spot_img
Home Blog Page 4188

ରାଜଧାନୀରେ ବ୍ଲେଡ଼ ମାଡ଼, କଟିଗଲା ବେକର ଭେନ୍

ଭୁବନେଶ୍ୱର: ରାଜଧାନୀରେ ବ୍ଲେଡ଼ ମାଡ଼ । ଦୁଇ ନିସାଡ଼ିଙ୍କ ମଧ୍ୟରେ ମାରପିଟ୍ । ଧଉଳି ଥାନା ଅନ୍ତର୍ଗତ ବିଜୟ ବିହାର ଲେନ୍ 2 ରେ ଘଟିଛି ଘଟଣା । ନୂଆଗାଁ ବୁଢ଼ା ବିଶ୍ବାଳର ବ୍ଲେଡ ମାଡ଼ରେ ସାମନ୍ତରାପୁର ଜଗା ଆହତ ହୋଇଛି । ଜଗା ବେକର ଭେନ୍ କଟିବା ସହିତ ନାକରେ ଗଭୀର କ୍ଷତ ହୋଇଥିବା ଜମା ପଡ଼ିଛି ।

ସେପଟେ ଗୁରୁତର ଭାବେ ଜଗାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ । କେଉଁ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଏଭଳି ସ୍ଥିତି ଉପୁଜିଲା ତାହାର କାରଣ ଖୋଜୁଛି ପୋଲିସ  । ନିଶା କେବଳ ଏମାନେ ସେବନ କରୁଥିଲେ ନା ବିକ୍ରିୟ ଭଳି କାର୍ଯ୍ୟ କରୁଥିଲେ ଏବଂ ଯେଉଁଥିପାଇଁ ବ୍ଲେଡରେ ଆକ୍ରମଣ ହୋଇଛି ତାହାର ମଧ୍ୟ ଅନୁସନ୍ଧାନ କରୁଛି ଧଉଳି ପୋଲିସ  ।

 

ରାଜ୍ୟସଭା ପାଇଁ ବିଜେପି ଘୋଷଣା କଲା ୧୬ ଜଣ ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ଘୋଷଣା କରିଛି ପ୍ରାର୍ଥୀ ତାଲିକା  । ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି  । ପ୍ରଥମ ପକ୍ରିୟାରେ ଦଳ ଉତ୍ତର ପ୍ରଦେଶର  ୬ଟି ଆସନ ଲାଗି ଘୋଷଣା କରିଛନ୍ତି ପ୍ରାର୍ଥୀ ତାଲିକା  । ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ରାଧା ମୋହନ ଅଗ୍ରୱାଲଙ୍କ ସମେତ ୬ ଜଣଙ୍କ ନାମ ଘୋଷଣା କରାଯାଇଛି  । ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ର ଗୋଟିଏ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ  । ସମୁଦାୟ ୫୭ଟି ସିଟ ପାଇଁ ୧୦ ଜୁନରେ ହେବାକୁ ଯାଉଛି ନିର୍ବାଚନ  ।

ବିଜେପି ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣାଟକରୁ ନିର୍ମଳା ସୀତାରମଣ ଏବଂ ଜଗେଶ, ମହାରାଷ୍ଟ୍ରରୁ ପିୟୁଷ ଗୋୟେଲ ଏବଂ ଡ. ଅନିଲ ସୁଦେବରାଓ, ରାଜସ୍ଥାନରୁ ଘନଶ୍ୟାମ ତିୱାରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି  । ସେହିପରି ଉତ୍ତରପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂ ନଗର, ବାବୁରାମ ନିଷାଦ, ଦର୍ଶନ ସିଂହ, ସଙ୍ଗୀତା ଯାଦବ, ଉତ୍ତରାଖଣ୍ଡରୁ କଳ୍ପନା ସୈନୀ, ବିହାରରୁ ସତୀଶ ଚନ୍ଦ୍ର ଦୁବେ, ଶମ୍ଭୁ ଶରଣ ପଟେଲ, ଏବଂ ହରିୟାଣାରୁ କୃଷ୍ଣ ଲାଲ ପମ୍ବାରଙ୍କୁ ରାଜ୍ୟସଭା ପଠାଇବେ ନିମନ୍ତେ ଘୋଷଣା କରିଛି ବିଜେପି  ।

କୋଇଲା ସଂକଟ: ଜୁଲାଇରୁ କୋଇଲା ନଯୋଗାଇଲେ ପ୍ଲାଣ୍ଟ୍ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଘନେଇଲା କୋଇଲା ସଂକଟ। କୋଲ ଇଣ୍ଡିଆ ବିଦେଶରୁ ଆମଦାନୀ କରି କୋଇଲା ନଯୋଗାଇଲେ ଆସନ୍ତା ଜୁଲାଇରୁ ବନ୍ଦ ହୋଇଯିବ ରାଜ୍ୟର ଇସ୍ପାତ, ଆଲୁମିନିୟମ ଓ ପାଓ୍ବାର ପ୍ଲାଣ୍ଟ୍। ଏଭଳି ଉଦବେଗ ପ୍ରକାଶ କରି କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଛି ଶିଳ୍ପ ସଂଘ । ବିଜେଡି କହିଛି, ବର୍ଷେ ହେଲାଣି ଲାଗି ରହିଛି କୋଇଲା ସଂକଟ। ଓଡ଼ିଶାରୁ ଉତ୍ପାଦନ ହେଉଥିବା କୋଇଲା ବାହାରକୁ ରପ୍ତାନୀ ହେଉଛି। ଅଥଚ ଓଡ଼ିଶାର ଶିଳ୍ପଙ୍କୁ ଆବଶ୍ୟକ ଅନୁସାରେ କୋଇଲା ମିଳୁନି । ସଂକଟ ଦୂର ପାଇଁ କେନ୍ଦ୍ର ସରକାର ବି ଆନ୍ତରିକତା ଦେଖାଉନାହାନ୍ତି।

ସରି ଆସିଲାଣି ଏମଏସ୍ଏମ୍ଇ କୋଇଲା ଷ୍ଟକ୍। ଦୂର ହେଉନି ସଂକଟ। ହେଲେ କେନ୍ଦ୍ର ସରକାର କହୁଛନ୍ତି, ଚିନ୍ତା ନାହିଁ ଗଚ୍ଛିତ ଅଛି ୭୨ମିଲିୟାନ ଟନ୍ କୋଇଲା। ସେପଟେ ବ୍ଲେଣ୍ଡିଂ ଉଦ୍ଦେଶ୍ୟରେ ବିଦେଶରୁ କୋଇଲା ଆମଦାନୀ ପାଇଁ ସବୁ ବିଦ୍ୟୁତ ପ୍ଲାଣ୍ଟ୍କୁ ମେ ୩୧ସୁଦ୍ଧା ଅର୍ଡ଼ର ପ୍ଲେସ କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଜିଦ୍ ଧରିଛି। ନଚେତ୍ ଆବଣ୍ଟିତ କୋଇଲାରୁ ୫ପ୍ରତିଶତ କଟିଯିବ। କୋଇଲା ମନ୍ତ୍ରାଳୟ ଅଭାବ ପୂରଣ କରୁନି। ଶକ୍ତି ମନ୍ତ୍ରାଳୟ ଅଭାବ ପୂରଣ ପାଇଁ ଆମଦାନୀ କରିବାକୁ ବାଧ୍ୟ କରୁଛି, ଯାହାକି ବ୍ୟୟବହୁଳ ।

ରାଜ୍ୟର ଏମ୍ଏସ୍ଏମ୍ଇ ଶିଳ୍ପ ପାଖରେ ଆଉ କୋଇଲା ନାହିଁ। କୋଲ ଇଣ୍ଡିଆ ଜରିଆରେ ବିଦେଶରୁ ଆମଦାନୀ କରି କୋଇଲା ଯୋଗାଇବାକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଓ ରେଳ ମନ୍ତ୍ରାଳୟକୁ ଚିଠି ଲେଖିଛି ଶିଳ୍ପ ସଂଘ। ବର୍ଷକୁ ୧୯୪ମିଲିୟନ୍ ଟନ୍ ଆବଶ୍ୟକ। କେନ୍ଦ୍ର ସରକାର ଯୋଗାଇବେ ୧୫୪.୭ ମିଲିୟନ୍ ଟନ୍। ବାକି ୪୨.୫ ମିଲିୟନ୍ ଟନ୍ ଅଭାବ ପଡ଼ିବ। ଯଦି ଏବେଠୁ କୋଇଲା ଯୋଗାଣ କେନ୍ଦ୍ର ସରକାର ସୁନିଶ୍ଚିତ ନକରନ୍ତି, ତାହାଲେ ଜୁଲାଇ ସୁଦ୍ଧା ରାଜ୍ୟର ସ୍ପଞ୍ଜ ଆଇରନ୍, ଆଲୁମିନିୟମ୍, ଛୋଟ ବିଦ୍ୟୁତ୍ ପ୍ଲାଣ୍ଟ୍ଗୁଡ଼ିକ ବନ୍ଦ ହୋଇଯିବ ।

କୋଇଲା ସଂକଟ ଦୂର କରିବାକୁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଓଡ଼ିଶାର କୋଇଲା ବାହାରକୁ ରପ୍ତାନୀ ହେଉଛି। ଅନ୍ତରାଷ୍ଟ୍ରୀୟ ବଜାରରେ କୋଇଲା ଦର ଅହେତୁକ ବଢ଼ିଯାଇଛି। ଏପରିକି ବିଦେଶରୁ କୋଇଲା ଆମଦାନୀ କଲେ ଟନ୍ ପିଛା ୩୦ହଜାର ପଡ଼ିଲାଣି। ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବାରୁ ସେଠାରୁ କୋଇଲା ଆସିପାରୁନି। ଅନ୍ୟପଟେ ଇଣ୍ଡୋନେସିଆ କୋଇଲା ରପ୍ତାନୀ ବନ୍ଦ କରିଦେଇଛି। ଏଭଳି ସ୍ଥିତିରେ ବିଦେଶରୁ କୋଇଲା ଆମଦାନୀ ଜିଦ୍, ସଂକଟ ଦୂର ନେଇ କେନ୍ଦ୍ରର ଆନ୍ତରିକହୀନତା ଦର୍ଶାଉଛି । ବର୍ଷେ ହେଲାଣି ଦେଶରେ କୋଇଲା ସଂକଟ ଲାଗିରହିଛି। ଉତ୍ପାଦନ ବୃଦ୍ଧି କରି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ଆମଦାନୀ କରିବାକୁ ଜିଦ ଧରିବା ଶିଳ୍ପ ବିକାଶ କ୍ଷେତ୍ରରେ କେତେ ସମ୍ଭବ ହେବ ତାକୁ ନେଇ ଉଠିଛି ପ୍ରଶ୍ନ।

ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର, ୩୧କୁ ଅପେକ୍ଷା..

ନନ୍ଦିଘୋଷ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର । ମଇଦାନରେ ଶେଷ ଦିନରେ କସରତ କଲେ ତିନି ପ୍ରମୁଖ ଦଳ । ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ମୁଦ୍ଦାନେଇ ପ୍ରଚାର କରିଥିବାବେଳେ ବିଜେଡିର ଅଳକା ମହାନ୍ତି ଲଖନପୁର ବେଲପାହାଡ ଓ ବ୍ରଜରାଜନଗରରେ ଶେଷ ପ୍ରଚାର କରିଛନ୍ତି । ମହିଳା ବ୍ରିଗେଡକୁ ଧରି ବିକାଶ ମୁଦ୍ଦା କରି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ଅଳକା ।

ସରିଲା ପ୍ରଚାର । ଆଉ ଦିନକ ପରେ ବ୍ରଜରାଜନଗର ପାଇଁ ମତଦାନ । ଶେଷ ଦିନରେ ଜୋରସୋରରେ ହେଲା ପ୍ରଚାର । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଘର ଘର ବୁଲି ଭୋଟ ମାଗିଛନ୍ତି । ଜନମତକୁ ନିଜ ଆଡକୁ ନେବା ପାଇଁ ଷ୍ଟାର କ୍ୟାମ୍ପେନର ଜୋରଦାର ପ୍ରୟାସ କରିଛନ୍ତି । ଏସବୁ ଭିତରେ ପ୍ରଚାରରେ ଆଗୁଆ ଅଛନ୍ତି ବିଜେଡିର ଅଳକା ମହାନ୍ତି । ରାଜ୍ୟ ସରକାରଙ୍କ ବିକାଶ ମୁଳକ ଯୋଜନାକୁ ନେଇ ଲୋକଙ୍କୁ ସମର୍ଥନ ଜିତିବାକୁ ଚେଷ୍ଟା କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି ଅଳକା ।

ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ଦିନରେ ଗାଁ ଗାଁ ବୁଲି ବିଭିନ୍ନ ମୁଦ୍ଦା ନେଇ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପ୍ରାର୍ଥୀନି ରାଧାରାଣୀ ପଣ୍ଡା ମଧ୍ୟ ନିଜ ସମର୍ଥକଙ୍କୁ ଧରି ବ୍ରଜରାଜନଗର ଓ ବେଲପାହାଡରେ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ବ୍ରଜରାଜନଗର ଅଂଚଳରେ ଶେଷ ପ୍ରଚାର କରିଛନ୍ତି ।  ଆସନ୍ତା ୩୧ରେ ବ୍ରଜରାଜନଗରରେ ମତଦାନ ହେବାକୁ ଥିବା ବେଳେ ଜୁନ୍‌ ୩ରେ ପ୍ରକାଶ ପାଇବ ଫଳ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ନବୀନ ନିବାସରେ ୪ ରାଜ୍ୟସଭା ପ୍ରାର୍ଥୀ । ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ମାନସ ମଙ୍ଗରାଜ, ସୁଲତା ଦେଓ, ସସ୍ମିତପାତ୍ର ଓ ନିରଞ୍ଜନ ବିଶି । ଆଜି ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି ।

ପ୍ରାର୍ଥୀ ଘୋଷଣା କରିବା ପରେ ନବୀନ ନିବାସରେ  ପହଁଚିଛନ୍ତି ସମସ୍ତ ରାଜ୍ୟସଭା ପ୍ରାର୍ଥୀ  ।  ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୪ଜଣ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଉଚ୍ଚ ସଦନକୁ ଯିବା ନେଇ ସୁଯୋଗ ଦେଇଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ସମସ୍ତ ସଦସ୍ୟ  ।

ପଞ୍ଜାବର ପ୍ରସିଦ୍ଧ ଗାୟକଙ୍କୁ ଗୁଳି ମାରି ହତ୍ୟା, ଗୋଟେ ଦିନ ପୂର୍ବରୁ ମାନ୍ ହଟାଇଥିଲେ ସୁରକ୍ଷା ବ୍ୟବସ୍ଥା

ଅମୃତସର: ସୁରକ୍ଷା ବ୍ୟବସ୍ଥା ହଟାଉ ହଟାଉ ହତ୍ୟା  । ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ  । ମିଲିଥିବା ସୂଚନା ମୁତାବକ ମୁସେବାଲାଙ୍କୁ ପଞ୍ଜାବର ମନସା ଗ୍ରାମ ପାଖରେ ଫାୟାରିଂ କରାଯାଇଛି  । ମନସା ଗ୍ରାମ ନିକଟରେ ମୁସେବାଲା ନିଜ ମହିନ୍ଦ୍ରା ଗାଡିରେ ଆସୁଥିବାବେଳେ ଏକ କଳାରଙ୍ଗର କାରରେ କିଛି ଦୁର୍ବୁତ୍ତ ଆସିଥିଲେ  । ଏବଂ ସିଦ୍ଧୁ ମୁସେବାଲାଙ୍କ ଗାଡିକୁ ଆଖିବୁଜା ଗୁଳି ଚାଳନା କରିଥିଲେ  ।

ଫଳରେ ମୁସେବାଲା ଗୁରୁତର ଆହତ ହୋଇଥିଲେ  । ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା  । ଗୁରୁତର ଭାବେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଚିକିତ୍ସା ସମୟରେ ଆଖି ବୁଜିଛନ୍ତି ପଞ୍ଜାବୀ ଗାୟକ ସିଦ୍ଧୁ  ମୁସେବାଲା  ।ମିଳିଥିବା ସୂଚନା ମୁତାବକ ମୁସେବାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟାରଙ୍କ ଧମକ ମିଳିଥିଲା  । ସୁଯୋଗ ନେଇ ଅପରାଧି ମାନେ ଗୁଳିକାଣ୍ଡ ଘଟାଇଥିଲେ  ।

ସେପଟେ ମୁସେବାଲାଙ୍କ ସାଥିରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି  । ସେମାନଙ୍କର ଚିକିତ୍ସା ବର୍ତ୍ତମାନ ଜାରି ରହିଛି  । ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଗୋଟିଏ ଦିନ ପୂର୍ବରୁ ପଞ୍ଜାବର ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲା  । ଯେଉଁଥିରେ ସାମିଲ ଥିଲେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲା  । ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇଥିଲେ ମୁସେବାଲା  । ଆପର ବିଜୟ ସିଙ୍ଗଲାଙ୍କ ବିରୋଧରେ ନିର୍ବାଚନ ଲଢିବା ସହ ୬୩ ହଜାର ୩୨୩ ଭୋଟରେ ପରାଜିତ ହୋଇଥିଲେ ମୁସେବାଲା  ।

ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମିର ସୂଚନା । ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ବିମାନରେ ୨୨ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ପରିବାର ଥିବା କୁହାଯାଇଛି । ଭୁବନେଶ୍ବର ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକଙ୍କ କେୟାର ଟେକର କହିଛନ୍ତି ଅଶୋକ ଗତ ୨୬ ତାରିଖରେ ପତ୍ନୀଙ୍କୁ ସାକ୍ଷାତ କରିବା ଲାଗି ମୁମ୍ବାଇ ଯାଇଥିଲେ ।

ସେଠାରୁ ପରିବାରର ଅନ୍ୟ ସଦସ୍ୟ ଧନୁଷ ତ୍ରିପାଠୀ, ଋତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀଙ୍କ ସହ ସେମାନେ ଯାଇଥିଲେ ନେପାଳ । ମାତ୍ର ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ବିମାନର ସନ୍ଧାନ ଲାଗି ନେପାଳ ସେନାର MI-17 ହେଲିକପ୍ଟର ନିୟୋଜିତ କରାଯାଇଥିଲା ।

ନିଷ୍ଠା ଓ କଠିନ ପରିଶ୍ରମକୁ ସମ୍ମାନ

ନନ୍ଦିଘୋଷ ବ୍ଯୁରୋ: ଶକ୍ତ କଲମକୁ ଅସ୍ତ୍ର କରି ଆରମ୍ଭ କରିଥିଲେ ଖବର ଲେଖା । ଦୈନଦିନ ଲୋକଙ୍କ ଖବରକୁ ଲୋକଲୋଚନକୁ ଆଣିପାରିଥିଲେ । ସାଧାରଣ ସମସ୍ୟାକୁ ସରକାର ନିକଟରେ ପହଁଚାଉଥିଲେ । ସାମ୍ବାଦିକତାର ଅସ୍ତ୍ରରେ ସାଧାରଣ ଲୋକର ସମସ୍ୟାକୁ ଦୂର କରିବାକୁ ସେ କରିଥିଲେ ପଣ । ଅତି ନିକଟରୁ ଖବରକୁ ତୋଳି ଧରିବାରେ ସେ ଥିଲେ ସିଦ୍ଧ ହସ୍ତ । ସାମ୍ବାଦିକ ଭାବେ କାର୍ଯ୍ୟକରିବା ସମୟରେ ମଧ୍ୟ ଜନତାଙ୍କ ଭିତରେ ପ୍ରିୟ ଭାଜନ ହୋଇପାରିଥିଲେ ।

ସାମ୍ବାଦିକତାରୁ ସଫଳ ରାଜନେତା ସାଜିଛନ୍ତି ମାନସ ମଙ୍ଗରାଜ । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ ଥିଲେ, ରାଜନୀତିରେ ମଧ୍ୟ ସେତିକି ପ୍ରଭାବୀ । ୨୦୧୮ ମସିହାରେ ମାନସ ବିଜୁ ଜନତା ଦଳରେ ଯୋଗ ଦିଅନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ତାଙ୍କୁ ଅନୁପ୍ରାଣିତ କରେ । ରାଜ୍ୟର ବିକାଶ ପ୍ରକ୍ରିୟାରେ ନିମିତ୍ତ ସହଯୋଗ ନିମନ୍ତେ ବିଜେଡିର ସଦସ୍ୟତା ପଦ ଗ୍ରହଣ କରନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରନ୍ତି ।

ଦୀର୍ଘଦିନ ଧରି ଦଳରେ ସଚ୍ଚୋଟତାର ସହ କାର୍ଯ୍ୟ କରିଚାଲନ୍ତି ମାନସ । ରାଜନୈତିକ ଜୀବନ ଭିତରେ ସେ ଅନେକ ସଫଳତାର ପାହାଚ ଅତିକ୍ରମ କରିଆସିଛନ୍ତି । ଦଳର ବିଭିନ୍ନ କାର୍ଯ୍ୟକ୍ରମ, ସାଙ୍ଗଠନିକ ପକ୍ରିୟା, ନିର୍ବାଚନ ପକ୍ରିୟା ଆଦିରେ କାର୍ଯ୍ୟକରି ପ୍ରଶଂସା ସାଉଁଟନ୍ତି । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ପାଣ୍ଠି ଠାରୁ ଆରମ୍ଭ କରି ରାଜ୍ୟରେ ବର୍ଷ ବର୍ଷ ଧରି ଖବର କାଗଜ ଯୋଗାଉଥିବା ହକରଙ୍କୁ ସମ୍ମାନର ସହ ବଞ୍ଚିବା ନିମନ୍ତେ ଜୀବନ ବୀମା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାରେ ସେ ସାଜିଥିଲେ ମୁଖ୍ୟ ନାୟକ । ।

ସବୁ ସମୟରେ ସବୁ ବର୍ଗଙ୍କ ଲାଗି ପ୍ରତିନିଧିତ୍ବ କରିଆସିଛନ୍ତି ମାନସ ମଙ୍ଗରାଜ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପୁନଶ୍ଚ ମାନସଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରିଛନ୍ତି ରାଜ୍ୟସଭା ସଦ୍ୟସ ପଦ । ୨୦୨୨ ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ ସାମ୍ବାଦିକରୁ କ୍ୟାରିୟର ଆରମ୍ଭ କରିଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ସୁଦକ୍ଷ ନେତୃତ୍ୱ, ଓଡ଼ିଶାର ବିଭିନ୍ନ ସମସ୍ୟା ସହ ଜଡିତ ମାନସ ଆଗାମୀ ଦିନରେ ଉଚ୍ଚ ସଦନରେ ରାଜ୍ୟର ସ୍ୱାର୍ଥ ଜନିତ ଖବରକୁ ଉତଥାପନ କରିବେ । ସାଂସଦ ଭାବେ ନିର୍ବାଚିତ ହୋଇ ଓଡିଶାର ସମସ୍ୟାକୁ ଉପସ୍ଥାପନ କରି ହକ ଛଡାଇ ଆଣିବାରେ ମାଧ୍ୟମ ସାଜିବେ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମାନସଙ୍କ ଉପରେ କରିଛନ୍ତି ଆସ୍ଥା ପ୍ରକଟ ।

ନିଖୋଜ ନେପାଳ ବିମାନରେ ଥିଲେ ୪ ଓଡିଆ

ଭୁବନେଶ୍ୱର: ନେପାଳରେ ନିଖୋଜ ଯାତ୍ରୀବାହୀ ବିମାନରେ ରହିଛନ୍ତି ୪ ଓଡ଼ିଆ  ।  ୨୨ ଜଣ ଯାତ୍ରୀଙ୍କ ନେଇ ଉଡାଣ ଭରିଥିବା ଟ୍ବିନ ଇଞ୍ଜିନ 9 NAET ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ବିମାନରେ ଥିଲେ ୪ଜଣ ଭାରତୀୟ   । ସମସ୍ତେ ନିଖୋଜ ବ୍ୟକ୍ତି  ଓଡ଼ିଶାର ରହିଥିଲେ  ।  ଅଶୋକ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପରିବାର ନିଖୋଜ ଥିବା ଜଣାପଡ଼ିଛି । ତାଙ୍କ କେୟାର ଟେକର ଟିକନ ସାମଲଙ୍କ କହିବା ଅନୁଯାୟୀ ସେ ଭୁବନେଶ୍ବର ଜୟଦେଵ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂ ରେ ରୁହନ୍ତି ।

ମେ ମାସ ୨୬ ତାରିଖରେ ମୁମ୍ବାଇରେ ପତ୍ନୀ ଥିବାରୁ ତାଙ୍କ ପାଖକୁ ଯାଇଥିଲେ । ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ । ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା । କିନ୍ତୁ ଆଜି ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ । ତାଙ୍କ ଭାଇ ବନ୍ଧୁ ବର୍ଗ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ । ତାଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରୁନାହିଁ । ଅଶୋକ ଇନଫୋସିଟିରେ କାର୍ଯ୍ୟରତ ରହିଥିବା ସେ ସୂଚନା ଦେଇଛନ୍ତି ।

ରବିବାର ନେପାଳରେ ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ ହୋଇଥିବା ସୂଚନା ମିଳିଛି । ତାରା ଏୟାର 9NAET ଟ୍ବିନ ଇଞ୍ଜିନ ବିମାନ ନିଖୋଜ ହୋଇଛି । ସକାଳ ପ୍ରାୟ ୧୦.୩୫ମିନିଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟ୍ ପୋଖରାରୁ ଜମସମ ଯାଉଥିଲା ଏବଂ ଏହି ବିମାନରେ ୪ ଭାରତୀୟଙ୍କ ସମେତ ୨୨ ଜଣ  ଯାତ୍ରୀ ଯାତ୍ରା କରିଥିଲେ । ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମୁସ୍ତାଙ୍ଗ ଜିଲ୍ଲାର ଜମସମ ଆକାଶରେ ବିମାନ ଦେଖାଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି  ।

ଷ୍ଟଡି ଟୁରରେ LBSNAAର IAS ପ୍ରୋବେସନର, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର: ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଥିବା ୧୮୧ ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସଗୌରବେ ଦେଶର ସେବା କରିବା ପାଇଁ ପ୍ରୋବେସନରଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବ ଅଧିକାରୀଙ୍କଠାରୁ ଦେଶ ଅନେକ କିଛି ଆଶା କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ 5-T ରୂପାନ୍ତରଣ ମଡେଲ୍ ଉପରେ ଫୋକସ କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକୁଛି ।

ଗ୍ରାମୀଣ ବିକାଶ, ଗୃହ ନିର୍ମାଣ, ଦକ୍ଷତା ବିକାଶ, କ୍ରୀଡା, ଶିଳ୍ପ ବିକାଶ, ଖଣି, ପର୍ଯ୍ୟଟନ, ଐତିହ୍ୟ ସଂରକ୍ଷଣ, ସଡ଼କ ବିକାଶ ଓ ଅନ୍ୟ କ୍ଷେତ୍ରରେ ମଧ୍ୟ ରୂପାନ୍ତରଣ ପଦକ୍ଷେପ ନିଆଯାଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସାରା ବିଶ୍ବରେ ରୋଲ୍ ମଡେଲ ପାଲଟିଛି । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରୁ ଆଇଏଏସ ପ୍ରୋବେସନରମାନେ କିଛି ଶିକ୍ଷା ଲାଭ କରିପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଷ୍ଟଡି ଟୁରରେ ଆଇଏଏସ ପ୍ରୋବେସନରମାନେ ଢ଼େଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କେଉଁଝର ଓ ବାଲେଶ୍ୱର ଆଦି ୬ଟି ଜିଲ୍ଲା ପରିଦର୍ଶନ କରିବେ । ଏହି ସବୁ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ରାଜ୍ୟ ଦ୍ୱାରା ଆରମ୍ଭ ହୋଇଥିବା ବିକାଶ ତଥା ଜୀବିକା ନିର୍ବାହ ଯୋଜନାରେ ସେମାନଙ୍କର ପ୍ରଥମ ଅଭିଜ୍ଞତା ରହିବ ।

ମୁସୋରୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧୀନରେ ଆଇଏଏସ ପ୍ରୋବେସନରମାନେ ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି । ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ରାଧିକା ରସ୍ତୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଟ୍ରାନସଫମେଟିଭ୍ ଗଭର୍ଣ୍ଣାନସ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଯୁବ ପ୍ରୋବେସନରମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ସମ୍ବୋଧନ କରିଥିଲେ ।