spot_img
Home Blog Page 4148

ମୌସୁମୀ ଦୁର୍ବଳ; ୩ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ଜାରି ରହିଛି ତାତି । ଆସନ୍ତା ୩ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ପାଇଁ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ତାପମାତ୍ରା । ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ତାରିଖ ସୁଦ୍ଧା ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଗଷ୍ଟରେ ସ୍ବାଭାବିକ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୪ରୁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ, ପଶ୍ଚିମ କେନ୍ଦ୍ରୀୟ ଭାରତ ଓ ଉତ୍ତର ଭାରତକୁ ଛାଡ଼ି ପଶ୍ଚିମ ଉପକୂଳ ଏବଂ ପୂର୍ବ-କେନ୍ଦ୍ରୀୟ ଭାରତରେ କମ୍ ବର୍ଷା ହୋଇପାରେ । ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ହେବ । କିନ୍ତୁ ପଶ୍ଚିମ ଭାରତରେ ସ୍ଥିତି ଗମ୍ଭୀର ରହିପାରେ । ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ରାଜ୍ୟରେ ୫୧୨.୨ ମିଲିମିଟର ବର୍ଷା ହୋଇଛି । ଯାହା ସ୍ବାଭାବିକଠାରୁ ୯ ପ୍ରତିଶତ କମ୍ । ୫ ଜିଲ୍ଲାରେ ନିଅଣ୍ଟିଆ, ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୨୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆଜି ଦିଲ୍ଲୀଗସ୍ତରେ ଯିବେ ଓଡ଼ିଶା ବିଧାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ଓଡ଼ିଶା ବିଧାୟକ । ଆଜି ଦିନ ୧ଟା ୫୦ ମିନଟରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ୨୬ ଜଣିଆ ବିଧାୟକ ଟିମ୍ । ଦିଲ୍ଲୀରେ ପହଞ୍ଚିବା ପରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ ।

ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ସୁଦାମ ମାର୍ଣ୍ଡି, ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ ମହାମହିମଙ୍କୁ ଓଡିଶା ବିଧାନସଭା ପକ୍ଷରୁ ଧନ୍ୟବାଦ ଦେବା ପାଇଁ ଆଗତ ସଂକଳ୍ପକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେଥିପାଇଁ ବାଚସ୍ପତିଙ୍କ ନେତୃତ୍ବରେ ବିଧାୟକ ଟିମ୍ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ ।

ଏଥିସହିତ ପଢ଼ନ୍ତୁ: ନବ ନିଯୁକ୍ତ ଶିକ୍ଷକଙ୍କୁ ନବୀନଙ୍କ ମନ୍ତ୍ର: ଶିକ୍ଷକ ରାଷ୍ଟ୍ର ନିର୍ମାତା, ଜାତିର ଗୌରବ

ଭୋଗ ଖାଇ ଜଣେ ମୃତ, ଅନ୍ୟ ଗୁରୁତରଙ୍କୁ ବାଲେଶ୍ୱର ଚିକିତ୍ସାଳୟକୁ ସ୍ଥାନାନ୍ତର

ଜଳେଶ୍ୱର: ଭୋଗରୁ ବିଷକ୍ରିୟା, ଜଣଙ୍କର ମୃତ୍ୟୁ ହୋଇଥିବା ବେଳ, ୨୧ ଜଣ ଗୁରୁତର ଅଛନ୍ତି । ମୃତକ ହେଲେ ସଞ୍ଜୁରାଣୀ ସାହୁ । ଭୋଗରାଇ ବ୍ଲକ ଦାରୁହା କିଟିସାହିରେ ସୁଜନ ଦାସଙ୍କ ଘରେ ପ୍ରସାଦ ଖାଇ ପ୍ରାୟ ୨୦୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୨୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ଆକ୍ରାନ୍ତଙ୍କୁ ଜଳେଶ୍ବର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଟିମ ଗାଁରେ କ୍ୟାମ୍ପ କରି ସ୍ଥିତି ପରଖିଛନ୍ତି । ସକାଳୁ ଗ୍ରାମବାସୀ ଜଣ ଜଣ କରି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ED

 

 

ଆମେରିକା ବାଚସ୍ପତିଙ୍କ ସମ୍ଭାବ୍ୟ ତାଇଓ୍ୱାନଗସ୍ତ ନେଇ ଚୀନ କ୍ଷୁବ୍ଧ

ନୂଆଦିଲ୍ଲୀ: ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଏସିଆ ଗସ୍ତକୁ ନେଇ ବିବାଦ । ତାଇଓ୍ବାନରେ ସ୍ଥିତି ଜଟିଳ । ସମ୍ଭାବ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତ ତାଇଓ୍ବାନ । ସାରା ତାଇଓ୍ବାନରେ ବାଜିଛି ସାଇରନ । ଲୋକମାନେ ବିଭିନ୍ନ ଆଶ୍ରୟସ୍ଥଳୀକୁ ଚାଲିଯାଇଥିବା ସୂଚନା ମିଳିଛି । ଆରମ୍ଭ ହୋଇଛି ସାମରିକ ଡ୍ରିଲ । ସେନାକୁ ସତର୍କ ରଖାଯାଇଥିବାବେଳେ ସମସ୍ତ ସାମରିକ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗଙ୍କୁ ଭେଟିଛନ୍ତି ପେଲୋସି । ଲୁଙ୍ଗଙ୍କ ସହ ପେଲୋସି ତାଇଓ୍ବାନ ଓ ଚୀନ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି ।

ତାଇଓ୍ବାନ ପ୍ରସଂଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗତ ୩୦ ତାରିଖରେ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ଚେତାବନୀ ଦେଇଥିବା ବେଳେ ପେଲୋସି ତାଇଓ୍ବାନ ଗସ୍ତ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଜି ସନ୍ଧ୍ୟାରେ ପେଲୋସି ତାଇଓ୍ବାନକୁ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି ।

ଯଦି ପେଲୋସି ତାଇଓ୍ବାନ ଯାଆନ୍ତି ତେବେ ବିଗତ ୨୫ ବର୍ଷ ମଧ୍ୟରେ ଆମେରିକାର ଜଣେ ତୁଙ୍ଗ ପ୍ରତିନିଧି ତାଇଓ୍ବାନ ଗସ୍ତରେ ଯିବାରେ ପ୍ରଥମ ବ୍ୟକ୍ତି ହେବେ । ସିଙ୍ଗାପୁର ପରେ ପେଲୋସି ମାଲେସିଆ ଯିବେ ଏବଂ ସେଠାରୁ ସେ ତାଇଓ୍ବାନ ରାଜଧାନୀ ତାଇପେଇକୁ ଯିବେ ବୋଲି ତାଇଓ୍ବାନର ୩ଟି ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି । ପେଲୋସିଙ୍କ ଏହି ସମ୍ଭାବ୍ୟ ଗସ୍ତକୁ ନେଇ ବେଜିଂ ଉତ୍‌କ୍ଷିପ୍ତ ହେବା ଆଶଙ୍କା ରହିଛି । ଆମେରିକା ଓ ଚୀନ ମଧ୍ୟରେ ବିବାଦ ପରିପ୍ରେକ୍ଷୀରେ ତାଇଓ୍ବାନ ସମୁଦ୍ରରେ ସମରାଭ୍ୟାସ କରିଛି । ଆସନ୍ତା ଗୁରୁବାର ପେଲୋସି ସାଉଥ କୋରିଆ ବି ଯିବାର କାର୍ଯ୍ୟକ୍ରମ ରହିଛି । ଚୀନ ବୈଦେଶିକ ମନ୍ତ୍ରୀ ଝାଓ ଲିଜିଆନ କହିଛନ୍ତି ଯଦି ପେଲୋସି ତାଇଓ୍ବାନ ଯାଆନ୍ତି ତେବେ ଏହାର ଫଳ ଭୋଗିବାକୁ ପଡ଼ିବ । ଶେଷ ଥର ଲାଗି ୧୯୯୭ରେ ଆମେରିକା ବାଚସ୍ପତି ନ୍ୟୁଟ ଗିଙ୍ଗରିଚ ତାଇଓ୍ବାନ ଗସ୍ତ କରିବା ପରେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଜୀବନ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟିଆରଙ୍କ ଝିଅ

ଚିନ୍ତା ବଢାଇଲାଣି ମଙ୍କିପକ୍ସ, ଦିଲ୍ଲୀରେ ଆଉ ଜଣେ ସଂକ୍ରମିତ

 ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ମଙ୍କିପକ୍ସ । ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ । ସଂକ୍ରମିତ ଜଣକ ନାଇଜେରୀୟ । ତାଙ୍କୁ ଦିଲ୍ଲୀ LNGP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ମିସାଇ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା 2 ବୃଦ୍ଧି ପାଇଛି । ସେହିଭଳି କେରଳରେ ତିନି ଜଣ ମଙ୍କପକ୍ସରେ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ଜଣକର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଧ୍ୟ ଜଣେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା 6ରେ ପହଞ୍ଚିଛି ।

ସେପଟେ ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ଆକ୍ସନ ମୋଡରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାଣୟ । ଭୂତାଣୁ ମନିଟରିଂ ପାଇଁ ଗଠନ ହୋଇଛି ଟାସ୍କଫୋର୍ସ । ସଂକ୍ରମଣ ନିୟନ୍ତ୍ରଣ ପାଇଁ ଭ୍ୟାକସିନ ପ୍ରସ୍ତୁତକାରୀ କମ୍ପାନୀ ସହ ନିତି ଆୟୋଗ ସଦସ୍ୟ ଆଲୋଚନା କରିଛନ୍ତି । ଏବେ ସୁଦ୍ଧା ଦେଶରେ ୫ ମଙ୍କିପକ୍ସ ରିପୋର୍ଟ ହୋଇଥିବା ବେଳେ ଏକାଧିକ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ସହ ଆକ୍ରାନ୍ତଙ୍କଠାରୁ ଦୂରତ୍ବ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ LNJP ହସ୍ପିଟାଲ ଏମଡି ସୁରେଶ କୁମାର ।

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ, କମୁଛି କେସ୍

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ଡାଇରିଆ ନିୟନ୍ତ୍ରଣକୁ ଆସୁଛି । ଦୈନିକ ନୂଆ କେସ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ଏଯାବତ ରାଜ୍ୟରେ ମୋଟ ୪୩୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଡାଇରିଆ ସ୍ଥିତି ନେଇ ଗୃହରେ ଏହି ବିବୃତି ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଗତ ମାସ ୧୩ ତାରିଖରେ ରାୟଗଡ଼ା କାଶୀପୁର ବ୍ଲକରେ ପ୍ରଥମେ କେସ ନଜରକୁ ଆସିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କାଶୀପୁରର ୫ଟି ପଞ୍ଚାୟତର ୧୧ଟି ଗାଁରୁ ୧୫୯ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଟିକିରି ଡାକ୍ତରଖାନାରେ ୧୦, କାଶୀପୁରରେ ୧୩, ଉତ୍କଳ ଆଲୁମିନା ଚିକିତ୍ସା କେନ୍ଦ୍ରରେ ୧୪, ଉତ୍କଳ ଆଲୁମିନା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୮ ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବାରମ୍ବାର ଫିଲ୍ଟ ଭିଜିଟ କରି ସମୀକ୍ଷା କରୁଛନ୍ତି । ୬ ଜଣ ଡାକ୍ତର ଓ ଜିଲ୍ଲାର ମହାମାରୀ ନିୟନ୍ତ୍ରଣ ଟିମ ସେଟାରେ ରହି କାମ କରୁଛନ୍ତି । ୮ଟି ମୋବାଇଲ ଟିମ ନିୟୋଜିତ ଅଛନ୍ତି । ୪ ଗୋଟି ମୋବାଇଲ ଟିମ ସଚେନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ମୋଟ ୨୦୨ ଜଳ ନମୁନା, ୧୭୪ଟି ମଳ ନମୁନା ପରୀକ୍ଷଣ କରାଯାଇଛି । ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପରିମାଣର ଔଷଧ ଓ ଅନ୍ୟାନ୍ୟ ସଂରଜାମ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ବିବୃତି ରଖଛନ୍ତି ।

ସେହିପରି କୋରାପୁଟ ଦଶମନ୍ତପୁର ବ୍ଲକରେ ୫ଟି ଗାଁରୁ ୮୩ ଜଣ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଜଣକର ମୃତ୍ୟୁ ହୋଇଥିବାବେଳେ ୭୬ ଜଣ ସୁସ୍ଥ ହୋଇଛନ୍ତି । ନବରଙ୍ଗପୁରରେ ନନ୍ଦାହାଣ୍ଡି ବ୍ଲକର ୪୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ସୋନପୁରରେ ୬୪ ଆକ୍ରାନ୍ତ, ଜଣେ ମୃତ, ନୂଆପଡ଼ାରେ ୪୯ ଆକ୍ରାନ୍ତରୁ ଜଣେ ମୃତ, ଗଜପତିରେ ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ । ସେହିପରି ଝାରସୁଗୁଡାରେ ୱାର୍ଡ ନମ୍ବର ୧୩ରୁ ୧୨ ଜଣ ଆକ୍ରାନ୍ତ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ଗୃହରେ ବିବୃତି ରଖିଛନ୍ତି ।

ଜୀବନ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟିଆରଙ୍କ ଝିଅ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଦିଂବଗତ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅଙ୍କ ଆତ୍ମହତ୍ୟା । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ କେ ଉମା ମହେଶ୍ୱରୀ ଗତି କରୁଥିବା ବେଳେ ଚିକିତ୍ସାଧୀନ ଥିଲେ । ଜୁବଲୀ ହିଲ୍ ସ୍ଥିତ ବାସଭନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଶବବ୍ୟବଚ୍ଛେଦ ନେଇ ପଠାଯାଇଛି ।

ପ୍ରାଥମିକ ତଦନ୍ତରୁ ପ୍ରାପ୍ତ ସୂଚନା ମୁତାବକ ସେ ମାନସିକ ଅବସାଦ ଦେଇ ଗତି କରୁଥିଲେ । ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ଓସମାନିଆ ହସ୍ପିଟାଲକୁ ପଠାଯାଇଥିବା ଜୁବଲୀ ହିଲ୍ସ ପୋଲିସ ଅଧିକାରୀ ରାଜଶେଖର ରେଡ୍ଡୀଙ୍କ ପକ୍ଷରୁ ସୂଚିତ କରାଯାଇଛି । ଏନ୍‌ଟିଆରଙ୍କ ୪ଝିଅଙ୍କ ମଧ୍ୟରୁ ସେ ସର୍ବକନିଷ୍ଠ ।

ଏଥିସହିତ ପଢ଼ନ୍ତୁ: ଜବଲପୁରର ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ; ୮ଜଣ ଜୀବନ୍ତ ଦଗ୍ଧ

ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ

କଟକ: କ୍ୟାରିୟର କରିବାକୁ ହେଲେ ଶିକ୍ଷା ସହ ସଂସ୍କାର ଜରୁରୀ । ଭଲ ସଂସ୍କାର ବିନା ଜଣେ କେବେହେଲେ ଭଲ କ୍ୟାରିୟର କରିପାରିବ ନାହିଁ । ତେଣୁ ଛାତ୍ର ଛାତ୍ରୀ ମାନେ ଭଲ ମାର୍କ ହାସଲ ସହ ସବୁବେଳେ ସଂସ୍କାରୀ ହେବାକୁ ଚେଷ୍ଟା କରିବା ଦରକାର । ଏହା ହେଲେ ହିଁ ନିଜ ଲକ୍ଷ୍ୟ ପଥରେ ଆଗକୁ ବଢିବା ସହଜ ହେବ । ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଦଶମ ପାସ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବଦ୍ଧିତ କରି ଏମିତି ପରାମଶ୍ୟ ଦେଇଛନ୍ତି ବିଶିଷ୍ଠ ଶିକ୍ଷାବିତ ମାନେ ।

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଳି ଖଣ୍ଡସାହି ଠାରେ ଥିବା ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି ହରପ୍ରିୟା ମହାନ୍ତିଙ୍କ ଉପସ୍ଥିତରେ ସମ୍ବର୍ଦ୍ଧନା ସଭା ଓ କ୍ୟାଣ୍ଡେଲ ପ୍ୟାସିଙ୍ଗ ଉତ୍ସବ ଆୟୋଜିତ ହୋଇଥିଲା । ଉତ୍ସବରେ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟବକ୍ତା ଭାବେ ପ୍ରଫେସର ଡକ୍ଟର ପ୍ରଣବ ମିଶ୍ର, ସମ୍ମାନିତ ଅତିଥି ଭାବେ ଡକ୍ଟର ଶେଷଦେବ ଦାସ,ଶ୍ରୀମତି ମ୍ରୁଣମୟୀ ଦେବୀ, ପୂର୍ବତନ ଅଧ୍ୟକ୍ଷା ସଂଯୁକ୍ତା ପାଣିଗ୍ରାହୀ ଏବଂ ସ୍କୁଲର ସଂପାଦକ ପ୍ରଫେସର ପ୍ରମୋଦ ମିଶ,ସ୍କୁଲର ଅଧ୍ୟକ୍ଷା ନିବେଦିତା ମିଶ୍ର ପ୍ରମ୍ମୁଖ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମଦ୍ଧିତ କରିବା ସହ କିପରି କ୍ୟାରିୟର ବାଛିବେ ସେନେଇ ପରାମଶ୍ୟ ଦେଇଥିଲେ ।

ଏହି ଅବସରରେ କ୍ୟାଣ୍ଡେଲ ପ୍ୟାସିଙ୍ଗ ସେରିମନି ମଧ୍ୟ କରାଯାଇଥିଲା । ସିବିଏସଇ ଏନଇପି କନଫରେନ୍ସରେ ଭାଗ ନେଇଥିବା ଶିକ୍ଷୟତ୍ରୀ ମାନଙ୍କୁ ଅତିଥି ମାନେ ସାଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଚଳିତ ବର୍ଷ ୪୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ୧୦ ଜଣ ଛାତ୍ର ଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖି ଉତୀଣ୍ଣ ହୋଇଥିବାବେଳେ ଅନ୍ୟମାନେ ୬୦ ପ୍ରତିଶତରୁ ଉର୍ଦ୍ ନମ୍ବର ରଖି ପାସ କରିଛନ୍ତି ।

ବିଧାୟକ ପିନ୍ଧିଲେ ସମ୍ବଲପୁରୀ ଡ୍ରେସ୍: ପିନ୍ଧମା ସମଲପୁରୀ, ଖାଏମା ସମଲପୁରୀ

ଭୁବନେଶ୍ୱର: ସମ୍ବଲପୁରୀ ଦିନ୍‌ ପାଇଁ ବିଧାନସଭାରେ ଦେଖିବାକୁ ମିଳିଥିଲା ସମ୍ବଲପୁରୀ ଝଲକ । ପିନ୍ଧମା ସମଲପୁରୀ, ଖାଏମା ସମଲପୁରୀ, ଗାଏମା ସମଲପୁରୀ । ଏଭଳି ମନୋଭାବ ନେଇ ବିଧାନସଭାକୁ ଆସିଥିଲେ ବିଧାୟକ ଓ ମନ୍ତ୍ରୀ । ସମ୍ବଲପୁରୀ ଦିନ୍ ପାଇଁ ବିଧାୟକଙ୍କ ଏହି ପୋଷାକ ଆକର୍ଷଣ ପାଲଟିଥିଲା । କେବଳ ପଶ୍ଚିମାଞ୍ଚଳର ବିଧାୟକ ନୁହନ୍ତି, ପୂର୍ବ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଧାୟକମାନେ ମଧ୍ୟ ସମ୍ବଲପୁରୀ ପୋଷାକ ପିନ୍ଧି ବିଧାନସଭାକୁ ଆସିଥିଲେ ।

ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଭଳି ଅନେକ ନେତା ମଧ୍ୟ ସମ୍ବଲପୁରୀ ପୋଷାକ ପିନ୍ଧି ଗୃହକୁ ଆସିଥିଲେ । ସମ୍ବଲପୁରୀ ଭାଷା, ସାହିତ୍ୟ,କଳା ସଂସ୍କୃତିର ରହିଛି ସ୍ବତନ୍ତ୍ରତା, ତାହା ବିଧାୟକମାନେ ପ୍ରତିପାଦନ କରିଥିଲେ । ମନ୍ତ୍ରୀ ରୀତା ସାହୁ, ଟୁକୁନି ସାହୁ ସମ୍ବଲପୁରୀ ଦିବସ ପାଇଁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଡାଲଖାଇ ଗୀତ ଗାଇଥିଲେ ।

ଭୋଗରୁ ବିଷକ୍ରିୟା: ଜଣେ ମୃତ, ୧୧ ଗୁରୁତର

ବାଲେଶ୍ୱର: ଭୋଗରୁ ବିଷକ୍ରିୟା, ଜଣେ ମୃତ 11 ଗୁରୁତର । ଭୋଗରାଇ ବ୍ଲକ ଦାରୁହା ଗ୍ରାମର କିଟିସାହିରେ ଅଘଟଣ । ସୁଜନ ଦାସଙ୍କ ଘରେ ପ୍ରସାଦ ଖାଇ ପ୍ରାୟ 200 ଜଣଙ୍କୁ ଝାଡ଼ାବାନ୍ତି । 11 ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ଆକ୍ରାନ୍ତଙ୍କୁ ମାନଙ୍କୁ ଭୋଗରାଇ ଜଳେଶ୍ୱର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ ବିଷକ୍ରିୟା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକ ଜଣକ ନାମ ସଞ୍ଜୁରାଣୀ ସାହୁ । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଟିମ ଆସି ଗ୍ରାମରେ ପହଞ୍ଚି କରୁଛନ୍ତି ତଦନ୍ତ । ଡାକ୍ତରୀ ଦଳ ପ୍ରତ୍ୟେକ ଘର କୁ ଘର ଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ।