spot_img
Home Blog Page 4190

ସମୟ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ନିର୍ଦ୍ଧାରିତ ତାରିଖ ଜୁନ ୧ର ୩ ଦିନ ଆଗରୁ ଆଜି କେରଳ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ କେରଳରେ ବର୍ଷା ଲାଗି ରହିଛି । ପୂର୍ବରୁ ଆଣ୍ଡାମାନରେ ନିର୍ଦ୍ଧାରିତ ସମୟର ୫ ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲା ।

ମୌସୁମୀ କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହିଞ୍ଚିଥିଲା । ଆଶା କରାଯାଉଛି ଜୁନ୍ ୧୦ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ମୌସୁମୀ କେରଳ ଛୁଇଁବା ପରେ ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଅନ୍ୟପଟେ ରାଜ୍ୟରେ ଅସହ୍ୟ ଗରମ ସହ ଗୁଳଗୁଳି ଲାଗି ରହିଛି ।

ମେ ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା । ଯାହାପରେ ଏବର୍ଷ ମୌସୁମୀ ଶୀଘ୍ର ଆସିବା ନେଇ ଆଶା ବଢ଼ିଥିଲା ।

ନେପାଳରେ ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ !

କାଠମାଣ୍ଡୁ: ନେପାଳରେ ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ ହୋଇଥିବା ସୂଚନା ମିଳିଛି । ତାରା ଏୟାର 9NAET ଟ୍ବିନ ଇଞ୍ଜିନ ବିମାନ ନିଖୋଜ ହୋଇଛି । ସକାଳ ପ୍ରାୟ ୧୦.୩୫ମିନିଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟ୍ ପୋଖରାରୁ ଜମସମ ଯାଉଥିଲା ଏବଂ ଏହି ବିମାନରେ ୪ ଭାରତୀୟଙ୍କ ସମେତ ୨୨ ଯାତ୍ରୀ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମୁସ୍ତାଙ୍ଗ ଜିଲ୍ଲାର ଜମସମ ଆକାଶରେ ବିମାନ ଦେଖାଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି । ନେପାଳରେ ନିଖୋଜ ବିମାନର ସନ୍ଧାନ ଲାଗି ନେପାଳ ସେନାର MI-17 ହେଲିକପ୍ଟର ନିୟୋଜିତ କରାଯାଇଥିବା ସେନା ମୁଖପାତ୍ର ନାରାୟଣ ସିଲଓ୍ବାଲ କହିଛନ୍ତି । ମୁସ୍ତାଙ୍ଗ ଅଞ୍ଚଳର ଲେଟେରେ ବିମାନଟି ଖସିପଡ଼ିଥିବା ଆଶଙ୍କା କରାଯାଉଛି ।

୨୦୨୧-୨୨ ଆର୍ଥିକ ବର୍ଷରେ କେତେ ଲାଭବାନ ହୋଇଛନ୍ତି ସରକାରୀ ତୈଳ କମ୍ପାନୀ ?

ନୂଆଦିଲ୍ଲୀ: ଦେଶରେ କମିଛି ତେଲ ଦର । ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ କମିଛି ତେଲ ଦର ଆଉ ଆଶ୍ୱସ୍ଥି ହୋଇଛନ୍ତି ଲୋକେ । ପାଖାପାଖି ୧୦ଟଙ୍କା ପର୍ଯ୍ୟନ୍ତ ତେଲ କମିଛି । ତେବେ ଆପଣ ଜାଣନ୍ତି କି ଏହି ତେଲଦର ବଢିବା ସମୟରେ କେତେ ଲାଭବାନ ହୋଇଛନ୍ତି କମ୍ପାନୀ ଗୁଡ଼ିକ । ଯେତେବେଳେ ଲୋକେ ତୈଳଦର କାରଣରୁ ହନ୍ତସନ୍ତ ହେଉଥିଲେ ସେତବେଳେ ଲାଭବାନ ହେଉଥିଲେ ତୈଳ କମ୍ପାନୀ । ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏକ ଅଡୁଆ ସୃଷ୍ଟି କରିଥିଲା । କେନ୍ଦ୍ର ସରକାର ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବା ପରେ ମଧ୍ୟ ପେଟ୍ରୋଲର ମୂଲ୍ୟ ଅନେକ ସହରରେ ୧୦୦ରୁ ଅଧିକ ରହିଛି ।

ଏହି ସମୟରେ ସରକାରୀ ତୈଳ କମ୍ପାନୀଗୁଡିକର ପେଟ୍ରୋଲ ଏବଂ ଡିଜେଲ ବକ୍ରିରେ ହୋଇଥିବା ଲାଭର ଆକଳନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ ତୈଳ ଇଣ୍ଡିଆର (Petroleum Business Company Oil India)ର ନିଟ୍ ଲାଭ ୧,୬୩୦.୦୧ କୋଟିରେ ପହଞ୍ଚିଛି । କମ୍ପାନୀର ନିର୍ଦ୍ଦେଶକ ହରିଶ ମାଧବ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । କୁହାଯାଇଥିଲା ଯେ ଗତ ଆର୍ଥିକ ବର୍ଷର ୨୦୨୦-୨୧ର ଶେଷ ତିନିମାସରେ କମ୍ପାନୀର ନିଟ୍ ଲାଭ ୮୪୭.୫୬ କୋଟି ଟଙ୍କା ଥିଲା। ତେଣୁ ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ଚଳିତ ବର୍ଷ ସରକାରୀ ତୈଳ କମ୍ପାନୀ ଗୁଡ଼ିକ କେତେ ଲାଭବାନ ହୋଇଛନ୍ତି ।

ସରକାରୀ କମ୍ପାନୀଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ୧,୭୪୧.୫୯ କୋଟି ଟଙ୍କା ନିଟ୍ ଲାଭ କରିଛି । ଏଥି ସହିତ, ଏଥର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କମ୍ପାନୀର ନିଟ୍ ଲାଭ ୩,୮୮୭.୩୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଏପର୍ଯ୍ୟନ୍ତର ଆର୍ଥିକ ବର୍ଷରେ ସର୍ବାଧିକ ନିଟ୍ ଲାଭ ଭାବରେ ପରିଗଣିତ ହୋଇଛି ।

 

ସାବିତ୍ରୀ ପାଇଁ ବଜାରରେ ପ୍ରବଳ ଭିଡ଼, ଚଢ଼ା ଦରରେ ଚାଲିଛି ବେପାର

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ବଜାର ସରଗରମ । ଫଳଠାରୁ ଆରମ୍ଭ କରି ଶାଢ଼ି ଦୋକାନ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି । ଦର ଅଧିକ ଥିଲେ ବି ସବୁ ବଜାରରେ ଅସମ୍ଭାଳ ଭିଡ଼ ଲାଗିଛି । ଫଳ ବଜାରରେ ଆମ୍ବ ଶହେରୁ ଦେଢ଼ଶହ ରହିଥିବା ବେଳେ ଲିଚୁ ୧୨୦ ଟଙ୍କା, ସପୁରୀ ୪୦, ତାଳ ୧୦, ଖଜୁରୀ ୫ ଟଙ୍କାରେ ବିକ୍ରି ହେଉଛି ।

Rush In Savitri Market Bhubaneswar

କେବଳ ଫଳ ଦୋକାନ କାହିଁକି ପୂଜା ସାମଗ୍ରୀ ଦୋକାନରେ ବି ଭାରି ଭିଡ଼ । ଆଜି ରବିବାର ଛୁଟିଦିନ ଥିବାରୁ ଭଲ ବେପାର ଆଶା ରଖିଛନ୍ତି ବ୍ୟବସାୟୀ । ଗ୍ରାହକଙ୍କ ଚାହିଦାକୁ ଦେଖି ରାସ୍ତାକଡ଼ରୁ ଆରମ୍ଭ କରି ଗଳିକନ୍ଦିରେ ଛୋଟବଡ଼ ଦୋକାନରେ ଚାଲିଛି ସାବିତ୍ରୀ ପାଇଁ ମାର୍କେଟିଂ ।

ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ ଚାଲିଗଲା ପ୍ରାଣ

କଟକ: ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଚାଲିଗଲା ପ୍ରାଣ । ମହୁମାଛି ଆକ୍ରମଣରେ ଜଣେ ମୃତ, ତିନି ଆହତ । ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ପାଥପୁର ଗାଁ ନିକଟରେ ଥିବା ପାଣ୍ଡବବଖରା ଗୁମ୍ଫାରେ । ତାଳଚେର ଅଞ୍ଚଳର ୪ଜଣ ସାଙ୍ଗ ଭୁବନେଶ୍ୱର ପଟିଆରୁ ବାଙ୍କୀ ବୁଲିବାକୁ ଯାଇଥିଲେ । ପାଣ୍ଡବବଖରା ପାହାଡ଼ ଉପରକୁ ଚଢ଼ିବା ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ ।

Subhendu Died On Bee Attack While Visiting With Friends

ଆଗରେ ଯାଉଥିବା ଯୁବକ ଶୁଭେନ୍ଦୁ ସାହୁ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ । ଅନ୍ୟମାନେ ଦୌଡ଼ି କିଛି ଦୂରକୁ ଚାଲି ଯାଇଥିଲେ । ସ୍ଥାନୀୟ ଲୋକ ଆସି ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁଭେନ୍ଦୁଙ୍କୁ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ବାଙ୍କୀ ପୋଲିସ ପହଞ୍ଚି ଅନ୍ୟ ତିନି ସାଙ୍ଗଙ୍କୁ ପଚରାଉଚରା କରୁଛି ।

ଗୋ-ଚାଲାଣ ବେଳେ କଣ୍ଟେନର ଜବତ, ୧୧ ଅଟକ

ସୋର: ଥମୁନି ଗୋ-ଚାଲାଣ । ବେଆଇନ୍ ଗୋରୁ ଚାଲାଣ ବେଳେ ସିମୁଳିଆ ପୋଲିସ ୧୧ ଜଣଙ୍କୁ ଅଟ ରଖିବା ସହ ୪୦ ଗୋରୁଙ୍କୁ ଉଦ୍ଧାର କରିଛି । ଘଟଣାରେ ଗୋଟିଏ କଣ୍ଟେନର ଓ ୨ଟି ସ୍କର୍ପିଓ ଜବତ କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ପୋଲିସ ଗୋ-ଭର୍ତ୍ତି କଣ୍ଟେନରକୁ ୧୬ ନମ୍ବର ଜାତୀୟ ରାଜପଥରେ ପିଛା କରିଥିଲା । ଶେଷରେ ସୋର ସିମୁଳିଆ ବରଫ ନିକଟରେ ଧରିବାରେ ସକ୍ଷମ ହୋଇଥିଲା ପୋଲିସ ।

Simulia Police Seized Cow Laden Container In Soro

କଣ୍ଟେନରରେ ଗୋରୁଙ୍କୁ ଭର୍ତ୍ତି କରି ବେଆଇନ୍ ଭାବେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା । ଅନ୍ୟ ୨ କଣ୍ଟେନର ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଗୋରୁ ଗାଡ଼ିକୁ ସୁରକ୍ଷା ଦେଇ ଯାଉଥିବା ଦୁଇ ସ୍କର୍ପିଓକୁ ପୋଲିସ ଜବତ କରିଛି । ମାମଲାରେ ପୋଲିସ ୧୧ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ରାଜ୍ୟସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ଆଜି ହୋଇପାରେ ପ୍ରାର୍ଥୀ ଘୋଷଣା । ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ଆସନ୍ତା ୩୧ ତାରିଖ ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ।

BJD Supreme Naveen Patnaik May Declare Rajya Sabha Ticket Today
Dr. Sasmit Patra

ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁବାସଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ଉପନିର୍ବାଚନ ପାଇଁ ଜୁନ ୨ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷଦିନ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ । ତେବେ କେଉଁ ଚାରି ଜଣଙ୍କୁ ନବୀନ ଦିଲ୍ଲୀ ଦରବାରକୁ ପଠାଇବେ । ସେନେଇ ସସପେନ୍ସ ଜାରି ରହିଛି ।

କେଜିଏଫ୍-୩ରେ ନଜର ଆସିବେ ହ୍ରିତିକ୍ ରୋଶନ ! ଫିଲ୍ମ କାଷ୍ଟିଂକୁ ନେଇ ଏମିତି କହିଲେ ନିର୍ମାତା

ମୁମ୍ବାଇ: କେଜିଏଫ୍-୨ ଫିଲ୍ମର ନାଁ ହିଁ ତାର ସଫଳତା ବୟାନ କରୁଛି । ସାଉଥ୍ ସୁପରଷ୍ଟାର୍ ୟଶଙ୍କ ଫିଲ୍ମ କେଜିଏଫ୍-୨ ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମଟି ୪୬ ଦିନରେ ୧୨୩୦ କୋଟି ଟଙ୍କା ରୋଜଗାର କରିସାରିଛି ​​। ଯଦିଓ ଫିଲ୍ମଟି ହଲରୁ ଉଠି ସାରିଛି ତଥାପି ଲୋକଙ୍କର କ୍ରେଜ କମି ନାହିଁ । ଫିଲ୍ମର ୟଶଙ୍କ ରକି ଭାଇର ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଛି । ଏଭଳିପରିସ୍ଥିତିରେ, ବର୍ତ୍ତମାନ ପ୍ରଶଂସକମାନେ କେଜିଏଫ୍‌-୩ ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ତେବେ ଫିଲ୍ମର ଶେଷ ଆଡକୁ କେଜିଏଫ୍ ୩କୁ ନେଇ ଖୁଲାସା କରାଯାଇଥିଲା । ନିକଟରେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍‌-୩ ନେଇ ମଧ୍ୟ ଘୋଷଣା କରିସାରିଛନ୍ତି । ଏହି ସମୟରେ, ଖବର ମଧ୍ୟ ଆସୁଛି କି କେଜିଏଫ୍ ନିର୍ମାତାମାନେ ମଧ୍ୟ ପାର୍ଟ-୩ ପାଇଁ ହ୍ରିତିକ୍ ରୋଶନଙ୍କ ପାଖକୁ ଅଫର ଦେଇଛନ୍ତି । ନିର୍ମାତାମାନେ ଏହାକୁ ନେଇ ଖୁଲାସା ମଧ୍ୟ କରିଛନ୍ତି ।

କେଜିଏଫ୍-୨ ର ଦବ୍‌ଦବା ଅନେକ ହଲରେ ଦେଖାଯାଉଛି । ଏହି ସମୟରେ ନିର୍ମାତାମାନେ କେଜିଏଫ୍ -୩ ମଧ୍ୟ ଘୋଷଣା କରିଛନ୍ତି । କେଜିଏଫ୍ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମର ସହ-ସିଇଓ ବିଜୟ କିରାଙ୍ଗଡୋର ଏକ ସାକ୍ଷାତକାରରେ ହ୍ରିତିକଙ୍କ କାଷ୍ଟିଂ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ କେଜିଏଫ୍ -୩ ପ୍ରସ୍ତୁତ ହୋଇପାରିବ ନାହିଁ । ଆମର କିଛି ଯୋଜନା ଅଛି, କାରଣ ଏହି ସମୟରେ କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ସାଲାର ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

ତେଣୁ ୟଶ୍‌ ସମୟ ଦେଲେ ହିଁ ସମସ୍ତେ ଏକାଠି ହୋଇ କେଜିଏଫ-୩ରେ କାମ ଆରମ୍ଭ କରିବୁ । ଆମର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଠିକ୍‌ ହୋଇ ନାହିଁ । ପାର୍ଟ-୩ କାମ କେବେ ଆରମ୍ଭ ହେବ ଜାଣା ନାହିଁ । ଥରେ ଆମେ ତାରିଖ ଚୂଡାନ୍ତ କରିଦେଲେ, ଆମେ କାଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବୁ ।

5T ଆଧାରରେ ଏକ ନବୀନ ଓ ନିଆରା ଓଡ଼ିଶା ଗଠନର ଆଭିମୁଖ୍ୟ ନେଇ ଆଗେଇଛି ରାଜ୍ୟ

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ୩ ବର୍ଷ । ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି । 5T ସହିତ ‘ମୋ ସରକାର’ ବ୍ୟବସ୍ଥା । ଥାନାଠୁ ଡାକ୍ତରଖାନା ଯେ କୌଣସି ସରକାରୀ ଅଫିସରେ ଉତ୍ତମ ସେବା ମିଳୁଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଖୋଲିଛି ‘ମୋ ସରକାର’ ଫିଡ୍‌ ବ୍ୟାକ୍‌ ସେଲ୍‌ । ଦୁର୍ନୀତି ବିରୋଧରେ ନିରନ୍ତର ଜିରୋ ଟଲେରାନ୍ସ ନୀତି ଯୋଗୁ ଅନେକ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବାଦ ପଡିନାହାନ୍ତି ବରିଷ୍ଠ ଆଇଏଏସ୍ କି ଆଇପିଏସ୍ ଅଫିସର ।

‘ଲୋକଙ୍କ ସମୃଦ୍ଧିରେ ରାଜ୍ୟର ଉନ୍ନତି’ । ଆଉ ଏଥିପାଇଁ ଆବଶ୍ୟକ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ । ତେବେ ଏ ରାଜ୍ୟ ଲୋକଙ୍କର, ଏହାର ରାଜସ୍ୱ ଲୋକଙ୍କର । ଆଉ ଏ ରାଜ୍ୟକୁ ଚଳାଉଥିବା ସରକାର ବି ଲୋକଙ୍କର । ଉଭୟ ରାଜ୍ୟବାସୀ ଓ ସରକାରୀ କଳକୁ ସରକାରର ବାସ୍ତବ ଭୂମିକା ବୁଝାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବିଭାଗରେ 5T ପ୍ରକରଣ ଲାଗୁ କରି ଜନସାଧାରଣଙ୍କ ପାଇଁ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ ଉପଲବ୍ଧ କରାଇଛନ୍ତି ନବୀନ ସରକାର । 5T ଆଧାରରେ ଏକ ନବୀନ ଓ ନିଆରା ଓଡ଼ିଶା ଗଠନର ଆଭିମୁଖ୍ୟ ନେଇ ଆଗେଇଛି ଓଡ଼ିଶା । 5T ଗଭର୍ଣ୍ଣାସ ମଡେଲର ଅଭିନବ ବ୍ୟବସ୍ଥା ଭାବେ ‘ମୋ ସରକାର’ ଭଳି ବ୍ୟବସ୍ଥା ଆଣି ପ୍ରଶାସନକୁ ସାଧାରଣ ଜନତାଙ୍କର ଆହୁରି ନିକଟତର କରିଛନ୍ତି ରାଜ୍ୟ ସରକାର ।

Naveen Patnaik Government 5T And Mo Sarkar Zero Tolerance

ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚାଇବାର ତରିକାକୁ ନେଇ ଏକ ନୂଆ ଆଦର୍ଶ ସୃଷ୍ଟି କରିଛି ‘ମୋ ସରକାର’ ବ୍ୟବସ୍ଥା । ସରକାରୀ କର୍ମଚାରୀଙ୍କୁ ବୁଝାଇ ଦେଇଛି ସମୟର ଗୁରୁତ୍ୱ । ଅମାନିଆଙ୍କୁ ଶିଖାଇଛି ଆଦାବ କାଇଦା । ବେପରୁଆ ନୀତି ଓ ଦୁର୍ନୀତି ଉପରେ ଲଗାଇଛି ଲଗାମ । ଲୋକଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚିପାରୁଛି ସୁବିଧା । ଥାନାଠୁ ଆରମ୍ଭ କରି ପାସପୋର୍ଟ ଅଫିସ୍ । ସବୁ ସରକାରୀ କାର୍ଯ୍ୟାଳୟରେ ବଢ଼ିଛି ସାଧାରଣ ଲୋକଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ । ଉଚିତ୍ ସମୟରେ ସେବା ପ୍ରଦାନ ନେଇ ବଢିଛି ତତ୍ପରତା । ସମୟ ପୂର୍ବରୁ ହେଉଛି ସମସ୍ୟାର ସମାଧାନ । ଲୋକଙ୍କ ମୁହଁରେ ଏବେ ରହିଛି ମୋ ସରକାରର ପ୍ରଶଂସା ।

ଓଡ଼ିଶାର ସମୃଦ୍ଧି ପଛରେ ଖଟିଖିଆଙ୍କ ପରିଶ୍ରମ । ଏଣୁ ଯେମିତି ଦୁର୍ନୀତିର ଚୋଟରେ କୌଣସି ଓଡ଼ିଆ ଆହତ ନ ହୁଅନ୍ତି । ଏଥିପାଇଁ ନବୀନ ଆପଣାଇଛନ୍ତି ’ଜିରୋ ଟଲରାନ୍ସ’ । ନୀତି ‘ମୋ ସରକାର, 5T’ ଛାଟରେ ସାବାଡ଼ କରିଛନ୍ତି ଅମାନିଆଙ୍କୁ । ଏ ଭିତରେ ପାଖାପାଖି ୧୭୦ ଦୁର୍ନୀତିଖୋରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଆଇଏଏସ୍ ବିନୋଦ କୁମାର, ଆଇଏଫଏସ ଅଭୟ ପାଠକଙ୍କ ଭଳି ସର୍ବଭାରତୀୟ ସ୍ତରର ଅଧିକାରୀ । ‘ମୋ ସରକାର, 5T’ ଛାଟରୁ ବାଦ ପଡିନାହାନ୍ତି କେହି । ରାଜ୍ୟ ସରକାରଙ୍କ କଡ଼ା ନୀତି । ଦୁର୍ନୀତି କଲେ ଯିବ ଚାକିରି ଅଥବା ମିଳିବ ବାଧ୍ୟତାମୂଳକ ଅବସର କିମ୍ବା ବନ୍ଦ ହୋଇପାରେ ବାର୍ଦ୍ଧକ୍ୟର ଭରସା ପେନସନ । ଖାଲି ସରକାରୀ ଦପ୍ତର ନୁହେଁ, ଦଳୀୟ ସ୍ତରରେ ମଧ୍ୟ ନବୀନଙ୍କ ଆଭିମୁଖ୍ୟ ସମାନ ରହିଛି । ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁର୍ନୀତିକୁ ନେଇ ଦେଶ ଟେନସନରେ ଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଉଦାହାରଣ ପାଲଟିଛି ଓଡ଼ିଶା ।

ଭାରତରେ ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଚିହ୍ନଟ

ମୁମ୍ବାଇ: ଭାରତରେ ଠାବ ହେଲା ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ । ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ୭ ଜଣ ବ୍ୟକ୍ତି ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେମାନଙ୍କର ଲକ୍ଷଣ ସାମାନ୍ୟ ଥିବା ବେଳେ ଘରେ ଥାଇ ଚିକିତ୍ସିତ ହେଉଛନ୍ତି । ଓମିକ୍ରନର ବିଏ-୪ ଏବଂ ବିଏ-୫ ଏପ୍ରିଲ୍ ମାସରେ ଦକ୍ଷିଣ ଆଫିକ୍ରାରେ ଠାବ ହୋଇଥିଲା । ଏଥିରେ ଭାରତରେ କେହି ସଂକ୍ରମିତ ହୋଇନଥିଲେ । ପୁନେରେ ଇଣ୍ଡିଆନ୍ ବାୟୋଲୋଜିକାଲ ସେଣ୍ଟରେ ସେମାନଙ୍କ ଜିନୋମ ସିକ୍ୟୁନେସିଂ କରାଯାଉଛି ।

New Sub Variant Of Omicron Spotted In India

ସଂକ୍ରମିତ ବ୍ୟକ୍ତି ସମସ୍ତେ ୨୦ରୁ ୪୦ ବର୍ଷ ଭିତରେ ବୋଲି ଜଣାପଡ଼ିଛି । ୭ ଜଣଙ୍କ ମଧ୍ୟରେ ୬ ଜଣ କୋଭିଡର ଦୁଇଟି ଯାକ ଟିକା ନେଇଥିବା ବେଳେ ଜଣେ ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଦକ୍ଷିଣ ଆଫ୍ରିକା ଓ ବେଲଜିୟମରୁ ଫେରିଥିଲେ ।