନିବୀରଙ୍କୁ ମିଳିବ ସେବାନିଧି ପ୍ୟାକେଜ । ସେମାନଙ୍କୁ ପ୍ରଥମବର୍ଷ ୩୦ ହଜାର, ଦ୍ବିତୀୟ ବର୍ଷ ୩୩ ହଜାର, ତୃତୀୟ ବର୍ଷ ୩୬ ହଜାର ୫୦୦ ଓ ଚତୁର୍ଥ ବର୍ଷ ୪୦ ହଜାର ଲେଖାଁଏ ଟଙ୍କା ମାସିକ ଦରମା ମିଳିବ । ଦରମାରୁ କଟିବ ୩୦ ପ୍ରତିଶତ । ଚାକିରି କାଳ ଶେଷ ପରେ ମିଳିବ ପୂରା ପ୍ୟାକେଜ୍ ।

ବଢୁଛି ନିଯୁକ୍ତି, ସର୍ବନିମ୍ନ ସ୍ତରରେ ଓଡିଶା ବେକାରୀ ସମସ୍ୟା

ଭୁବନେଶ୍ୱର: ଦେଶବ୍ୟାପୀ ନିଯୁକ୍ତି ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବେଳେ ବେକାରୀ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ପାଇଁ ଏକ ପ୍ରମୁଖ ଆହ୍ବାନ ପାଲଟିଛି । ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ଜନ ଅସନ୍ତୋଷକୁ ତୀବ୍ରତର କରିଛି । ଏଭଳି ସ୍ଥିତିରେ ଓଡିଶା ସରକାର ବେକାରୀ ନିୟନ୍ତ୍ରଣରେ କରିଛନ୍ତି ଭଲ ପ୍ରଦର୍ଶନ । ଯାହାକି ଅନ୍ୟ ରାଜ୍ଯ ପାଇଁ ସୃଷ୍ଟି କରିଛି ଉଦାହରଣ । ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ, ଏହା କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି ।

ଗତ ମେ ମାସରେ ଓଡ଼ିଶାର ବେକାରୀ ସର୍ବନିମ୍ନ ହାର ଦେଶବ୍ୟାପୀ ଶ୍ରେଷ୍ଠ ୪ ରାଜ୍ୟ ମଧ୍ୟରେ ଥିବା ବେଳେ, କର୍ମନିଯୁକ୍ତି ପ୍ରଦାନରେ ଯେ ଓଡିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି । ସେଣ୍ଟର  ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁଯାୟୀ ମେ ମାସରେ ଦେଶରେ ବେକାରୀ ହାର ୭. ୧୨ ପ୍ରତିଶତ ଥିବାବେଳେ, ଓଡ଼ିଶାରେ ମାତ୍ର ତାହା ୨. ୬ ପ୍ରତିଶତ ରହିଛି । ଖାଲି ମେ ମାସ ନୁହେଁ, ଯଦି ଗତ ଜାନୁଆରୀ ମାସଠାରୁ ରିପୋର୍ଟକୁ ଅନୁଧ୍ୟାନ କରାଯାଏ, ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଅନ୍ୟମାନଙ୍କ ତୁଳନାରେ ୟଥେଷ୍ଟ ଭଲ ପିରିସ୍ଥିତିରେ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟରେ ଦକ୍ଷତା ବିକାଶ, ସମନ୍ବିତ କୃଷି ଓ ମିଶନ ଶକ୍ତି ସଫଳତା ଆଣିଛି ।

ସଙ୍କଟରେ ଉଦ୍ଧବ ସରକାର, ଶାସକ ଦଳର ୨୫ ବିଧାୟକ ଅନ୍ତର୍ଦ୍ଧାନ

ପୁଣେ: ମହାରାଷ୍ଟ୍ରରେ ଏମଏଲସି ନିର୍ବାଚନ ପରେ ରାଜନୈତିକ ସ୍ଥରରେ ହଇଚଇ ସୃଷ୍ଟି ହୋଇଛି । ସରକାରରେ ଅଲ୍ ଇଜ୍ ନଟ୍ ଓ୍ବେଲ୍ ଥିବା ଜଣାପଡ଼ିଛି । ଏବେ ସଙ୍କଟରେ ରହିଛନ୍ତି ଉଦ୍ଧବ ସରକାର ।  ଏମଏଲସି ନିର୍ବାଚନ ପରେ ଶାସକ ଦଳର ୨୫ ବିଧାୟକ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ୨୫ ବିଧାୟକଙ୍କ ଭିତରେ ଅଛନ୍ତି ଶିବସେନାର ବରିଷ୍ଠ ନେତା ତଥା ଉଦ୍ଧବ ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ । ଏମଏଲସି ନିର୍ବାଚନ ପରେ ଏକନାଥଙ୍କ କୌଣସି ଖବର ନଥିଲା । ଏବେ ଏକନାଥଙ୍କ ସହ ଅନ୍ୟ ସମସ୍ତ ବିଧାୟକ ଗୁଜରାଟର ଏକ ହୋଟେଲରେ ଥିବା କୁହାଯାଉଛି ।

ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ୧୦ଆସନରୁ ୫ଟିରେ ବିଜେପି ବିଜୟୀ ହୋଇଛି । ଏହି ନିର୍ବାଚନରେ ଶିବସେନା ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କ୍ରସ ଭୋଟିଂ ହୋଇଥିବା ବେଳେ ବିଜେପି ଏହାର ଫାଇଦା ଉଠାଇଛି । କ୍ରସ ଭୋଟିଂ ଓ ନିର୍ବାଚନ ରେଜଲ୍ଟକୁ ନେଇ ଏକନାଥ ସିନ୍ଧେ ଖୁସି ନଥିବା କୁହାଯାଉଛି ।

ସୂଚନା ଅନୁସାରେ ଏକନାଥ ସିନ୍ଧେ ଦାବି କରୁଛନ୍ତି ଯେ, ତାଙ୍କ ସପକ୍ଷରେ ୨୦ ଜଣ ବିଧାୟକ ଅଛନ୍ତି । ଅନ୍ୟପଟେ ଆଜି ଅପରାହ୍ମରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୈଠକ ଡାକିଛନ୍ତି । ଏହି ବୈଠକରେ ସମସ୍ତେ ଉପସ୍ଥିତ ରହିବାକୁ କୁହାଯାଇଛି ।

ସେପଟେ ରାଜନୈତିକ ସଙ୍କଟକୁ ନେଇ ମହାରାଷ୍ଟ୍ରରେ ଏକନାଥଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସମ୍ପତ୍ତି ଦାନ କରିଥିଲେ, ଆଜି ଶଙ୍ଖ ଫୁଙ୍କିଲେ

କଟକ: ପୁଣି ଚର୍ଚ୍ଚାରେ କଟକ ସୂତାହାଟର ମିନତୀ ପଟ୍ଟନାୟକ । ସମାଜରେ ନିଜର ଏକ ନିଛକ ଉଦାହରଣ ସୃଷ୍ଟି କରିଥିବା ମିନତୀ ପଟ୍ଟନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି । କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାମରେ ଲେଖି ଦେଇଥିବା କଟକ ସୂତାହାଟ ଅଞ୍ଚଳର ମହିଳା ମିନତୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ । ମିନତୀ ଜଣେ ଉଚ୍ଚଶି୭ିତା ହୋଇଥିବାବେଳେ ରୋଗରେ ସ୍ୱାମୀଙ୍କ ଦେହାନ୍ତ ଘଟିଥିଲା  । ସେପଟେ ମିନତୀଙ୍କ ସେବା ଶୁସ୍ରୁଶା କରିଆସୁଥିବା ଜଣେ ରିକ୍ସା ଚାଲକଙ୍କୁ ତାଙ୍କର ସମସ୍ତ ସମ୍ପତ୍ତି ହସ୍ତାନ୍ତର କରିଥିଲେ  । ଯାହା ରାଜ୍ୟରେ ପ୍ରମୁଖ ଖବର ପାଲଟିଥିଲା  ।

ବିଶ୍ୱ ଦରବାରରେ ନବୀନ କହିବେ ଓଡ଼ିଶା ବିକାଶର ଗାଥା

ନନ୍ଦିଘୋଷ ବ୍ୟୁରୋ:  ବିଶ୍ବ ଶୁଣିବ ଓଡ଼ିଶା ବିକାଶର ଗାଥା । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, କୃଷି ବିକାଶଠାରୁ କରୋନାର ସଫଳ ମୁକାବିଲା…ଇଟାଲି ରାଜଧାନୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ରୋଲ ମଡେଲର ବାର୍ତ୍ତା । ଆଜି ରୋମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶୁଣାଇବେ ଦୀର୍ଘ ଦୁଇ ଦଶନ୍ଧିର ବିକାଶର ଯାତ୍ରା । ୨୨ ବର୍ଷରେ ଓଡ଼ିଶା କିପରି ସାଜିଲା ଉଦାହରଣ, ବିଭିନ୍ନ ମହାବାତ୍ୟାରେ ମିଶନ ଜିରୋ କାଜୁଆଲିଟିକୁ କିପରି ମିଳିଲା ସଫଳତା, ବିପର୍ଯ୍ୟୟ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଦିଗ୍‌ଦର୍ଶନ ଦେବେ ନବୀନ ।

ଦିନେ ଭୋକର ଭୂଗୋଳରେ ସ୍ଥାନୀତ ଓଡ଼ିଶା ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ । ବିପଦ ଆପଦରେ ଅନ୍ୟ ରାଜ୍ୟ ଲାଗି ବି ଦେବଦୂତ ସାଜିଛି ଓଡିଶା । ଜାତିସଂଘ ୱାର୍ଲଡ ଫୁଡ ପ୍ରୋଗ୍ରାମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନୁଭୂତି ବାଣ୍ଟିବେ । ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିବେ ନବୀନ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ ।

ଏହା ସହ ୟୁରୋପ ମହାଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ସେଠାରେ ମଧ୍ୟପ୍ରାଚ୍ୟ ପୁଂଜିନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମଣ୍ଡଳୀ ରୋମରେ ପହଞ୍ଚିବା ପରେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୁତ ନୀନା ମାଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

ବିଶ୍ୱ ଯୋଗଦିବସରେ ବରଫରେ ହିମବୀରଙ୍କ ଯୋଗ

ଲଦାଖ: ବରଫରେ ହିମବୀରଙ୍କ ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସରେ ଇଣ୍ଡୋ ତିବ୍ବତ୍ତିଆନ ବର୍ଡର ପୋଲିସ ବା ଆଇଟିବି ପକ୍ଷରୁ ଯୋଗ କରାଯାଇଛି । ଲଦାଖରେ ୧୭ହଜାର ଫୁଟ ଉପରେ ଯବାନ ଖାଲି ଦେହରେ କରୁଛନ୍ତି ଯୋଗ ।  ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବରଫରେ ଯୋଗମୂଦ୍ରା ଦେଖାଉଛନ୍ତି ଯବାନ । ସେପଟେ ହିମାଚଳ ପ୍ରଦେଶରେ ୧୬ହଜାର ୫ଶହ ଫୁଟ ଉପରେ ଯୋଗ କରୁଛନ୍ତି ଆଇଟିବିପି ଯବାନ ।

ବିଶ୍ୱ ୟୋଗ ଦିବସରେ ସମସ୍ତେ ୟୋଗ ଦିବସକୁ ପାଳନ କରିଛନ୍ତି  । ଯବାନଙ୍କ ଠାରୁ କିଷାନ ସମସ୍ତେ ଏହି ଦିବସକୁ ଭବ୍ୟ କରିଛନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂରରେ ଯୋଗ ଦିବସରେ ଯୋଗଦାନ କରିଛନ୍ତି  । ସେପଟେ ଦେଶର ସମସ୍ତ ସ୍ଥାନରେ ଅନ୍ତ୍ରର୍ଜାତୀୟ ଯୋଗ  ଦିବସକୁ ପାଳନ କରାଯାଇଛି  ।

 

ବିଶ୍ୱ କରୁଛି ଯୋଗ: ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ । ଏହାର ଉପାଦେୟତାକୁ ବୁଝି ପ୍ରତିବର୍ଷ ଜୁନ ୨୧ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥରର ଥିମ ରହିଛି ମାନବିକତା ପାଇଁ ଯୋଗ । ଗତ ଦୁଇବର୍ଷ ଧରି କଟକଣାରେ ଯୋଗ ଦିବସ ପାଳନ କରାଯାଉଥିଲା । ଏଥର ସଂକ୍ରମଣ ହ୍ରାସ ପାଇଥିବାରୁ ? ଯୋଗ ଦିବସକୁ ଭବ୍ୟ କରାଯାଇ ପାରିଛି  ।

ସାରା ଓଡ଼ିଶାରେ ବି ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଛି । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୭୭ରୁ ଅଧିକ ଦେଶ ଯୋଗ ଦିବସ ପାଳନ ହେଉଥିବା ବେଳେ ପ୍ରମୁଖ ଐତିହ୍ୟସ୍ଥଳୀରେ ହେଉଛି ଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହେଶୂରରେ ଯୋଗ ଦିବସରେ ଯୋଗଦାନ କରିଛନ୍ତି  । ସେପଟେ ସମଗ୍ର ଦେଶର ବିଭନ୍ନ ସ୍ଥାନରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଦିବସକୁ ପାଳନ କରାଯାଉଛି  । ବିଭିନ୍ନ ସାମାଜିକ ସଂସ୍ଥା, ସଂଗଠନ ଏବଂ ବେସରକାରୀ ସଂସ୍ଥା ମଧ୍ୟ ଯୋଗ ଦିବସକୁ ପାଳନ କରୁଛନ୍ତି  ।

ପୁଣି ହାଇକୋର୍ଟ ଗଲେ ବର୍ଷା, ଅନୁଭବ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରୁଥିବା ଅଭିଯୋଗ

କଟକ: ପୁଣି ଘନେଇଲା ବର୍ଷା ଅନୁଭବ ବିବାଦ । ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟ ଗଲେ ବର୍ଷା । ଅନୁଭବଙ୍କ ବିରୁଧରେ ଅଦାଲତ ଅବମାନନା ମାମଲା ରୁଜ୍ଜୁ କଲେ ବର୍ଷା । ଏନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଅନୁଭବ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ନେଇ ଆବେଦନରେ ଉଲ୍ଲେଖ କରିଛନ୍ତି ବର୍ଷା । କୋର୍ଟଙ୍କ ନିଷେଧାଦେଶ ପରେ ମଧ୍ୟ ଅନୁଭବ ସମାଜିକ ଗଣମାଧ୍ୟମରେ ନିଜ ମତ ରଖିଥିବା ସେ ଅଭିଯୋଗ କରିଛନ୍ତି । ଉଭୟଙ୍କୁ ପରସ୍ପର ବାବଦରେ କୌଣସି ଗଣମାଧ୍ୟମ ଆଗରେ ମତ ନ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।