spot_img
Home Blog Page 4135

ଦୁବାଇ ଯିବେ ନବୀନ, ଜୁନ୍ ୨୯ରେ ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୯ରେ ଦୁବାଇରେ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସରକାର ଏବଂ ଫିକି ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜନ ହେବ । ଦୁଇ ଘଣ୍ଟା ଧରି ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ପରେ ରୋମରେ ଅନୁଷ୍ଠିତ ହେବାକୁଥିବା ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି ।

ଭାଟିକାନ୍ ସିଟିରେ ପୋପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୃଷି, ଖାଦ୍ୟ ନିରାପତ୍ତା ଏବଂ ବିପର୍ଯ୍ୟୟ ପ୍ରଶମନର ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମ,ସାମର୍ଥ୍ୟ ଓ ସଫଳତା ଅନ୍ୟମାନଙ୍କ ପାଇଁ କିଭଳି ଅନୁକରଣୀୟ ହୋଇପାରିଛି, ସେନେଇ ନିଜ ଅନୁଭୂତି ଓ ଉପଲବ୍ଧି କହିବେ । ରୋମଠାରେ ଥିବା ପ୍ରବାସୀ ଓଡ଼ିଆ ସଂଘ ସହିତ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଦୀର୍ଘ ଏକ ଦଶନ୍ଧି ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ । ଶେଷଥର ପାଇଁ ସେ ୨୦୧୨ରେ ବ୍ରିଟେନ ଗସ୍ତ କରିଥିଲେ ।

ମରାମରି ହୋଇ ଡ୍ରେନରେ ପଡିଲେ ଦୁଇ ଯା’

ରାଜସ୍ଥାନ: ରାସ୍ତା ମଝିରେ  ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଟଣା ଆଉ ଗୋଇଟା ବିଧା ମରାମରି । ଏପରି ଦୃଖ୍ୟ ଦେଖି ଜମାହୋଇ ଯାଇଥିଲେ ଆଖପାଖ ଲୋକ ।  ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଜସ୍ଥାନ ଜିଲ୍ଲାର ଆଜମେର ସ୍ଥିତ ଏକ ପେଟ୍ରୋଲପମ୍ପ ନିକଟରେ ।  ପେଟ୍ରୋଲ ପମ୍ପ ମାଲିକଙ୍କ ପରିବାରର ଦୁଇମହିଳାଙ୍କ ମଧ୍ୟରେ ଅଚାନକ ଆରମ୍ଭ ହୋଇଯାଇଥିଲା ଘମାଘୋଟ ଲଢେଇ  । ଦୁଇ ମହିଳା ମଧ୍ୟରେ ଚୁଟି ଟଣାଟଣି ଠାରୁ ଆରମ୍ଭ କରି ଜାବଡା ଓ ଗୋଇଠା ବିଧା ମରାମରି ମଧ୍ୟ ଜାରି ରହିଥିଲା  । ଏପରି ମରାମରି ହେଉହେଉ ନାଳରେ ପଡି ଯାଇଥିଲେ ଦୁହେଁ, ହେଲେବି କେହି ବି ଛଡାଛଡି ହେବାର ନାଁ ନେଉନଥିଲେ । ସେମାନଙ୍କ ମାରପିଟ୍ ଭିତରେ ଦୁଇ ପକ୍ଷର ପୁରୁଷ ମାନେ ମଧ୍ୟ ଲଢେଲ କରିବାକୁ ଡେଇଁ ପଡିଥିଲେ ।

ରାଜସ୍ଥାନର ଆଜମେର ସ୍ଥିତ ବ୍ୟାବର ପେଟ୍ରୋଲପମ୍ପ ନିକଟରେ ଜମି ବିବାଦକୁ ନେଇ ଗୋଟିଏ ପରିବାରର ଦୁଇ ପକ୍ଷ ମଧ୍ୟରେ ଆଖିବୁଜା ମରାମରି । ଏହି ଲଢେଇ ଭିତରେ ଦୁଇ ପକ୍ଷର ମହିଳାଙ୍କ ମଧ୍ୟରେ ଲାଗିଥିଲା ଘମାଘୋଟ ଲଢେଇ । ମରାମରି ହେଉହେଉ ପେଟ୍ରୋଲ ପମ୍ପ ନିକଟ ଏକ ଡ୍ରେନରେ ଗଳିପଡିଥିଲେ । ନାଳରେ ପଡି ମଧ୍ୟ କାଦୁଅ ଭିତରେ ଜାରି ରହିଲା ସେମାନଙ୍କ ଲଢେଇ । ସୂଚନା ପାଇ ଘଟଣାସ୍ଥଳରେ ସିଟି ଥାନା ପୋଲିସ ପହଞ୍ଚି ପରିବେଶକୁ ଶାନ୍ତ କରିଥିଲେ ଓ ସମସ୍ତଙ୍କୁ ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ ।

ଘଟଣାକୁ ନେଇ ଥାନା ଅଧିକାରୀ ସୁରେନ୍ଦ୍ର ସିଂହ କହିଛନ୍ତି ଯେ, ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପରିବାର ମଧ୍ୟରେ ସମ୍ପତ୍ତି ଓ ଜମିଜମାକୁ ନେଇ ବିବାଦ ଚାଲିଆସିଥିଲା, ସେହି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ  ଲାଗିଯାଇଥିଲା ସଂଘର୍ଷ । ଏହି ଝଗଡ଼ା ଯୋଗୁଁ ସମସ୍ତେ ଆହତ ହୋଇଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛି ସିଟି ପୋଲିସ ।

 

 

ସୁଧୁରୁନି ଆସାମର ପରିସ୍ଥିତି, ଏଯାଏଁ ପାଣି ଘେରରେ ୨୫ଜିଲ୍ଲାର ୧୧ଲକ୍ଷ ଲୋକ

ଆମାମ: ଗମ୍ଭୀର ହେଉଛି ବାତ୍ୟା ପରିସ୍ଥିତି ।  ପୂର୍ବବର୍ତ୍ତୀ ରାଜ୍ୟ ମାନଙ୍କରେ ଲଗାତର ବର୍ଷାର ପଭାବ ଲାଗିରହିଛି। ଯାହା ଫଳରେ ବନ୍ୟାରେ ହନ୍ତସନ୍ତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ପ୍ରବଳ ବର୍ଷା କାରଣରୁ ଉବୁଟୁବୁ ହେଉଛି ସାରା ଆସାମ । ଆସାମର ପ୍ରବଳ ବନ୍ୟା ଯୋଗୁଁ ୨୫ ଜିଲ୍ଲାରେ ପ୍ରଭାବିତ ହୋଇଛନ୍ତି ୧୧ ଲକ୍ଷ ଲୋକ । ମେଘାଳୟରେ ମଧ୍ୟ ଅଶାନ୍ତ ପରିସ୍ଥିତି ଲାଗିରହିଛି । ନଦୀରେ ବଢୁଥିବା ଜଳସ୍ତର ଯୋଗୁଁ ହଜାର ହଜାର ଗାଁରେ ବନ୍ୟା ପରିସ୍ଥିତି ଲାଗିରହିଛି ।   ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ, ସୁଧୁରୁନି ପରିସ୍ଥିତି। ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ଲଗାତାର ବର୍ଷା ଲାଗିରହିଥିବା କାରଣରୁ ଅନେକ ସହର ମାନଙ୍କରେ ବନ୍ୟାଜଳ ଭରିରହିଛି ।

ସେପଟେ ନବଗଠିତ ବାଜାଲୀ ଜିଲ୍ଲା ମାନେ ବନ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି । ମାନସ, ପଗଲାଡିଆ, ପୃଥିମାରୀ, କୋପିଲୀ, ଗୌରାଙ୍ଗ ଏବଂ ବ୍ରହ୍ମପୁତ୍ର ପରି ଅନେକ ନଦୀ ମାନଙ୍କରେ ଏବେବି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ସେପଟେ ଜିଲ୍ଲାରେ ୧୯୭୮୨.୮୦ ହେକ୍ଟର ଫସଲ ଉପରେ ବନ୍ୟାଜଳ ମାଡିରହିଛି । ରାଜ୍ୟ ସରକାରଙ୍କର ଆକଳନ ଅନୁସାରେ ୭୨ ରାଜସ୍ବ ମଣ୍ଡଳ ଅନ୍ତର୍ଗତ ପ୍ରାୟ ୧୫୧୦ ଗାଁ ଜଳମଗ୍ନ ହୋଇସାରିଛି ।

ବାତ୍ୟା ପ୍ରଭାବିତ ଲୋକମାନଙ୍କ ସାହାଯ୍ୟ ପାଇଁ ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ନିର୍ଦ୍ଦେଶକ ରୋହିତ ଶେଡ୍ଡୀ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଡିକୁ ୫ଲକ୍ଷ ଟଙ୍କା ଲେଖାଏଁ  ସାହାଯ୍ୟ ଦେଇଛନ୍ତି  । ସେଥିପାଇଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଟ୍ବିଟ୍ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସଞ୍ଜୟ ସିଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହେଲେ ସଞ୍ଜୟ କୁମାର ସିଂ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଅଛନ୍ତି ସଞ୍ଜୟ କୁମାର । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ନିର୍ବାହ କରିଛନ୍ତି ସଞ୍ଜୟ  । ତେବେ ରାଜ୍ୟ ସରକାର ତାଙ୍କୁ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି ।

୧୯୯୭ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ଅଧିକାରୀ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି  । ଓଡ଼ିଶା ପ୍ରଶାସନରେ ତାଙ୍କର ଅଭିଜ୍ଞତା ରହିଛି  । ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିଲେ  । ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି  । ଏବଂ ତିନି ମହାନଗର ନିଗମରେ ମଧ୍ୟ ନୂତନ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି  ।

 

କଳାହାଣ୍ଡିରେ କିସ୍ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ ଖୋଲି ଶିକ୍ଷାର ଉନ୍ନତି ପାଇଁ, ବିଶେଷକରି ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢୁଛି। ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ, ସରକାରୀ ଇଂଜିନିୟରିଂ କଲେଜ ଆଦି ଜିଲ୍ଲା ପାଇଁ ନୂଆ ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଉପରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଆରୋପ କରୁଛନ୍ତି। ୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରକୁ ହିଁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟରେ ୪୦୦ଟି ସ୍କୁଲର ରୂପାନ୍ତର କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ଟି ସ୍କୁଲର ରୂପାନ୍ତର କରାଯାଇଛି ।

‘ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ  ବସନ୍ତ ପଣ୍ଡା, ସାଂସଦ  ସୁଜିତ କୁମାର ବିଧାୟକ,  ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗ ଦେଇ ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସ୍‌ର ଉଦ୍ୟମ ପାଇଁ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଉଚ୍ଚ ପ୍ରଶଂସା କରିଥିଲେ। କିସ୍‌ର ପ୍ରତିଷ୍ଠାତା ଓ ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲେ ଓ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ  ।

ରାସ୍ତାରେ ସିଙ୍ଗଡ଼ା ବିକୁଛନ୍ତି ଆଫଗାନିସ୍ତାନ ନ୍ୟୁଜ ଉପସ୍ଥାପକ

କାବୁଲ: ମଣିଷ ପରିସ୍ଥିତିର ଦାସ । ଟିଭିରେ ସଚ୍ଚୋଟତାର ସହ ନ୍ୟୁଜ ପଢୁଥିବା ଉପସ୍ଥାପକକୁ ଏବେ ରାସ୍ତାରେ ସିଙ୍ଗଡା ବିକିବାକୁ ପଡୁଛି  । ଏପରି ପରିସ୍ଥିତର ଗତି କରୁଛନ୍ତି ଆଫଗାନସ୍ତାନର ଜଣେ ପ୍ରତିଷ୍ଠିତ ସାମ୍ବାଦିକ । ପୂର୍ବ ବର୍ଷ ହିଁ ଆଫଗାନିସ୍ତାନର ପରିସ୍ଥିତି ସଙ୍କଟପୂର୍ଣ୍ଣ ହୋଇଯାଇଥିଲା । ବଦଳିଯାଇଥିଲା ସରକାର ଓ ଆରମ୍ଭ ହୋଇ ଯାଇଥିଲା ତାଲିବାନୀ ରାଜ୍ ।  ଏହା ପରେ ଯାହାକୁ ଯେମିତି ସୁବିଧା ମିଳିଲା ସେ ଦେଶ ଛାଡି ଚାଲିଯାଇଥିଲେ ।  ତାଲିବାନୀ ମାନେ ରାଜ୍ୟରେ ଯେମିତି ଆତଙ୍କ ଖେଳାଇଥିଲେ, ଯାହାକୁ ଦୃଷ୍ଟିରେ ରଖିଲେ ଦେଶବାସୀଙ୍କ ଦେଶ ଛାଡିବା ହିଁ  ଠିକ୍ ନିଷ୍ପତ୍ତି ବୋଲି କୁହାଯିବ ।

ଆଫଗାନିସ୍ତାନରେ କେବଳ ମହିଳା ମାନେ ହିଁ ନିର୍ଯ୍ୟାତନାର ଶିକାର ହୋଇଥିଲେ ତାହା ନୁହେଁ, ପୁରୁଷ ମାନଙ୍କ ଜୀବନ ମଧ୍ୟ ନର୍କ ପାଲଟିଯାଇଥିଲା । ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ସମ୍ବାଦଦାତା ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତା କଡ଼ରେ ବସି ସିଙ୍ଗଡ଼ା ବିକୁଛନ୍ତି ।

ସୋସିଆଲ ମିଡିଆରେ ଉକ୍ତ ସାମ୍ବାଦିକଙ୍କ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଆଫଗାନିସ୍ତାନର ଜାତୀୟ ମିଡିଆ ଓ ଟେଲିଭିଜନ ନିର୍ଦ୍ଦେଶକ ଜେନେରାଲ ଅହମ୍ମଦୁଲ୍ଲାହ ବାସିକ ମଧ୍ୟ ଏହାକୁ ସେୟାର କରିବା ସହ ଲେଖିଛନ୍ତି, ତାଙ୍କ ପରି ରିପୋର୍ଟର ଓ ଆଙ୍କରଙ୍କୁ ଆଉଥରେ ତାଙ୍କ ଡିପାଟମେଣ୍ଟରେ ଚାକିରି ଦିଆଯିବ । ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି କି ତାଲିବାନ ଶାସନ ପରେ ଗଣମାଧ୍ୟମର  ଅବସ୍ଥା କଣ ହୋଇଯାଇଛି? କେବେ ସୁଟ୍ ପିନ୍ଧି ଖବର ପ୍ରସାରଣ କରୁଥିବା ବ୍ୟକ୍ତିର ଏପରି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ICCR କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରସଙ୍ଗ: କେଦ୍ରର ନିଷ୍ପତ୍ତିକୁ ଚନ୍ଦ୍ରଶେଖରଙ୍କ ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱରରୁ ଉଠିଯିବ ICCR କାର୍ଯ୍ୟାଳୟ । ଜୋନାଲ କାର୍ଯ୍ୟାଳୟରେ ବିଲିନ ହେବ ICCR । କେନ୍ଦ୍ରର ଏପରି ନିଷ୍ପତ୍ତିକୁ ସବୁ ମହଲରେ ବିରୋଧ କରାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ସେ କହିଛନ୍ତି ଓଡ଼ିଶା ଭାଷା ଭିତ୍ତିକ ପ୍ରଦେଶ। ଓଡ଼ିଶାରୁ ICCR ଉଠିଯିବା ଠିକ୍ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସଂସ୍ଥା ରାଜ୍ୟରୁ ଉଠିଯାଇଛି । କେନ୍ଦ୍ରର ଏପରି ନୀତିକୁ ବିରୋଧ କରାଯିବ ବୋଲି କହିଛନ୍ତି ଚନ୍ଦ୍ରଶେଖର ସାହୁ ।

ଓଡିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗିତ ସମେତ ଉତ୍କୃଷ୍ଟ ସଂସ୍କୃତିର ବିକାଶ ସାଙ୍ଗକୁ ଏହାର ପ୍ରଚାର ଓ ପ୍ରସାରର ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟରେ ICCR ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ହଠାତ୍ ଏହାକୁ କୋଲକୋତାକୁ ସ୍ଥାନାନ୍ତର କରି ଜୋନାଲ କାର୍ଯ୍ୟାଳୟରେ ବିଲୀନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ରାଜ୍ୟବାସୀଙ୍କ ପାଇଁ ଘୋର ଅପମାନ ବୋଲି ସବୁଠି ମତ ପ୍ରକାଶ ପାଇଛି ।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ମାରିଦେଲେ..

ମୟୁରଭଞ୍ଜ: ଅନ୍ଧବିଶ୍ୱାସର ଅନ୍ଧାରୀ ଗର୍ତ୍ତରେ ପୁଣି ବଳି ପଡ଼ିଲା ଆଉ ଏକ ଜୀବନ । ଡାହାଣୀ ସନ୍ଦେହରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପୋଡାଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସେହି ଗାଁର ଚମ୍ପାବତୀ ହେମ୍ବ୍ରମ । ଶୋଇଥିବା ଅବସ୍ଥାରେ କେହି ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ମହିଳା ଜଣଙ୍କ ନିଜ ଘରେ ଶୋଇଥିଲେ  । କେହି ଜଣେ ଦୁର୍ବୁତ୍ତ ତାଙ୍କୁ ବିଳମ୍ବିତ ରାତିରେ ପଥରରେ ଆକ୍ରମଣ କରିଛି  । ଅର୍ଥାତ ପଥରରେ ଛେଛି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରିଥିବା  ଘଟଣାସ୍ଥଳରୋ ପୋଲିସ ପହଞ୍ଚି ରକ୍ତ ଲଗା ପଥର ଓ ହତ୍ୟାରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି ।

ଖାରଜ ହେଲା ନବାବ ମଲ୍ଲିକ ଏବଂ ଅନିଲ ଦେଶମୁଖଙ୍କ ଯାଚିକ

ମୁମ୍ବାଇ: ୨୦ ଜୁନରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ଭୋଟ ଦେଇପାରିବେନି ନବାବ ମଲ୍ଲିକ ଓ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ବମ୍ବେ ହାଇକୋର୍ଟ ପକ୍ଷରୁ ଖାରଚ କରାଯାଇଛି ଉଭୟଙ୍କ ଯାଚିକା । ମହାରାଷ୍ଟ୍ରର ମହାବିକାଶ ଅଘାଡୀ ସରକାରର ଏହି ଦୁଇମନ୍ତ୍ରୀଙ୍କୁ ଦେଇନାହାନ୍ତି ଭୋଟ୍ ଅନୁମତି । ଜେଲରେ ବନ୍ଦିଥିବା ଏହି ଦୁଇ ନେତା ରାଜ୍ୟସଭାର ନିର୍ବାଚନ ପରେ ଏମଏଲସି ନିର୍ବାନରେ ମଧ୍ୟ ଆଉ ଭୋଟ ଦେଇ ପାରିବେନି ।

ଜଷ୍ଟିସ୍ ଏମଜେ ଜମାଦାରଙ୍କ ଦ୍ବାରା ଦେଶମୁଖ ଏକ ନୂଆ ଯାଚିକା ଆବେଦନ କରିଥିଲେ, ପୋଲିସ ସୁରକ୍ଷା ମଧ୍ୟରେ ତାଙ୍କୁ ଭୋଟ ଦାନ ପାଇଁ ମଞ୍ଜୁର ଦିଆଯାଉ । ହେଲେ ବମ୍ବେ ହାଇକୋର୍ଟ ଏହି ଯାଚିକା  ଆବେଦନକୁ ଖାରଜ କରିଛନ୍ତି ।

ସେପଟେ ଓକିଲ ଇନ୍ଦ୍ରପାଲ ସିଂହ କହିଛନ୍ତି କି ସେ କୋର୍ଟର ଶୁଣାଣି ଆସିବା ପରେ ହିଁ ପ୍ରତିକ୍ରିୟା ରଖିବି । ପ୍ରଥମେ ରାଜ୍ୟସଭା ନିର୍ବାଚନରେ ଭୋର୍ଟ ଅଧିକାର ନଦିଆଯିବାରୁ ପୁନର୍ବାର ଅନିଲ ଦେଶମୁଖ ଓ ନବାବ ମଲ୍ଲିକ ବିଧାନ ପରିଷଦ ନିର୍ବାଚନରେ ଭୋଟ ଅଧିକାର ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ପୁଣି ଥରେ ଭୋଟ ଦାନର ଯାଚିକାକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ ।

ପ୍ରେମିକାକୁ ପାଇବା ପାାଇଁ ସ୍ତ୍ରୀର ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ

ଭୁବନେଶ୍ୱର: ସ୍ୱାମୀ ସ୍ତ୍ରୀ ଓ ପ୍ରେମିକା । ସ୍ୱାମୀ ବିରୋଧରେ ସ୍ତ୍ରୀର ସାଂଘାତିକ ଅଭିଯୋଗ । ଦ୍ୱିତୀୟ ବିବାହ କରିବା ପାଇଁ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବାକୁ ଷଡଯନ୍ତ୍ର । ପ୍ରଥମ ସ୍ତ୍ରୀର ପିଲା ଦିନର ସାଙ୍ଗକୁ ଟଙ୍କା ଦେଇ ଅଶୀଳ୍ଳ ଭିଡିଓ ତିଆରି କରୁଥିଲା ସ୍ବାମୀ । ଛାଡପତ୍ର ନେଦେଲେ ଭିଡିଓ ଭାଇରାଲ ପାଇଁ ଧମକ ଦେଉଥିଲା ସ୍ୱାମୀ । ଭିଡିଓ ଭାଇରାଲ ନେଇ ପୂର୍ବରୁ ରାଉରକେଲାରେ ସ୍ତ୍ରୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନି ।

ଫଳରେ ସାଇବର ଥାନାର ଦ୍ୱାରାସ୍ଥ ହୋଇଥିଲେ ସଂପୃକ୍ତ ମହିଳା । ସ୍ୱାମୀ ଜଣକ ହେଲେ ପୁରୀ ସାକ୍ଷୀଗୋପାଳର ଦୀପକ ମିଶ୍ର । ଘଟଣାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କର କୌଣସି ପତିକ୍ରିୟା ମିଳି ପାରିନି । ତେବେ ଏହି ଘଟଣାରେ ପୋଲିସର ଅନୁସନ୍ଧାନ ଆବଶ୍ୟକତା ରହିଛି  । ବାସ୍ତବରେ ଅଭିଯୋଗରେ କେତେ ସତ୍ୟତା ରହିଛି ଏବଂ ସ୍ୱାମୀଙ୍କର ଭୂମିକା କେଉଁ ଉଦ୍ଦେଶ୍ୟରେ ରହିଛି ତାହା ଅନୁସନ୍ଧାନ କଲେ ହିଁ ଜଣା ପଡ଼ିିବ  ।